ନୂଆ ବସଷ୍ଟାଣ୍ଡ ପାଇଁ ପ୍ରକୃତି ଉପରେ ପ୍ରହାର, ବାରିପଦାରେ କଟା ଯାଉଛି ଶହଶହ ଗଛ
କନକ ବ୍ୟୁରୋ : କଟାଯାଉଛି ବହୁ ବର୍ଷର ପୁରୁଣା ଗଛ। ବାରିପଦା ରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିରାଟକାୟ ଏକାଧିକ ଗଛକୁ କାଟି ଦିଆଯାଇଛି । ଏଭଳି ପଦକ୍ଷେପ ପରିବେଶ ପାଇଁ ବିପଦ ବୋଲି ଚର୍ଚ୍ଚା ହେଉଛି । ଆଉ ଏପଟେ ନଗରଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର ଏହାର ଆବଶ୍ୟକତା ରହିଛି । ସେପଟେ ପରିବେଶବିତ କହିଛନ୍ତି, ଅନ୍ୟ ଖାଲି ସ୍ଥାନକୁ ବିକଳ୍ପ ଭାବେ ବଛା ଯାଇପାରିଥାନ୍ତା । ଅଧିକ ପଢ଼ନ୍ତୁ : ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର ମାଆ ପାଇଁ ଗଛଟିଏ, ବୃକ୍ଷ ହିଁ ଜୀବନ, ଏଭଳି ଅନେକ କଥା କୁହାଯାଉଛି । ବୃକ୍ଷରୋପଣ ଆଳରେ କୋଟି କୋଟି ଖର୍ଚ୍ଚ ବି ହେଉଛି । ହେଲେ ବାରିପଦାରୁ ଆସିଥିବା ଏହି ଦୃଶ୍ୟ ସେସବୁ କାର୍ଯ୍ୟକ୍ରମକୁ ପରିହାସ କରୁନି କି ! ନୂଆ ବସ୍ ଷ୍ଟାଣ୍ଡ ପାଇଁ ଗଛବଳି, ବାରିପଦା ପାଇଁ ବିପଦ ପାଲଟିବନି ତ ? ଖରାଦିନେ ଉତ୍ତପ୍ତ ପାଲଟୁଥିବା ସହରରେ ତାତି ସମ୍ଭାଳି ହେବ ତ ? ଏବେ ଏମିତି ପ୍ରଶ୍ନକୁ ନେଇ ଧନ୍ଦି ହେଉଛନ୍ତି ପରିବେଶବିତ୍ । ଅଧିକ ପଢ଼ନ୍ତୁ : ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ ଘଞ୍ଚ ଜଙ୍ଗଲ ପରିବେଶ ଏବେ ଶ୍ରୀହୀନ ହେବାକୁ ଯାଉଛି। ବହୁ ସଂଖ୍ୟାରେ ଗଛ କାଟି ବାରିପଦା ପାଲବଣୀ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଛି । ଗମନାଗମନ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ପଦକ୍ଷେପ ଯଦିଓ ସ୍ୱାଗତଯୋଗ୍ୟ, ପରିବେଶ ପ୍ରତି ହେଉଥିବା ଅନ୍ୟାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବେଶବିତ । ଅଧିକ ପଢ଼ନ୍ତୁ : ଜରାଜୀର୍ଣ୍ଣ ବାରିପଦା ବସ୍ଷ୍ଟାଣ୍ଡ; ୪୮ ବର୍ଷ ହେଲାଣି ଖୋଜୁଛି ମରାମତି ଅନ୍ୟପଟେ ଏହାର ପ୍ରତିକ୍ରିୟାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏଠାରେ ବସଷ୍ଟାଣ୍ଡର ଆବଶ୍ୟକତା ରହିଛି । କଟା ଯାଉଥିବା ଗଛ ପାଇଁ ପରବର୍ତ୍ତୀ ସମୟର ବୃକ୍ଷରୋପଣ କରାଯିବ ।ଆଧୁନିକ ସୁଖସ୍ୱାଛନ୍ଦ୍ୟ ପାଇଁ ନିର୍ମାଣ ଯଦିଓ ଆବଶ୍ୟକ, ହେଲେ ବର୍ତ୍ତମାନ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ଆଉ ତାର ପ୍ରଭାବରେ ଯାହା ସବୁ ଭୋଗିବାକୁ ପଡ଼ୁଛି । ତାକୁ ନଜରରେ ରଖି ପ୍ରକୃତି ଓ ପରିବେଶକୁ ଗୁରୁତ୍ୱ ଦେଇ ସବୁ ନିର୍ମାଣ କରିବା ନିହାତି ଜରୁରୀ ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସରୁନି ଜମି ବନ୍ଦୋବସ୍ତ, ଜମି କିଣାବିକା କରିପାରୁନାହାଁନ୍ତି ୫ ଖଣ୍ଡ ଗାଁର ଲୋକ
କନକ ବ୍ୟୁରୋ : ପାଞ୍ଚ ଖଣ୍ଡ ଗାଁକୁ ବେବନ୍ଦୋବସ୍ତ କଣ୍ଟା । କିଣାବିକା ହୋଇପାରୁନି ଜମି । ଫଳରେ ନାହିଁ ନଥିବ ସମସ୍ୟା ଭୋଗୁଛନ୍ତି ଲୋକ । ସାନଖେମୁଣ୍ଡି ବ୍ଲକର ପାଟ୍ଟପୁର, କଙ୍କୋରଡ଼ା, ମାଟିଆବୋରେଇ, ତିତିଖାନି ଓ ଆମ୍ବଗାଁ ଲୋକଙ୍କ ସମସ୍ୟା ବଢ଼ିଯାଇଛି । ସ୍ବାଧୀନତା ପରେ ଏହି ୫ଖଣ୍ଡ ଗାଁରେ ବେବନ୍ଦୋବସ୍ତ ହୋଇନଥିଲା । ଗତ ଦୁଇ ବର୍ଷ ତଳୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କାହାକୁ ଜଣାନାହିଁ । ଆଉ ଏହି ପ୍ରକ୍ରିୟା ଭିତରେ ଫଶିଯାଇଛନ୍ତି ଗାଁର ଲୋକମାନେ । ନା ଜମି କିଣି ହେଉଛି ନା ବିକି ହେଉଛି । ଦରକାର ବେଳେ ମୂଲ୍ୟବାନ ଜମି ଥାଇ ବି କାମରେ ଲାଗୁନି । କେବଳ ଲୋକ ନୁହେଁ, ରାଜସ୍ୱ ମଧ୍ୟ କମୁଛି । ଜମି ପଞ୍ଜୀକରଣ ହେଉନଥିବାରୁ ତହସିଲର ରାଜସ୍ବ ବି କମିଯାଇଛି! ଲୋକେ ବିଭିନ୍ନ ଯୋଜନାରୁ ଲାଭ ଉଠାଇ ପାରୁନଥିବା ବେଳେ ସରକାର ଏଥିପ୍ରତି ଯେମିତି ଆଖି ବୁଜି ଦେଇଛନ୍ତି । ପ୍ରାଶାସନିକ ଉଦାସୀନତା ଯୋଗୁଁ ବନ୍ଦୋବସ୍ତ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ଲୋକ । ଅଧିକ ପଢ଼ନ୍ତୁ : ଗଞ୍ଜାମ ସାନଖେମୁଣ୍ଡିରେ ଜମି ବିବାଦରୁ ମହାଭାରତ, ୧୫ ଗିରଫ ସହ୧୬୩ ଜାରି ବନ୍ଦୋବସ୍ତ କାମ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ଦାୟିତ୍ବ ଦେଲେ ସରକାର। ହେଲେ ଭୁଲ ମ୍ୟାପ୍ ପ୍ରସ୍ତୁତ ଯୋଗୁଁ କାମ ପୁଣି ଅଟକିଗଲା । ମାସ ମାସ ଧରି ଏପରି ଅଚଳାବସ୍ଥା ଯୋଗୁଁ ବଢ଼ୁଛି ଜନ ଅସନ୍ତୋଷ । ବଡ଼କଥା ହେଲା, ଜମି କିମ୍ବା ଘର କିଣିଥିବା ଲୋକ ବି ଏତାଲିକାରେ ପଡ଼ି ହନ୍ତସନ୍ତ ହେଉଛନ୍ତି । ନୂଆ କରି ଜମି କିଣିଥିବା ମାଲିକମାନଙ୍କ ନାଁରେ ପଂଜୀକରଣ କରିପାରୁନାହାନ୍ତି । ସେପଟେ ଆମ ହାତରେ କିଛି ନାହିଁ କହି ସ୍ଥାନୀୟ ତହସିଲଦାର ହାତ ଝାଡ଼ିଦେଇଛନ୍ତି । ଅଧିକ ପଢ଼ନ୍ତୁ : ଗଞ୍ଜାମ ସାନଖେମୁଣ୍ଡିରେ ବଣ୍ଟାଯାଉଛି ନିମ୍ନ ମାନର ପିଡିଏସ୍ : ଚାଉଳରୁ ବାହାରିଲା ଧାନ, ଗୋଡ଼ି, ଗହମ.. ଗଞ୍ଜାମ ଜିଲ୍ଲାର ଚାଷ ଓ ଚାଷୀବହୁଳ ସାନଖେମୁଣ୍ଡି ଅଞ୍ଚଳରେ ଏପରି ସମସ୍ୟାରେ ଜର୍ଜରିତ ଲୋକେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ଷମତାକୁ ହାଇଜ୍ୟାକ୍ କରିବା ପାଇଁ ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଛି କି? ଦଳରେ ନବୀନଙ୍କ ‘ସେକେଣ୍ଡ ଇନ୍ କମାଣ୍ଡ’ କିଏ ହେବ ତାକୁ ଛକାପଞ୍ଝା ଚାଲିଛି କି? ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଦଳର ନେତୃତ୍ୱ ହାତେଇବା ପାଇଁ ବଳ କଷାକଷି ଚାଲିଛି କି? ଏସବୁ ପ୍ରଶ୍ନ ମଧ୍ୟରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ରାଜନୀତିକ ବ୍ୟାପାର କମିଟି(ପିଏସି) ଏବଂ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋର କମିଟିର ଅପାରଗତା ପଦାକୁ ଆସିଛି । ଦୀର୍ଘ ୧୭-୧୮ମାସ ଧରି ଦଳ ଦିଶାହୀନ ଓ ବେମୁରବା ଭଳି ପରିଚାଳିତ ହେଉଥିବା ତଥା ତୃଣମୂଳସ୍ତରରେ କର୍ମୀ ଓ ନେତାମାନେ ଦଳଠୁ ମୁହଁ ଫେରାଇବା ପଛରେ ଏହି ପିଏସି ଓ ଦେବୀ ମିଶ୍ର କମିଟିର ଅପାରଗତା ଜଳଜଳ ହୋଇ ଦିଶିଲାଣି । ଆଜି ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଦଳର ନେତାମାନେ ମେଳି କରି ଖୋଲାଖୋଲି ଭାବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ବେଖାତିର ସହ ଚ୍ୟାଲେଞ୍ଜ କରିବାକୁ ପଛାଇ ନାହାନ୍ତି । ଆଉ ଏସବୁ ପଛରେ ବବିଙ୍କ ବିଦ୍ରେହୀ ରଣନୀତି ରହିଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ନିର୍ଦ୍ଦେଶକୁ ବେଖାତିର, ହାତ ମିଳାଇଲେ ବବି-ଦେବୀ ! ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରି ଦଳର ୫୦ରୁ ଅଧିକ ନେତା ଭୁବନେଶ୍ୱରର ଝୁମକା ଡ୍ୟାମ୍ ନିକଟସ୍ଥ ଏକ ନିଛାଟିଆ ଫାର୍ମ ହାଉସରେ ଏକାଠି ହୋଇଥିବା ଜଣାପଡ଼ିଛି । ଗତ ନିର୍ବାଚନରେ ପରାଜିତ ହୋଇଥିବା ନେତାମାନେ ବିଶେଷକରି ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଭୁବନେଶ୍ୱର,କଟକ,ଗୋପାଳପୁର ଆଦିଠାରେ ମେଳି କରୁଥିବା ଦିଂବଗତ ନେତାମାନଙ୍କ ପୁଅମାନେ ଆଜିର ଏହି ମେଳି ପାଇଁ ଗତ ୩-୪ଦିନ ଧରି ଜୋରସୋରରେ ପ୍ରୟାସ କରୁଥିଲେ ବୋଲି ଜଣାପଡ଼ିଛି । ବିଶେଷକରି ଦିଂବଗତ ବିଜେଡି ନେତାମାନଙ୍କ ପୁଅମାନେ(ପରାଜିତ ବିଧାୟକ) ଏହି ମେଳିର ନେତୃତ୍ୱ ନେଇଥିଲେ ବୋଲି ସୂଚନା ମିଳିଛି । ଯଦିଓ କୌଣସି ହୋଟେଲ ଅବା ବାହାରେ ଏଭଳି ମେଳି କରିବା ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ କଟକଣା ଜାରି କରିଥିଲେ । ତେବେ ଏହି ମେଳି ପାଇଁ ଯେଉଁ କିଛି ନେତା ପ୍ରମୁଖ ଭୂମିକା ନେଉଥିଲେ ସେଥିରୁ ବିଜେଡିରେ ଆଗାମୀ ଦିନରେ ପତିଆରା ଲଢ଼େଇ ଓ ଶକ୍ତି ପ୍ରଦର୍ଶନ ପାଇଁ ମାର୍ଗ ପ୍ରଶସ୍ତ ହେଉଥିବା ଜଣାପଡ଼ିଛି । ଗତ ସୋମବାର ରାତିରେ ଶଙ୍ଖ ଭବନରେ ଦେବୀ ମିଶ୍ର ଓ ବବି ଦାସଙ୍କ ମଧ୍ୟରେ କବାଟକିଳା ବୈଠକ ଓ ଆଜି ଝୁମକାଠାରେ ବବିଙ୍କ ଖାସ୍ ଅନୁଗତମାନଙ୍କ ମେଳି ପଛରେ ‘ନବୀନଙ୍କ ପାଣ୍ଡିଆନ ପ୍ରେମ’ ଉପରେ ଚେକ୍ ଦେବାକୁ ସଜବାଜ ବୋଲି କୁହାଯାଉଛି । ଦଳର ନେତାମାନେ ନିଜର ସମସ୍ତ ବୈଠକ ଓ ଗେଟ୍ ଟୁଗେଦର ‘ଶଙ୍ଖ ଭବନ’ରେ କରିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ବବିଙ୍କ ଖାସ୍ କୁହାଯାଉଥିବା ପରାଜିତ ବିଧାୟକମାନେ ଝୁମକା ଫାର୍ମ ହାଉସରେ ଗୁପ୍ତରେ ଏକାଠି ହୋଇ ବିଜେଡି ସୁପ୍ରିମୋଙ୍କୁ ଖୋଲା ଚ୍ୟାଲେଞ୍ଜ ସହ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଯଦିଓ ଆଜିର ଏହି ମେଳିରୁ ବବି ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି । ‘କାର୍ଯ୍ୟକାରୀ ସଭାପତି’ ଚର୍ଚ୍ଚା ଓ ନେତାଙ୍କ ମେଳି ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହା ସହିତ ବିଜେଡିରେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଂଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିବାର ନାଁ ଧରିନି । ନବୀନଙ୍କ ବୟାସାଧିକ୍ୟ ଯୋଗୁ ଦଳର ନେତୃତ୍ୱ ନେବା ପାଇଁ ଜଣେ ସର୍ବସମ୍ମତ ନେତୃତ୍ୱର ଆବଶ୍ୟକତା ରହିଛି, ଯାହାଙ୍କ ଉପରେ ନବୀନଙ୍କ ଭରସା ରହିଥିବ । ତେଣୁ ପିଏସି ଓ ଦେବୀମିଶ୍ର କମିଟିର ଅପାରଗତା ମଧ୍ୟରେ ଦଳରେ ଏଭଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାଣ୍ଡିଆନ ଏବେବି ପରଦା ପଛରେ ରହି ନବୀନଙ୍କ ମାଧ୍ୟମରେ ଗୋଟିଚାଳନା ଜାରି ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ମାତ୍ର ପାଣ୍ଡିଆନ ଆଉ ପୂର୍ବଭଳି ଭରସା କରୁନଥିବାରୁ ବବି ଏବେ ଯେନତେନ ପ୍ରକାରେ ‘କାର୍ଯ୍ୟକାରୀ ସଭାପତି’ ପଦ ହାତେଇବା ପାଇଁ ଏଭଳି ମେଳି ମାଧ୍ୟମରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏଭଳି ସମାନ୍ତରାଳ ସଂଗଠନ ଚଲାଇ ବିଜେଡି ନେତୃତ୍ୱଙ୍କ ଉପରେ ଚାପ ସହ ଦଳରେ ଏକ ବୃହତ୍ ଫାଟ କରିବା ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ରାଜେନ୍ଦ୍ର ସାହୁଙ୍କ ଅଶାଳୀନ ମନ୍ତବ୍ୟ : ବୈଠକ ଭଣ୍ଡୁର କରିବାକୁ ଚାଲ୍? ବିଜେଡି ସୂତ୍ର ଅନୁସାରେ, ବବିଙ୍କ ଅନୁଗତଙ୍କ ଏହି ଗୁପ୍ତ ମେଳିକୁ ବାଲାନ୍ସ କରିବା ପାଇଁ ପ୍ରୀତିରଞ୍ଜନ ଘଡ଼େଇ ଓ ରାଜେନ୍ଦ୍ର ସାହୁଙ୍କ ଭଳି କିଛି ବବି ବିରୋଧୀ ନେତା ଭାବେ ପରିଚିତଙ୍କୁ ମଧ୍ୟ ଏହି ତଥାକଥିତ ବନ୍ଧୁମିଳନକୁ ଡକାଯାଇଥିଲା । ତେବେ ବୈଠକରୁ ବାହାରିବା ପରେ ରାଜେନ୍ଦ୍ର ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯେଭଳି ଅଶାଳୀନ ମନ୍ତବ୍ୟ ଦେଇ ପ୍ରତିକ୍ରିୟା ରଖିଲେ, ତାହା ବବିଙ୍କ ଗୁପ୍ତ ରଣନୀତି ବା ପ୍ଲାନକୁ ଭଣ୍ଡୁର କରିବା ଏବଂ ଗଣମାଧ୍ୟମରେ ଏହି ମେଳିକୁ ବିବାଦରେ ରଖିବା ପାଇଁ ଏକ ସୁଚିନ୍ତିତ ଚାଲ୍ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ନବୀନଙ୍କୁ ଟାର୍ଗେଟ, ଯୁବନେତାଙ୍କୁ ନେତୃତ୍ୱ ଦିଅ: କିଶୋର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସିଧାସଳଖ ଟାର୍ଗେଟ୍ କରି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇ କହିଛନ୍ତି ଯେ, ଯାହାଙ୍କ ଉପରେ ଓଡ଼ିଶାବାସୀ ବିଶ୍ୱାସ ରଖିଥିଲେ, ସେ ଯଦି ଦଳକୁ ଅନ୍ୟ ଲୋକଙ୍କ ହାତରେ ଟେକି ଦେଇ ନିଜେ ଚୁପ୍ ବସିଯିବେ, ତେବେ ପରିସ୍ଥିତି ନିଶ୍ଚିତ ଭାବେ ଖରାପ ହେବ । ଏହାର ପ୍ରଭାବ ଏବେ ପଂଚାୟତ ଓ ମ୍ୟୁନିସିପାଲିଟିସ୍ତରରେ ଦେଖିବାକୁ ମିଳିଲାଣି । ସାଧାରଣ ଲୋକେ ଏବେ ଦଳ ଛାଡ଼ିବା ଆରମ୍ଭ କଲେଣି । ଯେଉଁମାନେ ଦଳ ପାଇଁ ଜେଲ୍ ଯାଇଛନ୍ତି, ମାଡ଼ ଖାଇଛନ୍ତି ଏବଂ ଦୀର୍ଘ ଦିନ ଧରି ପରିଶ୍ରମ କରିଛନ୍ତି, ସେମାନଙ୍କୁ ଅଣଦେଖା କରାଯାଇ ଦଳ ସହ କୌଣସି ସଂପର୍କ ନଥିବା ଲୋକଙ୍କୁ ଟିକେଟ୍ ଦିଆଯାଇଛି । ଏହି ଭୁଲ୍ ନିଷ୍ପତ୍ତି ଯୋଗୁଁ ହିଁ ୨୦୨୪ ନିର୍ବାଚନରେ ଦଳ ହାରିଥିବା ସେ କହିଛନ୍ତି । ଯେଉଁମାନେ ବିଜୁ ବାବୁ କିମ୍ବା ନବୀନ ବାବୁଙ୍କ ଆଦର୍ଶ ବିଷୟରେ କିଛି ଜାଣିନାହାଁନ୍ତି, ସେମାନଙ୍କୁ ଆଗକୁ ଅଣାଯାଇଛି । ଯାହା ଫଳରେ ଆଜି ଦଳର ଏଭଳି ଦୁର୍ଦ୍ଦଶା ହୋଇଛି । ଯଦି ଦଳକୁ ସୁଧାରିବାକୁ ହେବ, ତେବେ ପୁରୁଣା କାର୍ଯ୍ୟଶୈଳୀ ଏବଂ ପୁରୁଣା ଢାଂଚାକୁ ପରିତ୍ୟାଗ କରିବାକୁ ପଡ଼ିବ । ଦିନକୁ ଦିନ ବଦଳୁଥିବା ଲୋକଙ୍କ ସମୀକରଣକୁ ବୁଝି ନୂଆ ଯୋଜନା କରିବାକୁ ହେବ । ଦଳ ପାଇଁ ତ୍ୟାଗ କରିଥିବା କର୍ମୀଙ୍କୁ ପ୍ରାଧାନ୍ୟ ନଦେଲେ ଏହି ପତନକୁ ରୋକିବା ସମ୍ଭବ ନୁହେଁ । ଦଳର ନେତୃତ୍ୱ ଯୁବନେତାଙ୍କୁ ଦିଆଯାଉ ବୋଲି ସେ କହିଛନ୍ତି । ନୂଆ ଆଂଚଳିକ ଦଳ ଓ ରାଜ୍ୟସଭା ନିର୍ବାଚନ ଉପରେ ନଜର ବିଜେଡିରେ ଏବେ ‘ସେକେଣ୍ଡ ଇନ୍ କମାଣ୍ଡ’ କିଏ ହେବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ବବି ଦଳରେ ନିଜର ପୁରୁଣା ସ୍ଥିତି ଫେରି ପାଇବା ପାଇଁ ଜୋରଦାର କସରତ ଜାରି ରଖିଛନ୍ତି । ସବୁ ପ୍ରୟାସ ପରେ ମଧ୍ୟ ତାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କିମ୍ବା ସାଂଗଠନିକ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଉନଥିବାରୁ ସେ ଏବେ ପ୍ରେସର ଟ୍ରିକ୍ ଆପଣାଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଓ ଅନ୍ୟ କିଛି ନେତା ମିଳିତ ଭାବେ ନୂଆ ଆଂଚଳିକ ଦଳ ଗଢ଼ିବା ପାଇଁ ସଜବାଜ ହେଉଛନ୍ତି ବୋଲି ଚର୍ଚ୍ଚା ମଧ୍ୟରେ ବବିଙ୍କ ଖାସ୍ ଅନୁଗତମାନଙ୍କ ଏହି ମେଳିକୁ ମଧ୍ୟ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ବବିଙ୍କୁ ଯଦି ଦଳରେ ଉପଯୁକ୍ତ ପଦବୀ ନମିଳେ, ସେ ରାଜ୍ୟସଭା ନିର୍ବାଚନବେଳେ ନିଜର ପତିଆରା ଜାହିର କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠୁ ବଡ଼ କଥା ହେଉଛି, ବବିଙ୍କ ଏଭଳି ଷଡ଼ଯନ୍ତ୍ରକୁ ଦଳର ପିଏସି କିଛି ଆଗଧାଡ଼ିର ସଦସ୍ୟ ଓ ବରିଷ୍ଠ ନେତାମାନେ ମଧ୍ୟ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ବବି ଚାହିଁଲେ ଏହି ଗୁପ୍ତ ମେଳି ବା ତଥାକଥିତ ବନ୍ଧୁମିଳନ ଉପରେ ରୋକ୍ ଲାଗି ପାରନ୍ତା । ମାତ୍ର ସେ ନିଜର ପତିଆରା ଜାହିର କରିବା ପାଇଁ ଏବେଠୁ ଗୋଟି ଚାଳନା ଆରମ୍ଭ କରିଛନ୍ତି, ଯାହା ନବୀନଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ରାଜନୀତିକ ମହଲରେ ଆଶଙ୍କା କରାଯାଉଛି ।
ପୁଲିସ SI କେଳେଙ୍କାରୀ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିଲିକନ୍ ମୁଖ୍ୟ
ସମାଜ ନ୍ୟୁଜ ଡେସ୍କ- ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ସିଲିକନ୍ କମ୍ପାନୀ ମୁଖ୍ୟ । ସିଲିକନ୍ ର ମୁଖ୍ୟ ସୁରେଶ କୁମାର ନାୟକ ଶୁକ୍ରବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜାମିନ ପାଇଁ ଆବେଦନ କରିଛନ୍ତି । ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ପାଖାପାଖି ୧୨୩ ଜଣଙ୍କୁ ପୁଲିସ ଏବଂ ପରେ ସିବିଆଇ ଗିରଫ କରିଛି ।
ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ
ଫୁଲବାଣୀ : ଜନୈକା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ସିଙ୍ଗିପୁର ଗ୍ରାମର ରାଜାରାମ ବିଷୋୟୀ। ସୂଚନା ଅନୁଯାୟୀ, ଉଭୟ ପୀଡିତା ଏବଂ ଅଭିଯୁକ୍ତ ଫୁଲବାଣୀ ସହରର ଏକ ହୋଟେଲରେ କାମ କରୁଥିଲେ।ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ପrଡିତା ହୋଟେଲରେ କାମ ସାରି […]
କେନ୍ଦ୍ରାପଡ଼ା ଜିଲ୍ଲାରୁ ଜବତ ହେଉଛି ମାଳମାଳ ବନ୍ଧୁକ, ବେଆଇନ ବନ୍ଧୁକ ରାକେଟ୍ ପଛରେ ମାଷ୍ଟରମାଇଣ୍ଡ କିଏ ?
