ଏସିଆ କପ୍ ଫାଇନାଲ୍ ପୂର୍ବରୁ ରାଜୀବ ଶୁଳ୍କାର ବଡ଼ ଭବିଷ୍ୟବାଣୀ, କହିଲେ-ବିଜୟ ନେଇ ମୁଁ ଦୃଢ ଆଶାବାଦୀ
ଇସ୍କନ ମାନୁନି ଇସ୍କନ; ଗଜପତିଙ୍କ ଚରମବାଣୀ, ୫୦ ବର୍ଷ ହେଲାଣି ହେଉଛି ବଡ଼ ଭୁଲ୍
କନକ ବ୍ୟୁରୋ : ଶ୍ରୀମନ୍ଦିରର ନିୟମକୁ ମାନୁନି ଇସ୍କନ । ପରମ୍ପରା ଭାଙ୍ଗି ବାରମ୍ବାର କରୁଛି ଅଦିନିଆ ରଥଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜଙ୍କ ଉଦବେଗ । ଦୁର୍ଭାଗ୍ୟଜନକ କହିଲେ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି । କୁହାଯାଇଛି, ଶାସ୍ତ୍ର ସମ୍ମତ ତିଥି ତଥା ପରମ୍ପରା ଉଲ୍ଲଙ୍ଘନ କରି ଇସ୍କନ ପକ୍ଷରୁ ଦେଶ ତଥା ବିଦେଶରେ ଏହାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା ଏବଂ ରଥଯାତ୍ରାର ଆୟୋଜନ କରାଯାଉଛି । ଏସମ୍ପର୍କରେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ତଥା ଏହାର ପରିଚାଳନା କମିଟିର ଅଧ୍ୟକ୍ଷ, ଗଜପତି ମହାରାଜାଙ୍କ ପକ୍ଷରୁ ଆପତ୍ତି ଉଠାଯିବା ସହ ଏଥିରୁ ବିରତ ରହିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସ୍ତରରେ ଆଲୋଚନା ହୋଇଆସୁଥିବା ବେଳେ ଗତ ୨୦୨୧ ମସିହା ଜୁଲାଇ ୨୧ ତାରିଖରେ ଇସ୍କନ ଗଭର୍ଣ୍ଣିଂ କାଉନସିଲ୍ (ବ୍ୟୁରୋ), ମୁମ୍ବାଇ ପକ୍ଷରୁ ଶାସ୍ତ୍ର ତଥା ପରମ୍ପରା ଅନୁସାରେ ଭାରତରେ ଥିବା ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ନୀତି ଅନୁପାଳନ କରିବାକୁ ବିଧୁବଦ୍ଧ ନିଶୁରି ନିଆଯାଇଥିଲା । ତେବେ ବିଦେଶରେ ରଥଯାତ୍ରା ପାଳନ ସମ୍ପର୍କରେ ଇସ୍କନର ଅନ୍ତର୍ଜାତୀୟ ମହକୁମା ( ଗଭଣ୍ଡିଂ ବର୍ଜି କମିଶନ୍), ମାୟାପୁର, ପଶ୍ଚିମବଙ୍ଗ ଜିଷ୍ପତ୍ତି ନେବେ ବୋଲି ସେତେବେଳେ କୁହାଯାଇଥିଲା । ତଦନୁସାରେ, ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଇସ୍କନର ଅନ୍ତର୍ଜାତୀୟ ମହକୁମା ( ଗଭର୍ଣ୍ଣିଂ ବଡି କମିସନ)କୁ ମଧ୍ୟ ଗଜପତି ମହାରାଜାଙ୍କ ପକ୍ଷରୁ ବାରମ୍ବାର ବାର୍ତ୍ତା ପ୍ରେରଣ କରାଯାଇଛି ।
ବିଚିତ୍ର ସରକାରୀ ବ୍ୟବସ୍ଥା; ଦାଦନଙ୍କୁ କରିଦେଲା ଆୟକରଦାତା, ସରକାରଙ୍କ ଭୁଲ୍ ଯୋଗୁଁ ଦହଗଞ୍ଜ ଦାଦନ ପରିବାର
କନକ ବ୍ୟୁରୋ: ବିଜିନେସ୍ ମ୍ୟାନ୍, ଲକ୍ଷପତି, କୋଟିପତି ମାନେ ଆୟକର ଦିଅନ୍ତି ବୋଲି ଆପଣ ଜାଣିଥିବେ । ହେଲେ ଜାଣିଛନ୍ତି କି ଓଡ଼ିଶାର ଏମିତି ଏକ ଜିଲ୍ଲା ଅଛି ଯେଉଁଠାରେ ଦାଦନ ବି ଦେଉଛନ୍ତି ଆୟକର ଟିକସ ବା ଇନକମ୍ ଟ୍ୟାକ୍ସ । ଏ ଖବର ବ୍ୟାପିବା ପରେ ଏବେ ପୂରା ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଓ ସର୍ଭେ ଉପରେ ଶହେ ପ୍ରଶ୍ନ ଉଠିଛି । ଅର୍ଥାଭାବରୁ ଗରିବ ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଖବର ନୂଆପଡ଼ା ଜିଲ୍ଲା ପାଇଁ କିଛି ନୂଆ ନୁହେଁ । ହେଲେ ଆୟକର ଦେଉଥିବା ବା ଆଇଟି ରିଟର୍ଣ୍ଣସ ଫାଇଲ କରୁଥିବା ଦାଦନ ଶ୍ରମିକ ବି ଦୁନିଆରେ ଥିବେ, ତାହାକୁ କେହି ବି ସହଜରେ ଗ୍ରହଣ କରିବେ ନାହିଁ । ହେଲେ ନୂଆପଡ଼ା ଜିଲ୍ଲା ପ୍ରଶାସନର ଭୁଲ୍ ସର୍ଭେ ପାଇଁ ଆଜି ସବୁ ଯୋଜନାରୁ ବଞ୍ଚିତ ହୋଇ ଦହଗଞ୍ଜ ହେଉଛନ୍ତି ଦାଦନ ପରିବାର । କୋମନା ବ୍ଲକ୍ ଅନ୍ତର୍ଗତ ବିଲାଇଅଞ୍ଜର ଗାଁର ଶ୍ରମିକ ଘାସିରାମ ତାଣ୍ଡି । ସମ୍ପତି କହିଲେ ମାତ୍ର ଦୁଇ ବଖରା ଭଙ୍ଗାଦଦରା ଘର । କେତେବେଳେ ମାଟିରେ ମିଶିଯିବ ତାହା ବି କହିବା ମୁସ୍କିଲ । ସ୍ତ୍ରୀ ଗୋଲାପୀ ତାଣ୍ଡି, ଚାରି ଝିଅ ଓ ଗୋଟିଏ ପୁଅ ସମେତ ସାତଜଣଙ୍କୁ ନେଇ ତାଙ୍କ ସଂସାର । ଝିଅ ପୁଷ୍ପା ତାମିଲନାଡୁରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଛନ୍ତି । ଦୀପା ଆଇଟିଆଇ ପଢ଼ୁଥିବାବେଳେ ଅର୍ଥାଭାବରୁ ଗୀତା ପାଠ ଛାଡ଼ି ଦେଇଛନ୍ତି । ମମିତା ସପ୍ତମ ଓ ପରେଶ ତୃତୀୟରେ ପାଠ ପଢୁଛନ୍ତି । ଜମିଜମା କିଛି ନାହିଁ । ପେଟ ଆଉ ପିଲାଙ୍କ ପାଠ ପାଇଁ ଘାସିରାମ ଓ ସ୍ତ୍ରୀ ଗୋଲାପୀ ବର୍ଷକ ଛଅ ମାସ ପିଲାଛୁଆଙ୍କୁ ଅନ୍ୟ ଜିମାରେ ଦେଇ ବାହାର ରାଜ୍ୟରେ ଦାଦନ ଖଟନ୍ତି । ଗରିବ ପରିବାର ବୋଲି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇଥିଲେ କିନ୍ତୁ କର୍ମଚାରୀଙ୍କ ଭୁଲ୍ ସର୍ଭେ ପାଇଁ ଏବେ ସେ ସରକାରଙ୍କ ନଜରରେ ଆୟକରଦାତା । ସବୁଠାରୁ ଆଶ୍ଚର୍ଯ୍ୟକଥା ହେଉଛି ଘାସିରାମ ବର୍ଷକୁ ଦୁଇଲକ୍ଷ ପଚାଶ ହଜାର ଟଙ୍କା ଇନକମ୍ ଟ୍ୟାକ୍ସ ଦେଉଥିବା ଅନ୍ଲାଇନ୍ରେ ଦର୍ଶାଯାଇଛି । ଯାହାଫଳରେ ଏହି ଗରିବ ପରିବାର ସୁଭଦ୍ରା ଯୋଜନା, ରାସନ୍ କାର୍ଡ ଆଦି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏମିତିକି ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇ ପାଉଥିବା ଚାଉଳରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଭଙ୍ଗାଘରେ ଭାଗ୍ୟକୁ ଆଦରି ଜୀବନ ଜିଉଁଛନ୍ତି ଘାସିରାମଙ୍କ ପରିବାର । ସୁଭଦ୍ରା ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ମା’ ଓ ଝିଅ ପାଇଥିଲେ । ହେଲେ ଦ୍ବିତୀୟ କିସ୍ତି ବେଳକୁ ଆଉ ଟଙ୍କା ଆସିଲାନି । ସରକାରଙ୍କ ମାଗଣା ଚାଉଳରୁ ପେଟକୁ ଦାନା ମିଳୁଥିଲା । ଅଥଚ ରାସନ୍ କାର୍ଡ ବି କଟିଗଲା । ଯଦି ଘାସିରାମଙ୍କ ଭଳି ଦାଦନ ଶ୍ରମିକ ଏମିତି ସରକାରୀ ବ୍ୟବସ୍ଥାର ଚକ୍ରବ୍ୟୁହର ଶିକାର ହେଉଛନ୍ତି ତେବେ ରାଜ୍ୟରେ ଅପହଞ୍ଚ ଇଲାକାରେ କେମିତି ଥିବ ଚିତ୍ର ତାହା ଆପଣମାନେ ଅନୁମାନ କରିପାରୁଥିବେ ।
ଅଧିକାରୀଙ୍କ ଭୁଲ୍ ସର୍ଭେରୁ ଦାଦନ ପରିବାର ଆୟକରଦାତା
ନୂଆପଡ଼ା,୫ା୯ (ମକାରୁ ବେମାଲ):ଅଧିକାରୀଙ୍କ ଭୁଲ୍ ସର୍ଭେ ଯୋଗୁ ଏକ ଦାଦନ ପରିବାର ଆୟକରଦାତା ଭାବେ ପରିଗଣିତ ହେଉଛନ୍ତି। ଏହାର ବାସ୍ତବ ଚିତ୍ର ନୂଆପଡ଼ା ଜିଲା କୋମନା ବ୍ଲକ୍ କୋନାବିରା ପଞ୍ଚାୟତ ବିଲେଇଅଞ୍ଜର ଗାଁରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବିଲେଇଅଞ୍ଜର ଗାଁର ଘାସିରାମ ତାଣ୍ଡି (୫୦) ସ୍ତ୍ରୀ ଗୋଲାପୀ ତାଣ୍ଡି (୪୫), ଝିଅ ପୁଷ୍ପା (୨୫), ଦୀପା (୨୩), ଗୀତା (୨୧), ମମିତା (୧୩) ଓ ପୁଅ ପରେଶ ତାଣ୍ଡି (୮)ଙ୍କ ସହ ରହନ୍ତି। ଘାସିରାମଙ୍କ ଜମିବାଡ଼ି […] The post ଅଧିକାରୀଙ୍କ ଭୁଲ୍ ସର୍ଭେରୁ ଦାଦନ ପରିବାର ଆୟକରଦାତା appeared first on Dharitri Odia News .
ମୁଁ ଅନ୍ତିମ ଇଚ୍ଛା ବିଷୟରେ କୌତୁହଳୀ ହୋଇପଡ଼ିଲି; ନିଜର ବି ତଥା ଅନ୍ୟମାନଙ୍କ ବି । ଏପର୍ଯ୍ୟନ୍ତ ମୋର କୌଣସି ଶେଷଇଚ୍ଛା ନଥିଲା । The post ଛୋଟ ସହରର ସମୁଦ୍ର appeared first on ଆମେ ଓଡ଼ିଆ .
ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ଯଦି ସେ ପ୍ରତି ଜନ୍ମରେ ନୂତନ ଆତ୍ମାର ସିଦ୍ଧାନ୍ତକୁ ଗ୍ରହଣ କରୁଥାଆନ୍ତି, ତେବେ ମଧ୍ୟ ଶୋକ କରିବାର କୌଣସି କାରଣ ନାହିଁ । କାହିଁକି ଜଣେ ଶୋକ କରିବା ଉଚିତ ନୁହେଁ, ସେହି ବିଷୟରେ ପରବର୍ତ୍ତୀ ଶ୍ଳୋକରେ ବର୍ଣ୍ଣନା କରାଯାଇଅଛି । The post ନିଶ୍ଚଳ ତତ୍ତ୍ୱେ ଜୀବନ ମୁକ୍ତି appeared first on ଆମେ ଓଡ଼ିଆ .
“ବଡ଼ ହେବାପାଇଁ ଥାଏ ଯଦି ଇଚ୍ଛା, ବଡ଼ କର ଆଗ ନିଜ ମନବାଞ୍ଛା ।” The post ନଷ୍ଟ ଲବଙ୍ଗ appeared first on ଆମେ ଓଡ଼ିଆ .
ସବୁ ସମୟର ଖେଳ । ସେ ଦିନ ଆପଣ ଯାହା ଚାହିଁଥିଲେ ଆମେ ମାନି ନେଇଥଲୁ । ଆଜି ଆପଣ ଯାହା ଚାହିଁବେ ତାହା ହିଁ ଆମେ ମାନିବୁ । The post ତନ୍ମୟ ତପସ୍ୟା appeared first on ଆମେ ଓଡ଼ିଆ .
ସେ କହେ ପ୍ରେମରେ ନଥାଏ ଆଧିପତ୍ଯ ଅହଂକାର ସେ ଭୋଗୁଥିବା ନଖଦନ୍ତ ଦଂଶିତ ରକ୍ତ ନିଗିଡା ଧର୍ଷିତ ମୁହୂର୍ତ୍ତ ଥାଏ ମାଟିକୁ ଚେର ଜାବୁଡି ଧରିଲା ପରି ମଜବୁତପଣ ପାଣି ପରି ନିଗିଡିଯିବାରେ ଛଳଛଳ ମନଟିଏ । The post ଅନନ୍ଯା ଅପର୍ଣ୍ଣା appeared first on ଆମେ ଓଡ଼ିଆ .
ନିଶବ୍ଦ ତ ସବୁ କିଛି ଏଠି ଚତୁର୍ଦ୍ଦିଗ ଶୁନ ଶାନ, ହୃଦୟ ମୋ ଶୁନ୍ୟ ତୁମ ବିନା, ନା ପବନରେ ଶୁଭେ କିଛି ନା ଅରୁତୁରେ କୁହୁ କୁହୁ, କୋଇଲି ଗାଉଛି, ତୁମ ବିନା ବେସୁରା ଜୀବନ ମୋର ନିଃଶବ୍ଦେ ଝୁରୁଛି । The post ଜୀବନ ସଂଗୀତ appeared first on ଆମେ ଓଡ଼ିଆ .
ସେ ଡରକୁ ଲୁଚେଇ, ହସଟେ ଖୋଜିବାକୁ ମନ ସଙ୍ଗେ ଲଢିବାକୁ ପଡ଼େ ଡବ ଡବ ଉଛୁଳା ଲୁହକୁ ଲୁଚେଇ ହୁଏନି କାନ୍ଦି ପକେଇଲେ ଉଶାସ ଲାଗେନି The post ମୋତେ ଟିକେ ଛୁଇଁ ଦେଇ ଯିବ appeared first on ଆମେ ଓଡ଼ିଆ .
କୁଟିଳ ଆଚରଣ ଦ୍ୱାରା ନିଜ ହୀନମନ୍ୟତାକୁ ପ୍ରକାଶ କରି ଅନ୍ୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କଲେ ସମ୍ମାନ ପରିବର୍ତ୍ତେ ସମସ୍ତଙ୍କର ଅସମ୍ମାନ ହେବ । ଫଳରେ ପୂଜ୍ୟପୂଜାର ଘୋର ଅପମାନ ହେବ । The post ସମ୍ମାନ ବନାମ ଅପମାନ appeared first on ଆମେ ଓଡ଼ିଆ .
କାଜୋଲଙ୍କୁ ନ ଜଣାଇ Kissing Scene କରିଥିଲେ ଅଜୟ ଦେବଗନ, ସୁଟିଂ ସରିବା ପରେ ଏମିତି ମାଗିଥିଲେ ଭୁଲ୍
ନୂଆଦିଲ୍ଲୀ: ଅଜୟ ଦେବଗନ ଏବଂ କାଜୋଲ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ଉଭୟ ୧୯୯୯ ମସିହାରେ ବିବାହ କରିଥିଲେ। ଅଜୟ ଏବଂ କାଜୋଲଙ୍କ ଦୁଇଟି ସନ୍ତାନ ଯୁଗ ଏବଂ ନ୍ୟାସା ଅଛନ୍ତି। ପ୍ରଶଂସକମାନେ ଅଜୟ ଏବଂ କାଜୋଲଙ୍କୁ ସେମାନଙ୍କ ପିଲାମାନଙ୍କ ସହିତ ଫଲୋ କରନ୍ତି। ଯେତେବେଳେ ବି କାଜୋଲ ଏବଂ ଅଜୟ ଏକାଠି ଥାଆନ୍ତି, ସେମାନେ ପରସ୍ପରକୁ ଚିଡ଼ୁଥିବାର ଦେଖିବାକୁ ମିଳିଥାଏ। କାଜୋଲ ଏକ Interviewରେ ପ୍ରକାଶ କରିଥିଲେ ଯେ, ଥରେ ଅଜୟ ତାଙ୍କୁ […]
ଗାଜା ହସ୍ପିଟାଲ ଉପରେ ବୋମାମାଡ଼ କରି ନେତାନ୍ୟାହୁ କହିଲେ, ଭୁଲ୍ ପାଇଁ ଦୁଃଖିତ
କନକ ବ୍ୟୁରୋ; ଏପଟେ ନିରିହ ଲୋକଙ୍କୁ ମାରୁଛନ୍ତି, ସେପଟେ ଭୁଲ୍ ମାଗି ପଶ୍ଚାତାପ୍ କରୁଥିବାର ବାହାନା କରୁଛନ୍ତି ନେତାନ୍ୟାହୁ । ଏସ୍ରାଏଲ ଦ୍ବାରା ଗାଜାର ହସ୍ପିଟାଲ ଉପରେ ଆକାଶ ମାର୍ଗରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଡାକ୍ତର, ସାମ୍ବାଦିକ, ରୋଗୀ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି । ସମୁଦାୟ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା । ଏହି ଭୟଙ୍କର ବୋମାମାଡ଼ ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୁଃଖ ପ୍ରକାଶ କରିଛନ୍ତି । ନେତାନ୍ୟାହୁଙ୍କ ଏପରି ଦୁଃଖ ପ୍ରକାଶକୁ ସମାଲୋଚନା ମଧ୍ୟ କରାଯାଉଛି । ପ୍ରଥମେ ମଣିଷଙ୍କ ଜୀବନ ନେଉଛ ତା ପରେ ଦୁଃଖ ପ୍ରକାଶ କରୁଛ ବୋଲି ନେତାନ୍ୟାହୁ ସମାଲୋଚନା କରାଯାଉଛି । ଇସ୍ରାଏଲ ଏହି ଆକ୍ରମଣକୁ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାପରେ ନେତାନ୍ୟାହୁ ଏହାକୁ ଏକ ଭୁଲ୍ ବୋଲି ସ୍ୱୀକାର କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଗାଜାର ଅଲ-ଅହଲି ହସ୍ପିଟାଲ ଉପରେ ଏକ ଶକ୍ତିଶାଳୀ ରକେଟ ମାଡ଼ ହୋଇଥିଲା । ସେତେବେଳେ ହସ୍ପିଟାଲରେ ଶତାଧିକ ଆହତ ଏବଂ ବିସ୍ଥାପିତ ଲୋକ ଆଶ୍ରୟ ନେଇଥିଲେ । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ହସ୍ପିଟାଲ ପରିସରରେ ନିଆଁ ଲାଗିଯାଇଥିଲା ଏବଂ ଚାରିଆଡେ ଧ୍ୱଂସର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଅନେକ ଶିଶୁ ଏବଂ ମହିଳାଙ୍କ ସମେତ ବହୁ ସାମ୍ବାଦିକ ଓ ଡାକ୍ତରୀ ଦଳର ସଦସ୍ୟ ପ୍ରାଣ ହରାଇଥିଲେ ।ଏହି ଆକ୍ରମଣ ପାଇଁ ପାଲେଷ୍ଟାଇନ ପକ୍ଷରୁ ଇସ୍ରାଏଲକୁ ସିଧାସଳଖ ଦାୟୀ କରାଯାଇଛି । ସେମାନେ ଏହାକୁ ଯୁଦ୍ଧ ଅପରାଧ ବୋଲି ଅଭିହିତ କରିଛନ୍ତି । ଅନ୍ୟପଟେ, ଇସ୍ରାଏଲ ପ୍ରଥମେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଏବଂ କହିଥିଲା ଯେ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଜିହାଦର ଏକ ବିଫଳ ରକେଟ୍ ମାଡ଼ ଯୋଗୁଁ ଏହି ବିସ୍ଫୋରଣ ଘଟିଛି । ତେବେ ଚର୍ଚ୍ଚା ଚାଲିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଚାପ ବଢ଼ିବା ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘଟଣାକୁ ଏକ ଦୁଃଖଦ ଭୁଲ୍ ବୋଲି କହିଛନ୍ତି । ସେ କହିଛନ୍ତି, ଯୁଦ୍ଧ ସମୟରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥାଏ । ଆମେ ଏହାର ଗଭୀରତାର ସହ ତଦନ୍ତ କରୁଛୁ । ଆମର ଉଦ୍ଦେଶ୍ୟ କେବେବି ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇବା ନୁହେଁ । ଯେଉଁମାନେ ଏଥିରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ମୋର ସମବେଦନା । ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିଯାଇଛି । ଆରବ ଦେଶଗୁଡ଼ିକ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଇସ୍ରାଏଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ମାନବିକ ଅଧିକାର ସଂଗଠନଗୁଡ଼ିକ ମଧ୍ୟ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି । ନେତାନ୍ୟାହୁଙ୍କ ଏହି ତଦନ୍ତ ପ୍ରତିଶ୍ରୁତି ପରେ ମଧ୍ୟ ବିବାଦ ଥମିବାର ନାଁ ନେଉନାହିଁ, କାରଣ ଏହି ଯୁଦ୍ଧରେ ମାନବିକତାର ସବୁ ସୀମା ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି ।
୧୯୭୧ ମସିହାର ଭୁଲ୍ ପାଇଁ କ୍ଷମା ମାଗୁ ପାକିସ୍ତାନ:ପୁଣି ଦାବି କଲା ବାଂଲାଦେଶ
ଢାକା: ବାଂଲାଦେଶ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ସମ୍ମୁଖରେ ବିଚାରାଧୀନ ପ୍ରସଙ୍ଗ ଉଠାଇଛି,ଯେଉଁଥିରେ ୧୯୭୧ ଯୁଦ୍ଧ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ ସାମିଲ ଅଛି। ଏହି ପ୍ରସଙ୍ଗଗୁଡ଼ିକ ଉପରେ ସେ ଡାରଙ୍କ ମତାମତ ସହିତ ସହମତ ନୁହନ୍ତି। ୨୦୧୨ ପରଠାରୁ ଢାକା ଗସ୍ତରେ ଯାଇଥିବା ସବୁଠାରୁ ବରିଷ୍ଠ ପାକିସ୍ତାନୀ ନେତା ହେଉଛନ୍ତି ଡାର । ଇଶାକ ଡାର ଶନିବାର ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଢାକାରେ ପହଞ୍ଚିଥିଲେ।। ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ଥିବା ଶେଖ ହସିନାଙ୍କ ପଦ ଛାଡିବା ପରେ ବାଂଲାଦେଶ ସହିତ ସମ୍ପର୍କ ଉନ୍ନତ କରିବା ତାଙ୍କର ଲକ୍ଷ୍ୟ। ଇଶାକ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ପରାମର୍ଶଦାତା ଏମ୍ ତୌହିଦ ହୁସେନଙ୍କ ସହ ଆଲୋଚନା କରିଛନ୍ତି। ହୁସେନ କହିଛନ୍ତି, ମୁଁ ନିଶ୍ଚିତ ଭାବରେ ଡାରଙ୍କ ସହ ସହମତ ନୁହେଁ। ଯଦି ଏହା ହୋଇଥାନ୍ତା, ତେବେ ସମସ୍ୟାଗୁଡ଼ିକର ସମାଧାନ ହୋଇଥାନ୍ତା। ଆମେ ଆମର ସ୍ଥିତି ସ୍ପଷ୍ଟ କରିଥିଲୁ ଏବଂ ପାକିସ୍ତାନୀ ପକ୍ଷ ସେମାନଙ୍କର ସ୍ଥିତି ସ୍ପଷ୍ଟ କରିଥିଲେ। ସେ କହିଛନ୍ତି ଯେ, ଆଗାମୀ ଦିନରେ ଉଭୟ ଦେଶ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିବେ। ଇଶାକଙ୍କୁ ଭେଟିବା ପରେ ତୌହିଦ ହୁସେନ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଆମେ ୧୯୭୧ ପାଇଁ କ୍ଷମା ପ୍ରାର୍ଥନା, ଅନୁତାପ, ସମ୍ପତ୍ତି ଉପରେ ଦାବି ଏବଂ ଫସି ରହିଥିବା ପାକିସ୍ତାନୀ ନାଗରିକଙ୍କ ପ୍ରସଙ୍ଗ ଭଳି ଅସମାହିତ ପ୍ରସଙ୍ଗ ଉଠାଇଛୁ। ସେ କହିଛନ୍ତି ଯେ, ୫୪ ବର୍ଷର ସମସ୍ୟା ଗୋଟିଏ ଦିନରେ ସମାଧାନ ହୋଇଯିବ ବୋଲି ଆଶା କରିବା ଭୁଲ୍ ହେବ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ପରାମର୍ଶଦାତା କହିଛନ୍ତି ଯେ, ଉଭୟ ଦେଶ ଏହି ପ୍ରସଙ୍ଗଗୁଡ଼ିକ ଉପରେ ସେମାନଙ୍କର ନିଜ ନିଜ ମତ ଉପସ୍ଥାପନ କରିଛନ୍ତି। ହୁସେନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଗୋଟିଏ ଚୁକ୍ତିନାମା ଏବଂ ପାଞ୍ଚଟି ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବା ପାଇଁ ଆଲୋଚନା ମାଧ୍ୟମରେ ଐତିହାସିକ ପ୍ରସଙ୍ଗଗୁଡ଼ିକର ସମାଧାନ କରାଯିବା ଉଚିତ୍ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି ବୋଲି ହୁସେନ କହିଛନ୍ତି। Bangladesh | pakistan
ବିବାହ ପରେ ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ୍, ନଚେତ୍…
ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ଜଣାଶୁଣା। ଚାଣକ୍ୟ (ଚାଣକ୍ୟ ନୀତି) ଏବଂ ଅର୍ଥଶାସ୍ତ୍ର ସମେତ ଅନେକ ଗ୍ରନ୍ଥ ଲେଖିଛନ୍ତି। ତାଙ୍କ ଦ୍ୱାରା ଲିଖିତ ଚାଣକ୍ୟ ନୀତି ଆଜି ମଧ୍ୟ ବହୁତ ପ୍ରସିଦ୍ଧ। ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ଏପରି କିଛି କଥା ଉଲ୍ଲେଖ କରିଛନ୍ତି, ଯାହା ଆପଣଙ୍କ ଜୀବନ ସୁଧାରିବାରେ ସହାୟକ ହେବ। ଯଦି ଆପଣ ବୈବାହିକ ଜୀବନ ବିତାଉଥାନ୍ତି ତେବେ ଆଜିର ଏହି ଖବର ଜାଣିବା ନିହାତି ଆବଶ୍ୟକ। ଅନେକ ଲୋକଙ୍କର ଅଭ୍ୟାସ […] The post ବିବାହ ପରେ ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ୍, ନଚେତ୍… appeared first on Dharitri Odia News .
ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍ ବଶତଃ ଆଉ ଏକ ଟ୍ରେନ୍ରେ ଉଠିଯିବା ପରେ ନାହିଁ ଖୋଜଖବର
ବୈଶିଙ୍ଗା,୨୧ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପଦ୍ମନାଭପୁର ଗ୍ରାମର ଯୁବତୀ ବେଙ୍ଗାଲୁରୁରୁ ଫେରୁଥିବାବେଳେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନ୍ରେ ଉଠିଯିବା ପରେ ତାଙ୍କର ଆଉ କୌଣସି ଖୋଜଖବର ମିଳୁ ନ ଥିବା ପରିସ୍ଥିତିରେ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି ପରିବାର ଲୋକେ। ମିଳିଥିବା ସୂଚନା ମୁତାବକ ରବୀନ୍ଦ୍ର ବିନ୍ଧାଣି ଓ ସୁଭଦ୍ରା ବିନ୍ଧାଣିଙ୍କ ୨୦ ବର୍ଷୀୟା ଝିଅ ସୁକୁମାରୀ ବେଙ୍ଗାଲୁରୁଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଛୁଟିରେ ସେ ଫେରୁଥିବା ବେଳେ ଭୁଲ […] The post ବେଙ୍ଗାଲୁରୁରୁ ଫେରୁଥିଲେ ଯୁବତୀ, ଭୁଲ୍ ବଶତଃ ଆଉ ଏକ ଟ୍ରେନ୍ରେ ଉଠିଯିବା ପରେ ନାହିଁ ଖୋଜଖବର appeared first on Dharitri Odia News .
