ସଲମାନ ଖାନଙ୍କ ବିବୃତ୍ତିରେ ରାଗିକି ନିଆଁବାଣ ପାକିସ୍ତାନ, ଘୋଷଣା କଲା ଆତଙ୍କବାଦୀ
ପାର୍ବଣ ଋତୁରେ ବଢ଼ିଲା ମଦ ବିକ୍ରି, ଏହି ବ୍ରାଣ୍ଡ୍ର ରହିଲା ସବୁଠୁ ଅଧିକ ଚାହିଦା
ସ୍ବାମୀ-ସ୍ତ୍ରୀ ଚଳାଉଥିଲା ମଦ କାରବାର, ଘରୁ ଠାବ ହେଲା ନକଲି ବିଦେଶୀ ମଦ କାରଖାନା
ଶୁଭମିତ୍ରା ଏବଂ ଦୀପକଙ୍କ ମଧ୍ୟରେ ୨୦ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା, ପୋଲିସ ହାତରେ ଲାଗିଲା ବ୍ୟାଙ୍କ ଟ୍ରାଞ୍ଜାକସନ
ଆରେ ବାପରେ…ଘୋଡ଼ାର ମୂଲ୍ୟ ୧ କୋଟି ଟଙ୍କା; ଡାଏଟ ଜାଣିଲେ ଆପଣଙ୍କର ଉଡିଯିବ ହୋସ
ନୂଆଦିଲ୍ଲୀ: ରାଜସ୍ଥାନର ପୁଷ୍କର ପ୍ରାଣୀ ମେଳାରେ ଏକ ଘୋଡା ଆକର୍ଷଣର କେନ୍ଦ୍ର ପାଲଟିଛି। ତାଙ୍କ ନାମ ନାଗିନା ଏବଂ ତାଙ୍କର ଉଚ୍ଚତା ୬୩.୫ ଇଞ୍ଚ। ତାଙ୍କୁ ମାତ୍ର ୩୧ ମାସ, କିନ୍ତୁ ତାଙ୍କ ମୂଲ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘୋଡା ମାଲିକ କଣ କହିଲେ:ଘୋଡାଟିର ମାଲିକ ଗୌରୱାଇ କହିଛନ୍ତି ଯେ ସେ ଗତ୧୫ ବର୍ଷ ଧରି ଭଟିଣ୍ଡାରୁ ପୁଷ୍କର ମେଳାକୁ ଆସୁଛନ୍ତି। […]
AIMIM, BJP ଓ JDUକୁ ବଡ଼ ଝଟକା, RJDରେ ସାମିଲ ହେଲେ ଅନେକ ନେତା
ରୁଷ୍ର ବିପଜ୍ଜନକ କ୍ରୁଜ୍ ମିସାଇଲର ପରୀକ୍ଷଣ ,ଏହି ‘ଝଡ଼ ପକ୍ଷୀ’କୁ ଶତ୍ରୁ ପକ୍ଷ ରୋକିବା ଅସମ୍ଭବ
EPFO Pension Rule: 10 ବର୍ଷ ଚାକିରୀ ପରେ କମ୍ପାନୀ ଛାଡ଼ିଲେ ମିଳିବ କି ପେନସନ? କ’ଣ ରହିଛି ନିୟମ ଜାଣନ୍ତୁ?
ନୂଆଦିଲ୍ଲୀ: ବେତନଭୋଗୀ ଶ୍ରେଣୀ ପାଇଁ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPFO) କେବଳ ଏକ ସଞ୍ଚୟ ଯୋଜନା ନୁହେଁ, ବରଂ ସେମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଏକ ପ୍ରମୁଖ ଭିତ୍ତିଭୂମି। ପ୍ରତି ମାସରେ ଆପଣଙ୍କ ଦରମାରୁ ଏକ ଛୋଟ ପରିମାଣ କାଟି ନିଆଯାଏ, ଏବଂ ଆପଣଙ୍କ କମ୍ପାନୀ ଦ୍ୱାରା ସମାନ ଅଂଶ ଏହି ପାଣ୍ଠିରେ ଜମା କରାଯାଏ। ଅଧିକାଂଶ ଲୋକ PFକୁ ଏକ ଜରୁରୀକାଳୀନ ପାଣ୍ଠି ଭାବରେ ଦେଖନ୍ତି, ଯାହାକୁ ଆବଶ୍ୟକ ହେଲେ ଉଠାଇ ନିଆଯାଇପାରିବ। କିନ୍ତୁ ଏହି […]
ଭାରତର ‘ତ୍ରିଶୂଳ’ ପାଇଁ ଥରହର ପାକ୍; ରାଜନାଥଙ୍କ ଚେତାବନୀ ପରେ ଆକାଶପଥରେ ପାକ୍ ଲଗାଇଲା କଟକଣା
କନକ ବ୍ୟୁରୋ: ଭାରତୀୟ ତିନି ସଶସ୍ତ୍ର ବାହିନୀଙ୍କ ମିଳିତ ସାମରିକ ଅଭ୍ୟାସ ତ୍ରିଶୂଳ ଆରମ୍ଭ ହେବା ପୂର୍ବରୁ ଭୟରେ ଥରୁଛି ପାକିସ୍ତାନ । ଭାରତର ପଶ୍ଚିମ ସୀମାରେ ଏହି ତ୍ରି-ସେବା ଅଭ୍ୟାସ ଆୟୋଜିତ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡ଼ା ଚେତାବନୀ ପରେ, ପଡ଼ୋଶୀ ପାକ୍ ନିଜର ବାୟୁସେନାକୁ ନୋଟିସ୍ ଜାରି କରି ସୀମାରେ ଅତିରିକ୍ତ କଟକଣା ଲଗାଇଛି । ପାକ୍ ଗଣାମାଧ୍ୟମ ରିପୋର୍ଟ ଅନୁସାରେ, ତ୍ରିଶୁଳର ପ୍ରସ୍ତୁତି ଭିତରେ ପଡୋଶୀ ଦେଶ ହଠାତ ନିଜର ମଧ୍ୟ ଓ ଦକ୍ଷିଣ ବାୟୁସୀମାରେ ବହୁ ବିମାନ ମାର୍ଗରେ କଟକଣା ଲଗାଇ ଦେଇଛି । ପାକିସ୍ତାନ ପକ୍ଷରୁ ଜାରି NOTAM ବା ନୋଟିସ୍ ଟୁ ଏୟାରମ୍ୟାନ୍ ଆସନ୍ତା ୨୮ ଓ ୨୯ ଅକ୍ଟୋବର ପାଇଁ ଲାଗୁ ରହିବ । ଭାରତର ‘ତ୍ରିଶୂଳ’ ଅଭ୍ୟାସ ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ସରକ୍ରିକ୍ ଅଞ୍ଚଳରେ ଆୟୋଜିତ ହେବ । ଏହି ଅଞ୍ଚଳ ଭାରତ-ପାକିସ୍ତାନ ସୀମାର ପଶ୍ଚିମ ଉପକୂଳରେ ରହିଛି । ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ମନେକରାଯାଉଛି । ଅଧିକ ପଢ଼ନ୍ତୁ-- Mauritius : ପୂର୍ବଜଙ୍କୁ ଖୋଜିବାକୁ ଯାଜପୁରରୁ ମରିସସ୍ ସୁତ୍ର ଅନୁସାରେ, ‘ତ୍ରିଶୂଳ’ ଅଭ୍ୟାସ ସମୁଦ୍ର ସୁରକ୍ଷା, ସ୍ଥଳ ଏବଂ ବାୟୁ ଅଭିଯାନରେ ଶତ୍ରୁର ସମ୍ଭାବିତ ଗତିବିଧିକୁ ନଜର ରଖି ସମନ୍ବିତ ଭାବେ ପ୍ରତିଜାବକୁ ଗୁରୁତ୍ବ ଦେବ । ଅଭ୍ୟାସର କ୍ଷେତ୍ର ପାକିସ୍ତାନ ସୀମା ନିକଟରେ ରହିଛି, ସେଠାରେ ବାୟୁକ୍ଷେତ୍ରକୁ ୨୮ ହଜାର ଫୁଟ୍ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛି । ଏବେ ଭାରତର ‘ତ୍ରିଶୂଳ’ ପୂର୍ବରୁ ଭୟରେ ଥରୁଛି ପାକ୍, ତେବେ ଇସଲାମାବାଦ କଟକଣା ପଛର କାରଣ କହିନାହିଁ, କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ପଦକ୍ଷେପ କୌଣସି ସାମରିକ ଅଭ୍ୟାସ କିମ୍ବା ହତିଆର ପରୀକ୍ଷଣ ସହ ଜଡିତ ହୋଇପାରେ ।
ବାତ୍ୟାକୁ କାହିଁକି ଭଲ ଲାଗୁଛି ଓଡ଼ିଶା ? ୧୧ ବର୍ଷରେ ଓଡ଼ିଶା ଦେଖିଛି ୧୧ ବାତ୍ୟା...
କନକ ବ୍ୟୁରୋ: ପ୍ରେମରେ ବ୍ରେକଅପ୍ ହେଉଛି, ସ୍ବାମୀ-ସ୍ତ୍ରୀ ଭିତରେ ଡିଭୋର୍ସ ହେଉଛି କିନ୍ତୁ ଓଡ଼ିଶା ଆଉ ବାତ୍ୟା ଭିତରେ ଆପଣ କେବେ ବି ବ୍ରେକଅପ୍ ହୋଇଥିବ ତା’ ଶୁଣିନଥିବେ । ଉୟଭଙ୍କ ଭିତରେ ଏମିତି ଭିତିରି ସମ୍ପର୍କ ରହିଛି ଯେ ତାହା କେହି ବି ଠୋଉରେଇ ପାରୁନାହାନ୍ତି । ହଁ ପାଣିପାଗ ବିଜ୍ଞାନୀ ପାଗ, ଜଳବାୟୁର ଉଦାହରଣ ଦେଇ ଆପଣଙ୍କୁ ବୁଝାଇଦେବେ, ହେଲେ ଓଡ଼ିଶା ପ୍ରତି ବାତ୍ୟାର ଏତେ ଭଲ ପାଇବା ଯେ ବିଗତ ୧୧ ବର୍ଷରେ ୧୧ ଥର ଦେଖା କରିବାକୁ ସମୁଦ୍ର ବାଟ ଦେଇ ଚାଲିଆସିଛି ବାତ୍ୟା । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ବର୍ଷର ଅଧିକାଂଶ ସମୟରେ ଏଠାରେ ଝଡ଼, ବାତ୍ୟାର ଭୟ ରହିଥାଏ । ତେବେ ବିଗତ ଦିନର ଇତିହାସକୁ ଦେଖିଲେ ଜଣାଯାଏ ଅଧିକାଂଶ ବାତ୍ୟା ଖରାଦିନେ ଲ୍ୟାଣ୍ଡଫଲ କରୁଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଯାଇଥିବା ବଙ୍ଗୋପସାଗର ସବୁ ସମୟରେ ରାଜ୍ୟବାସୀଙ୍କୁ ସତେ ଯେମିତି ଡରାଉଛି ବର୍ଷ ତମାମ ଡରାଇ ଚାଲିଛି । ଅଧିକ ପଢ଼ନ୍ତୁ-- ଏହି ଦେଶରେ ନାହାନ୍ତି କେହି ଗରିବ ; ସମସ୍ତଙ୍କୁ ଧନୀ କରୁଛନ୍ତି ସରକାର ପୂର୍ବରୁ ଅକ୍ଟୋବର ମାନେ ବାତ୍ୟାର ଜନ୍ମମାସ ବୋଲି ବୋଲାଉଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ଅକ୍ଟୋବର ନୁହେଁ ମେ ମାସରେ ବି ଓଡ଼ିଶା ଦେଖିଛି ଅନେକ ପ୍ରଳଙ୍କାରୀ ବାତ୍ୟା । ଏଇ ଯେମିତି, ୨୦୧୯ ମେ ୨ରେ ବାତ୍ୟା ‘ଫନି’, ୨୦୨୦ ମେ’ ୨୦ରେ ବାତ୍ୟା ‘ଅମ୍ଫାନ’, ୨୦୨୧ ମେ’ ୨୬ରେ ବାତ୍ୟା ‘ୟସ’, ୨୦୨୨ ମେ’ ୭ରେ ବାତ୍ୟା ‘ଅସାନୀ’ ଓଡ଼ିଶାରେ ତାଣ୍ଡବ ରଚିଥିଲେ । ସେହିଭଳି ୨୦୧୩ ଅକ୍ଟୋବର ୧୩ରେରେ ବାତ୍ୟା ‘ଫାଇଲିନ’, ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା ‘ହୁଡୁହୁଡୁ’, ୨୦୧୮ରେ ବାତ୍ୟା ‘ତିତଲି’, ୨୦୧୯ରେ ବାତ୍ୟା ‘ବୁଲବୁଲ’, ୨୦୨୧ ସେପ୍ଟେମ୍ବରରେ ବାତ୍ୟା ‘ଗୁଲାବ’ ଓ ଡିସେମ୍ବରରେ ‘ଜୱାଦ’ ଆଉ ୨୦୨୪ ଅକ୍ଟୋବର ୨୫ରେ ବାତ୍ୟା ‘ଦାନା’ ଦେଖାଇଥିଲା ନାଲିଆଖି । ଗ୍ଲୋବାଲ ୱାର୍ମିଂ କାରଣରୁ ଏଭଳି ଶକ୍ତିଶାଳୀ ବାତ୍ୟା ଆସୁଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଏପଟେ ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଏବେ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭୀଷଣ ବାତ୍ୟା 'ମନ୍ଥା' ୨୮ତାରିଖ ସନ୍ଧ୍ୟା ବା ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପାଟନାମ ଏବଂ ମଛଲିପଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ ବା ସର୍ବାଧିକ ୧୧୦କିମି ରହିବାର ସମ୍ଭାବନା ରହିଛି । ଓଡ଼ିଶାରେ ସ୍ଥଳଭାଗ ନଛୁଇଁଲେ ବି ଅଧିକ ପରିମାଣରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
କ’ଣ ମୃତ ବ୍ୟକ୍ତିଙ୍କ ଆଙ୍ଗୁଠି ଦ୍ୱାରା ଲକ୍ ହୋଇଥିବା ଫୋନ୍ ଖୋଲା ଯାଇପାରିବ? ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏତେ ସାଧାରଣ ହୋଇଗଲାଣି ଯେ ସମସ୍ତେ ଏହାକୁ ସହଜରେ ବ୍ୟବହାର କରୁଛନ୍ତି । କିନ୍ତୁ ଗୋଟିଏ ପ୍ରଶ୍ନ ଯାହା ପ୍ରାୟତଃ ଲୋକଙ୍କ ମନରେ ଉଙ୍କି ମାରେ ତାହା ହେଉଛି କ’ଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ ତାଙ୍କ ଫୋନ୍ ଅନଲକ୍ କରାଯାଇପାରିବ? ତେବେ ଆସନ୍ତୁ ଜାଣିବା … ତିନି ପ୍ରକାରର ସେନ୍ସର ଅଛି:ମୋବାଇଲ୍ ଫୋନରେ ମୁଖ୍ୟତଃ ତିନି ପ୍ରକାରର ଫିଙ୍ଗରପ୍ରିଣ୍ଟ ସେନ୍ସର ଅଛି। ଅପ୍ଟିକାଲ୍ ସେନ୍ସର: […]
ଏଲିଅନଙ୍କ ଟାର୍ଗେଟରେ ପୃଥିବୀ ! ଅକ୍ଟୋବର ୨୯ ପରେ ଧ୍ବଂସ ହୋଇଯିବ ବିଶ୍ବ, ଆମେରିକା ବୈଜ୍ଞାନିକଙ୍କ ଅଜବ ଦାବି
