SENSEX
NIFTY
GOLD
USD/INR

Weather

17    C

Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ

ଭୁବନେଶ୍ୱର: ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଏକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ନିର୍ମାଣକୁ ମଞ୍ଜୁରି ମିଳିଛି। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇ କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ। ସେ କହିଛନ୍ତି ଏହି ପ୍ରକଳ୍ପରେ ୨୦୦.୭୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦୩.୩୭ ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ୯୩.୦୯ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇଦେବେ। ଏହି ପ୍ରକଳ୍ପରେ ୧୫୩୦ କୋଟି ଟଙ୍କାର ନିବେଶ ସହିତ ୩ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ୪ହଜାର ୩କୋଟିରୁ ଅଧିକ ଟଙ୍କା ବ୍ୟୟରେ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରି ମିଳିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ଏସବୁ କେନ୍ଦ୍ରରେ ନିର୍ମିତ ଚିପ୍‌ ଅଟୋମୋବାଇଲ, ମହାକାଶ, ପ୍ରତିରକ୍ଷା, ବୈଦ୍ୟୁତିକ ବାହନ, ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉପକରଣ ଆଦିରେ ଉପଯୋଗ କରାଯିବ। ସେହିପରି ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଏନଆଇଇଏଲଆଇଟି) ଭୁବନେଶ୍ୱର ଏବଂ ବାଲେଶ୍ୱରେ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ୩୫ଟି କେନ୍ଦ୍ରକୁ ମାନ୍ୟତା ପ୍ରଦାନ କରିଛି। ଏସବୁ କେନ୍ଦ୍ରରେ ୨୫ ହଜାରୁ ଅଧିକ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଥିବା ଶ୍ରୀ ଜିତିନ ପ୍ରସାଦ କହିଛନ୍ତି। ଆହୁରି ପଢ଼ନ୍ତୁ: Bengaluru Auto Driver: ଅଧରାତିରେ ମନ ଜିଣିନେଲେ ଅଟୋ ଡ୍ରାଇଭର… ଅଟୋ ଭିତରର ଲେଖା ଦେଖି ଛଳଛଳ ହେଲେ ଯୁବତୀ ଓଡ଼ିଶାରେ ଟେକ୍ନୋଲୋଜି ପାର୍କ ଓଡ଼ିଶାରେ ଉଦ୍ୟୋଗ ବିକାଶ ଲାଗି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଦ୍ୱାରା ଇଲେକ୍ଟ୍ରୋପ୍ରନର୍ ପାର୍କ ସ୍ଥାପନ କରାଯାଇଛି। ଟ୍ରିପଲ୍ ଆଇଟି ଭୁବନେଶ୍ୱର ଏବଂ ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମି କଣ୍ଡକ୍ଟର ଆସୋସିଏସନ ସହଭାଗିତାରେ ଏହାକୁ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଏବଂ ଉତ୍ପାଦନ କୁ ପ୍ରୋତ୍ସାହନ ଦେବା। ବର୍ତ୍ତମାନ ସୁଦ୍ଧା ଏଥିରେ ୩୭ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି। ଏହାବ୍ୟତୀତ ଓଡ଼ିଶା ସରକାରଙ୍କ ସହଭାଗିତାରେ ଭର୍ଚୁଆଲ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି ଉଦ୍ୟମିତା କେନ୍ଦ୍ର ସ୍ଥାପନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା। ଏବେ ସୁଦ୍ଧା ଏଥିରେ ୨୫ଟି ଷ୍ଟାର୍ଟଅପ୍ ସାମିଲ ହୋଇଛନ୍ତି। ସେହିପରି ଓଡ଼ିଶା ସରକାର, ବିପିୟୁଟି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଉଦ୍ୟମିତା ପାଇଁ ଇଏମ୍ ଟେକ୍ ସେଣ୍ଟର୍ ସ୍ଥାପନ ବିକଶିତ କରାଯାଇଛି। ଏହା ଅଧୀନରେ ୨୯ଟି ଷ୍ଟାର୍ଟଅପ୍ ସାମିଲ୍ ହୋଇଛନ୍ତି। ଆହୁରି ପଢ଼ନ୍ତୁ: Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ

ସ୍ତମ୍ଭ 19 Dec 2025 10:33 pm

Bengaluru Auto Driver: ଅଧରାତିରେ ମନ ଜିଣିନେଲେ ଅଟୋ ଡ୍ରାଇଭର… ଅଟୋ ଭିତରର ଲେଖା ଦେଖି ଛଳଛଳ ହେଲେ ଯୁବତୀ

ବେଙ୍ଗାଲୁରୁ : ବଡ଼ ସହର, ଶୂନଶାନ ରାତି । ଘଣ୍ଟା କଣ୍ଟାରେ ଠିକ୍ ରାତି ୧୨ଟା । ଛାତିରେ ଛାତିଏ ଛନକା, ମନରେ ପ୍ରବଳ ଡର । ଝିଅଟିଏ ଏତେ ରାତିରେ ଘରକୁ ଫେରିବ କେମିତି ? ଆଜିକାଲି ସମୟ ଭଲନାହିଁ, ରାତି କଥା- କାହାକୁ ବିଶ୍ବାସ କରିହେବନି। ତଥାପି ଡରିମରି, ଈଶ୍ବରଙ୍କୁ ମୁଣ୍ଡିଆ ମାରି ରାପିଡୋ ବୁକ୍ କଲେ ଯୁବତୀ । ଅଟୋ ଆସିଲା… ଓଟିପି ଦେଲେ, ଆଉ ଆଖିବୁଜି ଗାଡ଼ି ଭିତରେ ଦୁମ୍ କିନା ବସିଗଲେ ଯୁବତୀ । କାରଣ ତାଙ୍କୁ ଘରକୁ ଫେରିବାର ଥିଲା, ମଧ୍ୟରାତ୍ରୀରେ ସେହି ଅଟୋ ହିଁ ଏକମାତ୍ର ମାଧ୍ଯମ ଥିଲା… This video, shared by littlebengalurustories on IG, is a quiet reminder that acts of kindness still exist — often when we need them most. Late at night in Bengaluru, a woman got into a Rapido auto, uneasy and tired. Then she saw it — a small handwritten note behind the driver’s… pic.twitter.com/j0BXHyIwoz — The Better India (@thebetterindia) December 19, 2025 ଆହୁରି ପଢନ୍ତୁ- Sri Rama Devotee: ଶୀତକୁ ନାହିଁ ଖାତିର… ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ବାହାରିଛନ୍ତି ରାମଭକ୍ତ ସୁନାଧର ଖୋରା ଅଟୋ ଚାଳକଙ୍କୁ ଶହେ ସଲାମ୍ ରାତିର ଛାତି ଚିରି ବେଙ୍ଗାଲୋର ସଡ଼କ ଉପରେ ଅଟୋ ଯେତେବେଳେ ଆଗେଇ ଚାଲିଥିଲା ଆଉ ଠିକ୍ ସେତିକି ବେଳେ ଯୁବତୀଙ୍କ ନଜର ପଡିଥିଲା ଏକ ଲେଖା ଉପରେ । ଅଟୋ ଡ୍ରାଇଭରଙ୍କ ସିଟ୍ ପଛରେ ଲେଖାଯାଇଥିବା ଦୁଇ ଧାଡି ଯୁବତୀଙ୍କୁ ଦେଇଥିଲା ଦମ୍ଭ । ଅଧ ରାତିରେ ଅଟୋ ଭିତରୁ ଉଭେଇଯାଇଥିଲା ଯୁବତୀଙ୍କ ମନରୁ ଭୟ । ନାରୀ ସୁରକ୍ଷା ନେଇ ଅଟୋ ଚାଳକଙ୍କ ଉଦ୍ୟମ ଦେଖି ଛଳଛଳ ହୋଇଥିଲେ ଯୁବତୀ । ସାଙ୍ଗେସାଙ୍ଗେ ମୋବାଇଲ କ୍ୟାମେରା ଅନ୍ କରି ସାରା ଦୁନିଆକୁ ଉକ୍ତ ଅଟୋ ଡ୍ରାଇଭରଙ୍କ ବଡ଼ପଣ ଦେଖାଇଥିଲେ । ଅଟୋରେ ଲେଖାଥିଲା- ମୁଁ ତୁମ ବାପା ଓ ଭାଇ ଭଳି… ତୁମ ସୁରକ୍ଷା ମୋର ପ୍ରାଥମିକତା… ଆରାମରେ ବସ୍, ଚିନ୍ତା କରନି… ଦୁମ ଦାୟିତ୍ବ ମୋର… ଆହୁରି ପଢନ୍ତୁ- Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ ଆଃ ! ସତରେ ଏଭଳି ଅଟୋ ଚାଳକଙ୍କୁ ଶହେ ସଲାମ୍

ସ୍ତମ୍ଭ 19 Dec 2025 10:10 pm

Injured Tusker Tranquillised in Chandaka Forest: Treatment Begins Amid Infection Fears

An injured tusker roaming the Chandaka-Dampara Wildlife Sanctuary near Bhubaneswar was successfully tranquillised on Friday, paving the way for urgent medical intervention by a joint team from Nandankanan Zoological Park and Odisha University of Agriculture and Technology (OUAT). The adult male elephant, believed to have migrated from the Athagarh region, had been spotted limping with […] The post Injured Tusker Tranquillised in Chandaka Forest: Treatment Begins Amid Infection Fears appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:59 pm

Dead: ଦାଦନ ଖଟିବାକୁ ଯାଇ ୨ବର୍ଷ ଭିତରେ ଆଗପଛ ହୋଇ ଜୀବନ ହାରିଲେ ୨ଭାଇ

ବେତନଟୀ (ଦୀପକ କୁମାର ସିଂହ): ରାଜ୍ୟରେ ଦାଦନ ଦୁଃଖ ଥମିବା ବଦଳରେ ଦିନକୁ ଦିନ ବଢ଼ିବଢ଼ି ଚାଲିଥିବା ବେଳେ ଏହି ଦାଦନ ପାଇଁ କାହା ମଥାରୁ ସିନ୍ଦୂର ଲିଭିଗଲାଣି, ତ ଆଉ କାହା ମୁଣ୍ଡ ଉପରୁ ବାପାର ହାତ ଉଠିଗଲାଣି, ତ ଆଉ ପୁଣି କୋଉଠି ଘରର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା,ମା’ ଛାତି ଫଟାଇ କାନ୍ଦୁଛନ୍ତି। ଏହିଭଳି ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇଭାଇ ୨ବର୍ଷ ଭିତରେ ଆଗପଛ ହୋଇ ଆରପାରିକୁ ଚାଲିଯାଇଥିବା ବେଳେ ନିଜର ଦୁଇ ଭେଣ୍ଡିଆ ପୁଅକୁ ୨ବର୍ଷ ଭିତରେ ହରାଇ ଏବେ ଛାତି ଫଟେଇ କାନ୍ଦୁଛି ମାଆ। ଅନ୍ୟପଟେ ପୁଅର ଦେହାନ୍ତ ଖବର ପାଇ ମାନସିକ ସନ୍ତୁଳନ ହରାଇ ବସିଛନ୍ତି ବୃଦ୍ଧ ବାପା l ଏବେ କେବଳ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ଅସହାୟ ବୃଦ୍ଧ ବାପ, ମା’ଙ୍କ ସହିତ ସମ୍ପୂର୍ଣ୍ଣ ପରିବାର ଓ ସାହି ପଡ଼ିଶା। ଏଭଳି ହୃଦୟ ବିଦାରକ ତଥା ଛାତି ଦୋହଲାଇ ଦେବା ଭଳିଆ ଘଟଣା ଦେଖୁବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟା ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତର ବଡ଼ଛୁରୁଣୀ ଗ୍ରାମରେ। ଗ୍ରାମର ଭଗବାନ ଦାସ ଓ ଅନ୍ନପୂର୍ଣ୍ଣାଙ୍କର ୩ ପୁଅ କରୁଣାକର, ଭରତଚନ୍ଦ୍ର ଓ ବୈଦ୍ୟନାଥl ବଡ଼ ପୁଅ କରୁଣାକର ନିଜ ଶ୍ୱଶୁର ଘର କୋଣାର୍କ ନିକଟରେ ନିଜ ପରିବାର ସହିତ ରୁହନ୍ତିl ଅନ୍ୟ ଦୁଇ ଜଣ ପୁଅଙ୍କ ଭିତରୁ ମଝିଆ ପୁଅ ଭରତ ହାଇଦ୍ରାବାଦରେ କାମ କରୁଥିବା ବେଳେ ଅବିବାହିତ ସାନପୁଅ ମିଟୁ ଓରଫ ବୈଦ୍ୟନାଥ ଦାସ(୩୨) ତାମିଲନାଡୁ ର କାପୁରମ ଜିଲ୍ଲା ଅନ୍ତର୍ଗତ ଶ୍ରୀପେରୁମବୁଦୁର ଅଞ୍ଚଳର ଏକ ଘରୋଇ କମ୍ପାନିରେ ଦିର୍ଘବର୍ଷ ଧରି କାମ କରୁଥିଲେ। ପରିବାରର ଆର୍ଥକସ୍ଥିତି ସ୍ବଛଳ କରିବାକୁ ଦାଦନ ଖଟିବାକୁ ଯାଇଥିବା ଦୁଇପୁଅଙ୍କ ମଧ ମଧ୍ୟରୁ ବଡପୁଅ ଭରତଚନ୍ଦ୍ରଙ୍କର ପାଖାପାଖ୍ ୨ବର୍ଷ ପୂର୍ବରୁ ହାଇଦ୍ରାବାଦରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ କାଞ୍ଚିପୁରମରେ ବୁଧବାର ଘଟିଯାଇଥିବା ଏକ ଛାତିଥରା ସଡକ ଦୁର୍ଘଟଣାରେ ସାନପୁଅ ବୈଦ୍ୟନାଥ ଦାସ (ମିଟୁ)ଙ୍କର ମଧ୍ୟ ଶୋଚନୀୟ ମୃତ୍ୟୁ ଘଟିଛି। ଆହୁରି ପଢ଼ନ୍ତୁ: Sri Rama Devotee: ଶୀତକୁ ନାହିଁ ଖାତିର… ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ବାହାରିଛନ୍ତି ରାମଭକ୍ତ ସୁନାଧର ଖୋରା ଲିଭିଗଲା ସାନପୁଅର ଜୀବନ ଦୀପ ଗୋଟିଏ ରୋଜଗାରିଆ ପୁଅକୁ ହରାଇବାର ଦୁଃଖ ମନରୁ ନଲିଭୁଣୁ ଲିଭିଯାଇଛି ସାନପୁଅର ଜୀବନଦୀପ l ମଝିଆ ପୁଅର ମୃତ୍ୟୁ ପରେ ସାନ ପୁଅ ବୈଦ୍ୟନାଥ ହିଁ ବାପା ମାଙ୍କର ଥିଲା ଏକ ମାତ୍ର ସହା ଭରସାl ସେତେବେଳେ ଭରତଙ୍କର ସନ୍ଦେହଜନକ ମୃତ୍ୟୁରେ ମୃତଦେହ ଫେରାଇ ଆଣିବାକୁ ଅସମର୍ଥ ପରିବାରବର୍ଗଙ୍କ ନିକଟକୁ ମୃତଦେହ ଫେରାଇ ଆଣିବାର ତତ୍କାଳୀନ ଏସଡିସି ଅଧ୍ୟକ୍ଷ ଡ. ଦେବାଶିଷ ମାଣ୍ଡିଙ୍କ ସହାୟତାର ହାତ ବଢ଼ାଇଥିଲେ ଓ ଶବ ଆଣିବାର ବ୍ୟବସ୍ଥା କରିଥିଲେ। ହେଲେ ଏବେ କାପୁରମରେ ଛାତିଥରା ସଡକ ଦୁର୍ଘଟଣାରେ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବୈଦ୍ୟନାଥଙ୍କ ମୃତଦେହକୁ ଆଖି ଆଗରେ ଦେଖୁବାକୁ ଧର୍ଯ୍ୟନଥିବା ବୃଦ୍ଧ ବାପା, ମା’ କିଭଳି ସାନପୁଅର ମୃତଦେହକୁ ତାମିଲନାଡୁରୁ ଫେରାଇ ଆଣି ଘରେ ପ‌ହଞ୍ଚାଇବେ ସେନେଇ ମଧ୍ୟ ସେମାନ ସମ୍ପୂର୍ଣ୍ଣ ଅସମର୍ଥ। ଗୁରୁବାର ସକାଳେ କାପୁରମରେ କାମ କରୁଥିବା ଗାଁ ପିଲାଠାରୁ ବୈଦ୍ୟନାଥଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଖବର ପାଇ ପୁରା ପରିବାର ନିଃସହାୟ ହୋଇପଡିଥିବା ବେଳେ ପୁରା ପରିବାରବର୍ଗ ଓ ଗ୍ରାମବାସୀ ଗ୍ରାମର ଦୁଇଭାଇଙ୍କୁ ହରାଇବା ଯୋଗୁଁ ପୁରା ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆହୁରି ପଢ଼ନ୍ତୁ: India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ସ୍ତମ୍ଭ 19 Dec 2025 9:54 pm

Mukta Singh: ୫୮ ବର୍ଷୀୟ ଭାରତୀୟ ମଡେଲ୍

ନୂଆଦିଲ୍ଲୀ: କହନ୍ତି ବୟସ ର ଅପରାହ୍ଣରେ କାମରୁ ଅବ୍ୟାହତି ନେଇ ବିଶ୍ରାମ କରିବା ଉଚିତ। ୬୦ ପରବର୍ତ୍ତୀ ଅବସର ଜୀବନକୁ ମନଭରି ଉପଭୋଗ କରିବା ଅନ୍ୟଥା ପ୍ରଭୁ ଚିନ୍ତନ କିମ୍ବା ତୀର୍ଥ କରିବା ଦରକାର। ହେଲେ ପରିଣତ ବୟସରେ କାମ ଆରମ୍ଭ କରିବା ନିହାତି ରୂପେ ଏକ ଆଶ୍ଚର୍ଯ୍ୟର ବିଷୟ। ସେମିତି ଜଣେ ମହିଳା ହେଉଛନ୍ତି ମୁକ୍ତା ସିଂ। ଯିଏକି ବୟସ୍କ ଲୋକେ ଅବସର ସମୟକୁ କାର୍ଯ୍ୟବନ୍ଦ କରି ଜୀବନକୁ ଉପଭୋଗ କରିବାର ଧାରଣାକୁ ଚ୍ୟାଲେଞ୍ଜ କରି ୫୮ ବର୍ଷ ବୟସରେ ମଡେଲିଂ କୁ କ୍ୟାରିୟର୍ ଭାବେ ବାଛିଥିଲେ। ରାଜସ୍ଥାନର ମୂଳ ବାସିନ୍ଦା ମୁକ୍ତା ଇଂରାଜୀରେ ସ୍ନାତକୋତ୍ତର ହାସଲ କରିବା ପରେ ଜଣେ ଯୁଦ୍ଧ ବିମାନ ପାଇଲଟ୍‌ଙ୍କୁ ବିବାହ କଲେ। ବିବାହ ପରେ ସ୍ବାମୀ, ପରିବାର, ନିଜର ଅସୁସ୍ଥ ମାଆ ଓ ପିଲାମାନଙ୍କ ଭିତରେ ନିଜର କ୍ୟାରିୟର୍ କଥା ଭୁଲିଯାଇଥିଲେ ମୁକ୍ତା। ସ୍ବାମୀଙ୍କ ବାରମ୍ବାର ବଦଳି ହେତୁ ତାଙ୍କୁ ମଧ୍ୟ ପ୍ରଥମେ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିଲା। ଏଣୁ ତାଙ୍କୁ ପ୍ରଥମେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହାପରେ ତାଙ୍କ ଜୀବନରେ ଏକ ମୋଡ଼ ଆସିଲା। ସେ ଫ୍ରିଲାନ୍ସିଂ କରିବାକୁ ଆରମ୍ଭ କଲେ ଏବଂ ମଡେଲିଂକୁ ବାଛିଲେ। ଆହୁରି ପଢ଼ନ୍ତୁ- LIVE | News Updates 19th Dec 2025: ବାଂଲାଦେଶରେ ପୁଣି ଉତ୍ତେଜନା-ହିଂସା, ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା, ଆଜି ଶେଷ ହେବ ସଂସଦର ଶୀତକାଳୀନ ଅଧିବେଶନ କ’ଣ କହନ୍ତି ମୁକ୍ତା: ତାଙ୍କ ମତରେ, ସେ ବିବାହ ପୂର୍ବରୁ ପାଠ ପଢୁଥିଲେ ଏବଂ କ୍ୟାରିୟର ବିଷୟରେ ଚିନ୍ତା କରିବା ଆଗରୁ ତାଙ୍କ ବିବାହ ହୋଇଗଲା। ତଥାପି ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ସବୁବେଳେ ଉତ୍ସାହିତ କରିଆସିଛନ୍ତି। ବିବାହର ପ୍ରଥମ ବର୍ଷ ସେ ପରିବାରକୁ ସମୟ ଦେଲେ। ବିଶେଷ କରି ପିଲାମାନଙ୍କୁ ଭଲ ମଣିଷ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ତାଙ୍କ ସ୍ବାମୀଙ୍କ ଦିଲ୍ଲୀ ପୋଷ୍ଟିଂ ସମୟରେ ସେ ଅନେକ ଖବରକାଗଜ ଓ ପତ୍ରିକା ପାଇଁ ଫ୍ରିଲାନ୍ସିଂ କରିବା ଆରମ୍ଭ କଲେ। ମୁକ୍ତା ଜଣେ ଦକ୍ଷ କଳାକାର ଥିଲେ। ଲେଖାଲେଖି ବ୍ୟତିରକେ ସେ ନିଜର ଚିନ୍ତାଧାରା ତଥା ଭିଜନ୍‌କୁ ତାଙ୍କ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରୁଥିଲେ। ସେ ଉଭୟ କଳା ଓ ସଂଗୀତ ପ୍ରତି ଆଗ୍ରହୀ ଥିଲେ। ଅବଶିଷ୍ଟ ସମୟ ଅତିବାହିତ କରିବାକୁ ସେ କାନ୍‌ଭାସ୍‌ରେ ସଂଗୀତ ଜଗତର ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ଆଙ୍କିବାକୁ ଲାଗିଲେ ଏବଂ ସେସବୁ ସେମାନଙ୍କ ଲୋକପ୍ରିୟ ଗୀତର ଧୂନ୍ ତିଆରି କରିବାରେ ସହାୟକ ହେଲା। ଆହୁରି ପଢ଼ନ୍ତୁ- India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ ମୁକ୍ତାଙ୍କ ମଡେଲିଂ ଯାତ୍ରା: ମୁକ୍ତାଙ୍କ ସ୍ୱାମୀ ବାୟୁସେନାରୁ ଅବସର ନେବା ପରେ ତାଙ୍କ ପରିବାର ଗୁରୁଗ୍ରାମ କୁ ସ୍ଥାନାନ୍ତର ହୋଇଥିଲେ। ରକ୍ତ କର୍କଟରେ ପୀଡ଼ିତା ତାଙ୍କ ମାଆଙ୍କର ସେବା କରିବା ସହ ନିଜ ପରିବାରର ଦାୟିତ୍ବ ଏକସଙ୍ଗେ ତୁଲାଇବାରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସେ ନିଜର ଫିଟ୍‌ନେସ୍ ତଥା ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ବୋଲି ତାଙ୍କ ଝିଅ ସବୁବେଳେ ତାଙ୍କୁ ବାଧ୍ୟ କରୁଥିଲା। ସେବେଠୁ ସେ ଫ୍ୟାସନେବଲ୍ ପୋଷାକ ପିନ୍ଧିବାକୁ ଲାଗିଲେ। ଅନ୍ୟମାନଙ୍କ ପାଇଁ ଏସବୁ ଛୋଟ ଓ ସାଧାରଣ ଜିନିଷ ପରି ମନେ ହେଉଥିବା ବେଳେ ମୁକ୍ତା ସିଂଙ୍କ ପାଇଁ ଏହା ଗୋଟେ ଆଶ୍ଚର୍ଯ୍ୟଜନକ ଆରମ୍ଭ ଥିଲା। ତାଙ୍କ ଜୀବନରେ ମଡେଲିଂ ‘ହଠାତ୍’ ଘଟିଥିବା ସେ ସ୍ବୀକାର କରିଥିଲେ। ଏକ ବିବାହ ଉତ୍ସବରେ ଧୂଷର କେଶ ଓ ପାରମ୍ପରିକ ପରିଧାନ ପରିହିତା ମୁକ୍ତା ତାଙ୍କର ପ୍ରଥମ ମଡେଲିଂ ଅଫର୍ ପାଇଥିଲେ। ଏହାପରେ ସେ ଜଣେ ମଡେଲ୍ ଭାବେ ଡେବ୍ୟୁ କଲେ। ତାଙ୍କ ପରିବାର ତାଙ୍କୁ ଏଥିରେ ପୂର୍ଣ୍ଣ ସହଯୋଗ କରୁଥିଲେ ଏବଂ ମୁକ୍ତା ଲୋକପ୍ରିୟ ବ୍ରାଣ୍ଡ୍‌ରେ ମଡେଲିଂ କରି ଖ୍ୟାତି ଅର୍ଜନ କରିବା ସହ ସଫଳ ମଧ୍ୟ ହେଲେ। ତାଙ୍କୁ ଏ ଦିଗରେ ବେଶି ସହାୟକ ହୋଇଥିଲା ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ। ବର୍ତ୍ତମାନ ମୁକ୍ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ହଜାର ହଜାର ଅନୁଗାମୀ। ମଡେଲିଂରେ ତାଙ୍କର ଆକର୍ଷଣୀୟ ଷ୍ଟାଇଲ୍ ପାଇଁ ବେଶ୍ ପରିଚିତା ମୁକ୍ତା ସିଂ।

ସ୍ତମ୍ଭ 19 Dec 2025 9:54 pm

Odisha H&UD Minister Slams Poor Food Quality at Aahar Kendra in Koraput’s Sunabeda

In a hands-on approach to ensure quality in government welfare schemes, Housing and Urban Development (H&UD) Minister Dr. Krushna Chandra Mohapatra visited Sunabeda Municipality in Koraput district on Thursday and conducted a thorough on-site inspection of the local Aahar Kendra. The Aahar scheme, which provides subsidised meals to the urban poor, came under scrutiny as […] The post Odisha H&UD Minister Slams Poor Food Quality at Aahar Kendra in Koraput’s Sunabeda appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:46 pm

Sri Rama Devotee: ଶୀତକୁ ନାହିଁ ଖାତିର… ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ବାହାରିଛନ୍ତି ରାମଭକ୍ତ ସୁନାଧର ଖୋରା

ଡାବୁଗାଁ: ମାର୍ଗଶିର-ପୌଷ ମାସର ପ୍ରବଳ ଶୀତ କାକରରେ ଜଣେ ମାନସିକଧାରୀ ରାମ ଭକ୍ତ ଦୁଃସାହସ କରି ସାଇକେଲରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାମ ଭକ୍ତ ଜଣକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ସୁନାଧର ଖୋରା (୪୫) ବୋଲି ଜଣା ପଡିଛି। ଦୀର୍ଘ ବର୍ଷ ଧରି ଏହି ରାମ ଭକ୍ତ ଜଣକ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଥିବା ବେଳେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିବାକୁ ଅଭିଳାଷ ରଖିଥିଲେ। ନିଜ ଅଭିଳାଷକୁ ସାକାର କରିବାକୁ ସୁନାଧର ଖୋରା ଏକ ବାଇ ସାଇକେଲରେ ତ୍ରିରଙ୍ଗା ପତାକା ଓ ଗୈରିକ ପତାକା ଲଗାଇ ଗତ ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ଚିତ୍ରକୋଣ୍ଡାରୁ ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି। ଆହୁରି ପଢନ୍ତୁ- India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ sunadhar Photograph: (sambad.in) ଆହୁରି ପଢନ୍ତୁ- Bangladesh Protest: ଜଳୁଛି ବାଂଲାଦେଶ: ବିଦ୍ରୋହ ଭିତରେ ଢାକାରେ ପହଞ୍ଚିଲା ଛାତ୍ରନେତା ଉସମାନଙ୍କ ମୃତଦେହ ସେ ଚିତ୍ରକୋଣ୍ଡାରୁ ବାଲିମେଳା, କୁଡୁମୁଲୁ ଗୁମ୍ମା, ଖଇରପୁଟ, ଗୋବିନ୍ଦ ପାଲି, ବୈପାରିଗୁଡା, ଜୟପୁର, ନବରଙ୍ଗପୁର ଦେଇ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଡାବୁଗାଁ ପହଞ୍ଚିଛନ୍ତି । ଡାବୁଗାଁରେ ରାମ ଭକ୍ତ ସୁନାଧର ଖୋରା ପହଞ୍ଚିବା ପରେ ଏଠାରେ ହିନ୍ଦୁ ଯୁବ ଗୋଷ୍ଠୀ ଭବ୍ୟ ସ୍ଵାଗତ କରିଥିଲେ। ରାତ୍ର ରହଣି ପାଇଁ ନୂତନ ବସ ଷ୍ଟାଣ୍ଡରେ ବ୍ୟବସ୍ଥା କରିଥିଲେ। ଆସନ୍ତା କାଲି ଅଯୋଧ୍ୟା ଅଭିମୁଖେ ପୁଣି ରାମ ଭକ୍ତ ଜଣକ ସାଇକେଲରେ ଉମରକୋଟରୁ ଛତିଶଗଡ ରାଜ୍ୟ ଦେଇ ଅଯୋଧ୍ୟା ଅଭିମୁଖେ ଯିବେ। ରାମଭକ୍ତ ସୁନାଧର ଜଣେ ଚାଷୀ ହୋଇଥିବା ବେଳେ ବାପା ମାଙ୍କ ମୃତ୍ୟୁ ପରେ ସ୍ତ୍ରୀ ହୀରାମଣି ଓ ଝିଅ ଶାନ୍ତି ସହ ଚିତ୍ରକୋଣ୍ଡାରେ ରହି ଆସୁଛନ୍ତି । ୧୫ରୁ ୧୬ ଦିନ ମଧ୍ୟରେ ସେ ଅଯୋଧ୍ୟା ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୫ ଡିଗ୍ରୀରୁ ମଧ୍ୟ କମ୍ ଥଣ୍ଡାରେ ତାଙ୍କର ଦୁଃସାହାସିକ ସାଇକେଲ ଯାତ୍ରା ପାଇଁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

ସ୍ତମ୍ଭ 19 Dec 2025 9:33 pm

India Set for U-19 Asia Cup Final Clash with Pakistan

India stormed into the U-19 Asia Cup final with a commanding eight-wicket victory over Sri Lanka in a rain-curtailed semi-final at Dubai on Friday. The result sets up a mouth-watering summit clash against arch-rivals Pakistan, rekindling one of cricket’s fiercest rivalries after more than a decade. Opting to field first, India’s disciplined bowling attack reduced […] The post India Set for U-19 Asia Cup Final Clash with Pakistan appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:31 pm

Odisha Boosts Disaster Resilience: World Bank Mission Reviews OSCRGP Progress

In a significant step towards enhancing state resilience and sustainable development, Development Commissioner and Additional Chief Secretary Anu Garg chaired a high-level meeting with the World Bank Mission team today to review the progress of the Odisha State Capability and Resilient Growth Programme (OSCRGP). The meeting, attended by senior officials from the Finance Department, Chief […] The post Odisha Boosts Disaster Resilience: World Bank Mission Reviews OSCRGP Progress appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:21 pm

Binjharpur Addl Tahasildar Caught Taking Rs 30K Bribe for Favourable Land Demarcation

In a swift anti-corruption operation, the Odisha Vigilance team on Friday apprehended Pradipta Kumar Sethi, Additional Tahasildar and In-Charge Tahasildar of Binjharpur Tahasil in Jajpur district, while he was allegedly demanding and accepting a bribe of Rs 30,000 from a landowner. According to official sources, Sethi had demanded the bribe in exchange for providing a […] The post Binjharpur Addl Tahasildar Caught Taking Rs 30K Bribe for Favourable Land Demarcation appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:16 pm

India’s Batting Blitz: 231/5 in Ahmedabad Showdown

Ahmedabad witnessed fireworks as India piled up 231/5 in the 5th T20I against South Africa at the Narendra Modi Stadium. After winning the toss, South Africa opted to field, hoping dew would aid their chase. India’s batting lineup, however, had other plans. Tilak Varma’s fluent 73 off 42 balls anchored the innings, while Hardik Pandya’s […] The post India’s Batting Blitz: 231/5 in Ahmedabad Showdown appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:00 pm

India vs South AfricaT20I: ତିଲକ-ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଅହମଦାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଯୁବ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଉଭୟ ବ୍ୟାଟର ଶତକୀୟ ଭାଗିଦାରୀ ହୋଇପାରିଛନ୍ତି।ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୩୧ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ୨୩୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପାଇଁ ତିଲକ ବର୍ମା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍‌ ଖେଳି ଥିଲେ। ଏଥିରୁ ସେ ୧୦ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ୫ଟି ଛକା ବଳରେ ୬୩ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଖେଳାଳି ଦକ୍ଷିଣ ଆଫ୍ରିକାର ଚତୁର୍ଥ ଓ ପଞ୍ଚମ ଶିକାର ହୋଇଥିଲେ। Tilak Verma at Ahmadabad. Photograph: (Aajtak) ଆହୁରି ପଢ଼ନ୍ତୁ: T20 cancelled: ଚତୁର୍ଥ ଟ୍ବେଣ୍ଟି-୨୦ ବାତିଲ: କ୍ରିକେଟ୍ ଉପରେ କୁହୁଡ଼ି ଭାରି ଭାରତର ଭଲ ଆରମ୍ଭ ଭାରତର ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୩ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ଅଭିଷେକ ଶର୍ମା। ସେ ୨୧ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଭାରତ ଦ୍ବିତୀୟ ୱିକେଟ୍‌ ଭାବେ ସଂଜୁ ସାମସନ୍‌ଙ୍କୁ ହରାଇଥିଲା, ଯିଏକି ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୨୨ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ। ସେ ୭ଟି ବଲ୍‌ ଖେଳି ସହାୟତାରେ ୫ ରନ୍‌ ସଂଗ୍ରହ କରିଥିଲେ। ଆହୁରି ପଢ଼ନ୍ତୁ: Bangladesh Protest: ଜଳୁଛି ବାଂଲାଦେଶ: ବିଦ୍ରୋହ ଭିତରେ ଢାକାରେ ପହଞ୍ଚିଲା ଛାତ୍ରନେତା ଉସମାନଙ୍କ ମୃତଦେହ

ସ୍ତମ୍ଭ 19 Dec 2025 8:55 pm

Higher Education Key to Realising Vikshit Odisha 2036 Vision: Minister Suryabanshi Suraj