କାହିଁକି ବାରମ୍ବାର କ୍ୟାନ୍ସେଲ୍ ହୋଇଥାଏ ଷ୍ଟଡି ଲୋନ୍, ଆପଣ କରୁନାହାନ୍ତି ତ ଏହି ଭୁଲ୍, ନିଶ୍ଚିତ ଜାଣି ରଖନ୍ତୁ…
ଯଦି ଆପଣ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଏବଂ ଆପଣ ଷ୍ଟଡି ଲୋନ୍ ସାହାଯ୍ୟରେ ଅଧ୍ୟୟନ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ନିଶ୍ଚିତ ଜାଣିରଖନ୍ତୁ। ପ୍ରାୟତଃ ଦେଖାଯାଏ, ଷ୍ଟଡି ଲୋନ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ହଠାତ୍ ଖବର ମିଳେ ଯେ, ତାଙ୍କର ଲୋନ୍ କ୍ୟାନ୍ସେଲ୍ କରାଯାଇଛି। ସେହି ସମୟ ମଧ୍ୟରେ ଛାତ୍ରୀଛାତ୍ର ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଷ୍ଟଡି ଲୋନ୍ କ୍ୟାନ୍ସେଲ୍ ପଛରେ […] The post କାହିଁକି ବାରମ୍ବାର କ୍ୟାନ୍ସେଲ୍ ହୋଇଥାଏ ଷ୍ଟଡି ଲୋନ୍, ଆପଣ କରୁନାହାନ୍ତି ତ ଏହି ଭୁଲ୍, ନିଶ୍ଚିତ ଜାଣି ରଖନ୍ତୁ… appeared first on Dharitri Odia News .
ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ICCର ବଡ଼ ଆକ୍ସନ, ପ୍ରଥମ ODIରେ ଏତେ ବଡ଼ ଭୁଲ୍…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଓ୍ୱାନଡେ ସିରିଜ୍ ଅଗଷ୍ଟ ୧୯ ତାରିଖରୁ ଆରମ୍ଭ ହୋଇଥିଲା। ଯାହାର ପ୍ରଥମ ମ୍ୟାଚ୍ କେର୍ନ୍ସ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯୮ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପ୍ଲେଇଁ ୧୧ ଖେଳାଳିଙ୍କ ମଧ୍ୟରେ ସାମିଲ ଥିବା ଲେଗ୍ ସ୍ପିନରଙ୍କୁ ମ୍ୟାଚ୍ ସମୟରେ ICCର ଆଚରଣ ସଂହିତା ଉଲ୍ଲଂଘନ କରିଥିବା ପାଇଁ ଦଣ୍ଡ […]
ଚନ୍ଦ୍ର ଗ୍ରହଣରେ ଭୁଲ୍ରେ ବି କରନ୍ତୁ ନାହିଁ ଏସବୁ , ନହଲେ ମାଡ଼ି ଆସିବ ଭୟଙ୍କର …
୨୦୨୫ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଖୁବ ଶୀଘ୍ର ହେବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରଥମ ଚନ୍ଦ୍ରଗ୍ରହଣ ହେବ। ସେପ୍ଟେମ୍ବରରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ପିତୃପକ୍ଷ ଆରମ୍ଭରେ ହେବାକୁ ଯାଉଛି। ଏହା ଭାରତରେ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଏ।ଭାଦ୍ରବ ମାସର ପୂର୍ଣ୍ଣିମା ତିଥି ତଥା ସେପ୍ଟେମ୍ବର ୭ ତାରିଖରେ ହେବାକୁ ଯାଉଛି ,ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣର ମୋଟ […] The post ଚନ୍ଦ୍ର ଗ୍ରହଣରେ ଭୁଲ୍ରେ ବି କରନ୍ତୁ ନାହିଁ ଏସବୁ , ନହଲେ ମାଡ଼ି ଆସିବ ଭୟଙ୍କର … appeared first on Dharitri Odia News .
ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଗତକାଲି ଅସୁସ୍ଥ ହେବାରୁ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଜଣେ ନର୍ସ ଆସି ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ । ଏହାପରେ ଯୁବକଙ୍କୁ ସ୍ଵାସ୍ଥ୍ୟବସ୍ଥା ବିଗିଡିଯାଇଥିଲା। ଏବଂ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ୍ […]
ପୁରୁଣା ବାଇକ୍ ବିକିବା ପୂର୍ବରୁ କଦାପି କରନ୍ତୁ ନାହିଁ ଏଭଳି ଭୁଲ୍, ନଚେତ କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଥକିବେ!
ନୂଆଦିଲ୍ଲୀ,୧୭।୮: ଯଦି ଆପଣ ଆପଣଙ୍କର ପୁରୁଣା ବାଇକ ବିକ୍ରି କରିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ। କାରଣ ଅନେକ ଲୋକ ବାଇକ ବିକ୍ରୟ କରିବା ପରେ ଅସାବଧାନ ହୋଇଯାଆନ୍ତି। ଆବଶ୍ୟକୀୟ କାଗଜପତ୍ର ପୂରଣ କରନ୍ତି ନାହିଁ, ଯାହା ପରେ ମାମଲା ଏବଂ ଜରିମାନା ଭୋଗିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ ବାଇକ ବିକ୍ରୟ କରିବା ପୂର୍ବରୁ RC ଟ୍ରାନ୍ସଫର, ବୀମା ଅପଡେଟ ଏବଂ NOC ଭଳି ପଦକ୍ଷେପ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ବାଇକ […] The post ପୁରୁଣା ବାଇକ୍ ବିକିବା ପୂର୍ବରୁ କଦାପି କରନ୍ତୁ ନାହିଁ ଏଭଳି ଭୁଲ୍, ନଚେତ କୋର୍ଟ-କଚେରୀ ଦୌଡ଼ି ଦୌଡ଼ି ଥକିବେ! appeared first on Dharitri Odia News .
ଶ୍ରାବଣ ସରିଲା ବର୍ଷାର ଦେଖାନାହିଁ : କେଉଁଠି ପୂଜାର୍ଚ୍ଚନା ତ କେଉଁଠି ଧାରଣା
କନକ ବ୍ୟୁରୋ : ଶ୍ରାବଣ ସରିଗଲା ହେଲେ ବର୍ଷାର ଦେଖା ନାହିଁ । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଇଁ ଲୋକେ ଗାଁ ଗାଁରେ ପୂଜାର୍ଚ୍ଚନା କଲେଣି ତ କେଉଁଠି ପାଣି ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଲେଣି । ବର୍ଷା ଅଭାବରୁ ସ୍ଥିତି ସାଂଘାତିକ ହୋଇଛି । ଭଞ୍ଜନଗରରେ ବର୍ଷା ପାଇଁ ଗାଁ ଗାଁରେ ପୂଜାର୍ଚ୍ଚନା ଓ ବେଙ୍ଗୁଲି ନାଟ ହୋଇଛି । ବର୍ଷାକୁ ଆବାହନ କରିବା ପାଇଁ ଗାଁ ଗାଁରେ ଠାକୁରାଣୀଙ୍କ ନିକଟରେ ହୋମ ଯଜ୍ଞ ଆୟୋଜନ କରାଯାଉଛି । କିଛି ସ୍ଥାନରେ ଗାଁର ପିଲାମାନେ ମୁହଁରେ ରଙ୍ଗ, କାଦୁଅ ବୋଳି ହାତରେ ଗଛ ଡାଳ ଧରି ‘ବେଙ୍ଗୁଲି ରାଣୀ, ଦେ ପାଣି’ କହି ଗୀତ ଗାଇ ନାଟ କରୁଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କୋକସରାରେ ଆଦିବାସୀଙ୍କ ନିଆରା ପୂଜାର୍ଚ୍ଚନା । ମାଆ ସର୍ବମଙ୍ଗଳା ଘାଟିରେ ମୁଣ୍ଡିଆଣି କରିଛନ୍ତି ଡଙ୍ଗର ଯାତ୍ରା । କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ବର୍ଷା ଅଭାବ ଯୋଗୁ ଚାଷ ଜମି ଫାଟି ଆଁ କରିଛି । ଜଳଯୋଗାଣ ଦାବିରେ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ସଇଡ଼ା ସମ୍ମୁଖରେ ଧାରଣା ହେଇଛନ୍ତି ସ୍ଥାନୀୟ ଚାଷୀ । ଯେଉଁ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ସେଥିମଧ୍ୟରେ ରହିଛି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଯାଜପୁର । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଥିବା ବେଳେ ସ୍ଥିତି କିଛି ଅଲଗା ରହିଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୪ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । କିନ୍ତୁ ଯେଉଁ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ସେଠାରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
୧୭ ଅଗଷ୍ଟରୁ ସୂର୍ଯ୍ୟଙ୍କ ସହ ଶନିଙ୍କର ହେବ ଘାତକ ଯୋଗ, ଏକ ଛୋଟ ଭୁଲ୍ ଏହି ୩ ରାଶିଙ୍କୁ କରିଦେବ କାଙ୍ଗାଳ
ଓଡ଼ିଶାଭାସ୍କର: ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିବେ। ଆଉ ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରିବା ମାତ୍ରେ ହିଁ ଶନି ସହିତ ଷଡାଷ୍ଟକ ଯୋଗ ଗଠନ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ଅତ୍ୟନ୍ତ ନକାରାତ୍ମକ ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ଏବଂ ଶନିଙ୍କ ଏହି ଯୋଗ ଯୋଗୁଁ କିଛି ଲୋକଙ୍କ ଆର୍ଥିକ ଜୀବନରେ ସମସ୍ୟା ଦେଖାଦେଇପାରେ। କେବଳ ସେତିକିନୁହେଁ କ୍ୟାରିୟର କ୍ଷେତ୍ରରେ ମଧ୍ୟ ଉତ୍ଥାନ-ପତନ ହେବାର […]
ଜନ୍ମାଷ୍ଟମୀରେ କେକ୍ କାଟିବା ଠିକ୍ ନା ଭୁଲ୍? ଜାଣନ୍ତୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ୍
ନୂଆଦିଲ୍ଲୀ: ଜନ୍ମାଷ୍ଟମୀ ପର୍ବ ଭାରତରେ ମହା ଆଡମ୍ବରରେ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ କାର୍ଯ୍ୟ କରନ୍ତି। ଆଜିକାଲି ଅନେକ ଲୋକ ଜନ୍ମାଷ୍ଟମୀରେ କାହ୍ନା ନାମରେ କେକ୍ କାଟିବା ଆରମ୍ଭ କରିଛନ୍ତି। କିନ୍ତୁ ଜନ୍ମାଷ୍ଟମୀରେ କେକ୍ କାଟିବା କ’ଣ ଠିକ୍? ଏହା ଉପରେ ପ୍ରେମାନନ୍ଦ ମହାରାଜ ତାଙ୍କ ଭକ୍ତମାନଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବାହ୍ୟ ସେବାର ପରିଣାମ ହେଉଛି ଆଭ୍ୟନ୍ତରୀଣ ଚିନ୍ତାଧାରା ସଂଯୋଗିତ ହୁଏ। […]
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ମେଘ ଉତ୍ସବ ‘ଶ୍ରାବଣୀ’: ‘ବର୍ଷା ବର୍ଣ୍ଣନାରେ ସାହିତ୍ୟ ରୁଦ୍ଧିମନ୍ତ’
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ମେଘ ଉତ୍ସବ ‘ଶ୍ରାବଣୀ’। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସାହିତ୍ୟରେ ବର୍ଷାଋତୁର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ପ୍ରଫେସର ତରୁଣ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ମେଘ ଓ ବର୍ଷାର ବର୍ଣ୍ଣନା ସମ୍ପର୍କିତ ରଚନାବଳୀ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟ ବର୍ଷାର ବର୍ଣ୍ଣନାକୁ ନେଇ ସମୃଦ୍ଧ ଓ ରୁଦ୍ଧିମନ୍ତ ହୋଇଛି ବୋଲି ମତବ୍ୟକ୍ତ କରିବା ସହ ଓଡ଼ିଆ କବିତା ଓ ବର୍ଷା କେଉଁଭଳି ଭାବରେ ପରସ୍ପର ପରିପୂରକ ତାହାର ବ୍ୟାଖ୍ୟା କରିଥିଲେ। କୁଳସଚିବ ଅନାମିକା ଅଧିକାରୀ ମେଘ ଉତ୍ସବର ଆଭିମୁଖ୍ୟ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ସହଯୋଗୀ ପ୍ରଫେସର ଧୀରଜ କୁମାର ମହାପାତ୍ର ଓଡ଼ିଆ ଭାଗବତରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବାବେଳେ ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଘ ଉପରେ ଆଧାରିତ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ, ଓଡ଼ିଶୀ କଣ୍ଠ ସଂଗୀତ, ଓଡ଼ିଶୀ ନୃତ୍ୟ ଓ ତବଲା ବାଦନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ଶୈଳୀରେ ପରିବେଷିତ ହୋଇଥିଲା। ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ଛାତ୍ରଛାତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।
ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣମାସ ଶେଷ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ହଜାରହଜାର କାଉଡିଆ ଭକ୍ତଙ୍କ ଭିଡ ଲାଗିଥିଲା ପୀଠରେ। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତାହାସହ ଶୃଙ୍ଖଳିତ ଜଳଲାଗି ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ୱରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୬ଜଣ ଅଧିକାରୀଙ୍କ ସହ ୬ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିଲା । ରବିବାର ଠାରୁ ବାବାଙ୍କ ଉପରେ କାଉଡିଆମାନେ ଜଳଲାଗି କରିଥିଲେ। କାଉଡ଼ିଆ ଭକ୍ତଙ୍କ ବୋଲବମ ହରର ବୋମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପୀଠ। Continue reading ଶ୍ରାବଣମାସର ଶେଷ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ହଜାରହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା
ଶ୍ରାବଣ ସରିଲା ହେଲେ ଶୁଖିଲା ପଡ଼ିଛି ଭୂଇଁ , ଟାଣ ଖରାରେ ପୋଡ଼ିଗଲାଣି ତଳି
କନକ ବ୍ୟୁରୋ : ଓଡ଼ିଆ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାଠାରୁ ଚାଷ କାମ ଆରମ୍ଭ ହୋଇ ଗହ୍ମାପୂର୍ଣ୍ଣିମାରେ ଖରିଫ ଚାଷ କାମ ଶେଷ ହୋଇଥାଏ । ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବି ଅନେକ ଜିଲ୍ଲାରେ ଚାଷ କାମ ଆରମ୍ଭ ହୋଇନାହିଁ । ଚାଷ ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ । ଉପକୂଳରୁ ଉପାନ୍ତ ସବୁଠି ସ୍ଥିତି ସମାନ । ଚାଷ ପାଇଁ ଆବଶ୍ୟକତା ଅନୁସାରେ ବର୍ଷା ନହେବାରୁ ଗଞ୍ଜାମ ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷ ଜମି ଶୁଖିଲା ପଡ଼ିଛି । ଜମି ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ତଳି ପୋଡ଼ିଗଲାଣି। ମୌସୁମୀର ଲୁଚକାଳି ଖେଳ ଭିତରେ ବଳି ପଡ଼ୁଛନ୍ତି ଚାଷୀ । ଗଞ୍ଜାମର ଜୀବନ ରେଖା କୁହାଯାଉଥିବା ଋଷିକୂଲ୍ୟା ନଦୀ ଶୁଖିଲା ପଡ଼ିଛି । ଗଜପତି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ପ୍ରଚଣ୍ଡ ଖରା ଚାଷ କାମରେ ବ୍ୟାହତ ସୃଷ୍ଟି କରିଛି । କେବଳ ଖାଲୁଆ ଅଂଚଳରେ ଧାନ ରୁଆ ହୋଇଥିବା ବେଳେ ଅନେକ ସ୍ଥାନରେ ଚାଷ କାମ ଆରମ୍ଭ ହୋଇନାହିଁ । ବର୍ଷା ଅଭାବରୁ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ଚାଷ ଜମି ପଡ଼ିଆ ପଡ଼ିଛି । ପମ୍ପସେଟ୍ରେ ପାଣି ମଡ଼ାଇ ତଳି ରୋଇଥିଲେ ଚାଷୀ । ତା’ ବି ଜଳିଗଲାଣି । ଜଳସେଚନ ବିଭାଗ ପକ୍ଷରୁ କେନାଲ ପାଣି ଯୋଗାଇଦେବାକୁ ଅସ୍ତରଙ୍ଗ ଓ କାକଟପୁର ଅଂଚଳର ଚାଷୀ ଦାବି କରିଛନ୍ତି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଚାଷ କାମ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେଉଁଠି ବିଲ ଫାଟି ଆଁ କରିଛି ତ ପୁଣି କେଉଁଠି ଜମି ଅଧାରୁଆ ହୋଇଛି । କେନାଲରେ ପାଣି ନାହିଁ, କି ଉଠା ଜଳସେଚନ ଥାଇ ବି ଚାଷୀଙ୍କ କାମରେ ଆସୁନି ।ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି । ବର୍ଷା ଅଭାବ ସମୟରେ ଚାଷ କାମ କିପରି ହେବ। ସେନେଇ ସୁବ୍ୟବସ୍ଥା କରାଗଲେ ଚାଷୀ ଉପକୃତ ହୋଇପାରନ୍ତେ ।
ଅମାନିଆ ହେଇ ପଛେ ଜରିମାନା ଦବୁ; ଭୁଲ୍ ଓଡ଼ିଆ ନେଖିକିରି କ’ଣ ବା ପାଇବୁ...!
ଭୁବନେଶ୍ବର : ତମେ ଯେତେ ଭାଉ ଭାଉ ହବା କଥା ହଉଥାଅ। ଆମକୁ ସେଥିରେ କିଛି ବି ଯାଏ ଆସେ ନାହିଁ। ଆମେ ଆମ ମର୍ଜିର ମାଲିକରେ ବାପ...! ତାଛଡ଼ା ଏ ସରକାର ଗୋଟେ କୋଉ ନୋକରେ ନୋକ ଯେ, ଆମେ ତାଙ୍କ କଥା ଶୁଣିମୁ। କ’ଣ ନା ଇଂରାଜୀ ନୁହେଁ; ଓଡ଼ିଆରେ ଫଳକ ନେଖ। ମୋର ଆମ ସରକାରଙ୍କୁ ବାସ୍ ଗୋଟିଏ ପ୍ରଶ୍ନ। ତମ ଓଡ଼ିଆ ଠିକ୍ ଅଛି ଟି? ଯଦି ଅଛି, ଇଏ ବାଟଘାଟରେ ଯୋଉ ଭୁଲ୍ ବନାନରେ ଫଳକ ସବୁ ଲାଗିଛି ତାକୁ କିଏ ନଗେଇଛି। ତମେ ଇମିତି କର୍ମଚାରୀ ସବୁ ନିୟୋତିକ କରୁଛ ଯେ ସେ ଆମ ଭାଷାର ବାର୍ ବଜେଇ ଦଉଛନ୍ତି। ଏବେକାର ଫଳକରେ ଯେ ଖାଲି ଭୁଲ୍ଭାଲ୍ ଲେଖା ହଉଛି ତା ନୁହେଁ, ବହୁ ପୁରୁଣା ନେଖାଗୁଡ଼ିକ ଉପରେ ବି କେତେବେଳେ କିମିତି ତମ ଆଖି ପଡ଼ିଥବ। ଭୋବନେଶ୍ବର, ଆଚାର୍ଯ୍ୟ ଭିହାର, ଭରଷା, ଶାଢ଼ୀ ଇମିତି ବନାନ ପଲ ପଲ ରାସ୍ତାରେ ମିଳିଯିବ। ଆରେ ବାବୁ ଆଗ ତାକୁ ସଜାଡ଼। ତା’ପରେ ଆମକୁ ଏ ଜରିମାନା ଧମକ ଦବ। ଆଚ୍ଛା ଠିକ୍ ଅଛି, ଆମେ ଯଦି ଆମ ଦୋକାନ ଆଗରେ ଓଡ଼ିଆ ନଲେଖି ଇଂରାଜୀ ଲେଖୁ ତେବେ ଜରିମାନା ଦେବୁ। ତାହାଲେ ଯୋଉ ଭୁଲ୍ଗୁଡ଼ା ସରକାରଙ୍କ ଅଧୀନରେ ହେଉଛି ତା’ ପାଇଁ କିଏ ଜରିମାନା ଦେବ? ଏ ସ୍ବର ଆମର ନୁହେଁ, ହଜାର ହଜାର ଦୋକାନୀଙ୍କର। ଯେଉଁମାନଙ୍କୁ ସରକାର ସେମାନଙ୍କ ଦୋକାନ ସମ୍ମୁଖୀରେ ଓଡ଼ିଆ ଫଳକ ଲଗାଇବା ପାଇଁ ବାରମ୍ବାର କହୁଛନ୍ତି। ଯଦି ନାମ ଫଳରେରେ ୬୦ ପ୍ରତିଶତ ଓଡ଼ିଆ ନରୁହେ ତେବେ ଦୋକାନୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ସରକାର ନୋଟିସ୍ ଜାରି କରିବା ପରେ ତାହାକୁ ନେଇ ଆମର ଏ କାର୍ଟୁନ। ଦିହକୁ ନେବେନି। କାର୍ଟୁନ: ଦେବାଶିଷ
ଚଳିତ ବର୍ଷ ଶ୍ରାବଣ ମାସ ୧୧ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୯ ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବ । ଏହାସହ ଏହି ଦିନ ଶ୍ରାବଣ ପୂର୍ଣ୍ଣିମାର ସଂଯୋଗ ମଧ୍ୟ ହେବ । ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସ ଶେଷ ହେବା ପରେ ଗ୍ରହଙ୍କ ଏକ ବିଶେଷ ସଂଯୋଗ ହେବ । ଯାହା କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟକୁ ବଦଳାଇ ଦେବ । ଶ୍ରାବଣ ପରେ ବୁଧ ଓଲଟା ଚଳନ କରିବେ । କିଛି […]
ଶ୍ରାବଣରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ
ଆଠଗଡ : ଶ୍ରାବଣ ସରିବାକୁ ବସିଲାଣି, କିନ୍ତୁ ବୃଷ୍ଟିପାତ ହାର କମ ଯୋଗୁଁ ଆଠଗଡ ଅଞ୍ଚଳରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଦ୍ବାରା ଚାଷୀକୂଳ ଏବେ ଆଶଙ୍କିତ ଅବସ୍ଥାରେ ରହିଛନ୍ତି । କେଉଁଠି ବିଲ ଫାଟି ଆଁ କରିଛି ତ କେଉଁଠି ଜମି ଅଧା ରୁଆ ହୋଇଛି । କ୍ଷୁଦ୍ର ଜଳସେଚନ କେନାଲରେ ଆସୁନି ପାଣି କି ଉଠା ଜଳସେଚନ ଥାଇ ବି ଚାଷୀ ଉପକୃତ ହୋଇପାରୁ ନାହାଁନ୍ତି । ସମ୍ଭାବ୍ଯ ମରୁଡି ପରିସ୍ଥିତି ଓ ଅମଳ […]
ଏବର୍ଷ ରାଖିରେ କରନ୍ତୁ ନାହିଁ ଏହି ସବୁ ଭୁଲ୍...
ଆସୁଛି ଭାଇଭଉଣୀଙ୍କ ସ୍ନେହ ଓ ମମତାର ପବିତ୍ର ପର୍ବ ରାଖି ପୂର୍ଣ୍ଣିମା। ଚଳିତବର୍ଷ ରାଖିକୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ରହିଛି। କେହି କେହି ଅଗଷ୍ଟ ୮ ତାରିଖରେ ରାଖି ବାନ୍ଧିବାକୁ ଶୁଭ ଭାବୁଥିବା ବେଳେ କେହି କେହି ଅଗଷ୍ଟ ୯ ତାରିଖରେ ରାଖି ବାନ୍ଧିବା ଉଚିତ ବୋଲି ଚିନ୍ତା କରୁଛନ୍ତି। ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ରକ୍ଷା ବନ୍ଧନ ପାଇଁ ପୂରା ୭ ଘଣ୍ଟା ଶୁଭ ମୁହୂର୍ତ୍ତ ଅଛି। ତେବେ ଅଗଷ୍ଟ ୯ ତାରିଖରେ ହିଁ ରକ୍ଷା ବନ୍ଧନ ପାଳନ ହେବ। ଏହି ଦିନ ଭଉଣୀମାନେ ନିଜ ଭାଇ ହାତରେ ରାଖି ବାନ୍ଧିବେ। ତେବେ ମନେ ରଖନ୍ତୁ ରାଖି ବାନ୍ଧିବା ବେଳେ ଯେପରି କିଛି ତ୍ରୁଟି ନରହିଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ରାକ୍ଷୀ ବାନ୍ଧିବା ସମୟରେ ଭାଇ ଯେପରି ଉତ୍ତର-ପଶ୍ଚିମ ଦିଗରେ ନବସନ୍ତି। ଏହି ଦିଗରେ ବସି ରଖି ବାନ୍ଧିବା ଅଶୁଭ ହୋଇପାରେ। ପୂର୍ବ ଏବଂ ଉତ୍ତର ଦିଗ ଆଡ଼େ ମୁହଁ କରି ରାଖି ବାନ୍ଧିବା ଅତ୍ୟନ୍ତ ଶୁଭ। କେବେ ବି ଛିଡ଼ି ଯାଇଥିବା ବା ନଷ୍ଟ ହୋଇ ଯାଇଥିବା ରାଖି ବାନ୍ଧନ୍ତୁ ନାହିଁ। ସ୍ବସ୍ତିକ ଚିହ୍ନ ଥିବା ରାଖି ଖୁବ୍ ଶୁଭ ବୋଲି ବିବେଚନା କରାଯାଏ। ପାରୁଛନ୍ତି ଯଦି ନିଜ ଭାଇଙ୍କ ହାତରେ ଏକ ଶୁଭ ଚିହ୍ନ ଥିବା ରାଖି ବାନ୍ଧନ୍ତୁ। ସେହିପରି ଭାଇମାନେ ବି ଭଉଣୀମାନଙ୍କୁ ଉପହାର ଦେବା ବେଳେ ସଚେତନ ରୁହନ୍ତୁ। କଳା ରଂଗର କୌଣସି ସାମଗ୍ରୀ, ରୁମାଲ କିମ୍ବା ଅତର ଉପହାରରେ ଦିଅନ୍ତୁ ନାହିଁ।
ପ୍ୟାରିସ୍ରେ ପଦକ ଜିତିବାକୁ ଆଶାବାଦୀ ପଣ୍ଡା ଭଉଣୀ, ସରକାରୀ ସହାୟତା ଲୋଡ଼ିଲେ
କନକ ବ୍ୟୁରୋ : ‘‘ ପ୍ରଥମ ଥର ବିଶ୍ୱ ଚାମ୍ପିଅନସିପ୍ ଖେଳିବାକୁ ଯାଉଥିବାରୁ ବେଶ୍ ଉତ୍ସାହିତ ଅଛୁ । ଭାରତରୁ ମନୋନୀତ ହୋଇଥିବା ମାତ୍ର ଦୁଇଟି ମହିଳା ଯୁଗଳ ଯୋଡ଼ି ମଧ୍ୟରେ ଥିବାରୁ ଗର୍ବ ବି ଲାଗୁଛି । ତେବେ ଏହା ଏକ ବି ଶ୍ୱ ସ୍ତରୀୟ ପ୍ରତିଯୋଗିତା ହୋଇଥିବାରୁ ଆରମ୍ଭରୁ ଆମ ଅଭିଯାନ ଆ ହ୍ୱା ନଭରା ହେବ ବୋଲି ଆଶା କରୁଛୁ । ତଥାପି ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତିବାକୁ ନିଶ୍ଚିତ ଭାବେ ଆପ୍ରାଣ ଉଦ୍ୟମ କରିବୁ । ଉଭୟ ଉଭୟଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୁଝି ଉତ୍ତମ ବୁଝାମଣା ଓ ସମନ୍ବୟର ସହ ଖେଳିଲେ ଏହି ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ନୁହେଁ ବୋଲି ଭାବୁଛୁ’’ । ଫ୍ରାନ୍ସର ପ୍ୟାରିସ୍ଠାରେ ଚଳିତ ଅଗଷ୍ଟ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଖେଳିବାକୁ ଆମନ୍ତ୍ରିତ ହୋଇଥିବା ରାଜ୍ୟର ସଫଳତମ ମହିଳା ବ୍ୟାଡ୍ମିଣ୍ଟନ୍ ଯୋଡ଼ି ତଥା ଦୁଇ ଭଉଣୀ ଋ ତା ପର୍ଣ୍ଣା ଓ ଶ୍ୱେ ତାପର୍ଣ୍ଣା ପଣ୍ଡା ସ୍ୱ ତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି । କିଟ୍ ବି ଶ୍ୱ ବିଦ୍ୟାଳୟରେ ପାଠପଢ଼ୁଥିବା ଋତାପର୍ଣ୍ଣା ଓ ଶ୍ୱେ ତାପର୍ଣ୍ଣା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ତଥା ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଏହି ବି ଶ୍ୱ ବିଦ୍ୟାଳୟ ତଥା ରାଜ୍ୟ ସରକାର ଦେଇ ଆସୁଥିବା ସମର୍ଥନ ଓ ସହଯୋଗ ଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ଏହି ସହାୟତା ଯଦି ଆଉ ଟିକିଏ ସମୟୋପଯୋଗୀ ହୋଇପାରନ୍ତା , ତାହେଲେ ସେମାନେ ଅଧିକ ଉପକୃତ ହୋଇପାରନ୍ତେ ବୋଲି ମତ ରଖିଛନ୍ତି । ସେହିଭଳି ରାଙ୍କିଙ୍ଗ୍ ଭିତରେ ବି ଶ୍ୱ ଚାମ୍ପିଅନସିପ୍ ଖେଳିବାକୁ ଯାଉଥିବାରୁ ଏବଂ ଜାତୀୟ ପ୍ରଶିକ୍ଷଣ ଶିବିରରୁ ବଛା ହୋଇ ନଥିବାରୁ ଭାରତ ସରକାର ସେମାନଙ୍କ ଗସ୍ତ ଖର୍ଚ୍ଚ ବହନ କରିବାର ସମ୍ଭାବନା କମ୍ ରହିଛି । ସେଥିପାଇଁ ନିଜ ଖର୍ଚ୍ଚରେ ଦୁଇ ଜଣ ଯାକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି । ଏଣୁ ପ୍ୟାରିସ୍ ଯିବା ପାଇଁ ଉଭୟ ସହାୟତା ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଋତାପର୍ଣ୍ଣା ଓ ଶ୍ୱେ ତାପର୍ଣ୍ଣା ସଂପ୍ରତି ବି ଶ୍ୱ ମାନ୍ୟତାର ୩୮ତମ ସ୍ଥାନରେ ରହିଛନ୍ତି । ସେମାନେ ମଧ୍ୟ ବି ଶ୍ୱ ଚାମ୍ପିଅନସିପ୍ ଖେଳିବାରେ ଓଡ଼ିଶାର ପ୍ରଥମ ମହିଳା ବ୍ୟାଡ୍ମିଣ୍ଟନ୍ ଖେଳାଳି ହେବାକୁ ଯାଉଛନ୍ତି । ଋତାପର୍ଣ୍ଣାଙ୍କଠାରୁ ସାନ ଭଉଣୀ ଶ୍ୱେ ତାପର୍ଣ୍ଣା ବ୍ୟାଡ୍ମିଣ୍ଟନ୍ର ଅନେକ କଳାକୌଶଳ ଶିଖିଛନ୍ତି । ଶ୍ୱେ ତାପର୍ଣ୍ଣାଙ୍କ ଶାନ୍ତ ସ୍ୱ ଭାବ ଏବଂ ନିଜ ଉପରେ ଥିବା ନିୟନ୍ତ୍ରଣ ତାଙ୍କୁ କୋର୍ଟରେ ଆହୁରି ଭଲ କରିବାକୁ ଅନୁପ୍ରେରିତ କରିଥାଏ ବୋଲି ଋତାପର୍ଣ୍ଣା କହିଛନ୍ତି। ବି ଶ୍ୱ ଚାମ୍ପିଅନସିପ୍ରେ ମଧ୍ୟ ଏହା ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଉଭୟ ଏକ ସ୍ୱ ରରେ ମତ ରଖିଛନ୍ତି । ଓଡ଼ିଶା ବ୍ୟାଡମିଣ୍ଟନ୍କୁ ନେଇ ବେଶ୍ ଆଶାବାଦୀ ଥିବା ଏହି ଦୁଇ ଭଉଣୀ ଏସୀୟ ୧୫ ଓ ୧୭ବର୍ଷରୁ କମ୍ ବିଜୟିନୀଙ୍କୁ ରାଜ୍ୟ ମହିଳା ବ୍ୟାଡ୍ମିଣ୍ଟନ୍ର ଭବିଷ୍ୟତ ଭାବେ ବର୍ଣ୍ଣନା କରିଛନ୍ତି । ସୂଚନାଯୋଗ୍ୟ ଯେ ଋତାପର୍ଣ୍ଣା ଓ ଶ୍ୱେ ତାପର୍ଣ୍ଣା ଗତ ୩ବର୍ଷରୁ ଅଧିକ ସମୟ ହେବ କଟକର କନ୍ଦରପୁର ନିକଟରେ ପିତା ରାମଚନ୍ଦ୍ର ପଣ୍ଡା ସ୍ଥାପନ କରିଥିବା ନିଜ ସ୍ୱ ବ୍ୟାଡ୍ମିଣ୍ଟନ୍ ଭିତ୍ତିଭୂମିରେ ଅଭ୍ୟାସ କରି ବିଶ୍ବର ଶ୍ରେଷ୍ଠ ୫୦ମହିଳା ଯୋଡ଼ି ମଧ୍ୟରେ ରହିବାର ଅନନ୍ୟ ସଫଳତା ଲାଭ କରିଛନ୍ତି । ସେମାନେ ମଧ୍ୟ ୨୦୨୨ ମସିହା ପରଠାରୁ ୪ ସ୍ୱ ର୍ଣ୍ଣ , ୩ ରୌପ୍ୟ ଓ ୩ କାଂସ୍ୟ ସହ ୧୦ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି ।
ଶ୍ରାବଣରେ ଗ୍ରୀଷ୍ମର ପ୍ରଭାବ: ଶୁଖିଲା ପଡ଼ିଛି ଜଳଭଣ୍ଡାର, ହୋଇ ନାହିଁ କେନାଲ ସଫା
ଭଞ୍ଜନଗର,୫।୮(ବାବୁଲା ପ୍ରଧାନ): ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଚାଷ କାର୍ଯ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ବିଗତ କିଛିଦିନରେ ପାଣିପାଗକୁ ଅନୁମାନ କଲେ ଏହା ଓଲଟା ହେଲା ଭଳି ଲାଗିଲାଣି। ଶ୍ରାବଣରେ ଲଗାଣ ବର୍ଷା ହେବା କଥା। ହେଲେ ପାଣିପାଗରେ ବଡ଼ ପରିବର୍ତ୍ତନ ଘଟି ଶ୍ରାବଣରେ ଲୋକେ ଗ୍ରୀଷ୍ମ ଭଳି ଅନୁଭବ କରୁଛନ୍ତି। ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୨ ଡିଗ୍ରୀ ଥିବାବେଳେ ଟାଣ ଖରା ଯୋଗୁ ତାହା […] The post ଶ୍ରାବଣରେ ଗ୍ରୀଷ୍ମର ପ୍ରଭାବ: ଶୁଖିଲା ପଡ଼ିଛି ଜଳଭଣ୍ଡାର, ହୋଇ ନାହିଁ କେନାଲ ସଫା appeared first on Dharitri Odia News .