କନକ ବ୍ୟୁରୋ: ଆମେ ଏବେ ଏଲିଅନଙ୍କ ଟାର୍ଗେଟରେ । ଆପଣ ଘରେ ବସିଥିବେ, ଅଫିସରେ କାମ କରୁଥିବେ ଆଉ ଦେଖୁ ଦେଖୁ ଆଖି ପିଛୁଳାକେ ଧ୍ୱଂସ ହେବ ପୃଥିବୀ ! ଏକଥା ଆମେ କହୁନୁ, ଏଭଳି କିଛି ଚକିତ କଲାଭଳି ଦାବି କରିଛନ୍ତି ଆମେରିକା ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଜ୍ୟୋତିର୍ବିଜ୍ଞାନୀ ଆଭି ଲୋଏବ୍ । ବୈଜ୍ଞାନିକ ଆଭି ଲୋଏବ ଦାବି କରିଛନ୍ତି ଯେ, ଅକ୍ଟୋବର ୨୯ ତାରିଖ ପୂର୍ବରୁ ନିଜ ନିଜର ପରିବାର କି ସମ୍ପର୍କୀୟଙ୍କୁ ଶେଷ ଥର ପାଇଁ ଦେଖା କରିଦିଅନ୍ତୁ । କାରଣ କେତେବେଳେ, କୌଣସି ମୁହୂର୍ତ୍ତରେ ବି ଦୁଇଫାଳ ହୋଇପାରେ ପୃଥିବୀ । ଏବେ ଆମେ ଏଲିଅନଙ୍କ ଟାର୍ଗେଟରେ । ଅକ୍ଟୋବର ୨୯ ତାରିଖ ପରେ ବୋଧହୁଏ ପୃଥିବୀରୁ ମଣିଷ ବୋଲି ନାଁ ବି ହଜିଯାଇପାରେ । ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଆଭି ଲୋଏବ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଭ୍ୟାକେସନରେ ଯିବାକୁ ଚାହୁଛନ୍ତି କିମ୍ବା ମଜା କରିବାକୁ ଚାହୁଛନ୍ତି କରିଦିଅନ୍ତୁ, କାରଣ ଯେ କୌଣସି ମୁହୂର୍ତ୍ତରେ ଏଲିଏନ୍ ଆମ ଉପରେ ଆକ୍ରମଣ କରିପାରନ୍ତି । ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏକ ରିପୋର୍ଟ ଅନୁଯାୟୀ, ଆଭି ଲୋଏବ ଦାବି କରିଛନ୍ତି ଯେ ପୃଥିବୀର ନିକଟତର ହେଉଥିବା 3I/ATLAS ଏକ ଧୂମକେତୁ ଭଳି , କିନ୍ତୁ ଏହା ଏକ ସାଧାରଣ ଧୂମକେତୁ ନୁହେଁ, ବୋଧହୁଏ ଏଲିଏନଙ୍କ ପ୍ରଯୁକ୍ତିବିଦ୍ୟା ହୋଇପାରେ । ମାନହାଟନ ଆକାରର ଏହି ରହସ୍ୟମୟ ଅନ୍ତରୀକ୍ଷ ପିଣ୍ଡ ମହାକାଶରେ ଜୁଲାଇ ମାସରୁ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି । ଯାହାକୁ ନେଇ ଏବେ ସାରା ବିଶ୍ୱବାସୀ ଏବେ ଚିନ୍ତାରେ । ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବୈଜ୍ଞାନିକ ଆନୁମାନିକ ଭାବେ ଏହି ତଥ୍ୟ ଦେଇନାହାଁନ୍ତି ବରଂ ପୂର୍ବରୁ ଏଲିଏନ୍ ସମ୍ପର୍କିତ ଅନେକ ବ୍ୟାପକ ଗବେଷଣା କରି ଏଭଳି ରିପୋର୍ଟ ଦେଇଛନ୍ତି । ତଥାପି ବିଶ୍ୱର ଅଧିକାଂଶ ଅନ୍ୟ ବୈଜ୍ଞାନିକ ଏହାକୁ ଅବାନ୍ତର ବୋଲି କହୁଛନ୍ତି । ଅନ୍ୟପଟେ ପ୍ରଫେସର ଲୋଏବ୍ ଏଲିଏନଙ୍କ ଅସ୍ଥିତ୍ବକୁ ନେଇ ଦମ୍ଭୋକ୍ତି ବାଢ଼ୁଥିବାବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ କ୍ରିସ୍ ଲିଣ୍ଟଟ୍ ତାଙ୍କର ଦାବିକୁ “ସମ୍ପୂର୍ଣ୍ଣ ଅବାନ୍ତର” ବୋଲି କହିଛନ୍ତି । ନାସା ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି । ନାସା କହିଛି ଯେ, 3I/ATLAS ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ । ଏହା ସୁରକ୍ଷିତ ଭାବରେ ସୌରଜଗତ ଦେଇ ଗତି କରିବ । ତଥାପି, ପ୍ରଫେସର ଲୋଏବଙ୍କ ଚେତାବନୀ ବିଶ୍ୱବ୍ୟାପୀ କୌତୁହଳ ଏବଂ ଚିନ୍ତା ସୃଷ୍ଟି କରିଛି ।
କୁରନୋଲ ବସ୍ ଦୁର୍ଘଟଣା: ମୃତ ବାଇକ ଚାଳକ ନାଁରେ ମାମଲା ରୁଜୁ କଲା ପୁଲିସ
ନୂଆ ଏଆଇ କମ୍ପାନି ଗଠନ କଲେ ରିଲାଏନ୍ସ- ଫେସବୁକ୍, ହେବ କୋଟି କୋଟି ଟଙ୍କାର ନିବେଶ
କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ଘଟଣା ; ପୁଲିସ୍ ହାତରେ ସାଂଘାତିକ ତଥ୍ୟ
କନକ ବ୍ୟୁରୋ : କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡରେ ପୁଲିସ୍ ହାତରେ ସାଂଘାତିକ୍ ତଥ୍ୟ । ସାମ୍ନାକୁ ଆସିଲା ଅଭିଯୁକ୍ତ ଦୀପକ ରାଉତର ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ର ସମ୍ପୂର୍ଣ୍ଣ ତଥ୍ୟ । ୭ ବର୍ଷର ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ କରୁଛି ପୁଲିସ୍ । ଶୁଭମିତ୍ରା ଦେଇଥିବା ୨୦ ଲକ୍ଷ ଟଙ୍କାକୁ ନେଇ ଚାଲିଛି ଖୋଳତାଡ଼ । ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଲାଗିଲା ହଜାର ପୃଷ୍ଠାର ବ୍ୟାଙ୍କ ଟ୍ରାନ୍ଜାକ୍ସନ୍ । ଅଭିଯୁକ୍ତ ଦୀପକ କୁମାର ରାଉତର ଦୁଇଟି ସରକାରୀ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ପାଇଁ ଚିଠି ଲେଖିଥିଲା ପୁଲିସ । ଅଧିକ ପଢ଼ନ୍ତୁ-- ମୁଁ ଜ୍ୟୋତି, ମୋ କାହାଣୀ ଶୁଣିଲେ ଆପଣ ବି ବଞ୍ଚିବା ଶିଖିଯିବେ; ମାଟିରୁ ଉଠି ଆକାଶକୁ ଛୁଉଁଥିବା ଜଣେ ଝିଅର କାହାଣୀ… ୨୦୧୮ ବ୍ୟାଚ୍ରୁ କ୍ୟାରିୟର ଆରମ୍ଭ କରିଥିବାରୁ, ସେବେଠାରୁ ଏପର୍ଯ୍ୟନ୍ତ କେତେ ନେଣଦେଣ ହୋଇଛି, ସେନେଇ ଖୋଳି ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ୨୦୧୮ ରୁ ୨୦୨୫ ମଧ୍ୟରେ ହୋଇଥିବା ବ୍ୟାଙ୍କ ଟ୍ରାନ୍ଜାକ୍ସନର ତଥ୍ୟ ଏବେ ପୁଲିସ ହାତରେ ଲାଗିଛି । ଶୁଭମିତ୍ରା ଓ ଦୀପକ ଭିତରେ ହୋଇଥିବା ୨୦ ଲକ୍ଷ ଟଙ୍କା ନେଣଦେଣର ସୂତ୍ର ଖୋଜା ଚାଲିଛି । ସେପଟେ ହତ୍ୟାକାଣ୍ଡ ପରେ, ହ୍ବାଟ୍ସଆପ୍ ଚାଟିଂରୁ ସ୍ପଷ୍ଟ ହୋଇଥିଲା ୨୦ ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକକୁ ଦେଇଥିଲା । ବାହାଘର ପାଇଁ ଟଙ୍କା ଫେରାଇବାକୁ କହିବାରୁ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା କଳି । ତେବେ ତଦନ୍ତ ବେଳେ ଦୀପକ କହିଥିଲା ସେ, ୧୦ ଲକ୍ଷ ଟଙ୍କା ଶୁଭମିତ୍ରାଙ୍କୁ ଫେରାଇ ଦେଇଥିଲେ । ତେଣୁ ଏହି ଘଟଣାର ଖୁବଶୀଘ୍ର ଚାର୍ଜସିଟ କରି ଟ୍ରାଏଲ ଆରମ୍ଭ ପ୍ରକିୟା ଆରମ୍ଭ ପାଇଁ ଅର୍ଥନୈତିକ ଖୋଳତାଡ଼ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ ।
ବଲିଉଡ ଉପରେ ପଡ଼ିଛି ଶନିଦଶା ! ୧୦ ଦିନରେ ଆଖି ବୁଜିଲେଣି ୩ କଳାକାର, ପଙ୍କଜ ଓ ଅସରାନିଙ୍କ ପରେ ଶେଷନିଦ୍ରାରେ ସତୀଶ...
କନକ ବ୍ୟୁରୋ: ଅଶୁଭ ଅକ୍ଟୋବରରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସିବାରେ ଲାଗିଛି । ଗତ ୧୦ ଦିନ ଭିତରେ ବଲିଉଡ ଇଣ୍ଡଷ୍ଟ୍ରିର ୩ ଜଣ ଜଣାଶୁଣା ସେଲିବ୍ରିଟି ଆଖି ବୁଜିଲେଣି । ଯାହାକୁ ନେଇ ଏବେ ସୁନେଲୀ ଦୁନିଆରେ ଖେଳିଯାଇଛି ଶୋକର ଛାୟା । ନିଜ କମିକ୍ ଏକ୍ସପ୍ରେସନ ଜରିଆରେ ସମସ୍ତଙ୍କୁ ହସାଉଥିବା ସତୀଶ ଶାହ ଆମକୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି । କିଡନି ଜନିତ ରୋଗରେ କିଛି ବର୍ଷ ହେବ ସେ ଜୀବନ-ମରଣ ସହ ଲଢ଼େଇ କରୁଥିଲେ । ଏପରିକି ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କର କିଡନି ମଧ୍ୟ ପ୍ରତିରୋପଣ କରାଯାଇଥିଲା । ହେଲେ ସବୁବେଳେ ହସାଉଥିବା ଲୋକ ହସ୍ପିଟାଲ ବେଡରେ ହାରିଗଲେ । ଆରପାରିକୁ ଚାଲିଯାଇଛନ୍ତି ଏହି ଭେଟେରାନ୍ କଳାକାର । ଅଧିକ ପଢ଼ନ୍ତୁ-- ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ଚାଷୀ ; ତରବରିଆ ଭାବେ କାଟି ନେଉଛନ୍ତି ଧାନ ଗତ ୧୫ ତାରିଖରେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଥିଲା । କିଛି ବର୍ଷ ଧରି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଯୁଦ୍ଧ କରିଚାଲିଥିଲେ ପଙ୍କଜ ଧୀର୍ । ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ନିଜର ଯାଦୁ ଦେଖାଇଥିଲେ ସେ । ପଙ୍କଜଙ୍କ ଦେହାନ୍ତର ଦୁଃଖ ଭିତରୁ ଫ୍ୟାନ୍ସମାନେ ବାହାରିନଥିବା ବେଳେ ଦୀପାବଳିର ଆଲୋକ ଭିତରେ ବଲିଉଡରୁ ଆସିଥିଲା ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା କମେଡି କିଙ୍ଗ୍ ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତ ପୂରା ସିନେ ଦୁନିଆକୁ ସବ୍ଧ କରିଦେଲା । ବଲିଉଡରୁ ଜଣକ ପରେ ଜଣେ ଦିଗଜ୍ଜ କଳାକାରଙ୍କ ଦେହାନ୍ତ ଖବର ଖାଲି ସୁନେଲୀ ପରଦା ନୁହେଁ ବରଂ ସମସ୍ତ ଫ୍ୟାନ୍ସଙ୍କ ହୃଦୟକୁ ଆଘାତ ଦେଇଛି । କିଏ ହୃଦଘାତରେ ତ କିଏ କ୍ୟାନ୍ସର ଆଉ କିଏ କିଡନି ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି । ସୋସିଆଲ ମିଡିଆରେ ସିନେପ୍ରେମୀ ଦୁଃଖ ପ୍ରକାଶ କରିବା ସହ କହୁଛନ୍ତି ଏବେ ବଲିଉଡକୁ ବୋଧେ କାହା ନଜର ଲାଗିଯାଇଛି ।
Mauritius : ପୂର୍ବଜଙ୍କୁ ଖୋଜିବାକୁ ଯାଜପୁରରୁ ମରିସସ୍
କନକ ବ୍ୟୁରୋ: ପବିତ୍ର ବୈତରଣୀ ନଈରେ ବୁଡ଼ ପକାଇଲେ, ଜେଜେ ବାପାଙ୍କୁ ପିଣ୍ଡଦାନ କଲେ । ରୀତିନୀତି ଅନୁସାରେ ସବୁ ହେଲା । ପୁଣି ମନ୍ଦିରରେ ଯାଇ ପୂଜାର୍ଚ୍ଚନା କଲେ । କିଛି ଏମିତି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏଥିରେ ନୂଆ କଣ । ସାଧାରଣ ଭାବରେ ପୂର୍ବଜମାନଙ୍କୁ ତୀଳତର୍ପଣ କରିବା ତ ଆମ ପରମ୍ପରରା କଥା । ହେଲେ ଇଏ ସାଧାରଣ କଥା ନୁହେଁ…କାରଣ ପିଢିପିଢି ଧରି ଯାଜପୁରରୁ ରୋଜଗାର ଅନ୍ବେଷଣରେ ରାମରୁଜ ଜାଗୁରନାଥଙ୍କ ପୂର୍ବଜ ମରିସସ୍ ପଳାଇଥିଲେ । ସେବେଠୁ ନା କେବେ ଗାଁକୁ କିଏ ଫେରିଛନ୍ତି ନା କିଛି ଜାଣିଛନ୍ତି । ଏବେ ନିଜ ଗାଁକୁ ଫେରି ପୂର୍ବଜମାନଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି ରାମରୁଜ । ବର୍ଷବର୍ଷ ଧରି ବିଦେଶରେ ରହିବା ପରେ ଗାଁକୁ ଫେରିଛନ୍ତି । ହେଲେ ପୂର୍ବଜଙ୍କର କୌଣସି ସୁରାଗ ପାଉନଥିବାରୁ ଜିଲ୍ଲା ପ୍ରଶାସନର ବି ସହାୟତା ଲୋଡିଛନ୍ତି । ଟାଣିଆଣିଲା ମାଟିର ମହକ ବିଦେଶରେ ଥିଲେ,ଗାଁକୁ ଫେରିଲେ ପୂର୍ବଜଙ୍କୁ ଖୋଜିବାକୁ ପ୍ରଶାସନ କରୁଛି ସହାୟତା ଜନ୍ମମାଟିର ବାସ୍ନା ସାମ୍ନାରେ ସବୁ ଫିକାଫିକା । ଯେଉଁଠିବି ଥିଲେ ବି ଜନ୍ମମାଟି ଟାଣିଆଣିବ । ଆଉ ଏକଥା ଅକ୍ଷରେ ଅକ୍ଷରେ ସତ ହୋଇଛି ରାମରୁଜ ଜାଗୁରନାଥଙ୍କ କ୍ଷେତ୍ରରେ । ପିଢ଼ି ପରେ ପିଢ଼ି… ନିଜ ଜନ୍ମ ମାଟିକୁ ଖୋଜି ଚାଲିଛନ୍ତି ମରିସସ୍ରେ ରହୁଥିବା ପ୍ରବାସୀ ଓଡ଼ିଆ । ରାମରୁଜ ଜଗୁରନାଥ ନାମକ ଏହି ବ୍ୟକ୍ତିଙ୍କ ପୂର୍ବପୁରୁଷ ଯାଜପୁର ଜିଲ୍ଲାରୁ ମରିସସ୍ ପଳାଇଥିଲେ l ଏବେ ନିଜ ପୂର୍ବଜଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାମରୁଜ l ପୂର୍ବରୁ ସେ ଯାଜପୁର ଆସି ତାଙ୍କ ପୂର୍ବଜଙ୍କ ସମ୍ପର୍କରେ ଖୋଜାଖୋଜି କରି ବିଫଳ ହୋଇଥିବା ବେଳେ ଏବେ ସେ ପୁଣି ଆସିଛନ୍ତି ପୂର୍ବଜଙ୍କ ସନ୍ଧାନରେ । ବର୍ତ୍ତମାନ ୮ ଦିନ ରହି ପୂର୍ବଜଙ୍କୁ ଖୋଜିବେ । ଆଉ ଏଥିରେ ପ୍ରଶାସନ ବି ତାଙ୍କୁ ପୂର୍ଣ୍ଣ ସହାୟତା କରିବ । (ଯାଜପୁରରୁ ଅନୀଲ ପଣ୍ଡାଙ୍କ ରିପୋର୍ଟ)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ ଗିଲ୍ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଶେଷ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗିଲ୍ କହିଛନ୍ତି ଯେ, ଯଦି ହର୍ଷିତ ରାଣା ବ୍ୟାଟିଂ ସହିତ 20 ରୁ 25 ରନ ଦେଇପାରନ୍ତି, ତେବେ ସେ ଅଷ୍ଟମ ନମ୍ବରରେ ବୋଲିଂ ଅଲରାଉଣ୍ଡର ହୋଇପାରିବେ, ଯାହାଙ୍କୁ ଭାରତ ଖୋଜୁଛି । ଏହା ଉଲ୍ଲେଖନୀୟ ଯେ ଦ୍ରୁତ ବୋଲର ହର୍ଷିତ ରାଣା ଶନିବାର […]
କନ୍ଦାଇ ଦେଇଗଲେ କମେଡି ଟାଇମିଂର କିଙ୍ଗ୍...