The Odisha Higher Education Department conducted a crucial sensitisation workshop on the Odisha Vision Document 2036 and 2047, themed “Vikshit Odisha for Vikshit Bharat,” targeting Vice Chancellors of state universities, Principals of colleges, and Regional Directors of Education. Higher Education Minister Suryabanshi Suraj attended as the chief guest, underscoring the transformative role of higher education […] The post Higher Education Key to Realising Vikshit Odisha 2036 Vision: Minister Suryabanshi Suraj appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 8:41 pm

Odisha Forges Ahead in AI Revolution: Regional Impact Conference Kicks Off with Landmark Partnerships

The Regional AI Impact Conference in Odisha, a pivotal precursor to the national India AI Impact Summit 2026 in New Delhi, successfully concluded its inaugural day with high-profile addresses, major partnership announcements, and immersive showcases of AI’s potential for public good. Inaugurated at the State Convention Centre in Bhubaneswar, the two-day event—organised by the Electronics […] The post Odisha Forges Ahead in AI Revolution: Regional Impact Conference Kicks Off with Landmark Partnerships appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 8:21 pm

CBSE JOB 2025: ନିଯୁକ୍ତି ପ୍ରକ୍ରିୟାର ଆବେଦନ ତାରିଖ ବୃଦ୍ଧି କଲା ସିବିଏସଇ

ନୂଆଦିଲ୍ଲୀ: ଦ୍ୱାଦଶ ପାସ୍ ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି କରିବାର ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୨୪ଟି ପଦବୀର ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ଶେଷ ତାରିଖ ବୃଦ୍ଧି କରିଛି।ପୂର୍ବରୁ ଆବେଦନ ପାଇଁ ସମୟ ସୀମା ୨୦୨୫ ଡିସେମ୍ବର ୨୨ ତାରିଖ ଥିଲା କିନ୍ତୁ ବର୍ତ୍ତମାନ ପ୍ରାର୍ଥୀମାନେ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆଶ୍ବସ୍ତି ଦେଲା ନିଷ୍ପତ୍ତି ଏହି ନିଷ୍ପତ୍ତି ଯେଉଁମାନେ କୌଣସି କାରଣରୁ ସମୟ ସୀମା ମଧ୍ୟରେ ଆବେଦନ ପୂରଣ କରିପାରି ନଥିଲେ ସେମାନଙ୍କ ପାଇଁ ଆଶ୍ବସ୍ତି ଆଣିଛି। ସିବିଏସଇ ମୋଟ ୧୨୪ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ଯେଉଁଥିରେ ପ୍ରଶାସନିକ, ଶିକ୍ଷାଗତ ଏବଂ ଅର୍ଥନୀତି ସମ୍ପର୍କିତ ବିଭିନ୍ନ ପଦବୀ ଅନ୍ତର୍ଭୁକ୍ତ ରହିଛି।ଗ୍ରୁପ୍ ବିରେ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଜୁନିଅର ଟାନ୍ସଲେସନ ଅଧିକାରୀ ପଦବୀ ଅନ୍ତର୍ଭୁକ୍ତ ରହିଥିବା ବେଳେ ଗ୍ରୁପ ସି ରେ ଜୁନିଅର ଆକାଉଣ୍ଟାଣ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟ ଭଳି ପଦବୀ ରହିଛି। ଏହି ପଦବୀ ପାଇଁ ଦ୍ୱାଦଶ ପାସ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଅଧିକପଢ଼ନ୍ତୁ: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ ଏହି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ। ପ୍ରଥମ ପର୍ଯ୍ୟାୟ ଟିୟର-୧ରେ ଏକ ଲିଖିତ ପରୀକ୍ଷା ହେବ, ଯେଉଁଥିରେ ସାଧାରଣ ଜ୍ଞାନ, ରିଜନିଂ, ଗଣିତ ଏବଂ ପଦବୀ ଉପରେ ପ୍ରଶ୍ନ ପଚରାଯିବ।ଏହାପରେ ଏକ ଟିୟର -୨ ଦକ୍ଷତା ପରୀକ୍ଷା ହେବ। ଯେଉଁଥିରେ କିଛି ପଦବୀ ପାଇଁ ଏକ ଟାଇପିଂ ପରୀକ୍ଷା କିମ୍ବା କମ୍ପ୍ୟୁଟର-ଆଧାରିତ ପରୀକ୍ଷା ଅନ୍ତର୍ଭୁକ୍ତ ହେବ। ଉଭୟ ପର୍ଯ୍ୟାୟରେ ପ୍ରଦର୍ଶନ ଆଧାରରେ ଏକ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ, ତା'ପରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ଅଧିକପଢ଼ନ୍ତୁ: ସତ୍ୟନାରାୟଣ ପ୍ରଧାନଙ୍କ କ୍ଷୁଦ୍ରଗଳ୍ପ: ବାପାଙ୍କ ଚିଠି ଅଧିକପଢ଼ନ୍ତୁ: ଏହି କାରଣରୁ ବାଜା ବଜାଇ, ବାଣ ଫୁଟାଇ କେଶ କାଟିଲେ ବିଜେପି ବିଧାୟକ

ସ୍ତମ୍ଭ 19 Dec 2025 7:05 pm

Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା

ରାଉରକେଲା(ରୀନା ରାମ ଭୂୟାଁ) : କାହିଁକି ଏମିତି ହୁଏ! ଜୀବନର ରଙ୍ଗ ଫିକା ପଡ଼ିଯାଏ। ତାକୁ ଯେତେ ସଜାଡ଼ିଲେ ବି କେଉଁଠି କିନ୍ତୁଟିଏ ରହିଯାଏ। କେଉଁଠି ସେଇ ଚୋରାବାଟ ଖୋଜି ମିଳେନାହିଁ। ଜୀବନକୁ ସଜାଡ଼ୁସଜାଡ଼ୁ ଅଧାବୟସ ବିତିଯାଏ, ନୂଆ କାହାଣୀଟିଏ ତିଆରିହୁଏ। ଏଭଳି ଅନେକ କାହାଣୀ ଭିତରୁ ରାଉରକେଲାର ସେକ୍ଟର-୬ ଅଞ୍ଚଳର ଝୁମା ତନ୍ତୀ(୪୦) ଗୋଟିଏ। ଝୁମା ନିଜ ବାପାମା’ଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିବାହ କରିବା କଥା ଭୁଲିଯାଇଛନ୍ତି। ଦେଖୁଦେଖୁ ତାଙ୍କ ବିବାହ ବୟସ ବି ଅତିକ୍ରମ କରିଯାଇଛି। ବିବାହ ନୁହେଁ, ବାପାମା’ଙ୍କ ପେଟକୁ ଦାନା ଯୋଗାଡ଼ିବା ତାଙ୍କର ପ୍ରାଥମିକତା ପାଲଟି ଯାଇଛି। ଅଧିକପଢ଼ନ୍ତୁ: ଇପିଏଫ୍‌ଓ ମେମ୍ବର‌ ପୋର୍ଟାଲ୍‌କୁ ଆକ୍ସେସ୍‌ କରିବା ଏବେ ସହଜ... ସଂଘର୍ଷରେ ଭରା ଝୁମା ତନ୍ତୀଙ୍କ ଜୀବନ ଝୁମାଙ୍କ ଜୀବନ କଷ୍ଟ, ଯନ୍ତ୍ରଣା ଓ ସଂଘର୍ଷରେ ଭରା। ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ। ଘରେ ଭାଇଭଉଣୀ ସମସ୍ତେ ଥିଲେ। ତଥାପି ଅବହେଳିତ ହେଉଥିଲେ ବାପାମା’। ଏହାକୁ ଦେଖି ସହି ପାରି ନଥିଲେ ଝୁମା। ଏହାରି ଭିତରେ ବଡ଼ ଭାଇଭଉଣୀଙ୍କ ବିବାହ ହୋଇଗଲା। ବାପାମା’ ଘରେ ଏକା ରହିଗଲେ। ତାଙ୍କର ଦେଖାଶୁଣା ପାଇଁ ଝୁମାଙ୍କ ଛଡ଼ା ଆଉ କେହି ନଥିଲେ। ଅସୁସ୍ଥ ବାପାମା’ଙ୍କୁ ଭଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସେ। କିନ୍ତୁ ଆଗରେ ବାଟ ଓଗାଳିଥିଲା ଅର୍ଥ। ହତାଶ ନହୋଇ ଏ ସମସ୍ୟାର ବି ସାମ୍ନାକଲେ ସେ। ପିଲାଦିନରୁ ସଞ୍ଚିତ ଅର୍ଥ ତାଙ୍କର ସାହାରା ପାଲଟିଥିଲା। ସେଥିରେ ଛୋଟଛୋଟ ପିଲାଙ୍କ ଖେଳଣା କିଣି ବିଭିନ୍ନ ଛକରେ ଉଠାଦୋକାନୀ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। ଏ ବ୍ୟବସାୟରୁ ରୋଜଗାର ଉପରେ ତିନିପ୍ରାଣୀ ନିର୍ଭର। ‘ଅର୍ଥାଭାବ କଷ୍ଟ‌ଦେଇଛି, କିନ୍ତୁ ବାପାମା’ଙ୍କ ସେବାରେ ଯେଉଁ ଆତ୍ମସନ୍ତୋଷ ମିଳିଛି ତାହା ଅନନ୍ୟ’ କହନ୍ତି ଝୁମା। କିଛିମାସ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି। ଏବେ ତାଙ୍କ ପାଖରେ ଅଛନ୍ତି ଅସୁସ୍ଥ ବାପା। ଅଧିକପଢ଼ନ୍ତୁ: ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥରେ ଭୟାନକ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର

ସ୍ତମ୍ଭ 19 Dec 2025 7:04 pm

Odisha Investors’ Meet at Hyderabad: ₹67,000 Cr Investments Secured, 56K Jobs in Pipeline

“Odisha is ready to be the growth engines of India, and the Odisha Investors’ Meet is a platform to build long-term partnerships that translate investment intent into on-ground outcomes,” said Chief Minister Mohan Charan Majhi while addressing industry leaders at the Odisha Investors’ Meet in Hyderabad today. The Chief Minister emphasised that the state is […] The post Odisha Investors’ Meet at Hyderabad: ₹67,000 Cr Investments Secured, 56K Jobs in Pipeline appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 6:55 pm

ED Seizes Rs 7.93 Crore Assets of Yuvraj, Uthappa, Urvashi, Sonu Sood & Others in 1xBet Betting Scam

The Enforcement Directorate (ED) has provisionally attached movable and immovable assets worth ₹7.93 crore belonging to several high-profile celebrities, including former cricketers Yuvraj Singh and Robin Uthappa, actors Sonu Sood and Neha Sharma, former Trinamool Congress MP Mimi Chakraborty, Bengali actor Ankush Hazra, and assets linked to model Urvashi Rautela. The action, taken under the […] The post ED Seizes Rs 7.93 Crore Assets of Yuvraj, Uthappa, Urvashi, Sonu Sood & Others in 1xBet Betting Scam appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 6:20 pm

Education: ୨୦୨୬ ଜାନୁଆରି ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରି–୨୦୨୬ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି। ‌କେଉଁ ବିଷୟରେ ନାମ ଲେଖାଇବେ? ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା, ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜୀକରଣ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଯଦି କୌଣସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ତେବେ ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଯୋଗାଯୋଗ ପାଇଁ... ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ। ଏହା ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ ଇ-ମେଲ rcbhubaneswar@ignou.ac.in ଏବଂ admissionrc21@ignou.ac.in ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ। ଯୋଗାଯୋଗ ପାଇଁ ଦୂରଭାଷ ନମ୍ବର ୦୬୭୪–୨୯୭୧୦୭୧ କିମ୍ବା ୦୬୭୪–୨୩୦୧୩୪୮ ମାଧ୍ୟମରେ ମଧ୍ୟ ସମ୍ପର୍କ କରିପାରିବେ। ଏ ସମ୍ପର୍କରେ ଇଗ୍ନୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

ସ୍ତମ୍ଭ 19 Dec 2025 5:35 pm

MSME Expands NSSH Scheme to Empower SC/ST Entrepreneurs

The Ministry of Micro, Small and Medium Enterprises (MSME) has intensified efforts to promote entrepreneurship among Scheduled Caste (SC) and Scheduled Tribe (ST) communities through the National Scheduled Caste and Scheduled Tribe Hub (NSSH) Scheme. The initiative also seeks to fulfil the mandated 4% procurement from SC/ST-owned Micro and Small Enterprises (MSEs) under the Public […] The post MSME Expands NSSH Scheme to Empower SC/ST Entrepreneurs appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 5:29 pm

Education: ମନ୍ଥର ଗତିରେ ପିଏମଶ୍ରୀରେ ପରିବର୍ତ୍ତିତ ହାଇସ୍କୁଲ ଭିତ୍ତିଭୂମି ନିର୍ମାଣ କାମ!

ନବରଙ୍ଗପୁର (ସୁରେଶ ନାଇଡୁ): ହାଇସ୍କୁଲ ଗୁଡ଼ିକର ଅନୁସଙ୍ଗିକ ଭିତ୍ତିଭୂମିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପିଏମଶ୍ରୀ ଆରମ୍ଭ କରିବା ସହ ଅନୁଦାନ ମଂଞୁର କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୯ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୫-୨୬ରେ ୪ଟି ହାଇସ୍କୁଲକୁ ଏହି ମାନ୍ୟତା ଦେଇଛନ୍ତି। ୧୮କୋଟି ୬୨ଲକ୍ଷ ୩୮ହଜାର ଟଙ୍କାର ଅନୁଦାନ ମିଳିଛି। ୧୯ଟି ଯାକ ପିଏମଶ୍ରୀ ବିଦ୍ୟାଳୟର ସମ୍ପୂର୍ଣ୍ଣ କାମ ଏଯାଏଁ ସରିପାରିନି। ଅତ୍ୟନ୍ତ ମନ୍ଥର ଗତିରେ ଚାଳିଥିବାରୁ ଏହାକୁ ନେଇ ସାଂସଦ ଇଂ.ବଳଭଦ୍ର ମାଝୀ ମଧ୍ୟ ବିଗଡ଼ିଛନ୍ତି। ନବରଂଗପୁର ଜିଲ୍ଲାରେ ଉମରକୋଟ ବ୍ଲକରେ ୩ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡାହାଣ୍ଡି, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ଟି ଲେଖାଏଁ, ନବରଙ୍ଗପୁର ପୌରପାଳିକା, ଚନ୍ଦାହାଣ୍ଡି, ଡାବୁଗାଁ, ଝରିଗାଁ, କୋଷାଗୁମୁଡ଼ା ଓ ଉମରକୋଟ ପୌରପାଳିକାରେ ଗୋଟିଏ ଲେଖାଏଁ ହାଇସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦେଇ ପରିବର୍ଦ୍ଧିତ କରାଯାଇଛି। ଏହି ୧୯ଟି ପିଏମଶ୍ରୀ ହାଇସ୍କୁଲର ମରାମତି ପାଇଁ ୪ଲକ୍ଷ, ଖେଳ ପଡ଼ିଆ ଉନ୍ନୟନ ପାଇଁ ୫ଲକ୍ଷ, ସୌନ୍ଦର୍ଯ୍ୟକରଣ ପାଇଁ ୩ଲକ୍ଷ, ସେଲଫି ପଏଣ୍ଟ ଉନ୍ନୟନ ପାଇଁ ୩ଲକ୍ଷ, ବିଦ୍ୟାଳୟ ସାଇନେଜ ପାଇଁ ୨୦ହଜାର ଓ ଏଲଇଡି ଲାଇଟିଂ ପାଇଁ ୨ହଜାର ଏଭଳି ସ୍କୁଲ ପିଛା ୧୨ଲକ୍ଷ ୫୨ହଜାର ସର୍ବମୋଟ ୨କୋଟି ୩୭ଲକ୍ଷ ୮୮ହଜାର ଅନୁଦାନ ମଂଜୁର ହୋଇଛି। ଆହୁରି ପଢ଼ନ୍ତୁ: Avatar Fire And Ash VS Dhurandhar: ‘ଧୁରନ୍ଧର’ ଏବଂ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ମଧ୍ୟରେ କେଉଁଟି ଆଗରେ ଅଛି? ସରୁନି ନିର୍ମାଣ କାମ ଏହା ବାଦ୍‌ ଅଲଗାରେ ଚେୟାରଟେବୁଲ, ଆସବାବପତ୍ର, ଲାଇବ୍ରେରି ଓ ଶୌଚାଳୟ ଆଦି ନୂଆ କରିବା ପାଇଁ ହାଇସ୍କୁଲ ପିଛା ୮୫ଲକ୍ଷ ୫୦ହଜାର ଲେଖାଏଁ ଏଭଳି ୧୬କୋଟି ୨୪ଲକ୍ଷ ୫ହଜାର ଅନୁଦାନ ମଂଜୁର କରିଛି କେନ୍ଦ୍ର ସରକାର। ଏହାକୁ ବିଡିଓ ମାନଙ୍କୁ କାର୍ଯ୍ୟକାରୀ କରିବାକୁ ଦିଆଯାଇଛି। ୧୯ଟି ଯାକ ପିଏମଶ୍ରୀ ସ୍କୁଲ ରେ ସମ୍ପୂର୍ଣ୍ଣ ରୂପେ କୌଣସି ପ୍ରକଳ୍ପର କାମ ସରିନି। ସ୍କୁଲ ମରାମତି ୧୧ଟିରେ ସରିଛି। ‌ଖେଳ ପଡିଆ ଉନ୍ନୟନରେ ୬ଟିରେ ସରିଛି, ୨ଟିରେ କାମ ଆରମ୍ଭ ହୋଇନି। ସ୍କୁଲ ସୌନ୍ଦର୍ଯ୍ୟକରଣ ୧୦ଟି ଓ ସ୍କୁଲ ସାଇନେଜ ୩ଟି ରେ ସରିଛି। ସ୍କୁଲ ସେଲଫି ଓ ଏଲଇଡି ଲାଇଟିଂ କାମ ଜାରି ରହିଥିବା ସୂଚନା ମିଳିଛି। ସାଂସଦ ଇଂ. ମାଝୀ ଓ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଡିଇଓ ଛତ୍ରପତି ସାହୁଙ୍କ ଉପରେ ବିଗଡ଼ିଥିଲେ। ସବୁ ବ୍ଲକର ବିଡିଓମାନେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସବୁ ୧୯ଟି ଯାକ ପିଏମଶ୍ରୀ ହାଇସ୍କୁଲ ସହ ୨୦୨୫-୨୬ ଆର୍ଥିକ ବର୍ଷରେ ନୂଆରେ ମନୋନୀତ ୪ଟି ହାଇସ୍କୁଲକୁ ଡିଇଓ ତଦାରଖ କରି ଜିଲ୍ଲାପାଳଙ୍କୁ ଜଣାଇବାକୁ କହିଥିବା ସୂଚନା ମିଳିଛି। ଆହୁରି ପଢ଼ନ୍ତୁ: Demand: ‘୧୫ ଦିନ ମଧ୍ୟରେ ଚାଷୀଙ୍କ ଦାବି ପୂରା ନହେଲେ ଅଧା ନବରଂଗପୁର ବନ୍ଦ’

ସ୍ତମ୍ଭ 19 Dec 2025 5:24 pm

EPFO Member Portal: ଇପିଏଫ୍‌ଓ ମେମ୍ବର‌ ପୋର୍ଟାଲ୍‌କୁ ଆକ୍ସେସ୍‌ କରିବା ଏବେ ସହଜ...

ନୂଆଦିଲ୍ଲୀ: ଭାରତ ରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଏକ ବାଧ୍ୟତାମୂଳକ ସଞ୍ଚୟ ଯୋଜନା। କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ପ୍ରତି ମାସରେ ଏହି ପାଣ୍ଠିରେ ସେମାନଙ୍କର ମୂଳ ଦରମାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଯୋଗଦାନ କରନ୍ତି। ଇପିଏଫ୍‌ ପେନ୍‌ସନ୍‌ ସୁବିଧା ଓ ବୀମା କଭରେଜ୍‌ ମଧ୍ୟ ପ୍ରଦାନ କରେ। ଇପିଏଫ୍‌ଓ ମେମ୍ବର୍‌ ପୋର୍ଟାଲ୍ ହେଉଛି ଆପଣଙ୍କର ୟୁନିଭର୍ସାଲ୍‌ ଆକାଉଣ୍ଟ୍‌ ନମ୍ବର୍‌ ବ୍ୟବହାର କରି ଆପଣଙ୍କର ପିଏଫ୍‌ ଆକାଉଣ୍ଟ୍‌ ସହିତ ଜଡ଼ିତ ସମସ୍ତ ଜିନିଷ ପରିଚାଳନା କରିବା ପାଇଁ ଏକ ପ୍ଲାଟ୍‌ଫର୍ମ। ପୋର୍ଟାଲ୍‌ ଆକ୍ସେସ୍‌ କରିବା ହେଉଛି ଆପଣଙ୍କର ପିଏଫ୍‌ ବାଲାନ୍‌ସ ଟ୍ରାକ୍‌ କରିବା, ଆପଣଙ୍କର ପାସ୍‌ବୁକ୍‌ ଡାଉନ୍‌ଲୋଡ୍‌ କରିବା, ଆପଣଙ୍କର କେୱାଇସି ଡିଟେଲ୍‌ସ ଅପ୍‌ଡେଟ୍‌ କରିବା କିମ୍ବା ଆପଣଙ୍କର ପିଏଫ୍‌ ରାଶିର କିଛି ଅଂଶ କିମ୍ବା ସମସ୍ତ ରାଶି ଉଠାଇବା ଭଳି କାର୍ଯ୍ୟ କରିବା ପାଇଁ ପୋର୍ଟାଲ୍‌ ଆକ୍ସେସ୍‌ ହେଉଛି ପ୍ରଥମ ପଦକ୍ଷେପ। ଆସନ୍ତୁ ଜାଣିବା ଏହାକୁ ଆକ୍ସେସ୍‌ କରିବେ କେମିତି... ଅନେକ ଉପଭୋକ୍ତା ସେମାନଙ୍କର ଇପିଏଫ୍‌ ଆକାଉଣ୍ଟ ଯାଞ୍ଚ କରିବା କଷ୍ଟକର ଭାବନ୍ତି। ତେବେ ଇପିଏଫ୍‌ ଆକାଉଣ୍ଟ ଓ ବାଲାନ୍‌ସକୁ ବାରମ୍ବାର ଯାଞ୍ଚ କରିବା ଦ୍ବାରା କଣ୍ଟ୍ରିବ୍ୟୁସନ୍‌ ରେଗୁଲାର୍‌ ଆସୁଛି ବୋଲି ଆପଣ ନିଶ୍ଚିତ ହେବେ। ଏହା ଆପଣଙ୍କୁ ଆପଣଙ୍କର ଅବସରକାଳୀନ ସଞ୍ଚୟକୁ ଭଲ ଭାବରେ ଯୋଜନା କରିବାରେ ସାହାଯ୍ୟ କରିପାରିବ। ଆହୁରି ପଢ଼ନ୍ତୁ- Gibraltar New scope: ଏହି ଦେଶକୁ ଯାଆନ୍ତୁ: ସାମାନ୍ୟ କାମ କରି ୫ ବର୍ଷରେ ହୋଇଯିବେ କୋଟିପତି ଇପିଏଫ୍‌ଓ ମେମ୍ବର ପୋର୍ଟାଲ୍‌କୁ ଲଗ୍‌ ଇନ୍‌ କରିବେ କିପରି? -ଅଫିସିଆଲ୍‌ ଇପିଏଫ୍‌ଓ ମେମ୍ବର ପୋର୍ଟାଲ୍‌ ଖୋଲନ୍ତୁ -ନିଜର ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର (ୟୁଏଏନ୍‌) ଦିଅନ୍ତୁ। ନମ୍ବରଟି ଲଗ୍‌ ଇନ୍‌ କରିବା ପୂର୍ବରୁ ଆକ୍ଟିଭ୍‌ କରିବା ଜରୁରୀ -ଆପଣଙ୍କ ୟୁଏଏନ୍‌ ପାସ୍‌ୱର୍ଡ ଦିଅନ୍ତୁ -ଦେଖାଯାଇଥିବା କ୍ୟାପ୍‌ଚା କୋଡ୍‌ ଭରନ୍ତୁ -ସାଇନ୍‌ ଇନ୍‌ ଉପରେ କ୍ଲିକ୍‌ କରନ୍ତୁ ଇପିଏଫ୍‌ଓ ମେମ୍ବର ପୋର୍ଟାଲ୍‌ ଲଗ୍‌ ଇନ୍‌ ପାସ୍‌ୱର୍ଡ ରିସେଟ୍‌ କରିବେ କେମିତି? -ୟୁନିଫାଇଡ୍‌ ପୋର୍ଟାଲ୍‌ ଖୋଲନ୍ତୁ କିମ୍ବା ଲଗ୍‌ ଇନ୍‌ ପେଜ୍‌ରେ ଫର୍‌ଗଟ୍‌ ପାସ୍‌ୱର୍ଡ ଉପରେ କ୍ଲିକ୍‌ କରନ୍ତୁ। -ନିଜର ୟୁଏଏନ୍‌, ନାଁ, ଜନ୍ମ ତାରିଖ, ଜେଣ୍ଡର୍‌ ଓ ରେଜିଷ୍ଟର୍ଡ ‌ମୋବାଇଲ୍‌ ନମ୍ବର ଦିଅନ୍ତୁ। - କ୍ୟାପ୍‌ଚା ଏଣ୍ଟର୍‌ କରନ୍ତୁ। -Get authorisation PIN ସିଲେକ୍ଟ କରନ୍ତୁ। -ଏହାପରେ ମୋବାଇଲ୍‌କୁ ପଠାଯାଇଥିବା ଓଟିପି ଦିଅନ୍ତୁ। -ଏକ ନୂଆ ପାସ୍‌ୱର୍ଡ ଦିଅନ୍ତୁ ଏବଂ ତାକୁ କନ୍‌ଫର୍ମ କରନ୍ତୁ। ଆହୁରି ପଢ଼ନ୍ତୁ- LIVE | News Updates 19th Dec 2025: ବାଂଲାଦେଶରେ ପୁଣି ଉତ୍ତେଜନା-ହିଂସା, ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା, ଆଜି ଶେଷ ହେବ ସଂସଦର ଶୀତକାଳୀନ ଅଧିବେଶନ ଆପଣ ଏବେ ଆପଣଙ୍କର ୟୁଏଏନ୍‌ ଓ ନୂଆ ପାସ୍‌ୱର୍ଡ ସାହାଯ୍ୟରେ ଲଗ୍‌ ଇନ୍‌ କରିପାରିବେ। OTP ଯାଞ୍ଚ ପାଇଁ ଉପଭୋକ୍ତାଙ୍କ ମୋବାଇଲ୍‌ ନମ୍ବର ସେମାନଙ୍କ ୟୁଏଏନ୍‌ ସହ ଲିଙ୍କ୍‌ ହୋଇଛି ବୋଲି ନିଶ୍ଚିତ ହେବା ଜରୁରି। ଇପିଏଫ୍‌ଓ ​​ପୋର୍ଟାଲ୍‌ରେ ଲଗ୍‌ ଇନ୍‌ କରିବା ପରେ ଆପଣ ଆପଣଙ୍କର ପିଏଫ୍‌ ପାସ୍‌ବୁକ୍‌ ଆକ୍ସେସ୍‌ କରିପାରିବେ, ଆପଣଙ୍କର କେୱାଇସି ଅପ୍‌ଡେଟ୍‌ କରିପାରିବେ ଏବଂ ଟଙ୍କା ଉଠାଣ ପାଇଁ ଅନୁରୋଧ ମଧ୍ୟ କରିପାରିବେ।

ସ୍ତମ୍ଭ 19 Dec 2025 5:10 pm

Pakistan Player Indian Jersey: ଭାରତର ଜର୍ସି ପିନ୍ଧି ଖେଳିଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଆଜିକାଲି, ରଣବୀର ସିଂହ ଏବଂ ଅକ୍ଷୟ ଖାନ୍ନାଙ୍କ ଅଭିନୀତ ଚଳଚ୍ଚିତ୍ର ଧୁରନ୍ଧର ଭାରତରେ ଚହଳ ସୃଷ୍ଟି କରୁଛି। ଚଳଚ୍ଚିତ୍ରର ଆୟ ୫୦୦ କୋଟି ଅତିକ୍ରମ କରିଛି। ଚଳଚ୍ଚିତ୍ରରେ, ଜଣେ ଭାରତୀୟ ଏଜେଣ୍ଟ ରଣବୀର ସିଂହ ଜଣେ ସ୍ଥାନୀୟ ପାକିସ୍ତାନୀ ନାଗରିକ ଭାବରେ ଭାରତର ମିଶନକୁ କାର୍ଯ୍ୟକାରୀ କରନ୍ତି। ଏହି ସମୟରେ, ଆଉ ଏକ ନୂତନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାହାରିନରେ ଜଣେ ପାକିସ୍ତାନୀ କବାଡି ଖେଳାଳିଙ୍କୁ ଭାରତୀୟ ଜର୍ସି ପିନ୍ଧି ଭାରତ ପାଇଁ ଖେଳୁଥିବାର ଦେଖାଯାଇଥିଲା। ଲୋକମାନେ ଏବେ ସୋସିଆଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଧୁରନ୍ଧର ବୋଲି ଡାକୁଛନ୍ତି। ଘଟଣାଟି ଭାଇରାଲ ହେଉଛି। ଆହୁରି ପଢନ୍ତୁ: Gibraltar New scope: ଏହି ଦେଶକୁ ଯାଆନ୍ତୁ: ସାମାନ୍ୟ କାମ କରି ୫ ବର୍ଷରେ ହୋଇଯିବେ କୋଟିପତି ପାକିସ୍ତାନୀ କବାଡି ଖେଳାଳି ଓବୈଦୁଲ୍ଲା ରାଜପୁତ ଡିସେମ୍ବର ୧୬ ତାରିଖରେ ବାହାରିନରେ ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ତଥାପି, ସେ ତାଙ୍କ ଦେଶ ପାଇଁ ନୁହେଁ, ଭାରତ ପାଇଁ ଖେଳୁଥିଲେ ଏବଂ ଭାରତୀୟ ଜର୍ସି ପିନ୍ଧିଥିଲେ। ଏହା ବ୍ୟତୀତ, ସେ ଜିତିବା ପରେ ଭାରତୀୟ ପତାକା ହଲାଇଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ, ଯେତେବେଳେ ପାକିସ୍ତାନରେ ଉବୈଦୁଲ୍ଲା ରାଜପୁତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି, ଭାରତରେ, ଓବୈଦୁଲ୍ଲା ରାଜପୁତଙ୍କୁ ଧୁରନ୍ଧର ଚଳଚ୍ଚିତ୍ରର ରଣବୀର ସିଂହଙ୍କ ପରି ଆଉ ଏକ ଧୁରନ୍ଧର ବୋଲି କୁହାଯାଉଛି। ଆହୁରି ପଢନ୍ତୁ: Fog: ଘନ କୁହୁଡ଼ି ଭିତରେ ଗାଡ଼ି ଚଳାଇବା ବେଳେ ଏସବୁ ଟିପ୍ସ ଆପଣାନ୍ତୁ, ସୁରକ୍ଷିତ ରହିବେ ଏନେଇ ଓବୈଦୁଲ୍ଲା ରାଜପୁତ ସମ୍ପୂର୍ଣ୍ଣ ମାମଲା ସ୍ପଷ୍ଟ କରି ନିଜର ଭୁଲ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଭୁଲ ଅନିଚ୍ଛାକୃତ ଥିଲା ଏବଂ ସେ ଜାଣି ନଥିଲେ ଯେ ଦଳର ନାମ ଭାରତ ହେବ। ଓବୈଦୁଲ୍ଲାଙ୍କ ଅନୁସାରେ, ତାଙ୍କର କାହାର ଭାବନାକୁ ଆଘାତ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା। ଯଦି ସେ କାହାକୁ ଆଘାତ ଦେଇଛନ୍ତି ତେବେ ସେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରନ୍ତି। ସେ ଏହା ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ ଏହା କୌଣସି ଅନ୍ତର୍ଜାତୀୟ କିମ୍ବା ବିଶ୍ୱକପ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ ଏକ ବ୍ୟକ୍ତିଗତ ପ୍ରତିଯୋଗିତା। ତେଣୁ, ଏହି ଘଟଣାକୁ ଅଧିକ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ।