ଶ୍ରାବଣ ପୂର୍ଣ୍ଣିମାରେ ଦୁର୍ଲଭ ଯୋଗ, ଏହି 3 ରାଶି ଉପରେ ହେବ ପ୍ରବଳ ଧନର ବର୍ଷା
ନୂଆଦିଲ୍ଲୀ: ଶ୍ରାବଣ ପୂର୍ଣ୍ଣିମା ୯ ଅଗଷ୍ଟ ୨୦୨୫ ରେ ପାଳନ କରାଯିବ ଏବଂ ରକ୍ଷାବନ୍ଧନ ମଧ୍ୟ ଏହି ଦିନରେ ପାଳିତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏଥର ସାୱନ ପୂର୍ଣ୍ଣିମା ଦିନ ସୌଭାଗ୍ୟ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଶ୍ରାବଣ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଅଛି । ଯାହା ଦ୍ଵାରା ଏହି ପୂର୍ଣ୍ଣିମାର ଗୁରୁତ୍ୱ ବହୁଗୁଣ ବୃଦ୍ଧି ପାଇଛି । ଏହା ବ୍ୟତୀତ ଏହି ଦିନ ବୁଧ ଗ୍ରହର ମଧ୍ୟ ଉଦୟ ହେଉଛି […]
ଶ୍ରାବଣ ଶେଷ ସୋମବାର: ଏକାମ୍ର କ୍ଷେତ୍ରରେ ୧୪ ହଜାର ଭକ୍ତ
ପୁରୁଣା ଭୁବନେଶ୍ବର: ହଜାର ହଜାର ଶିବଭକ୍ତ ଆଜି ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିବାବେଳେ କାଉଡ଼ିଆମାନେ ଜଳଲାଗି କରିଥିଲେ। ଆଜି ଏକାମ୍ର କ୍ଷେତ୍ରରେ ପ୍ରାୟ ସବୁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ସକାଳେ କାଉଡ଼ିଆଙ୍କ ଧାଡ଼ି ଗଙ୍ଗାଯମୁନା ପର୍ଯ୍ୟନ୍ତ ଲମ୍ବି ଥିବା ବେଳେ ସାଧାରଣ ଭକ୍ତଙ୍କ ଧାଡ଼ି ଉତ୍ତର ଦ୍ବାର ପର୍ଯ୍ୟନ୍ତ ଲମ୍ବିଥିଲା। ଭିଡ଼ ଯୋଗୁ ଟ୍ରାଫିକ୍ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ମନ୍ଦିର ନିକଟ ରାସ୍ତା ଗୁଡ଼ିକରେ ଏଣେ ତେଣେ ଅଟୋ ଯାତାୟାତ କରିବାରୁ ଏହା ଭିଡ଼କୁ ଦ୍ବିଗୁଣ କରିଥିଲା। ରାସ୍ତା କଡ଼ରେ ଖାଦ୍ୟ ବଣ୍ଟନ ଓ ଅଟୋ ଭିଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ଥାନା ସୂଚନା ଅନୁଯାୟୀ ମନ୍ଦିରକୁ ୩ ହଜାର ୩୦୦ରୁ ଅଧିକ କାଉଡ଼ିଆ ଆସିଥିଲେ। ତେବେ ସାଧାରଣ ଭକ୍ତ ବହୁ ସଂଖ୍ୟାରେ ଆସି ପୂଜାର୍ଚ୍ଚନା କରିଥିଲେ। କାଉଡ଼ିଆଙ୍କ ଭିଡ଼ ଯୋଗୁ ବାଧ୍ୟ ହୋଇ ବିଭିନ୍ନ ମନ୍ଦିରରେ ପାଣି ଢାଳିଥିଲେ। ତେବେ ଏକାମ୍ର କ୍ଷେତ୍ରକୁ ୧୪ହଜାର ଭକ୍ତ ଆସିଥିଲେ ବୋଲି ଅନୁମାନ କରାଯାଇଛି।
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣ ୪ର୍ଥ ସୋମବାରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ୨୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆଙ୍କ ଭିଡ ଲାଗିଥିଲା ପୀଠରେ। ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଆସନ୍ତା ସୋମବାର ଶେଷ ପାଳି ଭାବେ ପାଳନ କରାଯିବ। ହେଲେ ପୂର୍ଣ୍ଣିମା ଅନୁଯାୟୀ ଚଳିତ ସୋମବାର ଶେଷ ପାଳି ହୋଇଥିବାରୁ ରବିବାର ମଧ୍ୟରାତ୍ରରୁ ସୋମବାର ସଂଧ୍ୟା ଯାଏଁ ଧାଡ଼ିରେ ଯାଇ ହଜାରହଜାର କାଉଡ଼ିଆ ଭକ୍ତ ବାବାଙ୍କ ପାଖରେ ଜଳଲାଗି କରିଥିଲେ। ଅଗଣିତ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଉଭୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଠାରୁ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଭଦ୍ରକ ଏସପି ମନୋଜ ରାଉତ ସ୍ଥିତି ପରକ୍ଷିଥିଲେ। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ୱରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଥିଲା। ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୬ଜଣ ଅଧିକାରୀଙ୍କ ସହ ୫ପ୍ଲାଟୁନ ପୋଲିସି ଫୋର୍ସ ମୁତୟନ କରାଯାଇଥିଲା। ଏପଟେ ସ୍ଥଳପଥରେ କଡ଼ା ସୁରକ୍ଷାରେ ବ୍ୟବସ୍ଥା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଥିଲା। Continue reading ଶ୍ରାବଣ ୪ର୍ଥ ସୋମବାର ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା
ଶ୍ରାବଣର ସୋମବାର: ଧବଳେଶ୍ବରଙ୍କୁ ‘ପଇଡ଼ ଜଳାଭିଷେକ’ କଲେ ଶ୍ରଦ୍ଧାଳୁ
ବୀରମହାରାଜପୁର: ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ମଧ୍ୟାହ୍ଣରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଧୀନ କେଶଲଗାସ୍ଥିତ ବାବା ଧବଳେଶ୍ବରଙ୍କୁ ପଇଡ଼ ଜଳାଭିଷେକ ଲାଗି କରାଯାଇଛି। ଗାଁର ଶେଷମୁଣ୍ଡରେ ଥିବା ଯୋଗୀମୁଣ୍ଡା ପାହାଡ଼ ଉପରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶରେ ହଜାର ହଜାର ପଇଡ଼ରୁ ସଂଗୃହୀତ ପାଣି ଅଭିଷେକ କରାଯାଇଛି। ଏହି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା। ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭକ୍ତମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବିଗତ କିଛି ବର୍ଷ ହେଲା ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରଖାଯାଉଛି। ଏହି ପରିପ୍ରେକ୍ଷୀରେ ଚଳିତ ଥର ମହାଦେବଙ୍କୁ ପଇଡ଼ ଜଳାଭିଷେକ କରାଯାଇଥିଲା। ଗତବର୍ଷ ଆଜିର ଦିନରେ ଏଠାରେ ପବିତ୍ର ଗଙ୍ଗାଜଳ ଅଭିଷେକ କରାଯାଇଥିବା ବେଳେ ୨୦୨୩ ଶ୍ରାବଣ ମାସରେ ଶେଷ ସୋମବାର ମହାପ୍ରଭୁଙ୍କୁ କ୍ଷୀରରେ ଅଭିଷେକ କରାଯାଇଥିଲା। ସେହିପରି ଆସନ୍ତା ବର୍ଷ ଶ୍ରାବଣର ଶେଷ ସୋମବାରରେ ମହାଦେବଙ୍କ ଅନ୍ୟ ପ୍ରିୟ ଜିନିଷ ‘ମହୁ’ରେ ଅଭିଷେକ କରାଯିବାର ଯୋଜନା ଥିବା ବାବା ଧବଳେଶ୍ବର ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି। - ବାବା ଧବଳେଶ୍ଵରଙ୍କ ପଇଡ ଜଳାଭିଷେକ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କେଶଲଗାରେ ରହିଛି ଧବଳେଶ୍ଵର ମନ୍ଦିର - ଯୋଗୀମୁଣ୍ଡା ପାହାଡ଼ ଉପରେ ଆଧ୍ୟାତ୍ମିକ ପରିବେଶ - ପଇଡ ଜଳାଭିଷେକ କଲେ ହଜାର ହଜାର ଶ୍ରଦ୍ଧାଳୁ - ଶ୍ରାବଣର ଶେଷ ସୋମବାରରେ ଭବ୍ୟ ଆୟୋଜନ - ଶିବମନ୍ତ୍ର, ହରହର ମହାଦେବ ଡାକରେ କମ୍ପୁଛି ଶୈବପୀଠ #Sambad … pic.twitter.com/gzfFGl8xRH — Sambad (ସମ୍ବାଦ) (@sambad_odisha) August 4, 2025 ବାବା ଧବଳେଶ୍ବର ମନ୍ଦିରର ପୂଜକ ଶଶିଭୂଷଣ ଥନାପତି କହିଛନ୍ତି, ଗତ ୪ ବର୍ଷ ହେଲା ଶ୍ରାବଣ ମାସର ଶେଷ ସୋମବାରରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ସ୍ଥାନୀୟ ଅଞ୍ଚଳର ସହଯୋଗ କ୍ରମେ ଧବଳେଶ୍ବର ମନ୍ଦିର କମିଟି ତରଫରୁ ଚଳିତ ଥର ପଇଡ଼ ଜଳାଭିଷେକ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ମହାଦେବଙ୍କୁ ଗଙ୍ଗାଜଳ ଓ ୨୦୨୩ରେ କ୍ଷୀରରେ ଅଭିଷେକ କରାଯାଇଥିଲା। ବାବା ଧବଳେଶ୍ବରଙ୍କୁ ଆସନ୍ତାବର୍ଷ ଶ୍ରାବଣର ଶେଷ ସୋମବାରରେ ମହୁରେ ଅଭିଷେକ କରିବା ପାଇଁ ଯୋଜନା ହୋଇଛି। ଶ୍ରୀ ଥନାପତି କହିଛନ୍ତି, ବର୍ଷର ବିଭିନ୍ନ ସମୟରେ ବାବା ଧବଳଶ୍ବେରଙ୍କ ପୀଠରେ ଅନେକଗୁଡ଼ିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଉଛି। ଏଥିରେ ପ୍ରତିମାସର ସଂକ୍ରାନ୍ତି ଓ ଶିବରାତ୍ରୀ ମଧ୍ୟ ସାମିଲ ରହିଛି। ସଂକ୍ରାନ୍ତି ଦିନରେ ୨୫୦ରୁ ୪୦୦ ଲୋକଙ୍କର ସମାଗମ ହୋଇଥାଏ। ସେହିପରି ଜାଗରରେ ପ୍ରାୟ ୧୦ ହଜାର ଭକ୍ତ ଏଠାରେ ଏକତ୍ରିତ ହୋଇଥାନ୍ତି। ପ୍ରତି ମଙ୍ଗଳବାର ଦିନ ଏଠାରେ ଦେବୀଙ୍କ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥିବାରୁ ବହୁ ଦୂରରୁ ଭକ୍ତ ନିଜର ମାନସିକ ପୂଜା ପାଇଁ ଆସିଥାନ୍ତି। #Subarnapur #Dhabaleswar #SawanMonth #Odisha pic.twitter.com/YyroU4Y5xe — Sambad (ସମ୍ବାଦ) (@sambad_odisha) August 4, 2025 ଆଧ୍ୟାତ୍ମିକ ସ୍ଥାନ ହେଉଛି ସମାଜର ଅନ୍ୟତମ ଅଂଶବିଶେଷ। ଯୋଗୀମୁଣ୍ଡା ପାହାଡ଼ରେ ଅବସ୍ଥିତ ଧବଳେଶ୍ବର ମନ୍ଦିର ସହିତ ଏହି ଅଞ୍ଚଳର ଲୋକଙ୍କର ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇଛି। ଏହି କାରଣରୁ ଏହି ମନ୍ଦିରକୁ ପ୍ରତିଦିନ ଭକ୍ତମାନଙ୍କର ଆଗମନ ହେଉଛି। ବର୍ଷର ବିଭିନ୍ନ ସମୟରେ ସ୍ବତନ୍ତ୍ର ଯାନିଯାତ୍ରାର ଆୟୋଜନ ହେଉଛି, ଯେଉଁଥିରେ ହଜାରହଜାର ଭକ୍ତଙ୍କର ସମାଗମ ହେଉଛି। ତେବେ ଏହି ସ୍ଥାନଟି ଅବହେଳିତ ଅବସ୍ଥାରେ ରହିଛି। ବହୁ ପୁରାତନ ମନ୍ଦିରକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ପାଣିର ସୁବ୍ୟବସ୍ଥା କରାଯାଇ ପାରି ନାହିଁ। ପ୍ରଶାସନ ଓ ରାଜନେତାଙ୍କର ଶୁଭଦୃଷ୍ଟି ପଡିଲେ ଏଠାକାର ଭିତ୍ତିଭୂମି ଅଧିକ ବିକଶିତ ହୋଇ ପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।
କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ
ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ଯାତ୍ରା କରନ୍ତି । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ, ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କୁଇଶିରା ଓ ଜାମପାଲି ଗ୍ରାମରେ। ଏହି ଗ୍ରାମରେ ଆଷାଢ଼ ବଦଳରେ ଶ୍ରାବଣ ମାସ […] The post କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ appeared first on Dharitri Odia News .
ଶ୍ରାବଣ ମାସର ଶେଷ ସୋମବାର 3ଟି ରାଶି ପାଇଁ ବହୁତ ଶୁଭ, ମହାଦେବଙ୍କ କୃପାରୁ ହେବ ଧନ ବର୍ଷା
ଓଡିଶାଭାସ୍କର:ଆଜି ସୋମବାର ଶ୍ରାବଣ ଶୁକ୍ଳ ପକ୍ଷର ଦଶମୀ ତିଥି। ଦଶମୀ ତିଥି ଆଜି ଅପରାହ୍ନ ୧୧:୪୨ ପର୍ଯ୍ୟନ୍ତ ରହିବ। ଏହାପରେ ଏକାଦଶୀ ତିଥି ଆରମ୍ଭ ହେବ। ଆଜିପରେ ଇନ୍ଦ୍ର ଯୋଗ ଆସନ୍ତାକାଲି ସକାଳ ୭:୨୪ ପର୍ଯ୍ୟନ୍ତ ରହିବ। ଏହା ସହିତ ଅନୁରାଧା ନକ୍ଷତ୍ର ଆଜି ସକାଳ ୯:୧୩ ପର୍ଯ୍ୟନ୍ତ ରହିବ। ଏହା ପରେ ଜ୍ୟେଷ୍ଠ ନକ୍ଷତ୍ର ଆରମ୍ଭ ହେବ। ଏହା ବ୍ୟତୀତ ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ତେଣୁ ଆସନ୍ତୁ ଜାଣିବା ଆଜିର ଶୁଭ ସଂଖ୍ୟା […]
ଆଜି ଶ୍ରାବଣ ମାସ ଶେଷ ସୋମବାର: ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ
କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଷେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକର ଧବଳେଶ୍ବର, ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।
ଆଜି ଶ୍ରାବଣ ଶେଷ ସୋମବାର: ୪ଟାରୁ ସାହାଣମେଲା ଦର୍ଶନ, ଜଳଲାଗି
ପୁରୁଣା ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ଶେଷ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ଆଗରେ କାଉଡ଼ିଆଙ୍କ ଧାଡ଼ି ଦେଖିବାକୁ ମିଳିଛି। ମନ୍ଦିର ଆଗରେ ପୂର୍ବରୁ ଲଗାଯାଇଥିବା ବ୍ୟାରିକେଡ୍ କଡ଼ରେ କାଉଡ଼ିଆ ଜଳଭାର ଆଣି ରଖିଛନ୍ତି। ମନ୍ଦିର ପ୍ରଶାସନ ଏନେଇ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରୁଛି। ଶେଷ ପାଳିରେ ଜଳଲାଗି କରିବାକୁ ପୁରୁଷ ଓ ମହିଳାମାନେ ଆଶ୍ରୟସ୍ଥଳରେ ବିଶ୍ରାମ ନେଉଛନ୍ତି। ମନ୍ଦିର ଭିତରେ ଏଏସ୍ଆଇ ପକ୍ଷରୁ ବ୍ୟାରିକେଡ୍ ବନ୍ଧା ହୋଇଛି। କାଉଡ଼ିଆମାନେ ଆଜି ସନ୍ଧ୍ୟାରୁ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି। ମନ୍ଦିରରେ ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ତେବେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଓ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବିନ୍ଦୁସାଗର କୂଳରେ ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛନ୍ତି। ମହିଳା ଭକ୍ତ ଆସିବା ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରାବଣୀ ଯାତ୍ରାରେ ଆଖଣ୍ଡଳମଣିଙ୍କୁ ପୂଜାର୍ଚ୍ଚନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣୀ ଯାତ୍ରା ଅବସରରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରବିବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିଧାମ ଗସ୍ତରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଶ୍ରାବଣୀ ମହାଦେବଙ୍କ ଉପରେ ଜଲଲାଗି କରି ମନ୍ଦିର ବେଢ଼ା ବୁଲିଥିଲେ। ମନ୍ତ୍ରୀ ଆରଡ଼ିପୀଠର କିଛି ସମୟ ରହି ପୀଠର ବିକାଶ ପାଇଁ ସରକାର ଆଗକୁ କଣ କଣ ପଦକ୍ଷେପ ନେବେ ସେ ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ମହାଶିବରାତ୍ରି ଦିନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ମନ୍ତ୍ରୀ ଆରଡ଼ିପୀଠକୁ ଆସିଥିଲେ ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ଘୋଷଣା କରିଥିଲେ ହେଲେ ଅଦ୍ୟାବଧି ସେ କାମ ଆରମ୍ଭ ହୋଇନଥୁବାରୁ ସେବାୟତ ମାନେ ମନ୍ତ୍ରୀଙ୍କ ନଜର କୁ ଆଣିଥିଲେ। ଏଥିସହ ପୀଠରେ ଏକ ଗୋଶାଳା, ସଂସ୍କୃତ ବିଦ୍ୟାଳୟ ସହ ଯୁକ୍ତ ଦୁଇ କଲେଜ ର ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କୁ ଦାବି କରିଥିଲେ ସ୍ଥାନୀୟ ଲୋକ। ମନ୍ତ୍ରୀ ଏପରି ଦାବି ସମ୍ପର୍କରେ ଆଲୋଚନା କରି ଖୁବଶିଘ୍ର କାର୍ଯ୍ୟକାରୀ କରିବା ପାଇଁ କହିଥିଲେ। ମନ୍ତ୍ରୀଙ୍କ ଗସ୍ତରେ ଅନୁପସ୍ଥିତ ରହିଲେ ପୁରୁଖା ନେତା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରବିବାର ଆରଡି ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିଲେ, ହେଲେ ଏହି ଗସ୍ତ ସମୟରେ ଆରଡି, ନାନ୍ଦପୁର, ଓଳଗ ପଂଚାୟତର ବିଜେପି ଦଳର ସଭାପତିଙ୍କ ସହ ପୁରୁଖା କର୍ମୀଙ୍କୁ ଦେଖିବାକୁ ମିଳିନଥିଲା। ଏପରିକି ଆରଡି ପଂଚାୟତର ବିଜେପି ସଭାପତି ଦେବଦତ ପାଢ଼ୀ, ବରିଷ୍ଠନେତା ଜୀବନାନନ୍ଦ ପାଢ଼ୀ, ଆଶିଷ ପାଢ଼ୀ, ନାନ୍ଦପୁର ପଂଚାୟତର ସଭାପତି ସ୍ୱଦେଶ ପଣ୍ଡା, ସରପଂଚଙ୍କ ପ୍ରତିନିଧି ଗଣେଶ ବିଶ୍ୱାଳ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିବା ସହ ମନ୍ତ୍ରୀ ଆରଡି ପୀଠକୁ ଆସିବା ସମୟରେ ତାଙ୍କୁ ଜଣାଯାଇନଥିବା କହିଛନ୍ତି। Continue reading ଶ୍ରାବଣୀ ଯାତ୍ରାରେ ଆଖଣ୍ଡଳମଣିଙ୍କୁ ପୂଜାର୍ଚ୍ଚନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ
ଶ୍ରାବଣର ଶେଷ ରବିବାର ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର କରନ୍ତୁ ଯପ, ସବୁ ଇଚ୍ଛା ହେବ ପୂର୍ଣ୍ଣ!