କନକ ବ୍ୟୁରୋ: ଚାରି ଦଶନ୍ଧି ଧରି କମେଡି ଟାଇମିଂରେ ଲୋକଙ୍କୁ ହସାଉଥିଲେ, ସୁନେଲୀ ପରଦାରୁ ସିରିଏଲ୍ ସବୁଠି ଥିଲା ତାଙ୍କ ଦବଦବା । ସେଥିପାଇଁ ତାଙ୍କୁ ଲୋକେ କହୁଥିଲେ କମେଡି ଟାଇମିଂର ବାଦଶାହ । ହେଲେ ସେ ଦିଗଜ୍ଜ କମେଡିଆନ୍ ସତୀଶ ଶାହ ଆଜି ଶେଷନିଦ୍ରାରେ । ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଗଲେ ‘ସାରା ଭାଇ ଭର୍ସେସ୍ ସାରା’ର ଅଭିନେତା ସତୀଶ ଶାହ । ନିଜ କମିକ୍ ଏକ୍ସପ୍ରେସନ ଜରିଆରେ ସମସ୍ତଙ୍କୁ ହସାଉଥିବା ସତୀଶଙ୍କର କିଡନି ଜନିତ ସମସ୍ୟା ଥିଲା । କିଛି ବର୍ଷ ହେବ ସେ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ଏପରିକି ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କର କିଡନି ମଧ୍ୟ ପ୍ରତିରୋପଣ କରାଯାଇଥିଲା । ଏହା ସତ୍ତ୍ବେ ବି ପରପାରିକୁ ଚାଲିଗଲେ ଏହି ଭେଟେରାନ୍ କଳାକାର । ଅଧିକ ପଢ଼ନ୍ତୁ-- Malkangiri : ଅଦ୍ଭୁତ ପରମ୍ପରା: ଗାଈ ରଖିବେ ହେଲେ କ୍ଷୀର ଦୁହିଁବେନି ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର କମେଡି ଟାଇମିଂ ଜରିଆରେ ଘରେ ଘରେ ପରିଚିତ ଥିଲେ । ୧୯୮୩ ମସିହାରେ ଡାର୍କ କମେଡି ଚଳଚ୍ଚିତ୍ର ‘ଜାନେ ଭି ଦୋ ୟାରୋ’ରେ ଏକାଧିକ ଚରିତ୍ରକୁ ଖୁବ୍ ନିଖୁଣ ଭାବେ ନିଭାଇଥିଲେ । ଏହି ଫିଲ୍ମ ପରେ ସେ 'ହମ୍ ସାଥ୍-ସାଥ୍ ହେଁ', 'ମେଁ ହୁଁ ନା', 'କଲ୍ ହୋ ନା ହୋ', 'କଭି ହାଁ କଭି ନା', 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ', 'ଓମ୍ ଶାନ୍ତି ଓମ୍' ଭଳି ଲୋକପ୍ରିୟ ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ିବା ପରେ, ସତୀଶ ଶାହ ଟେଲିଭିଜନ ଜଗତରେ ମଧ୍ୟ ଅନେକ ସଫଳତା ହାସଲ କରିଥିଲେ । ସାରା ଭାଇ ଭର୍ସେସ୍ ସାରାଭାଇ, ନେହେଲେ ପେ ଦେହେଲା, ଏବଂ 'ଫିଲ୍ମି ଚକ୍କର' ଭଳି ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଆଜି ବି ଘର କରି ରହିଛି । ଖାଲି ଏତିକି ନୁହେଁ ଧାରାବାହିକ 'ୟେ ଯୋ ହେ ଜିନ୍ଦେଗୀ’ ସିରିଏଲରେ ସେ ୫୦ଟି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଯାହା ସଭିଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଛି । ସିନେ ଦୁନିଆର ଏଭଳି ମହାନ କଳାକାରଙ୍କ ଦେହାନ୍ତରେ ଶୋକରେ ବୁଡ଼ିଛି ସାରା ବଲିଉଡ୍ ଜଗତ । ସବ୍ଧ ହୋଇଯାଇଛନ୍ତି କମେଡିକୁ ଓ କମିକ୍ ଟାଇମିଂକୁ ଭଲ ପାଉଥିବା ଫ୍ୟାନ୍ସ ।
Malkangiri : ଅଦ୍ଭୁତ ପରମ୍ପରା: ଗାଈ ରଖିବେ ହେଲେ କ୍ଷୀର ଦୁହିଁବେନି
କନକ ବ୍ୟୁରୋ: ଗାଈ ଚରୁଛନ୍ତି, ଛେଳି ଚରୁଛନ୍ତି । ପ୍ରତିଘରେ ଅଛି ଗାଈ । ହେଲେ ଏମାନେ କେବେ ଗାଈ ଦୁହୁଁନାହାନ୍ତି । ଇଏ ଆଜି କି କାଲିର କଥା ନୁହେଁ ବରଂ ବର୍ଷବର୍ଷର କଥା । ସ୍ବାଭିମାନ ଅଞ୍ଚଳରେ ଏତେ ମାତ୍ରାରେ ଗାଈ ରହିଛି ଯେ ଦୁଗ୍ଧ ଉତ୍ପାଦନ କରି ଏମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ । ହେଲେ ଏମାନେ କେବେ ବି କ୍ଷୀର ବେପାର କରୁନାହାନ୍ତି । ଏହା ପଛରେ ବି ରହିଛି ବିଶ୍ବାସ । ଏମାନେ ଭାବନ୍ତି, ଗାଈଠୁ କ୍ଷୀର ଦୁହିଁଲେ ବାଛୁରୀ ଦୁର୍ବଳ ହେବ । ସେଇଥି ଲାଗି ତ ଗାଈ କ୍ଷୀର ନ ଦୁହିଁ କେବଳ ପାଳୁଛନ୍ତି । ଗାଈ ରଖିଛନ୍ତି, ଛେଳି ରଖିଛନ୍ତି ହେଲେ ଦୁହାଁ ଯାଉନି ବର୍ଷବର୍ଷ ଧରି ଚାଲିଆସିଛି ଏହି ପରମ୍ପରା ମାଲାକନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳବାସୀଙ୍କ ବିଚିତ୍ର ନୀତି । ଜିଲ୍ଲାର ବୁଡି ଅଂଚଳ ଭାବେ ପରିଚିତ ସ୍ୱାଭିମାନ ଅଂଚଳରେ ହଜାର ହଜାର ସଂଖ୍ୟକ ଗାଈ ଗୋରୁ ଅଛନ୍ତି । ଗୋପାଳନ ଦିଗରେ ସ୍ୱାଭିମାନ ଅଂଚଳରେ ଅପାର ସମ୍ଭାବନା ଥାଇ ମଧ୍ୟ ଏ ଦିଗରେ ଜୀବିକା ନିର୍ବାହ କରିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ତେବେ ନା ଏମାନଙ୍କୁ ସଚେତନ କରାଯାଉଛି, ନା ସରକାରୀ ଯୋଜନାର ଲାଭ ମିଳୁଛି ସ୍ୱାଭିମାନ ଅଂଚଳବାସୀଙ୍କୁ । ଗୁରୁପ୍ରିୟା ସେତୁର ପାଦଦେଶରେ ଚରୁଛନ୍ତି ଶହଶହ ଗାଈଗୋରୁ । ଖୁବ ଭଲଭାବେ ଏମାନଙ୍କ ଯତ୍ନ ମଧ୍ୟ ନିଆଯାଉଛି । ତେବେ ଆଶ୍ଚର୍ଯ୍ୟର କଥା, ଏହି ଗାଈ କ୍ଷୀର ବ୍ୟବହାର କରୁନାହାନ୍ତି ସ୍ୱାଭିମାନ ଅଂଚଳର ଲୋକେ । ପିଲାଠୁ ବୁଢ଼ା କେହି ବି ଗାଈ କ୍ଷୀର ପିଉନାହାନ୍ତି । ପୂର୍ବପୁରୁଷରୁ ଚାଲି ଆସୁଛି ଏହି ପ୍ରଥା । ଗୁରୁପ୍ରିୟା ସେତୁ ନିକଟ ଗାଁ ସନ୍ନ୍ୟାସୀଗୁଡାର ସତ୍ୟ ରାଓସାରୁଙ୍କ ୧୦ ଟି ଗାଈ ଅଛି । ତେବେ ପୂର୍ବପୁରୁଷରୁ ଆଦୌ ତାଙ୍କ ଘରେ ଗାଈ ଦୁହାଁ ହୋଇ ନଥିବା କହିଛନ୍ତି ସତ୍ୟ । ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ୧୪,୦୯୨ ଗାଈଗୋରୁ ଅଛନ୍ତି । ୬୩୮ଟି ମଇଁଷି ବି ରହିଛି । ୧୯୯୯ ଟି ମେଣ୍ଢା ଓ ୮୨୦୨ ଟି ଛେଳି ରହିଛି । ତେବେ ବଂଶ ବୃଦ୍ଧି ଓ ହଳ ବଳଦ ଛଡା ଏମାନଙ୍କର ଉପକାରିତା ହିଁ ଆଉ କିଛିନାହିଁ । ପୂର୍ବରୁ ନାବାର୍ଡ ଦ୍ୱାରା ପରିଚାଳିତ ଡିଇଡିଏସ ବା ଡାଇରି ଏଣ୍ଟର୍ପ୍ରିନୁୟରସିପ୍ ଡେଭଲପମେଣ୍ଟ ସ୍କିମରେ ଆଦୌ ହାଇ ୟିଲ୍ଡିଙ୍ଗ ଗାଈ ଯୋଗାଣ ହୋଇ ନାହିଁ । ଆଉ ଏବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମଧ୍ୟ ଗାଈ ଯୋଗାଣ ହୋଇନଥିବା ବେଳେ ୪୧ ହିତାଧିକାରୀଙ୍କୁ ୮୨ ହାଇ ୟିଲ୍ଡିଙ୍ଗ ଗାଈ ଯୋଗାଇ ଲାଗି ସ୍ଥିର ହୋଇ ଥିବା ଜଣାପଡିଛି । ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟରେ ୧୦ରୁ ୧୩ ଲିଟର କ୍ଷୀର ଦେଉଥିବା ଗାଈ ମିଳିବା ନେଇ ବ୍ୟବସ୍ଥା ଥିବା ବେଳେ ୭୦ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୬୧ ହଜାର ଟଙ୍କାର ରିହାତି ବ୍ୟବସ୍ଥା ବି ରହିଛି । କିନ୍ତୁ ଗୋପାଳନ ଦିଗରେ ସ୍ବାଭିମାନ ଅଞ୍ଚଳର ବାସିନ୍ଦାଙ୍କ ଇଚ୍ଛା ନଥିବା ପରି ମନେ ହେଉଛି । (ମାଲକାନଗିରିରୁ ଦେବବ୍ରତ ସାନାଙ୍କ ରିପୋର୍ଟ)
ଛୋଟଲୋକ ଟ୍ରମ୍ପ…ନିଜ ଲାଭ ପାଇଁ ଚାଟୁକାରିତାର ସବୁ ସୀମା ପାର; କହିଲେ ଶେହବାଜ ଆଉ ମୁନିର ହେଉଛନ୍ତି ମହାନ ବ୍ୟକ୍ତି…
ନୂଆଦିଲ୍ଲୀ: ପାକିସ୍ତାନରୁ ଜମି, ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ଲାଭ ପାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅତ୍ୟନ୍ତ ନିମ୍ନଗାମୀ ହୋଇଛନ୍ତି। ଶେହବାଜ ସରିଫ ଏବଂ ଅସୀମ ମୁନିରଙ୍କ ପ୍ରଶଂସା କରୁଥିବା ଟ୍ରମ୍ପ୍ ଏଥର ଆହୁରି ନିମ୍ନଗାମୀ ହୋଇଛନ୍ତି। ଏଥର ରାଷ୍ଟ୍ରପତି ଟ୍ରମ୍ପ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ମହାନ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଟ୍ରମ୍ପ୍ ଶାହବାଜ ଏବଂ ମୁନିରଙ୍କୁ ପ୍ରଶଂସା କରିଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ବିବାଦର ଶୀଘ୍ର […]
Cyclone Update : ୧୨ଘଣ୍ଟାରେ ବାତ୍ୟା !