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ରେ ନିଜକୁ ଅସୁରକ୍ଷିତ ମଣିଲେଣି ଲୋକ । ଅଳ୍ପଦିନ ବ୍ୟବଧାନରେ ଭିନ୍ନଭିନ୍ନ ମାମଲାରେ ବନ୍ଧୁକ ଜବତ କରିଛି ପୁଲିସ । ସ୍କୁଲ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତଙ୍କ ପାଖରୁ ମିଳୁଛି ବନ୍ଧୁକ । କେନ୍ଦ୍ରାପଡ଼ାକୁ କେଉଁଠୁ ଓ କେମିତି ଆସୁଛି ବେଆଇନ୍ ବନ୍ଧୁକ ? ଆପରାଧିକ କାରବାର ପାଇଁ ବେଶ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା। ଗ୍ୟାଙ୍ଗୱାର ଠାରୁ ଗୁଳିକାଣ୍ଡ। ଗୋଷ୍ଠୀ କନ୍ଦଳରୁ ବେଆଇନ୍ ବନ୍ଧୁକ କାରବାର, ସବୁ ଚାଲିଛି ଏଠାରେ। ଏଇ କିଛି ଦିନ ହେବ, ବନ୍ଧୁକଧାରୀ ଅପରାଧୀଙ୍କୁ ବାନ୍ଧିଛି କେନ୍ଦ୍ରାପଡ଼ା ପୁଲିସ। ଅଧିକ ପଢ଼ନ୍ତୁ : ଯୁବକଙ୍କ ଗଳା କାଟିଥିଲେ ଯୁବତୀ: ରହସ୍ୟର ଖୁଲାସା କଲେ କେନ୍ଦ୍ରାପଡ଼ା ଏସପି ଚଳିତ ମାସ ୧୫ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ବାରୋରେ ଦୁର୍ବୃତ୍ତକୁ ଗୋଡ଼େଇ ଗୋଡ଼େଇ ମାଡ଼ି ବସିଲା ପୁଲିସ । ଅଭିଯୁକ୍ତ ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ । ସେହିଭଳି ଚଳିତମାସ ୧୩ ତାରିଖରେ ସ୍କୁଲକୁ ବନ୍ଧୁକ ନେଇ ଯାଇଥିଲେ ଛାତ୍ର, ବନ୍ଧୁକ ଜବତ କରି ତଦନ୍ତ କରୁଛି ପୁଲିସ। ନଭେମ୍ବର ୨୬ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଜଣେ ଦୁର୍ବୃତ୍ତ ପାଖରୁ ମିଳିଥିଲା ବନ୍ଧୁକ ଓ ଅଫୁଟା ଗୁଳି। ସେହିପରି ସଦର ଥାନା ଅନ୍ତର୍ଗତ ଆୟେବା ଗାଁରେ, ଗୋରୁ ଚାଲାଣକୁ ନେଇ ଗୁଳିକାଣ୍ଡ। ଟାଉନ ଥାନା ଅଞ୍ଚଳର ୧୪ ନଂ ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରୁ ମିଳିଥିଲା ୩ଟି ବନ୍ଧୁକ, ୫୦ରୁ ଅଧିକ ଗୁଳି। ଏହିଭଳି ଘଟଣା ସ୍ପଷ୍ଟ କରୁଛି କେନ୍ଦ୍ରାପଡ଼ା ଏବେ ବନ୍ଧୁକ ମୟ । ଅଧିକ ପଢ଼ନ୍ତୁ : ୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା: ସମୟ ବିତିଛି, ସରିନି ସମସ୍ୟା ଜିଲ୍ଲାରେ ଏହି ଭଳି ବନ୍ଧୁକ ମିଳିବା ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକଙ୍କ ସୁରକ୍ଷାକୁ ନେଇ ସନ୍ଦେହ ବଢ଼ୁଛି। ଜିଲ୍ଲାରେ ସବୁକିଠି ଠିକ୍ଠାକ୍ ଅଛି ତ! କେନ୍ଦ୍ରାପଡ଼ାରେ ଯୁବଗୋଷ୍ଠୀ ଅପରାଧ ଆଡ଼କୁ ମୁହାଁଉଛନ୍ତି। ସେମାନଙ୍କ ପାଖକୁ ବନ୍ଧୁକ ଆସୁଛି କେଉଁଠୁ? ରାଜ୍ୟ ଭିତରୁ ନା ବାହାରୁ? ସହରବାସୀଙ୍କ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରାପଡ଼ା ଏସପି କହିଛନ୍ତି, ତଦନ୍ତ ଚାଲିଛି, କିଙ୍ଗପିନ୍ କିଏ? ତାପାଖରେ ପହଞ୍ଚିବା ପାଇଁ ପୁଲିସ ଚେଷ୍ଟା କରୁଛି ।
ସ୍ୱାଧୀନ ଭାରତର ଏମିତି ଗାଁ, ଯେଉଁଠି ନଈ ମଝିରେ ଜୀବନ
କନକ ବ୍ୟୁରୋ : ଯାତାୟାତ ପାଇଁ ରାସ୍ତା। ଗାଁରେ ପହଞ୍ଚିବା ପାଇଁ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡ଼େ। କେବଳ ସେତିକି ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ । ସବୁ ସୁବିଧାରୁ ବଞ୍ଚିତ ହୋଇ ଉପାନ୍ତରେ ଏକ ପ୍ରକାର ଅଭିଶପ୍ତ ଜୀବନ ଜିଉଁଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁର ଲୋକ । ଏମିତି ଗାଁରେ କେମିତି ବଞ୍ଚିଛୁ? ନଈ ମଝିରେ କଣ୍ଟକିତ ଜୀବନ । କେମିତି କହିବୁ ଆମେ ସ୍ୱାଧୀନ? ପାଣି ଘେରରେ ପାଣି ଚିନ୍ତା । ଆଉ କେତେ କଷ୍ଟ ସହିବୁ ? ଏସବୁ କଥା ଏଇମାନଙ୍କର। ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ପରିସ୍ଥିତ ସହ ଜୁଝୁଥିବା ଗରିବ ଖଟିଖିଆଙ୍କର। ଗାଁକୁ ଘେରିରହିଛି ପାହାଡ଼ି ନଈ। ପଥର ଫାଙ୍କରେ ବହି ଯାଉଛି ପାଣି । ଆଉ ଏଇ ପାଣିରେ ଭାସି ଯାଇଛି ଏଇ ଗାଁର ବିକାଶ । ନଈ ଆରପଟେ ଅଟକି ଯାଇଛି ଜୀବନ । ପାହାଡ଼ି ରାସ୍ତା, ପାହାଡ଼ି ନଈ ପାରି ହୋଇ, ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁରେ ପହଞ୍ଚିଥିଲେ ଆମ ପ୍ରତିନିଧି। ଆଉ ଗ୍ରାଉଣ୍ଡ ଜିରୋରୁ କଏଦ କରିଥିଲେ ଗ୍ରାମିଣ ମଣିଷଙ୍କ ସଂଘର୍ଷର କାହାଣୀ। ଅଧିକ ପଢ଼ନ୍ତୁ : ବୈପାରିଗୁଡା ମୂଷାପଦର ଗାଁରେ ଠିକାଦାର କାରନାମା ପଦାରେ ପକାଇଲା ଅଧାରକାର୍ଡ , ଥାନାରେ ଅଭିଯୋଗ ବୈପାରିଗୁଡା ବ୍ଲକ ଚିପାକୁର ପଞ୍ଚାୟତ ଅନ୍ତର୍ଗତ କାଉକୁଣ୍ଡ ଗାଁର ଦୁଃଖ ପାଲଟିଛି ଧର୍ମଗାଡ଼ ପାହାଡ଼ି ନଈ । ନଦୀରେ ପୋଲ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସବୁ ଅଟକିଛି ନଈ ସେପଟେ। ଗାଁରେ ନଳକୂଅ ଅଛି କିନ୍ତୁ ଶୋଷ ମେଣ୍ଟାଉଛି ନଦୀ। ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି, କିନ୍ତୁ ସରୁନି । ଅଙ୍ଗନବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି ପ୍ରାକ୍ ଶିକ୍ଷା। ସେହିପରି ଉପସ୍ଥାନ କମ୍ ଦର୍ଶାଇ ଗାଁରେ ଥିବା ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ନଦୀ ପାରି କରି ଅନ୍ୟତ୍ର ପିଲାଙ୍କୁ ପଠାଉନାହାନ୍ତି ଅଭିଭାବକ । ଫଳରେ ଅଙ୍ଗନବାଡି ପରେ ଶିକ୍ଷାରୁ ବଞ୍ଚିତ କୁନିକୁନି ଶିଶୁ। ଅଧିକ ପଢ଼ନ୍ତୁ : ବସୁଧା ଯୋଜନା ନାଁରେ ଜାଲିଆତି । ପାଣି ମୁନ୍ଦାଏ ପାଇଁ ଏବେ ବି ଅସୁବିଧା ଭୋଗୁଛନ୍ତି ବୈପାରିଗୁଡା ଲୋକେ ଧର୍ମଗାଡ଼ ନଦୀ ଉପରେ ପୋଲଟିଏ କରିବା ପାଇଁ ଗାଁ ଲୋକ ଅନେକ ଥର ଗୁହାରି କରିଛନ୍ତି। ଗାଁ ପାଇଁ ପ୍ରତିବର୍ଷ ବଜେଟ୍ରେ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। କିନ୍ତୁ ସରକାରଙ୍କ ସେହି ତାଲିକାରେ ସାମିଲ ହେବା ପାଇଁ ଏଇ ଗାଁର ପାଳି ପଡ଼ିନାହିଁ। ତେଣୁ ଆଜି ବି ସରକାରୀ ଯୋଜନା ପହଞ୍ଚି ପାରିନାହିଁ। ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।
ମହିଳାଙ୍କୁ ଅସଦାଚରଣ ମାମଲା- ଦୋଷୀକୁ ୧ ବର୍ଷ ସଶ୍ରମ କାରାଦଣ୍ଡ
ସମ୍ବଲପୁର : ସମ୍ବଲପୁରରେ ଘଟିଥିବା ଏକ ମହିଳା ଅସଦାଚରଣ ମାମଲାରେ ଘଟଣା ଘଟିବାର ମାତ୍ର ୧୪୩ ଦିନ (୫ ମାସ ମଧ୍ୟରେ) ଅଦାଲତ ତାଙ୍କର ଫଇସଲା ଦେଇ ଦଣ୍ଡାଦେଶ ଦୋଷୀକୁ ଦେଇଛନ୍ତି । ସମ୍ବଲପୁରର କ୍ଷେତରାଜପୁର ଥାନାଞ୍ଚଳରେ ଗତ ୨୯ ଜୁଲାଇରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ଥାନାରେ ହୋଇଥିଲା । ଏହି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଶେଖର ସୁନା (୨୬) କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା […]
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବାହିଁ ଜୀବନର ଉତ୍କର୍ଷ, ସେବାହିଁ ମୂଳମନ୍ତ୍ର ମାନବ ସେବେଠାରୁ ବଳି ଦୁର୍ଲ୍ଲଭ କାର୍ଯ୍ୟ ନାହିଁ।ତେଣୁ ମୁଁ ଏ ଜିଲ୍ଲାର ଜିଲ୍ଲାପାଳ ନୁହଁ ବରଂ ଜିଲ୍ଲାର ପ୍ରଥମ ସେବକ।କାୟମନୋବାକ୍ୟରେ ମାନବ ସେବାକରିବା ଦ୍ୱାରା ବିଭୁକୃପା ଲାଭହୁଏ। ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୦୫ ମସିହାରୁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନେ ସ୍ୱାସ୍ଥ୍ୟସେବାର ମୁଖ୍ୟ କର୍ଣ୍ଣଧାର ପାଲଟିଛନ୍ତି।ପ୍ରଜନନ,ଶିଶୁ ସ୍ୱାସ୍ଥ୍ୟ,ଟୀକାକରଣ ଠାରୁ ପ୍ରସବ,ଶିଶୁ ଯତ୍ନ,ପରିବାର ନିୟୋଜନ ପର୍ଯ୍ୟନ୍ତ ସବୁଠି ଆଶାମାନେ ତାଙ୍କର ପାରଦର୍ଶିତା ଦେଖାଇଚାଲିଛନ୍ତି।ଖାଲି ସେତିକି ନୁହେଁ ଯକ୍ଷ୍ମା,କୁଷ୍ଠ ନିରାକରଣ,ଅଣସଂକ୍ରାମକ ରୋଗ ଯଥା କର୍କଟ,ରକ୍ତଚାପ ,ହୃଦ ରୋଗ ଆଦି ରୋଗର ନିରୂପଣ ,ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏମାନଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ।କେବଳ ରୋଗର ଚିକିତ୍ସା କାହିଁକି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଆଶାମାନେହିଁ ଆଗଧାଡ଼ିରେ କାମକରନ୍ତି।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶାମାନେ ବିଗତଦିନମାନଙ୍କରେ ଉଦାହରଣ ସୃଷ୍ଟିକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ପ୍ରଶଂସାଭାଜନ ହୋଇପାରିଛନ୍ତି। ଏଥିପାଇଁ ସେମାନଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଯୋଗେଇଦେବାକୁ ଏମିତି ଏକ କାର୍ଯ୍ୟକ୍ରମର ପରିକଳ୍ପନା । ପରିମଳ ବ୍ୟବସ୍ଥା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଏହି ବ୍ୟବସ୍ଥାର ସୁ-ପରିଚାଳନା ନିମନ୍ତେ ସରକାର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଗ୍ରାମ କଲ୍ୟାଣ ସମିତି ଓ ସହରାଞ୍ଚଳରେ ମହିଳା ଅରୋଗ୍ୟ ସମିତିମାନ ଗଠନ କରି ସେମାନଙ୍କୁ ପାଣ୍ଠି ଯୋଗାଇଦେଉଛନ୍ତି।ଏହାର ଊପଯୁକ୍ତ ପରିଚାଳନାରେ ସ୍ୱାସ୍ଥ୍ୟ ସେବା ଅଧିକ ଫଳପ୍ରଦ ହୁଏ।ଆଶା କର୍ମୀ ,ସ୍ୱାସ୍ଥ୍ୟକର୍ମୀ,ଏବଂ ସ୍ୱାସ୍ଥ୍ୟବିଭାଗରେ କାର୍ଯ୍ୟକରୁଥିବା ସମସ୍ତେ ସେବାମନୋଭାବ,ଉତମ ବ୍ୟବହାର ଓ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ହିଁ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ପଭୁତ ଉନ୍ନତି ସାଧିତ ହୋଇପାରିବ।ତେଣୁ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଆଶା କର୍ମୀମାନଙ୍କୁ ପୁରସ୍କୃତ କରି ସେମାନଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କୁ ଅବଗତ କରାଇ ଅନୁପ୍ରେରିତ କରିବା ସହ ସଫଳ ଗ୍ରାମକଲ୍ୟାଣ ଓ ମହିଳା ଆରୋଗ୍ୟ ସମିତିମାନଙ୍କୁ ପୁରସ୍କୃତ କରି ସେମାନଙ୍କୁ ଅଧିକ କାର୍ଯ୍ୟଦକ୍ଷ କରାଇବା ଜିଲ୍ଲା ଆଶା ଓ ଗ୍ରାମକଲ୍ୟାଣ ସମିତି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ଯୋଗଦେଇ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ନିଜ ଅଭିଭାଷଣରେ କହିଛନ୍ତି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜିତ ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହ ଚିକିତ୍ସାଧିକାରୀ,ପରିବାର ନିୟୋଜନ ଡାକ୍ତର କନକଲତା ସାହୁ,ଜିଲ୍ଲା ସହ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ବଳ,ଡାକ୍ତର ସନ୍ତୋଷ କୁମାର ପୃଷ୍ଟି,ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ରିନାରାଣୀ ପାତ୍ର,ସମ୍ମାନିତ ବକ୍ତା ଭାବେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବନବିହାରୀ ମିଶ୍ର,ଜିଲ୍ଲା ବିତ ପରିଚାଳକ ନୀଳ ମାଧବ ରଥ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ପରିଚାଳିକା କଳ୍ପନା ସାମଲ ଦେଇଥିବାବେଳେ ତିହିଡିର ବିତପରିଚାଳକ ବିପ୍ଳବ ରଞ୍ଜନ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତିହିଡିର ଯୋଗ ଶିକ୍ଷକ ଚିନ୍ମୟ ଜେନା ଏବଂ ସାଥୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ। ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ, ମହିଳା ଅରୋଗ୍ୟ ସମିତି ଓ ଗ୍ରାମ କଲ୍ୟାଣ ସମିତିର ସଦସ୍ୟ ସଦସ୍ୟାମାନଙ୍କ ସହ ପୁରସ୍କୃତ ହୋଇଥିବା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ (ସରପଂଚ)ମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଶ୍ରେଷ୍ଠ ଅଶାକର୍ମୀ ,ଗ୍ରାମକଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଡିପିଏମ ଡାପସୁ ର ଦେବବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। Continue reading ସେବାହିଁ ଜୀବନର ମୂଳମନ୍ତ୍ର,ମୁଁ ଜିଲ୍ଲାପାଳ ନୁହଁ ଜିଲ୍ଲାର ସେବକ-ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ଆଶା ଗ୍ରାମକଲ୍ୟାଣ ସମିତିର ସମାବେଶ
ବିତର୍କିତ ଜେଫ୍ରି ଏପଷ୍ଟିନ ଫାଇଲ୍ସକୁ ନେଇ ପୁଣି ଚର୍ଚ୍ଚା, ମିଳିଲା ଗୁପ୍ତ ଫଟୋ, ସାରା ବିଶ୍ୱରେ ଚହଳ
କନକ ବ୍ୟୁରୋ : ଆମେରିକା ରେ ଜେଫ୍ରି ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଖୋଲା ହେବା ପରେ ଆମେରିକା ସମେତ ସାରା ବିଶ୍ବରେ ଚହଳ ପଡ଼ିଯାଇଛି । ଏହି ଫାଇଲରେ ଏପଷ୍ଟିନଙ୍କ ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଅଛି ହଜାର ହଜାର ଫଟୋ । ଅଧିକ ପଢ଼ନ୍ତୁ : ଭାରତ ଉପରେ ଟାରିଫକୁ ଆମେରିକା ସଂସଦରେ ବିରୋଧ, ସମ୍ପର୍କ ବିଗୁଡ଼ୁଥିବା ନେଇ ସାଂସଦଙ୍କ ଦାବି ଆମେରିକାରେ ଜେଫ୍ରି ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଖୋଲା ହେବା ପରେ ଆମେରିକା ସମେତ ସାରା ବିଶ୍ବରେ ଚହଳ ପଡ଼ିଯାଇଛି । ଏହି ଫାଇଲରେ ଏପଷ୍ଟିନଙ୍କ ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଅଛି ହଜାର ହଜାର ଫଟୋ । ବିଶ୍ବର ନାମୀଦାମୀ ଲୋକଙ୍କ ଫଟୋ ଆସୁଛି ସାମ୍ନାକୁ । ୬୮ଟି ନୂଆ ଫଟୋ ପ୍ରକାଶ ପାଇଛି, ଯେଉଁଥିରେ ବିଲ୍ ଗେଟ୍ସ, ଷ୍ଟିଭ୍ ବ୍ୟାନନ୍, ଉଡି ଆଲେନ୍ ଓ ଅନେକ ପରିଚିତ ଚେହେରା ଅଛନ୍ତି । ଏପଷ୍ଟିନ୍ କାଣ୍ଡରେ ନୂଆଫଟୋ ପ୍ରକାଶ ଆମେରିକୀୟ ହାଉସ୍ କମିଟି ୬୮ଟି ନୂଆଫଟୋ ପ୍ରକାଶ କରିଛି ଏପଷ୍ଟିନଙ୍କ ଏଷ୍ଟେଟରେ ୯୫, ୦୦୦ରୁ ଅଧିକ ଫଟୋ ମଧ୍ୟରୁ ମିଳିଛି ଫଟୋରେ ବିଲ୍ ଗେଟ୍ସ, ସେର୍ଗେଇ ବ୍ରିନ୍, ଷ୍ଟିଭ୍ ବ୍ୟାନନ୍, ଉଡି ଆଲେନ୍ ପ୍ରମୁଖ ଅଛନ୍ତି ପୂର୍ବରୁ ଟ୍ରମ୍ପ, କ୍ଲିଣ୍ଟନ୍, ଏଲନ ମସ୍କଙ୍କ ଫଟୋ ଭାଇରାଲ୍ ହୋଇଥିଲା କିଛି ଫଟୋରେ ମହିଳାଙ୍କ ଶରୀରରେ ଲୋଲିଟା ଉପନ୍ୟାସର ଉଦ୍ଧୃତି ଲେଖାଯାଇଛି ଏସବୁ ଫଟୋରେ ଅପରାଧର ପ୍ରମାଣ ନାହିଁ ଏହି ସାମାଜିକ ଫଟୋଗୁଡ଼ିକ କେବଳ ସମ୍ପର୍କ ଦେଖାଉଛି ଏସବୁ ଟ୍ରମ୍ପ ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଛି କାରଣ ଟ୍ରମ୍ପ ନିଜେ ଏହି ଆଇନ ଲାଗୁ କରିଥିଲେ ଅଧିକ ପଢ଼ନ୍ତୁ : ୯କୋଟି ଦିଅ, ଆମେରିକାର ନାଗରିକତ୍ୱ ନିଅ: ଟ୍ରମ୍ପଙ୍କ ବଡ଼ ଘୋଷଣା ଏପଷ୍ଟିନ୍ ଫାଇଲ୍ସ୍ ଟ୍ରାନ୍ସପାରେନ୍ସି ଆକ୍ଟ୍ ଅନୁଯାୟୀ ଡିପାର୍ଟମେଣ୍ଟ୍ ଅଫ୍ ଜଷ୍ଟିସ୍ ସମସ୍ତ ଅନକ୍ଲାସିଫାଏଡ୍ ଫାଇଲ୍ ପ୍ରକାଶ କରିବାକୁ ବାଧ୍ୟ। କିନ୍ତୁ ଏପର୍ଯ୍ୟନ୍ତ ବଡ଼ ରିଲିଜ୍ ହୋଇନାହିଁ। ଆମେରିକାରେ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଜେଫ୍ରି ଏପଷ୍ଟିନଙ୍କ ସହ ଅନେକ ଲୋକଙ୍କ ସମ୍ପର୍କ ଆମେରିକା ରାଜନୀତିରେ ଚର୍ଚ୍ଚାର କାରଣ ହୋଇଆସିଛି। ଏହି ଫଟୋଗୁଡ଼ିକ ଏପଷ୍ଟିନଙ୍କ ଏଷ୍ଟେଟରୁ ମିଳୁଛି। ଏପଷ୍ଟିନ୍ ୨୦୧୯ରେ ଜେଲରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ତାଙ୍କ ମାମଲା ଆଜି ମଧ୍ୟ ଚର୍ଚ୍ଚାରେ । ପ୍ରକାଶ ପାଇଥିବା ଫାଇଲରେ ଏପଷ୍ଟିନଙ୍କ ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । କୁହାଯାଉଛି ଏଥିରେ ୯୫ ହଜାରରୁ ଅଧିକ ଲୋକଙ୍କ ଗୁପ୍ତ ଫୋଟ ରହିଛି । ଏପଷ୍ଟିନ ଫାଇଲ୍ସକୁ ନେଇ ପୁଣି ଆମେରିକାରେ ହଇଚଇ ସୃଷ୍ଟି ହେଇଥିବା ବେଳେ ଏଥିରେ ଥିବା ନାମୀ ଓ ଶକ୍ତିଶାଳୀ ଲୋକଙ୍କ ନାମ ଥିବାରୁ ଏହା ବିଶ୍ୱ ରାଜନୀତି ଏବଂ ବ୍ୟବସାୟରେ ଏକ ନୂତନ ବିବାଦ ସୃଷ୍ଟି କରିଛି।
ସୂଚନା ଫଳକ ଭୁଶୁଡି ପ୍ରଥମ ଶ୍ରେଣୀର ଛାତ୍ରର ମୃତ୍ୟୁ
ବହଳଦା- ମୟୁରଭଞ୍ଜ ଜିଲ୍ଲା ତିରିଂଥାନା ଅନ୍ତର୍ଗତ ବଡଭୁଣ୍ଡୁ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡି ଜଣେ ପ୍ରଥମ ଶ୍ରଣୀ ଛାତ୍ରର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲା ତିରିଂ ଥାନା ଅନ୍ତର୍ଗତ ବଡଭୁଣ୍ଡୁ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ସିମେଣ୍ଟ ଇଟାରେ ନିର୍ମିତ ଏକ ନିର୍ମାଣ ସମ୍ବନ୍ଧୀୟ ସୂଚନା ଫଳକରେ ତିନିଜଣ ଛାତ୍ର ଖେଳୁଥିବା ବେଳେ, ଫଳକ ଭୁଶୁଡି ପଡିବାରୁ ଘଟଣାସ୍ଥଳରେ ଜନୈକ ପ୍ରଥମ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଛି । ଖବର ମୁତାବକ ଉଚ୍ଚ ବିଦ୍ୟାଳୟ […]
ହାର୍ଦ୍ଦିକ, ତିଳକଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ୨୩୧/୫
ସମାଜଲାଇଭ ଡେସ୍କ: ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୩୨ ରନର ବିଜୟ ଲକ୍ଷ୍ୟ ଦେଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ(୨୫ବଲ) ଏବଂ ତିଳକ ବର୍ମାଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ୭୩ (୪୨ବଲ) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୨୩୧ ରନ କରିଥିଲା। ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ହାର୍ଦ୍ଦିକଙ୍କ ୬୩ ରନର ପାଳି ମଧ୍ୟରେ ୫ ବିଶାଳ ଛକା ଓ ୫ ଚଉକା ସାମିଲ ଥିଲା। […]
ଟି-20 ବିଶ୍ବକପ୍ ପାଇଁ ଆସନ୍ତାକାଲି ଟିମ୍ ଇଣ୍ଡିଆ ଘୋଷଣା ହେବ
ସମାଜ ନ୍ୟୁଜ ଡେସ୍କ- ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି ଟି-20 ବିଶ୍ୱକପ । ଏନେଇ ଟିମ ଇଣ୍ଡିଆର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୨୦ରେ ଦଳ ଘୋଷଣା ଘୋଷଣା ହେବା ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଭୟ ଟି-20 ବିଶ୍ୱକପ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା ହେବ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପସ୍ଥିତିରେ ଦଳ […]
ସାରସ୍ୱତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ସାରସ୍ୱତ ଉଚ୍ଚ ବିଦ୍ୟାଳୟ ଜଳହରି ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଗୌର ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଆଲୁମିନୀ କମିଟି ର ସଭାପତି ନାରାୟଣ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଳନ୍ଦୀ ପରିଡା,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ତଥା ଆଲୁମିନୀ କମିଟି ର ଉପସଭାପତି ରାଜେନ୍ଦ୍ର ଶତପଥୀ, ଉତ୍ସବଟିକୁ ସଂଚଳନା କରିଥିଲେ ପ୍ରାକ୍ତନ କ୍ରୀଡା ଶିକ୍ଷକ ନବକିଶୋର ପରିଡା । ବିଦ୍ୟାଳୟ ମଣିଷ ତିଆରି କାରଖାନା, ଏଠାରେ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଅଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ, ଶିକ୍ଷୟତ୍ରୀ ସସ୍ମିତା ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୁତିଶ୍ରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଟିକୁ ଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ରାଉତ,ସୁମତି ଦେ,ସ୍ମୁତିରଂଜିତା ମହାଳିକ,ପ୍ରିୟଦର୍ଶନି ରାଉତ, ତନୁଜା ରାଉତ,ଚୁମୁକି ଯେନା, ସୁଷମା ଜେନା, ପ୍ରମିଳା ନାୟକ,ଶିକ୍ଷକ ବିଶ୍ୱଜିତ ପ୍ରଧାନ, ରାଜେନ୍ଦ୍ର ବାରିକ, ସୁଶାନ୍ତ ଜେନା, ଗୌରାଙ୍ଗ ସେଠି ପ୍ରମୁଖ ପରିଚାଳନା କରିଥିଲେ । Continue reading ସାରସ୍ୱତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ନଦୀଗାଁ ପଂଚାୟତ ବିଜେଡି ସଭାପତି ହରିହର ସାହୁ ଦଳ ଛାଡିଲେ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ନଦିଗାଁ ଗ୍ରାମ ପଂଚାୟତର ବିଜୁ ଜନତା ଦଳ ର ସଭାପତି ହରିହର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି ।ତାଙ୍କର ଇସ୍ତଫା ପତ୍ରକୁ ବ୍ଲକ ସଭାପତି ପ୍ରତାପ ସାମଲ ଙ୍କ ନିକଟ ପଠାଇଛନ୍ତି ।ଶ୍ରୀ ବେହେରା ପ୍ରତିକ୍ରିୟାରେ କହିଛନ୍ତି, “ଧାମନଗର ବିଜେଡ଼ି ଏବେ କେବଳ ଜଣେ ବ୍ୟକ୍ତିଙ୍କ ଇଚ୍ଛାରେ ଚାଲୁଛି । ବରିଷ୍ଠ ନେତୃତ୍ୱ ଙ୍କୁ ଅଣଦେଖା କରାଯାଉଛି ।” ତାଙ୍କର ଏହି ଅଭିଯୋଗରୁ ସ୍ପଷ୍ଟ, ଦଳର ଅଭ୍ୟନ୍ତରୀଣ ଅସନ୍ତୋଷ ଏବେ ପ୍ରକାଶ୍ୟ ହୋଇପାରିଛି । ସ୍ଥାନୀୟ କାର୍ଯ୍ୟ କର୍ତା ମାନଙ୍କ ମଧ୍ୟରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଯାଉଛି । ଦଳୀୟ ଅସନ୍ତୋଷ, ନେତୃତ୍ୱ ସମ୍ପର୍କୀୟ ଅଭିଯୋଗ, ଏବଂ ସ୍ଥାନୀୟ ସ୍ତରରେ ଅଣଦେଖା କରାଯାଇଥିବାର ଅଭିଯୋଗ ବଢ଼ିଛି ।ଶ୍ରୀ ବେହେରାଙ୍କ ଇସ୍ତଫା ଦଳରେ ନୂତନ ଚର୍ଚ୍ଚାର ସୃଷ୍ଟି କରିଛି ।ସ୍ଥାନୀୟ ସମର୍ଥକମାନଙ୍କ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ସ୍ପଷ୍ଟ । ଶ୍ରୀ ବେହେରା ତାଙ୍କ ବାସ ଭବନ ରେ ପ୍ରେସ ବାର୍ତା ରେ ସାମ୍ବାଦିକ ଙ୍କୁ ସୁଚନା ଦେଇଚନ୍ତି ଯେ ସମାଜ ସେବା ପାଇଁ ଯେଉଟି ରହି ଲୋକଙ୍କ ସେବା କରି ହେବ ବୋଲି ସେ କହିଥିଲେ । ଶ୍ରୀ ବେହେରା କିଛି ଦିନ ହେବ ନିଷ୍କ୍ରିୟ ଥିଲେ ଦଳ ରେ ରହି ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ ,ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଉନଥିଲେ । ଶ୍ରୀ ବେହେରା ତାଙ୍କର ଇସ୍ତଫା ପତ୍ର ମୁଁ ପାଇଛି ତେବେ ସେ ଦଳ ଛାଡି ବିଜେଡି ର୍ଗ କୌଣସି କ୍ଷତି ହେବ ନାହିଁ ବରଂ ନଦୀଗାଁ ରେ ବିଜେଡି ମଜବୁତ ହେବ ବୋଲି ବିଜେଡ଼ି ବ୍ଳକ୍ ସଭାପତି ପ୍ରତାପ ସାମଲ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । Continue reading ନଦୀଗାଁ ପଂଚାୟତ ବିଜେଡି ସଭାପତି ହରିହର ସାହୁ ଦଳ ଛାଡିଲେ