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବଙ୍କୁ ଏକ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । ସିଏ ତାଙ୍କ ଭକ୍ତମାନଙ୍କୁ ସିଧାସଳଖ ଦର୍ଶନ ଦିଅନ୍ତି। ସୂର୍ଯ୍ୟ ଦେବଙ୍କ ପୂଜାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ବିଶେଷ ପୂଜା ପଦ୍ଧତି ଆବଶ୍ୟକ ନାହିଁ। ପାଣି ପାତ୍ର ଏବଂ କିଛି ମନ୍ତ୍ର ସହିତ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରାଯାଇପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି କାହାର କୁଣ୍ଡଳୀରେ […]
ପ୍ରଧାନମନ୍ତ୍ରୀଙ୍କ ‘ଶ୍ରାବଣ ସୋମବାର’ କଟାକ୍ଷ: ‘ଅପରେସନ୍ ମହାଦେବ’ ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଅଖିଳେଶ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ମଙ୍ଗଳବାର ଲୋକସଭାରେ ‘ଅପରେସନ୍ ମହାଦେବ’ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭାରେ ‘ଅପରେସନ୍ ସିନ୍ଦୂର’ ବିତର୍କରେ ଅଂଶଗ୍ରହଣ କରି ଅଖିଳେଶ ଯାଦବ ପହଲଗାମ ଆତଙ୍କବାଦୀଙ୍କ ଏନକାଉଣ୍ଟର ସମୟକୁ ନେଇ ସରକାରକୁ ଘେରିବାକୁ ପ୍ରୟାସ କରିଛନ୍ତି। ଅଖିଳେଶ କହିଛନ୍ତି, କେବଳ ସୋମବାର କାହିଁକି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଗଲା। ସାମରିକ କାର୍ଯ୍ୟାନୁଷ୍ଠାନରୁ ବିଜେପି ରାଜନୈତିକ ଫାଇଦା ନେବାପାଇଁ ଉଦ୍ୟମ କରୁଛି ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି। ଅଖିଳେଶ କହିଛନ୍ତି, ‘କାହିଁକି ମୁଁ ଆପଣଙ୍କୁ ଅପରେସନ୍ ମହାଦେବକୁ ନେଇ ଶୁଭେଚ୍ଛା ଜଣାଇପାରିବିନି। ସମସ୍ତ ରାଜନୈତିକ ଦଳ ଠିକ୍ ସମୟରେ ସରକାରଙ୍କୁ ସମର୍ଥନ କରିଛନ୍ତି। ତେବେ ସବୁ ପରେ ଏନକାଉଣ୍ଟର କାଲି କାହିଁକି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଅଖିଳେଶ ଓ ଅନ୍ୟ ବିରୋଧୀ ଦଳଙ୍କ ଏଭଳି ପ୍ରଶ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କ ଏଭଳି ପ୍ରଶ୍ନ ଆମକୁ ବିସ୍ମିତ କରୁଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବେଳ ତିଥି ଦେଖାଯାଏନା। ତା’ହେଲେ ଆମକୁ କ’ଣ ଅପରେସନ ପାଇଁ ଶ୍ରାବଣରେ ସୋମବାର ଖୋଜିବାକୁ ପଡ଼ିଥାନ୍ତା କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।
ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି 5 ଗଛ; ବଦଳିଯିବ ଭାଗ୍ୟ, ରହିବନି ଟଙ୍କାର ଅଭାବ
ଓଡ଼ିଶା ଭାସ୍କର: ବାସ୍ତୁ ଅନୁସାରେ, ଯଦି ଆପଣ ଶ୍ରାବଣ ମାସରେ ଘରେ ଏହି ଗଛ ଲଗାନ୍ତି, ତେବେ ଆପଣଙ୍କର ଭାଗ୍ୟ ଚମକି ଉଠିବ। ଆପଣ ସବୁଦିନ ପାଇଁ ଦୁର୍ଭାଗ୍ୟରୁ ମୁକ୍ତି ପାଇବେ। ଏହା ସହିତ, ଆର୍ଥିକ ଅବସ୍ଥା ମଧ୍ୟ ମଜବୁତ ରହିବ। ଘରେ ଏହି ଗଛ ଲଗାଇବା ଦ୍ୱାରା, ଭଗବାନ ଶିବ, ମାତା ଲକ୍ଷ୍ମୀ, କୁବେର ଦେବତା ଏବଂ ଶନି ଦେବ ସର୍ବଦା ଦୟାଳୁ ରହିବେ। ଏହି ଗଛ ଲଗାଇବା ସମୟରେ କେବଳ ଦିଗକୁ ଧ୍ୟାନ ଦିଅନ୍ତୁ […]
ଗୋପାଳପୁରରେ ପେଟ୍ରୋନେଟ୍ ଏଲ୍ଏନ୍ଜି: ଭୁଲ୍ ସୁଧାରି ବଡ଼ ନିବେଶ, ୩ ବର୍ଷରେ ସରିବ କାମ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏକ ନୂଆ ଶିଳ୍ପାୟନର ଇତିହାସ ଲେଖିବାକୁ ଯାଉଛି । ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋନେଟ୍ ଏଲ୍ଏନ୍ଜି ପକ୍ଷରୁ ଏଠାରେ ଏକ ବିଶାଳ ତରଳୀକୃତ ପ୍ରାକୃତିକ ଗ୍ୟାସ ଟର୍ମିନାଲ୍ ସ୍ଥାପନ ପାଇଁ ରାସ୍ତା ପରିଷ୍କାର ହୋଇଛି । କମ୍ପାନିର ବୋର୍ଡ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିବା ବେଳେ ଏଥିରେ ମୋଟ ୬,୩୫୪.୮୦ କୋଟି ଟଙ୍କା ନିବେଶ କରାଯିବ ବୋଲି ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଏଲ୍ଏନ୍ଜି ଟର୍ମିନାଲ୍ ପ୍ରକଳ୍ପ ଆସନ୍ତା ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଗୋପାଳପୁରରେ କମ୍ପାନି ୪ ଏମ୍ଏମ୍ଟିପିଏ କ୍ଷମତାର ଏକ ଭାସମାନ ସଂରକ୍ଷଣ ଓ ରିଗ୍ୟାସିଫିକେସନ୍ ୟୁନିଟ୍ ବସାଇବାକୁ ଚାହୁଥିଲା । ସେଥିପାଇଁ ବୋର୍ଡର ଅନୁମୋଦନ ମଧ୍ୟ ମିଳିଥିଲା । କିନ୍ତୁ ତାହା ସମ୍ଭବ ହେଉନଥିବାରୁ କମ୍ପାନି ୫ ଏମ୍ଏମ୍ଟିପିଏର ଜମି ଭିତ୍ତିକ ଏଲ୍ଏନ୍ଜି ଟର୍ମିନାଲ୍ କରିବାକୁ ଚାହୁଛି । ପରିବର୍ତ୍ତିତ ପ୍ରକଳ୍ପ ଲାଗି ନିବେଶ ରାଶିକୁ କମ୍ପାନି ଉଭୟ ଋଣ ଓ ଇକ୍ବିଟି ଜରିଆରେ ସଂଗ୍ରହ କରିବ । ଚଳିତ ବର୍ଷ ଏପ୍ରିଲ୍ରେ ଦିଲ୍ଲୀରେ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ପେଟ୍ରୋନେଟ୍ ଏଲ୍ଏନ୍ଜି ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଛି । ପେଟ୍ରୋନେଟ୍ ଏଲ୍ଏନ୍ଜିର ଏମ୍ଡି ଓ ସିଇଓ ଅକ୍ଷୟ କୁମାର ସିଂହ ଓ ଇପିକଲ୍ ଓ ଇଡ୍କୋ ଏମ୍ଡି ଭୂପେନ୍ଦ୍ର ସିଂହ ପୁନିଆ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ । ଦୀର୍ଘଦିନରୁ ପେଟ୍ରୋନେଟ୍ ଏଲ୍ଏନ୍ଜି ଓଡ଼ିଶାରେ ଏକ ଏଲ୍ଏନ୍ଜି ଟର୍ମିନାଲ୍ ନିର୍ମାଣ କରିବାକୁ ଉଦ୍ୟମ କରୁଛି । ଦଶନ୍ଧି ପୂର୍ବେ ଏହା ପାରାଦୀପ, ଗୋପାଳପୁର ଓ ଧାମରା ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନ ଚୟନ କରିବାକୁ ଚାହୁଥିଲା । ଏହା ତିନି ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲା । ଶେଷରେ ଗୋପାଳପୁରକୁ କମ୍ପାନି ନିଜର ପ୍ରକଳ୍ପ ସ୍ଥାନ ଭାବେ ଚୟନ କରିଥିଲା । ଦେଶର ଏଲ୍ଏନ୍ଜି ଆମଦାନି ଆବଶ୍ୟକତା ପୂରଣ କରିବା ଲାଗି ଚାରିଟି ତୈଳ କମ୍ପାନି ଓଏନ୍ଜିସି, ଆଇଓସିଏଲ୍, ଗେଲ୍ ଓ ବିପିସିଏଲ୍ର ମିଳିତ ସହଯୋଗରେ ୧୯୯୮ରେ ପେଟ୍ରୋନେଟ୍ ଏଲ୍ଏନ୍ଜି ସ୍ଥାପନ କରାଯାଇଥିଲା । ଏହାର ଦୁଇଟି ଏଲ୍ଏନ୍ଜି ଟର୍ମିନାଲ୍ ପଶ୍ଚିମ ଭାଗରେ ଗୁଜରାଟର ଦହେଜ ଏବଂ ଦକ୍ଷିଣ ଭାଗରେ କେରଳର କୋଚିରେ ରହିଛି । ଗୋପାଳପୁର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ କମ୍ପାନି ପୂର୍ବ ଭାରତରେ ଏହାର ଉପସ୍ଥିତି ଜାହିର କରିପାରିବ ।
ଶ୍ରାବଣ ମାସର ତୃତୀୟ ସୋମବାର: ଜଳଲାଗି କଲେ ୧୫ହଜାର ଭକ୍ତ
ପୁରୁଣା ଭୁବନେଶ୍ବର: ପ୍ରତିକୂଳ ପାଗ ସତ୍ତ୍ବେ ହଜାର ହଜାର ଶିବଭକ୍ତ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ସହ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଲିଙ୍ଗରାଜ ମନ୍ଦିର ସହ ବିଭିନ୍ନ ଶିବମନ୍ଦିରରେ ୧୫ହଜାର ଭକ୍ତ ଜଳଲାଗି କରିଛନ୍ତି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର ପାଇଁ ଭୋର ୩ଟାରେ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଭୋର ୩ଟା ୩୦ରେ ମଙ୍ଗଳଆଳତି ଓ ଅବକାଶ ପୂଜା ସମ୍ପନ୍ନ ହେବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ୩ଟା ୪୫ ବେଳକୁ ସିଂହଦ୍ବାର ସମ୍ମୁଖରେ ଅପେକ୍ଷାରତ କାଉଡ଼ିଆମାନଙ୍କୁ ପ୍ରଥମେ ଜଳଲାଗି ପାଇଁ ଧାଡ଼ିରେ ଛିଡ଼ା କରାଯାଇଥିଲା ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ସାଧାରଣ ଶ୍ରଦ୍ଧାଳୁ ମଧ୍ୟ ବଡ଼ିଭୋର୍ରୁ ମନ୍ଦିରରେ ପହଞ୍ଚିଥିଲେ। ସାହାଣମେଲା ଦର୍ଶନ ଥିବାରୁ ଭକ୍ତମାନେ ଗର୍ଭଗୃହକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଦର୍ଶନ ପରେ ଉତ୍ତରଦ୍ବାର ଦେଇ ଭକ୍ତମାନେ ପ୍ରସ୍ଥାନ କରିଥିଲେ। ଦିନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଗତକାଲି ସନ୍ଧ୍ୟାରୁ ମନ୍ଦିର ପରିସରରେ କାଉଡ଼ିଆମାନେ ଜଳଲାଗି କରିବା ପାଇଁ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖ ଗଙ୍ଗାଯମୁନା ମନ୍ଦିର ଠାରୁ ବ୍ୟାରିକେଡ୍ କରାଯାଇଥିଲା। ତେଣୁ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବା ପାଇଁ ରାତିଅଧରୁ କାଉଡ଼ିଆମାନେ ଏହି ବ୍ୟାରିକେଡ୍ରେ ଛିଡ଼ା ହୋଇ ରହିଥିଲେ। କିଛି କାଉଡ଼ିଆ ଭୋର୍ରୁ ବିନ୍ଦୁସାଗରରୁ ଜଳ ଆଣି ଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ବହୁ ମହିଳା ଭକ୍ତ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ), ବିଏମ୍ସି, ପୂର୍ତ୍ତ ବିଭାଗ, କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ରର ତୀର୍ଥେଶ୍ବର, ନାଗେଶ୍ବର, ଯମେଶ୍ବର, କୁକୁଟେଶ୍ବର, ଖରାଖିଆ ବୈଦ୍ୟନାଥ, ଡାକରା ବିଭୀଷଣେଶ୍ବର, ତାଳେଶ୍ବର, ପୂର୍ବେଶ୍ବର, ମୈତ୍ରେଶ୍ବର, ସିଦ୍ଧେଶ୍ବର, ଭାସ୍କରେଶ୍ବର, ଚିନ୍ତାମଣିଶ୍ୱର, ଅଲାବୁକେଶ୍ବର, କେଦାରେଶ୍ବର, ଉତ୍ତରେଶ୍ବର, ବେଲେଶ୍ବର, ଭୀମେଶ୍ବର ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି।
ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୩ୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ପୀଠରେ ୬୦ହଜାର କାଉଡିଆଙ୍କ ଭିଡ ଲାଗିଥିଲା। ହଜାରହଜାର କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା। ସେହିପରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ, ଧାନଖଣିଆ ୩ଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀ। ବୈତରଣୀରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଭରାନଦୀରେ କାଉଡିଆଙ୍କ ଜଳପରିବହନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡଙ୍ଗାରେ ଅଧିକ ସଂଖ୍ୟକ କାଉଡିଆ ପାରି ନକରିବାକୁ ୨ଜଣ ଅଧିକାରୀଙ୍କ ସହ ୩ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଥିଲା । ହେଲେ ହଜାରହଜାର କାଉଡ଼ିଆଙ୍କୁ ନଦୀ ପାର ପାଇଁ ଅଣାୟତ ହୋଇଥିଲା। ଫଳରେ ଅଧିକ ସଂଖ୍ୟକ ପୁଲିସ ଅଧିକାରୀ ରହି ଭକ୍ତଙ୍କୁ ସୁରୁଖୁରୁରେ ପାରି କରିଥିଲେ। ଏପଟେ କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ ମଣିବାବାଙ୍କ ଉପରେ ଜଳଲାଗି କରିଥିଲେ କାଉଡିଆ। ଅନ୍ୟପଟେ ବୈତରଣୀରେ ଆସିଥିବା ବନ୍ୟାପାଣି ଆଖଣ୍ଡଳମଣି -ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ରାତିରେ କାଉଡ଼ିଆଙ୍କ ଯାତାୟତ ବନ୍ଦ ରଖିଥିଲା ପ୍ରଶାସନ। Continue reading ଶ୍ରାବଣ ୩ୟ ସୋମବାର, ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୬୦ହଜାର କାଉଡିଆ, କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା
ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳ ଲାଗି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ
ଶ୍ରାବଣ ସୋମବାରରେ ଲଗାଇ ଥିଲେ ଦୀପ: ଜଳିଗଲା ହଷ୍ଟେଲ
ଭୁବନେଶ୍ବର,୨୮।୭: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଏକ ମହିଳା ହଷ୍ଟେଲରେ ସୋମବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଛାତ୍ରୀମାନେ ହୋଷ୍ଟେଲ ରୁମ୍ରେ ଦୀପ ଜାଳି ମନ୍ଦିର ଯାଇଥିଲେ। ଦୀପରୁ ହଷ୍ଟେଲରେ ନିଆଁ ଲାଗି ଏହି ଅଘଟଣ ଘଟିଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। The post ଶ୍ରାବଣ ସୋମବାରରେ ଲଗାଇ ଥିଲେ ଦୀପ: ଜଳିଗଲା ହଷ୍ଟେଲ appeared first on Dharitri Odia News .
ଶ୍ରାବଣ ସୋମବାର: ପଞ୍ଚଲିଙ୍ଗେଶ୍ବରଙ୍କ ଦର୍ଶନ କରି କରନ୍ତୁ ଅପୂର୍ବ ପୂଣ୍ୟ ଅର୍ଜନ
ନୀଳଗିରି (ଦିଲ୍ଲୀପ ସ୍ବାଇଁ): ପାହାଡ଼ ମଝିରେ, ପ୍ରାକୃତିକ ପରିବେଶ ମଧ୍ୟରେ ବିରାଜମାନ କରିଛନ୍ତି ମହାଦେବ। ଏଠାରେ ପଞ୍ଚଲିଙ୍ଗଙ୍କୁ ସ୍ପର୍ଶ କରିବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା। ସବୁଠି ଭକ୍ତ ସିନା ଦେବଦେବ ମହାଦେବଙ୍କୁ ଦର୍ଶନ କରିଥାଏ। ହେଲେ ଏ ପୀଠ ଟିକେ ନିଆରା ଅନୁଭୂବ ହୋଇଥାଏ। ଏଠି ବାବାଙ୍କୁ ଦର୍ଶନ କରିବା ସହ ସ୍ପର୍ଶ କରି ଆର୍ଶୀବାଦ ନେବାର ସାନିଧ୍ୟ ମିଳିଥାଏ। ଯିଏ ଥରେ ଏହି ପୀଠକୁ ଆସିଛି, ସିଏ ବାବାଙ୍କ ଭକ୍ତିରେ ଲୀନ ହେବା ସହ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟକୁ ଦେଖି କ୍ଷଣିକ ଅଟକି ଏହାକୁ ଉପଭୋଗ କରିଛି। କାରଣ ପ୍ରକୃତି କୋଳରେ ପାହାଡ଼ ଖୋଲରେ ପୂଜା ପାଆନ୍ତି ଦେବଦେବ ମହାଦେବ ପଞ୍ଚଲିଙ୍ଗେଶ୍ବର। ଅନବରତ ବାବାଙ୍କ ପାଞ୍ଚୋଟି ଲିଙ୍ଗକୁ ସ୍ପର୍ଶ କରି ବହିଯାଉଛି ଚିରସ୍ରୋତା ଝରଣା। କଥାରେ ରହିଛି ଯିଏ ମହାଦେବଙ୍କୁ ଭକ୍ତି ଭାବରେ ଡାକିଛି ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି। ପାଞ୍ଚୋଟି ପୀଠରେ ପରିଭ୍ରମଣ କଲେ ଯେତିକି ପୁଣ୍ୟ ଏହି ଗୋଟିଏ ପୀଠ ପରିଭ୍ରମଣ କଲେ ସେତିକି ପୁଣ୍ୟ ମିଳିଥାଏ। ହଁ ଆଜ୍ଞା ଆମେ କହୁଛେ ବାଲେଶ୍ବର ଜିଲ୍ଲା ତଥା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବରଙ୍କ ଶୈବପୀଠ ବାବଦରେ। ଶ୍ରାବଣର ତୃତୀୟ ସୋମବାରରେ ଆଜି ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏଠାକୁ ଭକ୍ତମାନେ ଆସି ପଞ୍ଚଲିଙ୍ଗେଶ୍ବରଙ୍କୁ ପୂଜାର୍ଚ୍ଚନା କରିଛନ୍ତି। କେବଳ ଓଡ଼ିଶା ନୁହେଁ। ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମଧ୍ୟ ବୋଲବମ୍ ଭକ୍ତମାନେ ଆସି ପହଞ୍ଚିଛନ୍ତି। ପୌରାଣିକ ମତ ଅନୁଯାୟୀ ଦ୍ବାପର ଯୁଗରେ ଜରାସନ୍ଧ ଅସୀମ ଶକ୍ତି ଆଶାରେ ପାଞ୍ଚୋଟି ଲିଙ୍ଗ ସ୍ଥାପନା କରି ଗୋଟିଏ ଛାଡ଼ା ହୋଇ ଉପାସନା କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଶାସନ ସମୟରେ ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କୁ ସ୍ବପ୍ନାଦେଶ ହୋଇଥିଲା। ରାଜା ପରଦିନ ସକାଳୁ ସୈନ୍ୟସାମନ୍ତ ଧରି ବାହାରିଥିଲେ ଦେବଗିରି ପାହାଡକୁ। ଅନେକ ଖୋଜାଖୋଜି ପରେ ମଧ୍ୟ ବାବାଙ୍କ ସନ୍ଧାନ ମିଳିନଥିଲା। ଫେରିବା ସମୟରେ ବ୍ରାହ୍ମଣ ବେଷରେ ନିଜେ ଦେବ ଦେବ ମହାଦେବ ଆସି ରାଜାଙ୍କୁ ବାଟ କଢାଇ ନେଇଥିଲେ ଏବଂ ପାହାଡ ଖୋଲରେ ମିଳିଥିଲା ବାବାଙ୍କ ପାଞ୍ଚୋଟି ଲିଙ୍ଗ। ଯଥା ରୀତି ନୀତିରେ ପୂଜାର୍ଚ୍ଚନା କରାଯାଇ ସେବଠାରୁ ହୋଇଆସୁଛି ବାବାଙ୍କ ପୂଜାର୍ଚ୍ଚନା। ବାଲେଶ୍ବର ସହରଠାରୁ ୩୦ କିମି ଦୂର ଦେବଗିରି ପାହାଡ଼ରେ ରହିଛି ଏହି ପୀଠ।ପାହାଡ ପାଦଦେଶରୁ ୨ କିମି ଚାଲିବା ପରେ ପଡିଥାଏ ୩୧୧ ଗୋଟି ପାହାଚ ଯାହାକୁ ଅତିକ୍ରମ କଲା ପରେ ପାହାଡ଼ ଖୋଲରେ ରହିଛି ବାବାଙ୍କ ପଞ୍ଚଲିଙ୍ଗ। ନୂଆବର୍ଷ, କାଉଡିଆ ଯାତ୍ରା, ଜାଗାର ସମୟରେ ଏଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ। କେବଳ ରାଜ୍ୟ ନୁହେଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ଼ ରାଜ୍ୟର ପର୍ଯ୍ଯଟକମାନେ ଏହି ପୀଠକୁ ବୁଲିବାକୁ ଆସିବା ସହ ବଣଭୋଜି କରି ଏଠାରେ ମଜା ନେଇଥାଆନ୍ତି। ମାଘ ସପ୍ତମୀ ସମୟରେ ସାତ ଦିନ ଧରି ବାବାଙ୍କ ପୀଠରେ ଭଜନ କୀର୍ତ୍ତନ ହେବା ସହ ଯଜ୍ଞ ହୋଇଥାଏ। ମନ୍ଦିରକୁ ପଛ ଭାଗକୁ ରହିଛି ମା ବଡମ୍ବାଙ୍କ ମନ୍ଦିର ସେଠାରେ ମଧ୍ୟ ଭକ୍ତମାନେ ମାନସିକ କରିଥାଆନ୍ତି। ଶ୍ରାବଣ ମାସରେ ତ କାଉଡିଆଙ୍କ ଭିଡ଼ ଏଠାରେ ଲାଗିଥାଏ। ରବିବାର ଦିନ ରାତି ୧୨ ଟାରୁ ଭକ୍ତମାନେ ଲମ୍ବା ଧାଡି ଲଗାଇବା ସହ ବାବାଙ୍କୁ ଜଳାଭିଷେକ କରିଥାଆନ୍ତି। Balasore | Panchalingeswar
ଶ୍ରାବଣ ତୃତୀୟ ସୋମବାର: ହରିଶଙ୍କର ଶୈବପୀଠ ଚଳଚଞ୍ଚଳ
ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଦୁରୁଦୂରାନ୍ତରୁ ଜଳ ଆଣି ଢାଳିଥିଲେ। ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଦୁରୁଦୂରାନ୍ତରୁ ଜଳ ଆଣି ଢାଳିଥିଲେ।ଏହି ଅବସରରେ ଭୋର୍ ୪ଟାରେ ମନ୍ଦିର ଖୋଳିବା ସହିତ ଦୈନନ୍ଦିନ ପୂଜା ନୀତି ଠାକୁରଙ୍କ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପାପନାଶିନୀ ଝରଣାରେ ବୁଡ଼ ପକାଇ ଜଳ ସଂଗ୍ରହ କରିବା ପରେ ଲମ୍ବା ଧାଡ଼ିରେ ରହି ଠାକୁରଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଭୋର୍ ୪ ଟାରେ ମନ୍ଦିର ଖୋଳିବା ସହିତ ଦୈନନ୍ଦିନ ପୂଜା ନୀତି ଠାକୁରଙ୍କ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପାପନାଶିନୀ ଝରଣାରେ ବୁଡ଼ ପକାଇ ଜଳ ସଂଗ୍ରହ କରିବା ପରେ ଲମ୍ବା ଧାଡ଼ିରେ ରହି ଠାକୁରଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଡ଼ କରାଯାଇଥିଲା ସେହିପରି କନ୍ଦରା ଭଟା ଜଳ ମହାଦେବଙ୍କ ଠାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଆଜି ଶ୍ରାବଣର ତୃତୀୟ ସୋମବାର, ଜଳାଭିଷେକ କରୁଛନ୍ତି କାଉଡିଆ
କନକ ବ୍ୟୁରୋ: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଆଜି ଶିବ ଯୋଗ ଏବଂ ରବି ଯୋଗର ଏକ ଅତ୍ୟନ୍ତ ଶୁଭ ସଂଯୋଗ ସୃଷ୍ଟି ହେଉଛି । ଏହି ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ବିନାୟକ ଚତୁର୍ଥୀ ମଧ୍ୟ ପଡୁଛି । ତେବେ, ଏହି ଦିନ ଭଦ୍ରା କାଳ ମଧ୍ୟ ରହିବ, ତେଣୁ ପୂଜା ଓ ଜଳାଭିଷେକ ପାଇଁ ଶୁଭ ମୁହୂର୍ତ୍ତ ଜାଣିବା ନିତାନ୍ତ ଆବଶ୍ୟକ । ସକାଳ ୧୦ଟା ୫୭ ମିନିଟରୁ ରାତି ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭଦ୍ରା କାଳ ରହିବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହା ସହିତ ସକାଳ ୦୭ଟା ୨୨ ମିନିଟରୁ ୦୯ଟା ୦୪ ମିନିଟ୍ ପର୍ଯ୍ୟନ୍ତ ରାହୁକାଳ ମଧ୍ୟ ରହିବ । ତେଣୁ ଭକ୍ତମାନଙ୍କ ପାଇଁ ଭଦ୍ରା ଓ ରାହୁକାଳକୁ ବାଦ୍ ଦେଇ ପୂଜାର୍ଚ୍ଚନା ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ହେଉଛି: ପ୍ରାତଃକାଳୀନ ଶୁଭ ମୁହୂର୍ତ୍ତ: ସକାଳ ୦୯ଟା ୦୫ ମିନିଟରୁ ୧୦ଟା ୫୬ ମିନିଟ୍ ପର୍ଯ୍ୟନ୍ତ । ଅଭିଜିତ ମୁହୂର୍ତ୍ତ: ଦିବା ୧୨ଟା ୦୦ ମିନିଟରୁ ୧୨ଟା ୫୫ ମିନିଟ୍ ପର୍ଯ୍ୟନ୍ତ । ଏହି ସମୟ ମଧ୍ୟରେ ଭଗବାନ ଶିବଙ୍କର ଜଳାଭିଷେକ, ରୁଦ୍ରାଭିଷେକ ଏବଂ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ଉତ୍ତମ ଯୋଗ ସୃଷ୍ଟି ହେଉଥିବାରୁ ଶିବ ଭକ୍ତଙ୍କ ଗହଳି ଲାଗିଛି ଶୈବ ପୀଠରେ । ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି ଗହଳି। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଏକ ଅତ୍ୟନ୍ତ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ଭଗବାନ ମହାଦେବଙ୍କୁ ସମର୍ପିତ । କୁହାଯାଏ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଶ୍ରାବଣ ମାସରେ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । ଆଜି କାଉଡିଆମାନେ ବିଭିନ୍ନ ନଦୀରୁ ପାଣି ଭାର ନେଇ ବିଭିନ୍ନ ଶୈବ ପିଠରେ ଜଳାଭିଷେକ କରୁଛନ୍ତି । ଜଳାଭିଷେକରେ ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । କୁହାଯାଏ ମାହାଦେବଙ୍କ ପାଖକୁ ପାଣିଭାର ନେଇ ଯିବାକୁ ଅନେକ ନିତିନିୟମ ମାନିବାକୁ ପଡିଥାଏ । ବହୁତ ନିଷ୍ଠାର ସହ ରହିବାକୁ ପଡିଥାଏ। ଆସନ୍ତୁ ଜାଣିବା କାଉଡ଼ିଆ ଯାତ୍ରାର ନିୟମ କାଉଡ଼ି ଯାତ୍ରା ଏକ କଠିନ ବ୍ରତ ଏବଂ ଏଥିପାଇଁ କିଛି ନିୟମ ପାଳନ କରିବାକୁ ପଡିଥାଏ । ପ୍ରଥମତଃ ପାଣି ଭାର ନେଇ ଯାଉଥିବା କାଉଡ଼ିଆମାନେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି । ମଦ୍ୟପାନ, ତମାଖୁ ଏବଂ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ସମ୍ପୂର୍ଣ୍ଣ ବାରଣ । ଭକ୍ତ ଏହି କଠିନ ଯାତ୍ରା ଖାଲି ପାଦରେ ସମ୍ପୂର୍ଣ୍ଣ କରନ୍ତି, ଯାହା ସେମାନଙ୍କର ଅତୁଟ ଭକ୍ତି ଓ ସମର୍ପଣର ପ୍ରତୀକ । କାଉଡ଼ିଆମାନେ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତି, ଯାହା ତ୍ୟାଗ ଏବଂ ସନ୍ୟାସର ପ୍ରତୀକ । କାନ୍ଧରେ ନେଇଥିବା ପାଣି ଭାରକୁ ଭୂମିରେ ସ୍ପର୍ଶ କରାଯାଏ ନାହିଁ । ବିଶ୍ରାମ ନେବା ସମୟରେ ଏହାକୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡରେ ରଖାଯାଏ । ଯାତ୍ରା ସମୟରେ କାଉଡ଼ିଆମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ଶୁଦ୍ଧପୂତ ଭାବରେ ରୁହନ୍ତି । ଯାତ୍ରା ସମୟରେ ଭକ୍ତମାନେ ବୋଲ୍ ବମ୍ ଏବଂ ହର ହର ମହାଦେବ ଭଳି ଜୟକାର ଧ୍ୱନି ଦେଇ ଭଗବାନ ଶିବଙ୍କର ଭଜନ କୀର୍ତ୍ତନ କରିଥାନ୍ତି । ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଭକ୍ତି, ସହିଷ୍ଣୁତା ଏବଂ ସାମୂହିକତାର ଏକ ଅନନ୍ୟ ଉଦାହରଣ । କାଉଡିଆ ଯାତ୍ରାକୁ ନେଇ ଅନେକ ପୌରାଣିକ ପରମ୍ପରା ରହିଛି । ସେଥିମଧ୍ୟରୁ ଏକ ପୌରାଣିକା ମାନ୍ୟତା ଅନୁସାରେ ସର୍ବ ପ୍ରଥମେ ଭଗବାନ ପର୍ଶୁରାମ ଏହି କାଉଡିଆ ଯାତ୍ରା ଆରମ୍ଭ କରିଥିଲେ । କୁହାଯାଏ ଯେ ସେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ନିକଟସ୍ଥ ମହାଦେବ ମନ୍ଦିରରେ ଜଳ ଅର୍ପଣ କରିବା ପାଇଁ ଗର୍ଭମୁକ୍ତେଶ୍ୱରରୁ ଗଙ୍ଗା ଜଳ ଆଣିଥିଲେ । ସେଥିପାଇଁ ଆଜି ମଧ୍ୟ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ ଏହି ରାସ୍ତାରେ ଚାଲି ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତି । କହାଯାଏ ମାହାଦେବ ହେଉଛନ୍ତି କୋପେ ବର ତ ତପେ ବର । ସେ ରାଗି, ସେ ଶାନ୍ତି ଆଉ ସେ ସତ୍ୟ, ଶିବ, ସୁନ୍ଦର । ଭାରି ସରଳ ସେ ଦେବେ ଦେବ ମହାଦେବ । ସେ ମହାଯୋଗୀଙ୍କୁ ପୂଜା କଲେ କୋଟି କୋଟି ଜନ୍ମର ପାପା ନାସ ହୋଇଥାଏ ।
ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ରକ୍ତର ଛିଟା, ଦଳାଚକଟା ସହ ୨ ଜଣ ଭକ୍ତଙ୍କ ମୃତ୍ୟୁ
ଉତ୍ତରପ୍ରଦେଶ: ସକାଳୁ ସକାଳୁ ମନ୍ଦିର ବେଢାରେ ବଡ଼ ଅଘଟଣ। ଶ୍ରାବଣ ସୋମବାରରେ ପାଣି ଢ଼ାଳିବାକୁ ଯାଇ ଚାଲିଗଲା ଭକ୍ତଙ୍କ ଜୀବନ। ଶିବ ଲିଙ୍ଗରେ ପାଣି ଢ଼ାଳିବା ହେଲା ଜୀବନର ଶେଷ ଶ୍ରାବଣ। ମନ୍ଦିର ବେଢ଼ାରେ ବିଦ୍ୟୁତ ଆଘାତ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ମନ୍ଦିର ପରିସରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଫଳରେ ୪୦ରୁ ଅଧିକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ହଁ ଆଜ୍ଞା ଶ୍ରାବଣ ମାସ ଦ୍ୱିତୀୟ ସୋମବାର ପାଇଁ ସକାଳୁ ସକାଳୁ […]
ଶ୍ରାବଣର ତୃତୀୟ ସୋମବାର : ପାଣି ଉଠାଇବାକୁ ନଦୀ ଘାଟ, ତୀର୍ଥସ୍ଥଳୀରେ ଭିଡ଼
କନକବ୍ୟୁରୋ : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡିଆଙ୍କ ଲମ୍ୱାଧାଡି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତି ନୀତି ପାଳନ କରିଥାନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଲେବାବାଙ୍କୁ ଜଳ ଲାଗି କରିଥାନ୍ତି । ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ଆଜି ଶ୍ରାବଣ ତୃତୀୟ ସୋମବାର: ଝିପିଝିପି ବର୍ଷାରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର: ରାତି ପାହିଲେ ଶ୍ରାବଣ ମାସର ତୃତୀୟ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାତି ୯ରୁ ଝିପି ଝିପି ବର୍ଷାରେ ଭିଜିଭିଜି ଆସି ମନ୍ଦିର ପାଖରେ ପହଞ୍ଚିଛନ୍ତି। ମନ୍ଦିର ଆଗରେ ବ୍ୟାରିକେଡ୍ ପ୍ରସ୍ତୁତି ସରିଛି। ଏଥି ସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ତେବେ ଆଶ୍ରୟସ୍ଥଳିରେ ଜାଗା ନହେବାରୁ କାଉଡ଼ିଆଙ୍କ ଭିଡ଼ ଯୋଗୁ ବାହାରେ ବର୍ଷାରେ ଭିଜି ମନ୍ଦିର ଖୋଲିବାକୁ ଅପେକ୍ଷା କରିଛନ୍ତି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। କାଉଡ଼ିଆମାନେ ପ୍ରାୟ ସନ୍ଧ୍ୟାରୁ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ କେତେକ କାଉଡ଼ିଆ ମନ୍ଦିର ସମ୍ମୁଖରେ ବାହୁଙ୍ଗି ରଖି ବିଶ୍ରାମ ନେଉଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ପହଞ୍ଚିବା ପରେ ନିଜ ପାଣିଭାର ବ୍ୟାରିକେଡ଼୍ରେ ରଖି ବିଶ୍ରାମ ନେଉଛନ୍ତି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖ ଡାହାଣ ପାର୍ଶ୍ୱରେ ଗଙ୍ଗାଯମୁନା ମନ୍ଦିର ଆଡକୁ ବ୍ୟାରିକେଡ଼ ଓ ତମ୍ବୁ ବନ୍ଧା ହୋଇଛି। କେବଳ ପୁରୁଷ କାଉଡ଼ିଆ ନୁହନ୍ତି, ମହିଳା ଓ ଛୋଟଛୋଟ ପିଲା ମଧ୍ୟ ପାଣିଭାର ନେଇ ବହୁ ସଂଖ୍ୟାରେ ଆସିବା ଦେଖିବାକୁ ମିଳିଛି। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯିବ । ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ। ଚଳିତ ବର୍ଷ ଦିନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।
ଆଜି ଶ୍ରାବଣର ତୃତୀୟ ସୋମବାର: ଜାଣନ୍ତୁ ଭଗବାନ ହରିଶଙ୍କରଙ୍କ କିମ୍ବଦନ୍ତୀ
ପାଟଣାଗଡ଼ (ଶିରୀଶ ଚନ୍ଦ୍ର ଖମାରୀ): ଓଡ଼ିଶାରେ ଯେଉଁ କେତୋଟି ପ୍ରସିଦ୍ଧ ଶୈବପୀଠ ରହିଛି, ସେଗୁଡ଼ିକ ମଧ୍ୟରୁ ହରିଶଙ୍କର ହେଉଛି ଅନ୍ୟତମ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଗନ୍ଧମାର୍ଦନ ପାହାଡ଼ର ପାଦଦେଶରେ ରହିଛି ଏହି ପବିତ୍ର ତୀର୍ଥକ୍ଷେତ୍ର, ଯେଉଁଠିକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ। ଆଜି ଶ୍ରାବଣର ତୃତୀୟ ସୋମବାର ଅବସରରେ ଏହି ଶୈବପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କର ସମାଗମ ହୋଇଛି। ଅନ୍ୟଦିନ ଭଳି ଆଜି ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗନ୍ଧମାର୍ଦ୍ଦନ ପାହଡ଼ ତଳେ ଗେରୁଆ ବସ୍ତ୍ରଧାରୀମାନଙ୍କ ଭିଡ଼ ଲାଗିବାର କାରଣ ହେଲା ଏଠାକାର ପରିବେଶ ଓ ବାବା ହରିଶଙ୍କରଙ୍କ ମନ୍ଦିର ଓ ପ୍ରକୃତିର ଆକର୍ଷଣ। ହରିଶଙ୍କରଙ୍କ ଆବିର୍ଭାବ ୧୨୦୦ ଖ୍ରୀଷ୍ଟବ୍ଦର କଥା। ସିପକା ବଂଶୀୟ ସହଦେବ ଭୁଏ ନାମକ ଜୈନିକ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜଣେ ବୃଦ୍ଧ ଗନ୍ଧମାର୍ଦନ ପାହାଡର ନିମ୍ନଭାଗରେ କନ୍ଦମୂଳ ଖୋଳୁଥିଲେ। ଏହି ସମୟରେ ତାଙ୍କର ଖଣତି ଏକ ସ୍ଥାନ (ଶିବ ଲିଙ୍ଗ)ରେ ଆଘାତ ଲାଗିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ହଠାତ୍ ସେଠାରେ ଏକ ବିରାଟକାୟ ରୂପଧାରଣ କରି ଜଣେ ସନ୍ୟାସୀ ଦେଖାଦେଇଥିଲେ। ସନ୍ୟାସୀଙ୍କୁ ଦେଖି ବ୍ୟକ୍ତି ଜଣକ ଭୟରେ ସେଠାରୁ ତୁରନ୍ତ ଘରକୁ ପଳାଇ ଆସିଥିଲେ। ଘରେ ନିଜ ସ୍ତ୍ରୀ ପରିବାରବର୍ଗ ଓ ପଡ଼ିଶାରେ ଏ ସମ୍ପର୍କରେ କହିଥିଲେ। ସେ ଯେତେବେଳେ ଶୋଇଲେ, ରାତିରେ ସପ୍ନାଦେଶ ହେଲା। ସ୍ବପ୍ନରେ ଭଗବାନ ହରିଶଙ୍କର ଆସି କନ୍ଧ ବୁଢ଼ାଙ୍କୁ.. ଆମ୍ଭେ ହରିଶଙ୍କର। ଏଠାରେ ବହୁ ଦିନରୁ ମବଷିକ ଦୈତ୍ୟକୁ ଜଗି ରହିଥିଲୁ। ହରିଶଙ୍କରଙ୍କ କିମ୍ବଦନ୍ତୀ ହରିଶଙ୍କରଙ୍କ ଉପରେ ଥିବା ଅନେକ କିମ୍ବଦନ୍ତୀରୁ ଗୋଟିଏକୁ ସଭିଏଁ ସ୍ବୀକାର କରି ଆସିଛନ୍ତି। ଏପରିକି ଗବେଷକମାନେ ମଧ୍ୟ ଏହାକୁ ଗ୍ରହଣ କରନ୍ତି। ଯାହା ହେଉଛି ଅର୍ଜୁନଙ୍କ ଗୋ ବଧ ଓ ପାପ ମୋଚନ କାହାଣୀ। ଦ୍ବାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସରେ ଥାନ୍ତି। ସେହି ସମୟରେ ସେମାନେ ଗନ୍ଧମାର୍ଦନ ପାହାଡ଼ରେ ଲୁଚିବା ପାଇଁ ଆସିଥାନ୍ତି। ଏହି ସମୟରେ ପାଣ୍ଡବଙ୍କ ପିତୃଶ୍ରାଦ୍ଧ ପଡ଼ିଥାଏ। ଶ୍ରାଦ୍ଧ ପାଇଁ ଏକ ଗଣ୍ଡାର ଆବଶ୍ୟକ ପଡିଥିଲା। ନିର୍ଦ୍ଦେଶ ପାଇ ଅର୍ଜୁନ ନିଜ ଧନୁ ଓ ତୀର ଧରି ଜଙ୍ଗଲରେ ଗଣ୍ଡାର ଶିକାର ପାଇଁ ବାହାରିଥିଲେ। ହେଲେ ସେ ଭୁଲ ବଶତଃ ଗଣ୍ଡା ଶିକାର କରିବା ବଦଳରେ ଏକ ଗାଈକୁ ତୀର ମାରିଥିଲେ। ଯେତେବେଳେ ସେ ସେଠାକୁ ଯାଇ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରର ସେହି ସମୟରେ ସେଠାରେ ଏକ ଗାଈ ଶିବଲିଙ୍ଗ ଉପରେ ଛିଡ଼ା ହୋଇ କ୍ଷୀର ଦେଉଛି। ଏହା ଦେଖି ଅର୍ଜୁନ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ଗୋ ହତ୍ୟାରୁୁ କିପରି ସେ, ମୁକ୍ତି ପାଇବେ ତାକୁ ନେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ପ୍ରାର୍ଥନା କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୁଃଖ ସହି ନପାରି ସେଠାରେ ଆବିର୍ଭାବ ହୋଇଥିଲେ ଓ ଅର୍ଜୁନଙ୍କୁ ହରି ଓ ଶଙ୍କରଙ୍କ ଉଚ୍ଚାରଣ କଲେ ଏହି ପାପରୁ ମୁକ୍ତ ହେବେ ବୋଲି କହିଥିଲେ। ଏହା ଶୁଣି ଅର୍ଜୁନ ହରି ଓ ଶଙ୍କରଙ୍କ ଧ୍ୟାନ କରିବା ସହ ଦର୍ଶନ ଓ ପୂଜା କରିଥିଲେ। ଅର୍ଜୁନ ଏକ ସମୟରେ ହରି ଓ ଶଙ୍କରଙ୍କ ଆଶୀର୍ବାଦ ଲାଭ କରିଥିଲେ ଏବଂ ସେ ଗୋହତ୍ୟାରୁୁ ମୁକ୍ତି ପାଇଥିଲେ। କେବଳ ଏତିକି ନୁହେଁ ଏଠାକୁ ତ୍ରେତୟା ଯୁଗରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଆସିଥିବା ନେଇ ଇତିହାସରୁ ଜଣାପଡ଼େ। କେବଳ ଏତିକି ନୁହେଁଳ ହରିଶଙ୍କରକୁ ଚୀନ ପରିବ୍ରାଜକ ହୁଏନ ସାଂ ଆସିଥିବା, ପୂର୍ବରୁ ନାଗାର୍ଜୁନ ନାନକ ଦାର୍ଶନିକ ବୌଦ୍ଧ ସନ୍ୟାସୀ ଗନ୍ଧମାର୍ଦନ ପାହାଡରେ ଏକ ବୌଦ୍ଧ ବିଦ୍ୟାପୀଠ ପ୍ରତିଷ୍ଠା କରି ବହୁ ଶିଷ୍ୟଙ୍କୁ ବିଦ୍ୟା ପ୍ରଦାନ କରୁଥିବା ନେଇ ମଧ୍ୟ ଇତିହାସରୁ ଜଣାପଡ଼େ। ହରିଶଙ୍କରରେ ମୁଖ୍ୟ ପୂଜା ଗୁଡିକ ହେଲା ହରିଶଙ୍କର ମହୋତ୍ସବ ବା ନୃସିଂହ ଚତୁର୍ଦଶୀ ମେଳା, ମକର ସଂକ୍ରାନ୍ତି, ମହା ଶିବରାତ୍ରି, ଶିତଳ ଷଷ୍ଠୀ, ରଥଯାତ୍ରା, ଶ୍ରାବଣ ସୋମବାର, ପଞ୍ଚମ ସ୍ନାନ, ଦୀପାବଳି, ରାମ ନବମୀ, ଦଶହରା, ନବଆଖାଇ ଇତ୍ୟାଦି। ହରିଶଙ୍କରର ପାପନାଶିନୀ ଗଙ୍ଗା ବା ଝରଣାରେ ବୁଡ଼ ଲଗାଇ ହରିଶଙ୍କରଙ୍କ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ହରିଶଙ୍କର ମନ୍ଦିରର ନିର୍ମାଣ ପାଟଣାଗଡ଼ର ଚୌହାନ ବଂଶୀୟ ରାଜା ବୈଜଲ ସିଂ ଦେବ ୧୨୪୬ରୁ ୧୩୧୧ ଖ୍ରୀଷ୍ଟବ୍ଦରେ ଶାସନ କରୁଥିଲେ। ତାଙ୍କ ତୃତୀୟ ପାଟରାଣୀ ଦୁର୍ଲ୍ଲଭୀ ଦେବୀ ବିଷ୍ଣୁ ଓ ଶିବଙ୍କର ଭକ୍ତ ଥିଲେ। ଉଭୟ ବିଷ୍ଣୁ ଓ ଶିବ ଏକ ବୋଲି ସେ ମନେ କରି ପୂଜା କରୁଥିଲେ। କିନ୍ତୁ ପଣ୍ଡିତମାନେ ଏହାକୁ ସ୍ବୀକାର କରୁ ନ ଥିଲେ। ଏହା ଦେଖି ରାଣୀ ଦୁର୍ଲ୍ଲଭୀ ଦୁହିଁଙ୍କ ଏକ ରୂପ ଦେଖାଇବା ପାଇଁ ନିତି ଦିନ ଭଗବନଙ୍କ ଠାରେ ପ୍ରାର୍ଥନା କରୁଥିଲେ। ନୃସିଂହନାଥରେ ମନ୍ଦିର ନିର୍ମାଣ କରି ଆସି ଗଭୀର ନିଦ୍ରାରେ ଶୋଇଥିବା ବେଳେ ଏକ ସ୍ବପ୍ନାଦେଶ ହେଲା। ଏଥିରେ ଜଣେ ବ୍ରାହ୍ମଣବେଶୀ କହିଲେ ଗନ୍ଧମାର୍ଦ୍ଦନ ପୂର୍ବପଟକୁ ଯାଅ, ସେଠାରେ ତୋ ବାଞ୍ଛିତ ରୂପ ପାଇବୁ। ସତ୍ୟ ପରୀକ୍ଷା ପାଇଁ ରାଣୀ ନିଜ ସନ୍ୟ ସାମନ୍ତଙ୍କ ସହ ବାହାରିଥିଲେ। ସହଦେବ ସାହୁ ବାଟ କଢ଼ାଇ ନେଇଥିଲେ। ସେଠାରେ ସେ ବିଷ୍ଣୁ ଓ ଶିବଙ୍କ ସଂଯୁକ୍ତ ମୂର୍ତ୍ତି ଦେଖିଲେ। ସେଠାରେ ସେ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ କରାଇ ମନ୍ଦିର ନିର୍ମାଣ କରାଇଲେ। ହରିଶଙ୍କର ମନ୍ଦିରର ଅବସ୍ଥିତି ଐତିହାସିକ ଗନ୍ଧମାର୍ଦନ ପର୍ବତମାଳାର ପାଦଦେଶରେ ରହିଛି ହରିଶଙ୍କର ପୀଠ। ଏଠିକାର ପରିବେଶ ଅତ୍ୟନ୍ତ ପ୍ରାକୃତିକ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ। ପାହାଡ, ଜଙ୍ଗଲ ଘେରାରେ ଅନେକ ଝରଣା ରହିଛି। ଏଠାରେ ଉଭୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଭକ୍ତିମୟ କରି ଦେଇଥାଏ। ବଲାଙ୍ଗୀର ଠାରୁ ହରିଶଙ୍କର ୮୩ କିଲୋମିଟର ଦୂରରେ ରହିଛି। ପାଟଣାଗଡ଼ ସହର ଠାରୁ ୪୩ କିଲୋମିଟର ଦୂରରେ ଏହାର ଅବସ୍ଥିତି। ସଡ଼କପଥରେ ବଲାଙ୍ଗୀରରୁ ଆସିଲେ ପାଟଣାଗଡ଼ ଦେଇ ଯିବାକୁ ପଡ଼ିଥାଏ। ଖପ୍ରାଖୋଲରୁ ୧୩ କିଲୋମିଟର। ହରିଶଙ୍କର ଠାରୁ ନିକଟତମ ରେଳଷ୍ଟେସନ ହେଉଛି ଲାଠୋର। ଏଠାରୁ ହରିଶଙ୍କରକୁ ୩୩ କିଲେ ମିଟର ପଡିଥାଏ। ନିୟମିତ ଗାଡ଼ି ଚଳାଚଳ ହେଉ ନଥିବା ବେଳେ ବଲାଙ୍ଗୀର ଠାରୁ ଶୁକ୍ରବାର, ଶନିବାର ଓ ରବିବାର ଏକ ଗାଡ଼ି ଯାଇଥାଏ। ଅନ୍ୟ ସମୟରେ ବ୍ୟକ୍ତିଗତ ସୁବିଧାରେ ଏହି ସ୍ଥାନକୁ ପହଞ୍ଚିବାକୁ ପଡ଼ିଥାଏ। କନ୍ଧ ଆଦିବାସୀ ସମ୍ପ୍ରଦାୟର ପୂଜାରୀ ଶିବ ମନ୍ଦିରଗୁଡ଼ିକରେ ମାଳି ସମ୍ପ୍ରଦାୟର ଲୋକେ ପୂଜା କରନ୍ତି। ଏଠାରେ କିନ୍ତୁ ଭିନ୍ନ ପରଂପରା। କନ୍ଧ ଆଦିବାସୀ ସମ୍ପ୍ରଦାୟର ଲୋକେ ଭଗବାନ ହରିଶଙ୍କରଙ୍କୁ ପୂଜା କରନ୍ତି। କାରଣ ସେମାନେ ଭଗବାନ ଶିବଙ୍କୁ (ଶିବଲିଙ୍ଗ) ଠାବ କରିଥିଲେ। ବହୁ ପୂରାତନ ଯୁଗରୁ ଶିବଲିଙ୍ଗ ଠାବ କରି ପୂଜାର୍ଚ୍ଚନା କି ଆସୁଛନ୍ତି। କନ୍ଧ ବୁଢ଼ା ସହଦେବ ଭୁଏଙ୍କ ବଂଶଧରମାନେ ବର୍ତ୍ତମାନ ପୂଜା କରୁଛନ୍ତି। ତତ୍କାଳୀନ ରାଜା ସେମାନଙ୍କୁ ପୂଜାରୀ ଆଖ୍ୟା ଦେଇଥିବାରୁ ବର୍ତ୍ତମାନ ସେମାନେ ପୂଜାରୀ ଲେଖୁଛନ୍ତି। ପ୍ରକୃତି ଭିତରେ ପରିପୂର୍ଣ୍ଣ ଝରଣା ଗନ୍ଧମାର୍ଦ୍ଦନ ପାହାଡ଼ରେ ୩୨ଟି ଝରଣା ରହିଛି। ହରିଶଙ୍କର ପଟକୁ ଯେଉଁ ସବୁ ଝରଣା ଆସିଛି ତାହା ଶୁକତେଲ ନଦୀରେ ଓ ନୃସିଂହନାଥପଟକୁ ଯେଉଁ ଝରଣା ଯାଇଛି ତାହା ଅଙ୍ଗ ନଦୀରେ ପରିଣତ ହୋଇଛି। କୁହାଯାଇଥାଏ ଯେ, ରାଜା ଭାଗୀରଥିଙ୍କ ତପସ୍ୟା ବଳରେ ମାତା ଗଙ୍ଗାଙ୍କୁ ମର୍ତ୍ତ୍ଯକୁ ଆଣି ସପ୍ତ ପୁରୁଷକୁ ଉଦ୍ଧାର କକିଥିଲେ। ସେତେବେଳେ ଗୋଟିଏ ଧାର ପାତାଳଗାମୀ ହୋଇଥିଲେ। ଭଗବାନ ରାମଚନ୍ଦ୍ର ଏ କଥା ଜାଣିପାରି ମାତା ଗଙ୍ଗାଙ୍କୁ ସ୍ମରଣ କରିବାରୁ ଗନ୍ଧମାର୍ଦ୍ଦନ ପାହାଡରୁ ୩୨ ଗୋଟି ଝରଣା ରୂପରେ ବାହାରି ଥିବା ଜଣାଯାଏ। ୩୨ ଗୋଟି ଝରଣା ମଧ୍ୟରୁ ୨ଟି ପ୍ରମୁଖ ଅଟେ। ନୃସିଂହନାଥ ପାଦେଦଶକୁ ଥିବା ଝରଣାକୁ ଗୁପ୍ତେଶ୍ବରୀ ଗଙ୍ଗା ଓ ହରିଶଙ୍କର ପାଦଦେଶରେ ଥିବା ଝରଣାକୁ ତ୍ରିକୁଟେଶ୍ବରୀ ଗଙ୍ଗା ନାମରେ ନାମିତ ବୋଲି ଜଣାପଡ଼େ। Harishankar
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟାପାଣି ଦୃତଗତିରେ ବୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂବାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରବାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଂଚଳରେ ବନ୍୍ୟାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ବନ୍ୟାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିବାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ୟ ବନ୍୍ୟାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିବାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୁବନେଶ୍ୱର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିବାବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡି୍ୱାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା ହେଲେ ବୈତରଣୀ ନଦୀ କୂଳ ଲଘିଂବାରୁ ଦୀର୍ଘ ୧କିମି ଯାଏ ରାସ୍ତା ବୁଡ଼ି ବନ୍୍ୟାପାଣି ପ୍ରବାହିତ ହେଉଥିବାରୁ ଆଗନ୍ତୁକ କାଉଡ଼ିଆ ଭକ୍ତ ଦିନ ସମୟରେ ଭୟରେ ଯାଉଥିବା ବେଳେ ରାତିରେ ହିଂସ୍ର କୁମ୍ଭୀର ଓ ସରିସୃପ ଭୟ ଘାରିଥିଲା। ଏପରି ସ୍ଥିତିର ଭଦ୍ରକ ଉପଜିଲ୍ଲାପାଳ ପରଖିବା ସହ ରାତିରେ ଆଲୋକ ବ୍ୟବସ୍ଥା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପଟେ ଦୁର୍ବଳ ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକାରୀମାନେ ସଜାଗ ରହିଥିଲେ। Continue reading କୂଳ ଲଙ୍ଘିଲା ବୈତରଣୀ ନଦୀ, ନଦୀ-କ୍ଷେତ-ପଥ ଏକାକାର, କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥ ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ, ଯାଜପୁର -ଆଖଣ୍ଡଳମଣି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ଆଗନ୍ତୁକ ହଜାର ହଜାର କାଉଡିଆଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଗତ ଶନିବାର ଭଦ୍ରକ ଆଖୁଆପଦା ଆନିକଟରେ ବନ୍ୟାପାଣି ଦୃତଗତିରେ ବୃଦ୍ଧି ପାଇବା ପରେ ରବିବାର କ୍ରମଶଃ ହ୍ରାସ ପାଇଥିଲା। ହେଲେ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଭଣ୍ଡାରିପୋଖରୀ , ଧାମନଗର ଓ ଚାନ୍ଦବାଲିରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା। ଫଳରେ ବୈତରଣୀ କୂଳ ଲଘିଂବାରୁ କୁଆଖିଆ -ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥର ବୋଡକ ଠାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ଦୀର୍ଘ ୧କିମି ରାସ୍ତାରେ ପ୍ରବାହିତ ହେବା ଫଳରେ ଆଖଣ୍ଡଳମଣି -ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ତଳମୁଣ୍ଡରେ ଅର୍ଥାତ୍ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଂଚଳରେ ବନ୍୍ୟାପାଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଶ୍ରାବଣ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଆସୁଥିବା କାଉଡ଼ିଆ ଭକ୍ତମାନେ ବନ୍ୟାପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଆସୁଥିବାର ଦେଖିବାକୁ ମିଳିଛି। ସେହିପରି ଅନେକ ଛୋଟବଡ ଗାଡି ମଧ୍ୟ ବନ୍୍ୟାପାଣିରେ ପଶି ଆରଡି ଅଭିମୁଖେ ଆସୁଛି। ଏକପ୍ରକାର ନଦୀ, ପଥ, କ୍ଷେତ ଏକାକାର ହୋଇଯାଇଥିବାରୁ ଯାଜପୁର ସମେତ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା (ଭୁବନେଶ୍ୱର) ଆଦି ଜିଲ୍ଲାରୁ ହଜାରହଜାର କାଉଡ଼ିଆ ଭକ୍ତ ଆଖଣ୍ଡଳମଣିଙ୍କ ପୀଠକୁ କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ ଦେଇ ଆସୁଥିବାବେଳେ କେଉଁଟି ନଦୀ ଓ କେଉଁଠି ରାସ୍ତା ଜାଣିବା ଜଟିଳ ହୋଇପଡି୍ୱାରୁ କାଉଡ଼ିଆ ଭକ୍ତଙ୍କ ଯାତାୟତକୁ ବନ୍ଦ କରିଥିଲା ପୁଲିସ ପ୍ରଶାସନ। ଏପରିକି ଡ଼ାକବାଜି ଯନ୍ତ୍ର ଦ୍ୱାରା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକଙ୍କୁ ସଚେତନତା ହେଲେ ବୈତରଣୀ ନଦୀ କୂଳ ଲଘିଂବାରୁ ଦୀର୍ଘ ୧କିମି ଯାଏ ରାସ୍ତା ବୁଡ଼ି ବନ୍୍ୟାପାଣି ପ୍ରବାହିତ ହେଉଥିବାରୁ ଆଗନ୍ତୁକ କାଉଡ଼ିଆ ଭକ୍ତ ଦିନ ସମୟରେ ଭୟରେ ଯାଉଥିବା ବେଳେ ରାତିରେ ହିଂସ୍ର କୁମ୍ଭୀର ଓ ସରିସୃପ ଭୟ ଘାରିଥିଲା। ଏପରି ସ୍ଥିତିର ଭଦ୍ରକ ଉପଜିଲ୍ଲାପାଳ ପରଖିବା ସହ ରାତିରେ ଆଲୋକ ବ୍ୟବସ୍ଥା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା। ଏପଟେ ଦୁର୍ବଳ ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ଅଧିକାରୀମାନେ ସଜାଗ ରହିଥିଲେ।
ପୁଣି ବିବାଦରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ: ମହିଳାଙ୍କୁ ନେଇ ଦେଲେ ବିବାଦୀୟ ବୟାନ, ବିରୋଧ ପରେ ମାଗିଲେ ଭୁଲ୍
କନକ ବ୍ୟୁରୋ: ପ୍ରସିଦ୍ଧ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ନିକଟରେ ମହିଳାଙ୍କ ଉପରେ ଦେଇଥିବା ଏକ ବୟାନକୁ ନେଇ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି, ଯାହାକି ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାଦଟି ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ କେନ୍ଦ୍ର କରି ତାଙ୍କର ଏକ ଟିପ୍ପଣୀରୁ ସୃଷ୍ଟି ହୋଇଥିଲା, ଯାହା ପରେ ତାଙ୍କୁ କ୍ଷମା ମାଗିବାକୁ ପଡିଥିଲା । ଏକ ପ୍ରବଚନ ସମୟରେ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିବାହ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ରାଜା ରଘୁବଂଶୀଙ୍କ ହତ୍ୟା ମାମଲାର ଉଦାହରଣ ଦେଇ ସେ କହିଥିଲେ ଯେ ଆଜିକାଲିର କିଛି ଝିଅ ବିବାହ ପୂର୍ବରୁ ଅନ୍ୟ ସହ ସମ୍ପର୍କରେ ରହୁଛନ୍ତି । ତାଙ୍କର ଏକ ଭାଇରାଲ୍ ଭିଡିଓରେ ସେ କହିଥିଲେ, ୨୫ ବର୍ଷୀୟା ଯୁବତୀ ମାନେ ବିବାହ ପୂର୍ବରୁ 4/5ଥର କୁମାରୀତ୍ୱ ହରାଉଛନ୍ତି ଏହି ମାମଲାରେ ସେ କହିଥିଲେ ଯେ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ କାରଣ ତାଙ୍କର ଅନ୍ୟ କାହା ସହିତ ସମ୍ପର୍କ ଥିଲା । ତାଙ୍କର ଏହି ବୟାନ ମହିଳାଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଥିଲା ଏବଂ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିବାଦ ବଢ଼ିବାରୁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ବିବାଦ ବଢ଼ିବା ପରେ ଅନିରୁଦ୍ଧାଚାର୍ଯ୍ୟ ଏକ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ ତାଙ୍କର କିଛି ଭଉଣୀ ଭୁଲ୍ ବୁଝିଛନ୍ତି କାରଣ ସେମାନେ ତାଙ୍କର ପୂରା ଭିଡିଓ ଦେଖିନାହାନ୍ତି । ତାଙ୍କ କହିବା ଅନୁଯାୟୀ, ସେ କିଛି ଝିଅଙ୍କ ବିଷୟରେ କହୁଥିଲେ ଯେଉଁମାନେ 'ଲିଭ୍-ଇନ୍' ସମ୍ପର୍କରେ ରହୁଛନ୍ତି ଏବଂ ଏଭଳି ଝିଅମାନେ ବିବାହ ପରେ ନିଜ ସମ୍ପର୍କକୁ ଠିକ୍ ଭାବେ ତୁଲାଇ ପାରିବେ କି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଉଭୟ ପୁଅ ଓ ଝିଅଙ୍କ ଚରିତ୍ର ଭଲ ହେବା ଉଚିତ୍। ତାଙ୍କ ମନ୍ତବ୍ୟ ସମସ୍ତଙ୍କ ପାଇଁ ନୁହେଁ, ବରଂ କେବଳ କିଛି ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ ସ୍ପଷ୍ଟ କରିଥିଲେ । ଏହି ଘଟଣା ପାଇଁ ସେ କ୍ଷମା ମଧ୍ୟ ମାଗିଥିଲେ । କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏମିତି ଅନେକ ଘଟଣା ଅନିରୁଦ୍ଧାଚାର୍ଯ୍ୟଙ୍କୁ ବିବାଦ ଘେରକୁ ନେଇ ଆସିଛି । ଏହା ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ସହ 'ଶୁଦ୍ର' ଶବ୍ଦକୁ ନେଇ ଅନିରୁଦ୍ଧାଚାର୍ଯ୍ୟଙ୍କର ଏକ ବିବାଦ ସାମ୍ନାକୁ ଆସିଥିଲା । ଏହି ଘଟଣାର ଏକ ପୁରୁଣା ଭିଡିଓ ପୁଣିଥରେ ଭାଇରାଲ ହେବା ପରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା । ଏହି ଦୁଇଟି ପ୍ରମୁଖ ବିବାଦ ବ୍ୟତୀତ ଅନିରୁଦ୍ଧାଚାର୍ଯ୍ୟ ଅନ୍ୟ କେତେକ କାରଣରୁ ମଧ୍ୟ ସମାଲୋଚିତ ହୋଇଛନ୍ତି । ପୂର୍ବରୁ ସେ ଭଗବାନ ଶିବ, ମାତା ସୀତା ଏବଂ ଦ୍ରୌପଦୀଙ୍କୁ ନେଇ ଦେଇଥିବା କିଛି ବୟାନ ପାଇଁ ମଧ୍ୟ ବିବାଦରେ ଫସିଥିଲେ । ସେହିପରି ରିଆଲିଟି ଶୋ' 'ବିଗ୍ ବସ୍'କୁ ସମାଲୋଚନା କରିଥିବା ଅନିରୁଦ୍ଧାଚାର୍ଯ୍ୟ ପରବର୍ତ୍ତୀ ସମୟରେ ସେହି ଶୋ'ରେ ଅତିଥି ଭାବେ ଯୋଗ ଦେବାରୁ ମଧ୍ୟ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।
ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍: ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଭୁଲ୍ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ମୁଁ ନିଜକୁ ମୂଲ୍ୟାଙ୍କନ କରେ, ମୁଁ ଜାଣିପାରେ ଯେ କେଉଁଠି ମୁଁ ଭଲ କାମ କରିଛି ଏବଂ କେଉଁଠି ମୋର ଅଭାବ ଅଛି। ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ପ୍ରସଙ୍ଗ ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ବି ମୋତେ ଭଲ ନମ୍ବର ମିଳିବା ଉଚିତ। କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା। ସେ ସ୍ୱୀକାର କରିଛନ୍ତି ଓବିସିଙ୍କ ପାଇଁ ସେ କିଛି କରିନାହାନ୍ତି ବୋଲି। ପୂର୍ବରୁ ଜାତିଗତ ଜନଗଣନା ନକରିବା ତାଙ୍କର ଭୁଲ ଥିଲା ଏବଂ ଏବେ ଏହାକୁ ସେ ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଓବିସି ସମ୍ପ୍ରଦାୟ ପାଇଁ ଆୟୋଜିତ 'ଭାଗୀଦାରୀ ନ୍ୟାୟ ସମ୍ମିଳନୀ'ରେ ଭାଷଣ ଦେଇ ଲୋକସଭାର ବିରୋଧୀ ଦଳ ନେତା କହିଛନ୍ତି ଯେ ତେଲେଙ୍ଗାନାରେ ସମ୍ପ୍ରତି କରାଯାଇଥିବା ଜାତିଗତ ଜନଗଣନା କାର୍ଯ୍ୟ ସାରା ଦେଶରେ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିବ। ତାଙ୍କ ୨୧ ବର୍ଷର ରାଜନୈତିକ କ୍ୟାରିୟରକୁ ନେଇ ଗାନ୍ଧୀ କହିଛନ୍ତି ଯେ ସେ ଭୂମି ଅଧିଗ୍ରହଣ ବିଲ୍, ମନରେଗା, ଖାଦ୍ୟ ବିଲ୍ ଏବଂ ଆଦିବାସୀ ସମ୍ପ୍ରଦାୟର ଅଧିକାର ସମେତ ଅନେକ ପ୍ରସଙ୍ଗକୁ ନ୍ୟାୟ ଦେଇଛନ୍ତି।ମାତ୍ର ସେ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଦଳିତ ଏବଂ ଅନୁସୂଚିତ ଜନଜାତିଙ୍କ ସମସ୍ୟାଗୁଡ଼ିକୁ ସେ ସର୍ବଦା ବୁଝିଥିଲେ, କିନ୍ତୁ ଅତୀତରେ ସେ ଓବିସିଙ୍କ କଥା ଗଭୀର ଭାବରେ ବୁଝିନଥିଲେ।
ଶ୍ରାବଣ ମାସରେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ନେଇଗଲେ ଚୋର
ଅମରୋହା : ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ କିଛି ଚୋର ଚାମୁଣ୍ଡା ମନ୍ଦିରରୁ ଶିବଲିଙ୍ଗ ଏବଂ ଦାନ ବାକ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଶ୍ରାବଣ ମାସରେ ମନ୍ଦିରରୁ ଶିବଲିଙ୍ଗ ଚୋରି ହେବା ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ସହିତ ଭକ୍ତମାନଙ୍କ ମଧ୍ୟରେ ଗଭୀର କ୍ରୋଧ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଅମରୋହାର ଚାମୁଣ୍ଡା ଶିବ ମନ୍ଦିର ଖୁବ ପ୍ରାଚୀନ। ଏଠାକୁ ପ୍ରତିଦିନ ଶହଶହ ଭକ୍ତ ପୂଜା ପାଇଁ ଆସି ଥାଆନ୍ତି। ଶ୍ରାବଣମାସରେ ଏହି ଚାମୁଣ୍ଡା ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥାଏ। ଗତ ବୁଧବାର ରାତିରେ କିଛି ଚୋର ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିବା ପରେ ଶିବଲିଙ୍ଗ ଉପରେ ଆକ୍ରମଣ କରିଥିଲେ। ଶିବଲିଙ୍ଗକୁ ଭାଙ୍ଗି ବାହାର କରିବା ପରେ ସାଙ୍ଗରେ ଦାନ ବାକ୍ସରୁ ପ୍ରାୟ ୧୦ ହଜାର ନଗଦ ଟଙ୍କା ନିଜ ସାଥୀରେ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରି ଦୃଶ୍ୟ ଯେ କୈଦ ହୋଇଯାଇଛି ଏକଥା ଚୋରଙ୍କୁ ଜଣା ନଥିଲା। View this post on Instagram A post shared by ABP News (@abpnewstv) ଗୁରୁବାର ସକାଳେ ପୂଜାରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ଫାଟକ ଭଙ୍ଗାଯାଇଥିବା ସହିତ ଭିତରର ଜିନିଷପତ୍ର ବିଛାଡ଼ି ହୋଇ ପଡ଼ି୍ଥିବା ଦେଖିବାକୁ ପାଇଥିଲେ। କେବଳ ଏତିକି ନୁହେଁ ସେ ମନ୍ଦିର ଭିତରେ ଶିବଲିଙ୍ଗ ନଥିବା ଦେଖି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ସ୍ଥାନୀୟଲୋକ ଚୋରି ବିଷୟରେ ଜାଣିବା ପରେ ତୁରନ୍ତ ପୁଲିସକୁ ଏ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ୍ ଜବତ କରିଛି। ଯାହାକି ଚୋରକୁ ଧରାଇବାରେ ସହଜ ହୋଇ ପାରିବ। ଏହି ଚୋରି ଘଟଣା ପରେ ସ୍ଥାନୀୟ ପ୍ରଶାସନ ମନ୍ଦିରର ସୁରକ୍ଷା ବୃଦ୍ଧି ସହିତ ପୁଲିସ ପାଟ୍ରୋଲିଂ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମବାସୀ ପୁଲିସର ଯାଞ୍ଚ ଉପରେ ଆଶା ରଖି କହିଛନ୍ତି, ‘ ଅପରାଧୀମାନେ ଯଥାଶୀଘ୍ର ଧରାପଡ଼ିବେ ଏବଂ ସେମାନଙ୍କୁ କଠୋର ଦଣ୍ଡ ମିଳିବ, ଯାହା ଦ୍ୱାରା ଏପରି ଘଟଣା ପୁନରାବୃତ୍ତି ହେବ ନାହିଁ।’
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ମାସ ୩ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଭକ୍ତମାନଙ୍କର ସମାଗମ ହେବାକୁ ଥିବାରୁ ପୀଠରେ କିପରି କରାଯାଇଛି ସୁରକ୍ଷା ବ୍ୟବସ୍ଥା ତାର ସ୍ଥିତି ପରଖିବା ପାଇଁ ଗୁରୁବାର ମଧ୍ୟାହ୍ନରେ ଭଦ୍ରକ ଏସପି ମନୋଜ ରାଉତ ଆରଡି ପୀଠରେ ପହଂଚି ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡ଼ ବୁଲି ଦେଖିଥିଲେ। ବିଶେଷକରି ଜଳପଥ ଓ ସ୍ଥଳପଥରେ ଆସୁଥିବା କାଉଡ଼ିଆ ଭକ୍ତମାନଙ୍କର ସୁଗମ ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯିବ ବୋଲି ଏସପି ଶ୍ରୀ ରାଉତ କହିଥିଲେ। ୩ୟ ସୋମବାର ଠାରୁ ପୀଠରେ ବରିଷ୍ଠ ଅଧିକାରୀଙ୍କ ସହ ୧୫ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯିବ ବୋଲି ସୂଚନା ଦେଇଥିଲେ। ପବିତ୍ର ଶ୍ରାବଣ ମାସ ପାଇଁ ଚଳଚଂଚଳ ହୋଇ ଉଠିଛି ବାବା ଆଖଣ୍ଡଳମଣିଙ୍କ ପୀଠ। ଏହି ମାସରେ ହରହର ମହାଦେବଙ୍କୁ ଜଳାଭିଷେକ କଲେ ବହୁ ପୂଣ୍ୟ ମିଳିଥାଏ ସେଥିପାଇଁ ଲକ୍ଷାଧିକ କାଉଡ଼ିଆ ଭକ୍ତ ବିଭିନ୍ନ ନଦୀରୁ ଜଳ ଭାର ଧରି ଖାଲି ପାଦରେ ଚାଲିଚାଲି ଆସିଥାନ୍ତି ବାବାଙ୍କ ପୀଠକୁ। ଲକ୍ଷାଧିକ କାଉଡ଼ିଆ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଶ୍ରାବଣ ସୋମବାର ପାଇଁ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ୧୧ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା। ହେଲେ ୩ୟ ସୋମବାରରେ ଅଧିକ ସଂଖ୍ୟକ କାଉଡ଼ିଆ ଭକ୍ତ ଆସିବାକୁ ଥିବାରୁ ପୀଠରେ ସୁରକ୍ଷା ବ୍ୟବସ୍ଥା ବଢାଯି୍ୱା ପାଇଁ ଉଭୟ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ନିଷ୍ପିତି ନିଆଯାଇଛି। Continue reading ଶ୍ରାବଣ ୩ୟ ସୋମବାର ପାଇଁ ଆଖଣ୍ଡଳମଣି ପୀଠରେ ବଢିବ ସୁରକ୍ଷା ବ୍ୟବସ୍ଥା -ଏସପି , ନିୟୋଜିତ ରହିବେ ବରିଷ୍ଠ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ ଫୋର୍ସ, କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା
ଅହମଦାବାଦ ବିମାନ ଦୁର୍ଘଟଣା: ବ୍ରିଟେନ୍ର ପୀଡ଼ିତ ପରିବାରକୁ ଭୁଲ୍ ମୃତଦେହ ହସ୍ତାନ୍ତର
ଲଣ୍ଡନ: ଏୟାର୍ ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତଙ୍କ ଦୁଇ ବ୍ରିଟିସ ପରିବାର ଭୁଲ ମୃତଦେହ ପାଇଥିବା ଅଭିଯୋଗ ହୋଇଛି। ଅହମଦାବାଦର ଏକ ସରକାରୀ ହସ୍ପିଟାଲ ଦ୍ୱାରା ଡିଏନ୍ଏ ପରୀକ୍ଷା ପରେ ଚିହ୍ନଟ ହୋଇଥିବା ମୃତଦେହଗୁଡ଼ିକୁ ସିଲ୍ କଫିନରେ ପଠାଯାଇଥିଲା। ଏଥିରେ ଏୟାର୍ଲାଇନ୍ସର କୌଣସି ଭୂମିକା ନ ଥିଲା ବୋଲି ଭାରତ କହିଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଧାରିତ ନିୟମ ପାଳନ କରାଯାଇଥିଲା ଏବଂ ମୃତକଙ୍କ ମର୍ଯ୍ୟାଦାକୁ ଯଥେଷ୍ଟ ସମ୍ମାନ ଦେଇ ମୃତଦେହ ପଠାଇବା ବ୍ୟବସ୍ଥା କରାଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କିଷ୍ଟୋନ ଲ’ର ଜଣେ ଓକିଲ କହିଛନ୍ତି, ଦୁର୍ଘଟଣାଗ୍ରସ୍ତଙ୍କ ମୃତଦେହକୁ ଭୁଲ ଭାବେ ଚିହ୍ନଟ କରାଯାଇ ବ୍ରିଟେନ୍ ପଠାଯାଇଛି। ଲଣ୍ଡନରେ ମୃତବ୍ୟକ୍ତିଙ୍କ ଡିଏନ୍ଏ ପୁନର୍ବାର ଯାଞ୍ଚ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କଫିନରେ ତାଙ୍କ ମହକିଲଙ୍କ ପରିବାର ସଦସ୍ୟଙ୍କ ମୃତଦେହ ନୁହେଁ ବରଂ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଥିଲା। ଫଳରେ ଗୋଟିଏ ପରିବାରକୁ ଅନ୍ତିମ ସଂସ୍କାର ଯୋଜନା ଛାଡ଼ିବାକୁ ପଡ଼ିଥିଲା ବୋଲି ଓକିଲ କହିଛନ୍ତି। ଅନ୍ୟ ଏକ ପରିବାର ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହ ସହିତ ଅନ୍ୟ ଜଣେ ଯାତ୍ରୀଙ୍କ ମୃତଦେହ ଗ୍ରହଣ କରିଥିବା ବେଳେ ଉଭୟ ମୃତଦେହକୁ ଗୋଟିଏ କଫିନରେ ରଖାଯାଇଥିଲା। ଅନ୍ତିମ ସଂସ୍କାର କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କ ଶବକୁ ଅଲଗା କରିବାକୁ ପଡ଼ିଥିଲା। ଅନ୍ତିମ ସଂସ୍କାର ବାତିଲ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଛି: ଭାରତ ସରକାର ଗତ ଜୁନ୍ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ କେବଳ ଜଣେ ଜୀବିତ ଥିଲେ। ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୫୩ ଜଣ ବ୍ରିଟିସ ନାଗରିକ ଥିଲେ। ଅନେକ ବ୍ରିଟିସ ନାଗରିକଙ୍କ ଅନ୍ତିମ ସଂସ୍କାର ଭାରତରେ ହୋଇଥିବା ବେଳେ ୧୨ ଜଣ ଯାତ୍ରୀଙ୍କ ପାର୍ଥିବ ଶରୀର ବ୍ରିଟେନ ପଠାଯାଇଛି। ତେବେ ଭୁଳ୍ ଶବ ଚିହ୍ନଟ ପ୍ରସଙ୍ଗରେ ବ୍ରିଟେନ ସହ କାମ କରୁଛୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ସରକାରୀ ଡାକ୍ତରଖାନା ପକ୍ଷରୁ ସିଲ୍ କଫିନରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଏଥିରେ ଏୟାର୍ ଇଣ୍ଡିଆର ଅନ୍ୟ କୌଣସି ଭୂମିକା ନ ଥିଲା ବୋଲି ସେ କହିଛନ୍ତି।
ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍ଷ୍ଟ୍ରୋକ୍
ଓଡ଼ିଶାଭାସ୍କର: ଆଜିକାଲି ପ୍ରାୟ ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ବାର୍ଥରୁମରେ ହେବା ଦେଖାଯାଉଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ଠିକ୍ ଉପାୟରେ ସ୍ନାନ କରିବା ଦରକାର। ଆଜିକାଲି ଭୁଲ୍ ସ୍ନାନ ପ୍ରଣାଳି ହିଁ ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକର କାରଣ ସାଜିଛି। ଆପଣ କେବେ ନଦୀ କିମ୍ବା ହ୍ରଦରେ ଗାଧୋଇଛନ୍ତି କି? ଆପଣ କେବେ ଧ୍ୟାନ ଦେଇଛନ୍ତି କି ପାଣି ଭିତରକୁ ଯିବା ପୂର୍ବରୁ ଆମେ ଆଗ ପାଦ ରଖିଥାଉ? ଅନୁଭବ କରିଥାଉ ଯେ ପାଣି କେତେ ଥଣ୍ଡା। […]
କେବଳ ଭାରତରେ ନୁହେଁ, ଏହି ଚାରୋଟି ଦେଶରେ ଶ୍ରାବଣ ମାସରେ ଆମିଷ ଖିଆଯାଏ ନାହିଁ
ନୂଆଦିଲ୍ଲୀ: ଶ୍ରାବଣ ମାସରେ ଲୋକମାନେ ଆମିଷ ଖାଦ୍ୟ ଖାଇବା ଛାଡି ଦିଅନ୍ତି। ଏହାର କାରଣ ଧାର୍ମିକ ବୋଲି କୁହାଯାଏ। ତଥାପି, ଏହା ଶରୀରର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସରେ ଆମିଷ ଖାଦ୍ୟ ତ୍ୟାଗ କରିବା ପଛରେ ଏକ ଧାର୍ମିକ କାରଣ ଅଛି। କୁହାଯାଏ ଯେ, ଏହା ଭଗବାନ ଶିବଙ୍କର ପ୍ରିୟ ମାସ, ତେଣୁ ଏହି ମାସରେ ଆମିଷ ଖାଇବା ଉଚିତ୍ ନୁହେଁ। ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା, ତେବେ ମଧ୍ୟ କୁହାଯାଏ ଯେ, ବର୍ଷା ଦିନେ ସୂର୍ଯ୍ୟ କମ୍ ସମୟ ପାଇଁ ଦୃଶ୍ୟମାନ ହେଉଥିବାରୁ ଆମିଷ ଭଳି ତାମସିକ ଖାଦ୍ୟ ସହଜରେ ହଜମ ହୋଇ ନଥାଏ। ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ଭାରତ ପରି, ନେପାଳ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଏବଂ ମିଆଁମାରରେ ଶ୍ରାବଣ ମାସରେ ଏକ ବଡ଼ ଜନସଂଖ୍ୟା ଆମିଷ ଖାଦ୍ୟ ତ୍ୟାଗ କରିଥାନ୍ତି। ଏହା ପଛରେ କେବଳ ଧାର୍ମିକ କାରଣ ନାହିଁ, ବରଂ ଲୋକମାନେ ସାଂସ୍କୃତିକ କାରଣରୁ ମଧ୍ୟ ଏପରି କରିଥାନ୍ତି। ଶ୍ରାବଣ ମାସରେ ଆମିଷ ଖାଦ୍ୟ ବନ୍ଦ କରୁଥିବା ଦେଶର ତାଲିକାରେ ପ୍ରଥମ ନାମ ହେଉଛି ନେପାଳ। ଏହାର ସଂସ୍କୃତି ଭାରତ ସହିତ ସମାନ। ତେଣୁ ଶ୍ରାବଣ ଏବଂ ନବରାତ୍ରି ଅବସରରେ, ଏଠାକାର ଲୋକମାନେ ମଧ୍ୟ ଆମିଷ ଖାଦ୍ୟ ଖାଇବା ବନ୍ଦ କରିଦିଅନ୍ତି। ବିଶେଷକରି ହିନ୍ଦୁ ବହୁଳ ଅଞ୍ଚଳରେ ଏହି ସମୟରେ ଆମିଷ ଖାଦ୍ୟକୁ ପସନ୍ଦ କରାଯାଏ ନାହିଁ। ଭାରତ ପରି, ଏଠାରେ ମଧ୍ୟ, ନବରାତ୍ରି ସମୟରେ ନଅ ଦିନ ପାଇଁ, ଶ୍ରାବଣର ସମସ୍ତ ସୋମବାରରେ ଆମିଷ ଖାଦ୍ୟ ପରିହାର କରାଯାଇଥାଏ। ସେହିପରି ଶ୍ରୀଲଙ୍କାରେ ବୌଦ୍ଧ ଧର୍ମ ପ୍ରମୁଖ ଧର୍ମ। ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଭାସାୟା କାଳ ପାଳନ କରାଯାଇଥାଏ। ଏହି ସମୟରେ ବୌଦ୍ଧ ଭିକ୍ଷୁମାନେ ମଠରେ ରୁହନ୍ତି ଏବଂ ଶ୍ରଦ୍ଧାଳୁମାନେ ସଂଯମତା ପାଳନ କରିଥାନ୍ତି। ଏହି ସମୟ ମଧ୍ୟରେ ଶ୍ରୀଲଙ୍କାର ଏକ ବଡ଼ ଜନସଂଖ୍ୟା ଆମିଷ ଭୋଜନ ତ୍ୟାଗ କରିଥାନ୍ତି। ଗ୍ଲୋବାଲ୍ ଡାଏଟ୍ କ୍ୱାଲିଟି ପ୍ରୋଜେକ୍ଟ ଅନୁଯାୟୀ, ଶ୍ରୀଲଙ୍କାର ପ୍ରାୟ ୭୫ ପ୍ରତିଶତ ଲୋକ ପ୍ରତିଦିନ ଆମିଷ ଭୋଜନ କରନ୍ତି। କିନ୍ତୁ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଏହି ସଂଖ୍ୟା ୩୦ ରୁ ୪୦ ପ୍ରତିଶତ ହ୍ରାସ ପାଇଥାଏ। ଥାଇଲ୍ୟାଣ୍ଡ ଏହାର ନିରାମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ। କିନ୍ତୁ ଶ୍ରାବଣ ମାସରେ ଏବଂ ତା’ପରେ ସେପ୍ଟେମ୍ବର ଏବଂ ଅକ୍ଟୋବରରେ, ଆମିଷ ଖାଦ୍ୟର ବ୍ୟବହାର ଦେଶରେ କମ୍ ଦେଖାଯାଇଥାଏ। ଏଠାରେ ନିରାମିଷ ପର୍ବ ପାଳନ କରାଯାଇଥାଏ। ବିଶେଷକରି ଚୀନ୍ ବଂଶୋଦ୍ଭବ ଥାଇ ଲୋକମାନେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଥାନ୍ତି। ସେମାନେ ମାଛ, ମାଂସ ସହିତ ରସୁଣ, ପିଆଜ, ମଦ୍ୟପାନ ଇତ୍ୟାଦିକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ। ଗ୍ରୀନ୍ ଓସେନ୍ର ଏକ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡରେ ପ୍ରାୟ ୭୫ ରୁ ୮୦ ପ୍ରତିଶତ ଲୋକ ନିୟମିତ ଭାବରେ ଆମିଷ ଖାଦ୍ୟ ଗ୍ରହଣ କରିଥାନ୍ତି। ନିରାମିଷ ପର୍ବ ସମୟରେ, ଏହି ବ୍ୟବହାର ୭୦ ରୁ ୮୦ ପ୍ରତିଶତ ହ୍ରାସ ପାଇଥାଏ। ବୌଦ୍ଧ ଧର୍ମ ମଧ୍ୟ ମିଆଁମାରରେ ଏକ ପ୍ରମୁଖ ଧର୍ମ। ସେଠାରେ ମଧ୍ୟ ବହୁ ସଂଖ୍ୟକ ଲୋକ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଭସାୟା ସମୟରେ ଆମିଷ ଖାଦ୍ୟ ତ୍ୟାଗ କରିଥାନ୍ତି। ଫୁଡ୍ ନାଭିଗେଟରଙ୍କ ଅନୁଯାୟୀ, ମିଆଁମାରର ପ୍ରାୟ ୭୦ ରୁ ୮୦ ପ୍ରତିଶତ ଜନସଂଖ୍ୟା ଆମିଷ ଖାଦ୍ୟ ଖାଆନ୍ତି। ତଥାପି, ଜୁଲାଇରୁ ଅକ୍ଟୋବର ମଧ୍ୟରେ ଏହି ସଂଖ୍ୟା ୨୦ ରୁ ୪୦ ପ୍ରତିଶତ ହ୍ରାସ ପାଇଥାଏ। ବୌଦ୍ଧ ଧର୍ମର ସାଧାରଣ ଲୋକଙ୍କ ମଧ୍ୟରେ ଏହି ସଂଖ୍ୟା ୫୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତି ଛୁଇଁଥାଏ। Shravan | nonveg | India | srilanka | myanmar | Nepal | Thailand
ଶ୍ରାବଣ ସରିବାକୁ ବସିଲାଣି ବର୍ଷାର ଦେଖା ନାହିଁ : ଚାଷ କେମିତି ହେବ ତାକୁ ନେଇ ଚିନ୍ତାରେ ଚାଷୀ
କନକବ୍ୟୁରୋ : ଲଗାଣ ବର୍ଷା ପ୍ରଭାବରେ ଖରିଫ ଧାନପାଇଁ ଚାଷୀ ତଳି ପକାଇଲା । ଆଉ ବର୍ଷାରେ ତଳି ଧୋଇଗଲା । ଏବେ ଶ୍ରାବଣ ସରିବାକୁ ବସିଲାଣି । ହେଲେ ବର୍ଷାର ଦେଖା ନାହିଁ । ଅସ୍ତରଙ୍ଗ କାକଟପୁର ଅଞ୍ଚଳରେ ବର୍ଷା ଯୋଗୁ ବଢ଼ିଛି ଚିନ୍ତା । ସମଗ୍ର ପୁରୀ ଜିଲ୍ଲାରେ ୩୦ ଭାଗ ନିଅଣ୍ଟିଆ ବର୍ଷା ହୋଇଛି । ଢିପ ଜମି ପାଇଁ ସମସ୍ୟା ଦେଖାଦେଇଛି । ଚଳିତ ଖରିଫ ଋତୁରେ ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଆଖିରୁ ନିଦ ହଜାଇ ଦେଲାଣି । ଚାଷ ଜମିରେ ପାଣି ନାହିଁ । ଚାଷୀ ବାଧ୍ୟ ହୋଇ ପାଣି କଳ ଭଡ଼ାରେ ଆଣି ପାଣିମଡ଼ାଇ ତଳି ରୋଉଛି । ଗୋଟିଏ ଖରାରେ ଚାଷ ଜମିରେ ପାଣି ଶୁଖିଯାଉଛି । ଯାହାଫଳରେ ଚାଷୀ ଚଳିତ ବର୍ଷ ଚାଷ କେମିତି ଆଗକୁ ନେବେ ଚିନ୍ତାରେ ପଡ଼ିଛି । ମୁଣ୍ଡଫଟା ଖରାରେ ଧାନ ତଳି ଉଠାଇବାକୁ ଜମିରେ ପାଣିନାହିଁ । ଶ୍ରାବଣ ମାସରେ ଚାଷ ଜମିରେ ଗାଈ ଗୋରୁ ଚରିଲେଣି । ଅସ୍ତରଙ୍ଗ ବ୍ଲକରେ ପଚାଶ ଭାଗଜମିରେ ଚାଷ ବର୍ଷା ପାଇଁ ଅଟକିଛି । ଲଘୁଚାପ ପରେ ଲଘୁଚାପ ହେଉଛି ହେଲେ ବର୍ଷା ନାହିଁ ଓ କେତେବେଳେ ମେଘ ପାଗ ତ ଆଉ କେତେବେଳେ ମୁଣ୍ଡଫଟା ଖରା ଜାରି ରହିଛି । ଯାହାକୁ ନେଇ ଚାଷୀର ଚିନ୍ତା ବଢ଼ି ବଢ଼ି ଚାଲିଛି । ଚିନ୍ତାରେ ପଡ଼ିଥିବା ଏହି ଚାଷୀଙ୍କ ଉପରେ ଗୁରୁତ୍ବ ଦେଇ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଚାଷୀମାନେ ଉପକୃତ ହୋଇପାରିବେ ।
ପରିବେଶ ଯୋଦ୍ଧା: ଶ୍ରାବଣରେ ସବୁଜ ଚିନ୍ତା
ଆଜିକାଲି ନଦୀକୂଳ, ଶ୍ମଶାନ, ମନ୍ଦିର ପରିସର ଏବଂ ବାଡ଼ିବଗିଚାରୁ ବେଲଗଛ କମିଯାଉଥିବା ଦେଖାଯାଉଛି। ପୁଣି ବୃକ୍ଷରୋପଣ କରୁଥିବା ସରକାରୀ ଓ ବେସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ବେଲଗଛ ଭଳି ଔଷଧୀୟ ବୃକ୍ଷ ଲଗାଇବା କ୍ବଚିତ୍ ଦେଖିବାକୁ ମିଳୁଛି। ଏହାର ଭରଣା କରିବାକୁ ବିଶେଷ ଆଗ୍ରହ କିମ୍ବା ତତ୍ପରତା କେହି ଦେଖାଉ ନାହାନ୍ତି। ଏକଥାକୁ ଲକ୍ଷ୍ୟ କରି ପ୍ରାୟ ୧୫ ବର୍ଷ ତଳେ ଅମିତ ଅଗ୍ରୱାଲ କଟକରେ ବେଲ ଚାରା ବଣ୍ଟନ ଓ ରୋପଣ ଅଭିଯାନ ଆରମ୍ଭ କରିଥିଲେ। ଥରେ ତାଙ୍କ ପରିବାରର ଲୋକମାନେ ଶ୍ରାବଣ ମାସରେ ଶିବପୂଜା ଓ ରୁଦ୍ରାଭିଷେକ ପାଇଁ ବେଲପତ୍ର ଯୋଗାଡ଼ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ପରେ ଅମିତ ବେଲଗଛ ଲଗାଇବା ଅଭିଯାନ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତିବର୍ଷ ଶ୍ରାବଣ ମାସରେ ସେ ଅତି କମ୍ରେ ୫୦ଟି ବେଲ ଚାରା ବଣ୍ଟନ ଓ ରୋପଣ କରିଥାନ୍ତି। ‘ଆପ୍ ଔର୍ ହମ୍’ (ଆପଣ ଓ ଆମେ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରି ଅମିତ ନିଜର ଅଭିଯାନ ଚଳାଇଛନ୍ତି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ରୁଦ୍ରାଭିଷେକ ଆୟୋଜନ କରାଯାଇ ବାରାଣସୀରୁ ବ୍ରାହ୍ମଣ ଆସି ଶିବପୂଜାର୍ଚ୍ଚନା ସହିତ ଏହି ପବିତ୍ର କାର୍ଯ୍ୟକ୍ରମ କରାଯାଇ ଆସୁଛି। ୧୫ ବର୍ଷ ତଳର ସେଦିନର କଥାକୁ ମନେ ପକାଇ ଅମିତ କହନ୍ତି, ‘‘ବେଲଗଛ ପ୍ରତ୍ୟେକ ମଣିଷ ପାଇଁ ଅମୂଲ୍ୟ ସଂପଦ। ଆୟୁର୍ବେଦରେ ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଏକ ମହୌଷଧୀ ସହ ତୁଳନା କରାଯାଇଛି। ଧାର୍ମିକ ଦୃଷ୍ଟିରୁ ବେଲଗଛକୁ ପୂଜାର୍ଚ୍ଚନା କଲେ ଲକ୍ଷେ ଶିବ ପୂଜା ଫଳପ୍ରାପ୍ତି ହୁଏ ବୋଲି ବର୍ଣ୍ଣନା ରହିଛି। ତେଣୁ ମୁଁ ଭାବିଲି ବେଲଗଛ ଲଗାଇବା ସହ ଲୋକଙ୍କୁ ଧାର୍ମିକ ଭାବନା ସହ ଯୋଡ଼ିହେବ। ଏଥିସହ ରୁଦ୍ରାଭିଷେକ ମାଧ୍ୟମରେ ଜଳ ସଂରକ୍ଷଣର ଗୁରୁତ୍ବ ଓ ମହତ୍ତ୍ବ ସଂପର୍କରେ ଲୋକମାନେ ସଚେତନ ହୋଇପାରିବେ। ଭାବ ଓ ଭକ୍ତିର ବନ୍ଧନରେ ପରିବେଶ ସୁରକ୍ଷା କାର୍ଯ୍ୟ ବି ହୋଇପାରିବ। ଶ୍ରାବଣରେ ଶିବପୂଜାରେ ବେଲ ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ବାର୍ତ୍ତା ଦେଇ ମୁଁ ଗଭୀର ଆତ୍ମସନ୍ତୋଷ ଲାଭ କରେ।’’
ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ କଲବଲ: ଭୁଲ୍ କାହାର, ଭୋଗୁଛି କିଏ?