ସ୍ତମ୍ଭ 19 Dec 2025 5:09 pm

Fog: ଘନ କୁହୁଡ଼ି ଭିତରେ ଗାଡ଼ି ଚଳାଇବା ବେଳେ ଏସବୁ ଟିପ୍ସ ଆପଣାନ୍ତୁ, ସୁରକ୍ଷିତ ରହିବେ

ଗତ କିଛି ଦିନ ହେବ ଶୀତ ବଢ଼ିବା ସଙ୍ଗକୁ ବଢ଼ିଛି କୁହୁଡ଼ି । ଧଳା ଚାଦରରେ ଘୋଡ଼ାଇ ହୋଇ ରହିଛି ସାରା ଦେଶ। ବିଭିନ୍ନ ସ୍ଥାନରେ କୁକୁଡ଼ି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଶେଷ କରି ଦିଲ୍ଲୀରେ। ପ୍ରତିଦିନ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଦୁର୍ଘଟଣା ଘଟୁଥିବା ଖବର ମିଳୁଛି। ଏହା ସହ ଦୃଶ୍ୟମାନ୍ୟତା କମ ହେବାରୁ ଏକାଧିକ ବିମାନ ମଧ୍ୟ ବାତିଲ ହେଉଛି। ଶୀତଦିନ ରାତିରେ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଭଲଭାବରେ ଦେଖାଯାଏ ନାହିଁ। ଫଳରେ ସାମ୍ନାରୁ ଆସୁଥିବା ଗାଡି ଭଲଭାବରେ ନ ଦେଖାଯିବା ଯୋଗୁଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ମାତ୍ରାଧିକ କୁହୁଡି ଭରା ରାସ୍ତାରେ ଗାଡି ଚଲାଇବା ଆଖିରେ ପଟି ପିନ୍ଧି ତୀର ମାରିବା ସହ ସମାନ ହୋଇଥାଏ। ପ୍ରତିବର୍ଷ କୁହୁଡି ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନୀ ହେବାର ନଜିର ରହିଛି। ହେଉଥିବା ଏସବୁ ସମସ୍ୟାରୁ କିଭଳି ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ଆସନ୍ତୁ ଜାଣିବା। ୧. ଅନିଦ୍ରା ପଣରୁ ଦୂରେଇ ରୁହନ୍ତୁ ଜାତୀୟ ସଡ଼କ ସୁରକ୍ଷା ତଥ୍ୟ ଅନୁଯାୟୀ ଡ୍ରାଇଭରଙ୍କ ନିଦ୍ରା ବା ଥକ୍କାପଣ ଯୋଗୁଁ ପ୍ରାୟ ୧୫ ପ୍ରତିଶତ ଦୁର୍ଘଟଣା ଘଟିଥାଏ। ତେଣୁ ଲମ୍ବା ସମୟ ପର୍ଯ୍ୟନ୍ତ ଗାଡ଼ି ଚଲାଇବା ସମୟରେ ସବୁବେଳେ ସକ୍ରିୟ ରହନ୍ତୁ। ୨. ଧୀର ବେଗରେ ଚଳାନ୍ତୁ ଗାଡି କୁହୁଡ଼ିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭଲଭାବରେ ଦେଖାନଯିବା। ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଥିଲେ ଦ୍ରୁତ ଗତିରେ ଗାଡି ଚଲାଇବାରୁ ନିବୃତ ରୁହନ୍ତୁ। ଧିରେ ଧିରେ ଗାଡି ଚଲାଇବା ଦ୍ବାରା ସାମ୍ନାରୁ ଆସୁଥିବା ଗାଡି ବା କୌଣସି ଜିନିଷକୁ ଆପଣ ସହଜରେ ଜାଣିପାରିବେ। ୩. ଟାୟାର ଉପରେ ରଖନ୍ତୁ ନଜର ଶୀତଦିନେ ତାପମାତ୍ରା ହ୍ରାସ ପାଇଲେ ଆପେ ଆପେ ଟାୟାରରୁ ୨ ରୁ ୩ ପିଏସଆଇ ଚାପ କମିଯାଇଥାଏ। ଟାୟାରରେ ଚାପ କମ ଥିଲେ ବ୍ରେକ କିମ୍ବା ଗାଡି ଚଲାଇବା ସମୟରେ ଗାଡି ସ୍ଲିପ କରିଥାଏ। ତେଣୁ କୁହୁଡ଼ିରେ ଗାଡ଼ି ଚଲାଇବା ପୂର୍ବରୁ ଟାୟାରର ଚାପ ଏବଂ tread depth ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ୪. ହଠାତ ବ୍ରେକ କିମ୍ବା ମୋଡ ବଦଳାନ୍ତୁ ନାହିଁ କୁହୁଡ଼ିରେ ହଠାତ୍ ବ୍ରେକ୍ ମାରିବା ବା ମୋଡ଼ ପରିବର୍ତ୍ତନ କରିବା ବହୁତ ବିପଦପୂର୍ଣ୍ଣ ହୋଇଥାଏ, ଯାହାଫଳରେ ଆପଣଙ୍କ ପଛରେ ଥିବା ଗାଡିକୁ ଆପଣ ବ୍ରେକ ମାରିବା ଦେଖାଯାଇନଥାଏ ଫଳରେ ଦୁର୍ଘଟଣା ଘଟିଥାଏ। ଆପଣଙ୍କ ଗାଡ଼ି ଚାଳନା ଯେତେ ଧୀର ହେବ ଆପଣ ସେତେ ସୁରକ୍ଷିତ ରହିବେ। ୫. ହେଲମେଟ ଏବଂ ସିଟବେଲ୍ଟ ବ୍ୟବହାର କରନ୍ତୁ ରାସ୍ତାରେ ଯିବା ସମୟରେ ସବୁବେଳେ ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା ଉଚିତ। କିନ୍ତୁ ଶୀତଦିନ କୁହୁଡି ଭରା ରାସ୍ତାରେ ଆପଣ ଯିବା ବେଳେ ନିହାତି ଭାବରେ ହେଲମେଟ ଓ ସିଟବେଲ୍ଟକୁ ବ୍ୟବହାର କରନ୍ତୁ। କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଏହା ଆପଣଙ୍କୁ ସୁରକ୍ଷା ଦେବ । ଆହୁରି ପଢ଼ନ୍ତୁ: Avatar Fire And Ash VS Dhurandhar: ‘ଧୁରନ୍ଧର’ ଏବଂ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ମଧ୍ୟରେ କେଉଁଟି ଆଗରେ ଅଛି? ୬. ହେଡଲାଇଟ ବ୍ୟବହାର କରନ୍ତୁ ଘନ କୁହୁଡି ପାଇଁ ଦୃଶ୍ୟମାନ୍ୟତା ହ୍ରାସ ପାଏ। ଏହି ସମୟରେ ହାଇ ବିମ୍ ହେଡ୍ ଲାଇଟ୍ ବ୍ୟବହାର ନକରି ଫଗ୍ ଲ୍ୟାମ୍ପ ବା ଲୋ ବିମ୍ ହେଡ୍ ଲାଇଟ୍ ବ୍ୟବହାର କରିବା ଉଚିତ୍। କୁହୁଡ଼ିରେ ଲୋ ବିମ୍ ହେଡ୍ ଲାଇଟ୍ ଦୃଶ୍ୟମାନ୍ୟତା ବଢ଼ାଇଥାଏ। ୭. କୁହୁଡିକୁ ପ୍ରତିରୋଧ କରେ ହଳଦିଆ ଫଗ୍ ଲ୍ୟାମ୍ପ ଯଦି ଆପଣଙ୍କ ଗାଡିରେ ହଳଦିଆ ଫଗ୍ ଲ୍ୟାମ୍ପ ଅଛି ତେବେ ଆହୁରି ଭଲ। କାରଣ ହଳଦିଆ ଆଲୋକ କୁହୁଡ଼ିକୁ ଭେଦ କରି ରାସ୍ତାକୁ ଦେଖିବାରେ ସାହାର୍ଯ୍ୟ କରିଥାଏ, ଯାହାଫଳରେ ଆପଣ ସହଜରେ ଗାଡି ଚଲାଇପାରିବେ। ଆହୁରି ପଢ଼ନ୍ତୁ: Venktesh Ayer: ପଟିଦାର ହଟିଲେ, ଭେଙ୍କଟେଶ ଆୟର ହେଲେ ଅଧିନାୟକ

ସ୍ତମ୍ଭ 19 Dec 2025 5:02 pm

Puri Jagannath Temple Calendar 2026 Presented to Odisha Chief Secretary

Puri Jagannath Temple Chief Administrator and Principal Secretary Dr Arabinda Kumar Padhee met Odisha Chief Secretary Shri Manoj Ahuja today at Lok Seva Bhavan and presented the temple’s New Year Calendar–2026. The calendar features sacred photographs of Lord Jagannath, Lord Balabhadra, and Devi Subhadra. In addition, it provides detailed schedules of annual rituals and festivals. […] The post Puri Jagannath Temple Calendar 2026 Presented to Odisha Chief Secretary appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 5:01 pm

Gibraltar New scope: ଏହି ଦେଶକୁ ଯାଆନ୍ତୁ: ସାମାନ୍ୟ କାମ କରି ୫ ବର୍ଷରେ ହୋଇଯିବେ କୋଟିପତି

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ଲୋକ ବିଦେଶ ଯିବାର ସ୍ୱପ୍ନ ଦେଖନ୍ତି। ଅଧିକାଂଶ ଲୋକ ଆମେରିକା, କାନାଡା କିମ୍ବା ଉପସାଗରୀୟ ଦେଶଗୁଡ଼ିକୁ ଯିବାକୁ ସ୍ବପ୍ନ ଦେଖୁଥିବା ବେଳେ, ୟୁରୋପ ନିକଟରେ ଏକ ଛୋଟ ଦେଶ ରହିଛି ଯାହାକି ଭାରତୀୟମାନଙ୍କ ପାଇଁ ଏକ ନୂତନ ଏବଂ ଆଶ୍ଚର୍ଯ୍ୟଜନକ ବିକଳ୍ପ ହେବାକୁ ଯାଉଛି। ଏହି ଦେଶ ହେଉଛି ଜିବ୍ରାଲ୍ଟର | ଯାହା ୟୁରୋପର ଦକ୍ଷିଣ ପାର୍ଶ୍ୱରେ ସ୍ପେନ ସୀମାକୁ ଲାଗିକି ରହିଛି। ଆକାରରେ ଛୋଟ ହେଲେ ମଧ୍ୟ, ଏହାର ଅର୍ଥନୀତି ବହୁତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏହାର ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପର୍ଯ୍ୟଟନ, ବ୍ୟାଙ୍କିଂ, ପରିବହନ ଏବଂ ଅନଲାଇନ୍ ଗେମିଂ ଭଳି କ୍ଷେତ୍ରରୁ ଆସିଥାଏ। ଆହୁରି ପଢନ୍ତୁ: Education: ମନ୍ଥର ଗତିରେ ପିଏମଶ୍ରୀରେ ପରିବର୍ତ୍ତିତ ହାଇସ୍କୁଲ ଭିତ୍ତିଭୂମି ନିର୍ମାଣ କାମ! ଜିବ୍ରାଲ୍ଟରରେ ଜିବ୍ରାଲ୍ଟର ପାଉଣ୍ଡ ବ୍ୟବହାର କରାଯାଏ, ଯାହାକୁ GIP ବୋଲି କୁହାଯାଏ। ଏହାର ମୂଲ୍ୟ ଭାରତୀୟ ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ। ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ଜିବ୍ରାଲ୍ଟର ପାଉଣ୍ଡର ମୂଲ୍ୟ ପ୍ରାୟ ୧୨୦ ଟଙ୍କା। ଏହାର ଅର୍ଥ ହେଉଛି ଏଠାରେ ଟଙ୍କା ଭାରତ ତୁଳନାରେ ବହୁତ ଅଧିକ ମୂଲ୍ୟ ରଖେ। ଯଦି ଆପଣଙ୍କର ୨୦୦୦ ଜିବ୍ରାଲ୍ଟର ପାଉଣ୍ଡ ଅଛି, ତେବେ ଏହି ପରିମାଣ ୨୪୧୦୦୦ ଭାରତୀୟ ଟଙ୍କାରୁ ଅଧିକ ହେବ। ୫ ବର୍ଷରେ ଜଣେ କେତେ ରୋଜଗାର କରିପାରିବେ? ବର୍ତ୍ତମାନ, ଯଦି ଏହି ଦରମାକୁ ଦୀର୍ଘ ସମୟ ଧରି ବିଚାର କରାଯାଏ, ତେବେ ସଂଖ୍ୟାଗୁଡ଼ିକ ଆହୁରି ଆଶ୍ଚର୍ଯ୍ୟଜନକ। ୨୦୦୦ ପାଉଣ୍ଡର ମାସିକ ଆୟ ପ୍ରତି ବର୍ଷ ୨୪୦୦୦ ପାଉଣ୍ଡରେ ପହଞ୍ଚିଯାଏ | ଏହି ପରିମାଣ ୫ ବର୍ଷରେ ୨୪୦୦୦୦ ପାଉଣ୍ଡରେ ପହଞ୍ଚିଯାଏ। ଭାରତୀୟ ଟଙ୍କାରେ ପରିଣତ ହେଲେ, ମୋଟ ରୋଜଗାର ପ୍ରାୟ ୧୪.୪ ନିୟୁତ ଟଙ୍କା (୧ କୋଟି ୪୪ ଲକ୍ଷ ୯୨ ହଜାର ଟଙ୍କା) ରେ ପହଞ୍ଚିଥାଏ। ଏହି ହିସାବ କେବଳ ଦରମାକୁ ବିଚାର କରେ; ଯଦି ସଠିକ୍ ଭାବରେ ନିବେଶ କରାଯାଏ, ତେବେ ମୋଟ ସମ୍ପତ୍ତି ବହୁତ ଅଧିକ ହୋଇପାରେ। ଆହୁରି ପଢନ୍ତୁ: Venktesh Ayer: ପଟିଦାର ହଟିଲେ, ଭେଙ୍କଟେଶ ଆୟର ହେଲେ ଅଧିନାୟକ ଜିବ୍ରାଲ୍ଟରରେ ଭାରତୀୟମାନଙ୍କ ପାଇଁ କାର୍ଯ୍ୟ ସୁଯୋଗ ଜିବ୍ରାଲ୍ଟରର ଅର୍ଥନୀତି ସେବା କ୍ଷେତ୍ର ଉପରେ ଆଧାରିତ, ତେଣୁ ବୃତ୍ତିଗତ ଦକ୍ଷତାର ଚାହିଦା ଅଧିକ। ବ୍ୟାଙ୍କିଂ, ଆର୍ଥିକ, ବୀମା, ଆଇଟି, ପ୍ରଯୁକ୍ତିବିଦ୍ୟା, ଅନଲାଇନ୍ କାସିନୋ, ହୋଟେଲ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ର ଭାରତୀୟମାନଙ୍କ ପାଇଁ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରେ। କାରଣ ଏଠାରେ ଇଂରାଜୀ ବହୁଳ ଭାବରେ ବ୍ୟବହୃତ ହୁଏ, ତେଣୁ ଭାରତୀୟମାନଙ୍କ ପାଇଁ କାମ ଖୋଜିବା ଅପେକ୍ଷାକୃତ ସହଜ ବୋଲି ବିବେଚନା କରାଯାଏ।

ସ୍ତମ୍ଭ 19 Dec 2025 4:58 pm

SMAT 2025: Ishan Kishan’s Century Powers Jharkhand to Maiden Title

Ishan Kishan produced a blistering century to lead Jharkhand to its first-ever Syed Mushtaq Ali Trophy title, defeating Haryana by 69 runs in the 2025 final at MCA Stadium, Pune. Kishan smashed 101 off 49 balls, showcasing his aggressive intent and guiding Jharkhand to a record total of 262/3 in 20 overs. Despite losing opener […] The post SMAT 2025: Ishan Kishan’s Century Powers Jharkhand to Maiden Title appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 4:51 pm

Morocco Triumphs Over Jordan in Extra-Time to Win Arab Cup

Morocco defeated Jordan 3-2 after extra time to secure their second FIFA Arab Cup crown on Thursday night at Lusail Stadium in Qatar. Abderrazak Hamdallah scored twice, while Oussama Tannane added one for Morocco. Jordan’s Ali Olwan struck a brace to keep his side in contention until the final minutes. Coach Tarik Sektioui’s squad showcased […] The post Morocco Triumphs Over Jordan in Extra-Time to Win Arab Cup appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 4:45 pm

Avatar Fire And Ash VS Dhurandhar: ‘ଧୁରନ୍ଧର’ ଏବଂ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ମଧ୍ୟରେ କେଉଁଟି ଆଗରେ ଅଛି?

ମୁମ୍ବାଇ: ଜେମ୍ସ କ୍ୟାମେରନଙ୍କ ଅବତାର ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ, ‘ଅବତାର ଫାୟାର ଆଣ୍ଡ ଆସ୍‌’, ଶେଷରେ ଶୁକ୍ରବାର, ଡିସେମ୍ବର ୧୯ ତାରିଖରେ ଭାରତୀୟ ଥିଏଟର ରେ ମୁକ୍ତିଲାଭ କରିଛି। ଏହି ଫିଲ୍ମଟି ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଏସବୁ ମଧ୍ୟରେ, ଧୁରନ୍ଦର ମଧ୍ୟ ଗତ ୧୪ ଦିନ ଧରି ବକ୍ସ ଅଫିସରେ ଧମାକା କରୁଛି। ରଣବୀର ସିଂହଙ୍କ ଅଭିନୀତ ଏହି ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି, ଏହାର ପ୍ରଭାବଶାଳୀ କଲେକ୍ସନ ସହିତ ଇତିହାସ ରଚିଛି। ତେବେ, ଆସନ୍ତୁ ଜାଣିବା ଏହି ଦୁଇଟି ଫିଲ୍ମ ମଧ୍ୟରୁ ଶୁକ୍ରବାର କେଉଁଟି ଜିତିପାରିବ? ଆହୁରି ପଢ଼ନ୍ତୁ: ଶୀତଦିନ ଆସିଲେ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି କି? ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଘରୋଇ ଚିକତ୍ସା.... ଅପରାହ୍ନ ୨ଟା ସୁଦ୍ଧା କେତେ ଟଙ୍କା ସଂଗ୍ରହ କରିଛି? ଅବତାର ଫାୟାର ଏବଂ ଆସ୍‌ ଭାରତ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ଅଗ୍ରିମ ବିକ୍ରୟ ହାସଲ କରିଛି। ଏହାକୁ ଦୃଷ୍ଟିରେ ରଖି, ଜେମ୍ସ କ୍ୟାମେରନଙ୍କ ଅତ୍ୟନ୍ତ ସଫଳ ଅବତାର ଫ୍ରାଞ୍ଚାଇଜର ତୃତୀୟ କିସ୍ତି ଭାରତୀୟ ବକ୍ସ ଅଫିସରେ ଏକ ଦୃଢ଼ ଓପନିଂ କରିବ ବୋଲି ଆଶା କରାଯାଉଛି। ଶୁକ୍ରବାର ଅପରାହ୍ନ ୨ଟା ସୁଦ୍ଧା ଫିଲ୍ମର ଆୟ ସଂଖ୍ୟା ପ୍ରକାଶ ପାଇଛି।ସାକନିଲ୍‌କଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, “Avatar: Fire and Ash” ଶୁକ୍ରବାର ଦିନ ଏହାର ମୁକ୍ତିଲାଭ କରିବାର ପ୍ରଥମ ଦିନ ଅପରାହ୍ନ ୨ଟା ସୁଦ୍ଧା ବକ୍ସ ଅଫିସରେ ୩୩.୩ ମିଲିୟନ ଆୟ କରିଛି। ତଥାପି, ରାତିରେ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶା କରାଯାଉଛି। ରାତି ୧୦.୩୦ ପରେ ଚୂଡ଼ାନ୍ତ ସଂଖ୍ୟା ଉପଲବ୍ଧ ହେବ। ତଥାପି, ବାଣିଜ୍ୟ ବିଶ୍ଳେଷକମାନେ ଆକଳନ କରୁଛନ୍ତି ଯେ ଧୁରନ୍ଧରଙ୍କ କଠିନ ପ୍ରତିଯୋଗିତା ସତ୍ତ୍ୱେ, ଦୃଢ଼ ସକାରାତ୍ମକ କଥା ପାଇଁ ଫିଲ୍ମଟି ଭାରତରେ ୩୦-୩୫ ମିଲିୟନ ଆୟ କରିପାରେ। ଧୁରନ୍ଧର ରଣବୀର ସିଂହଙ୍କ ‘ଧୁରନ୍ଧର’ ବକ୍ସ ଅଫିସରେ ରିଲିଜ୍ ହେବାର ଦୁଇ ସପ୍ତାହ ପୂରଣ କରିଛି। ଏହି ସମୟ ମଧ୍ୟରେ, ଫିଲ୍ମଟି ପ୍ରତିଦିନ ବିପୁଳ ଟଙ୍କା ରୋଜଗାର କରି ବହୁତ ଭଲ ବ୍ୟବସାୟ କରୁଛି। ଏହା ସହିତ, ଫିଲ୍ମଟି ଦୁଇ ସପ୍ତାହରେ ୪୬୦.୫ କୋଟି ଟଙ୍କା ରୋଜଗାର କରିଛି। ଏହା ବିଶ୍ୱବ୍ୟାପୀ ୭୦୦ କୋଟି ଟଙ୍କା ମଧ୍ୟ ଅତିକ୍ରମ କରିଛି। ଏହି ସମୟରେ, ଗତ ଦୁଇ ସପ୍ତାହ ଧରି ବକ୍ସ ଅଫିସରେ ରାଜ୍ କରୁଥିବା ‘ଧୁରନ୍ଧର’କୁ ଏବେ ଆଜି, ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ନୂତନ ରିଲିଜ୍ ‘ଅବତାର: ଫାୟାର ଆଣ୍ଡ୍ ଆଶ୍’ ସହିତ ପ୍ରତିଯୋଗିତା କରିବାକୁ ପଡ଼ିବ। ଆହୁରି ପଢ଼ନ୍ତୁ: ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଭିଡିଓ ଦେଖି ଜାଣନ୍ତୁ ଏହାର କାରଣ

ସ୍ତମ୍ଭ 19 Dec 2025 4:36 pm

Giribala Behera Opposes Moquim’s Removal, Warns of Weakening Party

Cuttack Congress leader Giribala Behera strongly opposed the expulsion of Mohammed Moquim, calling the decision unfair and damaging for the party. She argued that without Moquim, Congress in Cuttack would lose strength and struggle to maintain its presence. Behera reminded that Congress had failed to win in Cuttack for years. Moquim and his daughter Sofia […] The post Giribala Behera Opposes Moquim’s Removal, Warns of Weakening Party appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 4:17 pm

Aids positive due to negligence: ମେଡିକାଲ କର୍ମଚାରୀଙ୍କ ଅବହେଳା ପାଇଁ ଏଡ୍ସ ପଜିଟିଭ ହୋଇଗଲେ ୬ ଶିଶୁ

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମଧ୍ୟପ୍ରଦେଶ ସରକାର ଗୁରୁବାର ଦିନ ଛଅ ଜଣ ଶିଶୁଙ୍କ HIV ପଜିଟିଭ୍ ମାମଲା ସହିତ ଜଡିତ ସତନା ଜିଲ୍ଲାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ ହସ୍ପିଟାଲର ଜଣେ ରକ୍ତଭଣ୍ଡାର କର୍ମଚାରୀ ଏବଂ ଦୁଇ ଜଣ ଲ୍ୟାବ ଟେକ୍ନିସିଆନଙ୍କୁ ନିଲମ୍ବିତ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ସତନାରେ ସଂକ୍ରମିତ ରକ୍ତ ବ୍ୟବହାର ତଦନ୍ତ ପାଇଁ ଗଠିତ କମିଟିର ପ୍ରାଥମିକ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବାସ୍ତବରେ ଡିସେମ୍ବର ୧୬ ତାରିଖରେ ରାଜ୍ୟର ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆଧାରରେ, ରକ୍ତଭଣ୍ଡାର ପ୍ରଭାରୀ ଡାକ୍ତର ଦେବେନ୍ଦ୍ର ପଟେଲ ଏବଂ ଲ୍ୟାବ ଟେକ୍ନିସିଆନ ରାମ ଭାଇ ତ୍ରିପାଠି ଏବଂ ନନ୍ଦଲାଲ ପାଣ୍ଡେଙ୍କୁ ନିଲମ୍ବିତ କରାଯାଇଛି। ତିନି ଜଣଙ୍କ ନିଲମ୍ବନ ବ୍ୟତୀତ, ଜିଲ୍ଲା ହସ୍ପିଟାଲର ପୂର୍ବତନ ସିଭିଲ ସର୍ଜନ ମନୋଜ ଶୁକ୍ଲାଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ଯେଉଁଥିରେ ତାଙ୍କୁ ଲିଖିତ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଶୁକ୍ଲାଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କର ଉତ୍ତର ସନ୍ତୋଷଜନକ ନହୁଏ ତେବେ ତାଙ୍କ ବିରୁଦ୍ଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆହୁରି ପଢନ୍ତୁ: BJP MLA hair cut: ଏହି କାରଣରୁ ବାଜା ବଜାଇ, ବାଣ ଫୁଟାଇ କେଶ କାଟିଲେ ବିଜେପି ବିଧାୟକ ବାସ୍ତବରେ ଡିସେମ୍ବର ୧୬ ତାରିଖରେ, ଏହା ଜଣାପଡ଼ିଥିଲା ​​ଯେ ସତନା ଜିଲ୍ଲା ହସ୍ପିଟାଲରେ ଥାଲାସେମିଆରେ ପୀଡିତ ଛଅ ଜଣ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା | ଆଉ ଏମାନଙ୍କୁ ରକ୍ତ ଯୋଗାଇବାବେଳେ ସଂକ୍ରମିତ ଏଚଆଇଭି ରକ୍ତ ଦିଆଯାଇଥିଲା | ଯାହାଫଳରେ ପିଲାମାନେ ଏଚଆଇଭି ସଂକ୍ରମିତ ହୋଇଯାଇଥିଲେ | ଏବେ ସେମାନଙ୍କୁ HIV ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯାଉଛି। ତେବେ ଏହି ମାମଲା ଜଣାପଡିବା ପରେ ରକ୍ତଭଣ୍ଡାର କର୍ମଚାରୀଙ୍କ ଦାୟିତ୍ବହୀନତା ଜଣାପଡିଥିଲା | ଆଉ ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |

ସ୍ତମ୍ଭ 19 Dec 2025 4:08 pm

Short Story by Satya Narayan Pradhan: ସତ୍ୟନାରାୟଣ ପ୍ରଧାନଙ୍କ କ୍ଷୁଦ୍ରଗଳ୍ପ: ବାପାଙ୍କ ଚିଠି

ବାପାଙ୍କ ଚିଠି ସତ୍ୟନାରାୟଣ ପ୍ରଧାନ ଡାକ୍ତର ବାବୁଙ୍କଠାରୁ ସତ୍ୟ ତା’ର ବାପା ଆଉ ଅଳ୍ପଦିନର ଅତିଥି ଜାଣିବା ପରେ ବାକି ସମୟଗୁଡ଼ାକ ତାଙ୍କୁ ଖୁସି ରଖିବାକୁ ମନେ କରିଥିଲା। ତାଙ୍କୁ ଭଲରେ ରଖିବାର ପ୍ରୟାସ ଭିତରେ ଦଇବ ଦାଉ ସାଧିଲା। ପରିବାର ପିଲାଛୁଆଙ୍କ ପାଇଁ ଅନେକ ସ୍ବପ୍ନ ଦେଖୁଥିବା ମଣିଷଟା ଅସାଧ୍ୟ ରୋଗରେ ପୀଡ଼ିତ ଥିବାରୁ ରାତି ଅଧରେ ଚାଲୁଥିବା ହୃଦ୍‌ସ୍ପନ୍ଦନ କେତେବେଳେ ବନ୍ଦ ହୋଇଯାଇଥିଲା। ସକାଳକୁ ମଲା ଦେହଟା ଯାହା ଖାଲି ଚାରିକାନ୍ଧକୁ ଅପେକ୍ଷା କରିରହିଥିଲା। ଗାଁ ଗଣ୍ଡାରେ ଭଲ ଲୋକଟିଏ ଥିଲା ବୋଲି କଥା ହେଉଥିଲେ। ପୁଅ ଏତେଗୁଡ଼ାଏ ଟଙ୍କା ଦେହ ଖରାପରେ ଖର୍ଚ୍ଚ ହୋଇଥିଲା ପୁଣି କ୍ରିୟା କର୍ମରେ ଲାଗିବ ଭାବି ଦୁଃଖରେ ଭାଙ୍ଗି ପଡ଼ିଥିଲା। ଯାହାହେଉ ବନ୍ଧୁବାନ୍ଧବ ପ୍ରିୟ ପରିଜନମାନଙ୍କ ସାହାଯ୍ୟ ସହଯୋଗରେ ସବୁ ଭଲରେ ସମାପନ ଘଟିଲା। ଶୁଦ୍ଧି କାମରେ ଆସିଥିବା ବନ୍ଧୁବାନ୍ଧବ ବିଦା ହେଲାପରେ ସତ୍ୟ ନିଜକୁ ଆହୁରି ଏକା ମନେକରି ତା’ ସହିତ ଭଗବାନ କାହିଁକି ଏପରି କଲେ ମନ ଭିତରେ ପଚାରି ହେଉଥିଲା। ଆହୁରି ପଢ଼ନ୍ତୁ- LIVE | News Updates 19th Dec 2025: ବାଂଲାଦେଶରେ ପୁଣି ଉତ୍ତେଜନା-ହିଂସା, ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା, ଆଜି ଶେଷ ହେବ ସଂସଦର ଶୀତକାଳୀନ ଅଧିବେଶନ କିଛିଦିନ ବିତିଗଲା। ସେ ଦିନେ ସକାଳୁ ଘରେ ଥାକରେ ଅନେକଦିନ ତଳୁ ପୁରୁଣା କାଠବାକ୍ସ ରେ ରଖା ହୋଇଥିବା ବିଲବାଡ଼ି କାଗଜପତ୍ର ସବୁ ଠିକ୍‌ ଅଛି କି ନାହିଁ, ତାକୁ ତ ସବୁ ବୁଝିବାକୁ ହେବ; ସେଥିପାଇଁ ଥରେ ନଜର ପକାଇବା ଲାଗି ଖୋଲି ବସିଲା। ବିଲବାଡ଼ି କବଲା ପଟ୍ଟା ସାଙ୍ଗକୁ ନାଲି କପଡ଼ାରେ କିଛି ଗୁଡ଼ାଇ ହୋଇଥିବାର ଦେଖିବାକୁ ପାଇଲା। ସେଥିରେ କ’ଣ ଅଛି ଭାବି ତାକୁ କାଢ଼ିଲା ବେଳେ ତାମ୍ରପାତ୍ରରେ ଲେଖା ହୋଇଥିବା ଅକ୍ଷରଗୁଡ଼ାକ ଅସ୍ପଷ୍ଟ ଥିବାରୁ ତା’ ତଳକୁ କାଗଜରେ ଥିବା ଲେଖାକୁ ପଢ଼ିବାରେ ଲାଗିପଡ଼ିଲା। “ପୁଅରେ ଆଜି ତୁ ଯେଉଁ ସମୟ ଦେଇ ଗତି କରୁଛୁ ମୁଁ ମଧ୍ୟ ସେ ସମୟ ଦେଇଆସିଛି। ଦିନେ ନା ଦିନେ ସବୁ ପୁଅମାନେ ଏହି ସମୟ ଦେଇ ଗତି କରିବେ। ତେଣୁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ। ଜୀବନରେ ବାପା ପାଖରେ ରୁହନ୍ତୁ ଅବା ନ ରୁହନ୍ତୁ, ତାଙ୍କ ଉପସ୍ଥିତି ସଦାସର୍ବଦା ମନେକରି ଉଚିତ କର୍ମ କରିବୁ। ସଂସାରରେ ମଣିଷ ଜୀବନ ହେଉଛି କ୍ଷଣଭଙ୍ଗୁର; ଆଜି ଅଛି କାଲିକୁ ନାହିଁ। ଛାତିତଳେ ଲୁଚି ରହିଥିବା ବିବେକର ବୋଲ ମାନି ସବୁ କାର୍ଯ୍ୟ କରିବୁ। ମୋ ବାପା ମୋ ପାଇଁ ଏସବୁ ଦୁନିଆ ଛାଡ଼ି ଯିବା ପୂର୍ବରୁ ଲେଖି ଯାଇଥିଲେ। ମୁଁ ବି ତାହା ତୋ ପାଇଁ ଛାଡ଼ିଯାଉଛି। ଆଶାକରେ ଜୀବନରେ ଗୋଟେ ପୁଅର ଧର୍ମ ପାଳନ କରିବୁ, ଯେତେ ଦୁଃଖକଷ୍ଟ ଆସିଲେ ବି ସତ୍‌ ମାର୍ଗରେ ବାଟ ଚାଲିବୁ। ତା’ ହେଲେ ଯାଇ ସ୍ବର୍ଗରେ ଥାଇ ମୋର ଆତ୍ମାକୁ ଟିକେ ଶାନ୍ତି ମିଳିବ।’’ ଆହୁରି ପଢ଼ନ୍ତୁ- India-Oman Trade Deal: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ ସତ୍ୟ ସେ ଚିଠି ପଢ଼ିସାରି ତା’ ବାପାଙ୍କ ହାତଲେଖା ବୋଲି ସ୍ପଷ୍ଟ ଭାବେ ଜାଣି ପାରିଥିଲା। ଦୁନିଆରେ ରହିବା ପାଇଁ ହେଲେ ସବୁକିଛି ସହି ପୁଣି ହସିବାକୁ ହେବ। ସେ ଲେଖା ପଢ଼ିସାରି ମନରେ ଦମ୍ଭ ଯୋଗାଡ଼ କରୁଥିଲା। ଘର ଭିତରୁ ବାହାରି ଅଗଣାରେ ଆକାଶକୁ ଚାହିଁଲା ବେଳେ କଳାହାଣ୍ଡିଆ ବାଦଲ ତଳୁ ନାଲି ସୂରୁଜ ଯେପରି ମୁରୁକି ହସୁଥିଲା। ଆହାର ଯୋଗାଡ଼ କରିବା ନିମନ୍ତେ ପକ୍ଷୀମାନେ ଶବ୍ଦକରି ନିଜ ବାଟରେ ଧାଇଁ ଯାଉଥିଲେ। ଘର କାନ୍ଥରେ ଟଙ୍ଗା ହୋଇଥିବା ତା’ ବାପାଙ୍କ ଫଟୋ ପବନରେ ଦୋହଲି ତାକୁ ଯେପରି ହସିଦେଇ ପାଖରେ ଅଛନ୍ତି ବୋଲି ସ୍ମରଣ କରି ଦେଉଥିଲେ। ଠିକଣା: ସା/ପୋ- ଅଣ୍ଟିଆ, ଜିଲ୍ଲା- ଯାଜପୁର ପିନ୍‌- ୭୫୫୦୨୩ ମୋ- ୯୧୭୮୩୧୩୬୪୪

ସ୍ତମ୍ଭ 19 Dec 2025 4:05 pm

14 Odisha Cities Record Below 10°C; IMD Predicts No Change for 7 Days

The cold wave continues to grip Odisha and shows no signs of easing. Dry weather dominated the state over the past 24 hours, and minimum temperatures dropped sharply in many areas. As a result, 14 cities recorded night temperatures below 10 degrees Celsius. The India Meteorological Department (IMD) reported in its latest briefing that night […] The post 14 Odisha Cities Record Below 10C; IMD Predicts No Change for 7 Days appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 4:04 pm

Protests Intensify Near Indian Missions in Bangladesh After Student Leader’s Death

Fresh protests broke out near the Indian mission in the western Bangladeshi city of Rajshahi on Friday, just hours after security forces pushed back a large crowd attempting to breach the Indian assistant high commission in Chittagong. The unrest marks a further escalation in tensions following the death of student leader Sharif Osman Hadi. Bangladesh […] The post Protests Intensify Near Indian Missions in Bangladesh After Student Leader’s Death appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 3:56 pm