ଏସଏଜେ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ସ୍ଥିତ ଏସ ଏ ଜେ ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇ ଯାଇଛି । ବିଦ୍ୟାଳୟ ସନ୍ନିକଟ ଖେଳ ପଡ଼ିଆରେ ଆୟଜିତ କାର୍ଯ୍ୟକ୍ରମ ରେ ଉଦ୍ଘାଟନ ଉତ୍ସବ୍ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ସରପଂଚ ଅଶୋକ କୁମାର ପଣ୍ଡା, ଅନ୍ୟତମ ଅତିଥିଭାବେ ସିଆରସିସି ହାପା ମାରାଣ୍ଡି, ପୂର୍ବତନ ଏ ବି ଇ ଓ ଭୋଳା ନାଥ ସାହୁ,ପରିଚାଳନା କମିଟି ସଭାପତି ତପନ ଦାସ, ଶିକ୍ଷକ ଉତମ ଜେନା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଖେଳ ସମ୍ପର୍କ ରେ ଉତମ ବାର୍ତା ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଉଜଳିତା ଦ୍ୱିବେଦୀ ଅତିଥି ଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ସରୋଜିନୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶିକ୍ଷୟତ୍ରୀ କବିତା ପଣ୍ଡା , ମନୋସିନି ବେହେରା, ସୁମିତ୍ରା ଦାସ,ହରପ୍ରିୟା ଜେନା ମଂଚ ପରିଚାଳନା କରିଥିଲେ ।କ୍ରୀଡା ଶିକ୍ଷୟତ୍ରୀ ସ୍ୱଚ୍ଛନ୍ଦା ତ୍ରିପାଠୀ , ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ରାଉତ,ଶକୁନ୍ତଳା ମାରାଣ୍ଡି,ଦେବଜାନୀ ମହାନ୍ତି, ରାବେୟା ଖାତୁନୁ, ଅମଲା ଦାସ,ସବିତା ରାଉତ , ଅବତାର ଖାଁ ଖେଳ ପରିଚାଳନା କରିଥିଲେ । ୨ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି ବାର୍ଷିକ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ । Continue reading ଏସଏଜେ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିନ୍ଧୁକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁକିର୍ତୀ କର ତାଙ୍କ ବକ୍ତବ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାଦାନକୁ ବ୍ରତ ଭାବେ ଗ୍ରହଣ କରି ଶ୍ରଦ୍ଧାରେ ଶିକ୍ଷାଦାନ କଲେ ତାହା ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରହଣୀୟ ହୋଇ ପାରିବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ହାଇଟେକ୍ ମେଡିକାଲ୍ କଲେଜର ବରିଷ୍ଠ ଅସ୍ଥିସଲ୍ୟ ବିଭାଗର ଡାକ୍ତର ଦାମୋଦର ପଣ୍ଡା, ମୁଖ୍ୟବକ୍ତା ଭାବେ ସୁନାମଧନ୍ୟ ବୈଦିକ ପ୍ରବକ୍ତା ପଣ୍ଡିତ ବିରେନ୍ଦ୍ର ପଣ୍ଡା, ବିଶିଷ୍ଟ ଅତିଥି ଭବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ବିଦ୍ୟାଳୟ କମିଟି ସଭାପତି ଭଗିରଥ ସାହୁ, ଶିକ୍ଷାବିତ୍ ମୁରଲୀ ଧର ପଣ୍ଡା, ପ୍ରତିଭା ନାୟକ, ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ସାହୁ, ପଚଂସଖା ଶିକ୍ଷ ସେତୁ ସଭାପତି ପ୍ରଭାକର ମହାଳିକ, ପଣ୍ଡିତ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତମ ରୂପେ ଗଢି ତୋଳିବାରେ ମା ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀଙ୍କୁ ପରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଶିକ୍ଷକ ସୁଶାନ୍ତ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ରାଉତ, ଉପମନ୍ୟୁ ଖୁଟିଂଆ, ହୃଷିକେଷ ନାଗ, ଅର୍ନ୍ତଯ୍ୟାମୀ ମଲ୍ଲିକ୍,ଷ୍ଟାଲିନ୍ ପାଣିଗ୍ରାହୀ, ଶୁଭେନ୍ଦୁ ପଣ୍ଡା, ଇତିଶ୍ରୀ ଜେନା, ଜ୍ୟୋତିଶ୍ରୀ ଜେନା, ରୀତାଞ୍ଜଳୀ ମହାକୁଡ, ସରସ୍ୱତୀ ଜେନା, ମଧୁସ୍ମିତା ରାଉତ, ଅନୁସୟା ଜେନା, ଜାମଳା ଜେନା ପ୍ରମୁଖ ସମସ୍ତ ଦାୟିତ୍ୱ ତୁଲାଇ ଥିଲେ । Continue reading ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କନକ ବ୍ୟୁରୋ : ଏଥରକ ନାଁ ସିଦ୍ଦରମୈୟା ଡାକିଥିଲେ ନା ଶିବକୁମାର । ଟେବୁଲ ଉପରେ ଚର୍ଚ୍ଚାର ମଙ୍ଗ ସମ୍ଭାଳିଥିଲେ କର୍ଣ୍ଣାଟକ କ୍ୟାବିନେଟ୍ ମନ୍ତ୍ରୀ ସତୀଶ ଜାରକିହାଲି । ଗୁରୁବାର ବେଲଗାବୀରେ ମନ୍ତ୍ରୀଙ୍କ ଘରେ ଡିନର ପାର୍ଟି ଆୟୋଜିତ ହୋଇଥିଲା । ସବୁଠୁ ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ କେବଳ ସିଦ୍ଦରମୈୟା ଓ ତାଙ୍କ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ମିଳିଥିଲା । ସମର୍ଥନ ଜଣାଉଥିବା ୩୦ ଜଣ ବିଧାୟକଙ୍କ ସହ ଡିନର ପାର୍ଟିରେ ପହଞ୍ଚିଥିଲେ ସିଦ୍ଦରମୈୟା । ବୈଠକର ମୁଖ୍ୟ ଏଜେଣ୍ଡା ଥିଲା କେମିତି ତୁଟିବ ବିବାଦ? ଦୀର୍ଘ ୩ମାସ ଧରି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଚାଲିଥିବା ଟଣାଓଟଣା ବନ୍ଦ ପାଇଁ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଦୁଇ ଦୁଇଥର ବ୍ରେକଫାଷ୍ଟ ବୈଠକ ବସିଥିଲେ ବି କୌଣସି ନିର୍ଯ୍ୟାସ ବାହାରିପାରିନି । ତେଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଗୋଷ୍ଠୀକୁ ନେଇ ଭିନ୍ନଭିନ୍ନ ବୈଠକ କରି ବାଟ ଖୋଜିବାକୁ ବାହାରିଛି ପ୍ରଦେଶ କଂଗ୍ରେସ । ଅଧିକ ପଢ଼ନ୍ତୁ : ପୁଣି କର୍ଣ୍ଣାଟକ କଳି ତେଜିଲା: ଜାନୁଆରି ୬ରେ ଶପଥ ନେବେ ଡିକେ ଶିବକୁମାର? ପଦ ଛାଡ଼ିବାକୁ ସିଦ୍ଦରମୈୟା ପ୍ରସ୍ତୁତ ନଥିବା ବିଧାନସଭାରେ ତାଙ୍କ ସଦ୍ୟତମ ବୟାନରୁ ସ୍ପଷ୍ଟ ହେଉଛି । ଶପଥପାଠ ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଅଢ଼େଇବର୍ଷିଆ ଚୁକ୍ତି ହୋଇନଥିଲା ଓ ଆଗକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସିଦ୍ଦରମୈୟାଙ୍କ ଦୃଢ଼ୋକ୍ତି ସାମ୍ନାକୁ ଆସିଛି । ସେପଟେ ଡିସେମ୍ବର ୨୭ରେ ଉଭୟଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡାକିପାରନ୍ତି । ଅଧିକ ପଢ଼ନ୍ତୁ : କର୍ଣ୍ଣାଟକ କଂଗ୍ରେସର ତୁଟି ଗଲା କି କଳି ? ଗୋଟିଏ ଟେବୁଲକୁ ଆସିଲେ ଡି.କେ ଓ ସିଦ୍ଧରମୈୟା ୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ଅଢ଼େଇ-ଅଢେଇ ବର୍ଷ ପାଳି କରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ସିଦ୍ଦରମୈୟାଙ୍କ ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରତିଶ୍ରୁତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ହେବାକୁ ଜିଦ୍ ଧରିଛନ୍ତି ଡି.କେ ଶିବକୁମାର ।
ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସରକାରୀ ବାଳିକା ବିଦ୍ୟାଳୟ ଆଗରପଡା ପରିସରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ ରଞ୍ଜନ ମହାନ୍ତି ସଭାକୁ ପୌରହିତ୍ୟ କରିଥିଲେ । ଏଥରେ ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ତୋଫାବିବି ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର, ଏସଏମସି ସଭାପତି ବର୍ଷାରାଣୀ ମଲ୍ଲିକ୍, ଉପ-ସଭାପତି ଦୋଳ ଗୋବିନ୍ଦ ନାଥ ପ୍ରମୁଖ ଯୋଗଦେଇ ପାଠପଢା ସାଙ୍ଗକୁ କ୍ରୀଡା ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ପ୍ରମୁଖ ମାଧ୍ୟମ ବୋଲି କହିଥିଲେ । ଶିକ୍ଷକ ଅଜିତ୍ କୁମାର ରାଉଳ ଅତିଥି ପରିଚୟ, ବିରେନ୍ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ଦାସଙ୍କ ତତ୍ୱାବଧାନରେ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନେ ୨୨ ଟି ବିଭାଗରେ ଦୌଡ, ଗଣିତ ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ସଟଫୁଟ୍, ଡିସ୍କୋସ୍ ଥ୍ରୋ, ବସ୍ତା ଦୌଡ, ବ୍ୟାଡମିଟଂନ ଆଦିରେ ଭାଗ ନେଇଥିଲେ । ଶିକ୍ଷୟିତ୍ରୀ ବନୋଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ, ରଞ୍ଜିତା ଶିଅଳ, ସାଗରିକା ମହାନ୍ତି,ସାବିତ୍ରୀ ଦାଶ, କୈଳାସ ଚନ୍ଦ୍ର ପଣ୍ଡା, ଭୀମସେନ ପାଲ, ଶୁଶାନ୍ତ କୁମାର ଜେନା ପ୍ରମୁଖ କ୍ରୀଡାକୁ ପରିଚାଳନା କରିଥିଲେ । Continue reading ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ଆହତ ଶ୍ରୀନିବାସଙ୍କୁ ଭେଟିଲେ ବିଜେପି ନେତା
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କେନ୍ଦୁଆପଦା ପଚାଂୟତ ପଛତିରା ଗ୍ରାମର ବିଜେପିର କର୍ମକର୍ତା ତଥା ସାମାଜିକ ଗଣାମାଧ୍ୟମ କର୍ମୀ ଶ୍ରୀନିବାସ ରାଉତ(କଟ୍ଟପ୍ପା) ୬ ଦିନ ପୂର୍ବେ ନିଜ ଘରକୁ ଫେରୁଥିବା ବେଳେ ତୋଡଗାଁ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଆକ୍ରୋଶମୂଳକ ଭାବେ ଟାଟା ଏସି ଗାଡି ତାଙ୍କୁ ଧକ୍କା ଦେଇଥିଲା । କାନରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ସେ ଗୁରୁତ୍ୱର ଅବସ୍ଥାରେ ପ୍ରଥମେ ଭଦ୍ରକ, କଟକ ଡାକ୍ତରଖାନା ଓ ପରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ତାଙ୍କୁ ଭେଟି ଆଷୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ସହ କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ ଜେନା, ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ସ୍ୱାଇଁ, ରଶ୍ମିରଞ୍ଜନ ସେନାପତି ପ୍ରମୁଖ ଥିବା ବେଳେ ହସ୍ପିଟାଲ କର୍ତୂପକ୍ଷଙ୍କ ସହ କଥା ହୋଇ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆଲୋଚନା କରିଥିଲେ । ପ୍ରକାଶଥାଉକି ସଂପୃକ୍ତ ଅଚଂଳରେ କଟ୍ଟପ୍ପା ଭାବେ ପରିଚିତ ଶ୍ରୀନିବାସ ବିଭିନ୍ନ ସମୟରେ ଚୋରା ଗୋ ଚାଲାଣ କାରୀଙ୍କୁ ଅଟକାଇ ନିକଟସ୍ଥ ଥାନା, ଫାଣ୍ଡିରେ ଜିମା ଦେଉଥୁବା ବେଳେ ଗୋ ଚାଲାଣକାରୀ ମାନେ ଆକ୍ରୋଶ ରଖି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ଉପରୋକ୍ତ ଘଟଣାରେ କେନ୍ଦୁଆପଦା ଫାଣ୍ଡିରେ ଟାଟା ଏସି ଓ ଶ୍ରୀନିବାସଙ୍କ ବୁଲେଟ୍ ବାଇକକୁ ଜବଦ୍ କରାଯାଇ ଅଧିକ ତଦନ୍ତ ଜାରି ରହିଛି । Continue reading ଆହତ ଶ୍ରୀନିବାସଙ୍କୁ ଭେଟିଲେ ବିଜେପି ନେତା
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନ୍ୟାସନାଲ ହେରାଲ୍ଦ ମିଛ ମାମଲାରେ କଂଗ୍ରେସ ର ନୈତିକ ବିଜୟ ଘଟିଥିବା ବେଳେ ମିଛ ମାମଲା କୁ ବିରୋଧ୍ୟ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାର୍ଟି କାର୍ଯ୍ୟାଳୟ ରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ମଧ୍ୟରେ ଥିବା ରାଜଘାଟ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ କରାଯାଇଛି । କଂଗ୍ରେସ ର ବରିଷ୍ଟ ନେତା ଦେବେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ବରିଷ୍ଠ ନେତା ଅବଦୁଲ ମୋକିତ ଖାଁ ପାର୍ଟି, ବ୍ଲକ ସଭାପତି ପୀତବାସ ଧଳ,ରାଜ୍ୟ ସାଧାରଣ ସମ୍ପାଦକ ହରି ହର ମଣ୍ଡଳ, ରାଜ୍ୟ ସମ୍ପାଦକ ରଞ୍ଜନ ଜେନା, ନାରୀନେତ୍ରି ଶର୍ମିଷ୍ଠା ପଣ୍ଡା, ଯୁବନେତା ବଳରାମ ରାଉତ, ଇଲିଆସ ଖାଁ,ଲାଲୁ ଖାଁ, ହସିନା ଖାତୁନ, ଦୀନବଧୁ ଦାସ,ହାଡିବନ୍ଧୁ ବିଶ୍ୱାଳ, ସେକ ତୁବାରକ, ଶମ୍ବୁନାଥ ପତି, ମାୟାଧର ରାଉଳ, ଟନି ଅଲି,ପ୍ରମୁଖ ଦଳୀୟ ନେତା ଓ କର୍ମୀ ମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଏ ହାଏ, ଗୃହ ମନ୍ତ୍ରୀ ହାଏ ହାଏ, ବିଜେପି ସରକାର ଡାଉନ ଡାଉନ ସ୍ଲୋଗାନ ଦେଇ ରାଜଘାଟ ଛକ ଠାରେ ପହଂଚି ନାରାବାଜି କୁଶପୁତଳିକା ଦାହ କରିଥିଲେ । Continue reading ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହାଙ୍କ କୁଶପୁତଳିକା ଦାହ
ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୂଆବଜାର, ଭଦ୍ରକର ଦ୍ୱିଚତ୍ୱାରିଂଶତମ ବାର୍ଷିକୋତ୍ସବ ଛପୁଲିଆସ୍ଥିତ ନୂତନ ଶିଶୁ ବାଟିକା ଭବନରେ ଉଦ୍ଯାପିତ ହୋଇଯାଇଛି । ବାର୍ଷିକ ଉସବର ଦ୍ୱିତୀୟ ଦିବସର ସଭାରେ ବିଦ୍ୟାଳୟର ପୂର୍ବଛାତ୍ର ତଥା ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା, ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ସଭାମଣ୍ଡନ କରି ଆଗାମୀ ସମୟର ଆହ୍ୱାନରେ ଶିଶୁମାନଙ୍କର ଚରିତ୍ରବତାର ବିକାଶ ପାଇଁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ ଅତିଥି ମାନଙ୍କର ପରିଚୟ କରିଥିଲେ । ବିଦ୍ୟାଳୟର ସଭାପତି ବ୍ରଜ କିଶୋର ବଳ ସଭାରେ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ବିଭୁ ଚନ୍ଦନ ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରାନ୍ତ ସହ ପ୍ରଚାରକ ଓଡ଼ିଶା (ପୂର୍ବ) ଅସିତ୍ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ସଭାର ସମ୍ମୁଖ ଭାଗରେ ଉପସ୍ଥିତ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଇତ୍ୟବସରରେ ବିଦ୍ୟାଳୟର ମୁଖପତ୍ର “ଭାରତୀ” ର ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା ହୋଇଥିଲା ଏବଂ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉକ୍ତ ଦୁଇ ଦିନର ବିବିଧ କାର୍ଯ୍ୟକ୍ରମକୁ ସଠିକ୍ ପରିଚାଳନା କରିଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । Continue reading ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱିଚତ୍ୱାରିଂଶତମ ବାର୍ଷିକ ଉତ୍ସବ ଉଦ୍ଯାପିତ, ଆଗାମୀ ସମୟର ଆହ୍ୱାନରେ ଶିଶୁମାନଙ୍କର ଚରିତ୍ରବତାର ବିକାଶ ପାଇଁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ରହିଛ – ମନ୍ତ୍ରୀ
ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ଓ ବାସନ୍ଦ ହେବାପରେ ଏବେ ନିଜ ମାଟିରେ ଛାତ୍ର ହତ୍ୟା ଭଳି ସଙ୍ଗିନ ଅପରାଧ ମାମଲାରେ ଛନ୍ଦି ହୋଇପଡ଼ିଛି ‘କିସ’ । ୨୦୨୩ ମସିହାରେ ‘ୱାଲର୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ’ରୁ ବାସନ୍ଦ ହେବା ଓ ‘ସର୍ଭାଇଭାଲ ଇଂଟରନ୍ୟାସନାଲ’ ଦ୍ୱାରା ‘ଫ୍ୟାକ୍ଟ୍ରି ସ୍କୁଲ’ ଭାବେ ଟ୍ୟାଗ୍ ପାଇଥିବା ‘କିସ’ରେ ଆଦିବାସୀ ଛାତ୍ର ଶିବ ମୁଣ୍ଡାର ହତ୍ୟାକୁ ଚାପି ଦେବାକୁ ହୋଇଥିବା ଷଡ଼ଯନ୍ତ୍ର ଉପରୁ ପରଦା ହଟିବାରେ ଲାଗିଛି । ଜାତୀୟ ଜନଜାତି ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରି ନିଜଆଡ଼ୁ ମାମଲା ରୁଜୁ ସହ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିବା ପରେ ‘କିସ’ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ ବଢ଼ିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଅଚ୍ୟୁତଙ୍କ ମାଲିକାନାରେ ଥିବା ‘କିସ’ରେ ‘ସାଂସ୍କୃତିକ ଗଣହତ୍ୟା’ ଚାଲିଥିବାର ସଙ୍ଗୀନ ଅଭିଯୋଗ ବିଶ୍ୱସ୍ତରୀୟ ସଂଗଠନଗୁଡ଼ିକ ଆଣିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହିିଁକି ଗୁରୁତ୍ୱର ସହ ବିଚାରକୁ ନେଇନାହାନ୍ତି ତଥା କିଏ ଅଚ୍ୟୁତଙ୍କୁ ସୁରକ୍ଷା ଦେଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷା ଓ ସମାଜସେବାର ମୁଖା ପିନ୍ଧି ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କର୍ପୋରେଟ ସଂସ୍ଥାଗୁଡ଼ିକର ଆର୍ଥିକ ପ୍ରୋତ୍ସାହନରେ ଚାଲିଥିବା ଏହି ବ୍ୟବସାୟିକ ସାମ୍ରାଜ୍ୟର ଭିତ୍ତିଭୂମି ଓ ଇକୋ ସିଷ୍ଟମ ପଛର ଗୁମର ଖୋଲିବାରେ ଲାଗିଛି । ‘କିସ’ ଛାତ୍ରଙ୍କୁ ହତ୍ୟା, ଆୟୋଗ ଖପ୍ପା, ସରକାର ନିରବ ‘କିସ୍’ ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀର ଛାତ୍ର ଶିବ ମୁଣ୍ଡାଙ୍କୁ ତାଙ୍କର ୩ଜଣ ସହପାଠୀ ତଂଟି ଚିପି ହତ୍ୟା କରିଥିବା ଏବଂ ‘କିମସ’ ଡାକ୍ତରମାନେ ଏହାକୁ ହୃଦଘାତର ରୂପ ଦେଇଥିବା ନେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଗଣମାଧ୍ୟମକୁ ସୂଚନା ଦେବାର ୪୮ଘଣ୍ଟା ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ନା ହତ୍ୟାକୁ ଲୁଚାଇଥିବା କିମସ୍ ଡାକ୍ତରଙ୍କୁ ବାନ୍ଧି ପାରୁଛି ନା ତାଙ୍କୁ ଅଘୋଷିତ ନିର୍ଦ୍ଦେଶ ଦେଇଥିବା ପରଦା ପଛର ମୁଖ୍ୟଙ୍କୁ ଛୁଇଁପାରୁଛି । ‘କିସ୍’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ବା ‘କିସ’ ପ୍ରଶାସନ କୌଣସି ମତ-ମନ୍ତବ୍ୟ ବି ରଖୁନାହିଁ । ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ପ୍ରଶାସନ ୩ଜଣ ସହପାଠୀ ଓ ୮ଜଣ କିସ୍ କର୍ମଚାରୀଙ୍କୁ ଗିରଫ କରିଛି ସତ । ମାତ୍ର ହତ୍ୟାକୁ ହୃଦଘାତର ରୂପ ଦେଇଥିବା ପାଇଁ କାହିଁକି କିସ୍ ପ୍ରତିଷ୍ଠାତାଙ୍କ ସମ୍ପୃକ୍ତିକୁ ପୁଲିସ ଏଡ଼ାଇ ଯାଉଛି ତାହା ଏବେବି ସନ୍ଦେହଘେରରେ । ଅବଶ୍ୟ ଜାତୀୟ ଜନଜାତି ଆୟୋଗ କଡ଼ା ଆଭିମୁଖ୍ୟ ପୋଷଣ କରି ଡିସେମ୍ବର ୧୮ତାରିଖରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ରାଜ୍ୟ ସରକାର ଓ ପ୍ରଶାସନକୁ ୩ଦିନର ମହଲତ ଦେଇଛନ୍ତି । ସନ୍ତୋଷଜନକ ଉତ୍ତର ନମିଳିଲେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେବେ ବୋଲି ଆୟୋଗ ମଧ୍ୟ ରାଜ୍ୟ ସରକାରୀ ଅଫିସରଙ୍କୁ ସତର୍କ କରାଇ ଦେଇଛନ୍ତି । ବିଶ୍ୱସ୍ତରରେ ନିନ୍ଦିତ: ‘ଶିକ୍ଷାନୁଷ୍ଠାନ’ ନୁହେଁ ‘ଫ୍ୟାକ୍ଟ୍ରି ସ୍କୁଲ’ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଚ୍ୟୁତଙ୍କ ‘କିସ’ର କଳାକାରନାମା କେବଳ ଓଡ଼ିଶା ଭିତରେ ସୀମିତ ନାହିଁ । ବିଶ୍ୱସ୍ତରରେ ‘କିସ୍’ ନିଜର ଶିକ୍ଷା ମଡେଲ୍ ପାଇଁ ନିନ୍ଦିତ ଓ ବାସନ୍ଦ ହୋଇସାରିଛି । ବିଶ୍ୱର ପ୍ରତିଷ୍ଠିତ ଆଦିବାସୀ ଅଧିକାର ସଂଗଠନ 'ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ' କିସ୍କୁ ଏକ 'ଫ୍ୟାକ୍ଟ୍ରି ସ୍କୁଲ' ଭାବେ ଅଭିହିତ କରିଥିବାବେଳେ, ୱେନର ଗ୍ରେନ୍ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ଲେଖାରେ ମଧ୍ୟ ଏହି ଶିକ୍ଷା ପଦ୍ଧତିକୁ ତୀବ୍ର ସମାଲୋଚନା କରାଯାଇଛି। ତେବେ ସମ୍ମାନଜନକ ୧୯ତମ 'World Anthropology Congress'(ବିଶ୍ୱ ନୃତତ୍ତ୍ୱ କଂଗ୍ରେସ) ଆୟୋଜକ ତାଲିକାରୁ ବାଦ୍ ପଡ଼ିବା ପରେ ଅଚ୍ୟୁତଙ୍କ ‘କିସ’ର ଆନ୍ତର୍ଜାତିକସ୍ତରରେ ନୈତିକ ପରାଜୟ ଓ ଶକ୍ତ ଧକ୍କା ଥିଲା । ୨୦୧୮ ମସିହାରେ ଫ୍ଲୋରିଆନାପୁଲିସଠାରେ ୧୮ତମ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ(ୱାଲର୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ)ର ଆୟୋଜନବେଳେ ‘କିସ୍’ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ,ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ସୋସାଇଟିକୁ ମିଳିତ ଭାବେ ୨୦୨୩ ମସିହାରେ ସମ୍ମାନଜନକ ୧୯ତମ ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ର ଆୟୋଜନର ଦାୟିତ୍ୱ ମିଳିଥିଲା । କିସ୍ ଏହି ଆୟୋଜନର ମୁଖ୍ୟ ଭାବେ ସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତା । କିନ୍ତୁ ବିଶ୍ୱସ୍ତରରେ ବିରୋଧ ପରେ କିସ ଠାରୁ ୨୦୨୩ ବିଶ୍ୱ ନୃତତ୍ତ୍ୱ କଂଗ୍ରେସର ଆୟୋଜନ ଅଧିକାରକୁ (International Union of Anthropological and Ethnological Sciences-IUAES )ପ୍ରତ୍ୟାହାର କରି ନେଇଥିଲା। ୨୦୨୦ ମେ’ ମାସରେ ବିଶ୍ୱର ପ୍ରତିଷ୍ଠିତ ସଂସ୍ଥା ‘ସର୍ଭାଇଭାଲ୍ ଇଂଟରନ୍ୟାସନାଲ(Survival International)’ ତା’ର ଏକ ରିପୋର୍ଟରେ ‘କିସ’କୁ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ‘ଫ୍ୟାକ୍ଟ୍ରି ସ୍କୁଲ’ ଭାବେ ଅଭିହିତ କରିଥିଲା । ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲର ଏହି ଅଭିଯାନକୁ ବିଶ୍ୱର ୨୫୦ରୁ ଅଧିକ ପ୍ରତିଷ୍ଠିତ ନୃତତ୍ତ୍ୱବିତଙ୍କ ସମର୍ଥନ ମିଳିଥିଲା । ୱେନର ଗ୍ରେନ୍ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ନୃତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ପତ୍ରିକା ‘ସାପିଏନ୍ସ’ ମଧ୍ୟ ‘କିସ୍’ର ଶିକ୍ଷା ମଡେଲକୁ ତୀବ୍ର ସମାଲୋଚନା କରି ଏହା କିପରି ଆଦିବାସୀ ପିଲାଙ୍କ ପରିଚୟକୁ ନଷ୍ଟ କରୁଛି ଓ ସେମାନଙ୍କ ପରିଚୟରୁ ବିଚ୍ଛିନ୍ନ କରି ଏକ ସାଂସ୍କୃତିକ ଗଣହତ୍ୟା (Cultural Genocide) ଚଳାଇଛି ବୋଲି ଦର୍ଶାଯାଇଥିଲା। ଏହି ଲେଖାରେ ଅଚ୍ୟୁତ ସାମନ୍ତ ଆଦିବାସୀଙ୍କୁ ମାଙ୍କଡ଼ ଓ ବୋଝ କହିବା ଘଟଣାକୁ ନୈତିକତା ବିରୋଧୀ ବୋଲି ଦର୍ଶାଯାଇଥିଲା। International Union of Anthropological and Ethnological Sciences (IUAES) କୁ ଏହି ନୃତତ୍ତ୍ୱବିତମାନେ ଲେଖିଥିବା ଖୋଲା ଚିଠିରେ ଅଚ୍ୟୁତ ସାମନ୍ତଙ୍କ ମାନସିକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, କିସ୍ ଆଦିବାସୀ ପିଲାଙ୍କୁ ସେମାନଙ୍କର ମୂଳ ସଂସ୍କୃତି, ଭାଷା, ଆଧ୍ୟାତ୍ମିକ ସମ୍ପର୍କ, ପ୍ରକୃତି ଓ ପରମ୍ପରାଠାରୁ ବିଚ୍ଛିନ୍ନ କରି ଏକ ଭିନ୍ନ ମୁଖ୍ୟସ୍ରୋତରେ ସାମିଲ କରୁଛି । ଯାହାକି ‘ସାଂସ୍କୃତିକ ଗଣହତ୍ୟା’ ବୋଲି ସେମାନେ ଅଭିଯୋଗ କରିଥିଲେ । ଏହାପରେ ୨୦୨୦ ଅଗଷ୍ଟ ୧୬ତାରିଖରେ ଆଇୟୁଏଇଏସ(IUAES) ଆନୁଷ୍ଠାନିକ ଭାବେ ‘କିସ’ ସହ ସମସ୍ତ ସମ୍ପର୍କ ଛିନ୍ନ କରି ‘କିସ’କୁ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ ଆୟୋଜନରୁ ବାସନ୍ଦ କରିଥିଲା । ବିଶ୍ୱର ବିଭିନ୍ନ ନୃତତ୍ତ୍ୱ ସଂଘଗୁଡ଼ିକର ଶୀର୍ଷ ପରିଷଦ WCAA (World Council of Anthropological Associations) ଓ Wenner-Gren Foundation ମଧ୍ୟ KISS ର ଶିକ୍ଷା ପଦ୍ଧତିକୁ ନୈତିକତା ବିରୋଧୀ ବୋଲି ଦର୍ଶାଇ କଡ଼ା ଚେତାବନୀ ଦେଇଥିଲେ। ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ ଆୟୋଜନରୁ ବାଦ୍ ପଡ଼ିଲା ‘କିସ’, ଅଚ୍ୟୁତଙ୍କୁ ଧକ୍କା ତେବେ ଆୟୋଜକ ତାଲିକାରୁ ବାଦ୍ ପଡ଼ିବା ପରେ ଅଚ୍ୟୁତଙ୍କ ‘କିସ’ ଆନ୍ତର୍ଜାତିକସ୍ତରରେ ନିଜର ନୈତିକ ପରାଜୟକୁ ଲୁଚାଇବା ପାଇଁ ୨୦୨୧-୨୩ ମସିହା ମଧ୍ୟରେ ଦୁଇଟି ୱେବସାଇଟ୍ ତିଆରି ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’କୁ ନେଇ ନିଜର ପ୍ରଚାରପ୍ରସାର କରିଥିଲା । ଏପରିକି ‘ୟୁନାଇଟେଡ୍ ଇଣ୍ଡିଆନ ଆନ୍ଥ୍ରୋପୋଲୋଜି ଫୋରମ ଗଢ଼ି ୨୦୨୩ ଅଗଷ୍ଟ ୯ରୁ ୧୪ତାରିଖ ମଧ୍ୟରେ ସମାନ୍ତରାଳ ସମ୍ମିଳନୀ ଆୟୋଜନ କରିଥିଲେ । ଯାହାକୁ IUAES ମଧ୍ୟ ‘ଭ୍ରମାତ୍ମକ’ ବୋଲି ଘୋଷଣା କରିଥିଲା ।(ଫଟୋରେ ବିସ୍ତୃତ ତଥ୍ୟ) । ଅବଶ୍ୟ ଭାରତରେ ‘ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ର ଆୟୋଜନ ହେବା ପାଇଁ ନିଷ୍ପତ୍ତି ହୋଇଥିବାରୁ ୨୦୨୩ ଅକ୍ଟୋବର ମାସରେ ଦିଲ୍ଲୀଠାରେ ଏହା ଅନୁଷ୍ଠିତ ମଧ୍ୟ ହୋଇଥିଲା । କେବଳ ସେତିକି ନୁହେଁ ବିଶ୍ୱସ୍ତରରେ ନିଜର ଶିକ୍ଷା ମଡେଲକୁ ନେଇ ନିନ୍ଦିତ ହେବା ଓ ବାସନ୍ଦ ହେବାପରେ ‘କିସ’ କର୍ତ୍ତୃପକ୍ଷ ବିଶ୍ୱର ପ୍ରତିଷ୍ଠିତ ନୃତତ୍ତ୍ୱବିତ୍ ଓ ସଂଗଠନକୁ ନାଲିଆଖି ଦେଖାଇବାକୁ ପଛାଇ ନଥିବା ଜଣାପଡ଼ିଛି । କିସକୁ ‘ଫ୍ୟାକ୍ଟ୍ରି ସ୍କୁଲ’ ବୋଲି ଅଭିହିତ କରି ସାଂସ୍କୃତିକ ଗଣହତ୍ୟାର ଅଭିଯୋଗ ଆଣିଥିବାରୁ ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ ସହ ଜଡ଼ିତ ବ୍ୟକ୍ତିମାନଙ୍କ ସମେତ ନୃତତ୍ତ୍ୱବିତ୍ ଫେଲିକ୍ସ ପାଡେଲ ଓ ନିକୋଲାସ ବାର୍ଲାଙ୍କୁ କିସ୍ କର୍ତ୍ତୃପକ୍ଷ ଲିଗାଲ୍ ନୋଟିସ୍ ପଠାଇଥିଲେ ବୋଲି ଜଣାପଡ଼ିଛି । ‘୨୦୨୩ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ’ରୁ ‘କିସ’କୁ ବାସନ୍ଦ କରାଯିବା ଓ IUAES ପକ୍ଷରୁ ସହଭାଗିତା ରଦ୍ଦ କରାଯିବା ଅଚ୍ୟୁତ ସାମନ୍ତଙ୍କ ପାଇଁ ଏକ ବଡ଼ ଆନ୍ତର୍ଜାତୀୟ ଧକ୍କା ଥିଲା । କିସ୍ ଶିକ୍ଷା ମଡେଲ ଓ ଅଚ୍ୟୁତଙ୍କ ଆଦିବାସୀଙ୍କ ପ୍ରତି ନକରାତ୍ମକ ମାନସିକତା ବିରୋଧରେ ସ୍ୱରକୁ ନୃତତ୍ତ୍ୱବିତ୍ ପ୍ରଣବ ଡୋଲେ, ଜାସିନ୍ତା କେର୍କେଟା ଓ ନିକୋଲାସ ବାର୍ଲା ପ୍ରମୁଖ ବିଶ୍ୱସ୍ତରରେ ଶାଣିତ କରିଥିଲେ ବୋଲି ଜଣାପଡ଼ିଛି । ‘କିସ’ ଜାତିସଂଘର UNDRIP ଧାରା ୧୫ କୁ ଉଲ୍ଲଂଘନ କରି ଆଦିବାସୀଙ୍କୁ ଶିକ୍ଷା ନାଁରେ ଡାଟା’ ଓ ପ୍ରୟୋଗଶାଳାର ବସ୍ତୁ’ ଭାବେ ବ୍ୟବହାର କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ରାଜ୍ୟରେ ଖଣି ଖାଦାନରେ ଲିପ୍ତ ଦେଶର ପ୍ରମୁଖ କର୍ପୋରେଟ ସଂସ୍ଥାର ଆର୍ଥିକ ସହାୟତାରେ ‘କିସ’ କିଭଳି ଆଦିବାସୀଙ୍କୁ ମୋହରା କରିଛି ତା’ର ବିସ୍ତୃତ ତଥ୍ୟ ମଧ୍ୟ ‘ସର୍ଭାଇଭାଲ୍ ଇଣ୍ଟରନ୍ୟାସନାଲ’ର ‘ଫ୍ୟାକ୍ଟ୍ରି ସ୍କୁଲ’ ରିପୋର୍ଟରେ ପ୍ରକାଶିତ ହୋଇଛି । ଏହି ସମସ୍ତ ରିପୋର୍ଟ ଉପରେ ‘କିସ୍’ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ ପାଇଁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ ।
୩.୭୮ କୁଇଣ୍ଟାଲ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଥମିବାର ନା ଧରୁନି ଗଞ୍ଜେଇ କାରବାର। ଜିଲ୍ଲାରୁ ଗଞ୍ଜେଉ କାରବାର ଓ ଗଞ୍ଜେଇ ଚାଷକୁ ସମୂଳେ ବିନାଶ କରିବା ପାଇଁ ରାଜ୍ୟ ପୁଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ମାସେ ହେଲା ବିଭିନ୍ନ ଥାନା ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଛି। ହେଲେ ଏତେ ପରିମାଣରେ ଗଞ୍ଜେଇ ଚାଷ ହୋଇଛି ଯେ ପୁଲିସ, ଅବକାରୀ ବିଭାଗ ଓ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବରେ ଶତାଧିକ […]
ଆସୁଛି ନୂଆବର୍ଷ, କନଫରେନ୍ସ ମାଇଣ୍ଡ ତରଫରୁ ଦ ଜିରୋନ' ଜିରୋଇ ନାଇଟ୍ ସେଲିବ୍ରେସନ
କନକ ବ୍ୟୁରୋ : ୨୦୨୫ ଇଂରାଜୀ ବର୍ଷକୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬କୁ ସ୍ୱାଗତ ଜଣାଇବା ସମସ୍ତଙ୍କ ମନରେ ଅନେକ ଆଗ୍ରହ କ୍ଷ ସେହି ପରିପ୍ରେକ୍ଷୀରେ ଗୋଟିଏ ସ୍ଥାନରେ ଏକାଠି ହୋଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ କନଫରେନ୍ସ ମାଇଣ୍ଡ ଆୟୋଜନ କରିଛନ୍ତି ଦ ଜିରୋନ(ଜିରୋ ନାଇଟ ସେଲିବ୍ରେସନ) ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆରୂପ ପାଇପାରେ ଶାସନତନ୍ତ୍ର ; ଅଟକିଥିବା ଫାଇଲ୍ରେ ବାଜିବ ମୋହର ଏହି ଅବସରରେ ରେଲୱେ କଳିଙ୍ଗ ସଂଗ୍ରହାଳୟ, ମଞ୍ଚେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରୋମ୍ୟ ରଞ୍ଜନ ପଣ୍ଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ତିମିର୍ତ୍ରଣ ସାହୁ ନିର୍ଦ୍ଦେଶକ, ଅନୁଜ ସୁବୁଦ୍ଧି ପରିଚାଳକ, ଆଲୋକ ଦାଶ, ସଚିନ, ସନ୍ତୋଷ, ଅମର, ବାପି, ମୁକେଶ, ତନ୍ମୟ, ଲୋକନାଥ, ସୋନୁ ଭାଇ, ସୁଜିତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ଓଲିଉଡର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଚୁଲବୁଲି ଶିବାନୀ ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ । ଅଧିକ ପଢ଼ନ୍ତୁ : ଘାଟିରେ ଆତଙ୍କୀ ଲଞ୍ଚପ୍ୟାଡ୍: ନୂଆବର୍ଷରେ ବଡ଼ ଆକ୍ରମଣ ଯୋଜନା! ମଞ୍ଚେଶ୍ୱର ସ୍ଥିତ କଳିଙ୍ଗ ରେଳ ସଂଗ୍ରହାଳୟ ଭଳି ଏକ ରଙ୍ଗାରଙ୍ଗ ମୁକ୍ତାକାଶ ପରିବେଶ ମଧ୍ୟରେ ପ୍ରାୟ ତିନି/ଚାରି ହଜାର ଲୋକ ଏକାସାଙ୍ଗରେ ସେଲିବ୍ରେସନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମାତ୍ର ୧୯୯୯ ଟଙ୍କାରେ ଫନ୍, ଫୁଡ୍ ଏବଂ ଡ୍ରିଂକ୍ସ ସହିତ ଭରପୁର ମନୋରଞ୍ଜନ ପାଇପାରିବେ ବୋଲି ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ରୋମ୍ୟ ରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି କ୍ଷ ଓଲିଉଡ଼ର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ, ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତା, ଭୂମିକା ଦାଶଙ୍କ ସମେତ ଆହୁରି ଅନେକ ଓଲିଉଡ଼ କଳାକାର ଏହି ଇଭେଣ୍ଟରେ ମନୋରଞ୍ଜନ ଯୋଗାଇବା ପାଇଁ ଉପସ୍ଥିତ ରହିବେ । ଓଲିଉଡ଼ ସଙ୍ଗୀତ ଦୁନିଆର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକଙ୍କ ଲାଇଭ୍ ମ୍ୟୁଜିକ ବ୍ୟାଣ୍ଡ ସାଙ୍ଗକୁ ଅମିତ ନାୟକ ଙ୍କ କୋରିଓଗ୍ରାଫି ତା'ସହିତ ମୁମ୍ବାଇ ଡ୍ୟାନ୍ସର୍ସଙ୍କ ଧମାକାଧାର ପରଫରର୍ମାନ୍ସରେ ବିଭୋର ହେବେ ଦର୍ଶକ । ଖୁବ ନାମୀ ଦାମୀ ଡିଜେ ରାକେଶ ମହାନ୍ତିଙ୍କ ହାତର ଯାଦୁ ରେ ସମସ୍ତେ ମତୁଆଲା ହେବେ ନିଶ୍ଚୟ ବୋଲି ଆୟୋଜକ ମତ ରଖିଛନ୍ତି । ୱେବସାଇଟ www.thezeron.com , ବୁକ୍ ମାଇଁ ଶୋ ଏବଂ ହ୍ୱାଟ୍ସଅପ୍ ନମ୍ବର ୯୧୭୮୪୯୬୩୨୯ ରେ ଟିକେଟ ବୁକ୍ କରିପାରିବେ । ଏହି ରଙ୍ଗାରଙ୍ଗ ଜିରୋ ନାଇଟରେ ସାମିଲ ହୋଇ ଧୁମ୍ ମଜା କରିବା ପାଇଁ ଆୟୋଜକ ଜଣାଇଛନ୍ତି । ସମସ୍ତ ସୁରକ୍ଷା ସହିତ ବିନା ଦ୍ଵିଧାରେ ଏହି ଇଭେଣ୍ଟରେ ଯୋଗଦେଇପାରିବେ ।
ଦିଲ୍ଳୀବାସୀଙ୍କୁ ଆକ୍ତାମାକ୍ତା କରୁଛି ପ୍ରଦୂଷଣ, ଏପଟେ ଭୁବନେଶ୍ବରରେ ବିଗିଡିଗଲାଣି ବାୟୁର ମାନ
କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସହ ତାଳ ଦେଇ ଏବେ ଆଗକୁ ବଢୁଛି ରାଜ୍ୟ ରାଜଧାନୀର ବାୟୁ ପ୍ରଦୂଷଣ । ସତେ ଯେମିତି ପ୍ରତିଯୋଗିତା ଲାଗିଛି, ପ୍ରଦୂଷଣରେ ଆଗରେ ରହିବ କିଏ? ଦିଲ୍ଲୀ ବାୟୁ ଲୋକଙ୍କୁ ଅଣନିଶ୍ବାସୀ କଲାଣି । ଭୁବନେଶ୍ବରରେ ମଧ୍ୟ ବିଗିଡିଯାଇଛି ବାୟୁର ମାନ । ପ୍ରତିଦିନ ବଢୁଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ଏବେ ସିଭିୟର ବା ଭୀଷଣ ଏକ୍ୟୁଆଇ ପ୍ରଦୂଷଣ ବର୍ଗ ତାଲିକାରେ ସାମିଲ ହୋଇଛି ଭୁବନେଶ୍ବର। ୩୦୦ ଟପିଛି ରାଜଧାନୀର ଏକ୍ୟୁଆଇ ଇଣ୍ଡେକ୍ସ। ଏହି ପରିମାଣର ବାୟୁ ପ୍ରଦୂଷଣ ଶରୀର ପ୍ରତି ଅତ୍ୟନ୍ତ ଅସ୍ବାସ୍ଥ୍ୟକର । ଦୀପାବଳି ପରଠାରୁ ଶୀତ ବଢିବା ସହ ଟ୍ବିନ୍ସିଟିରେ ବିଗିଡିଛି ବାୟୁର ମାନ । ଜଙ୍ଗଲ ବଢୁଥିବା ଭୁବନେଶ୍ବରରେ ଏବେ ବାୟୁ ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କଲାଣି । ଅଧିକ ପଢନ୍ତୁ : ଦିଲ୍ଲୀରେ ହେବ ବଡ଼ ପରିବର୍ତ୍ତନ; ୧୧ ବଦଳରେ ହେବ ୧୩ ଜିଲ୍ଲା, ନାଁ ମଧ୍ୟ ବଦଳିବ ମନଇଚ୍ଛା କୋଠା ନିର୍ମାଣ, ଜଙ୍ଗଲ ହ୍ରାସ, ଗାଡି ମୋଟର ବୃଦ୍ଧି ବାୟୁ ପ୍ରଦୂଷଣକୁ ଆହୁରି ବଳ ଦେଉଛି । ନିର୍ମାଣସ୍ଥଳରେ ପ୍ରତିକାର ବ୍ୟବସ୍ଥା ନଥିବାରୁ ପ୍ରଶ୍ବାସରେ ପ୍ରଦୂଷିତ ଧୂଳିକଣା ଯାଉଛି । ଯେଉଁଥିପାଇଁ ହୃଦ୍ଘାତ, ଶ୍ବାସକ୍ରିୟାଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା, ଆଜ୍ମା ପରି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ବାୟୁ ଅତି ଖରାପ ସ୍ତରରେ ପହଞ୍ଚିଛି। ତଥାପି ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛନ୍ତି । ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସ୍ଥିତି ଦେଖିଲେ ଭୟ ଲାଗୁଛି । ଏବେଠୁ ନ ଚେତିଲେ ଓଡ଼ିଶା ମଧ୍ୟ ସମଦଶା ଭୋଗିବ ।
ଖାଦ୍ୟ ପାଇଁ ଜଂଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ହାତୀ, ଘର ଭାଂଗୁଛନ୍ତି, ନେଉଛନ୍ତି ଲୋକଙ୍କ ଜୀବନ
କନକ ବ୍ୟୁରୋ: ମଣିଷ - ହାତୀ ଲଢ଼େଇ ଧିରେ ଧିରେ ବଢ଼ିବାରେ ଲାଗିଛି । ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଜନବସତିରେ ପଶି ଆତଙ୍କ ସୃଷ୍ଟି କରୁଛି । ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳକୁ ହାତୀ ପଶିଆସି ଗଛ ଓ ଘର ଭାଙ୍ଗିଛି । ଗଣ୍ଡିବେଡ଼ ନୂଆସାହି ପୂର୍ବପଦ ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିଛି । ହାତୀ ଘଉଡ଼ାଇବା ସହ ବନ ବିଭାଗ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଇଛି । ହାତୀ ଭୟରେ ଖଇରା ଅଞ୍ଚଳରେ ସ୍କୁଲ ଓ ଦୋକାନ ବଜାର ବନ୍ଦ ଥିଲା । ନିଆଁ ଜାଳି ହାତୀ ଘଉଡ଼ାଇବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ଅଧିକ ପଢନ୍ତୁ ; ବିଗୁଡୁଛି ମାଖନା ହାତୀର ସ୍ବାସ୍ଥ୍ୟ : ଉଠିପାରୁନି କି ଖାଉନି ସେପଟେ ନୀଳଗିରି ଅଞ୍ଚଳର ଜଙ୍ଗଲ ପାଦଦେଶରେ ଥିବା କ୍ଷେତରେ ଉପଦ୍ରବ କରୁଛନ୍ତି ହାତୀପଲ । ଫସଲ ନଷ୍ଟ ଯୋଗୁ ଚାଷୀ ହତାଶ ହୋଇପଡ଼ିଛନ୍ତି । ହାତୀ ଆକ୍ରମଣର ଆଶଙ୍କା ମଧ୍ୟ ରହିଛି । ସେହିପରି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପାଟବେଡା ଗାଁରେ ୩୦ ଟିକିଆ ହାତୀପଲ ଉପଦ୍ରଵ ଉପଦ୍ରବ ଚଳାଇଛନ୍ତି। ବ୍ୟାପକ ଫସଲ ନଷ୍ଟ ଯୋଗୁ ଚାଷୀଙ୍କୁ ଋଣ ଶୁଝିବା ଚିନ୍ତା ଘାରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ମଧ୍ୟ ହାତୀ ଆତଙ୍କ ଲାଗି ରହିଛି । ଫସଲ ନଷ୍ଟ ସହ ହାତୀ ଆକ୍ରମଣରେ ଲୋକ ଜୀବନ ହାନିର ଆଶଙ୍କା କରୁଛନ୍ତି । ଅତୀତରେ କିଛି ଘଟଣାରେ ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେଣୁ ମଣିଷ ସହ ହାତୀଙ୍କ ସୁରକ୍ଷା ପାଇଁ ଦାବି ହୋଇଛି ।
ବାଂଲାଦେଶରେ ବ୍ୟାପକ ହିଂସା, ଛାତ୍ରନେତା ଓସମାନ ହାଦିଙ୍କୁ ହତ୍ୟା ପରେ ଜଳୁଛି ପଡ଼ୋଶୀ ଦେଶ
କନକ ବ୍ୟୁରୋ : ହିଂସାରେ ଜଳୁଛି ପଡ଼ୋଶୀ ଦେଶ । ଉପଦ୍ରବୀଙ୍କ ଟାର୍ଗେଟରେ ଗଣମାଧ୍ୟମ କାର୍ଯ୍ୟାଳୟ ଓ ଭାରତୀୟ ଦୂତବାସ । ଛାତ୍ରନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ପୁଣି ଉଠୁଛି ପଡୁଛି ବାଂଲାଦେଶ । ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଓସମାନ ହାଦି । ବଞ୍ଚିଥିବା ସମୟରେ ଯେତିକି ଚର୍ଚ୍ଚାରେ ନଥିଲେ, ମୃତ୍ୟୁ ପରେ ସେତିକି ଖବରରେ ଅଛନ୍ତି । ବାଂଲାଦେଶ କୁ ହୁଲସ୍ତୁଲ କରୁଛନ୍ତି ତାଙ୍କର ହଜାର ହଜାର ସମର୍ଥକ । ମିଡିଆ ଅଫିସକୁ ଜାଳି ଦେଇଛନ୍ତି ତ ଭାରତୀୟ ଦୂତାବାସ ବାହାରେ ଭଙ୍ଗାରୁଜା । ହିଂସାରୁ ବାଦ୍ ପଡ଼ିନାହାନ୍ତି ଆୱାମୀ ଲିଗର ବହୁନେତା । ସେମାନଙ୍କୁ ଆକ୍ରମଣ ସହ ଘର ପୋଡ଼ାଜଳା କରିଛନ୍ତି ଉପଦ୍ରବୀ । ଓସମାନଙ୍କ ସମର୍ଥକଙ୍କ ହିଂସାକାଣ୍ଡରେ ଥରହର ଢାକା ସମେତ ବିଭିନ୍ନ ସହର । ଅଧିକ ସଂଖ୍ୟକ ହିନ୍ଦୁ ରହୁଥିବା ଚଟଗାଁରେ ଘଟିଛି ଅଧିକ ହିଂସା । ସ୍ଥିତିକୁ ଦେଖି ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା କରାଯିବା ସହ ହାଇକମିସନକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । ଅଧିକ ପଢ଼ନ୍ତୁ : ବାଂଲାଦେଶରେ ଅସୁରକ୍ଷିତ ଭାରତୀୟ ହାଇକମିସନର; ଦୂତାବାସ ବାହାରେ ପ୍ରଦର୍ଶନ, ଢାକାକୁ ଭାରତର ତଲବ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ଛାତ୍ରନେତା ଓସମାନ ହାଦି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି ଫେସବୁକରେ 'ଗ୍ରେଟର ବାଂଲାଦେଶ' ନେଇ ବିବାଦୀୟ ମ୍ୟାପ୍ ପୋଷ୍ଟ କରିଥିଲେ । ତେବେ ଛାତ୍ରନେତାଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢ଼ନ୍ତୁ : ବାଂଲାଦେଶରେ ବଡ଼ ବିକ୍ଷୋଭ; ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ ଡିସେମ୍ବର ୧୨ ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ୩୨ ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଛି। ଏହାପରେ ସ୍ଥିତି ନେଇଛି ଉଗ୍ରରୂପ । ଦେଶରୁ ଶେଖ ହସିନାଙ୍କୁ ତଡ଼ିବାରେ ହାଦିଙ୍କର ବଡ଼ ଭୂମିକା ଥିଲା । ଜୁଲାଇ ମାସରେ ବାଂଲାଦେଶରେ ବଡ଼ଧରଣର ଛାତ୍ର ଆନ୍ଦୋଳନର ମାଷ୍ଟରମାଇଣ୍ଡ ଥିଲେ ଓସମାନ ।
ଦାଦନ ଖଟିବା ପାଇଁଯାଇ ଫସିଲେ ନଅ ଯୁବକ
ରାୟଗଡ଼ା- ଦାଦନ ଖଟିବା ପାଇଁଯାଇ ହାଇଦ୍ରାବାଦ୍ ରେରାୟଗଡା ଜିଲାର କାଶୀପପୁର ବ୍ଳକ୍ ର ଗୌରଗପୁର ଅଞ୍ଚଳର ନଅଜଣ ଯୁବକ ଫସିଛନ୍ତି । ଗତ ନଭେମ୍ବର ମାସରେ ଦଲାଲଙ୍କ ସହାୟତାରେ ହାଇଦ୍ରାବାଦ୍ ର ଏକ ଘରୋଇ କମ୍ପାନୀକୁ କାମ କରିବାକୁ ଯାଇଥିଲେ। କିନ୍ତୁ କମ୍ପାନୀ ତରଫରୁ କୌଣସି କାମ ମିଳୁ ନଥିବା ବେଳେ ସେମାନଙ୍କୁ ଏକ କୋଠରୀ ଭିତରେ ରଖାଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଜାରି କରି ଯୁବକମାନେ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ […]
ଗୁରୁ-ଶିଷ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ! ସ୍କୁଲରେ ପାଳନ ହେବନି ଗୁରୁ ଓ ଶିଶୁ ଦିବସ
କନକ ବ୍ୟୁରୋ; ଆସନ୍ତା ବର୍ଷରୁ ବିଦ୍ୟାଳୟରେ ଗୁରୁ ଦିବସ ଅବା ଶିଶୁ ଦିବସ ପାଳନ ହେବନି । ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ନାହିଁ । ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୬ ବାର୍ଷିକ ଛୁଟି ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୨୦୨୬ ବର୍ଷରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ସେଥିରୁ ଗୁରୁ ଓ ଶିଶୁ ଦିବସକୁ ବାଦ୍ ଦିଆଯାଇଛି । ପାଳନୀୟ ଦିବସରେ ମଧ୍ୟ ଏହାକୁ ରଖାଯାଇନାହିଁ। ଯାହାକୁ ନେଇ ବିରୋଧର ସ୍ବର ଉଠିଛି। ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି । ଅଧିକ ପଢନ୍ତୁ : ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି ସେପ୍ଟେମ୍ବର ୫ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ଗୁରୁ ଦିବସ । ନଭେମ୍ବର ୧୪ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଦୀର୍ଘ ଦିନରୁ ରାଜ୍ୟରେ ଏହି ଦିନରେ ସ୍କୁଲରେ ଛୁଟି ଘୋଷଣା ହୋଇଆସୁଥିଲା । କିନ୍ତୁ ଏଥର ବାଦ ଦିଆଯାଇଛି । ଯାହାକୁ ଶିକ୍ଷକ ସଂଘ ବିରୋଧ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି ପାଠପଢ଼ା ସହ ଗୁରୁ ଦିବସ ଓ ଶିଶୁ ଦିବସ ପାଳନ କରାଯିବ। ଛୁଟି ହେଲେ ପାଠ ପଢ଼ାରେ କ୍ଷତି ହେବ । ଛୁଟି ତାଲିକାରେ ଆଉ ଏକ ଅସଙ୍ଗତି ଦେଖିବାକୁ ମିଳିଛି। ୬ ଟି ପାଳନୀୟ ଦିବସ ରହିଛି। ସେହି ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେ। ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୁରୁ ଓ ଶିଶୁ ଦିବସରେ ପୂର୍ଣ୍ଣଛେଦ
କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ, ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଇଏସଆଇସି ହସ୍ପିଟାଲ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ବ୍ରହ୍ମପୁର ରେ ସ୍ଥାପନ ହେବାକୁ ଯାଉଛି ହସ୍ପିଟାଲ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିସାରିଛି ମଞ୍ଜୁରି । ଉପକୃତ ହେବେ ହଜାର ହଜାର ହିତାଧିକାରୀ। ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ରହୁଥିବା ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ସହରରେ ଶସ୍ତାରେ ଘର ଯୋଗାଇବ ମହାନଗର ନିଗମ ଏଣିକି ସ୍ବାସ୍ଥ୍ୟ ସେବା ପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ଇଏସଆଇସି ହିତାଧିକାରୀଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । ଏଥିଲାଗି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିଛି । ନିକଟରେ ନୂଆଦିଲ୍ଲୀଠାରେ ଇଏସଆଇସିର ୧୯୭ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶ୍ରମମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଇଏସଆଇସି ଅଧୀନରେ ଥିବା ବୀମାଭୁକ୍ତ ହିତାଧିକାରୀଙ୍କ ସଂଖ୍ୟା ୨୯ହଜାର ୭୬୭ । ଜିଲ୍ଲାର ବ୍ରହ୍ମପୁର ସମେତ ଆସ୍କା ଓ ଛତ୍ରପୁରରେ ଗୋଟିଏ ଲେଖାଏଁ ଡିସପେନସାରି ରହିଛି । ଫଳରେ ଗୁରୁତରଙ୍କ ଚିକିତ୍ସା ଲାଗି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୨ଟି ଲେଖାଏଁ ଓ ଆମ ରାଜ୍ୟର ୯୫ଟି ଅନୁବନ୍ଧିତ ଘରୋଇ ହସ୍ପିଟାଲକୁ ରେଫର କରାଯାଉଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।
କନକ ବ୍ୟୁରୋ: ପୁଣି ଥରେ ପ୍ରମାଣିତ ହୋଇଛି ଜନତା ହିଁ ସବୁଠାରୁ ଶକ୍ତିଶାଳୀ । ଜନ ଅସନ୍ତୋଷ ବଢ଼ିବାରୁ ରାଜ୍ୟରେ ସରକାର ବଦଳିଥିଲା । ଭୁଷୁଡି ପଡ଼ିଥିଲା ବିଜେଡିର ଦୀର୍ଘ ୨୪ବର୍ଷର ଗଡ଼ । ଏକଥାକୁ ଜନତାଙ୍କୁ ଠାରୁ ବେଶ୍ ଭଲଭାବେ ଜାଣନ୍ତି ନେତା । ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ତିନି ଗୁଣା ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ, ପ୍ରଶମିତ କରିବା ପାଇଁ ଶାସକ ଦଳ ପରେ ନରମିଛନ୍ତି ବିରୋଧୀ ଦଳର ନେତା । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି, ୟୁଟର୍ଣ୍ଣ ନେଇ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ବିଜେଡି ବିଧାୟକମାନେ ଦାବି କରିଛନ୍ତି । କଂଗ୍ରେସ ବିଧାୟକମାନେ ବି ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ : ଜନ ଆକ୍ରୋଶ ପରେ ବଦଳିଲା ବିଜେଡିର ଆଭିମୁଖ୍ୟ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ତେବେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକମାନେ ବି ବର୍ଦ୍ଧିତ ଦରମା ନେବା ପ୍ରସଙ୍ଗରେ ବିଚାର କରୁଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଲୋକଙ୍କ ଚାପରେ ୟୁଟର୍ଣ୍ଣ ନେଇଛନ୍ତି ଉଭୟ ଶାସକ ଓ ବିରୋଧୀ । ଦରମା ବୃଦ୍ଧି ନିଷ୍ପତ୍ତିକୁ ପ୍ରଥମରୁ ବିରୋଧ କରିଥିଲେ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ତାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରି ଦେଇଥିଲେ । ଗତକାଲି ବିଜେପି ବିଧାୟକମାନେ ବୈଠକ କରି ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏବେ ଅପେକ୍ଷା ବର୍ଦ୍ଧିତ ଦରମାରୁ କେତେ କମିବ?
ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି
କନକ ବ୍ୟୁରୋ : ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ । ସବୁକିଛି ଥାଇ ବି ଆଜି ଏହା ଅବହେଳିତ । ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଜୋର୍ ଧରିଲାଣି ଦାବି । ଏପଟେ ବିଧାୟକ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ ଉଠିବ ଏ ପ୍ରସଙ୍ଗ । ଅଧିକ ପଢ଼ନ୍ତୁ : ବ୍ରିଟେନ୍ ଓ ଭାରତ ମଧ୍ୟରେ ବଡ଼ ଡିଲ୍: ଭାରତରେ ଖୋଲିବ ବ୍ରିଟେନର ୯ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୧୯୧୩ରେ ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ୧୧୨ ବର୍ଷର ଏହି ପୁରାତନ କଲେଜ ରାଜ୍ୟରେ ନାରୀ ଶିକ୍ଷା କ୍ଷେତ୍ରରେ ତୁଲାଇଥିଲା ବିଶେଷ ଭୂମିକା। ଏଠାରୁ ଶିକ୍ଷା ଗ୍ରହଣ କରି ବହୁ ଓଡ଼ିଆ ଝିଅ ଦେଶ ବିଦେଶରେ ଅନେକ ନାଁ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମାତ୍ର ରାଜ୍ୟର ସର୍ବପୁରାତନ ମହିଳା କଲେଜକୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରିନି । ଆଉ ଏବେ ଏହି ମହାବିଦ୍ୟାଳୟ ଲାଗି ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ। ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଜୋର୍ ଧରିଲାଣି ଦାବି । ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେଲାଣି । କଟକ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଆଗାମୀ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗ ଉଠିବ । ସାଧାରଣ ଲୋକଙ୍କ ଦାବି ସରକାର କେବେ ଶୁଣିବେ ତାହା ଦେଖିବାର କଥା।
ଆସିବ ୬୭ ହଜାର କୋଟିର ନିବେଶ, ଓଡ଼ିଶା ହେବ ଭାରତ ବିକାଶର ଇଞ୍ଜିନ୍
କନକ ବ୍ୟୁରୋ: ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପୁଞ୍ଜି ଯୋଗାଡ଼ରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦରେ ଓଡ଼ିଶାର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ମୋହନ । ସେଠାରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ନିବେଶକଙ୍କ ସହ ବଡ଼ ଡିଲ କରିଛନ୍ତି ଓଡ଼ିଶା ସରକାର। ନିବେଶ ସମ୍ମିଳନୀରେ ୧୩ ଟି କମ୍ପାନି ସହ ୨୭,୬୫୦ କୋଟି ଟଙ୍କାର ହୋଇଛି ବୁଝାମଣାପତ୍ର ସ୍ବାକ୍ଷର । ଏହାଦ୍ବାରା ରାଜ୍ୟରେ ଆନୁମାନିକ ୧୫,୯୦୫ ଚାକିରି ସୃଷ୍ଟି ହେବ । ଏହା ବ୍ୟତୀତ ୩୯,୧୩୧ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଛି, ଯାହା ୪୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ ; ବିଜେପିର ବଡ଼ ବୈଠକ; ନିଗମ ଓ ବୋର୍ଡ ବଣ୍ଟନ ଉପରେ ରହିଛି ନଜର ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ନିବେଶକମାନଙ୍କ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଓଡ଼ିଶାର ଅଧିକାରୀ । ବିଶେଷକରି ଔଷଧ ନିର୍ମାଣ, ଚିକିତ୍ସା ଉପକରଣ, ନବୀକରଣୀୟ ଶକ୍ତି ଉପକରଣ, ଟେକ୍ସଟାଇଲ୍, ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଡାଟା ସେଣ୍ଟର କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ । ନିବେଶକଙ୍କ ମଧ୍ୟରେ ଅଛନ୍ତି ଇନ୍ଦୋରାମା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିନ୍ଦଲ ପଲି ଫିଲ୍ମସ୍, ଏବିଆଇ ସୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମାରୁତି ଆଦି ପ୍ରମୁଖ କମ୍ପାନୀ । ମୋଟ ଉପରେ ୬୭ ହଜାର କୋଟିର ନିବେଶ ସହ ୫୬ ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।୨୦୪୭ ବିକଶିତ ଭାରତ ନିର୍ମାଣ ନେଇ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି । ସେଥିରେ ଓଡ଼ିଶା ଇଞ୍ଜିନ ସାଜିବ ବୋଲି ସରକାର କହିଛନ୍ତି । କିନ୍ତୁ ବାସ୍ତବରେ କେତେଟି କମ୍ପାନୀ ଓଡ଼ିଶା ଆସୁଛନ୍ତି ତାହା ଉପରେ ରାଜ୍ୟର ବିକାଶ ନିର୍ଭର କରୁଛନ୍ତି ।
କନକ ବ୍ୟୁରୋ; ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭାରତରେ ବେଟିଂ ଏବଂ ଗେମିଂ ଆପ୍ ଜରିଆରେ ହେଉଥିବା ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶେଷ କରି ମହାଦେବ ବେଟିଂ ଆପ୍ ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ସହଯୋଗୀ ଆପ୍ଗୁଡ଼ିକର ଯାଞ୍ଚ ସମୟରେ ଅନେକ ବଡ଼ ବଡ଼ ନାମ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ : ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ଝାରପଡା ଜେଲରେ ଇଡ଼ି ଟିମ୍। ରିମାଣ୍ଡ ବେଳେ ପତ୍ନୀ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ପ୍ରସ୍ତୁତ। ଏହି କ୍ରମରେ ଭାରତୀୟ କ୍ରିକେଟର ଯୁବରାଜ ସିଂ, ରୋବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସମ୍ପତ୍ତି ଇଡି ଦ୍ୱାରା ବ୍ୟାଜ୍ୟାପ୍ତି କରାଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ଉର୍ବଶୀ ରାଉତେଲା, ମିମି ଚକ୍ରବର୍ତ୍ତୀ, ଅଙ୍କୁଶ ହଜାରା ଏବଂ ନେହା ଶର୍ମାଙ୍କ ଭଳି ପ୍ରମୁଖ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଆଜିର ଇଡି କାର୍ଯ୍ୟାନୁଷ୍ଠାନରେ, ୭.୯୩ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ପୂର୍ବରୁ, ସମାନ ମାମଲାରେ, ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା । ଏପର୍ଯ୍ୟନ୍ତ ୧୯.୦୭ କୋଟି ମୂଲ୍ୟର ସମ୍ପତ୍ତି କରିଛି ଇଡି । ଏହି ମାମଲାରେ ତଦନ୍ତ ଜାରି ରହିଛି ।
କୃଷକ ସୁରକ୍ଷା ସଂଗଠନ ତରଫରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସମର୍ଥନ ଦେଲେ ବିଭିନ୍ନ ରାଜନୈତିକ ଦଳ
କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳିଛି ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । ଦୋକାନ ବଜାର ବନ୍ଦ ରହିବା ସହ ସହରରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା । ମୋଟାମୋଟି କହିବାକୁ ଗଲେ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଛି । ଅଧିକ ପଢ଼ନ୍ତୁ : ଡାକ୍ତରଙ୍କର ହେଉଛି ଅନ୍ୟତ୍ର ବଦଳି, ମିଳୁନି ନୂଆ ନିଯୁକ୍ତି, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଦିନ ହେଲା ଓପିଡ଼ି ବନ୍ଦ ଖାଁ ଖାଁ ରାସ୍ତାଘାଟ । ପ୍ରତିଟି ଦୋକାନରେ ତାଲା। ବ୍ୟସ୍ତ ବହୁଳ ସମ୍ବଲପୁର ଆଜି ଯେମିତି ଅଟକି ଯାଇଥିଲା, ନୀରବି ଯାଇଥିଲା । ଏପଟେ ସହରରେ ଶୁଭୁଛି ଚାଷୀଙ୍କ ନାରା, ଅନ୍ନଦାତାଙ୍କ ଗର୍ଜନ। ପୂର୍ବ ଘୋଷଣା ମୁତାବକ ଆଜି ସମ୍ବଲପୁର ବନ୍ଦ ପାଳିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । ଜରୁରୀ ସେବା ଓ ସାଧାରଣ ଲୋକଙ୍କ ଗମନାଗମନାକୁ ବାଦ୍ ଦେଲେ ପୂରା ସହର ଠପ୍ ହୋଇ ପଡ଼ିଥିଲା । ୩ ଘଣ୍ଟା ଧରି ଚାଷୀମାନେ ଅବରୋଧ କରି ରଖିଥିଲେ ୫୩ ନମ୍ବର ଜାତୀୟ ରାଜପଥ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏମିତିକି ବ୍ୟାଙ୍କ ଓ ସ୍କୁଲ ମଧ୍ୟ ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ : ପ୍ରହସନ ପାଲଟିଛି ବନ ସୁରକ୍ଷା; ସମ୍ବଲପୁର ବନଖଣ୍ଡରେ ନାହାନ୍ତି ବନ କର୍ମଚାରୀ ବିଭିନ୍ନ ଟ୍ରେଡ୍ ୟୁନିୟନ ଆଜି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ । ଏହାସହ ବିଜୁ ଜନତା ଦଳ ମଧ୍ୟ ଚାଷୀଙ୍କ ପାଇଁ ବାଇକ୍ ରାଲି କରି ବନ୍ଦ ପାଳନରେ ସାମିଲ ହୋଇଥିଲା । ଜିଲ୍ଲାରେ ଟୋକନ ସମସ୍ୟା ଏବଂ ମଣ୍ଡି ଅଚଳାବସ୍ଥା ସମସମୟାର ସମାଧାନ ସହ ଜିଲ୍ଲା କ୍ରୟ ସମିତିକୁ କ୍ଷମତା ଦେବାକୁ ଦାବି ହୋଇଛି । ଜିଲ୍ଲାକୁ ପ୍ରାୟ ୭୩ ହଜାର ଟୋକନ ଆସିଥିବା ବେଳେ ଏବେ ମଧ୍ୟ ପ୍ରାୟ ୯ ହଜାର ଟୋକନ ଆସିବା ବାକିଅଛି । ଶେଷ ଟୋକନ ଆସିବା ଯାଏଁ ସଂଘର୍ଷ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା । ଦେଖିବାର କଥା କେବେ ପୂରଣ ହେଉଛି ଚାଷୀଙ୍କ ଦାବି? କେବେ ଟୋକନ୍ ସମସ୍ୟା ଦୂର କରୁଛନ୍ତି ରାଜ୍ୟ ସରକାର?
୫ମ ଟି-୨୦: ଟସ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତ କରିବ ବ୍ୟାଟିଂ
ସମାଜଲାଇଭ ଡେସ୍କ: ଅହମ୍ମଦାବାଦରେ ଅନୁଷ୍ଠିତ ୫ମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦକ୍ଷିଣ ଆଫ୍ରିକା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ୪ର୍ଥ ମ୍ୟାଚ ଘନ କୁହୁଡ଼ି ଯୋଗୁ ବାତିଲ ହୋଇଯାଇଥିଲା। ଯାହାଫଳରେ ୫ମ ମ୍ୟାଚଟି ନିର୍ଣ୍ଣାୟକ ହେବ। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ସିରିଜ କବଜା କରିବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ସିରିଜ […]
ରାଜଧାନୀରେ ବଢ଼ିଚାଲିଛି ଅପରାଧ, ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛନ୍ତି ଅପରାଧୀ
କନକ ବ୍ୟୁରୋ : ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ। ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇ ଶେଷରେ ପୋଷ୍ଟର ଭରସାରେ ବସୁଛି କମିସନେରେଟ ପୁଲିସ । ଖୋଜି ଆଣିଲେ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ପୋଷ୍ଟର ଲାଗୁଥିବା ବେଳେ ଏବେ ଲୋକଙ୍କ ମନରୁ ପୁଲିସକୁ ନେଇ ବିଶ୍ୱାସ କମିବାରେ ଲାଗିଛି । ଅଧିକ ପଢ଼ନ୍ତୁ : ଆବର୍ଜନାରୁ ପ୍ରସ୍ତୁତ ହେବ ଶକ୍ତି ଓ ଚାର୍କୋଲ : ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ପଳାଶୁଣିରେ ପ୍ରତିଷ୍ଠା ହେବ ପ୍ଲାଣ୍ଟ କେଉଁଠି ନାବଳିକାଙ୍କ ସହ ଦୁଷ୍କର୍ମ ତ ଆଉ କେଉଁଠି ନିଖୋଜ ନାବାଳିକାଙ୍କୁ ଖୋଜିନପାରି ଶେଷରେ ପୋଷ୍ଟର ଭରସାରେ କମିସନେରେଟ ପୁଲିସ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନି । ଏପଟେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳର ନାବାଳିକାଙ୍କୁ ଖୋଜିବାକୁ ପୋଷ୍ଟର ମାରିବାରେ ବ୍ୟସ୍ତ ପୁଲିସ । ଅମର ବେହେରା ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ନେଇ ପୋଷ୍ଟରରେ ଦର୍ଶାଯାଇଛି। ନିଖୋଜ ନାବାଳିକା ଏବଂ ଅପହରଣକାରୀଙ୍କ ବାବଦରେ ଖବର ଦେଲେ ମିଳିବ ୨୫ ହଜାର ଟଙ୍କା । ଅଧିକ ପଢ଼ନ୍ତୁ : କଟକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ୪ଦିନ ହେଲା ଉଠୁନି ଅଳିଆ , ଏପଟେ ଭୁବନେଶ୍ୱର ସଫେଇ କର୍ମଚାରୀଙ୍କ ଚେତାବନୀ ବିଗତ କିଛି ଦିନ ହେଲା ଅନେକ ମୃତଦେହ ମିଳୁଥିଲେ ବି ମୃତଦେହର ପରିଚୟ ମିଳିପାରୁନି ଓ ତଥ୍ୟ ଅନୁଯାୟୀ, ବିଗତ ୧୦ ବର୍ଷରେ ଟ୍ବିନ୍ସିଟିରେ ୨୭୫ରୁ ଅଧିକ ମୃତଦେହର ପରିଚୟ ମିଳିନି । କିଛିଦିନ ତଳେ ମଞ୍ଚେଶ୍ୱରରୁ ମିଳିଥିବା ମୃତଦେହର ପୋଷ୍ଟର ଲାଗିଥିଲେ ବି ଏଯାଏଁ ମିଳିନି କୌଣସି ସୁଫଳ । ଏପଟେ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଯାହାକୁ ନେଇ କମିସନେରେଟ ପୁଲିସର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ : ଖୋଲୁଛି ବାଂଲାଦେଶୀ ଯୁବତୀ ଚାଲାଣର ଚେର: ଆମିର ଅଲ୍ଲୀ ଶେଖକୁ ଘାଣ୍ଟୁଛି ଭୁବନେଶ୍ୱର ଏନଆଇଏ ଟିମ୍ ଅନେକ ସମୟରେ ନିଖୋଜ ଅପରାଧୀଙ୍କୁ ଖୋଜିବାରେ ଫେଲ୍ ମାରୁଛି ପୁଲିସ। ତେଣୁ ଆପରାଧିକ ମାମଲା ବି ବଢୁଛି । ତା ସହିତ ଅପରାଧୀଙ୍କ ମନରେ ଭୟ କମୁଛି । ତେଣୁ ପ୍ରଶ୍ନ ଉଠୁଛି, ମାଳମାଳ ସିସିଟିଭି ଥାଇ କେମିତି ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ ?
ଅଙ୍ଗନବାଡ଼ି ପୋଷାକ ବଣ୍ଟନରେ ଦୁର୍ନୀତିର ଗନ୍ଧ ! ପିଲାଙ୍କୁ ଦିଆଯାଉଛି ନିମ୍ନମାନର ପୋଷାକ !
କନକ ବ୍ୟୁରୋ: ଗଞ୍ଜାମରୁ ଆସିଛି ଅଙ୍ଗନବାଡ଼ି ପୋଷାକ କେଳେଙ୍କାରୀର ଅଭିଯୋଗ । ଜିଲ୍ଲାର ପ୍ରତ୍ୟେକଟି ବ୍ଲକରେ ଥିବା ଅଙ୍ଗନବାଡ଼ିରେ ପିଲାଙ୍କୁ ନିକୃଷ୍ଟ ମାନର ପୋଷାକ ବଣ୍ଟନ କରାଯାଉଛି। ଯାହା ପିନ୍ଧିବା ଯୋଗ୍ୟ ନୁହେଁ। ବ୍ୟବହାରର ମାସେ କି ଦୁଇ ମାସରେ ଡ୍ରେସ୍ ନଷ୍ଟ ହୋଇଯାଉଥିବା ଅଭିଯୋଗ ଆସିଛି । ଚଳିତ ବର୍ଷ ଆସିକା ବ୍ଲକର ୨୫୧ ଅଙ୍ଗନବାଡ଼ି କେନ୍ଦ୍ରରେ ୫ ହଜାର ୫୧୫ ଜଣ ଓ ଧରାକୋଟର ୧୯୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୪ ହଜାର ୩୨୭ ପିଲାଙ୍କୁ ପୋଷାକ ଦିଆଯାଇଛି । ହେଲେ ପ୍ରତିଟି କେନ୍ଦ୍ରରେ ଦିଆଯାଇଥିବା ପୋଷାକ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ ; ଷାଣ୍ମାସିକ ପରୀକ୍ଷା ସରିଲା,ପୋଷାକ ମିଳିଲାନି : ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ଚିରାଫଟା ୟୁନିଫର୍ମ ପ୍ରତିବର୍ଷ ସରକାରଙ୍କ ତରଫରୁ ଅଙ୍ଗନବାଡ଼ିରେ ପଢ଼ୁଥିବା ପ୍ରତି ପିଲାଙ୍କ ପାଇଁ ୟୁନିଫର୍ମ, ଶୀତ ପୋଷାକ ଓ ଜୋତା ବାବଦକୁ ଟଙ୍କା ଆସୁଛି । ପୁଅଙ୍କ ପାଇଁ ୪୫୦ ଓ ଝିଅଙ୍କ ପାଇଁ ୫୫୦ ଟଙ୍କା ପ୍ରଦାନ କରାଯାଉଛି । ୟୁନିଫର୍ମ ଯୋଗାଇବା ଦାୟିତ୍ବ ରହୁଛି ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ । ହେଲେ ନିମ୍ନମାନର ପୋଷାକ ପିଲାଙ୍କୁ ଦିଆଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଳକ ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ କଥା ହୋଇ ଘଟଣାର ତଦନ୍ତ କରାଯିବା ନେଇ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ । ତୁରନ୍ତ ଅଭିଯୋଗର ତଦନ୍ତ କରି ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।
କୋରାପୁଟରୁ ଆସିଲା ଦୁଃଖଦ ଚିତ୍ର, ଗୋଟିଏ ପରିବାରର ତିନି ପୁଅ ଝିଅ ଦିବ୍ୟାଙ୍ଗ
କନକ ବ୍ୟୁରୋ: ଦୁରାରୋଗ ଏମିତି ଯେ ଗୋଟିଏ ପରିବାରରେ ତିନି ପୁଅ ଝିଅ ଦିବ୍ୟାଙ୍ଗ । ଅଭାବୀ ପରିବାର ପକ୍ଷରେ ଛୁଆଙ୍କ ଚିକିତ୍ସା କରିବା ସମ୍ଭବ ହୋଇନି । ଏସବୁ ଅଭାବ ଅନଟନ, ଶାରରିକ ଅକ୍ଷମତା ଭିତରେ ପାଠ ପଢି କିଛି କରି ଦେଖାଇବାର ସ୍ୱପ୍ନ ଦେଖିଛି ବିଦ୍ୟାଙ୍ଗ ପୁଅ । ଜନ୍ମରୁ ସବୁ କିଛି ଠିକ ଥିଲା । ବୟସ ବଢ଼ିଲା, କିନ୍ତୁ ଶରୀର ବଢ଼ିଲାନି। ଦିନ ମଜୁରିଆ ଭାବେ କାମ କରୁଥିବା ବାପା ପକ୍ଷରେ ଭଲ ଚିକତ୍ସା ଦେବା ସମ୍ଭବ ହେଲାନି । କୋରାପୁଟ ମେଡ଼ିକାଲ ନେବାରୁ ଡାକ୍ତର କହିଲେ ଭଲ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନିଅ । କିନ୍ତୁ ଟଙ୍କା ନଥିବାରୁ ଛୁଆଙ୍କୁ ଧରି ଘରକୁ ଫେରିଆସିଲେ ବାପା । ପ୍ରଥମେ ବଡ଼ ଝିଅ ଓ ପୁଅ, ଏବେ ସାନ ଝିଅ ଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି। ୩ ଛୁଆଙ୍କର ଏପରି ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି ବୋରିଗୁମ୍ମା ବ୍ଲକ ବେଣାସୁର କୁରକୁଟି ଗାଁର ଭଗବାନ ହରିଜନ । ପୁଅ କପିଳାସ ହରିଜନ, ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷର ଛାତ୍ର। ଶରୀର ଅକ୍ଷମ, ମନୋବଳ ଦୃଢ଼ । ଅଧିକ ପଢନ୍ତୁ ; ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ ପ୍ରତ୍ୟେକ ଦିନ ବାପା ନହେଲେ ବଡ଼ ଭାଇଙ୍କ ସହ ୧୦ କିଲୋମିଟର ଦୂର କଲେଜ ଯାଆନ୍ତି । ସମସ୍ତ ଘାତ ପ୍ରତିଘାତକୁ ଏଡ଼ାଇ ପାଠପଢ଼ି କିଛି କରିବାକୁ ସ୍ବପ୍ନ ଦେଖିଛନ୍ତି। ତେବେ ସରକାରଙ୍କୁ ଟ୍ରାଇ ସାଇକେଲ୍ ଓ ପାଠ ପଢ଼ିବା ପାଇଁ କିଛି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି କପିଳାସ । ସରକାର ପକ୍ଷରୁ ବଡ଼ ଝିଅ ଏବଂ ପୁଅକୁ ଭତ୍ତା ମିଳୁଛି। କିନ୍ତୁ ସାନ ଝିଅର ହାତ ଆଙ୍ଗୁଠି ଠିକ୍ ନଥିବାରୁ ଆଧାର କାର୍ଡ ହୋଇପାରୁନି। ଫଳରେ ସରକାରୀ ସହାୟତା ମିଳୁନି । ଏହା ପ୍ରତି ଦୃଷ୍ଟି ଦେବା ସହ କିଛି ସରକାରୀ ସହାୟତା ମିଳିଲେ ଏହି ଅସହାୟ ପରିବାର ଉପକୃତ ହୋଇପାରିବ ।
କଳିଙ୍ଗ ହସ୍ପିଟାଲର ନୂଆ ପ୍ରୟାସ, ଉଦଘାଟିତ ହେଲା ଏସ୍ଥେଟିକ୍ ଓ କସମେଟିକ୍ କ୍ଲିନିକ୍
କନକ ବ୍ୟୁରୋ : କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱରରେ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଆଧୁନିକ ଏସ୍ଥେଟିକ୍ ଓ କସ୍ମେଟିକ୍ କ୍ଲିନିକ୍ର ଉଦଘାଟନ କରିଛି । ଏହି କ୍ଲିନିକ୍ ମାଧ୍ୟମରେ ଓଡ଼ିଶାର ଲୋକମାନଙ୍କୁ ସହଜ ମୂଲ୍ୟରେ ଉନ୍ନତ ଓ ଉଚ୍ଚମାନର ଏସ୍ଥେଟିକ୍ ଚିକିତ୍ସା ସେବା ପ୍ରଦାନ କରିବା ଉଦ୍ଦେଶ୍ୟ ରହିଛି । ଏହି କ୍ଲିନିକ୍ର ଉଦଘାଟନ ଖ୍ୟାତନାମା ଓଲିଉଡ୍ ଅଭିନେତ୍ରୀ ଶ୍ରୀମତୀ ସୂର୍ୟ୍ୟମୟୀ ମହାପାତ୍ର ଏବଂ ଲୋକପ୍ରିୟ ଅଭିନେତା ଶ୍ରୀ ହରିହର ମହାପାତ୍ରଙ୍କ ଦ୍ୱାରା ହୋଇଥିଲା । ଏହି ଅବସରରେ କଳିଙ୍ଗ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଏସ୍. ସନ୍ତୋଷ କୁମାର ଡୋରା, ମୁଖ୍ୟ ଆର୍ଥିକ ଅଧିକାରୀ ଶ୍ରୀ ଏନ୍. ସି. ସ୍ୱାଇଁ, ଅପରେସନ୍ ମୁଖ୍ୟ ନରେନ୍ଦ୍ର ଶତପଥୀ, କସ୍ମେଟିକ୍ ଓ ଏସ୍ଥେଟିକ୍ କନସଲ୍ଟାଣ୍ଟ ଡା. ମୋନାଲିଶା ମହାପାତ୍ର, ସହିତ ହସ୍ପିଟାଲ୍ର ବରିଷ୍ଠ ଡାକ୍ତର, ପ୍ରବନ୍ଧନ ସଦସ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ନୂତନଭାବେ ଉଦଘାଟିତ ଏହି କ୍ଲିନିକ୍ ଆଧୁନିକ ପ୍ରଯୁକ୍ତି ସହିତ ସଜ୍ଜିତ ଓ ଚର୍ମ, କେଶ ଏବଂ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଏସ୍ଥେଟିକ୍ ଓ କସ୍ମେଟିକ୍ ଚିକିତ୍ସା ସେବା ପ୍ରଦାନ କରିବ । ଅଭିଜ୍ଞ ଚିକିତ୍ସକମାନଙ୍କ ମାଧ୍ୟମରେ ଏଠାରେ ଏକ ଛାଦ ତଳେ ସମ୍ପୂର୍ଣ୍ଣ ଏସ୍ଥେଟିକ୍ ସମାଧାନ, ସୁରକ୍ଷା, ଗୁଣମାନ ଏବଂ ନୀତିଗତ ଚିକିତ୍ସା ପ୍ରଥା ସହିତ ପ୍ରଦାନ କରାଯିବ । ଏହି ଅବସରରେ କଥା ରଖି ଡା. ଏସ୍. ସନ୍ତୋଷ କୁମାର ଡୋରା କହିଥିଲେ ଯେ, କଳିଙ୍ଗ ହସ୍ପିଟାଲ୍ ଆନ୍ତର୍ଜାତୀୟ ମାନଦଣ୍ଡର ସ୍ୱାସ୍ଥ୍ୟସେବାକୁ ଓଡ଼ିଶାର ଲୋକମାନଙ୍କ ପାଇଁ ସହଜ ଓ ସସ୍ତା କରିବା ପ୍ରତି ପ୍ରତିବଦ୍ଧ । ଏହି ଏସ୍ଥେଟିକ୍ ଓ କସ୍ମେଟିକ୍ କ୍ଲିନିକ୍ର ଉଦଘାଟନ କଳିଙ୍ଗ ହସ୍ପିଟାଲ୍ର ଆଧୁନିକ ଚିକିତ୍ସା ସେବାକୁ ସମୁଦାୟର ନିକଟକୁ ନେଇଆସିବା ଏବଂ ରୋଗୀକେନ୍ଦ୍ରିକ ଚିକିତ୍ସା ସହିତ କ୍ଲିନିକାଲ୍ ଉତ୍କୃଷ୍ଟତା ପ୍ରଦାନ କରିବା ଦୃଷ୍ଟିକୋଣକୁ ପୁନରୁଚ୍ଚାରଣ କରେ।
ନୀଳଗିରିରେ ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ, ବିଲରେ ପଶି ନଷ୍ଟ କରୁଛନ୍ତି ଏକର ଏକର ଫସଲ
କନକ ବ୍ୟୁରୋ: ନୀଳଗିରିରେ ପ୍ରବେଶ କରିଛନ୍ତି ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଯାହା ଚାଷୀଙ୍କ ନିଦ ହଜାଇ ସାରିଲାଣି । ପଲ ପଲ ହୋଇ ଆସୁଛନ୍ତି, କ୍ଷେତରେ ପଶୁଛନ୍ତି । ଯାହା ପାରୁଛନ୍ତି ନଷ୍ଟ କରୁଛନ୍ତି । ଚାଷୀ ପାଖରେ ନା ହାତୀ ସାମନାକୁ ଯାଇ ଲଢ଼େଇ କରିବାର ସାମର୍ଥ୍ୟ ଅଛି ନା ଫସଲକୁ ସୁରକ୍ଷା ଦେବାର କୌଣସି ଉପାୟ । ତଥାପି ନିଜ ଦାନାକୁ ବଞ୍ଚାଇବା ପାଇଁ ଜୀବନକୁ ପାଣି ଛଡ଼ାଇ ଶୀତ କାକରରେ ଫସଲକୁ ଦିନ ରାତି ଜଗି ବସୁଛି ଚାଷୀ । କେତବେଳେ କୁଳଡ଼ିହା ଚାଷୀ ଆଉ ଏବେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ । ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦା ବ୍ଲକରେ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ଅଧିକ ପଢନ୍ତୁ ; ବାଲେଶ୍ବର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ : ଅମଳ ଧାନକୁ କରୁଛନ୍ତି ନଷ୍ଟ ସେଥରୁ କୁଳଡିହା ରେଞ୍ଜରେ ହାତୀ ନଷ୍ଟ କରିଛନ୍ତି ୬୧.୯୧୪ ହେକ୍ଟର ଜମିର ଚାଷ । ୬ ଜଣଙ୍କ ଘର ଭାଙ୍ଗିଛି, ୭ ଜଣ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ନୀଳଗିରି ରେଞ୍ଜରେ ୧୦.୪୧୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ ବିଭାଗ ପକ୍ଷରୁ ମିଳୁଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ! ବୋଲି ଚାଷୀ ଅଭିଯୋଗ କରିଛନ୍ତି । ବର୍ଷ ତମାମ ପେଟକୁ ଗଣ୍ଡେ ଦାନ ପାଇଁ କ୍ଷେତରେ ସଂଘର୍ଷ କରୁଛି ଚାଷୀ । କେତବେଳେ ଚକଡ଼ା ପୋକ ତ’ ଆଉ କେତବେଳେ ଅଦିନିଆ ବର୍ଷା ପୁଣି କେତବେଳେ ହାତୀଙ୍କ ବିତ୍ପାତ ଚଷା ପୁଅ ପାଇଁ କାଳ ସାଜିଛି ।