ଭୁବନେଶ୍ୱର: ଜନ୍ମ-ମୃତ୍ୟୁ ପଞ୍ଜୀକରଣ ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କଲେ। ପୂର୍ବର ଲମ୍ବାଧାଡ଼ି ଓ ସମୟ ସାପେକ୍ଷ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଉଭୟ ଆବେଦନ ଓ ପ୍ରମାଣପତ୍ର ପାଇବା ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ଲାଗୁ ହେଲା। ଆଉ ଲୋକଙ୍କୁ ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟକୁ ମାସ ମାସ ଦୌଡ଼ିବାକୁ କି ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଆବେଦନ କରିବାକୁ ପଡ଼ିବନି ବୋଲି ସରକାର ଲକ୍ଷ୍ୟ ରଖିଲେ। କିନ୍ତୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ ଏବେ ବି ପୁରୁଣା ବ୍ୟବସ୍ଥାରୁ ବାହାରି ପାରିନି। ସେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ହେଉ କି ନାମ ପରିବର୍ତ୍ତନ ପ୍ରମାଣପତ୍ର, ଏବେ ବି ଆବେଦନକାରୀଙ୍କୁ ମାସ ମାସ ଧରି କାର୍ଯ୍ୟାଳୟକୁ ଦୌଡ଼ାଯାଉଛି। କାର୍ଯ୍ୟାଳୟର ଭୁଲ୍ ପାଇଁ ଭୋଗୁଛନ୍ତି ନିରୀହ ଲୋକେ। ତ୍ରୁଟିପୂର୍ଣ୍ଣ ପ୍ରମାଣପତ୍ର ଦେଇ ଲୋକଙ୍କୁ ହଇରାଣ କରୁଛନ୍ତି କାର୍ଯ୍ୟାଳୟ କର୍ତ୍ତୃପକ୍ଷ। ଏଣୁ ଲୋକେ ଜରୁରିକାଳୀନ ସମୟରେ ବି ପ୍ରମାଣପତ୍ର ନପାଇ ଅସୁବିଧାରେ ପଡ଼ୁଛନ୍ତି। ଖାରବେଳନଗରରେ ରହିଛି ବିଏମ୍ସିର ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟ। ସେ ଜନ୍ମ ପ୍ରମାଣପତ୍ର ହେଉ କି ମୃତ୍ୟୁ ପ୍ରମାଣପତ୍ର ଅବା ନାମ ସଂଶୋଧନ ପରବର୍ତ୍ତୀ ପ୍ରମାଣପତ୍ର, ଦୈନିକ ୨୫ରୁ ୫୦ଟି ଆବେଦନ ଏଠାରେ ପଡ଼ୁଛି। ଭୁବନେଶ୍ବରର ମୂଳବାସିନ୍ଦା ଜଣେ ମହିଳା କହିଛନ୍ତି, ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଝିଅର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଜନ୍ମ ପ୍ରମାଣପତ୍ର ପାଇଁ ଅନ୍ଲାଇନ୍ରେ ସେ ଆବେଦନ କରିଥିଲେ। କିନ୍ତୁ ପ୍ରମାଣପତ୍ରରେ ଝିଅର ନାମ ତ୍ରୁଟିପୂର୍ଣ୍ଣ ରହିଥିଲା। କାର୍ଯ୍ୟାଳୟକୁ ମାସାଧିକ କାଳ ଦୌଡ଼ିବା ସହ ଏକାଧିକ ଥର ଅଭିଯୋଗ ପରେ ତାଙ୍କୁ ତ୍ରୁଟିଶୂନ୍ୟ ଜନ୍ମ ପ୍ରମାଣପତ୍ର ମିଳିଥିଲା। ସେହିଭଳି ରଙ୍ଗମାଟିଆର ପ୍ରିୟଦର୍ଶିନୀ ବେହେରା ତାଙ୍କର ଓ ତାଙ୍କ ଦୁଇ ଝିଅର ନାମ ସଂଶୋଧନ ପାଇଁ ଆବଶ୍ୟକ ସତ୍ୟପାଠ ଓ ଅନ୍ୟ ପ୍ରମାଣପତ୍ର ସହ ଆବେଦନ କରିଥିଲେ। ହେଲେ ଜନ୍ମ ପ୍ରମାଣପତ୍ରରେ ତାଙ୍କ ଝିଅ ନାମ ତ୍ରୁଟିପୂର୍ଣ୍ଣ ରହିଥିବା ବେଳେ ଦୁଇଝିଅଙ୍କର ଜନ୍ମ ପ୍ରମାଣପତ୍ରରେ ବି ଭୁଲ୍ ରହିଥିଲା। ଅଭିଯୋଗ କରିବାରୁ ଆବଶ୍ୟକ ସଂଶୋଧନ କରିଦେବେ ବୋଲି କହିଥିଲେ। କିନ୍ତୁ ଦ୍ବିତୀୟ ଥର ବି ଘଟଣାର ପୁନରାବୃତ୍ତି ଘଟିଲା। ତୃତୀୟ ଥରରେ ଯାଇ ଜନ୍ମ ପ୍ରମାଣପତ୍ରରେ ନାମ ଠିକ୍ ଆସିଥିଲା। ଅଭିଯୋଗ ହୋଇଛି, ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସରଳୀକରଣ ବ୍ୟବସ୍ଥାକୁ ଅଧିକ ଜଟିଳ କରି ଦେଉଛନ୍ତି ଜନ୍ମ-ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ କାମ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନେ। ସେମାନେ ଯଦି ନିଜ କାମ ଠିକ୍ କରନ୍ତେ, ଏଭଳି ଅସୁବିଧା ଭୋଗିବାକୁ ପଡ଼ନ୍ତାନି। ଏ ସଂପର୍କରେ ବିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ଅନେକ ସମୟରେ ଡାକ୍ତରଖାନାରୁ ଆମକୁ ତ୍ରୁଟିପୂର୍ଣ୍ଣ କାଗଜପତ୍ର ଆସି ପହଞ୍ଚୁଛି। ଯେଉଁଥିପାଇଁ ଜନ୍ମ କି ମୃତ୍ୟୁ ପ୍ରମାଣପତ୍ର, ଦେବା ବେଳେ ତ୍ରୁଟି ରହୁଛି। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ନାମ ସଂଶୋଧନ କରି ଠିକ୍ ନାମ ଦେଲେ, ଆମେ ନାମ ସଂଶୋଧନ କରୁଛୁ। ନିୟମାନୁଯାୟୀ, ଆମେ ଡାକ୍ତରଖାନା କାଗଜପତ୍ର ଆଧାରରେ ହିଁ ନାମ ପଞ୍ଜୀକରଣ କରିପାରିବୁ। ବାକି ନାମ ସଂଶୋଧନ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହୁଛି, ଦେଖିବି ବୋଲି ସେ କହିଛନ୍ତି।
ଶ୍ରାବଣରେ ଶୁଖିଲା ଚାଷଜମି ଅଟକିଛି ଧାନରୁଆ, ବିହୁଡା
ରିଷିଡ଼ା,୨୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ଖରିଫରେ ବର୍ଷାଭାବ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ଶ୍ରାବଣ ମାସରେ ଚାଷ ଜମିରେ ପାଣି ନାହିଁ। ଫଳରେ ଧାନରୁଆ ଓ ବିହୁଡା କାର୍ଯ୍ୟ ଅଟକି ରହିଛି। ରିଷିଡ଼ା ଗ୍ରାମର ପ୍ରମୋଦ ସାହୁ, ପୌରକେଲା ଗ୍ରାମର ଦୟାନିଧି ସାହୁ, କର୍ଲାମୁଣ୍ଡାରୁ ନନ୍ଦୀକିଶୋର ଭୋଇ ପ୍ରମୁଖ ଚାଷୀମାନେ ଏହା ପ୍ରାକ ମରୁଡ଼ିର ସୂଚନା ବୋଲି କହିଛନ୍ତି। ଚଳିତ ବର୍ଷା ଋତୁରେ କେବେ କେମିତି କାଁ ଭାଁ ବର୍ଷା ହେଉଛି। ପୋଖରୀ, […] The post ଶ୍ରାବଣରେ ଶୁଖିଲା ଚାଷଜମି ଅଟକିଛି ଧାନରୁଆ, ବିହୁଡା appeared first on Dharitri Odia News .
ଚିଲିକା ଟାପୁରେ ମରୁଡ଼ି ଚିନ୍ତା ; ଶ୍ରାବଣରେ ଶୁଖିଲା ପଡ଼ିଛି ଜମି
କନକ ବ୍ୟୁରୋ : ଚିଲିକା କୂଳରେ ମରୁଡ଼ି ଚିନ୍ତା । ଶ୍ରାବଣରେ ଶୁଖିଲା ପଡ଼ିଛି ଚିଲିକାର ଟାପୁ ଅଞ୍ଚଳ । ଜମି ଶୁଖି ଫାଟି ଆଁ କରିବାକୁ ବସିଲାଣି । ଏଭଳି ପରିସ୍ଥିତିକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ରାଜ୍ୟର କେଉଁଠି ବର୍ଷୁଛି, ପୁଣି କେଉଁଠି ଗଜା ମରୁଡ଼ି ସ୍ଥିତି । ଚାରିପଟେ ଚିଲିକାର ପାଣି ଥାଇ ବି ମରୁଡ଼ି ଭଳି ପରିସ୍ଥିତିକୁ ସାମନା କରିବାକୁ ଯାଉଛନ୍ତି ଚାଷୀ । ଜମି ଶୁଖି ଆଁ କଲାଣି । ଧାନ ଗଛ ପୋଡ଼ିଗଲାଣି । ଯାହାକୁ ଦେଖି ଚିନ୍ତାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଚାଷୀ। ପ୍ରାୟ ୬ହଜାର ୫୦୦ ହେକ୍ଟର ଚାଷ ଜମି ଏବେ ପଡ଼ିଆ ପଡ଼ିଛି। ବଡ଼ଅଁଳ ଗାଁର ଚାଷୀ ବିଲରେ ଧାନ ବୁଣି ବର୍ଷାକୁ ଚାହିଁଛି। ବିଲରେ ଧାନ ତଳି ବଡ଼ ହୋଇଗଲାଣି। କିନ୍ତୁ ବର୍ଷା ନହେବାରୁ ତଳି ବି ପୋଡ଼ି ଯାଉଛି। ଏଇ ଦିନେ ଦୁଇ ଦିନ ଭିତରେ ଯଦି ବର୍ଷା ହୁଏ, ପ୍ରାୟ ୮ ହଜାର ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଚାଷ କାମରେ ଟୋପାଏ ବର୍ଷା ପାଣି ପାଇଁ ଚାତକ ଭଳି ଚାହିଁ ରହିଛି ଚାଷୀ । ଚାଷ ପାଇଁ ଋଣ କରିଥିବା ଚାଷୀ ଏବେ କିପରି ସେ ଟଙ୍କା ସୁଝିବେ ସେ ନେଇ ଚିନ୍ତାରେ ଅଛନ୍ତି । ପ୍ରାୟ ମାସେରୁ ଅଧିକ ସମୟ ଧରି ବର୍ଷା ଟାପୁ ଅଞ୍ଚଳର ବାଟ ଭୁଲି ଯାଇଛି । ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ି ଏଠାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଚାଷୀ ଚାଷ ଜମିରେ ଗୋରୁ ଛାଡ଼ିବାକୁ ବାଧ୍ୟ ହେଉଛି । ଧାନ ଗଜାରୁ ନେଇ ତଳି ସବୁ ପୋଡ଼ି ଯାଉଥିବା ବେଳ ଏଥିପ୍ରତି ଗୁରୁତ୍ବ ଦିଆଯାଇ କିଛି ସହଯୋଗ କରାଯାଇପାରିଲେ ଚାଷୀମାନେ ଉପକୃତ ହୋଇପାରିବେ ।
ଏମିତି କି ଭୁଲ୍ କରିଛନ୍ତି ହରଭଜନ ସିଂ, ୨୦୦ଥର କ୍ଷମା ମାଗିବା ପରେ ମଧ୍ୟ ମନ ମାନୁନି
ନୂଆଦିଲ୍ଲୀ,୨୧।୭: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି। ଏହି ଭୁଲ୍ ପାଇଁ ସେ ୨୦୦ଥର କ୍ଷମା ମାଗିଛନ୍ତି। ଏହି ଭୁଲ୍କୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି। ହରଭଜନ ନିଜେ ଅଶ୍ୱିନଙ୍କ YouTube ପୋଡକାଷ୍ଟରେ କହିଛନ୍ତି। ଭଜ୍ଜୀଙ୍କୁ ଆଘାତ ଦେଇଥିବା ଘଟଣା ୨୦୦୮ ମସିହାରେ IPL ଗ୍ରାଉଣ୍ଡରେ ଘଟିଥିଲା। ସେତେବେଳେ ଭଜ୍ଜୀ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ଏବଂ ଶ୍ରୀସନ୍ଥ କିଙ୍ଗ୍ସ XI ପଞ୍ଜାବର ଅଂଶ ଥିଲେ। ଏକ ଲିଗ ମ୍ୟାଚ ସମୟରେ, ଭଜ୍ଜୀ […] The post ଏମିତି କି ଭୁଲ୍ କରିଛନ୍ତି ହରଭଜନ ସିଂ, ୨୦୦ଥର କ୍ଷମା ମାଗିବା ପରେ ମଧ୍ୟ ମନ ମାନୁନି appeared first on Dharitri Odia News .
ଶ୍ରାବଣର ଦ୍ଵିତୀୟ ସୋମବାରରେ ଖିଚିଂ ଚଳଚଞ୍ଚଳ
ମୟୂରଭଞ୍ଜ: ଶ୍ରାବଣର ଦ୍ଵିତୀୟ ସୋମବାରରେ ଖିଚିଂ ଚଳଚଞ୍ଚଳ ହୋଇ ଉଠିଛି। ମୟୂରଭଞ୍ଜ ଜିଲ୍ଲାର ବହୁ ପୁରାତନ ଶୈବ ପୀଠ ଭାବେ ଚନ୍ଦ୍ରଶେଖର ମନ୍ଦିର ବେଶ୍ ପରିଚିତି ହାସଲ କରିଛି। ଏହି ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ପାଖରେ ରହିଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଏହି ମନ୍ଦିର ପାଖାପାଖି ୧୨ ଶହ ବର୍ଷ ପୁରୁଣା। ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ରାଜା ରାଜୁଡ଼ା ଅମଳରେ ମନ୍ଦିର ନିର୍ମାଣ କରାଯାଇ ଥିଲା। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଏହି ମନ୍ଦିରରେ କାଉଡ଼ିଆମାନେ ଜଳାଭିଷେକ କରିବା ପାଇଁ ଭିଡ଼ ଲଗାଇ ଥାଆନ୍ତି। ବହୁ ଦୂରଦୂରାନ୍ତରୁ ଓଡ଼ିଶା ତଥା ବାହାର ରାଜ୍ୟରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ବାବା ଚନ୍ଦ୍ରଶେଖର ଏବଂ ମା’ କିଚକେଶ୍ୱରୀଙ୍କ ଠାରେ ମଣ୍ଡା ମାନସିକ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ବାସ ରହିଛି। ଚଳିତ ବର୍ଷ ଶ୍ରାବଣର ଦ୍ଵିତୀୟ ସୋମବାରରେ କାଉଡ଼ିଆମାନେ ବାବା ଚନ୍ଦ୍ରଶେଖରଙ୍କ ପାଖରେ ଜଳାଭିଷେକ କରିବା ପାଇଁ ଲମ୍ବା ଧାଡ଼ି ଲଗାଇଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳିତ ଭାବରେ ଦୂରଦୂରାନ୍ତରରୁ ଆସିଥିବା କାଉଡ଼ିଆମାନେ ବାବାଙ୍କ ପାଖରେ ଜଳାଭିଷେକ କରି ଘରକୁ ଫେରିଥିଲେ । Mayurbhanj | chandrasekhar temple | Kichakeswari Temple | Khiching
ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ମହାକାଳେଶ୍ୱର ଧାମରେ ଶିବଭକ୍ତଙ୍କ ଜଳାଭିଷେକ
କନକ ବ୍ୟୁରୋ: ଆଜି ଶ୍ରାବଣର ଦ୍ବିତୀୟ ସୋମବାର । ଦ୍ୱିତୀୟ ସୋମବାର ଅବସରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ଉଜ୍ଜୟିନୀର ମହାକାଳେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବାବା ମହାକାଳଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶିବଭକ୍ତ ଏଠାରେ ସମବେତ ହୋଇଛନ୍ତି । ଶ୍ରାବଣ ସୋମବାର ଅବସରରେ ମନ୍ଦିରର ପରମ୍ପରା ଅନୁଯାୟୀ, ବ୍ରହ୍ମ ମୁହୂର୍ତ୍ତରେ ଭୋର ୨:୩୦ରେ ମନ୍ଦିରର କବାଟ ଖୋଲାଯାଇଥିଲା । ଏହାପରେ ପଞ୍ଚାମୃତରେ ବାବା ମହାକାଳଙ୍କୁ ଅଭିଷେକ କରାଯାଇଥିଲା । ଏହାପରେ ତାଙ୍କର ଭସ୍ମ ଆଳତି କରାଯାଇ ଏକ ସୁନ୍ଦର ରୂପରେ ଶୃଙ୍ଗାର କରାଯାଇଥିଲା। ସକାଳୁ ସକାଳୁ ଏହି ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ରାତିରୁ ହିଁ ଲମ୍ବା ଧାଡ଼ିରେ ଅପେକ୍ଷା କରି ରହିଥିଲେ। ଦିନ ତମାମ ଜୟ ମହାକାଳ ଏବଂ ହର ହର ମହାଦେବ ଧ୍ୱନିରେ ସମଗ୍ର ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା । ପରମ୍ପରା ଅନୁଯାୟୀ, ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ବାବା ମହାକାଳ ନିଜ ପ୍ରଜାଙ୍କ ସମସ୍ୟା ଜାଣିବା ପାଇଁ ନଗର ଭ୍ରମଣରେ ବାହାରିଥାନ୍ତି। ଆଜି ଦ୍ୱିତୀୟ ସୋମବାରରେ ମଧ୍ୟ ସନ୍ଧ୍ୟାରେ ମହାକାଳଙ୍କର ଏକ ବିଶାଳ ପଟୁଆର ବାହାରିବ । ବାବା ମହାକାଳଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବିରାଜମାନ କରାଇ ସହର ପରିକ୍ରମା କରାଯିବ । ଏହି ଶୋଭାଯାତ୍ରା ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି । ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ବାହାରେ ଏକ ବଡ଼ ମେଳାର ଆୟୋଜନ କରାଯାଇଛି । ଏଠାରେ ପୂଜା ସାମଗ୍ରୀ, ଫୁଲ, ଫଳ, ଖେଳନା ଏବଂ ବିଭିନ୍ନ ପ୍ରକାରର ଖାଦ୍ୟପେୟର ଦୋକାନ ବଜାର ଲାଗିଛି । ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ମେଳାରେ ବୁଲାବୁଲି କରିବା ସହ କିଣାକିଣି କରୁଛନ୍ତି, ଯାହାଫଳରେ ପରିବେଶ ଆହୁରି ଉତ୍ସବମୁଖର ହୋଇଉଠିଛି।ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନେ ସ୍ଥାନେ ବ୍ୟାରିକେଡ୍ ଲଗାଯିବା ସହ ବହୁ ସଂଖ୍ୟାରେ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି ।
ଶ୍ରାବଣ ଦ୍ୱିତୀୟ ସୋମବାର: ଦେବଗିରି ଧାମରେ କାଉଡ଼ିଆଙ୍କ ଭିଡ଼
କଲ୍ୟାଣସିଂହପୁର: ଆଜି ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଏଥିଲାଗି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦରରେ ଥିବା ପ୍ରସିଦ୍ଧ ଦେବଗିରି ପୀଠ ପାହାଡ ପଞ୍ଚମୁଖେଶ୍ୱରଙ୍କ ନିକଟରେ ଶହ ଶହ କାଉଡିଆ ଭକ୍ତଙ୍କ ଭିଡ ଜମିଛି। ବିଭିନ୍ନ ଜିଲ୍ଲା ରୁ କାଉଡିଆମାନେ ଆସି ବାବାଙ୍କ ନିକଟରେ ଜଳାଭିଷେକ କରିଛନ୍ତି । ପ୍ରଥମ ସୋମବାରଠାରୁ ଦ୍ୱିତୀୟ ସୋମବାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତ ମାନଙ୍କ ପାଇଁ ଦେବଗିରି ଆଶ୍ରମ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ରାୟଗଡା, […]
କାଉଁଡ଼ିଆଙ୍କ ରାସ୍ତାରେ ପଡିଛି ପୁଳା ପୁଳା ମାଂସ ଖଣ୍ଡ, ଶ୍ରାବଣ ମାସରେ କିଏ କଲା ଏହି ପାପ?
ଉତ୍ତରପ୍ରଦେଶ: ଏବେ ସବୁଠି ରାସ୍ତାରେ କାଉଁଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କାଉଁଡିଆଙ୍କ ସୁରକ୍ଷିତ ଯାତ୍ରାର ଆୟୋଜନ ମଧ୍ୟ କରାଯାଉଛି। ଏତେ ସବୁ ପରେ ବି କାଉଁଡିଆଙ୍କ ଯିବା ରାସ୍ତାରେ ପଡିଛି ପୁଳା ପୁଳା ମାଂସ ଖଣ୍ଡ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଏବଂ ରାସ୍ତା ଉପରୁ ମାଂସ ଖଣ୍ଡକୁ ଉଠାଇବାର ବ୍ୟବସ୍ଥା କରିଛି। କାଉଁଡ଼ିଆଙ୍କ ରାସ୍ତାରେ ମାଂସ ଖଣ୍ଡ: […]
ଶ୍ରାବଣ ମାସ ଦ୍ୱିତୀୟ ସୋମବାର; ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ପାଣି ଭାର ଉଠାଇ ମାଇଲ ମାଇଲ ବାଟ ଚାଲି ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥାଆନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥାଆନ୍ତି । ତେବେ ଏନେଇ ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡ଼ିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଟକର ବାବା ଧବଳେଶ୍ୱର, ବାଲେଶ୍ୱର ନୀଳଗିରି ପଞ୍ଚଲିଙ୍ଗେଶ୍ୱର, ଲିଙ୍ଗରାଜ, କପିଳାସ, ଆରଡି ଆଦି ଶିବ ମନ୍ଦିର କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇଛି ଉତ୍ତର ଓଡିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ । ଜଳଭିଷେକ ନିମନ୍ତେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ପାଞ୍ଚୋଟି ଶୈବପୀଠରେ ଯେତିକି ପୂଣ୍ୟ ମିଳିଥାଏ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ସେତିକି ପୁଣ୍ୟ ମିଳିଥାଏ । ଭକ୍ତ ମାନେ ନଦୀରୁ ପାଣି ଉତ୍ତୋଳନ କରି ବାବାଙ୍କୁ ଜଳଭିଷେକ କରିବା ସହ ସ୍ପର୍ଶ କରି ଆର୍ଶିବାଦ ଲାଭ କରୁଛନ୍ତି ।
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରାବଣମାସର ୨ୟ ସୋମବାର ପାଇଁ ରବିବାର ଠାରୁ ଆଖଣ୍ଡଳମଣିଙ୍କ ପୀଠରେ ଲାଗିଛି ହଜାରହଜାର କାଉଡିଆଙ୍କ ଭିଡ। ବୋଲ ବମ ହରହର ବମ ଧ୍ୱନିରେ ପ୍ରକମ୍ଫିତ ହେଉଛି ସମଗ୍ର ଆରଡିପୀଠ। ହଜାରହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ୱରେ ପୁଲିସ ମୁତୟନ ରହିଥିବା ବେଳେ ନଦୀରେ ପଇଁତରା ମାରୁଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ଏପଟେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାହାସହ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୨୪ଘଂଟିଆ ପେଟ୍ରୋଲିଂ ବ୍ୟବସ୍ଥା ସହ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। Continue reading ଶ୍ରାବଣମାସର ୨ୟ ସୋମବାର ପାଇଁ ଆରଡି ପୀଠରେ ଲାଗିଛି କାଉଡିଆଙ୍କ ଭିଡ, ଭିଡକୁ ଦୃଷ୍ଟିରେ ରଖି ପୀଠରେ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ଶ୍ରାବଣ ମାସରେ କିପରି ପାଇବ ପ୍ରଭୁଙ୍କ କୃପା…
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବଙ୍କୁ ଏହି ପବିତ୍ର ମାସରେ ନିଷ୍ଠାର ସହ ଉପାସନା କଲେ ପ୍ରଭୁ କୃପା ମିଳିବା ସହ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ତେବେ ଏହି ମାସରେ ଆଉ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ… * ଏହି ମାସରେ ବ୍ରାହ୍ମଣ ତଥା ଗରିବ, ଅସହାୟ ଲୋକଙ୍କୁ ଦାନପୁଣ୍ୟ କରିବା ଶୁଭ। ଖାସ୍ କରି ଅନ୍ନ, ବସ୍ତ୍ର, ଜଳ, ଛତା ତଥା […] The post ଶ୍ରାବଣ ମାସରେ କିପରି ପାଇବ ପ୍ରଭୁଙ୍କ କୃପା… appeared first on Dharitri Odia News .
ଶ୍ରାବଣ ମାସରେ ଆମିଷ ବିକ୍ରି କୁ ନେଇ ହଙ୍ଗାମା, ଆମେ ଖାଇବୁନି କାହାକୁ ଖାଇବାକୁ ବି ଦେବୁନି
ଉତ୍ତରପ୍ରଦେଶ: ଏବେ ଚାଲିଛି ଶ୍ରାବଣ ମାସ। ତେଣୁ ସୋମବାରରେ ପ୍ରତ୍ୟେକ ଶିବ ମନ୍ଦିରରେ କାଉଁଡିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଯେହେତୁ ଶ୍ରାବଣ ମାସ ଚାଲିଛି ତେଣୁ ଆମିଷ ଦୋକାନରେ ଆଉ ପୂର୍ବପରି ଭିଡ଼ ଦେଖିବାକୁ ମିଳୁନି। ଏବେ ଅଧିକାଂଶ ଲୋକ ଆମିଷ ଛାଡ଼ି ନିରାମିଷ ଖାଉଛନ୍ତି। ତେଣୁ କିଛି ଲୋକ ନିଜେ ଆମିଷ ଖାଉ ନଥିବାରୁ ଆମିଷ ଦୋକାନ ଆଗରେ ହଙ୍ଗାମା କରିବା ଆରମ୍ଭ କରିଛନ୍ତି। କିଛି ହିନ୍ଦୁ ରକ୍ଷା ଦଳ KFC ଏବଂ ନାଜିର ରେଷ୍ଟୁରାଣ୍ଟ […]
ଶ୍ରାବଣରେ କାହିଁକି ଲାଗେ ଶିବଭକ୍ତଙ୍କ ପ୍ରବଳ ଭିଡ଼, ଜାଣନ୍ତୁ ମହାଦେବଙ୍କ ପୂଜାର ୭ଟି ବଡ଼ ଲାଭ
କନକ ବ୍ୟୁରୋ: ଶ୍ରାବଣ ମାସକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ଏହି ମାସ ସମ୍ପୂର୍ଣ୍ଣ ରୂପେ ଭଗବାନ ଶିବଙ୍କୁ ସମର୍ପିତ । ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଶିବାଳୟଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । କାଉଡ଼ିଆମାନେ ପବିତ୍ର ନଦୀରୁ ଜଳ ଆଣି ମାଇଲ ମାଇଲ ବାଟ ପାଦରେ ଚାଲି ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରନ୍ତି । କିନ୍ତୁ କେବେ ଭାବିଛନ୍ତି, ଶ୍ରାବଣ ମାସରେ ହିଁ ମହାଦେବଙ୍କ ପୂଜା ପାଇଁ ଏତେ ଭିଡ଼ କାହିଁକି ହୁଏ ? ଏହି ପୂଜାର କ’ଣ ଲାଭ ରହିଛି ? ଆସନ୍ତୁ ଜାଣିବା ଏହାର ପୌରାଣିକ କାରଣ ଏବଂ ୭ଟି ମୁଖ୍ୟ ଲାଭ ବିଷୟରେ । ଶ୍ରାବଣ ମାସରେ ଶିବ ପୂଜାର ପୌରାଣିକ କାରଣ ଏହାର ମୁଖ୍ୟ କାରଣ ସମୁଦ୍ର ମନ୍ଥନ ସହିତ ଜଡ଼ିତ । ପୁରାଣ ଅନୁସାରେ, ଯେତେବେଳେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରୁଥିଲେ, ସେତେବେଳେ ସେଥିରୁ ହଳାହଳ ନାମକ ଭୟଙ୍କର ବିଷ ବାହାରିଥିଲା । ଏହି ବିଷର ପ୍ରଭାବରେ ସମଗ୍ର ସୃଷ୍ଟିର ବିନାଶ ହେବାର ଆଶଙ୍କା ଦେଖାଦେଲା । ସେତେବେଳେ ସୃଷ୍ଟିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ସେହି ବିଷକୁ ପାନ କରି ନିଜ କଣ୍ଠରେ ଧାରଣ କରିଥିଲେ, ଯେଉଁଥିପାଇଁ ତାଙ୍କ କଣ୍ଠ ନୀଳ ପଡ଼ିଗଲା ଏବଂ ସେ ନୀଳକଣ୍ଠ ନାମରେ ପରିଚିତ ହେଲେ । ବିଷ ପାନ କରିବା ଯୋଗୁଁ ଭଗବାନ ଶିବଙ୍କ ଶରୀରରେ ପ୍ରବଳ ରାଗ ସୃଷ୍ଟି ହେଲା । ଏହି ରାଗ ବା କ୍ରୋଧକୁ ଶାନ୍ତ କରିବା ପାଇଁ ସମସ୍ତ ଦେବତାମାନେ ତାଙ୍କ ଉପରେ ଜଳ ଅର୍ପଣ କରିଥିଲେ । ଏହି ଘଟଣା ଶ୍ରାବଣ ମାସରେ ଘଟିଥିଲା, ତେଣୁ ଏହି ମାସରେ ଭକ୍ତମାନେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କୁ ଶୀତଳତା ପ୍ରଦାନ କରିବା ସହ ତାଙ୍କ କୃପା ଲାଭ କରନ୍ତି । ଶ୍ରାବଣରେ ମହାଦେବଙ୍କ ପୂଜାର ୭ଟି ବଡ଼ ଲାଭ ୧. ମନୋକାମନା ପୂରଣ: ଭଗବାନ ଶିବଙ୍କୁ ଆଶୁତୋଷ ମଧ୍ୟ କୁହାଯାଏ, ଅର୍ଥାତ୍ ସେ ଅତି ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି । ଶ୍ରାବଣ ମାସରେ ପବିତ୍ର ମନରେ କରାଯାଇଥିବା ପୂଜା ଦ୍ୱାରା ଭଗବାନ ଶିବ ସମସ୍ତ ମନୋକାମନା ପୂରଣ କରନ୍ତି । ୨. କଷ୍ଟ ଓ ପୀଡ଼ାରୁ ମୁକ୍ତି: ଯେଉଁ ବ୍ୟକ୍ତି ଶାରୀରିକ କିମ୍ବା ମାନସିକ କଷ୍ଟରେ ପୀଡ଼ିତ, ସେମାନେ ଶ୍ରାବଣ ମାସରେ ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତି ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ପାଇଥାନ୍ତି । ୩. ସୁଖମୟ ଦାମ୍ପତ୍ୟ ଜୀବନ: ମାତା ପାର୍ବତୀ ମଧ୍ୟ ଶ୍ରାବଣ ମାସରେ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପତି ରୂପରେ ପାଇଥିଲେ । ତେଣୁ, ଅବିବାହିତ କନ୍ୟାମାନେ ଏହି ମାସରେ ବ୍ରତ ରଖିଲେ ମନମୁତାବକ ଜୀବନସାଥୀ ପାଆନ୍ତି ଏବଂ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ପୂଜା କରନ୍ତି । ୪. ଦୋଷ ନିବାରଣ (କାଳସର୍ପ ଓ ଶନି ଦୋଷ): ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ କିମ୍ବା ଶନି ଦୋଷ ଥାଏ, ସେମାନଙ୍କ ପାଇଁ ଶ୍ରାବଣ ମାସରେ ଶିବ ପୂଜା କରିବା ଏକ ରାମବାଣ ସଦୃଶ । ଏହା ଦ୍ୱାରା ଗ୍ରହମାନଙ୍କର ଅଶୁଭ ପ୍ରଭାବ କମ୍ ହୋଇଥାଏ । ୫. ସ୍ୱାସ୍ଥ୍ୟ ଲାଭ ଓ ଦୀର୍ଘାୟୁ: ଶ୍ରାବଣ ମାସରେ ମହାଦେବଙ୍କୁ ବିଧିପୂର୍ବକ ପୂଜା କଲେ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ବ୍ୟକ୍ତି ରୋଗମୁକ୍ତ ହୋଇ ଦୀର୍ଘାୟୁ ହୋଇଥାଏ । ୬. ଧନ ଏବଂ ସମୃଦ୍ଧି: ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଆଖୁ ରସରେ ଅଭିଷେକ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଏ । ୭. ଆଧ୍ୟାତ୍ମିକ ଉନ୍ନତି ଓ ମୋକ୍ଷ ପ୍ରାପ୍ତି: ଶ୍ରାବଣ ମାସ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି ମାସରେ ନିୟମିତ ପୂଜା, ଉପବାସ ଏବଂ ଧ୍ୟାନ କରିବା ଦ୍ୱାରା ଆତ୍ମଶୁଦ୍ଧି ହୁଏ ଏବଂ ବ୍ୟକ୍ତି ମୋକ୍ଷ ପଥରେ ଅଗ୍ରସର ହୁଏ । ଏହି ସମସ୍ତ କାରଣ ଯୋଗୁଁ ଶ୍ରାବଣ ମାସ କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ଭକ୍ତି, ବିଶ୍ୱାସ ଏବଂ ଆତ୍ମଶୁଦ୍ଧିର ପ୍ରତୀକ, ଯେଉଁଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଏହି ମାସରେ ମହାଦେବଙ୍କ ଆରାଧନାରେ ଲୀନ ହୋଇଯାଆନ୍ତି ।
ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ
ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ ଖାଦ୍ୟ ଆଉଟଲେଟ, କେଏଫସି ଓ ନାଜିର ଫୁଡସ, ର ଶଟର ଜବରଦସ୍ତି ବନ୍ଦ କରି ଦେଇଛନ୍ତି। ଏହି ଘଟଣା ପୋଲିସ ଉପସ୍ଥିତିରେ ଘଟିଥିଲେ ମଧ୍ୟ ପୋଲିସ ମୌନ ଦର୍ଶକ ହିସାବରେ ରହିଥିଲା। ସୂତ୍ର ଅନୁସାରେ, ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ସମୟରେ ଏହି ଅଞ୍ଚଳରେ ଅଣ-ଶାକାହାରୀ ଖାଦ୍ୟ […] The post ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ appeared first on Dharitri Odia News .