କନକ ବ୍ୟୁରୋ: ବଙ୍ଗୋପସାଗରରେ ଗଭୀର ଅବପାତ । ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କିଛିକିଛି ସ୍ଥାନରେ ୧୨ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୯ ତାରିଖରେ ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ, ଚାଷୀଙ୍କୁ ଆତଙ୍କିତ କରୁଛ ସମ୍ଭାବ୍ୟ ବାତ୍ୟା । ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଆଗାମି ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି । ଧାନ କଟା ମେସିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି । ମାଲକାନଗିରି ଏମଭି ୪୩ ଗାଁରେ ଦିନ ରାତି ଧାନ କଟା ଜାରି ରଖିଛନ୍ତି ଚାଷୀ । ବାତ୍ୟାକୁ ନେଇ ସଜାଗ ମତ୍ସ୍ୟଜୀବୀ । ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ । ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସି ଯାଇଛି ।
କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ, ‘ମନ୍ କି ବାତ୍’ରେ ଓଡ଼ିଶାର କଫିକୁ କଲେ ପ୍ରଶଂସା
New Rules: LPG ଦର ଠାରୁ SBI କାର୍ଡ; ୧ ନଭେମ୍ବରରୁ ବଦଳିବ ଏହି ୫ ବଡ଼ ନିୟମ, ସାଧାରଣ ଲୋକଙ୍କ ପକେଟ ହେବ ଗରମ
ନୂଆଦିଲ୍ଲୀ: ଅକ୍ଟୋବର ମାସ ଶେଷ ହେବାକୁ ଯାଉଛି, ଏବଂ ନୂତନ ମାସ ଆରମ୍ଭ ହେବା ସହିତ, ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ଆସିବ। ଏହା ବ୍ୟତୀତ, ଏଲପିଜି ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଯେ ୧ ନଭେମ୍ବରରୁ ଭାରତରେ କେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ ନଭେମ୍ବର ୧ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ୧. ଗ୍ୟାସ ସିଲିଣ୍ଡର […]
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ କଲେ ସରକାର । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାଲେଶ୍ଵର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଂଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ଏବଂ ହେଡକ୍ଵାର୍ଟର୍ସ ନ ଛାଡିବା […]
କନକ ବ୍ୟୁରୋ : ବଲିଉଡ ଅଭିନେତା ସଲମାନ ଖାନ ଜଣେ ଆତଙ୍କବାଦୀ । କେବଳ କଥାରେ ନୁହେଁ ବରଂ ସରକାରୀ ଘୋଷଣା ମୁତାବକ ସେ ଜଣେ ଆତଙ୍କବାଦୀ । ଆଉ ତାଙ୍କୁ ଆତଙ୍କବାଦୀ ବୋଲି ଘୋଷଣା ଭାରତ ସରକାର ନୁହେଁ ବରଂ ଭାରତର ପରମଶତ୍ରୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି । ସିନେ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଅଭିନେତା ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦୀ ବୋଲି ଘୋଷଣା କରିବା ପରେ ଭାରତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ହେଲେ ପ୍ରଶ୍ନ ଉଠୁଛି ରାଜନୀତିରେ ନେତା ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ବେଳେ ଅନେକ ଅଭିଯୋଗ ହୋଇଥାଏ । ହେଲେ ଜଣେ ଅଭିନେତାଙ୍କୁ କାହିଁକି ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିବା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର କରିବା ପରେ ଏବେ ଆଫଗାନିସ୍ତାନ ବି ପାକିସ୍ତାନ ଉପରେ ଆକ୍ରମଣ କରୁଛି । ଏହା ଭିତରେ ପାକିସ୍ତାନର ପ୍ରାନ୍ତ ରାଜ୍ୟ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହୋଇ ନୂତନ ଦେଶ ଗଠନ କରିବାକୁ ଆନ୍ଦୋଳନ ଜାରି ରଖିଛି । ହେଲେ ଏହା ଭିତରେ ସଲମାନ ଖାନ ସାଉଦି ଆରବର ଏକ ଷ୍ଟେଜ ସୋ'ରେ ବେଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶ ବୋଲି କହିଥିଲେ । ଏହାକୁ ନେଇ ପାକିସ୍ତାନ ବିଳିବିଳାଉଛି । ଶେହବାଜ ସରକାର ସଲମାନ ଖାନଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏନେଇ ପାକିସ୍ତାନ ଗୃହମନ୍ତ୍ରଣାଳୟ ତରଫରୁ ଏକ ନୋଟିସ ଜାରି କରାଯାଇଛି । ମୁଁ ଜ୍ୟୋତି, ମୋ କାହାଣୀ ଶୁଣିଲେ ଆପଣ ବି ବଞ୍ଚିବା ଶିଖିଯିବେ; ମାଟିରୁ ଉଠି ଆକାଶକୁ ଛୁଉଁଥିବା ଜଣେ ଝିଅର କାହାଣୀ… ପାକିସ୍ତାନ ଗୃହମନ୍ତ୍ରଣାଳୟ ସଲମାନ ଖାନଙ୍କୁ Fourth Schedule କାଟାଗୋରୀରେ ରଖି ଆତଙ୍କବାଦୀ ବୋଲି ଘୋଷଣା କରିଛି । ଏହି ନିୟମ ମୁତାବକ ପାକିସ୍ତାନରେ ସଲମାନ ଖାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ସେପଟେ ସଲମାନ ଖାନ କି ତାଙ୍କ ପ୍ରତିନିଧୀଙ୍କ ତରଫରୁ ଏହି ମାମଲା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସାଉଦି ଆରବରେ ଆୟୋଜିତ ଫୋରମ୍-୨୦୨୫ ସୋ' କ୍ରମରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସଲମାନ ଖାନ, ବେଲୁଚିସ୍ଥାନର ଲୋକଙ୍କୁ ଆଫଗାନିସ୍ତାନ ଲୋକ ବୋଲି କହିଥିଲେ । ନୀତିଶ କୁମାର ହିଁ ରହିବେ ଏନଡିଏର ମୁଖ୍ୟମନ୍ତ୍ରୀ, କହିଦେଲେ ବିଜେପି ନେତା ସଲମାନ ଖାନଙ୍କ ଏହି ବୟାନ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଅସନ୍ତୁଷ ଦେଖାଦେଇଛି । ସେପଟେ ଏହି ବୟାନକୁ ନେଇ ବେଲୁଚିସ୍ତାନ ନାଗରିକମାନେ ଖୁସି ବ୍ୟକ୍ତ କରିବା ସହ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବେଲୁଚିସ୍ତାନକୁ ସ୍ୱତନ୍ତ୍ର ଦେଶ ଘୋଷଣା କରିବା ଦାବିରେ ଆନ୍ଦୋଳନ କରୁଥିବା ବେଲୁଚି ନେତା ମୀର ୟାର ବଲୁଚ କହିଛନ୍ତି କି, ଭାରତୀୟ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ବୟାନ ବେଲୁଚିସ୍ତାନର ନାଗରିକଙ୍କ ପାଇଁ ଖୁସି ଆଣିଛି । ସଲମାନ ଖାନ ଯାହା କହିଛନ୍ତି, ସେତିକି କହିବାକୁ ଏସିଆ ମହାଦେଶର ବଡ଼ ବଡ଼ ଦେଶର ନେତାମାନେ ଭୟ କରୁଥିବା ମୀର କହିଛନ୍ତି ।
ଅବକାରୀ ବିଭାଗର ଚଢାଉ, ୫୬୫ ଲିଟର ଦେଶୀ ମଦ ଜବତ
ରୋହିତ ଶର୍ମାଙ୍କ ଜିଗ୍ରି ଦୋସ୍ତ ହେବେ IPLର ହେଡ୍ କୋଚ୍, KKR କରିବାକୁ ଯାଉଛି ବଡ଼ ଘୋଷଣା
ଓଡିଶାଭାସ୍କର:ସମସ୍ତ ଦଳ ଇଣ୍ଡିଆନ୍ ପ୍ରିମିୟର ଲିଗର ଆଗାମୀ ସିଜିନ୍ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି, ଯାହା ଫଳରେ ଅନେକ ବଡ଼ ପରିବର୍ତ୍ତନ ଆସିଛି। ତିନିଥର IPL ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଏଥିରେ ସାମିଲ ଅଛନ୍ତି। କିଛି ମାସ ପୂର୍ବରୁ, କୋଲକାତା ନାଇଟ୍ ରାଇଡର୍ସ ସେମାନଙ୍କର ହେଡ୍ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା। ଏବେ KKRର ନୂଆ ମୁଖ୍ୟ ପ୍ରଶିକ୍ଷକଙ୍କ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହି ଅଭିଜ୍ଞ […]
ଆରଜେଡିର ପ୍ରତିଶ୍ରୁତି ବମ୍! ଚାକିରି, ଋଣ ଓ ପେନସନ୍ ସହ ମହାଘୋଷଣା
କନକ ବ୍ୟୁରୋ : ନିର୍ବାଚନ ଆସିଲେ ନେତାଙ୍କ ଜନତାଙ୍କ କଥା ମନେପଡ଼େ । ହାତୀ ଘୋଡା ଚାକିରି ସହ ସବୁ ମାଗଣା ଦେବାକୁ ପ୍ରତିଶ୍ରୁତି ଦିଅନ୍ତି । ଏସବୁ ଭାରତୀୟ ରାଜନୀତିରେ ଏକ ପୁରୁଣା ସୁଆଙ୍ଗ । ହେଲେ ନିର୍ବଚାନ ସରିଲେ ଜନତା ଓ ନେତାଙ୍କ ଭିତରେ ଦୂରତା ଭାଇବୋହୂ ଦେଢ଼ଶୂର ଭଳି ପାଲଟି ଯାଏ । କଥା ସିନା ହୋଇପାରନ୍ତି ହେଲେ କେହି କାହାର କାମରେ ଲାଗନ୍ତି ନାହିଁ । ଯାହା ଏବେ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି । ବିହାର ରେ ନୀତିଶ ସରକାର ରାଜ୍ୟର ଜୀବିକା ମାଆମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବାଣ୍ଟି ମହିଳା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବିରୋଧୀ ଆରଜେଡି ବିହାରବାସୀଙ୍କୁ ପ୍ରତିଶ୍ରୁତିର ପାହାଡ଼ ଉପରେ ଠିଆ କରିଦେଇଛି । ଆରଜେଡିର ନେତା ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରି ବିହାରବାସୀଙ୍କୁ ୫ ଟି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ବିହାରବାସୀ ପରିବର୍ତ୍ତନ ଚାହୁଛନ୍ତି । ଚଳିତ ସରକାର ଦୁର୍ନୀତି ଓ ଅପରାଧ ରୋକିବାରେ ବିଫଳ ହୋଇଛି । ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ମୁକେଶ ସହନୀ ଉପ-ମୁଖ୍ୟମନ୍ତ୍ରୀପ୍ରାର୍ଥୀ ହେଲେ ଆମ ସରକାର ଆସିଲେ ଅପରାଧ, ଦୁର୍ନୀତିର ମୂଳପୋଛ ହେବ । ଏହାସହ ସେ ବିହାରବାସୀଙ୍କୁ ଅନୁରୋଧ କରିଛନ୍ତି କି, ବିଜେପି ଓ ଏନଡିଏକୁ ୨୦ ବର୍ଷ ଦେଇଛ, ଆମକୁ ୫ ବର୍ଷ ଶାସନଗାଦିରେ ବସିବାର ସୁଯୋଗ ଦେଇ ଦେଖ । ଆମ ସରକାର ଗଠନ ହେବା ପରେ ପଞ୍ଚାୟତ ପ୍ରତିନିଧୀ ଓ ୱାର୍ଡମେମ୍ବରଙ୍କୁ ଭତ୍ତା ଦ୍ୱିଗୁଣା କରାଯିବ । ଏହାସହ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ପେନସନ୍ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ସେମାନଙ୍କୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇଦିଆଯିବ । ଏହାସହ ପିଡିଏସ୍ ସିଷ୍ଟମରେ ଯେଉଁମାନେ ବିତରଣ କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାନଦେୟ ସ୍ଥିର କରାଯିବ । ବଙ୍ଗୋପସାଗରେ ଗଭୀର ଅବପାତ ; ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସବୁଠାରୁ ବଡ଼କଥା ତେଜସ୍ୱୀ ଯାଦବ କହିଛନ୍ତି କି, ରାଜ୍ୟରେ ଥିବା କୁମ୍ଭାର, କମାର, ବଢେଇମାନଙ୍କୁ ସେମାନଙ୍କ ରୋଜଗାର ବୃଦ୍ଧି କରିବାକୁ ୫ ବର୍ଷରେ ବିନା ସୁଧରେ ୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବ । ଏହାପୂର୍ବରୁ ତେଜସ୍ୱୀ ଯାଦବ ରାଜ୍ୟର ମହିଳାମାନଙ୍କ ପାଇଁ ମାସିକ ୨.୫ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ । ସେପଟେ ସରକାରକୁ ଆସିଲେ ପ୍ରତିପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଏନଡିଏର ନିଦ ହଜାଇ ଦେଇଛନ୍ତି ।
କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ୁଥିବା ସୁନା ଦରରେ ହଠାତ ବିରାମ ଲାଗିଛି । ଦର ସ୍ଥିର ହୋଇନାହିଁ କିନ୍ତୁ ଗତ ୪ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପ୍ରତି ୭ ହଜାରରୁ ଅଧିକ କମ୍ ହୋଇଛି । କେବଳ ଭାରତରେ ନୁହେଁ ଅନ୍ତର୍ରାଷ୍ଟ୍ରୀୟ ବଜାର ସହ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସହ ଘରୋଇ ବଜାରରେ ମଧ୍ୟ ଦର ହ୍ରାସ ପାଇଛି । ସପ୍ତାହ ଆରମ୍ଭରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ଦାମ ୧ ଲକ୍ଷ ୩୦ ହଜାର ଟଙ୍କା ପାର ହୋଇଥିଲା । ହେଲେ ସପ୍ତାହର ଶେଷ କାରବାର ଦିନରେ ଏହା ୧ ଲକ୍ଷ ୨୩ ହଜାରକୁ ଖସିଛି । ପ୍ରଥମେ ଜାଣିବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ସୋମବାର ଦିନ ୧୦ ଗ୍ରାମ ପ୍ରତି ୧,୩୦,୬୨୪ ଟଙ୍କା ଥିଲା । ହେଲେ ଶୁକ୍ରବାର ସୁଦ୍ଧା ଦର ହ୍ରାସ ପାଇ ୧,୨୩,୨୫୫ ଟଙ୍କାରେ ପହଂଚିଛି । ସେହିଭଳି ଘରୋଇ ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇବାରେ ଲାଗିଛି । ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ମୁତାବକ ସୋମବାର କାରବାର ଆରମ୍ଭ ହେବା ବେଳକୁ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପ୍ରତି ଦର ୧,୨୬,୭୩୦ ଟଙ୍କା ଥିଲା । ସନ୍ଧ୍ୟା ସୁଦ୍ଧା ଏହି ଦାମ ବଢ଼ି ୧,୨୭,୬୩୩ ଟଙ୍କାରେ ପହଂଚିଥିଲା । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦର ହ୍ରାସ ପାଇଁ ୧,୨୧,୫୧୮ ଟଙ୍କା ଅର୍ଥାତ ୧୦ ଗ୍ରାମ ଉପରେ ୬,୧୧୫ ଟଙ୍କା ହ୍ରାସ ପାଇଛି । ଆସିଲା ବଡ଼ ଖବର :କମିଲା ସୁନା ଦର ,ଆଗକୁ ଆହୁରି କମିପାରେ ସୁନା ରେଟ୍ ସୂଚନା ଥାଉ କି, ବୁଲିୟନ ଜୁଏଲର୍ସ ୱେବସାଇଟରେ ଅପଲୋଡ଼ ହୋଇଥିବା ଦର ସାରା ଦେଶରେ ଲାଗୁ ହୋଇଥାଏ । ହେଲେ ଆପଣ ଗହଣା କିଣିବା ବେଳେ ଏଥିରେ ୩ ପ୍ରତିଶତ ଜିଏସଟି ସହ ମେକିଂ ଚାର୍ଜ ଲାଗୁ ହୋଇଥିଏ । ଭିନ୍ନ ଭିନ୍ନ ସହର ଓ ଭିନ୍ନ ଭିନ୍ନ ଗହଣା ଦୋକାନରେ ଗଢେଇ ମଜୁରୀ ବା ମେକିଂ ଚାର୍ଜ ଅଲଗା ଥାଏ । ମାଗଣା ସୁନା ଦେଉଛି ଅମ୍ବାନୀଙ୍କ କମ୍ପାନି : ୧୦ ଲକ୍ଷ ପର୍ଯ୍ୟନ୍ତ ଜିତିପାରିବେ ପୁରସ୍କାର ସୁନା ଦର ହ୍ରାସ ପଛରେ ଥିବା କାରଣ ବାବଦରେ ଯଦି କହିବା ତେବେ ରିପୋର୍ଟ ମୁତାବକ ସୁନା ଉପରେ ନିବେଶ କରୁଥିବା ନିବେଶକାରୀ ଏବେ ଲାଭ ଉଠାଇବା ଚକ୍କରରେ ଅଛନ୍ତି । ଯାହାର ସିଧା ପ୍ରଭାବ ସୁନାର ଦାମ ଉପରେ ପଡ଼ିଛି । ଏହା ବ୍ୟତୀତ ଆମେରିକା ଓ ଚୀନର ଟାରିଫ୍ ଟେନସନ୍ କମି କମି ଆସୁଥିବାରୁ ସୁନାର ଦାମ୍ ମଧ୍ୟ କମ ହେବା ଅନ୍ୟ ଏକ କାରଣ ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓବିସି କମିଶନ, ସମସ୍ତ ସମସ୍ୟାର କରିବେ ଶୁଣାଣି
ବିନିକାରେ ବେଧଡ଼କ ଚାଲିଥିଲା ନକଲି ନୋଟ କାରବାର, ପୋଲିସ ଚଢାଉରେ ବିପୁଳ ଟଙ୍କା ଜବତ
ରେଡ୍ ଆଲର୍ଟରେ ଗଜପତି ଜିଲ୍ଲା : ସ୍କୁଲ-କଲେଜ ୩ ଦିନ ଛୁଟି, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ
ସମ୍ଭାବ୍ୟ ବାତ୍ୟାକୁ ନେଇ ୧୪ ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ଜଳଭଣ୍ଡାର ଉପରେ ରହିଛି ନଜର
ଭୂକମ୍ପ ଝଟକାରେ ଥରିଲା ୪ ଦେଶ, କୋରଲ ସାଗରରେ ତୀବ୍ରତା ୬.୦ ରେକର୍ଡ
ଓଡିଶା ଭାସ୍କର: ଏବେ ଏବେ ସରିଛି ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ଯାଚ ବିଶିଷ୍ଟ ODI ମ୍ଯାଚ । ତେବେ ଏହା ପରେ ଭାରତ କେଉଁ ଟିମ ସହ ଦିନିକିଆ ଖେଳିବା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି । ପୁଣି ସେପଟେ ଶେଷ ମ୍ୟାଚରେ ରୋହିତ ଓ କିଙ୍ଗ କୋହଲିଙ୍କ ଦମଦାର ଫର୍ମ ଦେଖିବା ପରେ ହୁଏତ ଆଗକୁ ହେବାକୁ ଥିବା ଦିନିକିଆରେ ସେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଏଣୁ ଆଗାମୀ […]
ଭାରତ ସହ ରହିବାକୁ ଚାହୁଁଥିଲା ବାଲୁଚିସ୍ତାନ, ହେଲେ ଜବରଦସ୍ତ ମାଡି ବସିଛି ପାକିସ୍ତାନ, ଜାଣନ୍ତୁ ଏହା ପଛର କାହାଣୀ…
ନୂଆଦିଲ୍ଲୀ: ସମ୍ପ୍ରତି ପାକିସ୍ତାନ-ବାଲୁଚିସ୍ତାନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ବର୍ଷ ବର୍ଷ ଧରି ଆତଙ୍କବାଦକୁ ପୋଷୁଥିବା ପାକିସ୍ତାନ ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ବାଲୁଚିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ତେବେ ଏହି ବିବାଦର ଏକ ଲମ୍ବା ଇତିହାସ ଅଛି, ଯାହା ଭାରତର ସ୍ୱାଧୀନତା ଏବଂ ବିଭାଜନ ସମୟରୁ ଆରମ୍ଭ ହୋଇଛି। ପାକିସ୍ତାନରେ ମିଶିବା ପୂର୍ବରୁ, ବାଲୁଚିସ୍ତାନ ଏକ ସ୍ୱାଧୀନ ରାଷ୍ଟ୍ର ଥିଲା। ଆଜି ବାଲୁଚିସ୍ତାନ ଇରାନ, ଆଫଗାନିସ୍ତାନ ଏବଂ […]
କରୁର ଦଳାଚକଟା ଘଟଣା ; ପୁଣି ଥରେ ମାମଲା ରୁଜୁ କଲା CBI, ପୀଡିତଙ୍କ ପରିବାରକୁ ଭେଟିବେ ବିଜୟ !