ଉତ୍କଳ ହସ୍ପିଟାଲର ନୂତନ ପ୍ରୟାସ, ପେସ୍ ହାର୍ନିଆ ନେଇ ଆୟୋଜିତ ହେଲା କର୍ମଶାଳା
କନକ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ମଲ୍ଟି–ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସଂସ୍ଥା ଉତ୍କଳ ହସ୍ପିଟାଲ , ନୀଳାଦ୍ରି ବିହାର, ଭୁବନେଶ୍ୱର ଠାରେ ପେସ୍ ହାର୍ନିଆ କର୍ମଶାଳା ୨୦୨୫ ର ସଫଳ ଆୟୋଜନ ୧୭ ଡିସେମ୍ବର ୨୦୨୫ ତାରିଖରେ କରାଯାଇଥିଲା। ଏହା ଉନ୍ନତ ସର୍ଜିକାଲ୍ ଶିକ୍ଷା ଏବଂ ରୋଗୀ ସେବାର ଉତ୍କୃଷ୍ଟତା ପ୍ରତି ହସ୍ପିଟାଲର ଅତୁଟ ଅଙ୍ଗୀକାରକୁ ପୁନଃ ସ୍ଥାପିତ କରିଛି । ଏହି କର୍ମଶାଳା ଡା. ଗୌରବ ଦାସ, ସିନିୟର କନସଲଟାଣ୍ଟ, ଜେନେରାଲ୍ ଏବଂ ଲାପାରୋସ୍କୋପିକ୍ ସର୍ଜେରୀ, ଉତ୍କଳ ହସ୍ପିଟାଲଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ହସ୍ପିଟାଲରୁ ଆସିଥିବା ବହୁ ସଂଖ୍ୟକ ଡାକ୍ତରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଲାଇଭ୍ ସର୍ଜିକାଲ୍ ଡେମୋନଷ୍ଟ୍ରେସନ୍ ସହିତ ବିଶେଷଜ୍ଞ ମାନଙ୍କ ଦ୍ୱାରା ଗଭୀର ଆଲୋଚନା ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ଉନ୍ନତ ହର୍ନିଆ ଚିକିତ୍ସା ପ୍ରଣାଳୀ ଏବଂ ସର୍ବୋତ୍ତମ କ୍ଲିନିକାଲ୍ ପ୍ରଥା ବିଷୟରେ ମୂଲ୍ୟବାନ ଜ୍ଞାନ ମିଳିଥିଲା। ଇଣ୍ଟରାକ୍ଟିଭ୍ ସେସନଗୁଡ଼ିକ ଅଂଶଗ୍ରାହୀମାନଙ୍କୁ ତାଙ୍କର ବ୍ୟବହାରିକ ଜ୍ଞାନ ଏବଂ ସର୍ଜିକାଲ୍ କୌଶଳ ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଅଧିକ ପଢ଼ନ୍ତୁ : ଉତ୍କଳ ହସ୍ପିଟାଲରେ ଫାୟାର ସେଫ୍ଟି ମକ୍ ଡ୍ରିଲ୍ ଆୟୋଜିତ କର୍ମଶାଳାର ଔପଚାରିକ ଉଦ୍ଘାଟନ କରିଥିଲେ— ଡା. ଗୌରବ ଦାସ, ସିନିୟର କନସଲଟାଣ୍ଟ, ଜେନେରାଲ୍ ଏବଂ ଲାପାରୋସ୍କୋପିକ୍ ସର୍ଜେରୀ ପ୍ରୋଫେସର୍ (ଡା.) ପ୍ରଫୁଲ୍ଲ କୁମାର ଦାସ, ଡିନ୍ (ଏକାଡେମିକ୍ସ) ଡ. ପ୍ରଜ୍ଞାନ ରଞ୍ଜନ ଘଡେଇ, ମ୍ୟାନେଜିଂ ଡିରେକ୍ଟର୍ ଡା. ରାଶ୍ମି ରଞ୍ଜନ ଗୁରୁ, ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ମୋନାଲିଶା ପଣ୍ଡା, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କର ଉପସ୍ଥିତି ହସ୍ପିଟାଲର ଅବିରତ ଚିକିତ୍ସା ଶିକ୍ଷା ଏବଂ ଏକାଡେମିକ୍ ନେତୃତ୍ୱ ପ୍ରତି ଦୃଢ଼ ଆଗ୍ରହକୁ ପ୍ରତିବିମ୍ବିତ କରିଥିଲା। କର୍ମଶାଳାର ଶେଷରେ ସମସ୍ତ ଅଂଶଗ୍ରାହୀ ଡାକ୍ତରମାନଙ୍କୁ ତାଙ୍କର ଅଂଶଗ୍ରହଣ ଏବଂ ବୃତ୍ତିଗତ ଉନ୍ନତି ପ୍ରତି ନିଷ୍ଠା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପେସ୍ ହାର୍ନିଆ କର୍ମଶାଳା –୨୦୨୫ କୁ ଅଂଶଗ୍ରାହୀମାନେ ବହୁତ ସ୍ୱାଗତ ଜଣାଇଥିଲେ ଏବଂ ଏହା ଉତ୍କଳ ହସ୍ପିଟାଲର ଚିକିତ୍ସା ଉତ୍କୃଷ୍ଟତା ଏବଂ ଚିକିତ୍ସକମାନଙ୍କ ମଧ୍ୟରେ ସହଯୋଗୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ଟୋନ୍ ଭାବେ ପରିଚିତ ହୋଇଛି।
ଢେଙ୍କାନାଳର ଅଭିଶପ୍ତ ମଝିକା ଗାଁ, ନା ପାନୀୟ ଜଳ, ନା ମୋବାଇଲ ନେଟୱର୍କ, ଏମାନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା
କନକ ବ୍ୟୁରୋ : ନା ଶୁଦ୍ଧ ପାନୀୟ ଜଳ ମିଳୁଛି ନା ମୋବାଇଲ ନେଟୱର୍କ। ନାହିଁ ନାହିଁରେ ବଞ୍ଚୁଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଝିକା ଗାଁର ଲୋକମାନେ। ଆକାଂକ୍ଷୀ ବ୍ଲକ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାଜପଥଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଗାଁ, କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ। କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗାଁରେ ୭୦ ପରିବାରର ଲୋକ ବସବାସ କରୁଥିବା ବେଳେ ଆଜି ବି ଅବହେଳିତ ହୋଇ ରହିଛି ପୂରା ଗାଁ। ଗାଁରେ ୩ଟି ନଳକୂପ ଥିବା ବେଳେ ୨ଟି ଅଚଳ। ବାକି ଗୋଟିଏରୁ ନାଲିଆ ପାଣି ବାହାରୁଥିବା ବେଳେ ତାକୁ ପାନୀୟ ଜଳ ଭାବରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗାଁର ଲୋକେ। ଆଜି ଯାଏଁ ଗାଁକୁ ପାଇପ୍ ପାଣି ଆସିପାରିନି। ନଳକୂପ ପାଖରେ ସକାଳୁ ଭିଡ଼ ଲାଗୁଛି ଲୋକଙ୍କର। ଯାହାକୁ ଯେତେ ଅଭିଯୋଗ କରିବା ପରେ ମଧ୍ୟ ନିରାଶ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକ । ଅଧିକ ପଢ଼ନ୍ତୁ : ଟାଟାକୁ ଟା ଟା! ଢେଙ୍କାନାଳରେ ଦାନା ବାନ୍ଧୁଛି ଜନଆନ୍ଦୋଳନ ଖାଲି ପାଣି ଅସୁବିଧା ନୁହେଁ, ଏଠାରେ ମୋବାଇଲ ନେଟୱର୍କ ବି ଅପହଞ୍ଚ। ଜାତୀୟ ରାଜପଥ ୧୪୯ ଠାରୁ ମାତ୍ର ୩କିମି ଭିତରେ ଥିବା ଏହି ଗାଁକୁ କୌଣସି ମୋବାଇଲ ନେଟୱର୍କ ପହଞ୍ଚିପାରିନି। ଫଳରେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସରକାରଙ୍କର ରାସନ ଚାଉଳ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସିନ୍ଦା। ଖାଲି ମଝିକା ନୁହେଁ, ପାଖ ଗାଁ ସୁନ୍ଦରମୁଣ୍ଡି, ବାଲିଝରଣ, ଭେଜିଆ ଭଳି ଗାଁରେ ମଧ୍ୟ ଠିକରେ ମୋବାଇଲ ନେଟୱର୍କ ଆସୁନାହିଁ । ଅନେକ ସମୟରେ ଗାଁରେ ଥିବା ଏକ ଗଛ ଉପରେ ଚଢ଼ିଲେ ମଝିରେ ମଝିରେ ଅଳ୍ପ ନେଟୱର୍କ ଆସୁଥିବା ବେଳେ ବିପଦ ପୂର୍ଣ୍ଣ ଭାବରେ ସେହିଭଳି କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକ। ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବିଡିଓଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ନକଲି ହାତୀଦାନ୍ତ ତିଆରି ଘଟଣାରେ ଆଉ ୫ ଗିରଫ
ସମାଜଲାଇଭ ଡେସ୍କ: ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ନକଲି ହାତୀଦାନ୍ତ ତିଆରି ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କୁ ବାଲେଶ୍ଵର, ଭଦ୍ରକ ଏବଂ ରାଜଧାନୀ ଭୁବନେଶ୍ଵରୁ ଗିରପ କରାଯାଇଛି। ଫଳରେ ଗିରଫଦାରି ସଂଖ୍ୟା ୧୪ରେ ପହଞ୍ଚିଛି। ପୂର୍ବରୁ ଏହି ଘଟଣାରେ ୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ଗିରଫ ଅଭିଯୁକ୍ତମାନଙ୍କଠାରୁ ୧୦ଟି ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି। ନକଲି ହାତୀଦାନ୍ତ ତିଆରି ସହିତ ବଜ୍ରକାପ୍ତା ଶିକାର କରି ସେମାନଙ୍କ କାତି […]
ରାଉଲକେଲା ବୀରମିତ୍ରପୁରରେ ପୁଣି ଲଜ୍ଜା, ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
କନକ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଗଣ ଦୁଷ୍କର୍ମ, ଦୁଷ୍କର୍ମ ମାମଲା । ଧଉଳି ଲଜ୍ଜାକୁ ଗୋଟିଏ ସପ୍ତାହ ହୋଇ ନଥିବାବେଳେ ରାଉଲକେଲାରେ ପୁଣି ଲଜ୍ଜା ଖବର ସାମ୍ନାକୁ ଆସିଛି । ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବୀରମିତ୍ରପୁର ଅଞ୍ଚଳରେ ଘଟିଛି ଏପରି ଘଟଣା । ଘଟଣାରେ ଅଭିଯୁକ୍ତ କୁଲଦୀପ ହାସଦାକୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ । ରାଜ୍ୟରେ ନାରୀ କେତେ ସୁରକ୍ଷିତ ସେନେଇ ଉଠିଛି ପ୍ରଶ୍ନ । କାରଣ ଏହି କିଛି ଦନ ତଳେ ଧଉଳି ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଧିକ ପଢନ୍ତୁ ; ନଦୀ ପଠାରେ ଗଣଦୁଷ୍କର୍ମ! ଛାତି ଥରାଇଲା ‘ଧଉଳି’ କାଣ୍ଡ ସୂଚନା ମୁତାମକ, ନିଛାଟିଆ ବାଙ୍କୁଆଳ ନଦୀ ପଠାରେ ୧୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଜଘନ୍ୟ କାଣ୍ଡ ଭିଆଇଥିଲେ ସୈତାନ। ଧଉଳି ବୁଲି ଫେରିବା ବେଳେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଟଙ୍କା ମାଗିଥିଲେ ୫ ଦୁର୍ବୃତ୍ତ। ଟଙ୍କା ନଦେବାରୁ ଅତର୍କିତ ଆକ୍ରମଣ କରିବା ସହ, ଉଭୟଙ୍କୁ ଭିଡ଼ି ନେଇଥିଲେ ନଈପଠାକୁ । ପୁରୁଷ ବନ୍ଧୁଙ୍କ ମୁଣ୍ଡକୁ ପଥରରେ ଛେଚିଥିଲେ ଅତି ନୃଶଂସ ଭାବରେ । ନାବାଳିକା ଜଣକ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ସହ ଗୋଡ଼ ଧରି ନେହୁରା ହୋଇଥିଲେ । ହେଲେ ଶାନ୍ତ ପଡ଼ିନଥିଲେ ସଇତାନ। ବର୍ବରତାର ସୀମା ଟପି, ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମୋବାଇଲରେ ଫଟୋ ଓ ଭିଡିଓ ନେଇଥିଲେ । ମୁହଁ ଖୋଲିଲେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ ।
ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ ପରେ ଚିକିତ୍ସା ଆରମ୍ଭ
ସମାଜଲାଇଭ ଡେସ୍କ: ଭୁବନେଶ୍ଵର ଚନ୍ଦକା ଅଞ୍ଚଳରେ ଘୁରି ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଶୁକ୍ରବାର ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ହାତୀଟିର ବାମ ଗୋଡ଼ ଫୁଲିଛି। କ’ଣ ପାଇଁ ଗୋଡ଼ ଫୁଲିଛି ତାହା ଜାଣିବା ଲାଗି ଓୟୁଏଟି ଏବଂ ନନ୍ଦନକାନନ ଟିମ୍ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଛି। ହାତୀଟିକୁ କେହି ଗୁଳିମାଡ଼ କରିଛନ୍ତି କି ତୀରମାଡ଼ ହୋଇଛି ଅଥବା ସଂକ୍ରମଣ ଯୋଗୁ ଗୋଡ଼ ଫୁଲିଛି ତାହାର ନିରୀକ୍ଷଣ କରାଯାଉଛି। ସୂଚନାଯୋଗ୍ୟ, […]
ଆପଣ ଯେମିତି ଭାବୁଛନ୍ତି, ସେମିତି ନୁହେଁ | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ପୁରୀରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଲୋଚନା | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ପଲିଟିକ୍ସରେ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା, ବିଜେପି-କଂଗ୍ରେସ ମୁହାଁମୁହିଁ
କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ମୁଣ୍ଡ ଟେକିଛି ବିବାଦ। ବିଜେପି ଏହାକୁ ବିରୋଧ କରି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପର ପ୍ରତି ବିଷ ଓଗାଳିଛନ୍ତି, ଯାହା ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାରେ। ରାୟଗଡ଼ା କଂଗ୍ରେସ ପକ୍ଷରୁ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ଗଜପତି ଛକରେ ନିର୍ମାଣ ସହ ଚତୁପାର୍ଶ୍ବର ସୌନ୍ଦର୍ଜୀାକରଣ ଚାଲିଛି। ପ୍ରତିମୂର୍ତ୍ତି ଉନ୍ମୋଚନ ନେଇ ତାରିଖ ନିର୍ଦ୍ଧାରିତ ହୋଇସାରିଥିବା ବେଳେ ବିଜେପି କିନ୍ତୁ ଏହାକୁ କରୁଛି ତୀବ୍ର ବିରୋଧ। ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମେ ୮ ତାରିଖରେ ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ୧୩ତମ ସାଧାରଣ ପରିଷଦ ବୈଠକରେ ଭଗବାନ ବିର୍ସା ମୁଣ୍ଡା ଓ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଏଥିପାଇଁ ପୌର କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକରେ ଜାଗା ଚିହ୍ନଟ ହୋଇଥିଲା। ସେଇଠାରେ ହିଁ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବିଜେପି କିନ୍ତୁ ଏବେ ଏହାକୁ ବିରୋଧ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି ଯେ ସେହି ସ୍ଥାନରେ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରହିଛି । ଏଣୁ ଜାଗାଟି ଗଜପତି ଛକ ନାମରେ ନାମିତ । ଯଦି ସେହି ସ୍ଥାନରେ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ, ତେବେ ଏହା ଗଜପତିଙ୍କ ପ୍ରତି ହେବ ଅପମାନ। ଯଦି ମୂର୍ତ୍ତି ସ୍ଥାପନ ହେବ ତାହା ହେଲେ ସେହିସ୍ଥାନରେ ପ୍ରସ୍ତାବିତ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ନହେଲେ ଅନ୍ୟ କୌଣସି ମୂର୍ତ୍ତି ସ୍ଥାପନ କରିବାକୁ ଦିଆଯିବ ନାହିଁ । ୧୦ ହଜାର ଆଦିବାସୀଙ୍କୁ ନେଇ ଏହାକୁ ବିରୋଧ କରାଯିବ ବୋଲି ବିଜେପି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ବି ଚୁପ ବସିନି। କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିବା ସହ ଯେକୌଣସି ପରିସ୍ଥିତିରେ ବି ସେହି ଜାଗାରେ ହିଁ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହା ହେବ ଦେଖାଯିବ ବୋଲି କହିଛି କଂଗ୍ରେସ। ତେବେ ଏନେଇ କୌଣସି ପ୍ରାଶାସନିକ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣା ; ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ହେଉଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା ୧୯୬୨ ମସିହାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ସ୍ବର୍ଗତ ଉଲ୍ଲାକା ସେ ୨ ଥର ସାସଂଦ, ୭ ଥର ବିଧାୟକ ଓ ୪ ଥର ମନ୍ତ୍ରୀ ଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଉନ୍ନତି ପାଇଁ ସେ ବହୁତ କାମ କରିଛନ୍ତି ଚଳିତ ମାସ ୨୪ ତାରିଖ ଦିନ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଶ୍ରାଦ୍ଧ ଦିବସ ସେହିଦିନ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଦିନ ଧାର୍ଯ୍ୟ ପ୍ରତିମୂର୍ତ୍ତି ସ୍ଥାପନରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହେବ ଯୋଗ ଦେବେ ଛତିଶଗଡ଼ର ପୂର୍ବତନ ମୂଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପିସିସି ସଭାପତି ଭକ୍ତ ଚରଣ ଦାଶ, ପୂର୍ବତନ ପିସିସି ସଭାପତି ବି ଆସିବେ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା
କିସ୍ ଘଟଣାର ହେଉ ସିବିଆଇ ତଦନ୍ତ’ | Odisha Reporter
କିସ୍ ଘଟଣାର ହେଉ ସିବିଆଇ ତଦନ୍ତ’: ଜୟଶ୍ରୀ ମହାପାତ୍ର, ପୂର୍ବତନ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ଅଧ୍ୟକ୍ଷ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #juvenilejustice #kiss #Odisha #OdishaReporter
ଭୁବନେଶ୍ୱର ଉପକଣ୍ଠରେ ଏକାଠି ହେଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା | Odisha Reporter
Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ବେଧଡକ ଚାଲିଛି ଲଘୁ ଖଣିଜ ପଦାର୍ଥ ଲୁଟ: ୨ ହାଇୱା ଜବତ
ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଧଡ଼କ ଭାବେ ଚାଳିଛି ଲଘୁ ଖଣିଜ ପଦାର୍ଥ ଲୁଟ୍। ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗକୁ ଯିବା ପରେ ଚୋରା ଖଣି ବଢିବା ସାଙ୍ଗକୁ ନିଲାମ ଖଣିରୁ ଅନୁମତିଠାରୁ ଅଧିକ ଖନନ ହେଉଛି। ସେଗୁଡ଼ିକୁ ଖେ।ର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳକୁ ପ୍ରତି ଦିନ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସରକାର ଲଘୁଜାତ ଖଣିଜ ପଦାର୍ଥ ଚୋରା ଚାଲାଣ ବିରୋଧରେ […]
‘ରାଜନୀତିଆ ବୋଲି କ’ଣ ଆମେ ଛୁଆଁ’ | Odisha Reporter
#ଚ ିହିଁକି_ଉଠିଲେ_ରାଜେନ୍ଦ୍ର ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଲେ। ଖରାପ ଭାଷାରେ କହିଲେ ଆମେ ହାରିକି ଅଛୁ, କେହି ବଙ୍କା କରିପାରିବେନି। ବନ୍ଧୁ ମିଳନ ପାଇଁ ଏକାଠି ହୋଇଛୁ, ଏହା କୌଣସି ନକରାତ୍ମକ କଥା ନୁହେଁ। ପୂର୍ବରୁ ବି ୮/୧୦ ଥର ଭୋଜି କରିଛୁ, ଏଥର ବି ନୂଆବର୍ଷ ପୂର୍ବରୁ ଭୋଜି କଲୁ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #RajendraSahu #Mla #Odisha #OdishaReporter
ବାଲେଶ୍ୱର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ, ୧୦ ଟି ସ୍କୁଲ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ
କନକ ବ୍ୟୁରୋ : ବାଲେଶ୍ବର ଖଇରା ବ୍ଲକ୍ ବଟାପଡା ଓ ବଟେଶ୍ବର ଗାଁରେ ହାତୀ ଆତଙ୍କ । ଖଇରାରେ ହାତୀ ଆତଙ୍କରେ ସବୁ ଦୋକାନ ବଜାର ବନ୍ଦ ସହିତ ଗାଁରେ ଲୋକେ ଭୟଭୀତ ହେଶଇ ରହିଛନ୍ତି । ବନ ବିଭଗ ତରଫରୁ ଡାକ ବାଜି ଯନ୍ତ୍ର ଦ୍ଵାରା ଲୋକ ମାନଙ୍କୁ ସତର୍କ ରହିବାକୁ ସୂଚନା ଦେବା ସହ ଭୟଭିତ ନ ହେବାକୁ କହିଛନ୍ତି ଡିଏଫଓ । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ ଔପଦା ନୀଳଗିରି ଓ ସୋରର ରେଞ୍ଜର ସହ ସବୁଜ ବାହିନୀ ଓ ବାଲେଶ୍ୱର ଏସପିଙ୍କ ନିର୍ଦେଶ କ୍ରମେ ଖଇରା ଥାନା ଆଇଆଇସି ସମସ୍ତ ଅଧିକାରୀଙ୍କ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଧିକ ପଢ଼ନ୍ତୁ : ବଜାରରେ ବୁଲୁଛି ଦନ୍ତା : କେନ୍ଦୁଝର ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଣ ବଜାରରେ ହାତୀ ଆତଙ୍କ ଡିଏଫଓଙ୍କ ନିର୍ଦେଶ କ୍ରମେ ସବୁ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସତର୍କ କରାଯାଉଛି । ହାତୀ ଭୟ ପାଇଁ ମହତିପୁର, ନୂଆସାହି, ଅଣ୍ଡେଲ, ଶୁଣ୍ଡିରା ଗଣ୍ଡିବେଡ଼ ଅଂଚଳ ରେ ଥିବା ୧୦ଟି ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ସ୍କୁଲକୁ ଆସୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେପଟେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରେନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଔପଦା ରେଞ୍ଜର ହରି ହର ମାଝୀ ଓ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା। ମୃତ୍ୟୁ ବରଣ କରିଥିବା ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଆଜି ସକାଳୁ ଗାଁ ପାଖରେ ହାତୀକୁ ଦେଖି ଭୟଭୀୟ ହୋଇ ପଡିଥିଲେ ସ୍ଥାନୀୟ ଲୋକ। ଏହାସହ ବନକର୍ମଚାରୀଙ୍କୁ ସୂଚନା ଦେଇଥିଲେ। କେନ୍ଦୁଝର ଅଞ୍ଚଳରୁ ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ଅନୁମାନ କରାଯାଉଛି। ଗୋଟିଏ ହାତୀ ଗତକାଲି ଜଙ୍ଗଲକୁ ପଳାଇଛି। ଆଉ ଗୋଟିଏ ହାତୀ ରହିଯାଇଥିବା ନେଇ ଔପଦା ରେଞ୍ଜର ହରିହର ମାଝୀ ସୂଚନା ଦେଇଛନ୍ତି ।