Cold Wave: ଘୁ.ଉଦୟଗିରିରେ ପ୍ରବଳ ଶୀତ ଲହରୀ, ୪.୩ ଡିଗ୍ରିକୁ ଖସିଲା ତାପମାତ୍ରା

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଓଡ଼ିଶାର ଶୀତର ସହର ଭାବେ ପରିଚିତ କନ୍ଧମ‌ାଳ ଜିଲ୍ଲାର ଘୁ.ଉଦୟଗିରି ରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ସାରା ଅଞ୍ଚଳ ଅସହ୍ୟ ଜାଡ଼ରେ ଥରୁଛି। ଗତକାଲି ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ସେଲସିଅସ୍ ଥିଲା, ଯାହା ଆଜି ଆହୁରି ଖସି ୪.୩ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଓଡ଼ିଶାର ଦାର୍ଜିଲଂ କୁହାଯାଉଥିବା ଘୁମୁସର ଉଦୟଗିରିରେ ପ୍ରବଳ ଥଣ୍ଡା ଯୋଗୁଁ ଗରିବ ଓ ଅସହାୟ ଲୋକମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେବା ସହ ବଜାର ଅଞ୍ଚଳ ଶୁନଶାନ ହୋଇଯାଉଥିବା ବେଳେ ରାସ୍ତାଘାଟରେ ଲୋକ ଚଳାଚଳ ମଧ୍ୟ ହ୍ରାସ ପାଇଛି। ଆହୁରି ପଢ଼ନ୍ତୁ: Orthopaedic Pain In Winter : ଶୀତଦିନ ଆସିଲେ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି କି? ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଘରୋଇ ଚିକତ୍ସା.... ଆହୁରି ବଢ଼ିପାରେ ଶୀତ ସହର ତୁଳନାରେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ତାପମାତ୍ରା ଆହୁରି କମ ରହୁଥିବା ସୂଚନା ମିଳିଛି। ପଛଳା ତିନି ଦିନ ଧରି ବିଭିନ୍ନ ସ୍ଥାନରେ ତୁଷାରପାତ ଜାରି ରହିଥିବା ବେଳେ ଲୋକେ ନିଆଁ ସାହାରାରେ ରାତି କାଟୁଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇ ସପ୍ତାହ ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ ଏହିଭଳି ଶୀତ ଲହରୀ ଜାରି ରହିପାରେ। ଏହା ଫଳରେ ଘୁ.ଉଦୟଗିରି ସହ ଆସପାସ ଅଞ୍ଚଳରେ ଶୀତର ପ୍ରଭାବ ଆହୁରି ବଢ଼ିବାର ଆଶଙ୍କା ରହିଛି। ଆହୁରି ପଢ଼ନ୍ତୁ: India-Oman Trade Deal: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ

ସ୍ତମ୍ଭ 19 Dec 2025 3:50 pm

BJP MLA hair cut: ଏହି କାରଣରୁ ବାଜା ବଜାଇ, ବାଣ ଫୁଟାଇ କେଶ କାଟିଲେ ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ଗୁରୁବାର ଦିନ ବହୁ ଧୁମଧାମ ମଧ୍ୟରେ ଚାରି ବର୍ଷ ପରେ ତାଙ୍କ କେଶ କାଟିଛନ୍ତି। ତାଙ୍କ କେଶ କାଟିବା ସମୟରେ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ, ଢୋଲ ବଜାଇ ଓ ବାଣ ଫୁଟାଇ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ। ତେବେ ଆପଣ ପଚାରିବେ ବିଧାୟକ ତ ଚୁଟି କାଟିଲେ ତ କଣ ହେଲା | ବାସ୍ତବରେ ଏହି କେଶ କାଟିବା ପଛରେ ଏକ ରୋଚକ କଥା ରହିଛି | ବାସ୍ତବରେ ଚାରି ବର୍ଷ ପୂର୍ବେ, ବିଜେପି ନେତା ରାମ କଦମ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଘାଟକୋପରରେ ପାଣି ଯୋଗାଣ ସମସ୍ୟା ସମାଧାନ ନ କରିବା ପର୍ଯ୍ୟନ୍ତ ତାଙ୍କ କେଶ କାଟିବେ ନାହିଁ। ରାମ କଦମ ଦାବି କରିଥିଲେ ଯେ ଗୁରୁବାର ସେ ଘାଟକୋପରରେ ପାଣି ସମସ୍ୟା ସମାଧାନ କରିଛନ୍ତି। ଘାଟକୋପରରେ ଏବେ ସବୁଠି ପାଣି ଉପଲବ୍ଧ। କେଶ କାଟିବା ସମୟରେ, ରାମ କଦମ କହିଥିଲେ ଯେ, ମୁଁ ଖୁସି ଯେ ଏଠାରେ ୨ କୋଟି ଲିଟରରୁ ଅଧିକ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କରାଯିବ। ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ ଭାଣ୍ଡୁପରୁ ଏକ ପାଣି ଲାଇନ ମଧ୍ୟ ସଂଯୋଗ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ପାଣି ଅଭାବ ଥିଲା। ଆହୁରି ପଢନ୍ତୁ: India-Oman Trade Deal: ଆମେରିକାର ଶୁଳ୍କ ଛାଟ ମଧ୍ୟରେ ଓମାନ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର କଲା ଭାରତ ବିଜେପି ବିଧାୟକ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ, ମୁଁ ଦେଖିଥିଲି ଯେ ପାହାଡ଼ି ଅଞ୍ଚଳରେ କିପରି ପାଣି ଯୋଗାଣ ହୁଏ। ଆଜି, ମୁଁ ଖୁସି ଯେ ଏଠାରେ ପ୍ରାୟ ୨ କୋଟି ଲିଟର ପାଣି କ୍ଷମତା ବିଶିଷ୍ଟ ଟ୍ୟାଙ୍କର ନିର୍ମାଣ ହେବାକୁ ଯାଉଛି। ସେ ଆହୁରି କହିଛନ୍ତି ଯେ ଭାଣ୍ଡୁପ୍ ରୁ ଘାଟକୋପର ପର୍ଯ୍ୟନ୍ତ ପାଇପଲାଇନ୍ ପ୍ରାୟ ତିନି ଫୁଟ ଚଉଡା ଏବଂ ଚାରି କିଲୋମିଟର ଲମ୍ବା ଏବଂ ଏହାର ନିର୍ମାଣ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଆହୁରି ପଢନ୍ତୁ: Again House owner Murder: ପୁଣି ଜଣେ ଘରମାଲିକାଣୀଙ୍କୁ ହତ୍ୟା: ବେକ କାଟିଦେଲେ ଭଡାଟିଆ ଏହା ଉଲ୍ଲେଖନୀୟ ଯେ ରାମ କଦମ ୨୦୨୪ ବିଧାନସଭା ନିର୍ବାଚନରେ ​​ଘାଟକୋପର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୭୩୧୭୧ ଭୋଟରେ ବିଜୟୀ ହୋଇଥିଲେ, ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶିବସେନା (UBT) ର ସଞ୍ଜୟ ଦତ୍ତାତ୍ରେୟ ଭାଲେରାଓଙ୍କୁ ପରାସ୍ତ କରିଥିଲେ। ରାମ କଦମ ୨୦୦୯ ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଛନ୍ତି।

ସ୍ତମ୍ଭ 19 Dec 2025 3:48 pm

Woman Clinging to Temple Wall at Hirakud Reservoir Rescued in Sambalpur

Sambalpur district witnessed a dramatic rescue on Thursday afternoon when a young woman was saved after falling into the Hirakud reservoir. The incident occurred near a dilapidated Vishnu temple wall under Rengali police station limits. According to police, the woman hails from the Brajarajnagar area. Around 3 pm, she arrived by auto and walked onto […] The post Woman Clinging to Temple Wall at Hirakud Reservoir Rescued in Sambalpur appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 3:41 pm

Again House owner Murder: ପୁଣି ଜଣେ ଘରମାଲିକାଣୀଙ୍କୁ ହତ୍ୟା: ବେକ କାଟିଦେଲେ ଭଡାଟିଆ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ରହସ୍ୟଜନକ ହତ୍ୟାକାଣ୍ଡ ଓ ଚୋରିର ଖୁଲାସା କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି। ଏହି ମାମଲା ରୋହିଣୀର ବୁଧ ବିହାର ଫେଜ୍ ୧ ରେ ଘଟିଛି, ଯେଉଁଠାରେ ଜଣେ ୬୫ ବର୍ଷୀୟ ମହିଳାଙ୍କୁ ତାଙ୍କ ନିଜ ଘରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ଅଭିଯୁକ୍ତ ଜଣକ କେହି ବାହାର ଲୋକ ନୁହଁନ୍ତି ବରଂ ମହିଳାଙ୍କ ଭଡାଟିଆ ବୋଲି ଜଣାପଡିଛି। ଦିଲ୍ଲୀ ପୋଲିସର କହିବା ଅନୁସାରେ, ଘଟଣାଟି ୭ ଅକ୍ଟୋବର ୨୦୨୫ ସକାଳେ ଘଟିଥିଲା, ଯେତେବେଳେ ପୋଲିସ ସୂଚନା ପାଇଥିଲା ଯେ ଘରର ମୁଖ୍ୟ ଦ୍ୱାର ବନ୍ଦ ଅଛି ଏବଂ ବୃଦ୍ଧ ମହିଳାଙ୍କ ମୃତଦେହ ଭିତରେ ପଡ଼ିଛି। ଘଟଣାସ୍ଥଳକୁ ପହଞ୍ଚି ପୋଲିସ ମହିଳାଙ୍କ ବେକରେ କ୍ଷତଚିହ୍ନ ଦେଖିବାକୁ ପାଇଥିଲା। ତାଙ୍କ ମୋବାଇଲ୍ ଫୋନ୍ ଏବଂ ସୁନା ଅଳଙ୍କାର ମଧ୍ୟ ଗାୟବ ଥିଲା। ଏହାପରେ ବିଜୟ ବିହାର ପୋଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ତଦନ୍ତ ଆରମ୍ଭ କରାଯାଇଥିଲା। ଦିଲ୍ଲୀ ପୋଲିସ ମାମଲାର ଗମ୍ଭୀରତାକୁ ଦେଖି ତଦନ୍ତକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ପୋଲିସ ଦଳ ଅଞ୍ଚଳରୁ ଶହ ଶହ ସିସିଟିଭି ଫୁଟେଜକୁ ସ୍କାନ କରିଥିଲା ​​ଏବଂ ବୈଷୟିକ ତଦନ୍ତ କରିଥିଲା। ଫୁଟେଜରେ ଜଣେ ଯୁବକ ଭୋର ସମୟରେ ଅଞ୍ଚଳ ଛାଡି ଯାଉଥିବାର ଦେଖାଯାଇଥିଲା, ଯାହାକୁ ମୃତକଙ୍କ ଭଡାଟିଆ ଭାବରେ ଚିହ୍ନଟ କରାଯାଇଥିଲା। ପରେ ଜଣାପଡିଲା ଯେ ସେ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ କରି ପଳାଇ ଯାଇଥିଲେ। ପ୍ରାୟ ଅଢ଼େଇ ମାସର ତଦନ୍ତ ସମୟରେ, ପୋଲିସ ଦଳ ବିଭିନ୍ନ ରାଜ୍ୟରେ ଚଢାଉ କରିଥିଲା, ୧୦୦୦ରୁ ଅଧିକ ସିସି ଟିଭି କ୍ୟାମେରା ସ୍କାନ କରିଥିଲା ​​ଏବଂ ଅଭିଯୁକ୍ତଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରିଥିଲା। ଆହୁରି ପଢନ୍ତୁ: Uttar Pradesh Under Severe Cold: ଜିଲ୍ଲାପାଳଙ୍କ ନିକଟରେ ସ୍କୁଲ ଛୁଟି ପାଇଁ ଅନୁରୋଧ କଲେ କୁନିପିଲା ଶେଷରେ, ସୂଚନା ମିଳିଥିଲା ​​ଯେ ଅଭିଯୁକ୍ତ ନେପାଳ ପଳାଇବାକୁ ଯୋଜନା କରୁଥିଲା। ଏହାପରେ ପୋଲିସ ଜାଲ ବିଛାଇ ରୋହିଣୀର ଜାପାନୀ ପାର୍କରେ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୋଲିସ ଦ୍ୱାରା ପଚରାଉଚରା ସମୟରେ, ଅଭିଯୁକ୍ତ ହିମାଂଶୁ ଯାଦବ ଆର୍ଥିକ ଅସୁବିଧା ଏବଂ ଭଡା ଚାପ ସ୍ୱୀକାର କରିଥିଲା। ସେ କହିଥିଲା ଯେ ଘର ମାଲିକାଣୀ ତାଙ୍କୁ ବାରମ୍ବାର ଭଡା ମାଗିବାରୁ ସେ ତାଙ୍କୁ ଗଳା କାଟି ହତ୍ୟା କରିଥିଲେ ଏବଂ ତାଙ୍କ ଅଳଙ୍କାର ଚୋରି କରିଥିଲେ। ପରେ ସେ ହରିୟାଣାର ଭିୱାନୀରେ ଅଳଙ୍କାରଗୁଡ଼ିକୁ ବନ୍ଧକ ରଖିଥିଲା। ପୋଲିସ ଚୋରି ହୋଇଥିବା ସୁନା କାନଫୁଲ ଏବଂ ମୁଦି ଉଦ୍ଧାର କରିଛି। ଆହୁରି ପଢନ୍ତୁ: Orthopaedic Pain In Winter : ଶୀତଦିନ ଆସିଲେ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି କି? ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଘରୋଇ ଚିକତ୍ସା.... ଅନ୍ୟପଟେ ଗତକାଲି ମଧ୍ୟ ଉତ୍ତରପ୍ରଦେଶର ଗାଜିଆବାଦରେ ରାଜନଗର ଏକ୍ସଟେନସନର ଓରା କୈମୋରା ସୋସାଇଟିରେ ଜଣେ ଘରମାଲିକଙ୍କୁ ଭଡ଼ା ଯୋଗୁଁ ଗଳାକାଟି ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଦମ୍ପତି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ସୁଟକେଶରେ ଲୁଚାଇ ଦେଇଥିଲେ। ଘରମାଲିକ ଦୀପଶିଖାଙ୍କୁ ଓଢଣୀ ସାହାଯ୍ୟରେ ଗଳାଚିପି ହତ୍ୟା କରାଯାଇଥିଲା ଏବଂ ଏକ ସୁଟକେଶରେ ଭର୍ତ୍ତି କରାଯାଇଥିଲା।

ସ୍ତମ୍ଭ 19 Dec 2025 3:01 pm

Health Insurance: ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଭିଡିଓ ଦେଖି ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍‌ ସଚେତନ। ନିଜର ତଥା ପରିବାରର ଭବିଷ୍ୟତ ସ୍ବାସ୍ଥ୍ୟସେବାର ଗୁରୁତ୍ବପୂର୍ଣ୍ଣ ଆବଶ୍ୟକ ପାଇଁ ସେମାନେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ବୀମା ପଲିସି ନେଇଥାନ୍ତି। ହେଲେ ବେଳେବେଳେ ଆମର ସାଧାରଣ ତ୍ରୁଟି ଲାଗି ଏହା ରିଜେକ୍ଟ ବି ହୋଇଯାଏ। ଯେଉଁଥିପାଇଁ ଜରୁରୀ ପରିସ୍ଥିତିରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ବାରମ୍ବାର ଆପଣଙ୍କ ସ୍ବାସ୍ଥ୍ୟବୀମା ରିଜେକ୍ଟ ହେଉଛି କି? ଏହା କାହିଁକି ହେଉଛି ତାହାର କାରଣ ଜାଣିବା ବି ନିହାତି ଦରକାର। ଏହା ଆପଣଙ୍କୁ ଚିକିତ୍ସା ସମୟରେ ଅନାବଶ୍ୟକ ମାନସିକ ଚାପ କିମ୍ବା ଆର୍ଥିକ ବୋଝକୁ ଏଡ଼ାଇବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏହାର କାରଣ, ଅର୍ଥନୀତିଜ୍ଞ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଠାରୁ। ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ

ସ୍ତମ୍ଭ 19 Dec 2025 2:55 pm

8 Electric Wire Thieves Arrested ୮ ବିଦ୍ୟୁତ୍ ତାର ଚୋରଙ୍କୁ ବାନ୍ଧିଲା ଖପ୍ରାଖୋଲ ପୁଲିସ

ଖପ୍ରାଖୋଲ:ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମଗ୍ରୀ କାରଖାନା ଠାଵ l ବିଦ୍ୟୁତ୍ ତାର ଚୋରି ରାକେଟର ପର୍ଦାଫାସ କଲା ଖପ୍ରାଖୋଲ ପୁଲିସ l କାରଖାନା ମାଲିକ ପ୍ରକାଶ ବେହେରା ଗିରଫ ସୂଚନା ଅନୁସାରେ କିଛି ଦିନ ପୂର୍ବେ ଖପ୍ରାଖୋଲ ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରି ହେଉଥିବା ଦେଖା ଯାଉଥିଲା l ଏନେଇ ଖପ୍ରାଖୋଲ ପୁଲିସ ତତ୍ପରତା ପ୍ରକାଶ କରି ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି କଣ୍ଟାବାଞ୍ଜି ଅଞ୍ଚଳରୁ ଆଠ ଜଣ ଚୋରଙ୍କୁ ଗିରଫ କରିଥିଲା। ଖାଲି ସେତିକି ନୁହେଁ, ଚୋରି ବିଦ୍ୟୁତ ତାରରୁ ଆଲୁମିନିୟମ ବାସନ ସାମାଗ୍ରୀ ନିର୍ମାଣ ହେଉଥିବା କାରଖାନା ଠାବ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହ ଚୋରି ବିଦ୍ୟୁତ ତାର କିଣିଥିବା କାରଖାନା ମାଲିକ ପ୍ରକାଶ ବେହେରାଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡିଛି l ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ ଧରାପଡ଼ିଥିବା ଚୋରମାନେ କଣ୍ଟାବାଞ୍ଜି ଅଞ୍ଚଳର ଅଶୋକ ମଲ୍ଲିକ, ନୃପ ବଗର୍ତି, ପ୍ରଶାନ୍ତ ବଗର୍ତି, ରୋହିତ କୁମ୍ଭାର, ଭରତ କୁମ୍ଭାର, ମୁକେଶ ନାଏକ ଓ ସଞ୍ଜୟ ତାଣ୍ଡି ବୋଲି ଜଣା ପଡିଛି l ଚୋରମାନଙ୍କଠାରୁ ତିନିଟି ବାଇକ୍, ଗୋଟିଏ ଚାରି ଚକିଆ, ପିକଅପ ଓ ଆଠଟି ମୋବାଇଲ ଏବଂ ନଗଦ ୧୫ ହଜାର ଟଙ୍କା ଜବତ କରାଯାଇଛି। ଏଥିସହିତ ଚୋରି ବିଦ୍ୟୁତ ତାର ମଧ୍ୟ ଜବତ କରିଥିବା ବେଳେ ଆଗକୁ ତଦନ୍ତ ଜାରି ଥିବା ପୁଲିସ ସୂଚନା ଦେଇଛି l ଆହୁରି ପଢ଼ନ୍ତୁ: Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ସ୍ତମ୍ଭ 19 Dec 2025 2:45 pm

Orthopaedic Pain In Winter : ଶୀତଦିନ ଆସିଲେ ଆଣ୍ଠୁଗଣ୍ଠି ବ୍ୟଥା ହେଉଛି କି? ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଘରୋଇ ଚିକତ୍ସା....

ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋକେଲେଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ, ଆମର ଶରୀର ହୃଦୟ ଏବଂ ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ, ଯାହା ଫଳରେ ହାତ, ଆଣ୍ଠୁ ଏବଂ ପାଦ ଭଳି ହାତର ଅଙ୍ଗରେ ରକ୍ତ ସଞ୍ଚାଳନ ହ୍ରାସ ପାଇଥାଏ। ଏହି ହ୍ରାସିତ ରକ୍ତ ପ୍ରବାହ ପ୍ରାୟତଃ ଥଣ୍ଡା ପାଗରେ ସନ୍ଧି କଠିନତା, ମାଂସପେଶୀ କଠିନତା ଏବଂ ହାଡ଼ ଯନ୍ତ୍ରଣାର କାରଣ ହୋଇଥାଏ । କ’ଣ ରହିଛି ଏହାର କାରଣ କମ୍ ଶାରୀରିକ କାର୍ଯ୍ୟକଳାପ: ଲୋକମାନେ ଥଣ୍ଡା ପାଗରେ କମ୍ ଗତିବିଧି କରନ୍ତି, ଯାହା ଫଳରେ କଠିନତା ଏବଂ ନମନୀୟତା ହ୍ରାସ ପାଏ। ଭିଟାମିନ୍ ଡି ଅଭାବ: ଦିନ କମ୍ ହେଲେ ସୂର୍ଯ୍ୟ କିରଣ କମ୍ ହୁଏ, ଯାହା ହାଡ଼ ଏବଂ ସନ୍ଧି ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। କେଉଁ ସମସ୍ୟା ଦେଖାଯାଉଛି ବୃଦ୍ଧ ବୟସରେ ସବୁଠାରୁ ପ୍ରଚଳିତ ଅର୍ଥୋପେଡିକ୍ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଆର୍ଥ୍ରାଇଟିସ୍। ଶୀତଦିନେ ରୋଗୀମାନେ ପ୍ରାୟତଃ ସେମାନଙ୍କ ସନ୍ଧିରେ ଅଧିକ କଠିନତା ଏବଂ ଫୁଲା ଅଭିଯୋଗ କରନ୍ତି। ଥଣ୍ଡା ପାଗ ସନ୍ଧିର ଲୁବ୍ରିକେସନ୍‌କୁ ହ୍ରାସ କରେ ଏବଂ ସାଇନୋଭିଆଲ୍ ତରଳ ପଦାର୍ଥକୁ ଘନ କରିଥାଏ, ଯାହା ଗତିକୁ ଯନ୍ତ୍ରଣାଦାୟକ କରିଥାଏ। ଶୀତଦିନେ ଅନ୍ୟ ଏକ ସାଧାରଣ ଅର୍ଥୋ ସମସ୍ୟା ହେଉଛି ପିଠି ଯନ୍ତ୍ରଣା। ଥଣ୍ଡା ମାଂସପେଶୀଗୁଡ଼ିକ ଅଧିକ ଚାପ ପକାଇବାର ସମ୍ଭାବନା ଥାଏ, ଏବଂ ଦୀର୍ଘ ସମୟ ଧରି ବସିବା ସମୟରେ ଅନୁପଯୁକ୍ତ ପୋଜିସନ ଯନ୍ତ୍ରଣାକୁ ଆହୁରି ବଢ଼ାଇପାରେ। ଫ୍ରୋଜେନ୍ କାନ୍ଧ କିମ୍ବା ଆଡେସିଭ୍ କ୍ୟାପସୁଲାଇଟିସ୍ ହେଉଛି ଆଉ ଏକ ଅବସ୍ଥା ଯାହା ଶୀତଦିନେ ଆହୁରି ଖରାପ ହୋଇଯାଏ। ସୀମିତ କାର୍ଯ୍ୟକଳାପ ଏବଂ ଥଣ୍ଡା ପବନର ସଂସ୍ପର୍ଶରେ ଆସିବା ଦ୍ୱାରା କାନ୍ଧ ସନ୍ଧି ଚାରିପାଖରେ ମାଂସପେଶୀ ସଙ୍କୋଚନ ହୁଏ। ଭାରୀ ଜିନିଷ ଉଠାଇବା, ବରଫ ଫୋପାଡ଼ିବା କିମ୍ବା ହଠାତ୍ ଗତିବିଧି ଭଳି ଶୀତକାଳୀନ କାର୍ଯ୍ୟକଳାପ ମାଂସପେଶୀରେ ଚାପ କିମ୍ବା ସନ୍ଧି ଏବଂ ମାଂସପେଶୀ ଯନ୍ତ୍ରଣା ଅର୍ଥୋ ସମସ୍ୟା ସୃଷ୍ଟି କରିପାରେ। ଦୁର୍ବଳ ହାଡ଼ କିମ୍ବା ଅଷ୍ଟିଓପୋରୋସିସ୍ ରୋଗୀଙ୍କ ପାଇଁ, ଏକ ସାଧାରଣ ପଡ଼ିଯିବା ଗୁରୁତର ଭଙ୍ଗା ହୋଇପାରେ। ଆହୁରି ପଢ଼ନ୍ତୁ: ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଦାବି କଲା ବିଜେଡି ଘରୋଇ ଚିକିତ୍ସା ହାଲୁକା ଷ୍ଟ୍ରେଚିଂ କିମ୍ବା ଯୋଗ ମଧ୍ୟ ମାଂସପେଶୀର ନମନୀୟତା ବଜାୟ ରଖିବାରେ ସାହାଯ୍ୟ କରେ। ବିଶେଷକରି ଆଣ୍ଠୁ, କାନ୍ଧ ଏବଂ କଣ୍ଠା ଘୋଡ଼ାଇ ସ୍ତରୀଭୂତ ପୋଷାକ ପିନ୍ଧନ୍ତୁ। ମଜବୁତ ହାଡ଼ ପାଇଁ କ୍ୟାଲସିୟମ, ଭିଟାମିନ ଡି ଏବଂ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଭିଟାମିନ୍ ଡି ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଥଣ୍ଡା ପାଗରେ ହାଡ଼ ଯନ୍ତ୍ରଣା କମ କରେ। ବସିବା କିମ୍ବା କାମ କରିବା ସମୟଧ୍ୟାନ ରଖନ୍ତୁ। ଆଣ୍ଟି-ସ୍ଲିପ୍ ଜୋତା ପଡ଼ିଯିବା ଏବଂ ଖସିଯିବା ଏବଂ ଭାଙ୍ଗିଯିବାକୁ ରୋକିପାରେ। ଆହୁରି ପଢ଼ନ୍ତୁ: ଆଜି ବଉଳ ଅମାବାସ୍ୟା, ଜାଣିବା ଏହାର ବିଧି ଓ ପରମ୍ପରା ସମ୍ପର୍କରେ....

ସ୍ତମ୍ଭ 19 Dec 2025 2:39 pm

Uttar Pradesh Under Severe Cold: ଜିଲ୍ଲାପାଳଙ୍କ ନିକଟରେ ସ୍କୁଲ ଛୁଟି ପାଇଁ ଅନୁରୋଧ କଲେ କୁନିପିଲା

ଲକ୍ଷ୍ମୌ : ସାରା ଭାରତ ଥଣ୍ଡାର ପ୍ରକୋପରେ ଥରହର ହେଉଛି। ଅନେକ ଜିଲ୍ଲାରେ ଏବେ କୁହୁଡ଼ି ଏବଂ ଶୀତ ଲହରି ଜାରି ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସ୍ଥାନୀୟ ପ୍ରଶାସନ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରି ଦେଇଛନ୍ତି। ଏହି କ୍ରମରେ ଅମରୋହା ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପିଲାମାନେ ଜିଲ୍ଲା ଅଧିକାରୀଙ୍କୁ ସ୍କୁଲ ଛୁଟି କରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାପାଳଙ୍କ ନିକଟରେ ପିଲାମାନଙ୍କ ଗୁହାରି ଆମରୋହା ସ୍କୁଲର ଛାତ୍ରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରି କହିଛନ୍ତି, ମୋ ନାମ ଅମାୟରା ଖାନ। ମୁଁ ଜିଲ୍ଲାପାଳ ମ୍ୟାଡମ(ଡିଏମ୍)ଙ୍କୁ ଅନୁରୋଧ କରି କହୁଛି ସ୍କୁଲ ଛୁଟି କରି ଦିଅନ୍ତୁ। ବହୁତ ଥଣ୍ଡା ପଡ଼ିଛି... ଦୟାକରି, ଦୟାକରି ସ୍କୁଲ ଛୁଟି କରି ଦିଅନ୍ତୁ। अमरोहा : बहुत सर्दी है, छुट्टी कर दीजिए प्लीज, प्लीज-नन्ही सी बच्ची की डीएम से गुजारिश #Amroha | #UttarPradesh pic.twitter.com/DfncuXVtPi — NDTV India (@ndtvindia) December 19, 2025 ଅଧିକପଢ଼ନ୍ତୁ: ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ହାସ୍ୟ କଳାକାର ଭାରତୀ ସିଂହ ଏକ ଅନ୍ୟ ଭିଡିଓରେ ଆଉ ଜଣେ ପିଲା କହୁଛିନ୍ତି ଡିଏମ୍ ମ୍ୟାଡମ୍, ଦୟାକରି ମୋତେ ଛୁଟି ଦିଅନ୍ତୁ। ବହୁତ ଥଣ୍ଡା... ଦୟାକରି... ଦୟାକରି... ଧନ୍ୟବାଦ। ଜିଲ୍ଲାପାଳଙ୍କୁ ପିଲାମାନେ ପ୍ରବଳ ଥଣ୍ଡାରେ ଏଭଳି ଛୁଟି ମାଗିବାର ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ଖୁବ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର ବି କରୁଛନ୍ତି। ଅଧିକପଢ଼ନ୍ତୁ: ଟାଟା ପାୱାର୍‌ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର

ସ୍ତମ୍ଭ 19 Dec 2025 2:36 pm

Truck Accident Driver Seriously Injured ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥରେ ଭୟାନକ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥର ଆଂଚଳିକ ପରିବହନ କାର୍ଯ୍ୟଳୟ ନିକଟରେ ଆଲିସନ ହୋଟେଲ ଡାଉନ ନିକଟରେ ବଡ଼ ଦୁର୍ଘଟଣା । ଟ୍ରକର ବ୍ରେକ ଫେଲ ହେଇଥିବାରୁ ଟ୍ରକ ଆଗରେ ଯାଉଥିବା ଦୁଇଟି ଚାରି ଚକିଆ ପିକଅପ ଗାଡ଼ିକୁ ଧକ୍କା ଦେବା ସହ ଆଠଟି ବାଇକକୁ ଧକ୍କା ଦେଇଥିଲା ଟ୍ରକ୍। ଆଠଟି ବାଇକ୍ ଭାଙ୍ଗି ଚୁରମାର୍ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ୍ ପୋଲ ବି ଛିଣ୍ଡିପଡ଼ିଲା। ଏଟିଏମ ଭ୍ୟାନ ଓଲଟିପଡ଼ିଲା। ଚାରି ଚକିଆ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ୍ ରେ ଭର୍ତି କରାଯାଇଛି। ଆଠଟି ଯାକ ବାଇକ୍ ଭାଙ୍ଗି ଚୁରମାର୍ ହୋଇଯାଇଛି। ଆହୁରି ପଢ଼ନ୍ତୁ: Ollywood Mahasweta Absent ଏହି କାରଣରୁ ଏବର୍ଷ ବଡ଼ ପରଦାରେ ନଜର ଆସିଲେନି ମହାଶ୍ୱେତା ଘଟଣା ସ୍ଥଳରେ କୋରାପୁଟ ସଦର ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଜାତୀୟ ରାଜପଥକୁ ସ୍ଵାଭାବିକ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆହୁରି ପଢ଼ନ୍ତୁ: Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ

ସ୍ତମ୍ଭ 19 Dec 2025 2:31 pm

Erika Kirk Endorses JD Vance for 2028 Presidential Race at AmericaFest Conference

Erika Kirk, widow of the late Turning Point USA co-founder Charlie Kirk, publicly endorsed Vice President JD Vance for the 2028 U.S. presidential election during the pro-right organization’s annual AmericaFest conference in Phoenix on December 18. Addressing thousands of activists at the Phoenix Convention Center, Erika Kirk declared, “We are going to get my husband’s […] The post Erika Kirk Endorses JD Vance for 2028 Presidential Race at AmericaFest Conference appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 2:28 pm

Tata Power office: ଟାଟା ପାୱାର୍‌ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର

ଭୁବନେଶ୍ବର: ଅତିରିକ୍ତ ସୁରକ୍ଷା ଜମା(ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌- ଏଏସ୍‌ଡି) ଓ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିକରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ପାୱାରହାଉସ୍‌ ଛକସ୍ଥିତ ଟାଟା ପାୱାର୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ସ୍ମାର୍ଟ ମିଟର ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ ଅନୁସାରେ ଟିପିସିଓଡିଏଲ୍ ତଥା ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ପଇଠ କରିବା ଲାଗି ଉପଭୋକ୍ତାମାନଙ୍କୁ ନୋଟିସ୍ ଦିଆଯାଇଛି। ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଥିବା ଏହି ଆର୍ଥିକ ବୋଝକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ନିୟାମକ ଆୟୋଗ ଏକ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ଓଡ଼ିଶାରେ ଅନୁରୂପ ପଦକ୍ଷେପ ନିଆଯାଉ। ସରବରାହଜନିତ କ୍ଷତି ଯୋଗୁ ଉପଭୋକ୍ତାମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡ଼ୁଛି। ଟାଟା କମ୍ପାନିର ଅପାରଗତା ଯୋଗୁ ଓଡ଼ିଶାରେ ସରବରାହଜନିତ କ୍ଷତି ଜାତୀୟ ହାରଠାରୁ ଅଧିକ। ବହୁ ଉପଭୋକ୍ତଙ୍କ ମିଟର ଠିକ୍ ଥିଲେ ହେଁ ଉପଭୋକ୍ତାଙ୍କୁ ବାଧ୍ୟକରି ସ୍ମାର୍ଟ ମିଟର ଲଗାଯାଉଛି। ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ବିଲ୍ ବାବଦରେ ଅଧିକ ଦେବାକୁ ପଡୁଛି। ଟିପିସିଓଡିଏଲ୍‌ ତୁରନ୍ତ ଏହି ଶୋଷଣ ବନ୍ଦ ନ କଲେ, ଆଗାମୀ ଦିନରେ ବିଜେଡି ବଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି। Digital Arrest Lady Doctor ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ସଭାନେତ୍ରୀ ଇପ୍ସିତା ସାହୁ, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼େଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧ୍ରୁତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତିରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ସେକ୍‌ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର ଭୁବନେଶ୍ବର: ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି) ଆଦାୟ ଓ ସ୍ମାର୍ଟ ମିଟର ଲାଗୁକୁ ନେଇ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହା ଉପରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ଟାଟା ପାୱାର୍‌ର ରାଜ୍ୟ ମୁଖ୍ୟ ଗଜାନନ୍ କାଲେ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି‌ ଯେ ଏହା ଆଇନ୍ ସମ୍ମତ। ବିଦ୍ୟୁତ୍ ଆଇନ୍ ୨୦୦୩ର ଓଇଆରସି ଅନୁମୋଦନ କ୍ରମେ ସୁରକ୍ଷା ଜମା ଅର୍ଥ ବ୍ୟବସ୍ଥା ରହିଛି। ଅତିରିକ୍ତ ସୁରକ୍ଷା ଜମା ଅର୍ଥ ନୂଆ ବିଦ୍ୟୁତ୍ ସଂଯୋଗ ଓ ବାର୍ଷିକ ବିଦ୍ୟୁତ୍ ବିଲ୍ ସମୀକ୍ଷା ଉପରେ ଅଧାରିତ। ଏଏସ୍‌ଡି ଆଦାୟ ବିଦ୍ୟୁତ୍‌ ବିଲ୍ ଟାରିଫ୍‌ ଓ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ପରିମାଣ ଉପରେ ନିର୍ଭର କରୁଛି। ଏଏସ୍‌ଡି ଲାଗୁ ବ୍ୟବସ୍ଥା ବହୁଦିନରୁ ସମସ୍ତ ରାଜ୍ୟରେ ଲାଗୁ କରାଯାଇଛି। ଏହି ଜମା ଅର୍ଥ ବ୍ୟାଙ୍କ ସୁରକ୍ଷା, ଫେରସ୍ତ ଯୋଗ୍ୟ ଓ ସୁଧ ପ୍ରଦାନ କରୁଥିବା ବେଳେ ଏହି ଅର୍ଥ ଅନ୍ୟ କୌଣସି କାରବାରରେ ବ୍ୟବହାର କରାନଯାଇ ବ୍ୟାଙ୍କରେ ଜମା ରହିଛି। ସୁରକ୍ଷା ଜମାର ସୁଧ ୨୧୭.୨୯କୋଟି ଟଙ୍କା ଉପଭୋକ୍ତାଙ୍କ ବିଲ୍‌ରେ କ୍ରେଡିଟ୍ ହୋଇଛି ଏପରିକି ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ସୁରକ୍ଷା ଜମା ଅର୍ଥ ଉପରେ ୬.୫୦ସୁଧହାରରେ ୨୧୭.୨୯କୋଟି ଟଙ୍କା ଉପଭୋକ୍ତାଙ୍କ ବିଲ୍‌ରେ ପୈଠ କରାଯାଇଛି ବୋଲି ଟାଟା ପାୱାର କର୍ତ୍ତୁପକ୍ଷ ଦର୍ଶାଇଛନ୍ତି। ଅତିରିକ୍ତ ସୁରକ୍ଷା ଜମା ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ଟାରିଫ୍ ଏବଂ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ବୃଦ୍ଧି ଓ ହ୍ରାସ ଉପରେ ନିର୍ଭର କରୁଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଟାଟା ପାୱାର୍‌ର ୪ଟି ବଣ୍ଟନକାରୀ ସଂସ୍ଥା ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡ଼ିଏଲ୍, ଟିପିଡ଼ବ୍ଲୁଓଡିଏଲ୍, ଟିପିସିଓଡିଏଲର ସିଓଓମାନଙ୍କୁ ସାମ୍ବାଦିକମାନେ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି), ସ୍ମାର୍ଟ ମିଟର୍‌ ଓ ପିଏମ ସୋଲାର୍‌ ପୋଜେକ୍ଟ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଶେଷ କରି ଟାଟା ପାୱାର ପକ୍ଷରୁ ଲାଗୁ ହୋଇଥିବା ଏଏସ୍‌ଡି ଓ ସ୍କାର୍ଟମିଟରକୁ ନେଇ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଇଛି ବୋଲି ସାମ୍ବାଦିକମାନେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଏସ୍‌ଡି ପ୍ରଦାନ ସମୟସୀମା ଏକ ମାସ ଧାର୍ଯ୍ୟ କରିବା ଏବଂ ସମୟସୀମା ପରେ ୧୫ଶତକଡ଼ା ଅଧିକ ଦେୟ ପ୍ରଦାନ ଉପରେ ଲୋକଙ୍କ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ। Bharti Singh Blessed With Baby Boy: ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ହାସ୍ୟ କଳାକାର ଭାରତୀ ସିଂହ ଅତିରିକ୍ତ ସୁରକ୍ଷା ଜମା ଦେୟ ତ୍ରୁଟିପୂର୍ଣ୍ଣ ଭୁବନେଶ୍ବର: ଅତିରିକ୍ତ ସୁରକ୍ଷା ଜମା ଦେୟ ଉପରେ ଟାଟା ପାୱାର ସ୍ପଷ୍ଟୀକରଣ ସମ୍ପୂର୍ଣ ତ୍ରୁଟିପୂର୍ଣ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି। ଗତବର୍ଷ ୨୦୨୪-୨୫ରେ ଟାଟା ଯେଉଁ ଅତିରିକ୍ତ ସୁରକ୍ଷା ଜମା ଅଦାୟ କରିଛନ୍ତି, ତାହାକୁ ଟାଟା ପୂର୍ବବର୍ଷ (୨୦୨୩-୨୪)ର ୧୨ ମାସ ବଦଳରେ ୧୩ ମାସ ବିଚାରକୁ ନେଇ ସମସ୍ତ ଉପଭୋକ୍ତାଙ୍କଠାରୁ ଅନ୍ୟାୟ ଭାବେ ଅନୁମୋଦିତ ହାରଠାରୁ ଅଧିକ ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ କରିଥିଲେ। ତାହା ଉପରେ ଟାଟା ପାୱାର ନିରବ। ଗତବର୍ଷ ଅଦାୟ କରିଥିବା ଅଧିକ ସୁରକ୍ଷା ଜମାଟଙ୍କା ଉପଭୋକ୍ତାଙ୍କୁ କେବେ ଫେରସ୍ତ ମିଳିବ? ଦ୍ୱିତୀୟରେ ସପ୍ଲାଇ କୋଡ୍‌ ୨୦୧୯ ଧାରା ୫୩ ଅନୁସାରେ ବିତରଣ କମ୍ପାନି ଟାଟା ପାୱାର ବର୍ଷକୁ ଥରେ ନିଜ ପାଖରେ ଗଚ୍ଛିତ ଥିବା ସୁରକ୍ଷା ଜମାଟଙ୍କାକୁ ସମୀକ୍ଷା କରିବ। ଯେଉଁ ବର୍ଷ ବିଦ୍ୟୁତ ମୂଲ୍ୟ ବୃଦ୍ଧି ଘଟିବ, ତାହାର ପୂର୍ବବର୍ଷ ୧୨ ମାସର (ଏପ୍ରିଲ ରୁ ମାର୍ଚ୍ଚ) ବିଦ୍ୟୁତ୍ ବ୍ୟବହାରର ହାରାହାରି ଦୁଇ ମାସ ଅନୁସାରେ ହିସାବ କରି ଆବଶ୍ୟକ ହେଉଥିବା ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଉପଭୋକ୍ତାଙ୍କଠାରୁ ଆଦାୟ କରିବେ। ଓଇଆରସି ସପ୍ଲାଇ କୋଡ୍‌ ୨୦୧୯ରେ ଏପରି ନିର୍ଦ୍ଦେଶ ଥିବାବେଳେ ଟାଟା ପାୱାର କେଉଁଠୁ ଜାଣିବାକୁ ପାଇଲେ କିମ୍ବା କେଉଁ ଅଧିନିୟମ ଅନୁସାରେ କହୁଛନ୍ତି ଯେ ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ଘଟିଲେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ ପାଇଁ ସେମାନେ ଅଧିକାର ପାଇଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସ୍ତମ୍ଭ 19 Dec 2025 2:24 pm

Two Convicts Abscond From Jharpada Jail After Parole

Two convicted prisoners from Jharpada jail in Bhubaneswar failed to return after parole, and jail authorities immediately filed a complaint with Laxmisagar police station. As a result, police launched a manhunt to trace the duo. According to reports, both inmates received leave under existing parole provisions. However, they did not return after the sanctioned period […] The post Two Convicts Abscond From Jharpada Jail After Parole appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:50 pm

Two ANMs Suspended in Balasore Over Medicine Dumping

Balasore district witnessed disciplinary action after two Auxiliary Nurse Midwives (ANMs) were suspended for allegedly dumping medicines on a roadside. The incident occurred near Nimiki Chhak in Remuna on December 11, where packets of iron and folic acid syrups were found scattered. Following the incident, Balasore Chief District Medical Officer (CDMO) ordered the immediate suspension […] The post Two ANMs Suspended in Balasore Over Medicine Dumping appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:43 pm

Operation Dharpagad: Sambalpur Police Arrest 15, Seize Arms and Narcotics

Sambalpur police have intensified their crackdown on illegal arms smuggling, narcotics trade, and criminal activities through a special drive named Operation Dharpagad. Acting under the instructions of SP Mukesh Bhamu, independent teams carried out raids across multiple locations in the district. According to Sambalpur DIB officer Shashank Beura, the operation targeted illegal weapons and narcotics […] The post Operation Dharpagad: Sambalpur Police Arrest 15, Seize Arms and Narcotics appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:25 pm

Dhurandhar Worldwide Box Office Day 14: Ranveer Singh Surpasses Rajinikanth’s Highest Grosser in Just Two Weeks

Aditya Dhar’s spy thriller Dhurandhar continues its record-breaking run at the box office, with the Ranveer Singh-starrer crossing ₹700 crore worldwide within 14 days of release. The film has now overtaken Rajinikanth’s highest-grossing film, setting a new milestone for the actor and the franchise. Released in theatres on December 5, Dhurandhar has delivered consistently strong […] The post Dhurandhar Worldwide Box Office Day 14: Ranveer Singh Surpasses Rajinikanth’s Highest Grosser in Just Two Weeks appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:18 pm

12-Hour Bandh in Sambalpur as Farmers Protest Missing Tokens

A 12-hour bandh from 6 am to 6 pm disrupted life in Odisha’s Sambalpur district as farmers launched protests against alleged irregularities in Kharif paddy procurement. The Sambalpur Krushak Suraksha Sangathan organised the agitation, and hundreds of farmers joined by staging picketing at multiple locations. Moreover, they alleged serious mismanagement in the procurement process and […] The post 12-Hour Bandh in Sambalpur as Farmers Protest Missing Tokens appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:16 pm

Trump Suspends Green Card Lottery Program After Brown University Shooting

US President Donald Trump has ordered the suspension of the Diversity Visa (DV) green card lottery program, days after authorities revealed that the suspect in the deadly Brown University shooting had entered the United States through the scheme. The directive was confirmed by Homeland Security Secretary Kristi Noem, who said she has instructed the United […] The post Trump Suspends Green Card Lottery Program After Brown University Shooting appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:09 pm

Over 70 Fall Ill After Eating Dahibara in Boudh

More than 70 people, including children, women, and men, fell ill after consuming dahibara in Gabajor village under Similipadar panchayat of Kantamal block in Boudh district. The incident triggered widespread panic in the area. According to reports, villagers purchased dahibara from a local vendor during the weekly market on Wednesday. Later, the same vendor sold […] The post Over 70 Fall Ill After Eating Dahibara in Boudh appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 1:02 pm

Digital Arrest Lady Doctor ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ

ରାୟଗଡା: ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର । ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି । ଏନେଇ ଡାକ୍ତର ଚୌଧୁରୀ ରାୟଗଡା ଥାନାରେ ଏତଲା ଦେଇଥିବା ଜଣାପଡିଛି। କିଛି ଦିନ ତଳେ ଫୋନ୍ କଲ ଆସିଥିଲା ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା କହିବା ସହ ଆପଣଙ୍କ ନାମରେ ସଂଗିନ ଅଭିଯୋଗ ଅଛି ବୋଲି କହିଥି‌ଲେ। ସଙ୍ଗେ ସଙ୍ଗେ କଲ୍ ନକଲି ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ସାଇବର ଫ୍ରଡ ଜଣକ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହ‌ଯୋଗ ନ କରିଲେ ଅସୁବିଧାର ସମ୍ମୁଖୀନ ହେବ‌େ ବୋଲି ତାଙ୍କୁ ଧମକା ଯାଇଥିଲା। ଆହୁରି ପଢ଼ନ୍ତୁ: Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ ପୁଲିସର ସାଇବର ସେଲ ବିଭାଗ କରୁଛି ଘଟଣାର ତଦନ୍ତ ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୁଲିସ ଏବଂ ପୁଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଆହୁରି ପଢ଼ନ୍ତୁ: Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ଏନେଇ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଡାକ୍ତର ମମତାଙ୍କୁ ଫୋନ ଯୋଗେ ପଚାରିବାରୁ କୌଣସି ସୂଚନା ଦେଇନଥିଲେ ।

ସ୍ତମ୍ଭ 19 Dec 2025 1:01 pm

BJD Appeals for Reconsideration on MLA Salary Hike

The Biju Janata Dal (BJD) has urged reconsideration of the recent decision to raise the salaries of Members of the Legislative Assembly (MLAs). Acting on the directive of party president Naveen Patnaik, senior leaders announced the move during a press meet. The party had initially supported the bill when it passed in the Assembly. However, […] The post BJD Appeals for Reconsideration on MLA Salary Hike appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 12:51 pm

Bharti Singh Blessed With Baby Boy: ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ହାସ୍ୟ କଳାକାର ଭାରତୀ ସିଂହ

ମୁମ୍ବାଇ : ପୁଣି ଥରେ ମା’ ହେଲେ କମେଡିଆନ୍ ଭାରତୀ ସିଂହ । ପୂର୍ବରୁ ‌ସେ ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ଏବେ ପୁଣି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ୪୧ବର୍ଷ ବୟସରେ ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି। ଆଜି ତାଙ୍କର ପ୍ରସବ ହୋଇଥିବା ବେଳେ ପୁଣି ଥରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭାରତୀ ସିଂହ ଓ ହର୍ଷ ଲିମ୍ବ‌ାଚିଆ। ସୁଟିଂ ପାଇଁ ବାହାରୁଥିଲେ ଭାରତୀ କୁହାଯାଉଛି ଯେ, ଆଜି ସକାଳେ ତାଙ୍କୁ ଲାଫଟର୍ ସେଫ୍ ପାଇଁ ସୁଟିଂ କରିବାର ଥିଲା। କିନ୍ତୁ ତାଙ୍କ ୱାଟର ବ୍ୟାଗ୍ ଫାଟିଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଭାରତୀ ତାଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୧୭ରେ ହୋଇଥିଲା ବିବାହ ଭାରତୀ ଏବଂ ହର୍ଷ ୨୦୧୭ ମସିହାରେ ବିବାହ କରିଥିଲେ। ଏହା ପରେ ୨୦୨୨ରେ ସେ ତାଙ୍କ ପ୍ରଥମ ସନ୍ତାନ ଲକ୍ଷ୍ୟଙ୍କୁ ପ୍ରଥମ ସନ୍ତାନ ଜନ୍ମ ହେବା ପରେ, ଭାରତୀ ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦ୍ବିତୀୟ ସନ୍ତାନ ତାଙ୍କର ଝିଅ ହେଉ ବୋଲି ଚାହୁଁଥିଲେ ଭାରତୀ, ଯାହା ବିଷୟରେ ସେ ଅନେକ ସୋ’ ଓ ସାକ୍ଷାତକାରରେ କହିଥିଲେ। ହେଲେ ଏଥର ମଧ୍ୟ ତାଙ୍କର ପୁଅ ହୋଇଛି। ଗର୍ଭବତୀ ଥିବା ବେଳେ ବି କାମ କରୁଥିଲେ ଭାରତୀ ଭାରତୀ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରିଥିଲେ। ସେ ରୋଷେଇ କମେଡି ସୋ’ ଲାଫଟର ସେଫ୍ ସିଜିନ୍ ୩ର ସୁଟିଂରେ ବ୍ୟସ୍ତ ଥିଲେ, ଯାହାକୁ ସେ ହୋଷ୍ଟ କରନ୍ତି। ସେଟରେ ଭାରତୀ ପ୍ରାୟତଃ ତାଙ୍କ ଆଗାମୀ ଶିଶୁ ବିଷୟରେ କଥା ହେଉଥିଲେ। ଗର୍ଭବତୀ ଥାଇ ବି ସେ ଏତେ ସକ୍ରିୟ ଭାବେ କାମ କରୁଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ। କୁହାଯାଉଥିଲା ଯେ, ଭାରତୀ ଯମଜ ସନ୍ତାନଙ୍କୁ ଜନ୍ମ ଦେବେ। ଏହି ଚର୍ଚ୍ଚା ମଧ୍ୟରେ ଏବେ ଭାରତୀ ଶିଶୁପୁତ୍ର ମା’ ହୋଇଛନ୍ତି। ଆହୁରି ପଢ଼ନ୍ତୁ: Hindu Man Lynched In Bangladesh: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମାରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ

ସ୍ତମ୍ଭ 19 Dec 2025 12:48 pm

House Burnt MLA Help ରାତିଅଧରେ ଜଳିଲା ଏଣ୍ଡୁଅଙ୍କ ଘର, ତତକ୍ଷଣାତ୍ ସାହାଯ୍ୟ କଲେ ବିଧାୟକ

ଭୁବନ:ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନପୁର ଗ୍ରାମର ଗଙ୍ଗାମଳିକ ସାହିରେ ଅଧା ରାତିରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯାଇଛି। ଗ୍ରାମର ଏଣ୍ଡୁଅ ମଲ୍ଲିକଙ୍କ ପୁଅ ଵିଶ୍ଵନାଥ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକଙ୍କର ୨ଵଖରା ଲେଖାଏ ଘର ଜଳି ପୋଡ଼ିପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଭୁଵନ ଦମକଳ ବାହିନୀ ପହଞ୍ଚିଵା ପୂର୍ବରୁ ସମସ୍ତ ଆସବାବପତ୍ର ପାଉଁଶ ହୋଇଯାଇଥିଲା । ଶୁକ୍ରବାର ସକାଳ ସମୟରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପହଞ୍ଚି କ୍ଷତିଗ୍ରସ୍ତ ପରିଵାରଙ୍କୁ ପଲିଥିନ, ଚୁଡା ଚାଉଳ, ବସ୍ତ୍ର ସାହଯ୍ୟ କରିଵା ସହିତ ପ୍ରଶାସନିକ ଅଧିକାରୀ ତଥା ଭୁବନ ଵିଡିଓ ଆୟୂଷୀ ମହାପାତ୍ର ,ତହସିଲଦାର ଅନିଲ ମହାନ୍ତି ଓ ରାଜସ୍ବ ନିରୀକ୍ଷକ ରାଜେଶ ଭୋଇ, ସରପଞ୍ଚ ଉତ୍ତମ ପଣ୍ଡା, ଆତ୍ମା ସଭାପତି ଜଗବନ୍ଧୁ ପୃଷ୍ଟି, ଗ୍ରାମ ସଭାପତି ସୌମ୍ୟ ରଞ୍ଜନ ଧୀରଙ୍କ ଉପସ୍ଥିତରେ ସମସ୍ତ ସହାୟତା ବ୍ୟବସ୍ଥା କରିଥିଲେ । ଆହୁରି ପଢ଼ନ୍ତୁ: Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ: ବିଧାୟକ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ପଲିଥିନ ଯୋଗାଇ ଦିଆଯିବା ସହିତ ଯଥା ଶୀଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ବିଧାୟକ କହିଥିଲେ। ପୂର୍ବତନ ସମିତି ସଭ୍ୟ ବିମଲ ପଣ୍ଡା, ପଙ୍କଜ ନାୟକ ସଞ୍ଜୟ ଦାସ, ଜୟକୃଷ୍ଣ ପାତ୍ର, ରବୀନ୍ଦ୍ର ସ୍ୱାଇଁ, ଦଣ୍ଡ ଖଟୁଆ, ରବି ମଲ୍ଲିକ, ପବିତ୍ର ତରାଇ ଗଣେଶ୍ୱର ନାୟକ, ହୃଷିକେଶ ଦାସ, ସମୀର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଗାଁରେ ଥିବା ଏକ ମାତ୍ର ଢ଼ିଙ୍କି ଟି ନିଆଁ ଦାଉରୁ ବର୍ତ୍ତିଯାଇଛି। ଆହୁରି ପଢ଼ନ୍ତୁ: Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ

ସ୍ତମ୍ଭ 19 Dec 2025 12:35 pm

Hindu Man Lynched In Bangladesh: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମାରିବା ପରେ ଗଛ‌ରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ

ନୂଆଦିଲ୍ଲୀ : ଗ ତବର୍ଷ ବାଂଲାଦେଶ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ଏବଂ ପ୍ରତିବାଦ ମଧ୍ୟରେ, କଠୋରପନ୍ଥୀଙ୍କ ନଗ୍ନ ଚେହେରା ସାମ୍ନାକୁ ଆସିଛି। ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ। କପଡ଼ା କାରଖାନାରେ କାମ କରୁଥିଲେ ଦୀପୁ ସୂଚନା ମୁତାବକ, ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ସେ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଘର ଚଳାଇବା ପାଇଁ ସେ କପଡ଼ା କାରଖାନାରେ କାମ କରୁଥିଲେ। ଉତ୍ତ୍ୟକ୍ତ ଜନତା ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ପିଟିପିଟି ହତ୍ୟା କରାଯାଇଛି ଅଭିଯୋଗ ହୋଇଛି ଯେ, ଦଙ୍ଗାକାରୀ ମାନେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ। ତା’ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ​​ଏବଂ ମୃତଦେହକୁ ଉଦ୍ଧାର କରିଥିଲା। ଏବେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ମୈମନସିଂହ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଏଫଆଇଆର ରୁଜୁ ହୋଇନାହିଁ। ପୁଲିସ କହିଛି ଯେ ସେମାନେ ମୃତକଙ୍କ ପରିବାରକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ଅଭିଯୋଗ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ। କେମିତି ହେଲା ମୃତ୍ୟୁ? କିଛି ଦିନ ପୂର୍ବରୁ ୩୪ ବର୍ଷୀୟ ହାଦିଙ୍କୁ ଗୁଳି କରାଯାଇଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ସେ ପ୍ରଖର ଭାରତ ବିରୋଧୀ ଭାବେ ଜଣାଶୁଣା ଥିଲେ ।ସେସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇପଡ଼ିଥିଲେ।ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ। ଆହୁରି ଦେଖନ୍ତୁ: Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ

ସ୍ତମ୍ଭ 19 Dec 2025 12:18 pm

Wall Collapses in Nabarangpur; Four-Year-Old Girl Dies, Two Injured

A tragic incident struck Komabandh village under Bakadabeda panchayat in Nabarangpur district when an abandoned house wall collapsed on three young girls. The children were playing happily near the verandah on Thursday afternoon when the wall suddenly gave way. Four-year-old Yamuna lost her life in the accident. The other two girls, Damayanti and Jyoti, sustained […] The post Wall Collapses in Nabarangpur; Four-Year-Old Girl Dies, Two Injured appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 12:00 pm

MLAs' Salaries Bjd ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଦାବି କଲା ବିଜେଡି

ଭୁବନେଶ୍ବର: ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ଗତକାଲି ବିଜେପି ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏଣେ ଆଜି ବିଜେଡି ବିଧାୟକମାନେ ବି ଜନ ଅସନ୍ତୋଷକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମାନ ଦାବି କରିଛନ୍ତି। ଏହାଫଳରେ ଦରମା ଓ ପେନ୍‌ସନ୍‌ ବୃଦ୍ଧି ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବ ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତକାଲି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶାସକ ଦଳର ବିଧାୟକମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ତେବେ ଏହା ଉପରେ ସରକାରୀ ପ୍ରକ୍ରିୟା କିଛି ଆରମ୍ଭ ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ତିନିଟି ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏ ଯାଏଁ ଯାଇନାହିଁ। ତେଣୁ ସରକାର ବିଲ୍‌ ତିନିଟି ଆଉ ନ ପଠାଇବାର ସମ୍ଭାବନା ରହିଛି। ଯଦି ବି ରାଜ୍ୟପାଳଙ୍କ ପାଖକୁ ଯାଏ, ତେବେ ରାଜ୍ୟପାଳ ବିଲ୍‌ଟି ପୁନର୍ବିଚାର ପାଇଁ ଫେରାଇଦେବେ। ଯଦି ବିଲ୍‌ ଉପରେ ସଂଶୋଧନ କରାଯାଇ ଦରମା ପରିମାଣ କମାଯିବ, ତେବେ ବଜେଟ ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଆସିପାରେ। ଏ ସମ୍ପର୍କରେ ସରକାରୀ ଭାବେ କିଛି ସ୍ପଷ୍ଟ ସୂଚନା ଆସି ନାହିଁ। ଆହୁରି ପଢ଼ନ୍ତୁ:Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ରେ ଦରମା ଓ ଭତ୍ତା ବୃଦ୍ଧି ବାବଦକୁ ମିଳିବାକୁ ଥିବା ଅର୍ଥ ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ।

ସ୍ତମ୍ଭ 19 Dec 2025 11:47 am

Himachal Accident: ବସୁଥିବା ‌ବେଳେ ପଛୁଆ ଗଡ଼ି ଆସି ପାହାଡ଼ ତଳକୁ ଓଲଟି ପଡ଼ିଲା ଟ୍ରାଭେଲର, ଦେଖନ୍ତୁ ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ : ପଛକୁ ଗଡ଼ି ଆସିଲା ଗାଡ଼ି। ଉଚ୍ଚ ପାହାଡ଼ ଉପରେ ଝୁଲି ରହିଲା ଜୀବନ। ସାଙ୍ଗସାଥୀ ମିଶି ବୁଲିବାକୁ ଯାଇଥି‌ବା ବେଳେ ଘଟିଲା ଅଘଟଣ। ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ିରୁ ଡେଇଁଲେ ଲୋକେ। ଏଭଳି ହୃଦୟଥରା ଦୃଶ୍ୟ ‌ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ। ଛୁଟି କଟାଇବାକୁ ହିମାଚଳର ଡଲ‌ହୌଜି ଯାଇଥିଲେ ପର୍ଯ୍ୟଟକ। ହେଲେ ସେଠାରେ ତାଙ୍କ ସହ ଯାହା ଘଟିଥିଲା, ତାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଆହୁରି ଦେଖନ୍ତୁ: Viral Video: ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରକ୍, ଖାତିର୍ ନକରି ରିଲ୍ ତିଆରି କଲେ ୨ଯୁବକ

ସ୍ତମ୍ଭ 19 Dec 2025 11:43 am

Bangladesh Protest: ତଳ ମହଲାରେ ନିଆଁ ଲଗାଇଦେଲେ ଦଙ୍ଗାକାରୀ, ୯ମ ମହଲାରେ ୩ଘଣ୍ଟା କାଳ ଫସିରହିଲେ ୨୮ସାମ୍ବାଦିକ

ନୂଆଦିଲ୍ଲୀ : ଗତବର୍ଷ ବାଂଲାଦେଶ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ଗୁରୁବାର ମଧ୍ୟରାତ୍ରିରେ ବାଂଲାଦେଶର ଗଣମାଧ୍ୟମକାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରାଯାଇଥିଲା। ଦଙ୍ଗାକାରୀମାନେ ବାଂଲାଦେଶର ଇଂରାଜୀ ଦୈନିକ ଖବରକାଗଜ 'ଦି ଡେଲି ଷ୍ଟାର' କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ପ୍ରାୟ ୨୮ଜଣ ସାମ୍ବାଦିକ କାର୍ଯ୍ୟାଳୟ ଭିତରେ ଥିଲେ। ମୃତ୍ୟୁର ଅତି ପାଖକୁ ଆସିଯାଇଥିଲେ ୩ସାମ୍ବାଦିକ ସୂଚନା ମୁତାବକ, ସାମ୍ବାଦିକ କାର୍ଯ୍ୟାଳୟର ୯ମ ମହଲାରେ ଥିବା ବେଳେ ଦଙ୍ଗାକାରୀମାନେ ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲଗାଇ ଦେଇଥିଲେ। ପ୍ରାୟ ୩ଘଣ୍ଟା କାଳ ୯ମ ମହଲାରେ ଫସିରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜଣାପଡ଼ିଛି। 'ଦି ଡେଲି ଷ୍ଟାର'ର କାର୍ଯ୍ୟାଳୟ ଏବେ ସମ୍ପୂର୍ଣ୍ଣ ଜଳିଯାଇଛି। ଦଙ୍ଗାକାରୀମାନେ ଅନ୍ୟ ଏକ ବାଂଲାଦେଶୀ ଖବରକାଗଜ 'ପ୍ରଥମ ଆଲୋ'ର କାର୍ଯ୍ୟାଳୟକୁ ମଧ୍ୟ ପୋଡ଼ି ଦେଇଥିବା ସାମ୍ନାକୁ ଆସିଛି। ତଳକୁ ଆସିବାକୁ ଚେଷ୍ଟା କରିଥିଲେ ସାମ୍ବାଦିକ ଦଙ୍ଗା ଆରମ୍ଭ ହେବା ଜାଣି ନ୍ୟୁଜରୁମର କର୍ମଚାରୀମାନେ ପ୍ରଥମେ ତଳ ମହଲାକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ଦଙ୍ଗାକାରୀମାନେ ତଳ ମହଲାରେ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ ଏବଂ ପରେ ଏହାର କିଛି ଅଂଶରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗି ଧୁଆଁ ବାହାରିବାରୁ ଆଉ ବାହାରକୁ ଆସିପାରିନଥିଲେ ସାମ୍ବାଦିକମାନେ। ତେଣୁ ସେମାନଙ୍କୁ ବାଧ୍ୟ ହୋଇ ଉପରକୁ ଯିବାକୁ ପଡ଼ିଥିଲା। କିଛି ଘଣ୍ଟା ପରେ ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇବାରୁ ସାମ୍ବାଦିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଆହୁରି ପଢ଼ନ୍ତୁ: Old Man Death Attack Elephant ଖଇରାରେ ଜଙ୍ଗଲୀ ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧ ମୃତ କେମିତି ହେଲା ମୃତ୍ୟୁ? କିଛି ଦିନ ପୂର୍ବରୁ ୩୪ ବର୍ଷୀୟ ହାଦିଙ୍କୁ ଗୁଳି କରାଯାଇଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ସେ ପ୍ରଖର ଭାରତ ବିରୋଧୀ ଭାବେ ଜଣାଶୁଣା ଥିଲେ ।ସେସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇପଡ଼ିଥିଲେ।ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।

ସ୍ତମ୍ଭ 19 Dec 2025 11:26 am

Brown University Shooting Suspect Found Dead After Multi-State Manhunt, Authorities Say

The suspect linked to the Brown University shooting has been found dead, reportedly from a self-inflicted gunshot wound, according to multiple US media reports. Authorities said there is no ongoing threat to the public following the conclusion of a days-long, multi-state manhunt. Law enforcement officials confirmed that the suspect was located near a storage facility […] The post Brown University Shooting Suspect Found Dead After Multi-State Manhunt, Authorities Say appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 10:39 am

4.1-Magnitude Earthquake Hits Afghanistan; No Damage Reported, Situation Remains Normal

A 4.1-magnitude earthquake struck Afghanistan early Friday, according to the National Centre for Seismology (NCS). Authorities confirmed that the situation remains normal, with no immediate reports of casualties or damage. The tremor occurred at 12:14 am IST on December 19 and was recorded at a shallow depth of 10 kilometres, a factor that can intensify […] The post 4.1-Magnitude Earthquake Hits Afghanistan; No Damage Reported, Situation Remains Normal appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 10:31 am

New Epstein Estate Photos Released by US Lawmakers Feature Bill Gates, Noam Chomsky, Steve Bannon

US congressional Democrats have released a new batch of previously unseen photographs from the estate of Jeffrey Epstein, the late financier and convicted sex offender, as part of an ongoing effort to increase public transparency around his activities and associations. The photographs, made public on Thursday by Democrats on the House Oversight Committee, include images […] The post New Epstein Estate Photos Released by US Lawmakers Feature Bill Gates, Noam Chomsky, Steve Bannon appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 10:23 am

New Toll Policy: ନୂଆବର୍ଷରୁ ଗାଡିର ସ୍ପିଡ଼ ଉପରେ ଲାଗିବ ଲଗାମ, ଅଟୋମେଟିକ କଟିବ ଚାଲାଣ

ନୂଆଦିଲ୍ଲୀ: ଯଦି ଆପଣ ରାଜପଥରେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି, ତେବେ ଟିକେ ସତର୍କ ରୁହନ୍ତୁ। କାରଣ କେନ୍ଦ୍ର ସରକାର ଏବେ ଏମିତି ଏକ ଟୋଲ୍ ସିଷ୍ଟମ୍ ଆଣିବାକୁ ଯାଉଛନ୍ତି, ଯାହା ଦ୍ୱାରା ନା ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ, ନା ଜରିମାନାରୁ ବର୍ତ୍ତିଯିବା ସହଜ ହେବ | ବାସ୍ତବରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁଯାୟୀ, ୨୦୨୬ ସୁଦ୍ଧା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ। ନୀତିନ ଗଡ଼କରୀ ସଂସଦରେ କହିଛନ୍ତି ଯେ ୨୦୨୬ ସୁଦ୍ଧା ସମସ୍ତ ଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ନ ଅଟକି ଟୋଲ୍ ପ୍ଲାଜା ଦେଇ ଯାଇପାରିବେ। ଗାଡ଼ିର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରା ଲଗାଯିବ। ତା'ପରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ। ଏହାର ଅର୍ଥ କୌଣସି ନଗଦ ଟଙ୍କା ନାହିଁ, କୌଣସି ବାଧା ନାହିଁ ଏବଂ ଲମ୍ବା ଧାଡ଼ି ନାହିଁ। ଆହୁରି ପଢନ୍ତୁ: Prasad Harichandan: ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେନି ପ୍ରସାଦ ହରିଚନ୍ଦନ ଦ୍ରୁତ ଗତିରେ ଜରିମାନା କିପରି କରାଯିବ? ଏହି ନୂତନ ବ୍ୟବସ୍ଥା ଗତି ଉପରେ ମଧ୍ୟ ନଜର ରଖିବ। ଯଦି କୌଣସି ଗାଡ଼ି ସାଧାରଣ ଅପେକ୍ଷା ଦୁଇଟି ଟୋଲ୍ ପ୍ଲାଜା ମଧ୍ୟରେ ଦ୍ରୁତ ଗତିରେ ପହଞ୍ଚେ, ତେବେ ସିଷ୍ଟମ୍ ଗାଡ଼ିକୁ ଦ୍ରୁତ ଗତିରେ ଚଲାଯାଉଥିବା ଚିହ୍ନଟ କରିବ। ଏପରି ପରିସ୍ଥିତିରେ, ଏକ ଚାଲାଣ ସ୍ୱୟଂଚାଳିତ ଭାବରେ ଜାରି କରାଯିବ। ଗଡକରୀ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସାହାଯ୍ୟରେ କାର୍ଯ୍ୟ କରିବ। ଟୋଲ୍ ପ୍ଲାଜାରେ ଯାନବାହାନ ନ ଅଟକାଇ ଇନ୍ଧନ ସଞ୍ଚୟ ହେବ। ସରକାରଙ୍କ ଅନୁଯାୟୀ, ଏହା ପ୍ରାୟ ୧୫୦୦ କୋଟି ଟଙ୍କାର ଇନ୍ଧନ ସଞ୍ଚୟ କରିବ। ଏହା ସହିତ, ସରକାରଙ୍କ ଜରୁରୀକାଳୀନ ପାଣ୍ଠିରେ ପ୍ରାୟ ୬୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସୃଷ୍ଟି କରିବ। ଏହା ସହିତ, ଟୋଲ୍ ପ୍ଲାଜାରେ କର୍ମଚାରୀଙ୍କ ଆବଶ୍ୟକତା ହ୍ରାସ ପାଇବ, ଯାହା ଦ୍ୱାରା ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ଆହୁରି ପଢନ୍ତୁ: Narendra Modi: ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ ରାସ୍ତାର ଗୁଣବତ୍ତା ଉପରେ ସରକାରଙ୍କ ଦୃଷ୍ଟିକୋଣ ନୀତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର କେବଳ ଜାତୀୟ ରାଜପଥ ପାଇଁ ଦାୟୀ, ରାଜ୍ୟ, ସହର କିମ୍ବା ଗ୍ରାମାଞ୍ଚଳ ରାସ୍ତା ପାଇଁ ନୁହେଁ। ସେ କହିଛନ୍ତି ଯେ ୭୦% ଅଭିଯୋଗ ସେହି ରାସ୍ତାଗୁଡିକର ଆସୁଛି ଯେଉଁ ରାସ୍ତାଗୁଡ଼ିକର କେନ୍ଦ୍ର ସରକାରଙ୍କର କିଛି ସମ୍ପର୍କ ନାହିଁ | ଜାତୀୟ ରାଜପଥରେ ନିମ୍ନମାନର କାମ କରୁଥିବା ଠିକାଦାରମାନଙ୍କୁ ଏବେ ଦୁଇ ବର୍ଷ ପାଇଁ କଳା ତାଲିକାଭୁକ୍ତ କରାଯିବ। ଆବଶ୍ୟକ ହେଲେ, କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ସ୍ତମ୍ଭ 19 Dec 2025 10:20 am