ଡାକ୍ତର ହେବା ଆଶାରେ ଯାଇଥିଲେ, ହେଲେ ନିଜେ ଶବ ହୋଇ ଫେରିବେ
କୋରାପୁଟ କଫିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ - କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ
(VIDEO) ମାଲେସିଆରେ ଟ୍ରମ୍ପଙ୍କ ଜବରଦସ୍ତ ଡ୍ୟାନ୍ସ, ଉଡ଼ାଇଦେବ ଆପଣଙ୍କ ହୋସ୍, ଭିଡ଼ିଓ ଭାଇରାଲ୍
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପାଞ୍ଚ ଦିନିଆ ଏସିଆ ଗସ୍ତର ଅଂଶ ଭାବରେ ରବିବାର ମାଲେସିଆରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଗସ୍ତ ସମୟରେ ଟ୍ରମ୍ପ ଜୋରଦାର ନାଚିଥିଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନାଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟ୍ରମ୍ପଙ୍କ ମାଲେସିଆ ଗସ୍ତର ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଟ୍ରମ୍ପଙ୍କ ନୃତ୍ୟ ସମୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମଧ୍ୟ ତାଙ୍କ ସହିତ ଉପସ୍ଥିତ […]
ରାତିରେ କାହିଁକି ସବୁ ଅନ୍ଧାର ଦେଖାଯାଏ; ଲାଇନ କଟିଗଲେ କାହିଁକି ଦେଖିପାରେନା ମଣିଷ, କଣ କହୁଛି ବିଜ୍ଞାନ ଜାଣନ୍ତୁ…
ଓଡିଶା ଭାସ୍କର: ଯଦି ହଠାତ କେହି ଘର ଲାଇଟ ବନ୍ଦ କରି ଦିଏ ବା ରାତିର ଅନ୍ଧାର ଭିତରେ ଆମକୁ କିଛି ଦେଖାାଏ ନାହିଁ କାହିଁକି ? କଣ ରହିଛି ଏହା ପଛରେ କାରଣ ଆସନ୍ତୁ ଜାଣିବା ? ଥମାସ ଆଲଭା ଏଡିସନ ବଲର ଆବିଶ୍କାର କରିଥିଲେ ।ଏହା ଆମକୁ ଅନ୍ଧାରରେ ଆଲୋତ ପ୍ରଦାନ କରିଥାଏ ।ଆମେ ସମସ୍ତ ବସ୍ତୁକୁ ଦେଖିପାରୁ । ମାତ୍ର ଯଦି ଲାଇନ ପଳାଏ ଚାରିଆଡେ ଆମକୁ ଅନ୍ଧାର ଦେଖାଯାଏ ।ଏହା ପଛରେ […]
ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ଚାଷୀ ; ତରବରିଆ ଭାବେ କାଟି ନେଉଛନ୍ତି ଧାନ
କନକ ବ୍ୟୁରୋ : ଚାଷୀଙ୍କୁ ଆତଙ୍କିତ କରୁଛ ସମ୍ଭାବ୍ୟ ବାତ୍ୟା । ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଆଗାମି ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି । ଧାନ କଟା ମେସିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି । ମାଲକାନଗିରି ଏମଭି ୪୩ ଗାଁରେ ଦିନ ରାତି ଧାନ କଟା ଜାରି ରଖିଛନ୍ତି ଚାଷୀ । ସେପଟେ ବାତ୍ୟାକୁ ନେଇ ସଜାଗ ମତ୍ସ୍ୟଜୀବୀ । ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ । ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସି ଯାଇଛି । Fisher man Photograph: (Kanak News) ଅଧିକ ପଢ଼ନ୍ତୁ-- ବିକାଶ ଏଠି ବାଟବଣା; ଆଧାର କାର୍ଡ ଯୋଗୁଁ ମିଳୁନି ସରକାରୀ ସୁବିଧା ବଙ୍ଗୋପସାଗରରେ ଗଭୀର ଅବପାତ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଅବପାତଟି ଏବେ ଚେନ୍ନାଇରୁ ୮୫୦ କିଲୋମିଟର, ବିଶାଖାପାଟଣାରୁ ୮୯୦ କିଲୋମିଟର, ଆନ୍ଧ୍ରପ୍ରଦେଶର କାକିନାଡାରୁ ୮୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରରୁ ୯୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଏହା ୨୮ ଅକ୍ଟୋବର ସନ୍ଧ୍ୟା ଅବା ରାତିରେ ମଚିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି ।
କାଳୀପୂଜା ମେଳାରେ ଚୋରି କରୁଥିଲେ ସ୍ୱାମୀ-ସ୍ତ୍ରୀ, କାବୁକରିଲା ପୋଲିସ
ଏହି ଦେଶର ପ୍ରମୁଖ ପର୍ବ ‘ଛଟ୍’, ଜାଣନ୍ତୁ କ’ଣ ରହିଛି ପୂଜା ବିଧି, କାହିଁକି ମହିଳାମାନେ ଲଗାନ୍ତି ନାକ ଯାଏଁ ସିନ୍ଦୁର
ଭୁବନେଶ୍ଵର: ଆରମ୍ଭ ହୋଇଛି ଛଟ୍ ପର୍ବ । ଏହି ପର୍ବ ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପାଳନ କରାଯାଏ । ଏହା ବ୍ୟତୀତ ନେପାଳର କେତେକ ଅଞ୍ଚଳରେ ଛଟ ପର୍ବ ମଧ୍ୟ ପାଳନ କରାଯାଏ । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା ଖୁସି ରହିଥାନ୍ତି। ଆଜି ଛଟ୍ ପର୍ବର ଦ୍ଵିତୀୟ ଦିନ । ଛଟ୍ ପର୍ବ: ଛଟର ପ୍ରଥମ ଦିନକୁ ‘ନହେ ଖୈ’ ଭାବରେ […]
ଦିଲ୍ଲୀ ନିଶ୍ୱାସରେ ବିଷ; ୪୦୦ ଅତିକ୍ରମ କଲା AQI, ଅନେକ ଅଞ୍ଚଳରେ ରେଡ ଆଲର୍ଟ
ଅକ୍ଟୋବର ମାସ ଆସିଲେ ଛନକା ପଶେ ,ବଙ୍ଗୋପସାଗରରେ ମାଡ଼ି ଆସେ ବାତ୍ୟା ; କାହିଁକି ଏହି ମାସରେ ଆସେ ସାଇକ୍ଲୋନ?
କନକ ବ୍ୟୁରୋ : ପୁଣି ସେହି ଅକ୍ଟୋବର, ପୁଣି ସେହି ବାତ୍ୟା । ହେଲେ ଏଥର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆନ୍ଧ୍ର ମୁହାଁ ହୋଇଛି । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । କିନ୍ତୁ ଅକ୍ଟୋବର ଆସିଲେ କାହିଁକି ବଙ୍ଗୋପସାଗରରେ ମୁଣ୍ଡ ଟେକେ ବାତ୍ୟା, ତାକୁ ନେଇ ସବୁଠି ଚର୍ଚ୍ଚା । ୯୯’ ମସିହାର ସେହି ମହାବାତ୍ୟା ହେଉ କିମ୍ବା ଫାଇଲିନ, କି ହୁଡହୁଡ୍ । ସବୁ ବାତ୍ୟା ଆସେ ଠିକ୍ ଏହି ଅକ୍ଟୋବର ମାସରେ । ଅକ୍ଟୋବର ଆସିଲେ ଛାତିରେ ଛନକା ପଶେ । ମନେ ପକାଇଦିଏ ମହାବାତ୍ୟା ଆଉ ଫାଇଲିନର ସେହି କାଳ ରାତି କଥା । ଅଧିକ ପଢ଼ନ୍ତୁ-- ବଲିଉଡ୍କୁ ବଡ଼ ଝଟକା; ଚାଲିଗଲେ ହାସ୍ୟ ଅଭିନେତା ସତୀଶ ଶାହ ସେଦିନ ଥିଲା ୧୯୯୯ ଅକ୍ଟୋବର ମାସ ୨୯ ତାରିଖ । ମାଡ଼ି ଆସିଲା ମହା ପ୍ରଳୟଙ୍କାରୀ ମହାବାତ୍ୟା । ମହାବାତ୍ୟା ତାଣ୍ଡବରେ ପ୍ରାୟ ୧୦ ହଜାର ଲୋକ ଜୀବନ ଚାଲିଗଲା । ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲା ଓଡ଼ିଶାର ଉପକୂଳ ଅଞ୍ଚଳ । ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମହାବାତ୍ୟା ମାଡ଼ରେ ନିସ୍ତେଜ ହୋଇ ଯାଇଥିଲା । ସେହିପରି ୨୦୧୩ ଅକ୍ଟୋବରରେ ତାଣ୍ଡବ ରଚିଥିଲା ଫାଇଲିନ୍ । ଆଉ ୨୦୧୪ର ପ୍ରଳୟଙ୍କରୀ ହୁଡ୍ ହୁଡର ସାମ୍ନା କରିଥିଲେ ଓଡ଼ିଶାବାସୀ । ସେହିପରି ୨୦୧୮ରେ ତିତଲି ବି ଦାନା ବାନ୍ଧିଲା ବଙ୍ଗୋପସାଗରରେ । କିନ୍ତୁ ଓଡ଼ିଶା ଭିତରକୁ ପଶିପାରିଲାନି । ଆଉ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଚର୍ଚ୍ଚା । ଅବଶ୍ୟ ଏହି ବାତ୍ୟାର ନିଶାନାରେ ଓଡ଼ିଶା ନାହିଁ । ତଥାପି ବର୍ଷା ଓ ପବନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।ତେବେ କାହିଁକି, ଅକଟୋବର ମାସ ହିଁ ବାତ୍ୟା ପାଇଁ ଅନୁକୂଳ ହୁଏ ? ସେନେଇ ଲାଗିରହିଥିବା ନାନା ଚର୍ଚ୍ଚା ଭିତରେ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ମାସ ହେଉଛି ଅକ୍ଟୋବର । ସେତେବେଳେ ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଫଳରେ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡ଼େ ସମୁଦ୍ର । ଯାହା କ୍ରମେ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ । ଆଉ ଠିକ୍ ଅକ୍ଟୋବର ମାସ ବେଳକୁ ବଙ୍ଗୋପସାଗରରେ ମାଡ଼ି ଆସେ ବାତ୍ୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ମୋନ୍ଥା’। ଏହାର ତୀବ୍ରତା କେତେ ରହିବ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି। ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି। ୨୬ ତାରିଖ ସକାଳୁ ଗଭୀର ଅବପାତରେ ପରିଣତ ହେବ। ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ। ତାପରେ ବଳ ଗୋଟାଇ ଉପକୂଳ ମୁହାଁ ହେବ ବାତ୍ୟା ।
ମାଲାମାଲ କରୁଛି ୟୁଟୁବ; ୫୦ ହଜାର ଭ୍ଯୁ ରେ ମିଳିବ ପୁଳ ପୁଳା ଟଙ୍କା ଜାଣନ୍ତୁ କିପରି?