କନକ ବ୍ୟୁରୋ : ସରକାର କା ମାଲ୍ ଦରିଆରେ ଡାଲ୍। ସରକାରୀ ଅର୍ଥର ବିନର୍ବ୍ୟୟ। ରୋଗୀଙ୍କୁ ମିଳୁନି ଅଥଚ ରାସ୍ତାରେ ଫିଙ୍ଗାଯାଉଛି ପୁଳା ପୁଳା ଔଷଧ । କେଉଁ ଅଳିଆଗଦାରେ ପଡ଼ିଛି ତ ଆଉ କେଉଁଠି ପୋଡ଼ି ଦେଉଛନ୍ତି । ସବୁ ଔଷଧ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ଆସିଥିବା ନିରାମୟର । ସପ୍ତାହେ ଭିତରେ ରାଜ୍ୟର ୩ଟି ଜାଗାରୁ ଆସିଲାଣି ସମାନ ଚିତ୍ର । ଅଧିକ ପଢ଼ନ୍ତୁ : ବଜାରରେ ମିଳୁଛି ପୁଳାପୁଳା ନକଲି ମେଡିସିନ୍; ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର କିଛି ବାଟ ଦୂରରେ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର କଣ୍ଟିଆଚିରା ନାଳ ତୁଣ୍ଡରା ରାସ୍ତା କଡ଼ ଅଳିଆ ଗଦାରେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କ ପାଇ ଉଦ୍ଦିଷ୍ଟ ପୁଳା ପୁଳା ମେଡିସିନ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିରେ ଏକ୍ସପାୟାରି ହୋଇନଥିବା ଆଇରନ ଓ ଫଲିକ ଏସିଡ ସିରପ୍ ସହିତ ଶହଶହ ବଟିକା ଷ୍ଟ୍ରିପ୍ ମଧ୍ୟ ଥିଲା। ଅନେକ ଔଷଧର ଏକ୍ସପାୟାରି ତାରିଖ ସେପ୍ଟେମ୍ବର, ଡିସେମ୍ବର ୨୦୨୬ ରହିଥିଲା। କନକନ୍ୟୁଜରେ ପ୍ରଥମେ ଏହି ଖବର ସାମ୍ନାକୁ ଆସିଥିଲା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ସ୍ବାସ୍ଥ୍ୟ ବିଭାଗ । ଆଜି ୨ ଜଣ ଏଏନଏମଙ୍କୁ ନିଲମ୍ବନ କରାଯାଇଛି । ସେହିପରି ଗଜପତି ଜିଲ୍ଲା ମୋହନା ସହର ନିକଟ ଜାତୀୟ ରାଜପଥରେ ବି ପଡ଼ିଛି ଏକ୍ସପାୟରି ମେଡିସିନ୍। କେଉଁଠୁ ଆସିଲା ଏତେ ପରିମାଣର ମେଡିସିନ, ତାକୁ ନେଇ ଉଠୁଛି ପ୍ରଶ୍ନ। ରାଜ୍ୟ ସରକାର ନିରାମୟ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ସହ ଔଷଧ ବିତରଣ କରୁଛନ୍ତି। ଯାହାକୁ ନେଇ ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଟି କୋଟି ଟଙ୍କାର ଔଷଧ ଦିଆଯାଉଛି। ଆଉ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଲୋକଙ୍କୁ ଦେବା ପରିବର୍ତ୍ତେ ଜାତୀୟ ରାଜପଥ କଡରେ ପଡ଼ି ରହିଛି କୁଢ଼ କୁଢ଼ ଔଷଧ। ଯାହାକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ : କେନ୍ଦୁଝରରେ ୨୦ ନଂ ଜାତୀୟ ରାଜପଥ କଡ଼ରେ ପଡ଼ି ରହିଛି ସରକାରୀ ଔଷଧ କୁଢ଼କୁଢ଼ ସେହିପରି ସୁନ୍ଦରଗଡ଼ରୁ ବି ଆସିଛି ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର। ସୁନ୍ଦରଗଡ଼ ଖଣି ପ୍ରଭାବିତ ହେମଗିରି ବ୍ଲକ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟ ଆର୍ବଜନାରେ କୁଢ଼ କୁଢ଼ ଔଷଧ ପୋଡ଼ି ଦିଆଯାଇଛି। କୁଣ୍ଡ ଭିତରେ ମଧ୍ୟ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା ଗଦାଗଦା ବଟିକା ଓ ଔଷଧ। କେଉଁ ଔଷଧର ବୈଧତା ୨୦୨୫ ଡିସେମ୍ବର ଶେଷ ପର୍ୟ୍ୟନ୍ତ ରହିଛି ତ ଆଉ କିଛି ଔଷଧର ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି। ଫାର୍ମାସିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଔଷଧ ବାହାର କରାଇ ଜଳାଉଥିବା ଦେଖିବାକୁ ମିଳିଥିଲା। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମେଡିସିନ୍ ପୋଡ଼ିଥିବା ଫାର୍ମାସିଷ୍ଟ ସୁରଥ ପୃସେଠଙ୍କୁ ଅନ୍ୟତ୍ର ବଦଳି କରିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସୁନ୍ଦରଗଡ଼ ସିଡିଏମଓ ସୁରେଶ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ମାଗଣାରେ ଦେବାକୁ ଥିବା ମୂଲ୍ୟବାନ ଔଷଧ ସବୁକୁ କର୍ମଚାରୀ ପୋଡ଼ି ଦେଉଥିବା ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠାଇଛି ।
କିସ୍ ଭିତରର ବିକଳ ଚିତ୍ର : ପାରାଭାଡ଼ିରେ ଶୋଉଛନ୍ତି, ଚୁଡ଼ାଚିନି ଖାଉଛନ୍ତି | KISS Tribal Student’s Death Case
ହୋସ୍ ଉଡ଼ାଇଦେବ KISSର ଭିତିରି କଥା । ପାରା ଭାଡି ଭଳି ତିନି ଥାକିଆ ବେଡ୍, ଗୁଞ୍ଜିଗାଞ୍ଜି ହୋଇ ରହୁଛନ୍ତି ପିଲା । ଖାଦ୍ୟ କହିଲେ ମିଳୁଛି ଚୁଡା ଚିନି, ରୋଗକୁ ଡାକୁଛି ଅସ୍ୱାସ୍ଥ୍ୟକର ପରିବେଶ । ସଂସ୍ଥାର ୱେବସାଇଟରେ ଦେଖାଯାଇଛି ସୁନ୍ଦର ଚିତ୍ର । #odishareporter #kiss #studentdeath #KISSOdisha , #StudentLife , #OdiaNews , #EducationCrisis , Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ଜମି ଜମା ବିବାଦକୁ ନେଇ ଗୃହବନ୍ଦି ମାମଲା, ଖବର ପ୍ରସାରଣ ପରେ ହଟିଲା ଅବରୋଧ
କନକ ବ୍ୟୁରୋ : ଜମି ବିବାଦରୁ ଗୋଟିଏ ପରିବାର ଗୃହବନ୍ଦୀ ଥିବା ଘଟଣା । ବାଲେଶ୍ୱର ସହଦେବଖୁଣ୍ଟାର ଏହି ଘଟଣା ସଂପର୍କରେ କନକ ନ୍ୟୁଜରେ ଖବର ବାଜିବା ପରେ, ତତ୍ପର ହେଲା ପ୍ରଶାସନ। ବ୍ରଜେଶ୍ୱର ମନ୍ଦିର ନିକଟ ପୁରୁଣା ଭଙ୍ଗା ମାଟିଘରେ ରହୁଥିବା କୁଶିଆ ବାରିକଙ୍କ ପରିବାରକୁ ଉଦ୍ଧାର କରାଯାଇଛି । ଏଥିସହ ତାଙ୍କ ଘରକୁ ଯାଆସ ପାଇଁ ରାସ୍ତା ଅବରୋଧ କରୁଥିବା ପାଚେରିକୁ ବି ଭାଙ୍ଗିଛି ପ୍ରଶାସନ । ଅଭିଯୋଗ ଅନୁସାରେ, ୮୫ ବର୍ଷୀୟ କୁସିଆ ବାରିକ ପତ୍ନୀଙ୍କ ମୃତ୍ୟୁ ପରେ ଝିଅକୁ ଧରି, ଦୀର୍ଘବର୍ଷ ହେବ ଏହି ଜାଗାରେ ରହି ଆସୁଛନ୍ତି । ଏବେ ସେ ନିଜେ ଶଯ୍ୟାଶାୟୀ ଥିବା ବେଳେ, ରେକର୍ଡ ଅନୁସାରେ ସେ ରହୁଥିବା ଜାଗାକୁ ରାସ୍ତା ନଥିଲା। ଫଳରେ ପଡ଼ୋଶୀ ବେଜ ପରିବାର ଜାଗା ଦେଇ ସେ ପାଦଚଲା ରାସ୍ତାରେ ଯାଆସ କରୁଥିଲେ। ଏହି ଜାଗା ବିବାଦକୁ ନେଇ କୋର୍ଟ ଫଇସଲା ବେଜ ପରିବାର ସପକ୍ଷରେ ଯିବାରୁ, ସେମାନେ କଂକ୍ରିଟ ପାଚେରି ତିଆରି କରି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ଯାହାଫଳରେ କୁଶିଆ ବାରିକଙ୍କ ପରିବାର ୩ ଦିନ ହେଲା ଗୃହବନ୍ଦୀ ଥିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା। ଏହାପରେ ଆଜି ଅଗ୍ନିଶମ ଦଳ ସହ ଜିଲ୍ଲା ପ୍ରଶାସନ ପହଞ୍ଚି ପାଚେରି ଭାଙ୍ଗିଛି । ଡାକ୍ତରୀ ଦଳ କୁସିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଏବେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଓ ପୌରପାଳିକା ସହଯୋଗରେ ଅବରୋଧ ହଟାଯାଇଛି । ଅଧିକ ପଢ଼ନ୍ତୁ : ବାଲେଶ୍ୱର ଭୋଗରାଇରେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ, ବିରୋଧ କରି ଗାଁରେ ଉତ୍ତେଜନା ଏଠାରେ କହିରଖୁ କି, ଗୋଟିଏ ପରିବାର ୩ ଦିନ ଧରି ଗୃହବନ୍ଦି ରହିବା ଘଟଣାକୁ ପ୍ରଶାସନ ଜାଣିଶୁଣି ଅଣଦେଖା କରିଥିଲା, ନା କାହା ଚାପରେ ଅଣଦେଖା କରିଥିଲା । ଏହାସହ ସ୍ଥାନୀୟ ଲୋକମାନେ କ'ଣ ଜାଣିନଥିଲେ । ଯଦି ସବୁ ଜାଣିଥିଲେ ତେବେ ଗୋଟିଏ ପରିବାର ୩ ଦିନ ଗୃହବନ୍ଦି ରହିବା ପଛରେ କାହାକୁ ଦୋଷ ଦିଆଯିବ ?
କନକ ବ୍ୟୁରୋ : ରାଜ୍ୟରେ ବିଧାୟକ ଙ୍କ ଦରମା ଅହେତୁକ ଭାବେ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉଥିବା ବେଳେ କେବଳ ସିପିଆଇ(ଏମ) ର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରିଥିଲେ । ବାକି ୧୪୬ ବିଧାୟକ ମନଖୁସିରେ ଏକାଠି ବିଲକୁ ସମର୍ଥନ କରିଥିଲେ । ଏବେ ଜନସାଧାରଣ ଏହାକୁ ନେଇ ବିରୋଧ କରିବା ପରେ ନିଜର ଆଭିମୁଖ୍ୟ ବଦଳାଇଛି ବିଜେଡି । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ୍ ପାରିତ ପରେ ପ୍ରବଳ ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଭିମୁଖ୍ୟ ବଦଳାଇଛି ବିଜେଡି। ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ବିଜେଡି । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହାର ପୁନଃବିଚାର କରିବାକୁ ଦାବି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଗତ ୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଦରମା ଓ ପେନସନକୁ ନେଇ ବିଲ୍ ପାରିତ ହୋଇଥିଲା । କିନ୍ତୁ ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ଖୁବ୍ ବିରୋଧ କରିଥିଲେ ଜନସାଧାରଣ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ସବୁ ଦରମାକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଆସିଛନ୍ତି। ସେଥିପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଲର ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ ସୂଚନା ଥାଉ କି, ଯେତେବେଳେ ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ, ଅଙ୍ଗନବାଡ଼ୀ କର୍ମୀ, ମେଡିକାଲର ଆଶା କର୍ମୀ, ସ୍କୁଲର ରୋଷେୟା ଓ ସହାୟିକାମାନେ ଦରମା ବୃଦ୍ଧି କରିବାକୁ ଶୀତ କାକରରେ ପଡ଼ି ଆନ୍ଦୋଳନ ଚଳାଇଥିଲେ, ଠିକ୍ ସେତେବେଳେ ବିଧାନସଭାରେ ୧୪୬ ବିଧାୟକ ନିଜର ଦରମା ବୃଦ୍ଧି ପ୍ରସଙ୍ଗରେ ଏକାଠି ହୋଇ ତିନିଗୁଣା ଦରମା ବୃଦ୍ଧି କରିନେଇଥିଲେ । ଏହାପରେ ଏହାକୁ ନେଇ ଜନସାଧାରଣ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏସବୁ ଭିତରେ ଆଜି ବିଜେଡି ଏହି ପ୍ରସଙ୍ଗରେ ୟୁ ଟର୍ନ ମାରିଛି । ବାକି ରହିଲା କଂଗ୍ରେସ ଓ ବିଜେପି ବିଧାୟକମାନେ କେବେ ୟୁଟର୍ନ ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଚିନ୍ତା ବଢ଼ାଉଛି ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଉପରେ ରାଜ୍ୟ ସରକାରଙ୍କ ଫୋକସ୍
କନକ ବ୍ୟୁରୋ: ଅଙ୍ଗାରକାମ୍ଳ ନିର୍ଗମନକୁ କମାଇ ଅକ୍ଷୟ ଶକ୍ତିର ଅଧିକ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ପ୍ରାୟ ୧ ଲକ୍ଷ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର କ୍ଷମତା ଥିବା ଆକଳନ କରାଯାଇଛି । ସୌର ଶକ୍ତି, ପବନ ଶକ୍ତି, ଜଳବିଦ୍ୟୁତ ଶକ୍ତି ଏବଂ ଜୈବ ଶକ୍ତି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ରାଜ୍ୟରେ ୨୦୩୦ ସୁଦ୍ଧା ୧୦,୯୬୦ ମେଗାୱାଟ୍ ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ; ଚାଳକବିହୀନ ବସ୍ ତିଆରି ତିଆରି କଲେ କିଛି ଭାରତୀୟ ଛାତ୍ର ! ସୌର ଶକ୍ତିରେ ଚାଲିବ ଏବଂ ମୂଲ୍ୟ ମାତ୍ର ୧୫ ଲକ୍ଷ ଏଥିରୁ ୭,୫୦୦ ମେଗାୱାଟ୍ର ସୌର ଶକ୍ତି, ୨୦୦୦ ମେଗାୱାଟ୍ର ପବନ ଶକ୍ତି, ୧୨୦୦ ମେଗାୱାଟ୍ର ପମ୍ପ୍ ଷ୍ଟୋରେଜ୍ ଏବଂ ୨୬୦ ମେଗାୱାଟ୍ର କ୍ଷୁଦ୍ର ଜଳ ବିଦ୍ୟୁତ ଶକ୍ତି । ୨୦୪୭ ବେଳକୁ ରାଜ୍ୟରେ ୮୫ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଲକ୍ଷ୍ୟ ଥିବା ବେଳେ ରୁଫ ଟପ୍ ସୋଲାର, ଫ୍ଲୋଟିଂ ସୋଲାର, ଓ୍ବିଣ୍ଡ ସୋଲାର ଓ ଆଗ୍ରୋ ପିଭି ଜରିଆରେ କାର୍ଯ୍ୟ ଆରମ୍ଭ ହୋଇଛି । ଓୟୁଏଟି ଆଗ୍ରୋ ପିଭିକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଥିବାବେଳେ ଅନେକ ଶିକ୍ଷାନୁଷ୍ଠାନ ସୋଲାର ପ୍ୟାନେଲ ଲଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ କୌଣସି ଜମି ନୀତି ନାହିଁ, ଫଳରେ ଅନେକ ସ୍ଥାନରେ ପ୍ରକଳ୍ପ ଆଗେଇ ପାରୁନି। ଖୁବ ଶୀଘ୍ର ଜମି ନୀତି ଆସିବାର ଅଛି ବୋଲି ସୂଚନା ଦେଇଛନ୍ତି ଗ୍ରୀଡକୋ କର୍ତ୍ତୃପକ୍ଷ । ଓଡ଼ିଶାର ସୌର ଶକ୍ତିର ସ୍ଥିତି ନେଇ ଆଇ ଫରେଷ୍ଟ ଓ ଗ୍ରୀଡକୋ ପକ୍ଷରୁ ଭୁବନେଶ୍ୱରରେ ଆଲୋଚନା କରାଯାଇଛି । ପ୍ରଦୂଷଣ କମାଇବା ସହ ପରିବେଶର ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ବଡ ବିକଳ୍ପ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
କୂଳ ଲଂଘୁଛି ଖରସ୍ରୋତା, ଜୀବିକା ହରାଇବା ପରେ ଜୀବନକୁ ନେଇ ଚିନ୍ତାରେ ଗ୍ରାମବାସୀ
କନକ ବ୍ୟୁରୋ: ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l ନଦୀରେ ଲୀନ ହୋଇଯାଇଛି ପାଞ୍ଚ ଶହ ଏକର ରୁ ଉର୍ଦ୍ଧ ଜମି l ଜୀବିକା ହରାଉଛନ୍ତି ଗାଁ ଲୋକେ l କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କାଟଣା ବଣିଆ ପଞ୍ଚାୟତର ବାଜପୁରୁ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଖରସ୍ରୋତା ନଦୀ । ନଈର ଏଭଳି ରୂପ ଦେଖି ପ୍ରତିମୂହୁର୍ତ୍ତରେ ବିପଦ ଆଶଙ୍କାର ରହୁଛନ୍ତି ଗାଁରେ ବସବାସ କରୁଥିବା ୧୨୦ ପରିବାର l ବର୍ଷା ଦିନେ ତ ସ୍ଥିତି ଅଣାୟତ ହୋଇପଡ଼େ। ଗାଁ ଭିତରେ ନଦୀର ପାଣି ଲହଡ଼ି ମାରେ। ବନ୍ୟା ସମୟରେ ଗାଁ ଭିତରକୁ ପଶିଆସନ୍ତି କୁମ୍ଭୀର ଓ ବିଷଧର ସାପ l ଅଧିକ ପଢନ୍ତୁ: ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ ବାତ୍ୟା ଓ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ଘର ଛାଡ଼ି ଅନ୍ୟତ୍ର ରୁହନ୍ତି । କାରଣ, ଗାଁ ସୁରକ୍ଷା ପାଇଁ ୮ ବର୍ଷ ତଳେ ହୋଇଥିବା ପଥର ପ୍ୟାକିଂ ଧୋଇ ଯାଇଛି । ପଥର ସବୁ ନଦୀରେ ହଜିଗଲାଣି l ବନ୍ୟା ଓ ବାତ୍ୟା ଆସିଲେ ଜଳସମ୍ପଦ ବିଭାଗର ବନ୍ଧ କଥା ମାନେ ପଡ଼େ । କେବଳ ବାଲି ବସ୍ତା ପକାଇ ଠିକାଦାର ଓ ଯନ୍ତ୍ରୀମାନେ ମାଲାମାଲ ହୋଇଥାନ୍ତି । ସଂପୂର୍ଣ୍ଣ ବନ୍ଧ ପଥର ପ୍ୟାକିଂ କରିବାକୁ ଅନେକ ଥର ଦାବି ହୋଇଥିଲେ ବି କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶସାନ ଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ନଦେଲେ, ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।
ବନ୍ଧୁମିଳନ ନାଁରେ ଏକାଠି ହେଲେ ପରାଜିତ ଓ ଅସନ୍ତୁଷ୍ଟ ନେତା !
ସମାଜଲାଇଭ ଡେସ୍କ: ବିଜେଡିରେ ଦେଖିବାକୁ ମିଳିଛି ପତିଆରା ଲଢ଼େଇ। ଗୋଟିଏ ପଟେ ନିର୍ବାଚିତ ନେତା ଥିବାବେଳେ ଅନ୍ୟପଟେ ରହିଛନ୍ତି କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା। ଶୁକ୍ରବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ଵର ଉପକଣ୍ଠରେ। ବନ୍ଧୁମିଳନ କାର୍ଯ୍ୟକ୍ରମ ନାଁରେ ଏକାଠି ହୋଇଛନ୍ତି ବିଜେଡିର କିଛି ପରାଜିତ ଏବଂ ଅସନ୍ତୁଷ୍ଟ ନେତା। ରାଜ୍ୟ ରାଜନୀତିରେ ଦିନକୁ ଦିନ ନୂଆ ଘଟଣା ଘଟୁଥିବାବେଳେ ବିଜେଡି ନେତାମାନଙ୍କ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ଭିନ୍ନ ଦିଗକୁ ଇସାରା କରୁଛି। ଏହି […]
ଗଛ ବଞ୍ଚାଇବାକୁ ନୂଆ ଉପାୟ, ଜଙ୍ଗଲ ସୃଷ୍ଟି କରିବ ସିଡ୍ସ ବଲ୍
କନକ ବ୍ୟୁରୋ: ନୂଆପଡ଼ା ବ୍ଲକ କାଦୋମେରୀ ପଞ୍ଚାୟତ ଗୁଡ଼ାପତ୍ରା ଗାଁର ପରିବେଶବିତ କୌଶଲ ଚନ୍ଦ୍ରକାର । ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ଡଙ୍ଗର ସୃଷ୍ଟି ଲକ୍ଷ୍ୟରେ ଆରମ୍ଭ କରିଛନ୍ତି ସିଡ୍ସ ବଲ ପ୍ରସ୍ତୁତି । ସିଡ୍ସ ବଲ ହେଉଛି ମାଟି, ଗୋବର ଓ ଫଳମଞ୍ଜିର ମିଶ୍ରଣ ପିଣ୍ଡୁଳାଟିଏ । ଜଙ୍ଗଲରୁ ଶାଗୁଆନ, ତେନ୍ତୁଳି, ନିମ ମଞ୍ଜି ସଂଗ୍ରହ କରୁଛନ୍ତି କୈଶଲ ଓ ତାଙ୍କ ସାଥୀ । ଏହି ମଞ୍ଜିକୁ ମାଟି ଓ ଗୋବର ସହ ମିଶାଇ ଗୋଲାକାର ଦିଆଯାଏ । ବର୍ଷା ପୂର୍ବରୁ ସିଡ୍ସ ବଲକୁ ବଣକୁ ଫିଙ୍ଗାଯାଏ ଓ ବର୍ଷା ପରେ ସେଥିରୁ ସହଜରେ ଚାରା ବାହାରେ । ଗଛ ଅଙ୍କୁରିତ ହୋଇ ଜଙ୍ଗଲ ସୃଷ୍ଟି ହୁ ଏ । ସିଡ୍ସ ବଲ ଦ୍ୱାରା ବୃକ୍ଷରୋପଣ ଖୁବ୍ ସହଜ ଆଉ ସରଳ । ଅଧିକ ପଢନ୍ତୁ ; ବିକାଶ ଆଳରେ ବିନାଶ ; ରାସ୍ତା ପାଇଁ ୯ ହଜାରରୁ ଅଧିକ ଗଛ କାଟିବାକୁ ଯୋଜନା ଏହି ଉପାୟରେ ଗଛ ଲଗାଇଲେ ଯତ୍ନ ନେବାର ବି ଚିନ୍ତା ନଥାଏ । ପ୍ରାକୃତିକ ଉପାୟରେ ଆପେଆପେ ଜଙ୍ଗଲରେ ଗଛ ଉଠେ। ଆଉ ଅଳ୍ପ ଦିନରେ ଜଙ୍ଗଲ ସବୁଜମୟ ହୋଇଯାଏ । ପରିବେଶବିତ କୌଶଲ ଏହି ଉପାୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ବି ଉତ୍ସାହିତ କରିଥାନ୍ତି। ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସିଡ୍ସ ବଲ୍ ପ୍ରସ୍ତୁତ କରିବାକୁ ଉତ୍ସାହିତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଆଡ଼କୁ ଢଳିବା ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପ୍ରତି ସଜାଗ କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା କୌଶଲ ପ୍ରାୟ ୫ ହଜାର ସିଡ୍ସ ବଲ ତିଆରି କରିସାରିଛନ୍ତି। ଆଗାମୀ ଦିନରେ ୧୦ ହଜାର ମଞ୍ଜି ବଲ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସତ୍ତା ହରାଉଛି ସୀତା ସାଗର, ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ପୁରାତନ ଜଳାଶୟ
କନକ ବ୍ୟୁରୋ: ଶହଶହ ବର୍ଷ ପୂର୍ବେ ପାରଳାଖେମୁଣ୍ଡିରରେ ୭ଟି ସାଗର ଖୋଳିଥିଲେ ତତ୍କାଳୀନ ପାରଳା ଶାସକ । ଅଞ୍ଚଳର ବିକାଶ ପାଇଁ ସାଗର ଖୋଳି ମହେନ୍ଦ୍ରତନୟା ନଦୀ ସହ ସଂଯୋଗ କରିଥିଲେ । ଚାଷ ଜମିକୁ ଜଳସେଚନର ସୁବିଧା ସହ ବନ୍ୟା ନିୟନ୍ତ୍ରଣ ହୋଇପାରୁଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ୬୫ ହେକ୍ଟର ପରିସୀମା ବିଶିଷ୍ଟ ସୀତା ସାଗର ପୋତି ହୋଇଗଲାଣି । କେନାଲଗୁଡ଼ିକ ବି ପୋତିହେବା ସ୍ଥିତିରେ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମନରେ ଖେଳପଡ଼ିଆ ଭ୍ରମ ସୃଷ୍ଟି ହେଉଛି । ସୀତା ସାଗରର ପୁନଃରୁଦ୍ଧାର ଦିଗରେ ଜଳସେଚନ ବିଭାଗ କି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ; ଗଛ ପ୍ରେମରେ ଗାଁ ଗହଳିର ଗରିବଙ୍କ ଡାକ୍ତର । ନିଜ ଘର ସହ ରାସ୍ତାଘାଟରେ ଲଗାଉଛନ୍ତି ଶହଶହ ଗଛ । ପୁନଶ୍ଚ ପୃଥିବୀ ପାଇଁ ବିମ୍ବାଧରଙ୍କ ପ୍ରୟାସ ଅତୁଳନୀୟ... ସୀତା ସାଗର ଦ୍ଵାରା ପ୍ରାୟ ୧୩୨.୩୭ ହେକ୍ଟର ଚାଷ ଜମିକୁ ପାଣି ମାଡ଼ୁଥିଲା । ବର୍ଷକ ବାର ମାସ ପାଣି ଭର୍ତ୍ତି ହୋଇ ରହୁଥିଲା । ସାଗର ତଳେ ଥିବା ଚାଷ ଜମି ଜଳସେଚିତ ହେବା ସହ ବଳକା ପାଣି ନଦୀରେ ମିଶିବାର ବ୍ୟବସ୍ଥା ଥିଲା । ଫଳରେ ଚାଷୀଙ୍କ ସହ ଶତାଧିକ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରୁଥିଲେ । ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନଃରୁଦ୍ଧାର ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ହେଲେ ସୀତା ସାଗରକୁ ଭୁଲିଯାଇଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଗତ ଜୁନ ୧୭ରେ ଜଳସେଚନ ବିଭାଗ ପକ୍ଷରୁ ଦଳଭର୍ତ୍ତି ସୀତା ସାଗରର ସ୍ଥିତି ଅନୁଧ୍ୟାନ କରାଯାଇଛି । ୨ କୋଟି ବ୍ୟୟରେ ପରିସୀମା ପୁନଃନିର୍ଦ୍ଧାରଣ । ହିଡ଼ ମରାମତି ସହ ସାଗର ପୁନରୁଦ୍ଧାର କରାଯିବ ବୋଲି ସୂଚନା ଦେଇଛନ୍ତି କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ । ଗୋଟିଏ ପଟେ ପ୍ରାଶାସନିକ ଅବହେଳା ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସୀତା ସାଗରକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି । ଏଭଳି ସ୍ଥିତିରେ ସତରେ ସୀତା ସାଗର ତା’ ପୂର୍ବ ପରିଚୟ ଫେରିପାଇବ? ସ୍ଥାନୀୟ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ।
ମୋକିମଙ୍କୁ ବହିଷ୍କାର ନିଷ୍ପତ୍ତି ଠିକ ନୁହେଁ: ଗିରିବାଳା
ସମାଜଲାଇଭ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କାର କରାଯିବା ଘଟଣାକୁ ନେଇ ଦଳ ଭିତରେ କେଉଁଠି ନା କେଉଁଠି ଅସନ୍ତୋଷ ପ୍ରକାଶ ପାଉଛି। ଅନେକ ନେତା ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏପରି ସ୍ଥଳରେ ପ୍ରତିକ୍ରିୟା ରଖିଛନ୍ତି କଟକ ନଗର ଜିଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା। ଗିରିବାଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋକିମଙ୍କୁ ବହିଷ୍କାର ନେଇ ଯାହା ନିଷ୍ପତ୍ତି ହୋଇଛି ତାହା ଠିକ୍ ନୁହେଁ। ମୋକିମଙ୍କ ବିନା କଟକ […]
ଅଧ୍ୟାପିକାଙ୍କୁ ମାରିଲା କିଏ? ଫୋନ୍ କଲା ଲିଭ୍-ଇନ୍-ପାର୍ଟନର୍ , କହିଲା ତୁମ ଝିଅ...| Crime Mystery in Keonjhar
ସନ୍ଦେହ ଘେରରେ ଅଧ୍ୟାପିକାଙ୍କ ମୃତ୍ୟୁ । ବାହା ନହେବାରୁ ମାରିଦେଲା କି ଲିଭ୍ ଇନ ପାର୍ଟନର? ପରିବାର ଲୋକଙ୍କ ସାଙ୍ଘାତିକ ଅଭିଯୋଗ ପରେ ବନ୍ଧାହେଲା ବଏଫ୍ରେଣ୍ଡ । #odishareporter #keonjhar #murderallegation Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ଆଉ ବ୍ୟବହାର କରିବାନି ପ୍ଲାଷ୍ଟିକ୍ ପଲିଥିନ୍, ଝୋଟରେ ତିଆରି ହେବ ପାତ୍ର ଆଉ ପ୍ଲେଟ୍
କନକ ବ୍ୟୁରୋ: ପ୍ଲାଷ୍ଟିକ, ପଲିଥିନ ପରିବେଶକୁ ନଷ୍ଟ କରୁଛି । ତଥାପି ଆମେ ଏ ଦୁଇଟି ଯାକ ଜିନିଷକୁ ଦୂରେଇ ପାରୁନେ । ଦୈନଦିନ ଜୀବନରେ ଅନେକ ସାମଗ୍ରୀ ବ୍ୟବହାର କରୁଛେ, ଯାହା ପ୍ଲାଷ୍ଟିକ ଓ ପଲିଥିନ ବିନା ବି ତିଆରି ହୋଇପାରିବ । ସେହିଭଳି କିଛି ଉପାୟ ବାହାର କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଚକ ଚକ କରୁଥିବା ପ୍ଲେଟ, ଚାମଚ, ଗଛ ପୋତା ପାତ୍ର ଠାରୁ ନେଇ ପ୍ଲାଏ ଯାଏଁ, ସବୁ ତିଆରି ହୋଇଛି ଝୋଟରୁ । ଆଖିକୁ ଖୁବ୍ ସୁନ୍ଦର ଦେଖାଯଉଥିବା ସାମଗ୍ରୀ ପରିବେଶକୁ ବି ସୁସ୍ଥ ରଖିବ । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଗବେଷଣା କରିଛନ୍ତି । ଅଯଥା ପ୍ଲାଷ୍ଟିକ୍ ଓ ପଲିଥିନରୁ ଏସବୁ ତିଆରି ନକରି କମ ଦାମରେ ଝୋଟରୁ ପ୍ରସ୍ତୁତ କରି ସଫଳ ହୋଇଛନ୍ତି ବୋଲି କହିଛନ୍ତି ଗବେଷଣାରତ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ: ପ୍ରକଳ୍ପ ପାଇଁ ବଳି ପଡୁଛି ପ୍ରକୃତି : ପ୍ରାକୃତିକ ପରିବେଶକୁ ନଷ୍ଟ କରି ତିଆରି ହେଉଛି ସୋଲାର ପାୱାର ପ୍ଲାଣ୍ଟ ଝୋଟ ଆମ ଓଡ଼ିଶାରେ ବହୁଳ ଉତ୍ପାଦନ ହୁଏ । ଝୋଟରୁ ବାହାରୁଥିବା ସୂତାରେ ଅଖା, ବ୍ୟାଗ ତିଆରି ହୁଏ । ଏବେ ଝୋଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଲେ ଚାଷୀ ଦୁଇ ପଇସା ଲାଭ ପାଇବା ସହ ପରିବେଶ ସବୁଜ ସୁନ୍ଦର ରହିପାରିବ। ଖାଲି ସେତିକି ନୁହେଁ, ଏସବୁ ସାମଗ୍ରୀରେ ଖାଦ୍ୟ ଖାଇଲେ କୌଣସି ରୋଗ ହେବାର ସମ୍ଭାବନା ନଥିବା ଗବେଷଣାରୁ ଜଣାଯାଇଛି । ଯେଉଁ ଝୋଟକୁ ଅଦରକାରୀ ବୋଲି କହି ଆମେ ଆଡ଼ ଆଖିରେ ଚାହୁନା, ସେଥିରୁ ଉତ୍ପାଦିତ ସାମଗ୍ରୀ ପରିବେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିପାରିବ । ପୁନଶ୍ଚ ପୃଥିବୀ ପାଇଁ ଆମେ ଦେଖୁଥିବା ସ୍ୱପ୍ନ ସାକାର ଦିଗରେ ଏହା ଏକ ପଦକ୍ଷେପ ହୋଇପାରିବ ।