Farmers Strike Sambalpur ଚାଷୀ ସଂଗଠନ ପକ୍ଷରୁ ଆଜି ସମ୍ବଲପୁର ବନ୍ଦ ପାଳନ

ସମ୍ବଲପୁର : ଟୋକନ୍‌ ସମସ୍ୟା ସମାଧାନ ଦାବିରେ ଆଜି ଚାଷୀ ସଂଗଠନ ପକ୍ଷରୁ ଆଜି (୧୯ ତାରିଖରେ) ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ ହେଉଛି। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ଏହାର ନେତୃତ୍ବ ନେଉଛଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ମୁଖପାତ୍ର ସରୋଜ ମହାନ୍ତି ଓ ଚାଷୀ ନେତା ବ୍ୟୋମକେଶ ଠାକୁର ଏବଂ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଏହାର ନେତୃତ୍ବ ନେଉଛନ୍ତି। ଏହାର ପ୍ରଭାବରେ ବସ୍ ଚଳାଚଳ ବନ୍ଦ ରହିଛି। ଦୋକାନବଜାର ସକାଳୁ ଖୋଲିନାହିଁ। ତେବେ ଅନ୍ୟାନ୍ୟ ବ୍ୟବସ୍ଥା ସ୍ବାଭାବିକ ରହିଛି। ଏହା ପୂର୍ବରୁ ୧୬ ତାରିଖରେ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସହଯୋଗ ପାଇଁ ଶ୍ରମିକ, ବ୍ୟବସାୟିକ, ପରିବହନ ସହିତ ସଂପୃକ୍ତ ଅନୁଷ୍ଠାନ, ସାମାଜିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଆଜି ବରେଇପାଲି ମଣ୍ଡିରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। କୃଷକ ସଙ୍ଗଠନର କହିବା ମୁତାବକ ଟୋକନ୍‌ ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଥିଲେ। ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ଗିରଫ କଲା ପ୍ରଶାସନ। ସେପଟେ ଟୋକନ୍‌ ପ୍ରସଙ୍ଗରେ ଶାସକ ବିଜେପି ଦଳ ବିରୋଧୀ ବିଜେଡିକୁ ଟାର୍ଗେଟ୍‌ କରୁଛି, ଅଥଚ ଟୋକନ୍‌ ବାବଦରେ ମୁହଁ ଖୋଲୁନି। ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ପଞ୍ଜୀକୃତ ୬୫ ହଜାର ୧୪୩ ଚାଷୀଙ୍କ ମଧ୍ୟରୁ ୬୧ ହଜାର ୮୯୨ ଜଣଙ୍କୁ ଟୋକନ୍‌ ମିଳିଛି। ୨ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ୍‌ ମିଳିନାହିଁ। ଯେଉଁମାନଙ୍କୁ ମିଳିଛି କେବଳ ଗୋଟିଏ ଟୋକନ୍‌ ମିଳିଥିବାରୁ ସବୁ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଧାନର ଅଭାବୀ ବିକ୍ରି ବଢ଼ିବାରେ ଲାଗିଛି। ଗୋଟିଏ ମାସ ବିଳମ୍ବରେ ମଣ୍ଡି ଖୋଲିବା ପରେ ମଧ୍ୟ ଚାଷୀଙ୍କୁ ଟୋକନ୍‌ ମିଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସମସ୍ୟା ଛତିଶଗଡ଼ରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ସମସ୍ୟା କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉପୁଜିଥିବା ସ୍ପଷ୍ଟ। ଏହି ବୈଠକରେ କୃଷକ ନେତା ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ସୁଶାନ୍ତ ପଣ୍ଡା, ତରଣୀସେନ ଭୋଇ, ଦୋଳଗୋବିନ୍ଦ ନାୟକ, ଉମେଶ ମିଶ୍ର, ଭୈରବ ପ୍ରଧାନ, ଦିଲୀପ ସାହୁ, ବିପିନ ଭୋଇ, ସଞ୍ଜୀବ ବାରିକ, ଜୟନାରାୟଣ ସାହୁ, ଦିଲୀପ ମହାପାତ୍ର, ନନ୍ଦଲାଲ ତ୍ରିପାଠୀ, କାଶୀ ବିଶ୍ୱନାଥ, ସନ୍ତୋଷ ତେଲେଂଗା, ସରୋଜ ମହାପାତ୍ର, ଅଶ୍ୱିନୀ ହୋତା, ଅଶ୍ୱିନୀ ମହାପାତ୍ର, ଦାମୋଦର ପ୍ରଧାନ, ଯୋଗେଶ ଭୋଇ, ସୀତାକାନ୍ତ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଣେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଥିଲେ ଯେ, କୃଷକ ସଂଗଠନ ପକ୍ଷରୁ ଆଗାମୀ ଡିସେମ୍ବର ୧୯ ତାରିଖରେ ହେବାକୁ ଥିବା ଚାଷୀ ଭାଇମାନଙ୍କ ସମ୍ବଲପୁର ବନ୍ଦ ଡାକରାକୁ ବିଜୁ ଜନତା ଦଳ(ବିଜେଡି) ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି। ଏହି ବନ୍ଦ ଡାକରାରେ ଦଳ ସାମିଲ ମଧ୍ୟ ହେବ।

ସ୍ତମ୍ଭ 19 Dec 2025 10:07 am

Delhi Chokes Under Severe Air Pollution as AQI Crosses 400 in Several Areas; Dense Fog Disrupts Flights

Delhi remained gripped by a worsening air pollution crisis on Friday as dense fog and hazardous air quality continued to blanket the national capital, severely impacting visibility, public health, and flight operations. According to official data, the city’s overall Air Quality Index (AQI) stood at 387, categorised as very poor. However, multiple locations recorded AQI […] The post Delhi Chokes Under Severe Air Pollution as AQI Crosses 400 in Several Areas; Dense Fog Disrupts Flights appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:58 am

Bangladesh Sees Fresh Unrest as Mob Attacks Prothom Alo and The Daily Star Offices Following Political Killing

Fresh violence erupted in Bangladesh late Wednesday night after unidentified groups attacked the offices of two of the country’s most prominent newspapers—Prothom Alo and The Daily Star—in Dhaka’s Karwan Bazar area. According to reports from civil society platform Nagorik, a group of individuals vandalised both media establishments shortly after midnight. The Daily Star’s office was […] The post Bangladesh Sees Fresh Unrest as Mob Attacks Prothom Alo and The Daily Star Offices Following Political Killing appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 19 Dec 2025 9:36 am

LIVE | News Updates 19th Dec 2025: ବାଂଲାଦେଶରେ ପୁଣି ଉତ୍ତେଜନା-ହିଂସା, ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା, ଆଜି ଶେଷ ହେବ ସଂସଦର ଶୀତକାଳୀନ ଅଧିବେଶନ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

ସ୍ତମ୍ଭ 19 Dec 2025 9:04 am

The disabled: କରୁଣା ଅପେକ୍ଷା‌େର ଭିନ୍ନକ୍ଷମ,ବୟସ୍କ

ଓଡ଼ିଶା ଧୀରେଧୀରେ ବୟସ୍କ ହେଉଛି। ୨୦୩୬ ବେଳକୁ ଏହି ଚିତ୍ର ଆହୁରି ବଦଳିଯିବ। ଏହାକୁ ଦେଖି ରାଜ୍ୟରେ ଭିନ୍ନକ୍ଷମ ଓ ତୃତୀୟଲିଙ୍ଗୀଙ୍କ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ରାଜ୍ୟରେ ଥିବା ବୟସ୍କ ସମ୍ମାନର ସହ ବଞ୍ଚିବେ, ଭିନ୍ନକ୍ଷମ ଓ ତୃତୀୟଲିଙ୍ଗୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ଏଥିପାଇଁ ସରକାରୀସ୍ତରରେ ବ୍ୟାପକ ଯୋଜନା ଆରମ୍ଭ ହୋଇଛି। ଏମାନେ ଦୟା ନୁହେଁ କରୁଣା ଲୋଡୁଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ଏହି ୩ବର୍ଗ ପାଇଁ ଅନେକ ଗୁଡ଼ିଏ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଭିନ୍ନକ୍ଷମ ଓ ବୟସ୍କଙ୍କ ଭତ୍ତା ବଢ଼ିଛି। ତୃତୀୟଲିଙ୍ଗୀଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ ହୋଇଛି। ଶିଶୁଙ୍କଠାରେ କେଉଁ ପ୍ରକାର ଭିନ୍ନକ୍ଷମତା ରହିଛି ତାହାର ଚିହ୍ନଟ ପାଇଁ ପ୍ରସ୍ତୁତି ହୋଇଛି। ଏସବୁ ସତ୍ତ୍ବେ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନାହିଁ। ଭିନ୍ନକ୍ଷମମାନେ ଠିକ୍ ସମୟରେ ପ୍ରମାଣପତ୍ର ପାଇପାରୁ ନାହାନ୍ତି। ବୟସ୍କଙ୍କୁ ଭତ୍ତା ଟଙ୍କା ପାଇଁ ଘୁଷୁଡ଼ି ଘୁଷୁଡ଼ି ସରକାରୀ କାର୍ଯ୍ୟାଳୟ ଯିବାକୁ ପଡ଼ୁଛି। ଏମିତିକି ସେମାନଙ୍କ ଭତ୍ତା ଟଙ୍କା ହଡ଼ପ କରିଦିଆଯାଉଛି। ସରକାରୀ ବ୍ୟବସ୍ଥା ଓ ବାବୁମାନଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନ ଆସିଲେ ଭିନ୍ନକ୍ଷମ ଓ ବୟସ୍କମାନେ ସମ୍ମାନର ସହ ସମାଜରେ ବଞ୍ଚିବା କଷ୍ଟକର ହୋଇପଡ଼ିବ। Subhashit: ସୁଭାଷିତ: କେହି ବୁଝାଇ ପାରିବେନି ଭତ୍ତା ବଢ଼ିଲା, ତଥାପି ଘୁଷୁଡ଼ିଲେ ରାଜ୍ୟ ସରକାର ୮୦ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଓ ୮୦%ରୁ ଅଧିକ ଭିନ୍ନକ୍ଷମ ଙ୍କ ଭତ୍ତା ପରିମାଣ ସାଢ଼େ ୩ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ୮୦ବର୍ଷରୁ ଅଧିକ ଓ ୮୦%ରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ୨.୯ଲକ୍ଷରୁ ଅଧିକ ରହିଛି। ସେହିପରି ଅତିରିକ୍ତ ୮୩ହଜାର ୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩୫ଶହ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନ୍‌ସନ୍‌ ମଞ୍ଜୁର କରାଯାଇଛି। ଶାରୀରିକ ଅକ୍ଷମ ଓ ବୃଦ୍ଧବୃଦ୍ଧା ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ ବୟସ୍କମାନେ ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ରାସ୍ତାରେ ଯାଉଥିବାର ଚିତ୍ର ଜନସାଧାରଣ ଙ୍କୁ ବିଚଳିତ କରିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଜଣେ ବୃଦ୍ଧଙ୍କ କାହାଣୀ ଚର୍ଚ୍ଚାରେ ରହିଥିଲା। ସେହିପରି ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ବୃଦ୍ଧା ଭତ୍ତା ଟଙ୍କା ପାଇଁ ଝୁଡ଼ିରେ ୩ କିମି ବୁହା ହେବା ଘଟଣା ମଧ୍ୟ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ରକୁ ସାମନାକୁ ଆଣିଥିଲା। କେବଳ ସେତିକି ନୁହେଁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥିବାର ଅଭିଯୋଗ ଆସୁଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରେ ଏଭଳି ଜଣେ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବା ରୁ ବଞ୍ଚିତ ହୋଇଥିବା ନଜରକୁ ଆସିଥିଲା। ରାଜ୍ୟର କେତେକ ସ୍ଥାନରେ ବୃଦ୍ଧବୃଦ୍ଧାଙ୍କ ଟଙ୍କା ହଡ଼ପ କରାଯାଇଥିବାର ଖବର ମଧ୍ୟ ବେଶ ଆଲୋଡ଼ନା ସୃଷ୍ଟି କରିଥିଲା। Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି ପ୍ରମାଣପତ୍ର ପାଇଁ ହନ୍ତସନ୍ତ ରାଜ୍ୟର ଭିନ୍ନକ୍ଷମମାନେ ପ୍ରମାଣପତ୍ର ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭିନ୍ନକ୍ଷମଙ୍କୁ ଦିଆଯାଉଥିବା ସ୍ବତନ୍ତ୍ର କାର୍ଡ(ୟୁଡିଆଇଡି) ରାଜ୍ୟର ବହୁ ଜିଲ୍ଲାରେ ତ୍ବରାନ୍ବିତ ହୋଇପାରୁନାହିଁ। ବିଧାନସଭାର ଷ୍ଟାଣ୍ଡିଂ କମିଟି ଚିନ୍ତା ପ୍ରକଟ କରିବା ପରେ ଅଧିକ ମେଡିକାଲ ବୋର୍ଡ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ମେଡିକାଲ ବୋର୍ଡ ଗଠନ ପାଇଁ ସାମାଜିକ ସୁରକ୍ଷା ବିଭାଗ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଏଥିରେ ବି ସମସ୍ୟା ଉପୁଜିଥିଲା। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ୧୪ଟି ମେଡିକାଲ କଲେଜରେ ଏହି ବ୍ୟବସ୍ଥା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ପ୍ରସ୍ତାବ ଦେଇଥିଲା। କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୟୁଜର ଆଇଡି ଓ ଲଗ୍‌ ଇନ୍‌ ବ୍ୟବସ୍ଥା କରାଯାଇଛି। ୟୁଡିଆଇଡି ପୋର୍ଟାଲରେ ଏସ୍‌ସିବି ମେଡିକାଲ, ଏମ୍‌କେସିଜି ବ୍ରହ୍ମପୁର, ଭିମ୍‌ସାର, ବୁର୍ଲା, ବାଲେଶ୍ବର, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, କଳାହାଣ୍ଡି, ଯାଜପୁର, ବାରିପଦା, ସୁନ୍ଦରଗଡ଼, ପୁରୀ, ଅନୁଗୁଳ ଓ କନ୍ଧମାଳ ମେଡିକାଲ କଲେଜ କୁ ସାମିଲ କରାଯାଇଛି। ଘର ପାଖରେ ୧୦୦ଦିନର କାମ ରାଜ୍ୟରେ ଅନେକ ଭିନ୍ନକ୍ଷମ ପରିବାର ଚଳାଇବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି। ଏହାର ବଦଳରେ ଭିନ୍ନକ୍ଷମଙ୍କୁ ୧୦୦ଦିନର କାମ ଦେବା ପାଇଁ ସରକାର ବଡ଼ ଯୋଜନା କରିଛନ୍ତି। ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଦିବ୍ୟାଙ୍ଗଙ୍କ ସ୍ବାର୍ଥକୁ ଅଗ୍ରାଧିକାର ମିଳିବ। ସେମାନଙ୍କୁ ଜବ୍‌କାର୍ଡ ମିଳିବ। ସ୍ବାମୀ ଓ ସ୍ତ୍ରୀ ଉଭୟ ଭିନ୍ନକ୍ଷମ ଥିଲେ ସେମାନଙ୍କୁ ଗୋଟିଏ ଜବ୍‌କାର୍ଡ ମିଳିବ। ପଞ୍ଚାୟତ ଅଧିକାରୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିବେ। ଭିନ୍ନକ୍ଷମ ଶକ୍ତି ଗ୍ରୁପ୍ ଗଠନ ହେବ। ଏହି ଗ୍ରୁପ୍ ଜରିଆରେ ପଞ୍ଚାୟତ ଓ ବ୍ଲକ୍ ଅଧିକାରୀ ଭିନ୍ନକ୍ଷମଙ୍କ ଭଲ ମନ୍ଦ ବୁଝିବେ। ମହିଳା ଭିନ୍ନକ୍ଷମଙ୍କ ପିଲାଙ୍କ ଯତ୍ନ ପାଇଁ କ୍ରେଚ୍ ସୁବିଧା ମଧ୍ୟ ରହିବ। ଭିନ୍ନକ୍ଷମ ମା’ମାନେ କାମ କରିବାକୁ ଗଲେ ଗ୍ରୁପ୍‌ର ଜଣେ ମହିଳା ଭିନ୍ନକ୍ଷମ ଏହି କ୍ରେଚ୍‌ରେ ଆୟା ଭାବେ ରହିବେ। ପିଲାଙ୍କ ଯତ୍ନ ନେବା ପାଇଁ ସେମାନଙ୍କୁ ମନରେଗାରେ ମଜୁରି ମିଳିବ। ସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ଯୋଜନାର ଯେପରି ସଫଳ ରୂପାୟନ କରିବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଆଧାରରେ ଭିନ୍ନକ୍ଷମ ନୀତି ରାଜ୍ୟରେ ଥିବା ଭିନ୍ନକ୍ଷମଙ୍କୁ ଗୁରୁତ୍ବ ମିଳିବ। ସେମାନଙ୍କ ପାଇଁ ଆସିବ ଭିନ୍ନକ୍ଷମ ନୀତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ ୨୦୧୬ ଅନୁଯାୟୀ ଏହି ନୀତି ପ୍ରଣୟନ କରାଯିବ। ଏଥିପାଇଁ ଏକ ୧୬ଜଣିଆ ଚିଠା କମିଟି ଗଠନ କରାଯାଇଛି। ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜରେ କିଭଳି ସମାନ ଅଧିକାର ପାଇବେ, ସଶକ୍ତ ହୋଇପାରିବେ ତାହା ଉପରେ ଏହି କମିଟି ବିଶେଷ ଧ୍ୟାନ ଦେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ‌ହୋଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ଏହି କମିଟି ନୀତି ପ୍ରଣୟନ କରିବେ। ଭିନ୍ନକ୍ଷମ ଓ ବୟସ୍କଙ୍କୁ ସମ୍ଭାଳିବେ କର୍ପୋରେଟ୍‌ ଓଡ଼ିଶା ଧୀରେଧୀରେ ବୟସ୍କ ରାଜ୍ୟ ଆଡ଼କୁ ଗତି କରୁଛି। ରାଜ୍ୟରେ ବୟସ୍କ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ଆଶ୍ରୟ ପାଇଁ ସରକାର ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ(ଆଇଆଇସି) ନିର୍ମାଣ କରିଛନ୍ତି। ବର୍ତ୍ତମାନସୁଦ୍ଧା ୮ଟି ଆଇଆଇସି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪ଟି ନିର୍ମାଣ ଜାରି ରହିଛି। ୩୦ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ହେଲେ ୧୨ହଜାରରୁ ଅଧିକ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଥିରେ ଆଶ୍ରୟ ମିଳିବ। ଏଣିକି ଆଇଆଇସିକୁ ଏନ୍‌ଜିଓ ଓ କର୍ପୋରେଟ୍‌ ହାଉସ୍‌ ଦ୍ବାରା ପରିଚାଳନା କରାଯିବ। ଆଇଆଇସି ଗୁଡ଼ିକରେ ମେଡିକାଲ ଯତ୍ନ, ଥେରାପ୍ୟୁଟିକ ସେବା, କାଉନ୍‌ସେଲିଂ ଓ ଅନ୍ୟାନ୍ୟ ସେବା ଉପଲବ୍ଧ ହେବ। ଯେଉଁ କର୍ପୋରେଟ୍‌ ହାଉସ ଆଇଆଇସି ପରିଚାଳନା ପାଇଁ ଚୟନ ହେବ ସେମାନଙ୍କୁ ୩ ବର୍ଷ ପାଇଁ ପରିଚାଳନା ଦାୟିତ୍ବ ମିଳିବ। କାମକୁ ଦେଖି ଆଉ ୨ବର୍ଷ ପାଇଁ ଚୁକ୍ତିନାମାକୁ ବୃଦ୍ଧି କରାଯିବ। କର୍ପୋରେଟ୍‌ ହାଉସ୍ ଭଳି ଏନ୍‌ଜିଓଙ୍କୁ ମଧ୍ୟ ସମାନ ଅବଧି ପାଇଁ ପରିଚାଳନା ଦାୟିତ୍ବ ମିଳିବ। ରାଜ୍ୟରେ ଧୀରେଧୀରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ପୁନର୍ବାସ ଓ ଥଇଥାନ ଦିଗରେ ଆଇଆଇସି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ତୃତୀୟଲିଙ୍ଗୀଙ୍କ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ତୃତୀୟଲିଙ୍ଗୀଙ୍କ ପାଇଁ ଖୁସି ଖବର। ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଗଠନ ହେବ ତୃତୀୟଲିଙ୍ଗୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)। ମହିଳା ଏସ୍‌ଏଚ୍‌ଜି ଢାଞ୍ଚାରେ ଏହାକୁ ଗଠନ କରାଯିବ। ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ଗୋଷ୍ଠୀ ଭିତ୍ତିକ ସଂଗଠନ(ସିବିଓ) କିମ୍ବା ଏନ୍‌ଜିଓଙ୍କ ଜରିଆରେ ଏହାକୁ ଗଠନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ପର୍ଯ୍ୟନ୍ତ ‘ସ୍ବୀକୃତି’ ‌ଯୋଜନାରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମରେ କେତେକ ସଂଶୋଧନ କରାଯାଇଛି। ଯେଉଁ ଜିଲ୍ଲାରେ ତୃତୀୟଲିଙ୍ଗୀଙ୍କ ସଂଖ୍ୟା ଅଧିକ ରହିଛି ସେସବୁ ଜିଲ୍ଲାରେ ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯିବ। ଖୁସି ଆଣିଲା ‘କଲ୍ୟାଣ ବୋର୍ଡ’ ରାଜ୍ୟରେ ଥିବା ତୃତୀୟଲିଙ୍ଗୀଙ୍କ ପୁନର୍ବାସ ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ପ୍ରତି ୩ମାସରେ ଥରେ ବୋର୍ଡର ବୈଠକ ବସିବ। ଏଥିରେ ୧୬ଜଣ ସଦସ୍ୟ ରହିଛନ୍ତି। ଆସନ୍ତା ୩ବର୍ଷ ପାଇଁ ଏହି ବୋର୍ଡ କାର୍ଯ୍ୟ କରିବ। ତୃତୀୟଲିଙ୍ଗୀମାନଙ୍କ ଶିକ୍ଷା, ନିଯୁକ୍ତି, ଗୃହ ଓ ସ୍ବାସ୍ଥ୍ୟ ଯୋଜନାର ତଦାରଖ କରିବା ସହ ସେମାନଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରର ସୁରକ୍ଷା କରିବା ଦିଗରେ ବୋର୍ଡ କାର୍ଯ୍ୟ କରିବ। ସେହିପରି ଜିଲ୍ଲାସ୍ତରରେ ତୃତୀୟଲିଙ୍ଗୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଉପଯୁକ୍ତ କାର୍ଯ୍ୟକାରିତାର ତଦାରଖ, କେନ୍ଦ୍ର-ରାଜ୍ୟ ସରକାରଙ୍କ ଭିତରେ ସମନ୍ବୟ ରକ୍ଷା, ତୃତୀୟଲିଙ୍ଗୀଙ୍କ ପାଇଁ ଥିବା ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟରେ ବର୍ତ୍ତମାନ ୩୧୭୨ଜଣ ତୃତୀୟଲିଙ୍ଗୀ ରହିଛନ୍ତି। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ଆର୍ଥିକ ଭାବେ ସୁଦୃଢ଼ କରିବା ପାଇଁ ସରକାର ‘ସ୍ବୀକୃତି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ତୃତୀୟଲିଙ୍ଗୀଙ୍କୁ ଦକ୍ଷତା ବିକାଶ ତାଲିମ, ଛାତ୍ରବୃତ୍ତି, ବ୍ୟକ୍ତିତ୍ବ ବିକାଶ ପ୍ରଶିକ୍ଷଣ, ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ସଚେତନତା କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରାଯାଇଛି। ଗତ ୨୦ବର୍ଷ ଧରି ରାଜ୍ୟରେ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ ପାଇଁ ବିଭିନ୍ନ ସମୟରେ ତୃତୀୟଲିଙ୍ଗୀ ସଂଗଠନମାନେ ଦାବି କରିଆସୁଥିଲେ। ଜନ୍ମରୁ ଭିନ୍ନକ୍ଷମ ଶିଶୁଙ୍କୁ ଖୋଜିବେ ସରକାର ରାଜ୍ୟରେ ଜନ୍ମରୁ ୬ବର୍ଷ ଭିତରେ କେତେ ସଂଖ୍ୟାରେ ଭିନ୍ନକ୍ଷମ ଶିଶୁ ରହିଛନ୍ତି ତାକୁ ସରକାର ଖୋଜିବେ। ସାମାଜିକ ସୁରକ୍ଷା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିତଭାବେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଯାହାଫଳରେ ଭିନ୍ନକ୍ଷମ ଶିଶୁଙ୍କ ଉପଯୁକ୍ତ ଯତ୍ନ, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ପୁନର୍ବାସକୁ ଗୁରୁତ୍ବ ଦିଆଯାଇପାରିବ। ଶିଶୁଙ୍କ ନିକଟରେ କେଉଁ ପ୍ରକାରର ଭିନ୍ନକ୍ଷମତା ରହିଛି ତାହାର ଠିକ୍ ଓ ବ୍ୟାପକ ତଥ୍ୟ ସଂଗ୍ରହ କରାଯିବ। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ କରିବେ। ମେଡିକାଲ ରେକର୍ଡ ଅନୁସାରେ ଶିଶୁଠାରେ କେଉଁ ପ୍ରକାରର ଓ କେତେ ପରିମାଣର ଭିନ୍ନକ୍ଷମତା ରହିଛି ତାହାର ଚିହ୍ନଟ କରାଯିବ। ଯେଉଁ ଶିଶୁଙ୍କ ଭିନ୍ନକ୍ଷମତା ତଥ୍ୟ ସଂଗ୍ରହ କରାଯିବ ତାହାକୁ ସଂପୂର୍ଣ୍ଣ ଗୋପନୀୟ ରଖାଯିବ। ବିନା କୌଣସି ବାଛବିଚାର ଓ ପକ୍ଷପାତରେ ତଥ୍ୟ ସଂଗ୍ରହ ହେବ। ସର୍ଭେ ପାଇଁ ପ୍ରତି ଜିଲ୍ଲାକୁ ୧ଲକ୍ଷ ଟଙ୍କା ମିଳିବ। ବାର୍ଷିକ ବଜେଟ୍‌ରେ ୫% ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଭାଗଗୁଡ଼ିକ ନିଜର ବାର୍ଷିକ ବଜେଟ୍‌ରେ ଅତିକମ୍‌ରେ ୫% ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରଖିବେ। ସରକାରଙ୍କ ୪୧ଟି ବିଭାଗ ଏହାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ରାଜ୍ୟରେ ଏବେ ୧୨ଲକ୍ଷ ୪୪ହଜାର ୯୦୨ ଭିନ୍ନକ୍ଷମ ରହିଛନ୍ତି। ଜନସଂଖ୍ୟା ଦୃଷ୍ଟିରୁ ଏମାନଙ୍କ ସଂଖ୍ୟା କମ୍ ହୋଇଥିଲେ ହେଁ ଗ୍ରାମାଞ୍ଚଳ, ପାହାଡ଼ିଆ ଅଞ୍ଚଳ ଓ ଜଙ୍ଗଲରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ବିଭାଗର ସହଯୋଗର ଆବଶ୍ୟକତା ରହିଛି। ୨୦୪୭ ମସିହାରେ ବିକଶିତ ଭାରତ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ରୋଡ୍‌ମ୍ୟାପ୍‌ର ଆବଶ୍ୟକତା ରହିଥିବାରୁ ସମସ୍ତ ବିଭାଗ ଜଣେ ନୋଡାଲ୍‌ ଅଧିକାରୀଙ୍କୁ ନିଯୁକ୍ତ କରିବା ଲାଗି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଧାଡ଼ିରେ ଆସିବାକୁ ବାରଣ ଅନ୍ୟ ରୋଗୀଙ୍କ ପରି ଭିନ୍ନକ୍ଷମ ରୋଗୀମାନେ ହସ୍ପିଟାଲରେ ଧାଡ଼ିରେ ଆସୁଛନ୍ତି। ତେବେ ଭିନ୍ନକ୍ଷମ ରୋଗୀଙ୍କୁ ଧାଡ଼ିରେ ନ ଆସିବା ଲାଗି କୁହାଯାଉ। ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବା ଲାଗି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ପ୍ରସ୍ତାବ ଦିଆଯାଇଛି। ଆଇନ ତଥା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅଗ୍ରାଧିକାର ଦେବା, ଭିନ୍ନକ୍ଷମଙ୍କ ପାଇଁ ଡାକ୍ତରଖାନାରେ ଉପଲବ୍ଧ ବିଭିନ୍ନ ଯୋଜନା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ବିବାହ ପ୍ରୋତ୍ସାହନରେ ଅବ୍ୟବସ୍ଥା ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି। ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ତାଙ୍କୁ ରାଜ୍ୟ ସରକାର ୨.୫ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବେ। ହିତାଧିକାରୀଙ୍କୁ ଏହି ପ୍ରୋତ୍ସାହନ ରାଶି ୩ଟି କିସ୍ତିରେ ପ୍ରଦାନ କରାଯିବ। ପ୍ରୋତ୍ସାହନ ରାଶି ପାଇଁ ଭିନ୍ନକ୍ଷମ ହିତାଧିକାରୀ ବିବାହର ରେଜିଷ୍ଟ୍ରେସନ୍ କରିବାର ବର୍ଷକ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବେ। ବିବାହର ପ୍ରଥମ ବର୍ଷ ପୂରଣ ହେଲେ ୨୫ହଜାର(୧୦%), ଦ୍ବିତୀୟ ବର୍ଷ ପରେ ୨୫ହଜାର(୧୦%) ଓ ତୃତୀୟ ବର୍ଷ ପୂରଣ ପରେ ୨ଲକ୍ଷ ଟଙ୍କା ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ହେଲେ ସମୀକ୍ଷା କରିବା ସମୟରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିନ୍ନକ୍ଷମଙ୍କୁ ବିବାହ କରିଥିବା ଅନେକ ବ୍ୟକ୍ତି ଏଭଳି ଟଙ୍କା ପାଇ ନ ଥିବା ଜଣାପଡ଼ିଥିଲା। ଅନେକ ଲୋକ ବହୁଦିନ ଧରି ଏଥିପାଇଁ ଆବେଦନ କରିଛନ୍ତି। ମାତ୍ର ସେମାନଙ୍କୁ ଏହି ରାଶି ମିଳି ନ ଥିବା ନଜରକୁ ଆସିବା ପରେ ଏହି ବ୍ୟକ୍ତିମାନଙ୍କୁ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସ୍ତମ୍ଭ 19 Dec 2025 8:22 am