ଓ଼ଡିଶା ଭାସ୍କର: ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକ ୟୁଟୁବ ଓ ଇନଷ୍ଟାଗ୍ରାମରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆପଣ ମଧ୍ୟ ଏହି ଆପରୁ ଲକ୍ଷପତି ହୋଇପାରିବେ । ତେବେ ୟୁଟୁବ 50 ହଜାର ସବସ୍କ୍ରାଇବର ହେବା ପରେ କେତେ ଟଙ୍କା ଦେଇଥାଏ ଆସନ୍ତୁ ଜାଣିବା ଆଜିକାଲି, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ କେବଳ ମନୋରଞ୍ଜନର ନୁହେଁ ବରଂ ଆୟର ଏକ ଭଲ ଉତ୍ସ ପାଲଟିଛି। YouTube, Instagram ଏବଂ Facebook ଭଳି ସୋସିଆଲ ମିଡିଆ ଆପ୍ସରେ […]
ହୋଟେଲ ରୁମରେ ହିଡେନ୍ କ୍ୟାମେରା ଅଛି କି ନାହିଁ, ଏହି ଉପାୟରେ ତୁରନ୍ତ ଜାଣନ୍ତୁ
ଓଡିଶାଭାସ୍କର:ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ହୋଟେଲରେ ଯାତ୍ରା କରନ୍ତି ଏବଂ ରୁହନ୍ତି। କିନ୍ତୁ, ହୋଟେଲଗୁଡ଼ିକରେ ଅନେକ ସମୟରେ ଏପରି ଘଟଣା ଘଟିଛି ଯାହା ଲୋକଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ। ତେଣୁ, ସୁରକ୍ଷା ପ୍ରତି ସତର୍କ ରହିବା ଏବେ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ହୋଟେଲ ରୁମ୍ ରେ ସ୍ଥାପିତ ହିଡେନ୍ କ୍ୟାମେରାଗୁଡ଼ିକ ପ୍ରାୟତଃ ଲୋକଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରେ। କିଛି କ୍ଷେତ୍ରରେ, ବ୍ଲାକମେଲିଂ ପାଇଁ ମଧ୍ୟ ରେକର୍ଡିଂ ବ୍ୟବହାର କରାଯାଇଛି। […]
ମୁଁ ଜ୍ୟୋତି, ମୋ କାହାଣୀ ଶୁଣିଲେ ଆପଣ ବି ବଞ୍ଚିବା ଶିଖିଯିବେ; ମାଟିରୁ ଉଠି ଆକାଶକୁ ଛୁଉଁଥିବା ଜଣେ ଝିଅର କାହାଣୀ…
କନକ ବ୍ୟୁରୋ : ‘ ମୁଁ ଜ୍ୟୋତି , ମୋ ନିଜ ଭିତରେ ଅଛି ମୋର ଗୋଟେ ଭିନ୍ନ କାହାଣୀ । ଆଜିକା ସମାଜରେ ଅନେକ ହାରି ଯିବା ପରେ ମୃତ୍ୟୁର ବାଟ ବାଛିନେଉଥିବା ମୁଁ ଶୁଣୁଛି ଦେଖୁଛି ବି । ହେଲେ କାହିଁକି ? ମୁଁ ତ ବଞ୍ଚିଛି । ଯଦି ମୁଁ ବଞ୍ଚିପାରିଛି ତାହେଲେ ଆପଣ ବି ବଞ୍ଚିପାରିବେ । କାରଣ ମୋ ଜୀବନର ଆଦ୍ୟରୁ ଆଜିଯାଏଁ ଯେଉଁ ସମୟ ଆଉ ଯେଉଁ ସବୁ ଘଟଣା ଘଟିଛି ତାହା ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ , ହୁଏତ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଆଉ ଗୋଟେ ଦୀର୍ଘ ନିଃଶ୍ବାସ ନେବା ପରେ ଆପଣ ବି କହିବେ, ନା ବଞ୍ଚିବାକୁ ପଡ଼ିବ । ଅଧିକ ପଢ଼ନ୍ତୁ-- ସକାଳ ଜଳଖିଆ ପାଇଁ କ’ଣ ଭଲ ? ଗଜା ମୁଗ ନା’ ଗଜା ବୁଟ ? କେଉଁଥିରେ ଅଛି ଅଧିକ ନ୍ୟୁଟ୍ରିସନ୍ ? ମୁଁ ହେତୁ ପାଇଲାବେଳକୁ ନିଜୁକୁ କୁଢ଼ କୁଢ଼ ଅଳିଆ ଗଦା ଭିତରେ ଆବିଷ୍କାର କରଥିଲି । କାରଣ , ଖାଇବା ଦିଟା ଯୋଗାଡ଼ କରିବାକୁ ମୁଁ ପିଲା ଦିନରୁ ଭିକ ମାଗିଲି ଆଉ ପ୍ଳାଷ୍ଟିକ୍ ଆଉ ଜରି ଗୋଟାଇଲି । ସନ୍ଧ୍ୟାରେ ତାକୁ ବିକିଲେ ଯାହା କେଇ ଟଙ୍କା ମିଳୁଥିଲା ମୋ ପାଇଁ ଆଉ ବାପା, ମାଆଙ୍କ ପାଇଁ ଖାଇବା ନେଉ ଯାଉଥିଲି । ମୋ ମୁଣ୍ଡ ଉପରେ ନା ଛପର ଥିଲା ନା କିଛି ଠିକଣା । ପ୍ଲାଟଫର୍ମର ଗୋଟେ କୋଣରେ ପଡ଼ି ରହୁଥିଲୁ । ବର୍ଷା ଦିନେ ଆଉ ଶୀତ ଦିନେ ପ୍ଲାଟଫର୍ମରେ ବସି ବସି ରାତିଟା ସେମିତି ଚାହିଁ ଚାହିଁ କାଟିଦେଉଥିଲି । ବେଳେ ବେଳେ ଶୀତରୁ ରକ୍ଷା ପାଇବାକୁ ବଡ଼ ଜରି ପାଇଲେ ବା ଜରି ଅଖା ପାଇଲେ ତା ଭିତରେ ପଶିଯାଉଥିଲି । ମୋତେ ଯେତେବେଳ ୧୦ ବର୍ଷ ମୋ ମାଆ ଙ୍କ ମୃତ୍ୟୁ ହୋଇଗଲା । ଆଉ ତା ପରେ ଅବସ୍ଥା ନକହିବା ଭଲ । ଦିନରୁ ରାତି ଆସିବା ଯାଏଁ ରାସ୍ତା କଡ଼ରେ କେବେ ବୁଲି ବୁଲି ଭିକ ମାଗୁଥିଲି ତ କେବେ କେଉଁଠି ପ୍ଲାଷ୍ଟିକ୍ ଗୋଟାଇ କବାଡ଼ି ବାଲାକୁ ଦେଉଥିଲି । ପ୍ଲାଟଫର୍ମରେ ବେଳେ ବେଳେ ପୁଲିସ ଘଉଡ଼ାଇଲେ ରାତି ସାରା ଘୁରୁବୁଲୁଥିଲି । ଜୀବନ ଏମିତି ଚାଲିଥିବାବେଳେ ଥରେ ରେନ୍ ବୋ ଫାଉଣ୍ଡେସନର ନିଲୁ ମାଡାମ୍ ଷ୍ଟେସନକୁ ଆସିଥିଲେ । ମୋ ବାବଦରେ ପଚାରିଲେ ଆଉ କିଛି ପିଲାଙ୍କୁ ବି ପଚାରିଲେ । କିନ୍ତୁ ମୁଁ ମୋ ନିଜ ବିଷୟରେ କିଛି ଜାଣିନଥିଲି କହିଲେ ଚଳେ । ସେଠି ଥିବା ବୟସ୍କ ଲୋକେ ମୋ ବିଷୟରେ ମାଡାମଙ୍କୁ କହିଥିଲେ । ସେଇଠୁ ଜାଣିବାକୁ ପାଇଲି, ମୋ ବାପା , ମାଆ ଷ୍ଟେସନ କଡ଼ରେ ଜରି ପକାଇ ରହୁଥିଲେ । କିନ୍ତୁ ମୋତେ ଯେତେବେଳେ ମାତ୍ର ବର୍ଷେ ମୋତେ ଷ୍ଟେସନରେ ଏକୁଟିଆ ଛାଡ଼ି ଚାଲିଗଲେ । ମୋତେ କୋଳକୁ ନେଇଥିଲେ ସେଠି ଦାନ୍ତକାଠି ବିକୁଥିବା ଜଣେ ମହିଳା । ହେଲେ ଚାଲି ଶିଖିବା ଆଉ କଥା କହିବା ପରେ ମୁଁ ଷ୍ଟେସନରେ ଭିକ ମାଗିବା ଆରମ୍ଭ କରିଥିଲି । ଆଉ ଅଳିଆ ଗୋଟାଉଥିଲି । ମୋତେ ୧୦ ବର୍ଷ ହେବାବେଳେକୁ ସେ ବି ଆରପାରିକୁ ଚାଲିଗଲେ । ତାଙ୍କର ଜଣେ ସମ୍ପର୍କୀୟ ଭାଇ ମୋତେ ସାହାରା ଦେଲେ । ତାଙ୍କୁ ମୁଁ ବାପା ବୋଲି ଡାକୁଥିଲି । ମୋ ଆଖିରେ କିଛି ସ୍ବପ୍ନ ନଥିଲା ନା କିଛି ଇଚ୍ଛା । ଖାଲି ଯାହା ଭୋକ ଲାଗିଲେ ଖାଇବାକୁ ଖୋଜୁଥିଲି । କିନ୍ତୁ ରେନବୋ ଫାଉଣ୍ଡେସନ୍ ମୋତେ ନୂଆ ଜୀବନ ଦେଲା । ସେଇଠୁ ମୁଁ ଜୀବନକୁ ବୁଝିବା ଆରମ୍ଭ କଲି । ସେଲ୍ଟର ହୋମରେ ରହି ପଢ଼ିଲି ଆଉ ବହୁତ ଭଲ ମାର୍କ ରଖି ମେଟ୍ରିକ୍ ପାସ୍ କଲି । ତାପରେ ଇଣ୍ଟରମିଡିଏଟ୍ ବି କଲି । ଏବେ ମୁଁ କାଫେ ଚଲାଉଛି , ମୁଁ ବଞ୍ଚୁଛି ଅନ୍ୟକୁ ବି ବଞ୍ଚାଉଛି’ । ଇଣ୍ଟରମିଡିଏଟ୍ ପାସ୍ କରିବା ପରେ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଆସିୟାନା ଦିଘା ରୋଡ୍ ନିକଟରେ ଲେମନ୍ କାଫେ ଖୋଲିଛନ୍ତି । ସେଠି ବିଭିନ୍ନ ପ୍ରକାରର ଚା ସହ ସ୍ନାକ୍ସ ମିଳୁଛି । ସେଠାରୁ ରୋଜଗାର ହେଉଥିବା ଅର୍ଥରେ ନିଜେ ଭଡ଼ା ଘରେ ରହି ପଢ଼ା ଜାରି ରଖିଛନ୍ତି । ଗରିବ ପିଲାଙ୍କ ପଢ଼ାରେ ବି ସହଯୋଗ କରୁଛନ୍ତି । ସକାଳୁ ରାତି ୧୦ଟାଏଁ ଏଇ କାଫେ ଚଳାଇଥାନ୍ତି ଜ୍ୟୋତି । ତା ଭିତରେ ସମୟ ମିଳିଲେ ପଢ଼ନ୍ତି । ଘରକୁ ଫେରିବା ପରେ ବି ପଢ଼ା ଚାଲେ । ତାଙ୍କ ଲକ୍ଷ୍ୟ ମାର୍କେଟିଙ୍ଗ କୋର୍ସ କରିବେ ଏ ଦିଗରେ ନିଜର ପରିଚୟ ସୃଷ୍ଟି କରିବେ । ଆମର ବିଶ୍ବାସ ଜ୍ୟୋତିଙ୍କ କାହାଣୀ କେହି ହାରିଯାଉଥିବାବେଳେ ଆଗକୁ ବଢ଼ିବାର ବାଟ ଦେଖାଇବ । ପୂରା କାହାଣୀ ଜାଣିବା ପରେ ଲାଗେ ଜୀଇଁବାର ଆଉ ଗୋଟେ ନାଁ ବୋଧେ ଜ୍ୟୋତି ।
କାହିଁକି ସଲମାନଙ୍କ ଉପରେ ଭଡକିଲା ପାକିସ୍ତାନ, ଅଭିନେତାଙ୍କୁ କଲା ଆତଙ୍କୀ ଘୋଷଣା…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନ ନିକଟରେ ସାଉଦି ଆରବରେ ଏକ ଶୋ’ ସମୟରେ ବେଲୁଚିସ୍ତାନକୁ ପାକିସ୍ତାନରୁ ଏକ ପୃଥକ ଦେଶ ଭାବରେ ବର୍ଣ୍ଣନା କରିଥିଲେ । ଯାହାକୁ ଶୁଣିବା ପରେ ରକ୍ତଚାଉଳ ଚୋବାଉଛି ପଡ଼ୋଶୀ ଦେଶ । ରାଗିକି ନିଆଁ ବାଣ ଶେହବାଜ ସରକାର ସଲମାନ ଖାନଙ୍କୁ ଏଥିପାଇଁ ଆତଙ୍କବାଦୀ ଘୋଷଣା କରିଛନ୍ତି। ପାକିସ୍ତାନ ଗୃହ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ପାକିସ୍ତାନର ଗୃହ ମନ୍ତ୍ରଣାଳୟ ସଲମାନ ଖାନଙ୍କୁ ଚତୁର୍ଥ ସୂଚୀରେ ରଖିଛି, […]
ଥାନାରେ ଥାର୍ଡ ଡିଗ୍ରୀ ଦେବା ଘଟଣା, ମହିଳାଙ୍କ ଆତ୍ମାହୂତି ଧମକ
ବଙ୍ଗୋପସାଗରେ ଗଭୀର ଅବପାତ ; ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ
କନକ ବ୍ୟୁରୋ : ବଙ୍ଗୋପସାଗରରେ ଗଭୀର ଅବପାତ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ । ସମୁଦ୍ର ଭିତର ବଳ ଗୋଟାଇ ସ୍ଥଳଭାଗ ମୁହାଁ ଗଭୀର ଅବପାତ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୨୮ରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଅବପାତଟି ଏବେ ଚେନ୍ନାଇରୁ ୮୫୦ କିଲୋମିଟର, ବିଶାଖାପାଟଣାରୁ ୮୯୦ କିଲୋମିଟର, ଆନ୍ଧ୍ରପ୍ରଦେଶର କାକିନାଡାରୁ ୮୯୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରରୁ ୯୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଅଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ । ଅଧିକ ପଢ଼ନ୍ତୁ-- ଭଗବାନ ମୋତେ ରାଜନୀତିକୁ ପଠାଇଛନ୍ତି, ବିହାର ଭୋଟ୍ ପୂର୍ବରୁ ଚର୍ଚ୍ଚାରେ ଖେସାରିଙ୍କ ବୟାନ ଏହା ୨୮ ଅକ୍ଟୋବର ସନ୍ଧ୍ୟା ଅବା ରାତିରେ ମଚିଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏକ ପ୍ରବଳ ଘୂର୍ଣ୍ଣିଝଡ଼ ରୂପେ ପବନ ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ବହିବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଂପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ । ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ପୁଣି ଭାରତ ନାଁରେ ମିଛ କହିଲେ ଟ୍ରମ୍ପ; ତାଙ୍କ କଥା ଶୁଣି ଭାରତ ବି ଆଶ୍ଚର୍ଯ୍ଯ, ରୁଷିଆ ଓ ଭାରତ ମଧ୍ୟରେ…
ଓଡିଶା ଭାସ୍କର: ଭାରତ ନାଁରେ ପୁଣି ମିଛ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀରେ ଦେଲେ ଏଭଳି ମନ୍ତବ୍ଯ । ଭାରତ ବି ଶୁଣି ଆଶ୍ଚର୍ଯ୍ଯ । ଭାରତ ବଜାରରେ ରୁଷିଆ ତେଲର ବହୁତ ଜାହିଦା ରହିଛି । ରୁଷିଆ ଠାରୁ ସୁଲଭ ମୁଲ୍ଯରେ ତେଲ ମିଳୁଥିବାରୁ ଭାରତ ସେଠାରୁ ତେଲ ଆଣିଥାଏ । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଠାରୁ ତେଲ ନକିଣିବା ପାଇଁ ଭାରତକୁ କହିଥିଲେ । […]
ବଲୁଚିସ୍ତାନକୁ ଅଲଗା ଦେଶ କହିବାରୁ ରାଗିଗଲା ପାକିସ୍ତାନ, ସଲମାନଙ୍କୁ କହିଲା ଆତଙ୍କବାଦୀ
ନୀତିଶ କୁମାର ହିଁ ରହିବେ ଏନଡିଏର ମୁଖ୍ୟମନ୍ତ୍ରୀ, କହିଦେଲେ ବିଜେପି ନେତା
କନକ ବ୍ୟୁରୋ: ବିହାରରେ ଯଦି ଏନଡିଏ ସରକାର ଗଠନ କରେ, ତେବେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିବେ । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଯଦି ଆଗାମୀ ନିର୍ବାଚନରେ ଏନଡିଏ ସତ୍ତାକୁ ଫେରୁଛି, ତେବେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଲଦି ନିଜର ଘୋଷଣା ପତ୍ର ଜାରି କରିବ । ଆଗାମୀ ୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ତେବେ ବିକାଶର ଅଧା ଅଧୁରା କଥାକୁ ଏନଡିଏ ସରକାର ପୂରା କରିବ ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ । ଆଗାମୀ ଦିନରେ ବିହାରରେ ୨୦ ଲକ୍ଷ କୋଟିରୁ ଅଧିକ ନିବେଶ ହାସଲ କରିବା ସରକାରର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସମ୍ରାଟ ଚୌଧୁରୀ । ଅନ୍ୟପଟେ ବିହାର ସରକାରରେ ଏବେ କିଛି ବି ପଦ ଖାଲି ନାହିଁ । ନୀତିଶ କୁମାର ହିଁ ଆଗକୁ ମୁଖ୍ୟମନ୍ତ୍ରୀ ରହିବେ । ୨୦୦୫ ମସିହା ଅକ୍ଟୋବର ମାସରେ ଅଟଳ ବିହାରୀ ବାଜପେୟୀ ଏହି ମେଣ୍ଟକୁ ଗ୍ରୀନ୍ ସିଗନାଲ ଦେଇଥିଲେ । ବିଜେପି ହିଁ ସର୍ବପ୍ରଥମେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଗକୁ ଆଣିଥିଲା । ତେଣୁ ଏଥିରେ କିଛି ବି ଦ୍ୱିମତ ନାହିଁ ଯେ, ନିର୍ବାଚନ ପରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ନୂଆପଡ଼ା ଉପନିର୍ବାଚନ; ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍ ସମ୍ରାଟ ଚୌଧୁରୀ କହିଛନ୍ତି, ନୀତିଶ କୁମାର ବିଜେପି ସହିତ ୨୯ ବର୍ଷ ରହିଛନ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ବନାଇବାରେ ବିଜେପିର ପ୍ରମୁଖ ଭୂମିକା ରହିଥିଲା । ହେଲେ ଲାଲୁ ଯାଦବ କିନ୍ତୁ ୬ ମାସରେ ବଦଳିଗଲେ ହେଲେ ନୀତିଶ କୁମାର କିନ୍ତୁ ବିଜେପି ସହିତ ରହିଥିଲେ । ଜାଣିରଖିବା ଉଚିତ ଯେ, ଆଉ ମାତ୍ର କିଛି ଦିନ ପରେ ବିହାରରେ ଭୋଟ୍ ପଡ଼ିବାକୁ ଯାଉଛି, ଆଉ ଏହାରି ଭିତରେ ବିରୋଧୀ ମହାମେଣ୍ଟ ତେଜସ୍ୱୀ ଯାଦବଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହେଲେ ଏନଡିଏ ମେଣ୍ଟରେ ନୀତିଶ କୁମାରଙ୍କ ନାଁକୁ ନେଇ କିଛି ଅସହମତି ଥିବା ପରି ମନେ ହେଉଛି । ଯାହାକୁ କି ବିରୋଧୀ ଟାର୍ଗେଟ୍ କରୁଛନ୍ତି ।
ଝାଡ଼ଖଣ୍ଡ ଚାଇଁବସା ମେଡିକାଲ୍ରେ ସାଂଘାତିକ୍ ତ୍ରୁଟି ; ୫ ଥାଲେସେମିଆ ପୀଡ଼ିତ ଶିଶୁ ଏଚ୍ଆଇଭି ସଂକ୍ରମିତ