SI ପରୀକ୍ଷା ସ୍କାମ୍, ସିବିଆଇ ସ୍କାନରରେ ବରିଷ୍ଠ ଆଇପିଏସ୍ | Odisha Reporter
SI ପରୀକ୍ଷା ସ୍କାମ୍, ସିବିଆଇ ସ୍କାନରରେ ବରିଷ୍ଠ ଆଇପିଏସ୍ ଅଧିକାରୀ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #policesiscam #ipsofficer #Bhubaneswar
ଆହାର ବସି ଖାଇଲେ ମନ୍ତ୍ରୀ | Odisha Reporter
#ଆହ ାର_ବସି_ଖାଇଲେ_ମନ୍ତ୍ରୀ ଆହାର କେନ୍ଦ୍ରରେ ବସି ଆହାର ଖାଇଲେ ମନ୍ତ୍ରୀ । ଆଜି ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ସୁନାବେଢ଼ା ମ୍ୟୁନିସିପାଲଟି ପରିଦର୍ଶନରେ ଆସି ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ନିଜେ ଖାଦ୍ୟ ଚାଖିଥିଲେ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #aaharkendra #krushnachandramahapatra #koraput
ନୂଆ ଦଳ ସଙ୍କେତ ଦେଲେ ବିଜୟ !| New Political Party Buzz in Odisha | Vijay Patnaik’s Clear Stand | OR
ନୂଆ ଦଳ ଗଠନ ଚର୍ଚ୍ଚାକୁ ନେଇ ବିଜୟ ପଟ୍ଟନାୟକ କଣ କହିଲେ ଶୁଣନ୍ତୁ... | New Political Party Buzz in Odisha | Vijay Patnaik’s Clear Stand | OR Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #Newparty #OdishaPolitics #bijaypattnaik #OdishaPolitics , #NewParty , #VijayPatnaik , #PoliticalDebate , #OdiaNews
କ’ଣ ଖୋଜୁଛି ସିବିଆଇ ? | Odisha Reporter
ପୋଲିସ ଏସଆଇ ପରୀକ୍ଷା ସ୍କାମର ଗୁମର ଖୋଲୁଛି ସିବିଆଇ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #CBI #Sankarprusty #policesiscam
ଏକାଠି ଚା’ ପିଇଲେ ବିରୋଧୀ-ଶାସକ | Odisha Reporter
ଶୀତ ଅଧିବେଶନକୁ ନେଇ ଚାଲିଛି ଚାୟ ପେ ଚର୍ଚ୍ଚା...ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ବସି ଆଲୋଚନା କରୁଛନ୍ତି ବିରୋଧୀ ଓ ଶାସକ ଦଳର ସାଂସଦମାନେ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #WinterSession #Parliament #loksabha #Opposition
'କିସ୍ କର୍ତ୍ତୃପକ୍ଷ ତଣ୍ଟିଚିପି ମାରିଛନ୍ତି' | Odisha Reporter
#ଘଟଣ ା_ଚପେଇବାକୁ_ଉଦ୍ୟମ_କରିଛନ୍ତି 'ଗୋଟିଏ ଶିକ୍ଷାନୁଷ୍ଠାନରେ ଏମିତି ଘଟଣାକୁ ଚାପି ଦେବାର ଅର୍ଥ କଣ । କଥା ଲୁଚାଇବା ମଧ୍ୟ ପିଲାକୁ ତଣ୍ଟି ଚିପି ମାରିଦେବା ସାଙ୍ଗେ ସମାନ ।' Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #juvenilejustice #Bhubaneswar #kissschool #StudentDeathCase
ପୃଥ୍ୱୀରାଜଙ୍କ ଏ ବାଣ କାହାକୁ ? | Odisha Reporter
#ଏମ ିତି_ଅନେକ_ଦଳ_ଧ୍ୱଂସ_ହୋଇଛି ନୂଆ ଦଳ ଗଠନ ଚର୍ଚ୍ଚା ଭିତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ତେରେଛା ବାଣ...କହିଲେ ନିଜ ସ୍ୱାର୍ଥ ସାଧନ ପାଇଁ କିଛି ଲୋକ ଏକାଠି ହେବା ନୂଆ ରାଜନୈତିକ ଦଳ କରିଦେବା । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାର ପ୍ରଭାବ ନଥାଏ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #PrithvirajHarichandan #newparty #OdishaPoliticalNews
ଲାଞ୍ଚ ଅଭିଯୋଗରେ ପୂର୍ବତନ ଅମିନଙ୍କୁ କାରାଦଣ୍ଡ
ସମାଜ ଲାଇଭ ଡ଼େସ୍କ : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ଅଭିଯାଗରେ କାରାଦଣ୍ଡ ଶୁଣାଇଛି ଅଦାଲତ । ଲାଞ୍ଚ ଅଭିଯୋଗରେ ଶ୍ରୀ ମେହେରଙ୍କୁ ୪ ବର୍ଷ କାରାଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛି ବଲାଙ୍ଗୀର ଭିଜିଲାନ୍ସ […]
ଅସୁରକ୍ଷିତ ଦେବୀ ନଦୀର ସୁରକ୍ଷା ପ୍ରାଚୀର: ଜୁଆର ମାଡ଼ରେ ଧ୍ୱଂସ ହେନ୍ତାଳ ବଣ, ଏବେ ବି ଶହଶହ ଗଛ ମୃତ୍ୟୁ ମୁହଁରେ
କନକ ବ୍ୟୁରୋ: ପ୍ରକୃତି ବରଦାନ ପୃଥିବୀ । ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ସୃଷ୍ଟି ହୋଇଛି ନଦୀ, ସମୁଦ୍ର, ପାହାଡ଼, ଝରଣା, ଗଛଲତା ସହିତ ଜୀବଜଗତ । ଏହି କ୍ରମରେ ସାମୁଦ୍ରିକ ଉପକୂଳରେ ଦେଖାଯାଉଥିବା ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ପ୍ରକୃତିର ଅନନ୍ୟ ବରଦାନ । ଜୁଆରିଆ ନଦୀ, ମୁହାଣର ସନ୍ତସନ୍ତିଆ ସ୍ଥାନରେ ଦେଖିବାକୁ ମିଳେ ପ୍ରାୟ ୧୫ ପ୍ରଜାତିର ଗଛ। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ୍ ସାମୁଦ୍ରକ ଝଡ଼ ସମୟରେ ଉପକୂଳିଆଙ୍କ ପାଇଁ ସୁରକ୍ଷା କବଚ ସାଜେ ବନୀ, କେରୁଆଁ, କରଞ୍ଜ, ଗୁଆକଣ୍ଟା, ଭଳି ଗଛ । ଏହି ଗଛଗୁଡ଼ିକ ଚେର ଗଭୀରକୁ ଯାଇ ମାଟିକୁ ଜାବୁଡ଼ି ଧରେ । ମୃତ୍ତିକା ସଂରକ୍ଷଣ ଦିଗରେ ବି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରେ ଲୁଣା ଜଙ୍ଗଲ । ଅସୁରକ୍ଷିତ ଦେବୀନଦୀର ସୁରକ୍ଷା ପ୍ରାଚୀର ଜୁଆର ମାଡ଼ରେ ଧ୍ୱଂସ ହେନ୍ତାଳ ବଣ ନଦୀଗର୍ଭକୁ ଚାଲିଯାଉଛି ଶହଶହ ଗଛ ଅଧିକ ପଢନ୍ତୁ; ଚିନ୍ତା ବଢ଼ାଉଛି ପରିବେଶ ଅସନ୍ତୁଳନ : ମୁକାବିଲା ପାଇଁ କାଲିଠୁ ସମ୍ବାଦର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୁନଶ୍ଚ ପୃଥିବୀ ୨୦୨୫ ବିଗତ କିଛି ବର୍ଷ ହେବ ଅସ୍ତରଙ୍ଗ ଦେବୀନଦୀ ମୁହାଣରେ ଥିବା ହେନ୍ତାଳ ବଣ କ୍ଷୟ ହେଉଥିବା ଦେଖିବାକୁ ମିଳିଛି । ଦେବୀ ନଦୀର ଜୁଆର ଏବଂ ଭଟା ପ୍ରଭାବରେ ଜଙ୍ଗଲ ଦିନକୁ ଦିନ କ୍ଷେୟ ହେବାର ଲାଗିଛି । ଦେବୀ ଅବବାହିକାରେ ଥିବା ହେନ୍ତାଳ ଗଛ ଗୁଡିକ ନଦୀ ମଧ୍ୟକୁ ଚାଲିଗଲାଣି । ଏବେ ବି ଶହଶହ ଗଛ ମୃତ୍ୟୁ ମୁହଁରେ ପଡ଼ିଛନ୍ତି । ଉପକୂଳର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ଯାଉଥିବା ବେଳେ ଏହି ଉଜୁଡ଼ା ଲୁଣା ଜଙ୍ଗଲ ଭବିଷ୍ୟତରେ ଉପକୂଳବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟର କାରଣ ହୋଇପାରେ। ଲୁଣି ପାଣିର ସଂସ୍ପର୍ଶରେ ଯେଉଁଠି ଅନ୍ୟ ଗଛ ନଷ୍ଟ ହୋଇଯାଏ, ସେଇଠି କାୟା ବିସ୍ତାର କରେ ହେନ୍ତାଳ ବଣ କାୟା ବିସ୍ତାର କରେ । ଅନ୍ୟ ଜଙ୍ଗଲ ଠାରୁ ବେଶ ସବୁଜ ଏବଂ ଘଞ୍ଚ ହୋଇଥାଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ଅନ୍ୟ ଗଛଠାରୁ ୫ରୁ ୭% ଅଧିକ ଅମ୍ଳଜାନ ଯୋଗାଇଥାଏ ହେନ୍ତାଳ ବଣର ଗଛ। ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରଖେ । ଶିଳ୍ପାୟନ, କଳକାରଖାନା, ଗାଡ଼ି ମୋଟରରୁ ନିର୍ଗତ ୫୦ରୁ ୭୦% ଅଙ୍ଗାରକାମ୍ଳକୁ ଗ୍ରହଣ କରେ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଅନୁଧ୍ୟାନରୁ ଜଣାପଡ଼ିଛି, ରାଜ୍ୟର କେନ୍ଦ୍ରାପଡ଼ାରେ ସର୍ବାଧିକ ୨୦୯ ବର୍ଗ କିମି ହେନ୍ତାଳ ବଣ ରହିଛି । ସେହିଭଳି ବାଲେଶ୍ବରରେ ୫.୪ ବର୍ଗ କିମି, ଭଦ୍ରକରେ ୩୪.୮୭ ବର୍ଗ କିମି, ଜଗତସିଂହପୁରରେ ୮.୩୩ ବର୍ଗ କିମି ଏବଂ ପୁରୀରେ ସର୍ବନିମ୍ନ ୧.୧୩ ବର୍ଗ କିମି ହେନ୍ତାଳ ବଣ ରହିଛି । ମଣିଷ ସମାଜ ଏବଂ ପରିବେଶ ପାଇଁ ଅମୃତ ପ୍ରଦାନ କରୁଥିବା ହେନ୍ତାଳ ବଣ ଆଜି ଧ୍ୱଂସ ହେବାକୁ ଯାଉଛି । ରାଜ୍ୟ ସରକାର ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବା ସହ ସୁରକ୍ଷା ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟୟବରାଦର କରିବାର ଆବଶ୍ୟକତା ରହିଛି ।
ହାତୀ ଆସୁଛି ଦୌଡ଼ି ଚାଲ ଦୌଡ଼ି ଚାଲ | Odisha Reporter
ଖାଦ୍ୟ ଅନ୍ନେଷଣରେ ହାତୀ... ଗାଁରେ ପଶି ବୃଦ୍ଧାଙ୍କୁ ଦଳିଲା ଆଉ ୨ ଜଣକୁ ଆହତ ବି କଲା । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶୁଣ୍ଢୀରା ଗଣ୍ଡିବେଡ଼ ପଞ୍ଚାୟତର ପୂର୍ବପଡା, ଶୁଣ୍ଢୀରା, ଅଣ୍ଡାଇଲୋ ଗାଁରେ ଆତଙ୍କ ରଚିଥିଲା । ଏ ଥିଲା ଆତଙ୍କ ପୂର୍ବର ଭିଡିଓ । ଆଗେ ଆଗେ ଦୌଡ଼ୁଛନ୍ତି ଲୋକେ ପଛେ ପଛେ ରଡ଼ି ଛାଡ଼ି ଦୌଡ଼ୁଛି ଦନ୍ତା ହାତୀ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #elephant #havoc #Attack #menance
ଏ ନାଲି ପୁଟୁଳିରେ କଣ ଅଛି ? | Odisha Reporter
ନାଲି ପୁଟୁଳିରେ କଣ ନେଉଛନ୍ତି ସିବିଆଇ ଅଧିକାରୀ? Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #CBIInvestigation #Bhubaneswar #Policesiscam #JharpadaJail #bhubaneswarcourt
ନବୀନଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ
ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା ଏବଂ କର୍ମୀ ମାନେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି ।ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି ମ୍ୟୁନିସିପାଲଟି ଅଞ୍ଚଳରେ ବିକାଶ କାମ […]
ଗୋଡ଼ଉଛି ହାତୀ | #soro #elephant #odishareporter
Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ଚଢ଼ିଗଲା ଟ୍ରାକ୍ଟର, ଗୁରୁତର ମହିଳା | #chandabali #accident #odishareporter
Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
ପ୍ରବଳ ବିରୋଧ ଭିତରେ ସରିଲା ସଂସଦର ଶୀତ ଅଧିବେଶନ
ସମାଜ ଲାଇଭ ଡ଼େସ୍କ : ବିରୋଧୀଙ୍କ ପ୍ରବଳ ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ଗତକାଲିଠୁ ମନରେଗା ଯୋଜନାର ନାମ ବଦଳାଇ “ଭିବି-ଜି ରାମ ଜି” ପରିବର୍ତ୍ତନକୁ ବିରୋଧୀ ସାଂସଦ ବିରୋଧ କରି ଆସୁଛନ୍ତି । ବିଲ୍ ବିରୋଧରେ ବିରୋଧି ସଦସ୍ୟ ରାତିସାରା ଗୃହ ବାହାରେ ୧୨ ଘଣ୍ଟା ଧାରଣା ଦେଇଥିଲେ । ଆଜି ଶେଷଦିନ ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ, ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିଲା । ରାଜ୍ୟସଭାରେ […]
ଲୁଟୁଛି ଟାଟା ପାୱାର, ଗୁମର ଖୋଲିଲେ ବିଜୟ || Big Allegations Against Tata Power || Odisha Reporter
ଲୁଟୁଛି ଟାଟା ପାୱାର, ତଥ୍ୟ ଦେଖାଇ ଗୁମର ଖୋଲିଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #BijayPatnaik #Odisha #tatapower #Electricissue
ବ୍ୟାଟରେ ଇଶାନଙ୍କ ବଡ଼ ସନ୍ଦେଶ, ଶତକ ଲଗାଇ ବିସିସିଆଇକୁ ଦେଲେ ଜବାବ
କନକ ବ୍ୟୁରୋ: କୁହାଯାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦ୍ୱିତୀୟ ସୁଯୋଗ ମିଳିବା ଉଚିତ୍, କିନ୍ତୁ ଦ୍ୱିତୀୟ ସୁଯୋଗ ମିଳିବା ଏହି କଥା ଉପରେ ନିର୍ଭର କରେ ଯେ ଆପଣ ସେଥିପାଇଁ କେତେ ଯତ୍ନବାନ। କ୍ରିକେଟରେ ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କରୁଣ ନାୟର, ଯିଏକି ଟେଷ୍ଟରେ ତ୍ରିଶତକ ହାସଲ କରିବା ପରେ ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ, କିନ୍ତୁ କ୍ରିକେଟ୍ ତାଙ୍କୁ ପୁଣି ଏକ ସୁଯୋଗ ଦେଇଥିଲା ଏବଂ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ । ବର୍ତ୍ତମାନ କ୍ରିକେଟରେ ଦ୍ୱିତୀୟ ଉଦାହରଣ ଭାବେ ଇଶାନ କିଷାନ ସାମ୍ନାକୁ ଆସିଛନ୍ତି । ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଥିବା ଇଶାନ କିଷାନ ନିଜ ବ୍ୟାଟ୍ ଜରିଆରେ ଏକ ବଡ଼ ସନ୍ଦେଶ ଦେଇଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ସେ ହରିୟାଣା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ପ୍ରଥମ ଥର ପାଇଁ ଚାମ୍ପିଅନ୍ କରାଇଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଇଶାନ କିଷାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଇଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା । ଇଶାନ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ଶତକ ହାସଲ କରିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି । ଏହା ପୂର୍ବରୁ କୌଣସି ଅଧିନାୟକ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶତକ ମାରିନଥିଲେ । ଆହୁରି ପଢ଼ନ୍ତୁ... ସନ୍ନ୍ୟାସର ବର୍ଷ ୨୦୨୫: ବାଏ ବାଏ କହିଛନ୍ତି ବଡ଼ ବଡ଼ କ୍ରିକେଟର ଫାଇନାଲରେ ଏହି ଶାନଦାର ଶତକ ହାସଲ କରିବା ପରେ ଇଶାନ କିଷାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ଶତକ ମାରିବା ମାମଲାରେ ଅଭିଷେକ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି । ଅଭିଷେକ ୫୪ଟି ପାଳିରେ ୫ଟି ଶତକ ମାରିଥିବା ବେଳେ ଇଶାନ ଏହି ସଫଳତା ୬୨ଟି ପାଳିରେ ପୂରଣ କରିଛନ୍ତି । ଝାଡ଼ଖଣ୍ଡକୁ ଟାଇଟଲ୍ ଜିତାଇବା ପରେ, ଇଶାନ ଦୁଇ ବର୍ଷରୁ ଅଧିକ ସମୟ ଧରି ସିନିୟର ଭାରତୀୟ ଦଳରୁ ବାହାରେ ରହିବା ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗିଛନ୍ତି। ତତ୍କାଳୀନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଦ୍ୱାରା ଶୃଙ୍ଖଳାଗତ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ଏହି ସମ୍ପର୍କରେ ଇଶାନ କହିଛନ୍ତି ଯେ, ସେହି ସମୟ ତାଙ୍କ ପାଇଁ ପ୍ରକୃତରେ ବହୁତ କଷ୍ଟକର ଥିଲା । ଇଶାନ କିଷାନ୍ ୨୦୨୩ ଜୁଲାଇ ମାସରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୩ ଅକ୍ଟୋବରରେ ଶେଷ ଦିନିକିଆ ଆଉ ୨୦୨୩ ନଭେମ୍ୱରରେ ଶେଷ ଟି-୨୦ ଖେଳିଥିଲେ ଇଶାନ କିଷାନ । ଏହାପରଠୁ ସେ ଆଉ ଟିମ୍ ଇଣ୍ଡିଆକୁ ଫେରିନାହାନ୍ତି । କହିବାକୁ ଗଲେ ପ୍ରାୟ ୨ ବର୍ଷ ହେବ ସେ ଦଳଠାରୁ ଦୂରେଇ ରହିଛନ୍ତି । ଆଉ ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ଝାଡ଼ଖଣ୍ଡକୁ ବଡ଼ ସଫଳତା ଦେଇଛନ୍ତି । ପ୍ରଥମଥର ପାଇଁ ସେ ଦଳକୁ ବିଜୟୀ କରାଯାଇଛନ୍ତି । ଏହାସହ ସେ ଏହି ଟ୍ରଫିରେ ୫୧୭ ରନ କରିଛନ୍ତି । ଇଶାନ କିଷାନ ଏହି ଦମଦାର ଇନିଂସ ଆଉ ସଫଳତା ସହ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବଡ଼ ଜବାବ ଦେଇଛନ୍ତି । ଆଉ ସେ ଦେଖାଇ ଦେଇଛନ୍ତି ଯେ ସେ ବି କାହାଠାରୁ କମ୍ ନୁହନ୍ତି । ଆଉ ତାଙ୍କର ବି ମ୍ୟାଚ ବିଜୟୀ କରାଇବାର ଦକ୍ଷତା ରହିଛି । ତେବେ ଦେଖିବା ବାକି ରହିଲା ଆଗାମୀ ଦିନରେ ଇଶାନ କିଷାନଙ୍କ ପ୍ରତି ବିସିସିଆଇର ପଦକ୍ଷେପ କଣ ରହୁଛି ।
ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୁଣବତ୍ତା ତଦାରଖ ସହ ଖାଦ୍ୟର ସୁଷମତା ଓ ସ୍ବାଦ ପରଖିଲେ
କନକ ବ୍ୟୁରୋ: ଆହାର କେନ୍ଦ୍ରରେ ପହଞ୍ଚିଲେ ମନ୍ତ୍ରୀ । କୋରାପୁଟ ସୁନାବେଡ଼ା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ । ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଆହାର ଖାଦ୍ୟ ଖାଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଅଧିକ ପଢନ୍ତୁ : ଲୋକଙ୍କ ସହ ମିଶି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ : କହିଲେ, ଖାଦ୍ୟରେ କମିଛି ପରିବା ; ସ୍ୱଚ୍ଛତା ଉପରେ ଦେଲେ ଗୁରୁତ୍ୱ ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି । ସୁନାବେଡ଼ା ମ୍ୟୁନିସିପାଲିଟିରେ ଅଧିକାରୀ ଓ ଜନତାଙ୍କ ସହ ଆଲୋଚନା କରି ଥିଲେ । ସେମିଳିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଭେଣ୍ଟିଙ୍ଗ୍ ଜୋନ ପରିଦର୍ଶନ କରିଥିଲେ । ଶେଷରେ ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମେଡିସିନ୍ ଫୋପାଡିବା ଘଟଣା: ଦୁଇ ଏଏନଏମ ନିଲମ୍ବିତ
ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍ ଫୋପାଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପାଇଁ ଦୁଇ ଜଣ ଏଏନଏମ୍ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ସିଡିଏମଓ । କୁଲିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡି ସବସେଣ୍ଟର ଏଏନଏମ କବିତା ବେହେରା ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡିକାଲ ଇନଚାର୍ଜ ଡା.ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ […]
LIVE | ଫସିଯିବେ କି ଅଚ୍ୟୁତ ? | | KISS | Student Death | Achyuta Samant | 19.12.25 | Odisha Reporter
LIVE | ଫସିଯିବେ କି ଅଚ୍ୟୁତ | | KISS | Student Death | Achyuta Samant | 19.12.25 | Odisha Reporter Odisha Reporter is one of the best Odia news portal in Odisha. Get all the news updates in Odia. ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: #odishareporter >https://www.instagram.com/odishareporter_official/ #odishareporter #OdishaReporter #liveodishareporter #odishareporterlive #live #liveodishareporter #odishareporterlive #livenews #OdishaReporter #liveodishareporter #odishareporterlive #live #liveodishareporter #odishareporterlive #livenews #OdishaReporter #OdishaReporter #odishatv #liveodishareporter #odishareporterlive #livenews #kissstudent #death #kiituniversity #kiss #studentdeath #keonjhar
'ନୂଆ ଦଳକୁ ଆମ ନେତା ଯିବେନି |BJD Leader Pramila Mallick |New Party Rumours Trigger Debate Across Odisha
'ନୂଆ ଦଳକୁ ଆମ ନେତା ଯିବେନି' || BJD Leader Pramila Mallick || ew Party Rumours Trigger Debate Across Odisha | Odisha Reporter ଚର୍ଚ୍ଚା ହେଉଛି ମୋକିମ୍ କିଛି ବରିଷ୍ଠ ନେତାଙ୍କୁ ନେଇ ନୂଆ ଦଳ ଗଢ଼ିବେ...ଏହାକୁ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆ ଦଳ ଗଠନ ହେଲେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବନି । ଆମ ଦଳର କୌଣସି ନେତା ନୂଆ ଦଳକୁ ଯିବେନି ବୋଲି ସେ କହିଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #newparty #pramilamallik #BJD #OdishaPolitics
'ନୂଆ ଦଳକୁ ଆମ ନେତା ଯିବେନି' | Odisha Reporter
#ବର ୍ଷେ_ଦିବର୍ଷରେ_ନୂଆଦଳ_ଉଭାନ_ହୋଇଯାଇଛି ଚର୍ଚ୍ଚା ହେଉଛି ମୋକିମ୍ କିଛି ବରିଷ୍ଠ ନେତାଙ୍କୁ ନେଇ ନୂଆ ଦଳ ଗଢ଼ିବେ...ଏହାକୁ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆ ଦଳ ଗଠନ ହେଲେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବନି । ଆମ ଦଳର କୌଣସି ନେତା ନୂଆ ଦଳକୁ ଯିବେନି ବୋଲି ସେ କହିଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #newparty #pramilamallik #BJD #OdishaPolitics

17 C