VB-G Ram: ଲୋକସଭାରେ ‘ଭିବି-ଜି ରାମ ଜି’ ବିଲ୍‌ ଗୃହୀତ

ନୂଆଦିଲ୍ଲୀ : ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ଆଜି ଲୋକସଭାରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିସନ୍‌ (ଗ୍ରାମୀଣ) (ଭିବି-ଜି ରାମ ଜି) ବିଲ୍‌, ୨୦୨୫ ଗୃହୀତ ହୋଇଛି। ବିରୋଧୀ ସାଂସଦମାନେ ଏହି ବିଲ୍‌କୁ ତୀବ୍ର ବିରୋଧ କରି ଆଜି ଗୃହରେ ଜୋର୍‌ଦାର ହଟ୍ଟଗୋଳ କରିଥିଲେ ଏବଂ ବିଲ୍‌ର କପି ଚିରି ଫୋପାଡ଼ିଥିଲେ। ଏଭଳି ହାଇଡ୍ରାମା ଭିତରେ ବିଲ୍‌ଟି ଗୃହୀତ ‌ହୋଇଛି। ସରକାର ମନରେଗା (ମହାତ୍ମା ଗାନ୍ଧୀ ‌ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (ଏମ୍‌ଜିଏନ୍‌ଆର୍‌ଇଜିଏ) ବ୍ୟବସ୍ଥାକୁ ହଟାଇ ଜାତିର ଜନକଙ୍କୁ ଅପମାନିତ କରିଛନ୍ତି ବୋଲି ବି‌ରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି। Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ବିଲ୍‌କୁ ସମର୍ଥନ କରି ଲୋକସଭାରେ କହିଛନ୍ତି ଯେ ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏନ୍‌ଆର୍‌ଇଜିଏରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା। ଚୌହାନ କହିଛନ୍ତି, ପ୍ରାରମ୍ଭ‌ରେ ଏହା ଏନ୍‌ଆର୍‌ଇଜିଏ ଥିଲା ଏବଂ ଏଥିରେ ମହାତ୍ମା ଗାନ୍ଧୀଙ୍କ ନାଁ ସାମିଲ ନଥିଲା। ପରେ ୨୦୦୯ ଲୋକସଭା ନିର୍ବାଚନ ଆସିବା ସମୟରେ ବାପୁଙ୍କ କଥା ମନେ ପଡ଼ିଲା ଏବଂ ଏହା କେବଳ ଭୋଟ୍‌ ପାଇଁ ହିଁ କରାଯାଇଥିଲା। ତେବେ ମୁଁ ଏହା କହିବାକୁ ଚାହୁଛି ଯେ ଏମଜିଏନ୍‌ଆରଇଜିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ବାରା ଠିକ୍‌ ଭାବେ ଏବଂ ଦୃଢ଼ ଭାବେ କାର୍ଯ୍ୟକାରୀ ହୋଇଛି। ଭିବି ଜି ରାମ ଜି ବିଲ୍‌ ଉପରେ ୮ ଘଣ୍ଟାର ଆଲୋଚନା ଉପରେ ଜବାବ ରଖି ଚୌହାନ କହିଛନ୍ତି, ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପରେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ କାଏମ ରଖିବା ସୁନିଶ୍ଚିତ କରାଯାଇଛି। ଚୌହାନ କହିଛନ୍ତି, କଂଗ୍ରେସ ବାପୁଙ୍କ ବିଚାରଧାରାକୁ ମାରିଦେଇଛି। କିନ୍ତୁ ଏନ୍‌ଡିଏ ପିଏମ୍‌ ଆୱାସ ଯୋଜନା , ଉଜ୍ଜ୍ବଳା ଯୋଜନା, ସ୍ବଚ୍ଛ ଭାରତ, ଆୟୁଷ୍ମାନ ଭାରତ ଦ୍ବାରା ବାପୁଙ୍କ ବିଚାରଧାରାକୁ ଜୀବିତ ରଖିଛି। ଚୌହାନ କହିଛନ୍ତି, ଏହି ବିଲ୍‌ ନିଯୁକ୍ତି ସୁନିଶ୍ଚିତ କରିବ ଏବଂ ସ୍ବାବଲମ୍ବୀ ଗ୍ରାମ ନେଇ ମହାତ୍ମା ଗାନ୍ଧୀ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ କରିବାରେ ସହଯୋଗ କରିବ। ଭିବି-ଜି ରାମ ଜି ବିଲ୍‌ ଗ୍ରାମର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ସହ ଗ୍ରାମଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରିବ ବୋଲି ସେ କହିଛନ୍ତି। Father and mother: ବାପାମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା ଗ୍ରାମୀଣ ନିଯୁକ୍ତ ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବା ବିରୋଧରେ ଆଜି ବିରୋଧୀ ସାଂସଦମାନେ ଲଗାତାର ସ୍ଲୋଗାନ ଦେଇ ହଟ୍ଟଗୋଳ ଜାରି ରଖିଥିଲେ। ସେମାନେ ବିଲ୍‌ର କପି ଚିରି ଏହାକୁ ବାଚସ୍ପତିଙ୍କ ଆସନ ଆଡ଼କୁ ଫୋପାଡ଼ିବାରୁ ହଙ୍ଗାମା ବଢ଼ିଥିଲା। ଅନ୍ୟପକ୍ଷେ ଆଜି ବିରୋଧୀ ସାଂସଦମାନେ ବିଲ୍‌ ପ୍ରତ୍ୟାହାର ଦାବିରେ ସଂସଦ ଭବନ ପରିସରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିଲ୍‌ ଗାନ୍ଧୀଜୀଙ୍କ ପ୍ରତି ଏବଂ କାମ କରିବାର ଅଧିକାର ପ୍ରତି ଏକ ଅପମାନ ବୋଲି କହିଛନ୍ତି। ମକର ଦ୍ବାରରେ ଆଜି ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ‌ ସୋନିଆ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। Life mantra: ଜୀବନ-ମନ୍ତ୍ର: ଅଲଣା ଓଷା କଥା ଉଲ୍ଲେଖଯୋଗ୍ୟ, ଜି ରାମ ଜି ବିଲ୍ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ ଦିନର ମଜୁରୀ ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରୁଛି। ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ଅଣକୁଶଳୀ ହସ୍ତକୃତ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିବେ, ସେମାନଙ୍କୁ ଏହି ଯୋଜନା ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରିବ। ରାଜ୍ୟସଭାରେ ପାରିତ ହେଲା ‘ଶାନ୍ତି’ ବିଲ୍‌ ବିରୋଧୀ ଦଳମାନଙ୍କ ଜୋର୍‌ଦାର ବିରୋଧ ମଧ୍ୟରେ ରାଜ୍ୟସଭାରେ ଆଜି ସ୍ଥାୟୀ ପରମାଣୁ ଶକ୍ତି ସଂଗ୍ରହ ଓ ଭାରତ ରୂପାନ୍ତରଣ ନିମନ୍ତେ ଅଗ୍ରଗତି (ଶାନ୍ତି) ବିଧେୟକ, ୨୦୨୫ ଗୃହୀତ ହୋଇଛି। ଏହି ବିଲ୍‌ ଭାରତର ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିଦେବାକୁ ଲକ୍ଷ୍ୟ ରଖିଛି, ଯାହାକୁ ସରକାର ଦେଶର ଶକ୍ତି ସୁରକ୍ଷା ଓ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ପାଇଁ ଅତ୍ୟାବଶ୍ୟକ ବୋଲି କହୁଛନ୍ତି। ଗତକାଲି ଲୋକସଭାରେ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଏହା ଗୃହୀତ ହୋଇଥିବା ବେଳ ଆଜି ରାଜ୍ୟସଭାରେ ଏହା ଗୃହୀତ ହେବା ସରକାରଙ୍କୁ ଆଶ୍ବସ୍ତ କରିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ଉପସ୍ଥାପନ କରି କହିଥିଲେ ଯେ ଏହା ଭାରତକୁ ୨୦୪୭ ସୁଦ୍ଧା ୧୦୦ ଜିଗାୱାଟ୍ ପରମାଣୁ କ୍ଷମତା ହାସଲ କରାଇବ ଏବଂ ଶାନ୍ତିପୂର୍ଣ୍ଣ ଉପଯୋଗକୁ ପ୍ରୋତ୍ସାହିତ କରିବ। ସାଂସଦ ସୁଧା ମୂର୍ତ୍ତି ବିଲ୍‌କୁ ସମର୍ଥନ କରି କହିଛନ୍ତି ଯେ ପରମାଣୁ ଶକ୍ତିକୁ ଧ୍ୱଂସାତ୍ମକ ଘଟଣା ସହ ଯୋଡ଼ି ଦେଖାଯାଏ, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଉପଯୋଗରେ ବ୍ୟବହାର ହୋଇପାରିବ। ସରକାର ଦାବି କରିଛନ୍ତି ଯେ ଏହା ନିବେଶ ଆକର୍ଷଣ କରି ନୂଆ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ପାଇଁ ରାସ୍ତା ଖୋଲିବ ଏବଂ ସୁରକ୍ଷା ମାନଦଣ୍ଡକୁ କଡ଼ାକଡ଼ି ରଖିବ। କଂଗ୍ରେସ୍, ତୃଣମୂଳ କଂଗ୍ରେସ୍, ଡିଏମ୍‌କେ, ଆମ୍ ଆଦ୍‌ମୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳମାନେ କହିଛନ୍ତି ଏବଂ ଏହି ନୂଆ ବିଲ୍‌ ସୀମିତ ଧନୀ ଗୋଷ୍ଠୀଙ୍କ ଦ୍ବାରା ପରମାଣୁ କ୍ଷେତ୍ରର ନିୟନ୍ତ୍ରଣ ପାଇଁ ରାସ୍ତା ଖୋଲିଦେବ। ଟିଏମ୍‌ସି ସାଂସଦ ସୌଗତ ରାୟ କହିଛନ୍ତି ଯେ କଡ଼ା ନିୟନ୍ତ୍ରଣ ବିନା ଘରୋଇ ଭାଗିଦାରୀ ବିପଜ୍ଜନକ। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ସରକାରଙ୍କ ପଦକ୍ଷେପ ପରମାଣୁ କ୍ଷେତ୍ରକୁ ବିପଦସଙ୍କୁଳ କରିବ। ବିରୋଧୀ ଦଳମାନେ ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବାକୁ ଦାବି କରି ରାଜ୍ୟସଭାରେ ମଧ୍ୟ କଡ଼ା ବିରୋଧ କରିଥିଲେ।

ସ୍ତମ୍ଭ 19 Dec 2025 8:05 am

Subhashit: ସୁଭାଷିତ: କେହି ବୁଝାଇ ପାରିବେନି

ଜଣେ ଖୁବ୍‌ ଧନୀ ବ୍ୟକ୍ତି ଥିଲେ। ଦାମୀ ପୋଷାକ ପିନ୍ଧୁଥିଲେ। ଭଲ ଭଲ ଖାଦ୍ୟ ଖାଉଥିଲେ। ମଉଜ ମଜଲିସରେ ଦିନ କାଟୁଥିଲେ। ତାଙ୍କ ପ୍ରାସାଦ ନିକଟରେ ପଡ଼ି ରହିଥିଲା ଜଣେ ଗରିବ ‌ଭିକାରି। ନାଆଁ ତା’ର ଲାଜରସ। ଦେହସାରା ଘା-ଘାଉଡ଼। ଖୁବ୍‌ କ୍ଷୀଣ ଓ ରୁଗ୍‌ଣ ଥିଲା ତା’ର ଶରୀର। କୁକୁରମାନେ ତା’ ଘାଆକୁ ଚାଟୁଥିଲେ। ସେ ଧନିକଙ୍କ ଘରୁ ଫୋପଡ଼ା ଯାଉଥିବା ଖାଦ୍ୟ ପାଇବା ପାଇଁ ସେଠାରେ ପଡ଼ି ରହିଥିଲା। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ ଦିନେ ଧନିକ ଓ ଭିକାରି ଉଭୟେ ମରିଗଲେ। ଭିକାରି ଲାଜରସ୍‌କୁ ଦେବଦୂତମାନେ ଅବ୍ରାହମଙ୍କ‌ ଶରଣକୁ ନେଇଗଲେ। ଧନୀକ ଜଣକ ନର୍କର ନିଆଁରେ ଜଳିଲେ, କଷ୍ଟ ପାଇଲେ।ଦୂରରୁ ଭିକାରି ଲାଜରସଙ୍କ ସୁଖପୂର୍ଣ୍ଣ ଅବସ୍ଥା ଦେଖି ଧନୀକ ଡାକ ପକାଇଲେ- ହେ ପିତା ଅବ୍ରାହମ୍‌! ମୋ ଉପରେ ଦୟା କରନ୍ତୁ। ଲାଜରସକୁ କୁହନ୍ତୁ, ସେ ନିଜ ଆଙ୍ଗୁଠିକୁ ପାଣିରେ ବୁଡ଼ାଇ ମୋ ଶୁଖିଲା ପାଟିରେ ଟୋପାଏ ଦେଉ !ଅବ୍ରାହମ୍‌ ଉତ୍ତର ଦେଲେ- ଏହା ସମ୍ଭବ ନୁହେଁ। ଜୀବନରେ ଦୁଃଖ ପାଇଥିବା ବ୍ୟକ୍ତି ଆଜି ସୁଖ ପାଉଛି, ଆଉ ତାହାର ଠିକ୍‌ ଓଲଟା ବି ଘଟିଛି। ଆମ ଭିତରେ ଓ ତୁମ ଭିତରେ ଅଛି ଏକ ଗଡ଼ଖାଇ ଭଳି ପାର୍ଥକ୍ୟ। ଏଣୁ ଏଠାରୁ କେହି ଯିବାକୁ ଚାହିଁଲେ ବି ତୁମ ପାଖକୁ ଯାଇ ପାରିବେ ନାହିଁ। Horoscope 2025 December 19: ଜାଣନ୍ତୁ ଆଜିର ରାଶିଫଳ ଏହା ପରେ ଧନିକ ଅନୁରୋଧ କଲେ- ଲାଜରସକୁ ମୃତ୍ୟୁଲୋକର ମୋ ପିତାଙ୍କ ଘରକୁ ପଠାଇ ଦିଅନ୍ତୁ। ସେ ମୋର ପାଞ୍ଚ ଭାଇଙ୍କୁ ବୁଝାନ୍ତୁ, ଯାହାଦ୍ବାରା ସେମାନେ ମୋ ଭଳି ନର୍କ ଯନ୍ତ୍ରଣା ନ ଭୋଗନ୍ତୁ। କାରଣ ଆମ ଭଳି ମୃତକଙ୍କ ପାଖରୁ କେହି ତାଙ୍କ ପାଖକୁ ଫେରି ବୁଝାଇଲେ ହିଁ ସେମାନେ ବୁଝିବେ। ପଶ୍ଚାତ୍ତାପ କରିବେ। ଅବ୍ରାହମ୍‌ଙ୍କର ଉତ୍ତର ଥିଲା- ଯଦି ସେମାନେ ପୈଗମ୍ବର ମଜେସ୍‌ ଓ ଅନ୍ୟ ଈଶ୍ବରଦୂତଙ୍କ କଥା ଶୁଣୁ ନାହାନ୍ତି, ତା’ହେଲେ ସେମାନେ ମୃତ୍ୟୁରୁ ଜୀବନ ପାଇଥିବା ବ୍ୟକ୍ତିଙ୍କୁ ବି ବିଶ୍ବାସ କରିବେ ନାହିଁ।ଏହା ହେଉଛି ‘ବାଇବେଲ୍‌‘ରେ ବର୍ଣ୍ଣିତ ପ୍ରଭୁ ଯୀଶୁଙ୍କ ମୁଖନିଃସୃତ ବାଣୀ। ଏହା ମାଧ୍ୟମରେ ସେ ଜଣାଇ ଦେଇଛନ୍ତି- ଯେ ମଣିଷ ନିଜ ମାଧ୍ୟମରେ ହିଁ ପ୍ରକୃତ ସତ୍ୟର ଅନୁଭବ ପାଏ। କୌଣସି ଜୀବନ୍ତ କିମ୍ବା ମୃତ ବା ସିଦ୍ଧ, ଶାସ୍ତ୍ରବର୍ଣ୍ଣିତ ତଥ୍ୟ ଏହି ଅନୁଭବ ପ୍ରଦାନ କରିପାରେ ନାହିଁ। କାରଣ ସେମାନଙ୍କୁ ମଣିଷମାନେ ସମ୍ମାନ ଦେଉଥିଲେ ମଧ୍ୟ, ସଂପୂର୍ଣ୍ଣ ଭାବେ ବିଶ୍ବାସ କରି ପାରନ୍ତି ନାହିଁ। ପ୍ରକୃତ ବିଶ୍ବାସ ଆସେ ନିଜର ଅନୁଭୂତିରୁ। ପ୍ରଭୁ ଯୀଶୁ ବି ଈଶ୍ବରାନୁଭୂତି ଲାଭ କରିଥିଲେ ନିଜର ପ୍ରଚେଷ୍ଟା ଓ ଅନୁଭୂତିରୁ।ଏଣୁ ଚାଲନ୍ତୁ, ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ, ପବିତ୍ର ବଡ଼ଦିନରେ ନିଜସ୍ବ ଅନୁଭୂତିକୁ ଈଶ୍ବରାନୁଭୂତିରେ, ତାଙ୍କ ପ୍ରତି ବିଶ୍ବାସରେ ପରିବର୍ତ୍ତିତ କରିବା ପାଇଁ ପ୍ରୟାସ କରିବା।

ସ୍ତମ୍ଭ 19 Dec 2025 8:01 am

Thick smog: ଦିଲ୍ଲୀରେ ଘନ ଧୂଆଁକୁହୁଡ଼ି

ନୂଆଦିଲ୍ଲୀ: ଗୁରୁବାର ଘନ ଧୂଆଁକୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାର୍‌ଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ଡିଆଇଏଏଲ୍) ଅନୁଯାୟୀ, ପ୍ରତିକୂଳ ପାଗ ଯୋଗୁଁ ମୋଟ ୧୬ଟି ପ୍ରସ୍ଥାନ ଓ ୧୧ଟି ଆଗମନୀ ବିମାନ ବାତିଲ କରାଯାଇଛି। କମ୍ ଦୃଶ୍ୟମାନତା ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଅନେକ ଅତିରିକ୍ତ ବିମାନରେ ବିଳମ୍ବ ହୋଇଥିଲା। Father and mother: ବାପାମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା ଗୁରୁବାର ସକାଳେ ଜାରି କରାଯାଇଥିବା ଏକ ଯାତ୍ରୀ ପରାମର୍ଶାବଳିରେ ଡିଆଇଏଏଲ୍ କହିଛି ଯେ ବିମାନବନ୍ଦରରେ ବିମାନ ଚଳାଚଳ କ୍ୟାଟ୍‌-୩ ଅବସ୍ଥାରେ କରାଯାଉଛି, ଯାହା ଅତ୍ୟନ୍ତ ଖରାପ ଦୃଶ୍ୟମାନତା ସମୟରେ ବ୍ୟବହୃତ ଏକ ପ୍ରୋଟୋକଲ୍। ଡିଆଇଏଏଲ୍ କହିଛି ଯେ ଘନ ଧୂଆଁକୁହୁଡ଼ି ହେତୁ ବିମାନ ଚଳାଚଳ ବର୍ତ୍ତମାନ କ୍ୟାଟ୍‌-୩ ଅବସ୍ଥାରେ ଅଛି, ଯାହା ବିଳମ୍ବ କିମ୍ବା ବ୍ୟାଘାତର କାରଣ ହୋଇପାରେ। କ୍ୟାଟ୍‌-୩ ଅପରେସନ୍ ଅଧୀନରେ, ଉଭୟ ପାଇଲଟ୍ ଓ ବିମାନ ସ୍ୱଳ୍ପ-ଦୃଶ୍ୟମାନ ଅବସ୍ଥାରେ ନିରାପଦରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରମାଣପତ୍ର ଓ ତାଲିମ ଆବଶ୍ୟକତା ପୂରଣ କରିବା ଆବଶ୍ୟକ। ସମସ୍ତ ବିମାନ ଓ କର୍ମଚାରୀ ଏହିପରି ଅବତରଣ ପାଇଁ ସଜ୍ଜିତ ନୁହନ୍ତି, ଯାହା ପ୍ରାୟତଃ ବିଳମ୍ବ କିମ୍ବା ବାତିଲ କରାଇଥାଏ। କ୍ୟାଟ୍‌-୩ ଏକ ଉନ୍ନତ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ୍ (ଆଇଏଲ୍‌ଏସ୍‌) ପଦ୍ଧତିକୁ ବୁଝାଏ ଯାହା ରନୱେ ଭିଜୁଆଲ୍ ରେଞ୍ଜ (ଆର୍‌ଭିଆର୍) ୫୦ରୁ ୨୦୦ ମିଟର କମ୍ ହେଲେ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥାଏ- ସାଧାରଣତଃ ଘନ ଧୂଆଁକୁହୁଡ଼ି, ପ୍ରବଳ ବର୍ଷା କିମ୍ବା ତୁଷାରପାତ ସମୟରେ। Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ ୧୬ ରାଜ୍ୟ ପାଇଁ ସତର୍କ ସୂଚନା ଗୁରୁବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ଘନ ଧୂଆଁକୁହୁଡ଼ି ଦେଖିବାକୁ ମିଳିଛି। ଏହାଦ୍ୱାରା ଅନେକ ଅଞ୍ଚଳରେ ଦୃଶ୍ୟମାନତା ହ୍ରାସ ପାଇଥିଲା। ଘନ ଧୂଆଁକୁହୁଡ଼ି ଦେଇ ଯାଉଥିବା ଯାନବାହନ ରାସ୍ତାରେ ଗୁରୁଣ୍ଡୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଗୁରୁବାର ଦେଶର ୧୬ଟି ରାଜ୍ୟ ପାଇଁ ଧୂଆଁକୁହୁଡ଼ି ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଘନରୁ ଅତି ଘନ ଧୂଆଁକୁହୁଡି ରହିବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶାରେ ମଧ୍ୟ ଧୂଆଁକୁହୁଡ଼ି ରହିବ। ଏଥିସହ ଦୃଶ୍ୟମାନତା କମ୍ ରହିବ, ଯାହା ସଡ଼କ, ରେଳ ଓ ବିମାନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ କହିଛି। ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ଘନ ଧୂଆଁକୁହୁଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ସତର୍କସୂଚନା ଜାରି କରିଛି, ଯେଉଁଠାରେ ଦୃଶ୍ୟମାନତା ୫୦ ମିଟରରୁ ତଳକୁ ଖସିପାରେ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡର ପଶ୍ଚିମାଞ୍ଚଳ ପାଇଁ ଶୀତ ଲହରି ଚେତାବନୀ ଜାରି କରାଯାଇଛି। ତାମିଲନାଡ଼ୁ, କେରଳ ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ବଜ୍ରପାତ ସହିତ ବର୍ଷା ହୋଇପାରେ। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ ରେକର୍ଡ କରାଯାଇଛି। ଧୂଆଁ ଓ କୁହୁଡିର ଏକ ମୋଟା ସ୍ତର ଦୃଶ୍ୟମାନତାକୁ ହ୍ରାସ କରିଛି। ବିଷାକ୍ତ ବାୟୁକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ଗ୍ରାପ୍-୪ ପ୍ରତିବନ୍ଧକ ଲାଗୁ କରାଯାଇଛି। ବିଏସ୍-୩ ପେଟ୍ରୋଲ ଗାଡ଼ି ଓ ବିଏସ୍-୪ ଡିଜେଲ ଗାଡ଼ି ଦିଲ୍ଲୀରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସ୍ତମ୍ଭ 19 Dec 2025 7:57 am

Father and mother: ବାପାମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା

ଜୌନପୁର: ୬୦ ବର୍ଷ ବୟସ୍କ ନିଖୋଜ ଦମ୍ପତିଙ୍କୁ ଖୋଜିବାକୁ ଯାଇ ଉତ୍ତରପ୍ରଦେଶର ଜୌନପୁର ପୁଲିସ ଏକ ଭୟଙ୍କର ଯୁଗ୍ମ ହତ୍ୟାକାଣ୍ଡର ପର୍ଦାଫାସ କରିଛି। ଜଣେ ଇଞ୍ଜିନିୟର ଅମ୍ବେଶଙ୍କୁ ତାଙ୍କ ପିତାମାତା ଶ୍ୟାମ ବାହାଦୁର (୬୨) ଓ ବବିତା (୬୦)ଙ୍କୁ ହତ୍ୟା କରି ସେମାନଙ୍କ ଶରୀରକୁ କରତରେ କାଟି ନଦୀରେ ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଅମ୍ବେଶ ଓ ତାଙ୍କ ପିତାମାତାଙ୍କ ମଧ୍ୟରେ ତାଙ୍କ ମୁସଲମାନ ପତ୍ନୀଙ୍କୁ ନେଇ ଝଗଡ଼ା ହୋଇଥିଲା। ଅମ୍ବେଶ ଓ ତାଙ୍କ ପତ୍ନୀ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପତ୍ନୀ ଙ୍କୁ ଭରଣପୋଷଣ ଦେବା ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା। ସେ ବାପାଙ୍କୁ ଟଙ୍କା ମାଗିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହାପରେ ପିତାମାତାଙ୍କ ସହ ବିବାଦ ହତ୍ୟାରେ ଶେଷ ହୋଇଥିଲା। Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ ଡିସେମ୍ବର ୧୩ ତାରିଖରେ ଅମ୍ବେଶଙ୍କ ଭଉଣୀ ବନ୍ଦନା ଜୌନପୁରର ଜାଫରାବାଦ ପୁଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ପିତାମାତା ଓ ଭାଇ ନିଖୋଜ ଅଛନ୍ତି। ଡିସେମ୍ବର ୮ ତାରିଖରେ ଅମ୍ବେଶ ତାଙ୍କୁ ଫୋନ୍ କରି କହିଥିଲେ ଯେ ସେମାନଙ୍କ ପିତାମାତା ଯୁକ୍ତିତର୍କ ପରେ ଘରୁ ଚାଲିଯାଇଛନ୍ତି ଏବଂ ସେ ସେମାନଙ୍କୁ ଖୋଜିବାକୁ ଯାଉଛନ୍ତି। ଏହାପରେ ଅମ୍ବେଶଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଶେଷରେ ବନ୍ଦନା ପୁଲିସରେ ଅଭିଯୋଗ କରିଥିଲେ। ବନ୍ଦନାଙ୍କୁ ଅମ୍ବେଶଙ୍କ କଲ୍ ଓ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହେବାକୁ ନେଇ ପୁଲିସ ସନ୍ଦେହ କରିଥିଲା। ଏକ ସପ୍ତାହ ପରେ ଯେତେବେଳେ ସେମାନେ ଅମ୍ବେଶଙ୍କୁ ଧରିଲେ, ପଚରାଉଚରା ପରେ ସେ ସତ ସ୍ୱୀକାର କରିଥିଲେ। Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍‌, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍‌ ଶ୍ୟାମ ବାହାଦୁର ନାମକ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀ ବବିତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ। ପୁଅ ଅମ୍ବେଶ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ। ପିତାମାତା ଏହି ବିବାହକୁ ଗ୍ରହଣ କରି ନ ଥିଲେ ଏବଂ କହିଥିଲେ ଯେ ସେମାନେ ମୁସଲମାନ ବୋହୂଙ୍କୁ ଘରେ ପ୍ରବେଶ କରିବାକୁ ଦେବେ ନାହିଁ। କିଛିଦିନ ତଳେ ଅମ୍ବେଶ ତାଙ୍କ ପିତାଙ୍କୁ ଟଙ୍କା ମାଗିଥିଲେ। ଶ୍ୟାମ ବାହାଦୁର ମନା କରିବାରୁ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅମ୍ବେଶ ତାଙ୍କ ମା’ ବବିତା ଓ ପିତା ଶ୍ୟାମ ବାହାଦୁ ଶିଳପୁଆରେ ନିର୍ମମ ଆକ୍ରମଣ କରିଥିଲେ। ପିତାମାତାଙ୍କୁ ହତ୍ୟା କରିବା ପରେ ଅମ୍ବେଶ ପ୍ରମାଣ ନଷ୍ଟ କରିବାକୁ ପିତାମାତାଙ୍କ ଶରୀରକୁ କରତରେ ଛଅ ଖଣ୍ଡ କରି କାଟି ଅଖାରେ ପୂରାଇ ଏକ ନଦୀରେ ଫିଙ୍ଗି ଦେଇଥିଲେ।

ସ୍ତମ୍ଭ 19 Dec 2025 7:51 am

Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ

ଭୁବନେଶ୍ବର/ଧଉଳି: ‘ମୁଁ ଜେଲ୍‌ ରୁ ଫେରିଥିବାରୁ ପରଦିନ ସନ୍ଧ୍ୟାରେ ୫ ଜଣ ସାଙ୍ଗ ଦୟା ନଈପଠାରେ ଏକାଠି‌ହୋଇ ବିୟର ପାର୍ଟି କରିଥିଲୁ। ନିଶା ବି ଜୋର ଚଢ଼ିଥାଏ। ଏହି ସମୟରେ ନିଛାଟିଆ ରାସ୍ତାରେ ପୁଅଝିଅଙ୍କୁ ଦେଖି ଅଟକାଇ ଦେଲୁ। ଜୋସ୍‌ରେ ଥିବାରୁ ଯୁବକଙ୍କୁ ମାଡ଼ମାରିବା ସହ ତାଙ୍କ ବାନ୍ଧବୀକୁ ଛଡ଼ାଇ ନେଇ ବଣକୁ ପଳାଇଥିଲୁ। ଆଉ ତାଙ୍କ ସହ ଦୁଷ୍କର୍ମ କରିଥିଲୁ।’ ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଶିଶୁପାଳଗଡ଼ ପାଇକରା ଭୋଇସାହିର ସତ୍ୟ ପ୍ରକାଶ ହାତୀ ଓରଫ ହାପି(୨୫) ଏଭଳି ଲୋମଟାଙ୍କୁରା ବୟାନ ପୁଲିସକୁ ଦେଇଛି। ତେବେ ସେ ଘଟଣା ଦିନ କିଭଳି ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରିଥିଲା? କେମିତି ଆକ୍ରମଣ କରି ଲୁଟ୍‌ ପରେ ଯୁବକଙ୍କୁ ରକ୍ତାକ୍ତ କରି ଫୋପାଡ଼ିଥିଲେ? ତାର ସିନ୍‌ରିକ୍ରିଏସନ୍‌କରି ପୁଲିସକୁ ଦେଖାଇଥିଲା। ଦିନ ପାଖାପାଖି ସାଢ଼େ ୧୦ଟା ସମୟରେ ସ୍ପେସାଲ ସ୍କ୍ବାଡ୍‌ଓ ଧଉଳି ଥାନା ପୁଲିସର ୩ଟି ଟିମ୍‌ତାକୁ ଘଟଣାସ୍ଥଳ କୁ ନେବା ପରେ ସେ ସେହି ଲୋମଟାଙ୍କୁର ଦୃଶ୍ୟର ନାଟ୍ୟରୂପାନ୍ତର କରିଥିଲା। ସିନ୍‌ରିକ୍ରିଏସନ୍‌ପରେ ତାକୁ ଥାନାକୁ ଆଣି ବିଏନ୍‌ଏସ୍‌ଏସ୍‌ଦଫା-୧୮୦ରେ ବୟାନ ରେକର୍ଡ କରାଯାଇଥିଲା। Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍‌, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍‌ ଜେରା ବେଳେ ସେ କହିଥିଲା ଯେ ଗତ ୯ ତାରିଖ ଦିନ ସେ (ହାପି) ଝାରପଡ଼ା ଜେଲ୍‌ରୁ ଜାମିନ୍‌ରେ ଆସିବା ପରେ ତା’ର ଗ୍ୟାଙ୍ଗର ବିଭୁପ୍ରସାଦ ମିଶ୍ର, କାଳନ୍ଦୀ ପାତ୍ର, ସାଗର ଓ ନରେଶକୁ ନେଇ ନଈପଠାରେ ବିୟର ପାର୍ଟି କରିଥିଲା। ସେମାନେ ନଈପଠା ରାସ୍ତାରେ ବସିଥିବା ବେଳେ ଯୁବକ ଓ ତାଙ୍କ ସହ ଥିବା ଝିଅଟିକୁ ଦେଖି ପ୍ରଥମେ ଅଟକାଇଥିଲେ। ସେମାନେ କିଏ ? କାହିଁକି ଏପଟେ ଯାଉଛନ୍ତି? ଉଭୟଙ୍କ ସମ୍ପର୍କରେ ଟିକିନିଖି ବୁଝିଥିଲେ। ପ୍ରେମୀଯୁଗଳ ଜାଣିବା ପରେ ସେମାନେ ଏଠାକୁ ଖରାପ କାମ କରିବା ପାଇଁ ଆସିଥିବା ସନ୍ଦେହ କରିଥିଲେ। ଏହାପରେ ଯୁବକ କୁ ନିସ୍ତୁକ ମାଡ଼ମାରି ତାଙ୍କଠାରୁ ଯୁବତୀଙ୍କୁ ଛଡ଼ାଇ ନିକାଞ୍ଚନ ବଣକୁ ନେଇଯାଇଥିଲେ। ଏପଟେ ଦୁଇଜଣ ସାଙ୍ଗ ଯୁବକଙ୍କୁ କାବୁ କରି ମାଡ଼ମାରି ଲହୁଲୁହାଣ କରିଥିବା ବେଳେ ସେପଟେ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଉଭୟଙ୍କଠାରୁ ଗହଣା ଓ ଟଙ୍କା ଛଡ଼ାଇ ନେଇ ସେଠାରୁ ଫେରାର୍‌ ହୋଇଯାଇଥିଲେ। A sick elephant: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ, ଦୁର୍ବଳ ହେଉଛି ଦନ୍ତା ନାବାଳିକା ଜଣକ ୧୩ ତାରିଖରେ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇ ପ୍ରଥମେ ବିଭୁ ଓ କାଳନ୍ଦୀକୁ ଗିରଫ କରିଥିଲା। ସେମାନଙ୍କୁ ଜେରା କରି ଅନ୍ୟ ୩ଜଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାପି ଫେରାର୍‌ ହୋଇଯିବାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଥିଲା। ତାର ଅପରାଧିକ ଇତିହାସ ଲମ୍ବା ଥିବାରୁ, ସେ ରାଜ୍ୟ ବାହାରକୁ ଚାଲିଯିବାର ଆଶଙ୍କା ଥିଲା। ତେଣୁ ତାକୁ କାବୁ କରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ପୁଲିସକୁ ନେଇ ସ୍ବତନ୍ତ୍ର ଟିମ୍‌ଗଠନ କରାଯାଇଥିଲା। ହାପି ଗଞ୍ଜାମ‌ ଦେଇ ରାଜ୍ୟ ବାହାରକୁ ଫେରାର୍‌ ପୂର୍ବରୁ ବୁଧବାର ରାତିରେ ସ୍ପେସାଲ୍‌ସ୍କ୍ବାଡ୍‌ +ଓ ଧଉଳି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ତାକୁ ଗଞ୍ଜାମରୁ ଗିରଫ କରିଥିଲେ।‌ଜେରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ସହଯୋଗୀ ସାଗର ଓ ନରେଶ ଫେରାର୍‌ଥିବାରୁ ଉଭୟଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ପାଇଁ କୋର୍ଟରେ ପୁଲିସ ଆବେଦନ କରିଛି। କୋର୍ଟରୁ ଅନୁମତି ପରେ ଖୁବ୍‌ଶୀଘ୍ର ଟିଆଇ ପରେଡ୍‌କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସ୍ତମ୍ଭ 19 Dec 2025 7:41 am