କନକ ବ୍ୟୁରୋ : ରକ୍ତ ନେଇ ୫ ଶିଶୁ ଏଚ୍ଆଇଭି ସଂକ୍ରମିତ । ଝାଡଖଣ୍ଡ ହସ୍ପିଟାଲରୁ ଆସିଛି ଏଭଳି ଖବର । ଶିଶୁଙ୍କୁ ରକ୍ତ ଦେବା ପରେ ସେମାନଙ୍କ ଶରୀରରେ ଏଚ୍ଆଇଭି ପଜିଟିଭ୍ ଦେଖାଦେଇଛି । ଝାଡଖଣ୍ଡର ଚାଇବସା ସଦର ହସ୍ପିଟାଲ ବ୍ଳକ ବ୍ୟାଙ୍କରୁ ରକ୍ତ ଆଣି ଶିଶୁଙ୍କୁ ଦିଆଯାଇଥିଲା । ରକ୍ତହୀନତାର ଶୀକାର ହୋଇଥିବା ଜଣେ ଶିଶୁଙ୍କୁ ରକ୍ତ ଦେବା ପରେ ତାଙ୍କଠାରେ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲା । ଅଧିକ ପଢ଼ନ୍ତୁ-- ଚାଷୀ ମୁଣ୍ଡରେ ଚକଡ଼ା ଚଡ଼କ; ନଷ୍ଟ ହୋଇଗଲା ଏକର ଏକର ଫସଲ ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ପାଇଁ ରାଚିଂରୁ ଏକ ଉଚ୍ଚସ୍ତରୀୟ ଚିକିତ୍ସା ଟିମ୍ ଯାଇଥିଲା । ସେମାନେ ଯାଞ୍ଚ କରିବା ପରେ ଅତି କମରେ ପାଞ୍ଚଜଣ ଶିଶୁ ମଧ୍ୟରେ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ସାତ ବର୍ଷୀୟ ଥାଲାସେମିଆ ରୋଗୀ ଅଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ କ୍ରୋଧ ଓ ଆତଙ୍କ ସୃଷ୍ଟି କରିଛି । ସମସ୍ତ ଶିଶୁ ସମାନ ହସ୍ପିଟାଲରେ ନିୟମିତ ରକ୍ତ ନେବାରୁ ଏଭଳି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ଥାଲାସେମିଆ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ତଦନ୍ତ ସମୟରେ ବ୍ଲଡ୍ ବ୍ୟାଙ୍କରେ କିଛି ଅସଙ୍ଗତି ଦେଖାଯାଇଛି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେଗୁଡ଼ିକ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶାନ୍ତି ବୈଠକରେ ବଡ ଭୁଲ୍ କଲା ପାକିସ୍ତାନ, ଦେଲା ଯୁଦ୍ଧ ଆହ୍ଵାନ, ଛାଡିବନି ଏବେ ଆଫଗାନିସ୍ତାନ!
ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆଫଗାନିସ୍ତାନକୁ ଖୋଲାଖଲି ଧମକ ଦେଇଛନ୍ତି। ଖୱାଜା ଆସିଫ ଇସ୍ତାନବୁଲରେ ଥାଇ ଆଫଗାନିସ୍ତାନକୁ ଧମକ ଦେଇଛନ୍ତି । ଯଦି ଆଫଗାନିସ୍ତାନ ସହିତ ବୁଝାମଣା ନହୁଏ, ତେବେ “ଖୋଲା ଯୁଦ୍ଧ” ହୋଇପାରେ ବୋଲି କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ପାକିସ୍ତାନ-ଆଫଗାନ୍ ଯୁଦ୍ଧ: ଖୱାଜା ଆସିଫ୍ କହିଛନ୍ତି, “ଆଫଗାନିସ୍ତାନ ଶାନ୍ତି ଚାହୁଁଛି, କିନ୍ତୁ ଯଦି କୌଣସି ଚୁକ୍ତିନାମା ନହୁଏ, ତେବେ ଖୋଲା ଯୁଦ୍ଧ ହେବ।” ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ […]
ନୂଆପଡ଼ା ଉପନିର୍ବାଚନ; ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍
କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ସମୟରେ ସରକାରୀ ଦଳ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦଳୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଗସ୍ତ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ତାଙ୍କ ସରକାରୀ ସୂଚନା ଅଧିକାରୀ ସେୟାର କରିଥିବା ଅଭିଯୋଗ କରିଛି କଂଗ୍ରେସ । ଦଳ ଆହୁରି ଅଭିଯୋଗ କରିଛି ଯେ, ସେଠି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଶକ୍ତି ସମାରୋହ କାର୍ଯ୍ୟକ୍ରମ କରିଛନ୍ତି । ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି । ବିଜେଡିର ଏକ ପ୍ରତିନିଧି ଦଳ ମଧ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କୁ ଭେଟି ବିଜେପି ବିରୋଧରେ ଅଭିଯୋଗ କରିଛି । ରାଜନୈତିକ ପ୍ରଚାର ପାଇଁ ବିଜେପି ପୂରା ସରକାରୀ କଳକୁ ବ୍ୟବହାର କରୁଛି । ସରକାରୀ ହୋଡ଼ିଂରେ ବିଜେପି ନିଜର ରାଜନୈତିକ ପ୍ରଚାର କରୁଛି ଏବଂ ବ୍ୟାନରରେ ବିଜେପିର ଚିହ୍ନ ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିବା ବିଜେଡି ଅଭିଯୋଗ କରିଛି । ଏହାସହ ନୂଆପଡ଼ାରେ ଆଚରଣ ବିଧି ଉଲଙ୍ଘନ କରି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ବୈଠକ କରିଥିବା ମଧ୍ୟ ଅଭିଯୋଗ କରି ବିଜେଡି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।
ବାତ୍ୟା ମୋନ୍ଥାକୁ ନେଇ ହାଇଆଲର୍ଟରେ ୭ ଜିଲ୍ଲା; ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
କନକ ବ୍ୟୁରୋ : ବାତ୍ୟା ମୋନ୍ଥା ପାଇଁ ଓଡ଼ିଶାରେ ୭ ଜିଲ୍ଲାରେ ହାଇ ଆର୍ଲଟ ଜାରି କରାଯାଇଛି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବାଲେଶ୍ୱର, ଗଞ୍ଜାମ କେନ୍ଦ୍ରାପଡ଼ା, ମାଲକାନାଗିରି, କୋରାପୁଟ, କଳାହାଣ୍ଡି, ଗଜପତି ଜିଲ୍ଲାରେ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ସେଠାକାର ଜିଲ୍ଲାପାଳ । କିଛି ଜିଲ୍ଲାରେ ସରକାରୀ ଅଧିକାରୀଙ୍କୁ ହେଡକ୍ୱାଟର ନ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ସବୁ ଅଧିକାରୀଙ୍କୁ ସଜାଗ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ’ମୋନ୍ଥା’ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଅକ୍ଟୋବର ୨୮ ତାରିଖରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ଗତି କରୁଛି ଅବପାତ । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର) ଅର୍ଥାତ୍ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶା ଉପରେ ଏହାର ବ୍ୟାପକ ପ୍ରଭାବ ପଡିବ । ଓଡ଼ିଶାରେ ବଡ଼ ବର୍ଷା ହେବ । ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସ୍ଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବାକୁ ଥିବାରୁ ଦକ୍ଷିଣ ଓଡିଶାରେ ବିଶେଷ କରି ଅଧିକ ପ୍ରଭାବ ପଡ଼ିପାରେ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ରହିବେ । କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୂସ୍ଖଳନ ହୋଇପାରେ, ରାସ୍ତା ଧସିପାରେ, ବଡ଼ ବଡ଼ ଗଛ ଉପୁଡ଼ିପାରେ, ବିଦ୍ୟୁତ ସରାବରହ ବି ବ୍ୟାଘାତ ହୋଇପାରେ । ଏସବୁ ଉପରେ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଲୋକେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ, ତୁରନ୍ତ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ସେପଟେ ବାତ୍ୟା ମୋନ୍ଥାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି କରିଛି । ଜିଲ୍ଲାର ସମସ୍ତ ୭ଟି ବ୍ଳକରେ ବରିଷ୍ଠ ଅଧିକାରୀ ମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି ବ୍ରହ୍ମପୁର ଅଗ୍ନିଶମ ବିଭାଗ । ବିଭିନ୍ନ ସରଞ୍ଜାମକୁ ପ୍ରସ୍ତୁତ କରୁଛନ୍ତି ଅଗ୍ନିଶମ ବିଭାଗର ଟିମ୍ । ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ୮ଟି ଟିମ୍ ଗଠନ କରାଯାଇଛି । ଆସିକା ଲାଇଟ, ପାୱାର ଲାଇଟ, ବୋଟ୍, ଗଛକଟା ମେସିନ୍ ସହିତ ଅନ୍ୟାନ୍ୟ ସରଞ୍ଜାମକୁ ପ୍ରସ୍ତୁତ କରାଯାଉଛି ।
କେତେ ତୀବ୍ରତାର ଭୂକମ୍ପ ରଚେ ମୃତ୍ୟୁର ତାଣ୍ଡବ, ଜାଣନ୍ତୁ ପୃଥିବୀ ଭିତରେ ଗତି କିପରି ବିନାଶର କାରଣ ହୁଏ
ଓଡିଶାଭାସ୍କର: ଏବେ ଦିନକୁ ଦିନ ଭୂମିକମ୍ପ ବଡୁଛି। ତାହାପୁଣି ସାଧାରଣ ଭୂକମ୍ପ ନୁହେଁ ବରଂ ତୀବ୍ରତାର ଭୂକମ୍ପ ଅନୁଭୂତ ହେଉଛି। ଗତମାସ ଅର୍ଥାତ୍ ସେପ୍ଟେମ୍ୱର ୧ ତାରିଖ ଦିନ ୧୨.୪୭ ସମୟରେ ଆଫଗାନିସ୍ତାନରେ ଘଟିଥିବା ଭୂକମ୍ପ ବିପୁଳ ପରିମାଣରେ କ୍ଷତି କରିଥିଲା। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଜୀବନ ଏବଂ ସମ୍ପତ୍ତିର କ୍ଷୟକ୍ଷତି କରିଥିଲା। ରିକ୍ଟର ସ୍କେଲରେ ୬.୦ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ହେଲେ ଆପଣ କ’ଣ […]
ସୁନ୍ଦରଗଡ଼ରେ ମାତିଛି ସ୍କ୍ରବ ଟାଇଫସ : ଚାଲିଗଲା ୨ ଜୀବନ, ୧୫୦୦ ରୋଗୀ ଚିହ୍ନଟ
ବଳଗୋଟାଉଛି ବାତ୍ଯା; କାକିନାଡା ଠାରୁ ୮୯୦ କିଲୋମିଟର ଦୁରରେ ରହିଛି ବାତ୍ଯା ମୋନ୍ଥା, ଗୋପାଳପୁର ଠାରୁ…
ଓଡିଶା ଭାସ୍କର: ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା । କାକିନାଡା ଠାରୁ ୮୯୦ କିଲୋମିଟରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ମୋନ୍ଥା । ଆଉ ଗୋପାଳପୁର ଠାରୁ ୯୭୦ କିଲୋମିଟର ଦୁରରେ ରହିଛି । ଆଜି ଗଭୀର ଅବପାତ ରୁପ ନେବା ପରେ ଆସନ୍ତାକାଲି ସକାଳୁ ବାତ୍ୟା ଭୀଷଣ ହେବାର ସମ୍ଭାବନା ରହୁଛି । ଏଥିପାଇଁ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ କୁହାଯାଇଛି । ଆନ୍ଧ୍ରରେ ଏହାର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ଅବପାତ […]
ସୁଧୁରିବାରେ ଲାଗିଛି ସ୍ଥିତି, ଦୀର୍ଘ ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା
ନୂଆଦିଲ୍ଲୀ: ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ ହେବ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ହେବ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ଏହି ବିମାନ ସେବା । ଏଥିପାଇଁ ବନ୍ଦ ହୋଇଥିଲା: ଦୁଇ ଦେଶ ମଧ୍ୟରେ ସିଧାସଳଖ […]
ବିଜ୍ଞାପନ ବିବାଦ ଉପରେ କାନାଡାକୁ ୧୦% ଅତିରିକ୍ତ ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ, ବାଣିଜ୍ୟ ଆଲୋଚନା କଲେ ବାତିଲ
ସତୀଶ ଶାହଙ୍କ ମୃତ୍ୟୁରେ ବଲିଉଡ ମର୍ମାହତ, ଜାଣିବା କେବେ ଏବଂ କେଉଁଠି ହେବ ଅଭିନେତାଙ୍କ ଶେଷକୃତ୍ୟ
ଏଠାରେ ଅଛି ଦୁନିଆର ସବୁଠୁ ବଡ ବଗିଚା, ଏକାଥରେ ଦେଖିବେ ୧୫୦ ଲକ୍ଷ ଫୁଲ, ଜନ୍ମ ଦିନରେ ମାଗଣା ଏଣ୍ଟ୍ରୀ
ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ବଗିଚା । ଦେଖିବାକୁ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ । ଦୁବାଇର ପ୍ରସିଦ୍ଧ ମିରାକଲ୍ ଗାର୍ଡେନ୍ ପୁଣି ଥରେ ତା’ର ସୌନ୍ଦର୍ଯ୍ୟରେ ପୁରି ଉଠିଛି । ଗତ ସେପ୍ଟେମ୍ବର ୨୯, ୨୦୨୫ ଠାରୁ ଏହି ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପ୍ରାୟ ୭୨,୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏହି ଉଦ୍ୟାନରେ ୧୫୦ ଲକ୍ଷରୁ ଅଧିକ ଫୁଲ ରହିଛି। ଏଠାକାର ୫୦ରୁ ଅଧିକ ପ୍ରତୀକାତ୍ମକ ପୁଷ୍ପ ପ୍ରଦର୍ଶନୀ ସମସ୍ତ ବୟସର ଦର୍ଶକଙ୍କୁ […]
ଓଡିଶା ଭାସ୍କର: ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଅର୍ଜନ କରିଛି ଭାରତୀୟ ଗାର୍ଲିକ ନାନ । ଅମୃତସରୀ କୁଲଚା ଏହି ରେଟିଂରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ପରୋଟା ଷଷ୍ଠ ନମ୍ବରରେ ରହିଛି । ଏହି ଲିଷ୍ଟରେ ଟପ ଟେନରେ ଭାରତର 3ଟି ଖାଦ୍ଯ ସ୍ଥାନ ପାଇଛି ।ଏହାର ଅର୍ଥ ଭାରତର ମସଲା ଦାର ସ୍ବାଦଯୁକ୍ତ ଖାଦ୍ଯ ବିଦେଶର ପ୍ରସିଦ୍ଧି ଲାଭ କରିଛି । ଭାରତର ଗାର୍ଲିକ ନାନକୁ ଟେଷ୍ଟ ଆଟଲାସ ଦ୍ୱାରା ବିଶ୍ୱର ସର୍ବୋତ୍ତମ ବ୍ରେଡ […]
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ; ୨ ମୃତ, ୨ ଆହତ
କନକ ବ୍ୟୁରୋ : ଅନୁଗୁଳରେ କାର ଦୁର୍ଘଟଣାଗ୍ରସ୍ତ, ୨ ଜଣଙ୍କର ମୃତ୍ୟୁ । ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସମ୍ବଲପୁରରେ ଥିବା ନିଜ ଘରକୁ ଫେରୁଥିଲେ । ତେବେ ହଣ୍ଡପା ଥାନା ଗତିପୁରୁଣାପାଣି ନିକଟରେ ରାସ୍ତା ଉପରେ କାରଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମସ୍ତେ ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ରାଜକିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ତେବେ ସେଠାରେ ଗୀତାଞ୍ଜଳି ପଟେଲ ଓ ସ୍ୱରୂପା ସାଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଶ୍ରେୟସ ଆୟରଙ୍କୁ ନେଇ ଆସିଲା ଏକ ବଡ଼ ଖରାପ ଖବର, ଦଳରୁ ବାଦ୍ ପଡ଼ିଲେ ଷ୍ଟାର ବ୍ୟାଟ୍ସମ୍ୟାନ!