Kanwar Yatra : ଶ୍ରାବଣ ମାସରେ KFC ବିକିବନି ଚିକେନ୍ ?
କନକ ବ୍ୟୁରୋ: କେଏଫ୍ସି…ପ୍ରତିଦିନ କୋଟି କୋଟି ଲୋକ ଏହିଠାରୁ ଅର୍ଡର କରି ନିଜ ମନପସନ୍ଦର ଖାଦ୍ୟ ଖାଇଥାଆନ୍ତି । ଖାସ୍ କରି ଚିକେନ୍ ଉପରେ ବିଭିନ୍ନ ପ୍ରକାର ଡିସ୍ ଏହିଠାରୁ ଅନଲାଇନ୍ରେ ଅର୍ଡର କରନ୍ତି । ଟେଷ୍ଟ ଯେମିତି…ଟଙ୍କା ବି ସେମିତି । କିନ୍ତୁ କେଏଫ୍ସିର ଚିକେନ୍କୁ ନେଇ ଯୁବପିଢିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ଚାଲେ । ହେଲେ ଏବେ କେଏଫ୍ସି ଆଉ ଚିକେନ୍ ବିକ୍ରି କରିପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାହିଁକି ଚିକେନ୍ ବିକିବ ନାହିଁ ସେନେଇ ବି ସ୍ପଷ୍ଟ କରାଯାଇଛି । ପୂରା ଦେଶରେ ଏବେ ଚାଲିଛି ଶ୍ରାବଣ ମାସ । ପ୍ରତି ସୋମବାର ଦେଶର ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗୁଛି । ମାସକ ସାରା ଭକ୍ତମାନେ ବୋଲବମ୍ ଯାଉଛନ୍ତି । ଖାସ୍ ଏଇଥି ପାଇଁ ଶ୍ରାବଣ ଯାତ୍ରା ସମୟରେ ଆମିଷ ଖାଦ୍ୟ ପରିବେଷଣକୁ ବିରୋଧ କରି ହିନ୍ଦୁ ରକ୍ଷା ଦଳ ପକ୍ଷରୁ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ KFC ଆଉଟଲେଟ୍ ସମ୍ମୁଖରେ ଜୋରଦାର ପ୍ରତିବାଦ କରାଯାଇଛି । ଯଦି ବ୍ୟବସାୟ କରିବାକୁ ଚାହୁଛ, ତେବେ କେବଳ ଶାକାହାରୀ ଅର୍ଥାତ୍ ନିରାମିଷ ଖାଦ୍ୟ ବିକ୍ରି କର ବୋଲି ସଂଗଠନ ଦାବି କରିଛି । ଏହି ସମୟରେ ପ୍ରତିବାଦକାରୀମାନେ ଜୟ ଶ୍ରୀରାମ ଏବଂ ହରହର ମହାଦେବ ଭଳି ସ୍ଲୋଗାନ ଦେଇ ଆଉଟଲେଟର ସଟର୍ ବନ୍ଦ କରିଦେଇଥିଲେ। ସୂଚନା ଅନୁସାରେ,ହିନ୍ଦୁ ରକ୍ଷା ଦଳର ଶତାଧିକ କର୍ମୀ ଗାଜିଆବାଦର ଇନ୍ଦିରାପୁରମ୍ ଅଞ୍ଚଳରେ ଥିବା KFC ରେସ୍ତୋରାଁରେ ପହଞ୍ଚିଥିଲେ । ପରେ ପରେ ସେମାନେ ଦାବି କରିଥିଲେ , ପବିତ୍ର ଶ୍ରାବଣ ମାସ ଏବଂ କାଉଡ଼ିଆ ଯାତ୍ରା ସମୟରେ ଆମିଷ ଖାଦ୍ୟ ବିକ୍ରି ବନ୍ଦ କରାଯାଉ । ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତ ପାଣି ନେଇ ଯାଉଛନ୍ତି । ତେଣୁ ଏହି ସମୟରେ ଆମିଷ ଖାଦ୍ୟ ଓ ଆମିଷ ଖାଦ୍ୟର ଗନ୍ଧ ସେମାନଙ୍କୁ କଷ୍ଟ ଦେଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଆନ୍ଦୋଳନକାରୀମାନେ କେବଳ ଆଉଟଲେଟ୍ ବନ୍ଦ କରିନାହାନ୍ତି ବରଂ କର୍ମଚାରୀମାନଙ୍କୁ କେବଳ ଶାକାହାରୀ ଖାଦ୍ୟ ପରିବେଷଣ କରିବାକୁ ଅନୁରୋଧ ବି କରିଛନ୍ତି । ହିନ୍ଦୁ ରକ୍ଷା ଦଳର ମୁଖ୍ୟ ପିଙ୍କି ଚୌଧୁରୀ କହିଛନ୍ତି, ଆମର ବାର୍ତ୍ତା ସ୍ପଷ୍ଟ ରହିଛି । ଆମେ ସମସ୍ତ ଆମିଷ ଖାଦ୍ୟ ବିକ୍ରୟ କରୁଥିବା ଦୋକାନକୁ କାଉଡିଆ ଯାତ୍ରା ସମୟରେ ଆମିଷ ବେପାର ବନ୍ଦ ରଖିବାକୁ ଅନୁରୋଧ କରୁଛୁ । ଯଦି ସେମାନେ ଖୋଲା ରଖିବାକୁ ଚାହାନ୍ତି, ତେବେ କେବଳ ଶାକାହାରୀ ଖାଦ୍ୟ ବିକ୍ରି କରନ୍ତୁ। ସଂଗଠନ ପକ୍ଷରୁ ଏନେଇ ସ୍ଥାନୀୟ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ କାଉଡ଼ିଆ ଯାତ୍ରା ହେଉଥିବା ରାସ୍ତାର ୧୦୦ରୁ ୨୦୦ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଆମିଷ ରେସ୍ତୋରାଁକୁ ବନ୍ଦ କରିବାକୁ ଦାବି କରାଯାଇଛି। ସେପଟେ, ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଟ୍ରାନ୍ସ-ହିଣ୍ଡନର ଡିସିପି ନିମିଶ ପାଟିଲ କହିଛନ୍ତି, ଯେଉଁମାନେ ଜିଲ୍ଲାରେ ଅଶାନ୍ତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଶ୍ରାବଣ ସୋମବାର ଯାତ୍ରା ସମୟରେ ଆମିଷ ବିକ୍ରି ହେବ କି ନାହିଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ପବିତ୍ର ଶ୍ରାବଣ ମାସରେ ଜପନ୍ତୁ ମହାଦେବଙ୍କ ଏହି ୧୦ ମନ୍ତ୍ର, ଅଟକିଥିବା କାର୍ଯ୍ୟ ହେବ ସିଦ୍ଧ
ଓଡିଶା ଭାସ୍କର : ଶ୍ରାବଣ ମାସ ୧୧ ଜୁଲାଇରେ ଆରମ୍ଭ ହୋଇଥିଲା ଏବଂ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ପବିତ୍ର ସାୱନ ମାସର ପ୍ରତ୍ୟେକ ଦିନ ଶିବ ପୂଜା ପାଇଁ ଉତ୍ସର୍ଗୀକୃତ ଏବଂ ପ୍ରତ୍ୟେକ ଦିନ ଏକ ଉତ୍ସବ ପରି ମନେହୁଏ। ଏହି ସମ୍ପୂର୍ଣ୍ଣ ମାସରେ, ଶିବ ଭକ୍ତମାନେ ସେମାନଙ୍କର ପ୍ରିୟ ଦେବାଧି ଦେବ ମହାଦେବଙ୍କ ପୂଜାରେ ବୁଡ଼ି ରୁହନ୍ତି । ଯଦି ଆପଣ ଶ୍ରାବଣ ମାସରେ ପୂଜା, ଉପବାସ, ଜଳାଭିଷେକ ଏବଂ ରୁଦ୍ରାଭିଷେକ ଇତ୍ୟାଦି […]
ଶ୍ରାବଣ ମାସରେ ରୂପାର ନନ୍ଦୀ ଘରକୁ ଆଣିଲେ କ’ଣ ହୁଏ ? ଜାଣନ୍ତୁ ଏହାର ଚମତ୍କାରିତା
ଓଡ଼ିଶା ଭାସ୍କର: ଶ୍ରାବଣ ମାସରେ ଶିବଙ୍କ ପୂଜା ବହୁତ ଶୁଭ ବୋଲି ମାନାଯାଏ । ଏହି ମାସରେ, ଭକ୍ତମାନେ ଶିବଙ୍କ ଆଶୀର୍ବାଦ ପାଇଁ ଉପବାସ, ପୂଜା, ଭଜନ, ମନ୍ତ୍ର ଜପ, କାଉଁଡ଼ି ଯାତ୍ରା ଏବଂ ଧ୍ୟାନ ଇତ୍ୟାଦି କରନ୍ତି। ଏହା ସହିତ, ଏହି ସମୟରେ ଭକ୍ତମାନେ ଘରେ ଭଗବାନ ଶିବଙ୍କ ସହିତ ଜଡିତ ଅନେକ ଜିନିଷ ମଧ୍ୟ ସ୍ଥାପନ କରନ୍ତି। ନନ୍ଦୀଙ୍କୁ ଭଗବାନ ଶିବଙ୍କ ବାହନ ବୋଲି କୁହାଯାଏ ଏବଂ ଅନେକ ଲୋକ ଶ୍ରାବଣ ସମୟରେ ଘରେ […]
ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….
ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ ପୋଷକ ତତ୍ତ୍ୱ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ସିଡ୍ସ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ। ସମସ୍ତ ସିଡ୍ସ ମଧ୍ୟରୁ ଗୋଟିଏ ହେଲା ଚିଆ ସିଡ୍ସ। ଏହାକୁ ଖାଇବା ଦ୍ୱାରା ଅଗଣିତ ଲାଭ ମିଳିଥାଏ। ଚିଆ ସିଡ୍ସର ସେବନ ସ୍ବାସ୍ଥ୍ୟ ପକ୍ଷେ ଲାଭକାରୀ ବୋଲି କୁହାଯାଏ। ହେଲେ ଏହାକୁ କେଉଁଭଳି ଭାବେ […] The post ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ…. appeared first on Dharitri Odia News .
ଶୁଣ ସରକାର! ମାମଲାର ତଦନ୍ତ ହେଉ; ଭୁଲ୍ ନଥିଲେ ଅଭିଯୋଗକାରିଣୀଙ୍କୁ ନ୍ୟାୟ ମିଳୁ
ଭୁବନେଶ୍ବର : ବାଲେଶ୍ବର ଫକୀର ମୋହନ କଲେଜ ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜ୍ୟର ମାହୋଲ୍ ଏବେ ବି ତାତିକି ରହିଛି। ଜଣେ ଯୁବତୀ ନ୍ୟାୟ ପାଇଁ ସ୍ବର ଉଠାଇ କିଛି ସାହାଯ୍ୟ ନପାଇବାରୁ ଶେଷରେ ନିଜ ଜୀବନ ହାରିଦେବା ପରେ ସାରା ଓଡ଼ିଶାବାସୀ ତାଙ୍କ ପାଇଁ ସ୍ବର ଉଠାଉଛନ୍ତି ଓ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏବେ ଏହି ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ ନାରୀ ରାଜ୍ୟ ସରକାରଙ୍କୁ ନିଜ ଜୀବନ ହାରିବା ନେଇ ଧମକ ଦେଇଛନ୍ତି। ପୂର୍ବରୁ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗକାରୀଣି ମହିଳା ଜଣକ ବିନା କାରଣରେ ତାଙ୍କ ସ୍ବାମୀଙ୍କ ଚାକିରି ଯିବା ଅଭିଯୋଗ ଆଣି ସରକାରଙ୍କୁ ତଦନ୍ତ ପାଇଁ ନିବେଦନ କରିଛନ୍ତି। ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍ରେ ସିଏମ୍ଓ-ଓଡ଼ିଶାକୁ ଟ୍ୟାଗ୍ କରି ନିଜର ସମସ୍ୟା ଜଣାଇଛନ୍ତି ଓ ସମସ୍ୟାର ସମାଧାନ ନକହେଲେ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି। ଆମ ପ୍ରତିନିଧୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ମହିଳା ଜଣକ କହିଛନ୍ତି, ‘‘ମୋ ସ୍ବାମୀ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ୍ରେ ଚାକିରି କରୁଥିଲେ। ସେଠାରେ ବହୁତ ଅନୈତିକ କାର୍ଯ୍ୟ ହୁଏ। ଏପରିକି ବ୍ୟାଙ୍କରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ଚାକିରିରେ ରଖିଥିଲେ। ଯାହାକୁ କିଛି ଯୁବପିଢ଼ି ବିରୋଧ କରି ଆସୁଥିଲେ। ବ୍ୟକ୍ତି ଜଣକ ପୁନଃନିଯୁକ୍ତି ପାଇବା ପରେ ଯେତେବେଳେ ଅଫିସ୍କୁ ଆସିଲେ ତ କିଛି କର୍ମଚାରୀ ତାଙ୍କ ଚେୟାର୍ ଲୁଚାଇଦେଲେ। ମୋ ସ୍ବାମୀ ସେତେବେଳେ ବ୍ୟାଙ୍କ୍ରେ ଷ୍ଟୋର୍-ଇନ୍ଚାର୍ଜ ଥିଲେ। ସେହି ମାମଲାରେ ମୋ ସ୍ବାମୀଙ୍କ ମୁଣ୍ଡରେ ଦୋଷ ଲଦି ଦିଆଗଲା। ବ୍ୟାଙ୍କ୍ର ସଭାପତି ହେଉଛନ୍ତି ବିଜୁ ଜନତା ଦଳର ଜଣେ ପରୁଖା ନେତା। ଯିଏ ତାଙ୍କ ବିରୋଧରେ ଯାଆନ୍ତି; ସେ ତାଙ୍କର ବଦଳି କରିଦିଅନ୍ତି କିମ୍ବା ଅନ୍ୟାନ୍ୟ ସମସ୍ୟା କରନ୍ତି। ଯେତେବେଳେ ସଭାପତି ମୋ ସ୍ବାମୀଙ୍କୁ ଚେୟାର୍ ଲୁଚାଇବା ବିଷୟରେ ପଚରିଲେ ତ ସେ କିଛି ବି ଜାଣିନଥିବା କହିବାରୁ ସଭାପତି ମୋ ସ୍ବାମୀଙ୍କ ଉପରେ ରାଗ ରଖିଲେ। ତାଙ୍କୁ ସିସିଟିଭି ଟ୍ୟାମ୍ପରିଂ ମାମଲାରେ ଯୋଡ଼ିଲେ। ତାଙ୍କୁ ଦ୍ବିଗୁଣା ଦାୟିତ୍ବ ଦେଲେ। ହେଲେ ସେତେବେଳେ ଆମ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ସେ ଅତିରିକ୍ତ ଦାୟିତ୍ବ ନେବାକୁ ମନାକଲେ। ଏଥିପାଇଁ ସେ ଲେଖା ବି ଦେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋ ସ୍ବାମୀଙ୍କୁ ୨ ବର୍ଷ ଭିତରେ ୫ ଥର ବଦଳି କରାଇଛନ୍ତି; ଯେଉଁଟାକି ନିୟମ ବାହାରେ। ଏଥିପାଇଁ ମୋର ପ୍ରଥମ ପିଲା ପେଟରେ ଥିବା ବେଳେ ମୁଁ ଏପଟ ସେପଟ ହେଇ ବହୁ ସମସ୍ୟାର ସାମ୍ନା କଲି ଓ ମୋ ପିଲାଟିକୁ ମୋତେ ହରେଇବାକୁ ପଡ଼ିଲା। ସେ ସମୟରେ ଦରମା ବି ବନ୍ଦ୍ କରିଦେଲେ। ଯେଉଁଥିପାଇଁ ଆମେ ନାହିଁନଥିବା ଅସୁବିଧା ସାମ୍ନା କରିଛୁ। ମୋ ସ୍ବାମୀଙ୍କୁ ବହୁତ ମାନସିକ ନିର୍ଯାତନା ଦିଆଯାଇଛି। ସେ ଅଫିସ୍ ଗଲେ ତାଙ୍କୁ ଚେୟାର୍ ବି ଦିଆଯାଉନଥିଲା। ସେ ପ୍ଲାଷ୍ଟିକ୍ ଚେୟାର୍ରେ ବସି ବସି ଘରକୁ ଫେରିବାକୁ ପଡୁଥିଲା। କିଛି କାମ ଦେବେନି ଆଡ଼େ ରାତି ୮ଟା ପର୍ଯ୍ୟନ୍ତ ଅଫିସ୍ରେ ବସେଇବେ। ଅଫିସ୍ର କେହି ବି ତାଙ୍କ ସହ କଥା ହେଉନଥିଲେ। ୨ ବର୍ଷ ତାଙ୍କର କୌଣସି ଦରମା ବଢ଼ିଲା ନାହିଁ। ନିକଟରେ ଜୁନ୍ ୧୩ ତାରିଖରେ ତାଙ୍କୁ ବହିଷ୍କୃତ କରାଯାଇଛି। ସେଇ ପୁରୁଣା ଘଟଣା ସବୁକୁ ଦର୍ଶାଇ ତାଙ୍କୁ ବହିଷ୍କୃତ କରାଯାଇଛି। ଏବେ ମୋର ୮ ମାସର ଝିଅଟିଏ। ଆମେ ସହରରେ ଘରଭଡ଼ା ନେଇ ରହୁଛୁ। ମୋର ସ୍ବାସ୍ଥ୍ୟଗତ ସମସ୍ୟା ଅଛି। ଏହି ମୁହୁର୍ତ୍ତରେ ଚାକିରି ଯିବା ଘଟଣା ଆମ ପାଇଁ ଖୁବ୍ ସମସ୍ୟା ଛିଡ଼ା କରିଛି। ବେଳେ ବେଳେ ଆମ ମନକୁ ଆତ୍ମହତ୍ୟା ଭାବନା ବି ଅସୁଛି। ଆମେ କେତେବେଳେ କିଛି ବି କରିଦେବୁ। କେବଳ ଛୁଆ ପାଇଁ ବଞ୍ଚିରହିଛୁ। ମୋ ଝିଅକୁ ୨ ମାସ ହୋଇଥିବା ବେଳେ ମୁଁ ଜିଲ୍ଳାପାଳଙ୍କ ନିକଟକୁ ପୋଷ୍ଟାଲ୍ ଯୋଗେ ଅଭିଯୋଗ ପତ୍ର ପଠାଇଥିଲି। ଫେବ୍ରୁଆରି ୧୭ ତାରିଖରେ ଟ୍ବିଟ୍ (ଏବେ ଏକ୍ସ) ବି କରିଛି। ହେଲେ ଫଳାଫଳ ଶୂନ। ସରକାର ମୋ ଅସୁବିଧା ନ ବୁଝିବାରୁ ମୁଁ ବାଧ୍ୟ ହୋଇ ପୁଣି ଥରେ ମୋ ସମସ୍ୟାକୁ ବୁଧବାର ରାତିରେ ପୋଷ୍ଟ୍ ଜରିଆରେ ଜଣାଇଛି।’’ ଅଭିଯୋଗକାରୀଣି ‘ଏକ୍ସ’ ପୋଷ୍ଟ୍ କରିଥିବା ଲିଙ୍କ୍କୁ ନିମ୍ନରେ ଦିଆଯାଇଛି: ମୁଁ ବି ନାରୀ ଆଜି ମାନସିକ ଚାପରେ ଛଟପଟ ହଉଚି.କେତେବେଳେ ଯେ କଣ କରିବସିବି କିଛି ଠିକଣା ନାହିଁ. କାରଣ ମୋ ସ୍ୱାମୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି, ତା ବି ପୁଣି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ କଥାରେ ଉଠ ବସ ନା ହେବାରୁ ଆଜ୍ଞା! ଏନେଇ ମୁଁ ଆମ ଲୋକଙ୍କ ସରକାର @CMO_Odisha ଙ୍କୁ କେବେଠୁ ଟ୍ୱିଟ ଯୋଗେ ଜଣାଇଛି. pic.twitter.com/HeJfUkKmFt — Madhusmita swain (@SwainMadhu91) July 16, 2025 Women's | Keonjhar
ବିଜେପି ସରକାରଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଥିବା ଅନୁଭବ କରୁଛନ୍ତି ଲୋକେ: ସୋଫିଆ ଫିରଦୌସ
କଟକ: ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏଥିରେ କଂଗ୍ରେସ ନେତୃତ୍ବରେ ୭ଟି ଦଳ ସାମିଲ ହୋଇଛନ୍ତି। କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି, ଆଜି ଓଡ଼ିଶାର ଲୋକମାନେ ଅନୁଭବ କରୁଛନ୍ତି ଯେ, ବିଜେପି ସରକାରଙ୍କୁ ନିର୍ବାଚିତ କରି ସେମାନେ ଏକ ବଡ଼ ଭୁଲ୍ କରିଛନ୍ତି। #WATCH | Cuttack | Odisha Bandh | Congress MLA Sofia Firdous says, ...Today the people of Odisha are realising that they committed a huge mistake by electing the BJP government as they have no responsibility. Today, everyone is united in observing the Odisha Bandh to put… pic.twitter.com/zj76T56LYF — ANI (@ANI) July 17, 2025 କାରଣ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ। ଆଜି, ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ସେ ଦାବି କରିଛନ୍ତି।
ଶ୍ରାବଣ ମାସରେ ବର୍ଷା ଉଭାନ, ତତଲା ଖରାରେ ଜମି ଫାଟି ଆଁ, ଚିନ୍ତାରେ ଚାଷୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଧାନ ଜମିରେ ଜଳ ସେଚନ ପାଇଁ କୌଣସି ସୁବିଧା ନାହିଁ।ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀ ମାନଙ୍କୁ ଧାନ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଛି।ଚଳିତ ବର୍ଷ ଝରିଗାଁ ବ୍ଳକରେ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନଥିବା ଯୋଗୁଁ ଜୁନ ଜୁଲାଇ ମାସରେ ସ୍ଥାନୀୟ ଚାଷୀ ମାନେ ତଳି ଉପାଡ଼ି ନପାରି ରୁଆ ଏବଂ ବେଉଷାଣି କାମ ସଠିକ ସମୟରେ କରିପାରୁ ନାହାଁନ୍ତି।ଝରିଗାଁ ବ୍ଳକରେ ଯେଉଁ ଚାଷୀ ମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇ ଥଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀ ତଳି ପାକଳ ହୋଇ ଯାଇଥିବା ଅଭଯୋଗ ହୋଇଛି।ଗତ କିଛି ଦିନ ହେଲା ଝରିଗାଁ ବ୍ଳକରେ ବର୍ଷ ଉଭାନ ହୋଇ ଯାଇ ଥିବା ବେଳେ ଗତ ଦୁଇ ଦିନ ହେଲା ବର୍ଷା ପାଗ ହେଉଥିଲେ ମଧ୍ୟ ଚାଷ ଉପଯୋଗୀ ବର୍ଷା ହେଉନାହିଁ। ଫଳରେ ଢେଫ ଧାନ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ ହୋଇ ଗଲାଣି।ଯଦି ସପ୍ତାହ ମଧ୍ୟରେ ଝରିଗାଁ ବ୍ଲକରେ ବର୍ଷା ନହୁଏ ତେବେ ଧାନ ତଳି ଏବଂ ଜମିରେ ଲଗାଇ ଥିବ ଧାନ ଗଛ ନଷ୍ଟ ହୋଇଯିବା ନେଇ ଚାଷୀ ଆଶଙ୍କା କରୁଛନ୍ତି।ବିଶେଷ କରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଢେଫ ଜମି ଗୁଡି଼କ ବର୍ଷା ଅଭାବ ଯୋଗୁଁ ଫାଟି ଆଁ କରିଥିବା ଜଣାପଡିଛି।ଆଉ କିଛି ଦିନ ବର୍ଷା ନହେଲେ ଖାଲ ଧାନ ଜମିରେ ହୋଇ ଥିବା ଧାନ ଚାଷ ଉପରେ ମଧ୍ୟ ପ୍ରବାହ ପଡିବ ବୋଲି ଆଶଙ୍କା କରୁଛନ୍ତି। ଝରିଗାଁ ବ୍ଳକରେ ୮୩୬୧ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ହେଉଥିବା ବେଳେ ୬୫୯୯ ହେକ୍ଟର ଜମିରେ ଧାନ ରୁଆ ହେବ ବୋଲି ସୂଚନା ମିଳିଛି।ସେହିପରି ୪୯୦୦ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇ ଥିବା ବେଳେ ୩୪୬୧ ହେକ୍ଟର ଢେଫ ଜମିରେ ଧାନ ଚାଷ ହୋଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ଗତ ବର୍ଷ ଜୁନ ମାସରେ ୨୪୮ ଏମ୍ଏମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୭୫ ଏମ୍ଏମ୍ ବର୍ଷା ହୋଇଥିଲା। କିନ୍ତୁ ଚଳିତବର୍ଷ ଜୁନ ମାସରେ ୧୭୮ ଏମ୍ଏମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ଆଜି ପର୍ଯ୍ୟନ୍ତ ମାତ୍ର ୧୫୮ ଏମ୍ଏମ୍ ବର୍ଷା ହୋଇଛି। Farmers | Nabarangpur
ଶ୍ରାବଣରେ ଶିବ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, କ୍ଷୋଭ ପ୍ରକାଶ କଲେ ଗ୍ରାମବାସୀ
ସମାଜ ଡିଜିଟାଲ ଡେସ୍କ: ଶ୍ରବାଣ ମାସରେ ଶିବ ମନ୍ଦିରରେ ଗ୍ରୀଲ କାଟି ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଆଦମପୁର ଗାଁରେ ଥିବା ଶିବ ମନ୍ଦିରରୁ ବିଳମ୍ବିତ ରାତିରେ କବାଟ କାଟି , ଗ୍ରୀଲ୍ କାଡି ଦାନ ବାକ୍ସ, ଘଣ୍ଟି ସବୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀମାନେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମାବାସୀ ମାନେ କହିଛନ୍ତି ଯେ ଗାଁରେ ଅସମାଜିକ କାର୍ଯ୍ୟକଳାପ ବଢି […]

29 C