ଓଡିଶାଭାସ୍କର:ସିଡନୀରେ ଅନୁଷ୍ଠିତ ଶେଷ ଦିନିକିଆକୁ ଭାରତୀୟ ଦଳ ୯ ୱିକେଟରେ ଜିତିନେଇଛି। ଅଷ୍ଟ୍ରେଲିଆ ପୂର୍ବରୁ ସିରିଜ୍ କବଜା କରିସାରିଥିଲା, କିନ୍ତୁ ଟିମ୍ ଇଣ୍ଡିଆ କ୍ଲିନ୍ ସୁଇପ୍ ର ଲଜ୍ଜାରୁ ରକ୍ଷା ପାଇଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲି ଫର୍ମକୁ ଫେରିବା ସହିତ ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଆଣିଥିଲା, କିନ୍ତୁ ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଏକ ବଡ଼ ଝଟକା ଲାଗିଥିଲା। ମ୍ୟାଚ୍ ରେ ଫିଲ୍ଡିଂ କରିବା ସମୟରେ କ୍ୟାଚ୍ ନେବାକୁ ଚେଷ୍ଟା […]
ଆସୁଛି ବାତ୍ୟା ‘ମୋନ୍ଥା’, ୨୮ରେ ଛୁଇଁବ ସ୍ଥଳଭାଗ, ପ୍ରବଳ ବର୍ଷାର ଆଲର୍ଟ
ଗୋଟିଏ ମ୍ଯାଚରେ ଦୁଇଟି ହ୍ଯାଟ୍ରିକ; ପଡିଆରେ ବଲ ବଦଳରେ ଉଡିଲା ଷ୍ଟମ୍ପ, ଇତିହାସ ରଚିଲେ ସର୍ଭିସେସ ପ୍ଲେୟାର…
ଓଡିଶା ଭାସ୍କର: ଗୋଟିଏ ମ୍ୟାଚରେ ଦୁଇଟି ହ୍ୟାଟ୍ରିକ କଲେ ଦୁଇ ବୋଲର । ଜଣେ ନେଲେ ୫ଟି ୱିକେଟ ତ ଆଉ ଜଣେ ୩ଟି ନେଇ ରଚିଲେ ବିରଳ ଇତିହାସ । ଏହିଭଳି ଘଟଣା କ୍ରିକେଟରେ ବହୁତ କମ ଦେଖିବାକୁ ମିଳେ । ଗତକାଲି ଆସାମ ଓ ସର୍ଭିସେସ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫିରେ ଏହି ରେକର୍ଡ ସାମ୍ନାକୁ ଆସିଥିଲା । ପ୍ରଥମ ଦିନରୁ ହିଁ ଇତିହାସ ରଚିଥିଲେ ଦୁଇ ବୋଲର । ଗତକାଲିର ରଣଜୀ ଟ୍ରଫି […]
ଢେଙ୍କାନାଳ ସହରରେ ବାଘ ଆତଙ୍କ; ଡ୍ରୋନ ସହାୟତାରେ ଖୋଜାଖୋଜି କରୁଛି ବନ ବିଭାଗ
କନକ ବ୍ୟୁରୋ : ଢେଙ୍କାନାଳରେ ବାଘ ଆତଙ୍କ । ଢେଙ୍କାନାଳ ସହରର ବୋରାପଦା ଜଙ୍ଗଲ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି । ବାଘର ରଡି ଶୁଣିଥିବା କହିଛନ୍ତି ବୋରାପଦା ଜଙ୍ଗଲ ମଧ୍ୟରେ ଗଜଲକ୍ଷ୍ମୀ ପ୍ୟାଲେସରେ ରହୁଥିବା ରାଜ ପରିବାର । ଅନ୍ୟପଟେ କିଛି ଲୋକ ଜଙ୍ଗଲ ନିକଟରେ ବାଘ ବୁଲୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋରାପଦା ଓ ଆଖପାଖ ଅଞ୍ଚଳର ଲୋକ । ଖବର ପାଇ ବନବିଭାଗ ବୋରାପଦା ଜଙ୍ଗଲ ନିକଟରେ ପହଞ୍ଚି ଡ୍ରୋନ ସହାୟତାରେ ବାଘକୁ ଖୋଜାଖୋଜି କରୁଛି । ସହର ଉପକଣ୍ଠରେ ପ୍ରଥମ ଥର ପାଇଁ ବାଘ ବୁଲୁଥିବା ଖବର ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ପୋଷ୍ଟମର୍ଟମ ହେବା ପରେ ଆସିପାରେ ସତ
କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିବା ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ସଂପୃକ୍ତ ଛାତ୍ର ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଭୟପୁରର ରୋଶନ କୁମାର ପାତ୍ର । ସେ ମାତ୍ର ୪ ମାସ ତଳେ କୋଚିଂ ନେବାକୁ ରାଜସ୍ଥାନର କୋଟା ଯାଇଥିଲେ । ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ । ରାତିରେ ଉଭୟ ଖାଦ୍ୟ ଖାଇଥିଲେ ଏବଂ ସକାଳେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ସମ୍ପର୍କୀୟ ଭାଇ କୋଚିଂ ପାଇଁ ଚାଲିଯାଇଥିଲେ । ରୁମରେ ପହଞ୍ଚିଲା ବେଳକୁ ଭିତରୁ କବାଟ ବନ୍ଦ ଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା ଏବଂ ବେଡ ଉପରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ହଷ୍ଟେଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ରୋଶନଙ୍କ ପରିବାର ଲୋକ ଆଜି ସକାଳେ ବିମାନ ଯୋଗେ ଯାଇ କୋଟାରେ ପହଞ୍ଚିବେ । ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ରୋଶନଙ୍କ ବାପା ରାଧେଶ୍ୟାମ ପାତ୍ର କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏକମାତ୍ର ପୁଅର ପାଠପଢ଼ା ପାଇଁ ଘର ଓ ସୁନା ଅଳଙ୍କାର ବିକିଥିଲେ ବାପା ମାଆ । ବିଭିନ୍ନ ଜିନିଷପତ୍ର ବିକ୍ରି କରିଦେବା ସହ ସଞ୍ଚୟ ଟଙ୍କା ବି ପୁଅର ପାଠପଢ଼ାରେ ଖର୍ଚ୍ଚ କରିଥିଲେ ।
ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ମୋନ୍ଥା, ଓଡ଼ିଶାରେ ପ୍ରବଳ ବର୍ଷିବ
କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ’ମୋନ୍ଥା’ । ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଅକ୍ଟୋବର ୨୮ ତାରିଖରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ଗତି କରୁଛି ଅବପାତ । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର) ଅର୍ଥାତ୍ ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ । ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ । ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ । ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ଓଡ଼ିଶା ଉପରେ ଏହାର ବ୍ୟାପକ ପ୍ରଭାବ ପଡିବ । ଓଡ଼ିଶାରେ ବଡ଼ ବର୍ଷା ହେବ । ୪ ଦିନ ପ୍ରବଳ ବର୍ଷିବ । ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ୨୭ରୁ ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୭ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷିବ । ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଳାରେ ପବନର ବେଗ ଅଧିକ ରହିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରେ ମଧ୍ୟ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ଆକଳନକୁ ନେଇ ସତର୍କ ହୋଇଛନ୍ତି ସରକାର । ଏସ୍ଆରସିଙ୍କ ସମେତ ପ୍ରଭାବିତ ହେବାକୁ ଥିବା ଜିଲ୍ଳାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରିଲିଫ୍ ସାମଗ୍ରୀ, ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ବି ପଢ଼ନ୍ତୁ: ମାଡ଼ି ଆସୁଛି ଭୀଷଣ ବାତ୍ୟା, ୨୮ରେ ଛୁଇଁବ ସ୍ଥଳଭାଗ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବାକୁ ଥିବାରୁ ଦକ୍ଷିଣ ଓଡିଶାରେ ବିଶେଷ କରି ଅଧିକ ପ୍ରଭାବ ପଡ଼ିପାରେ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ରହିବେ । କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୂସ୍ଖଳନ ହୋଇପାରେ, ରାସ୍ତା ଧସିପାରେ, ବଡ଼ ବଡ଼ ଗଛ ଉପୁଡ଼ିପାରେ, ବିଦ୍ୟୁତ ସରାବରହ ବି ବ୍ୟାଘାତ ହୋଇପାରେ । ଏସବୁ ଉପରେ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଲୋକେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ, ତୁରନ୍ତ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ସେପଟେ ବାତ୍ୟା ମୋନ୍ଥାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି କରିଛି । ଜିଲ୍ଲାର ସମସ୍ତ ୭ଟି ବ୍ଳକରେ ବରିଷ୍ଠ ଅଧିକାରୀ ମାନଙ୍କୁ ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବାକୁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି ବ୍ରହ୍ମପୁର ଅଗ୍ନିଶମ ବିଭାଗ । ବିଭିନ୍ନ ସରଞ୍ଜାମକୁ ପ୍ରସ୍ତୁତ କରୁଛନ୍ତି ଅଗ୍ନିଶମ ବିଭାଗର ଟିମ୍ । ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ୮ଟି ଟିମ୍ ଗଠନ କରାଯାଇଛି । ଆସିକା ଲାଇଟ, ପାୱାର ଲାଇଟ, ବୋଟ୍, ଗଛକଟା ମେସିନ୍ ସହିତ ଅନ୍ୟାନ୍ୟ ସରଞ୍ଜାମକୁ ପ୍ରସ୍ତୁତ କରାଯାଉଛି ।
ଅକ୍ଟୋବର ୨୬ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ରୋହିତ-ବିରାଟଙ୍କ ପାଇଁ ଆସନ୍ତା ବର୍ଷ ବଢିବ ମୁସ୍କିଲ, ଗିଲ୍ଙ୍କ ବୟାନ ବଢାଇଲା ଚିନ୍ତା !
ହାଇଲେବଲ କ୍ଲିଅରାନ୍ସ ବୈଠକରେ ୧୨ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
LICର ନିବେଶ ସମ୍ପର୍କିତ ୱାସିଂଟନ ପୋଷ୍ଟ ରିପୋର୍ଟକୁ ନେଇ ଚାଞ୍ଚଲ୍ୟ, କଂଗ୍ରେସ କହିଲା ‘ମହାଘୋଟାଲା’, ତଦନ୍ତ ଦାବି
ଆଫଗାନିସ୍ତାନକୁ ଧମକ ଦେଲା ପାକିସ୍ତାନ , ରଖିଲା ଏମିତି ପ୍ରସ୍ତାବ
ଦେଶର ପ୍ରଥମ ରାଜ୍ୟ ଭାବେ ଅତି ଦାରିଦ୍ର୍ୟ ମୁକ୍ତ ହେବ କେରଳ: ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ପ୍ଲାନ୍
ନାଇଟ୍ ଲାଇଟ୍ ହାର୍ଟଆଟାକ୍ ର ମୁଖ୍ୟ କାରଣ, ଅଧ୍ୟୟନରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
ଓଡିଶାଭାସ୍କର:ଦିନରେ ଆମକୁ ପ୍ରାୟତଃ ଘରେ ଲାଇଟ୍ ଜଳାଇବାକୁ ପଡ଼ିନଥାଏ କାରଣ ସୂର୍ଯ୍ୟକିରଣ ଏତେ ଉଜ୍ଜ୍ୱଳ ଥାଏ ଯେ ଆମେ ଆମର ସମସ୍ତ କାମ ସହଜରେ କରିପାରନ୍ତି। କିନ୍ତୁ, ସନ୍ଧ୍ୟା ହେବା ମାତ୍ରେ ସମସ୍ତେ ନିଜ ନିଜ ଘରେ ଲାଇଟ୍ ଜଳାଇ ଦିଅନ୍ତି। ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଜଳିଯାଏ। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ ସନ୍ଧ୍ୟା ହେବା ମାତ୍ରେ ଆମେ ଆମ ଘରର ସମସ୍ତ ଆଲୋକ ବନ୍ଦ କିମ୍ବା ଡିମ୍ କରିବା ଉଚିତ। ଏହା ନ […]
ଡିସୌଜା ସ୍କୁଲର ପ୍ରତିଷ୍ଠାତା ଦିବସ ପାଳନ...
କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଆଜି ସେକ୍ଟର-୨ ସ୍ଥିତ ଡିସୌଜା ସ୍କୁଲ ପ୍ରତିଷ୍ଠା ଦିବସକୁ ବହୁତ ସୁନ୍ଦର ଭାବରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚେୟାରମ୍ୟାନ ଅଲେକଜେଣ୍ଡାର ଡିସୌଜା, ଡାଇରେକ୍ଟର ଅlନାଵେଲ ଡିସୌଜା, ଅଧ୍ୟକ୍ଷ ଜୟୋତି ଗୁରୁୱାରା ଦ୍ବୀପ ପ୍ରଜ୍ୱଳନ କରିବା ସହ ପ୍ରତିଷ୍ଠାତା କ୍ୟାପଟେନ ଜନ୍ ଡିସୌଜା ଓ ଆନି ଡିସୌଜାଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅଧ୍ୟକ୍ଷା ମୌସୁମୀ ଦାସ ପ୍ରତିଷ୍ଠାତାଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଭାବରେ ବକ୍ତବ୍ୟ ଦେଇଥିଲେ l ବିଦ୍ୟାଳୟର ପିଲାମାନେ ମନମୋହକ ସଙ୍ଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ଭିଡିଓକୁ ଶିକ୍ଷକ ତବରେଜ ଆଲାମ ପିଲାମାନଙ୍କୁ ଦେଖାଇଥିଲେ l ଶେଷରେ ନର୍ସରୀଠୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଫ୍ୟାନ୍ସି ପୋଷାକ ପିନ୍ଧି ସୁନ୍ଦର ଅଭିନୟ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷୟିତ୍ରୀ ଜିନେଦା କରିଥିଲେ l ଶେଷରେ ଛାତ୍ରୀ ଜାହ୍ନବୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମଟି ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହାୟତାରେ ଶେଷ ହୋଇଥିଲା ।
ଜୀବନ ବଞ୍ଚାଇ ଦେଲେ ପୁଟିନ! ଢାକାରେ CIA ଏଜେଣ୍ଟଙ୍କ ମୃତ୍ୟୁ

29 C