Life mantra: ଜୀବନ-ମନ୍ତ୍ର: ଅଲଣା ଓଷା କଥା

ପୌଷମାସ ହେଉଛି ସୂର୍ଯ୍ୟଙ୍କ ମାସ। କାରଣ, ଏହି ମାସର ରବିବାରଗୁଡ଼ିକରେ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ। ଏଥିପାଇଁ ଓଡ଼ିଆରେ ବେଶ୍‌ କେତୋଟି ‘ପୁଷ ରବିବାର ବ୍ରତକଥା’ ଅଛି। ‘ପୌଷ’ ଏକ ଚାନ୍ଦ୍ର ମାସ। କାରଣ, ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟାନକ୍ଷତ୍ରରେ ଅବସ୍ଥାନ କରନ୍ତି। କିନ୍ତୁ ସୂର୍ଯ୍ୟଙ୍କର ଗୋଟିଏ ନାଆଁ ମଧ୍ୟ ‘ପୁଷାନ୍‌’। ସେ ଏକ ବୈଦିକ ଦେବତା। ସେ ସମୃ୍ଦ୍ଧିର ଦେବତା। ତେଣୁ ପାରମ୍ପରିକ ଭାବରେ ପୌଷ ରବିବାରଗୁଡ଼ିକରେ ସୂର୍ଯ୍ୟପୂଜା କରାଯାଇ ସମୃଦ୍ଧି କାମନା କରାଯାଇଥାଏ। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ‘ପୁଷ ରବିବାର ବ୍ରତକଥା’ ପରି, ‘ଅଲଣା ଓଷାକଥା’ ମଧ୍ୟ ଓଡ଼ିଶାରେ ଓ ଓଡ଼ିଆରେ ପ୍ରଚଳିତ ଅଛି। ଏହା ସୌରମାସ ଅନୁସାରେ ପାଳିତ ହୁଏ। ଧନୁ ମାସର ରବିବାରଗୁଡ଼ିକରେ ଏହି ବ୍ରତ ପାଳିତ ହୁଏ ଏବଂ ମକର ସଂକ୍ରାନ୍ତିଠାରୁ ଆଉ ପାଳିତ ହୁଏ ନାହିଁ। ଏହା ମଧ୍ୟ ସୂର୍ଯ୍ୟ ଦେବତାଙ୍କର ଏକ ବ୍ରତ। ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ବ୍ରତ ଅନୁସାରେ ସୂର୍ଯ୍ୟପୂଜା କରାଯାଏ।ଏହି ବ୍ରତକଥା ଅନୁସାରେ- ଗୋଟିଏ ଦେଶରେ ଚକୁଳିଆ ପଣ୍ଡାଟିଏ ଥାଏ। ତା’ର ପରିବାର କହିଲେ ସ୍ତ୍ରୀ ଓ ଦୁଇଝିଅ। ସେମାନେ କଷ୍ଟେ ମଷ୍ଟେ ଚଳନ୍ତି। ଦିନେ ଚକୁଳିଆ ପଣ୍ଡା ତା’ ସ୍ତ୍ରୀକୁ କହିଲା- ଦିନେ ପଛେ ଉପାସ ରହିବା, ପିଠା କରି ଖାଇବା। ଝିଅଙ୍କୁ ପିଠା ଦେବା ନାହିଁ। ପଣ୍ଡିଆଣୀ ମାଗିଯାଚି ବିରି, ଚାଉଳ ସଂଗ୍ରହ କରି ପିଠା କଲା। କିନ୍ତୁ ପିଠା କଲାବେଳେ ଝିଅ ଦୁହେଁ ଉଠି ପଡ଼ିଲେ। ତେଣୁ ତାଙ୍କୁ ଗୋଟିଏ ଗୋଟିଏ ପିଠା ଦେଲା।ପିଠା ଖାଇବା ବେଳେ ପଣ୍ଡାର ସନ୍ଦେହ ହେଲା, ଯେ ପଣ୍ଡିଆଣୀ ଝିଅଦୁହିଁଙ୍କୁ ପିଠା ଦେଇଛି। ତେଣୁ ମାମୁ ଘରକୁ ବୁଲାଇ ନେବ କହି ସେ ଦୁଇଝିଅଙ୍କୁ ନେଇ ଜଙ୍ଗଲରେ ଛାଡ଼ି, ଲୁଚି ପଳାଇ ଆସିଲା। ବଡ଼ ଝିଅ ଭାବିଲା- ବାପାକୁ ବାଘ ଖାଇଗଲା। କିନ୍ତୁ ସାନ ଝିଅ କହିଲା- ଆମେ ପିଠା ଖାଇଥିବାରୁ ବାପା ଆମକୁ ଜଙ୍ଗଲରେ ଛାଡ଼ିଦେଲା। ସେଇ ଜଙ୍ଗଲରେ ଥିଲେ ଜଣେ ବାପାସାଆନ୍ତ। ସେ ଆସି ଝିଅ ଦୁହିଁଙ୍କ କଷ୍ଟ ଦେଖି ପଚାରିଲେ- ସ୍ତ୍ରୀ ହୋଇ ରହିବ ନା ଝିଅ ହୋଇ ରହିବ? ଝିଅ ଦୁହେଁ କହିଲେ- ଝିଅ ହୋଇ ରହିବୁ। ତେଣୁ ବାପା ସାଆନ୍ତେ ତାଙ୍କୁ ନିଜ ଘରେ ଝିଅ କରି ରଖିଲେ। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ କିଛି ଦିନ ପରେ ଧନୁ ସଂକ୍ରାନ୍ତି ଆସିଲା। ଅଲଣା ଓଷା ପଡ଼ିଲା। ସ୍ବର୍ଗରୁ ଦେବନାରୀମାନେ ମର୍ତ୍ତ୍ୟକୁ ଆସି ସେହି ଓଷା ପୂଜିଲେ। ସେମାନେ କଦଳୀ ଚୋପା, ନଡ଼ିଆ ଆଦି ଯାହା ଯାହା ଛାଡ଼ିଗଲେ, ସେଥିରେ ଓଷା ପୂଜା କରିବାକୁ ବାପା ସାଆନ୍ତେ ଝିଅ ଦୁହିଁଙ୍କୁ କହିଲେ। ଝିଅ ଦୁହେଁ ‌ସେହି ଓଷା ପୂଜିବାରୁ ଚକୁଳିଆ ପଣ୍ଡାର ଅଚଳାଚଳ ସଂପତ୍ତି ହେଲା। ବାପା ସାଆନ୍ତଙ୍କ ନିର୍ଦ୍ଦେଶରେ ଝିଅ ଦୁହେଁ ନିଜ ଘରକୁ ଫେରିଲେ। କିନ୍ତୁ ସେମାନେ ଖଳା ବାଡ଼ିରେ ଓଷା ପୂଜା କରିବାରୁ ଚକୁଳିଆ ପଣ୍ଡା ତାଙ୍କୁ ପୁଣି ଘରୁ ତଡ଼ିଦେଲା।ସେହି ସମୟରେ ମନ୍ତ୍ରୀପୁଅ ଓ ରାଜାପୁଅ ପାରିଧିରେ ଆସି ଦୁହିଁଙ୍କୁ ଦେଖିଲେ। ରାଜାପୁଅ ବଡ଼ଝିଅକୁ ଓ ମନ୍ତ୍ରୀପୁଅ ସାନଝିଅକୁ ବାହା ହେଲେ।କିନ୍ତୁ ବଡ଼ଝିଅ ରାଣୀ ହେବା ପରେ ଆଉ ଓଷା ପୂଜା ନ କରିବାରୁ ତା’ର ଧନ କ୍ଷୟ ହେଲା।ଏଣୁ ଏହି ଓଷାପୂଜା କଲେ ସମୃଦ୍ଧି ଘଟେ ଏବଂ ସନ୍ତାନ ସନ୍ତତିଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।

ସ୍ତମ୍ଭ 19 Dec 2025 7:30 am

Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍‌, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍‌

ଭୁବନେଶ୍ବର: ଭୁବନେଶ୍ବର ରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ। ତାହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍‌-ପୁରୀ ରେଳ ସେକ୍ସନରେ ଡବଲ୍ ଡିଷ୍ଟାଣ୍ଟ ସିଗ୍ନାଲିଙ୍ଗ(ଡିଡିଏସ୍‌) କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଇତି ମଧ୍ୟରେ ଅଟୋ ସିଗନାଲିଂ ହୋଇସାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ। ଏହା ଦ୍ବାରା ଟ୍ରେନ୍‌ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। A sick elephant: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ, ଦୁର୍ବଳ ହେଉଛି ଦନ୍ତା ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍‌ ଆଣ୍ଡ୍‌ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ , ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍‌ ହଟ୍‌ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ସିଷ୍ଟମ୍ ଇଣ୍ଟିଗ୍ରେସନ୍‌ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି। ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍‌) ପରିବର୍ତ୍ତନ, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍‌ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି ଷ୍ଟେସନ ରେ ପ୍ୟାନେଲ୍‌ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି। ଉନ୍ନତ ସିଗ୍‌ନାଲିଂ ଆର୍କିଟେକଚରକୁ ନିରାପଦ ଓ ନିର୍ବିଘ୍ନ ଭାବେ ଅନ୍ତର୍ଭୁକ୍ତ କରିବାକୁ ସମସ୍ତ ସିଷ୍ଟମ୍‌ ଇଣ୍ଟିଗ୍ରେସନ୍‌ ଯୋଜନା(ଏସ୍‌ଆଇପି) ଅନୁମୋଦନ କରାଯାଇଛି। ୨୦୨୪ ନଭେମ୍ବରରେ ଟେଣ୍ଡର୍‌ ପରଠାରୁ ପ୍ରକଳ୍ପରେ ଯଥେଷ୍ଟ ଅଗ୍ରଗତି ରେକର୍ଡ କରାଯାଇଛି। ସେକ୍ସନରେ କେପି-୫, କେପି-୯ ଓ କେପି-୧୧ରେ ତିନୋଟି ଲେଭଲ୍ କ୍ରସିଂ ଗେଟ୍‌ ସହିତ ଖୋର୍ଦ୍ଧା ରୋଡ୍ , ହରିପୁର ଗ୍ରାମ, ମୋଟାରି ଓ ଡେଲାଙ୍ଗ ଷ୍ଟେସନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। hri Ram's Path: ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାମ-ଗମନପଥ ପରିଯୋଜନା ଡିଡିଏସ୍‌ ପ୍ରଣାଳୀ ଦ୍ବାରା ଲୋକୋମୋଟିଭ୍‌ ପାଇଲଟ୍‌ମାନଙ୍କୁ ଆଗୁଆ ସିଗନାଲ ସୂଚନା ପାଇବେ। ସିଗନାଲ ଦିଗଗୁଡ଼ିକର ଉନ୍ନତ ପୂର୍ବାନୁମାନ, ସୁଗମ ଗତି ନିୟନ୍ତ୍ରଣ ଓ ସୁରକ୍ଷିତ ହାଇ-ସ୍ପିଡ୍‌ ଟ୍ରେନ୍‌ ପରିଚାଳନା ଦିଗରେ ସହାୟକ ହେବ। ଅଧିକ ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲା ଓ ଦୂରଗାମୀ ଯାତ୍ରୀମାନେ ଉପକୃତ ହେବେ। ଲେଭଲ୍‌ କ୍ରସିଂଗୁଡ଼ିକରେ ଆଧୁନିକ ସିଗ୍‌ନାଲିଂ ସୁରକ୍ଷିତ ସଡ଼କ କ୍ରସିଂ ସୁନିଶ୍ଚିତ କରିବ ଏବଂ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅପେକ୍ଷା ସମୟ ହ୍ରାସ କରିବ। ଭୁବନେଶ୍ବର-ଖୋର୍ଦ୍ଧାରୋଡ୍‌-ପୁରୀ ସେକ୍ସନ୍‌ ଏକ ପ୍ରମୁଖ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ୍‌ କରିଡର ହୋଇଥିବାରୁ ଡିଡିଏସ୍‌ ପ୍ରଣାଳୀ ସୁରକ୍ଷିତ, ଦ୍ରୁତ ଓ ନିର୍ଭରଯୋଗ୍ୟ ରେଳ ସେବା ସୁନିଶ୍ଚିତ କରିବ। ବିଶେଷକରି ରଥଯାତ୍ରା ଓ ପ୍ରମୁଖ ପର୍ବପର୍ବାଣୀ ଭଳି ଯାତ୍ରୀ ଭିଡ଼ ସମୟରେ ଅନେକ ସହାୟକ ହେବ।

ସ୍ତମ୍ଭ 19 Dec 2025 7:24 am

hri Ram's Path: ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାମ-ଗମନପଥ ପରିଯୋଜନା

ମୁଚୁକୁନ୍ଦ ଆଶ୍ରମ: ଛତିଶଗଡ଼ର ଧମତେରୀ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ମେଚକା ଗ୍ରାମ ନିକଟସ୍ଥ ସିହବା ପାର୍ବତୀୟ କ୍ଷେତ୍ର ମଧ୍ୟରେ ରହିଛି ରାଜାଋଷି ମୁଚୁକୁନ୍ଦଙ୍କର ପୁରାତନ ଆଶ୍ରମ। ସୀତାନଦୀ ତଟଦେଶରେ ଥିବା ଏହି ଆଶ୍ରମ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏଠାରେ ଶିବମନ୍ଦିର, ଦୁର୍ଗାମନ୍ଦିର, ରାଣୀଗୁମ୍ଫା ଓ ଶାନ୍ତିକୁଣ୍ଡ ରହିଛି। ତ୍ରେତୟା ଯୁଗରେ ରାମଚନ୍ଦ୍ର ଏଠାକୁ ଆସିଥିଲେ ବୋଲି କଥିତ ଅଛି।ରାମାୟଣ, ମହାଭାରତ ଓ ଭାଗବତ ଆଦି ଗ୍ରନ୍ଥରେ ମୁଚୁକୁନ୍ଦଙ୍କ ସଂପର୍କରେ ବର୍ଣ୍ଣନା ରହିଛି। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ମୁଚୁକୁନ୍ଦ, ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କର ପୂଜକ ଥିଲେ। ଇକ୍ଷ୍ବାକୁ ବଂଶୀୟ ରାଜା ମାନ୍ଧାତାଙ୍କର ପୁତ୍ର ଓ ମହାରାଜ ଅମ୍ବରିଷଙ୍କର ସେ ଭ୍ରାତା ଥିଲେ। ତ୍ରେତୟା ଓ ଦ୍ବାପର ଉଭୟ ଯୁଗରେ ସେ ଜୀବିତ ଥିଲେ। ମହାରାଜ ମୁଚୁକୁନ୍ଦ ପ୍ରବଳ ପ୍ରତାପୀ ବୀର ଥିଲେ। ଏକଦା ଦେବତା ଓ ଅସୁରମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଦେବତାମାନେ ରାକ୍ଷସମାନଙ୍କ ଦ୍ବାରା ପରାଜିତ ହେବାରୁ ସେମାନେ ଆସି ମୁଚୁକୁନ୍ଦଙ୍କର ସାହାଯ୍ୟ ଲୋଡ଼ିଲେ। ମୁଚୁକୁନ୍ଦ ଦେବତାମାନଙ୍କୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ କରିବାକୁ ଗଲେ। ଦୀର୍ଘଦିନ ଯାଏଁ ପ୍ରବଳ ସଂଗ୍ରାମ ଚାଲିଲା। ଦେବତାମାନେ ବିଜୟୀ ହେଲେ।କିନ୍ତୁ ସେତେବେଳକୁ ମର୍ତ୍ତ୍ୟଲୋକରେ ଅନେକ ବର୍ଷ ବିତିଯାଇଥିଲା। ସେତେବେଳକୁ ମୁଚୁକୁନ୍ଦଙ୍କର ବନ୍ଧୁ-ବାନ୍ଧବ, ସଖା-ସମ୍ବନ୍ଧି କେହି ଆଉ ପୃଥିବୀରେ ନ ଥିଲେ। ସେ ଏଥିରେ ଦୁଃଖିତ ହେବାରୁ ଦେବତାମାନେ ତାଙ୍କୁ ମୋକ୍ଷ ବ୍ୟତୀତ ଅନ୍ୟ ଯେକୌଣସି ବର ମାଗିନେବାକୁ କହିଲେ। ଯୁଦ୍ଧକ୍ଳାନ୍ତ ମୁଚୁକୁନ୍ଦ କହିଲେ- ମୁଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଦୀର୍ଘ ସମୟ ଧରି ଶୋଇବାକୁ ଚାହେଁ ଏବଂ କେହି ଯଦି ମୋର ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବ, ମୋ ଆଖି ତା’ ଉପରେ ପଡ଼ିବା ମାତ୍ରେ ସେ ଧ୍ବଂସ ହୋଇଯିବ। ଦେବତାମାନେ ‘ତଥାସ୍ତୁ’ କହି ଚାଲିଗଲେ। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ ମୁଚୁକୁନ୍ଦ ସିହବା ପର୍ବତର ଏକ ଗୁମ୍ଫା ମଧ୍ୟରେ ଯୋଗନିଦ୍ରାରେ ଶୟନ କଲେ। ଏହି ସମୟରେ ତ୍ରେତୟା ଯୁଗ ଶେଷ ହୋଇ ଦ୍ବାପର ଯୁଗର ଆରମ୍ଭ ହୋଇଯାଇଥାଏ। ଶ୍ରୀକୃଷ୍ଣ କଂସ ବଧ ପରେ ମଥୁରାରେ ଥାଆନ୍ତି। କଂସ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କରୁଥାଏ ଏବଂ ଶ୍ରୀକୃଷ୍ଣଙ୍କ ଦ୍ବାରା ପରାଜିତ ହେଉଥାଏ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜରାସନ୍ଧ କାଳଯବନ ନାମକ ଏକ ଯବନରାଜ ସହିତ ସନ୍ଧି କରି ତାକୁ ସଙ୍ଗରେ ଧରି ମଥୁରା ଆକ୍ରମଣ କଲା। ଯୁଦ୍ଧରେ କାଳଯବନର ମୃତ୍ୟୁ ହେବ ନାହିଁ ବୋଲି ଶ୍ରୀକୃଷ୍ଣ ଜାଣିଥିଲେ। ତେଣୁ ସେ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କଲେ। କାଳଯବନ ଶ୍ରୀକୃଷ୍ଣଙ୍କର ଅନୁସରଣ କଲା। ଶ୍ରୀକୃଷ୍ଣ ଚତୁରତାର ସହିତ ମୁଚୁକୁନ୍ଦ ଶୟନ କରିଥିବା ଗୁମ୍ଫା ମଧ୍ୟରେ ପ୍ରବେଶ କଲେ। ତାଙ୍କୁ ଅନୁସରଣ କରି କାଳଯବନ ମଧ୍ୟ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କଲା ଏବଂ ମୁଚୁୁକୁନ୍ଦଙ୍କୁ ଶ୍ରୀକୃଷ୍ଣ ମନେ କରି ତାଙ୍କୁ ପଦାଘାତ କଲା। ମୁଚୁକୁନ୍ଦଙ୍କର ଯୋଗନିଦ୍ରା ଭାଙ୍ଗିଗଲା। ସମ୍ମୁଖରେ ଥିବା କାଳଯବନ ଉପରେ ତାଙ୍କର ଦୃଷ୍ଟି ପଡ଼ିବାରୁ କାଳଯବନ ପୋଡ଼ି ପାଉଁଶ ହୋଇଗଲା। ତାହାପରେ ମୁଚୁକୁନ୍ଦ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ। ତାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ମୁଚୁକୁନ୍ଦ ସିହବା ପରିତ୍ୟାଗ କରି ବଦ୍ରିକା ଯାଇ ତପସ୍ୟା କରି ମୋକ୍ଷ ପ୍ରାପ୍ତ ହେଲେ। ରହିଗଲା ମୁଚୁକୁନ୍ଦଙ୍କର ଏହି ଗୁମ୍ଫା।ପ୍ରାୟ ଏକହଜାର ପାହାଚ ଚଢ଼ି ଏହି ଗୁମ୍ଫା ପାଖରେ ପହଞ୍ଚି ହୁଏ। ଏଠାରେ ରହିଛି ମୁଚୁକୁନ୍ଦଙ୍କର ଆଶ୍ରମ। ଗ୍ରାମବାସୀମାନେ ଏଠାରେ ମୁଚୁକୁନ୍ଦଙ୍କର ଏକ ପ୍ରତିମା ନିର୍ମାଣ କରିଛନ୍ତି। ଏହି ପାହାଡ଼ ଉପରେ ଏକ ପୁଷ୍କରିଣୀ ରହିଛି। ସେହି ପୁଷ୍କରିଣୀର ଜଳ କେବେ ଶୁଖେ ନାହିଁ। ରାମ ଏଠାକୁ ଗମନ କରି ଥିବାରୁ ଏହା ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ରୂପେ ବିବେଚିତ ହେଉଛି। -ଡକ୍ଟର ତୁଳସୀ ଓଝା

ସ୍ତମ୍ଭ 19 Dec 2025 7:00 am

Greetings: ଗ୍ରିଟିଂସ୍‌: କାର୍ଡ ନୁହେଁ, ଥିଲା ‘ସ୍ମୃତିପସରା’

ଟେବୁଲୁ ଉପରେ ଟମାଟୋ ଖଟା..., ସାଙ୍ଗକୁ ମୋର ଟାଟା...। ଗୋଲାପ ଗଛରେ ବହୁତ କଣ୍ଟା... ମନେ ପକାଉଥିବୁ ଘଣ୍ଟାକୁ ଘଣ୍ଟା...। ଏମିତିକା ସବୁ ବାର୍ତ୍ତା ଶୁଣିଲେ ୯୦ ଦଶକ କଥା ମନେ ପଡ଼ିଯାଉଥିବ ନିଶ୍ଚୟ। ନୂଆବର୍ଷ ଆସିଲେ ଏମିତି ଅନେକ ମନର କଥାକୁ ଗ୍ରିଟିଂସ୍‌କାର୍ଡରେ ଲେଖି ସାଙ୍ଗମାନଙ୍କୁ ଦିଆଯାଉଥିଲା। ଏଥିସହ ସାରା ବର୍ଷର ରାଗ ଅଭିମାନ ସେଇଠି ମିଳେଇ ଯାଉଥିଲା। ଗ୍ରିଟିଂସ୍‌ ବେଶୀ ଦାମୀ ନଥିଲେ ବି ବନ୍ଧୁଟିଏ ଅନ୍ତର କଥାକୁ ଲେଖି ନିଜ ପ୍ରିୟ ବନ୍ଧୁଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଥିଲା। ଏହି ଗ୍ରିଟିଂସ୍‌ କେତେବେଳେ ବନ୍ଧୁତ୍ବକୁ ଘନିଷ୍ଠ କରୁଥିଲା ତ ପୁଣି କେବେ ଝଗଡ଼ାକୁ ତୁଟାଉଥିଲା। ପୁଣି ପ୍ରଥମ ପ୍ରେମର ପରିପ୍ରକାଶ ହେଉଥିଲା ଏହି ଗ୍ରିଟିଂସ୍‌ମାଧ୍ୟମରେ। ଗ୍ରିଟିଂସ୍‌ରେ ବିଭିନ୍ନ ଭଗବାନଙ୍କ ଫଟୋ ସହ ସେହି ସମୟର ଚର୍ଚ୍ଚିତ ହିରୋ/ହିରୋଇନ୍‌, ଗୋଲାପଠାରୁ ଆରମ୍ଭ କରି ଫୁଲତୋଡ଼ା ଆଦି ବିଭିନ୍ନ ଫଟୋ ସ୍ଥାନ ପାଉଥିଲା। ଧୀରେଧୀରେ ବିଭିନ୍ନ ଫୋଲ୍ଡିଂ ଓ ମ୍ୟୁଜିକ୍‌ଥିବା ଗ୍ରିଟିଂସ୍‌କାର୍ଡ ଆସିଲା। ପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିସ୍ତାରିତ କଳେବର ଭିତରେ ଉଭେଇଗଲା ଗ୍ରିଟିଂସ୍‌ର ଆଦର। ମୋବାଇଲର ଇଂରାଜୀ, ହିନ୍ଦୀ କୋଟେସନ୍‌ଭିତରେ ହଜିଗଲା ସାଙ୍ଗ ପାଇଁ ଅନ୍ତର ରୁ ଲେଖାଯାଉଥିବା ନିଛକ ଓଡ଼ିଆ ଢଗଢମାଳି। CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ କର୍ପୋରେଟ୍‌ ଗିଫ୍ଟ ପାଇଁ ଶ୍ରେଷ୍ଠ ବିକଳ୍ପ ବାଣୀବିହାର ସ୍ଥିତ ଆର୍ଚିସ୍‌ର ସ୍ବତ୍ବାଧିକାରୀ ଆଶିଷ ଲୋହିଆ କହିଛନ୍ତି, ବିଭିନ୍ନ ଇଂରାଜୀ କୋଟେସନ୍‌ଥିବା ଖ୍ରୀଷ୍ଟମାସ୍, ନୂଆବର୍ଷ ଗ୍ରିଟିଂସ୍‌କାର୍ଡ ଏବେ ବଜାରରେ ଭଲ ଚାଲିଛି। ବଡ଼ ବଡ଼ କର୍ପୋରେଟ୍‌ହାଉସ୍‌ଏହାକୁ ଉପହାର ରୂପେ ଦେବା ପାଇଁ ଅଧିକ ବରାଦ୍‌ଦେଉଛନ୍ତି। ଫଳରେ ଗତ କିଛି ବର୍ଷ ହେଲା ଗ୍ରିଟିଂସ୍‌କାର୍ଡର ବଜାର ବଢ଼ିଛି। ତେବେ ୯୦ ଦଶକରେ ହେଉଥିବା ବେପାରଠାରୁ ଏହା ପାଖାପାଖି ୩୦% କମିଛି ବୋଲି ସେ କହିଛନ୍ତି। ତେବେ ତାଙ୍କ ପାଖରେ ୨୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରିଟିଂସ୍‌ ରହିଛି। ଏହି ୧୦/୧୨ ଦିନରେ ସେ ୭୦ରୁ ୮୦ ଲକ୍ଷ ଟଙ୍କାର କେବଳ ଗ୍ରିଟିଂସ୍‌ ବେପାର କରନ୍ତି ବୋଲି କହିଛନ୍ତି। ତେବେ ଗ୍ରିଟିଂସ୍ ବେପାର ଏବେ କେବଳ କର୍ପୋରେଟ୍‌ ଉପହାର ରେ ଚାଲିଥିବା ସେ କହିଛନ୍ତି। ତେବେ କିଛି ସଉକିଆ ଲୋକ ହାତ ତିଆରି ଗ୍ରିଟିଂସ୍‌ ବି ଖୋଜନ୍ତି। ଏହାର ଦାମ୍‌୫୦ରୁ ଆରମ୍ଭ କରି ୨୦୦ ଟଙ୍କା ଯାଏ ରହୁଛି। ସେହିଭଳି ହାତ ତିଆରି ପେଣ୍ଟିଂ ସହ ମିରର୍‌ୱାର୍କ, ଜଗନ୍ନାଥ, ରାଧାକୃଷ୍ଣଙ୍କ ଚିତ୍ର ଥିବା ଗ୍ରିଟିଂସ୍‌ବି ବଜାର କୁ ଆସିଛି। ଏଗୁଡ଼ିକର ଦାମ୍ ୩୦୦୦ ଟଙ୍କାରୁ ଅଧିକ ରହୁଥିବା ବେଳେ କିଛି କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକ ଏହାକୁ କିଣୁଛନ୍ତି। ପାଖାପାଖି ୨୦୦୭ ପରଠୁ ଗ୍ରିଟିଂସ୍‌ଆଉ ବିକ୍ରି ହେଉ ନଥିବା ବ୍ୟବସାୟୀମାନେ କହିଛନ୍ତି। Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ଗ୍ରିଟିଂସ୍‌ ମାର୍କେଟରେ ତାରକାଙ୍କ କ୍ରେଜ୍‌ ୯୦ ଦଶକରେ ମନୋରଞ୍ଜନ ଜଗତ ଯେ କେତେ ଲୋକପ୍ରିୟ ଥିଲା ତାହା ଗ୍ରିଟିଂସ୍‌କାର୍ଡରୁ ଜଣାପଡ଼ୁଥିଲା। ୯୦ ଦଶକରେ ସିଦ୍ଧାନ୍ତ, ରଚନା, ଜୁହି ଚାୱଲା, ଶାହରୁଖ୍, ସଲ୍‌ମାନ୍‌ଓ ଆମିର୍‌ଖାନ୍‌ଙ୍କ ଫଟୋ ଗ୍ରିଟିଂସ୍‌ଅଧିକ ବିକ୍ରି ହେଉଥିଲା। ଏଥିସହ ସେତେବେଳେ ଆଲ୍‌ବମ୍‌କ୍ରେଜ୍‌ରେ ଥିବାରୁ ଆଲ୍‌ବମ୍‌ଅଭିନେତ୍ରୀଙ୍କ ଫଟୋ ଚିତ୍ର ଥିବା‌ଗ୍ରିଟିଂସ୍‌ର ଚାହିଦା ବି କିଛି କମ୍‌ନଥିଲା। ୯୦ ଦଶକ ପୂର୍ବରୁ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଫଟୋ ଗ୍ରିଟିଂସ୍‌ମଧ୍ୟ କିଛି କମ୍‌ଚାହିଦା‌ରେ ନଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ସାଙ୍ଗମାନଙ୍କୁ ତାଙ୍କ ଚାହିଦାର ତାରକାଙ୍କ ଫଟୋ ଥିବା ଗ୍ରିଟିଂସ୍‌ ଦେବାକୁ ଅଧିକ ପସନ୍ଦ କରୁଥିଲେ। ପଛକୁ ଥିଲା ଗୋଲାପ ଫୁଲ ଓ ଭଗବାନଙ୍କ ଫଟୋଚିତ୍ର ଥିବା ଗ୍ରିଟିଂସ୍। ଏସବୁର ଦାମ୍‌ମାତ୍ର ୫୦ ପଇସା ରହିଥିଲା। ଏହା ପରେପରେ ଆସିଥିଲା କଟିଂ, ଫୋଲ୍‌ଡେଡ୍‌ଓ ମ୍ୟୁଜିକ୍‌ବାଜୁଥିବା ଗ୍ରିଟିଂସ୍‌। କଲେଜ ପିଲାଏ ଏହାକୁ ଅଧିକ କିଣୁଥିବା ବେଳେ ଦାମ୍‌ମଧ୍ୟ ୧୦୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ୨୦୧୦ ଆସୁ ଆସୁ ମୋବାଇଲ୍‌ର କାୟା ବିସ୍ତାର ସହ ଏସବୁ ଚିଠି ଭଳି କୁଆଡ଼େ ଉଭେଇ ଗଲା।

ସ୍ତମ୍ଭ 19 Dec 2025 6:59 am

Goth fashion: ରହସ୍ୟମୟ ଲୁକ୍‌ ଦେଉଛି ‘ଗୋଥ୍‌ ଫ୍ୟାସନ’

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମର ପ୍ରସାର ଯୋଗୁଁ ବର୍ତ୍ତମାନ ଯୁବ ପିଢ଼ି ‘ଗୋଥ୍‌ କଲ୍‌ଚର୍‌’ ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଏବେ ଗୋଥ୍‌ ଗଳ୍ପ, ସଙ୍ଗୀତ ଠାରୁ ଆରମ୍ଭ କରି ପୋଷାକ, ପ୍ରସାଧନ ସାମଗ୍ରୀ, ଅଳଙ୍କାରର କ୍ରେଜ୍‌ ବଢ଼ିବାରେ ଲାଗିଛି। ଓଟିଟି ଫ୍ଲାଟ୍‌ଫର୍ମ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ୱେବ୍‌ ସିରିଜ୍‌ ‘ୱେଡ୍‌ନେସ୍‌ ଡେ’, ଚଳଚ୍ଚିତ୍ର ‘ବିଟଲ୍‌ଜୁସ୍‌-୨’ ହେଉ ଅଥବା ‘ନାଗିନ୍’ ପରି ଡାର୍କ, ରୋମାଣ୍ଟିକ୍‌, ରୋମାଞ୍ଚଭରା ୱେବ୍‌ ସିରିଜ୍, ଚଳଚ୍ଚିତ୍ର, ଧାରାବାହିକ ପ୍ରଭାବ ଯୁବପିଢ଼ି ଙ୍କୁ ଏହି କଲ୍‌ଚର୍‌ ମୁହାଁ କରାଉଛି। CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ଏହି ଚରିତ୍ର ମାନଙ୍କ ଦ୍ୱାରା ଯୁବପିଢ଼ି ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେହିଭଳି ରୂପସଜା କରି ପୋଷ୍ଟ କରୁଛନ୍ତି। ଯୁବପିଢ଼ିଙ୍କର ପସନ୍ଦକୁ ଦୃଷ୍ଟିରେ ରଖି ‘ଡିଓର୍‌’, ‘କିଲ୍‌ଷ୍ଟାର୍‌’, ‘ଫକ୍ସବ୍ଲଡ୍‌’ ପରି ବ୍ରାଣ୍ଡରୁ ଆରମ୍ଭ କରି ବହୁ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ରୋମାଞ୍ଚ ଦେଉଥିବା କଳାରଙ୍ଗର ଡିଜାଇନ ପୋଷାକ ଓ ଅଳଙ୍କାର ବିକ୍ରି କରୁଛନ୍ତି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି ଫ୍ୟାସନ୍‌କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

ସ୍ତମ୍ଭ 19 Dec 2025 6:44 am

Amrit Pidhai Student: ଅମୃତ ପିଢ଼ି ଛାତ୍ର ବିଶ୍ୱସମ୍ମିଳନୀ ଉଦ୍‌ଘାଟିତ,‘ଏଆଇ କ୍ଷେତ୍ରରେ ବଢ଼ିବ ଛାତ୍ରଛାତ୍ରୀଙ୍କ ଦକ୍ଷତା’

ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତା(ଏଆଇ) ହେଉଛି ଭବିଷ୍ୟତ । ଏହା ମନୁଷ୍ୟକୃତ। ଏହାକୁ ଏବେ ମଣିଷ ବ୍ୟବହାର କରୁଛି। ଭବିଷ୍ୟତରେ ଏହାର କିଭଳି ସଦ୍‌ଉପଯୋଗ ହୋଇପାରିବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌) ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଆଜିଠାରୁ ଆରମ୍ଭ ହୋଇଥିବା‌ ଅମୃତ ପିଢ଼ି ଛାତ୍ର ବିଶ୍ୱସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସୂରଜ ଏହା କହିଛନ୍ତି। Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ‘କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା’ ଶୀର୍ଷକ ଉପରେ ବକ୍ତବ୍ୟ ରଖି ସେ କହିଲେ ଏଆଇ ଓ ଏହାର ନୈତିକତା, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ କ୍ଷେତ୍ରରେ ଏଆଇର ଉପଯୋଗ, ସାଇବର ସିକ୍ୟୁରିଟି, ଏଆଇ ଆଧାରିତ ଉଦ୍ଭାବନ ଓ ଷ୍ଟାର୍ଟଅପ୍‌ ଆଦି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ। ଛାତ୍ରଛାତ୍ରୀ ଏଆଇ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ନିଜର ଲିଖିତ ବିଷୟବସ୍ତୁ ଉପସ୍ଥାପିତ କରିପାରିବେ। ବିଶେଷଜ୍ଞଙ୍କ ଦ୍ୱାରା ଚୟନ ହୋଇଥିବା ବିଷୟବସ୍ତୁକୁ ଉତ୍କଳ ବିଶ୍ବବିଦ୍ୟାଳୟ ଜର୍ଣ୍ଣାଲ ଅଫ୍‌ କମ୍ପ୍ୟୁଟିଙ୍ଗ ଆଣ୍ଡ୍‌ କମ୍ୟୁନିକେସନ୍‌ରେ ସ୍ଥାନିତ ହେବ। ଏଆଇକୁ ଉପଯୋଗ କରି ଓଡ଼ିଶା ଓ ଭାରତ କୁ ଏକ ଟେକ୍ନିକାଲ ହବ୍‌ରେ ପରିଣତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ ଉଦ୍‌ଘାଟନୀ ସମାରୋହରେ ରିପବ୍ଲିକ୍‌ ଅଫ କୋରିଆର ଇଞ୍ଜେ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଆଇ କନଭରଜେନ୍ସର ପ୍ରଫେସର ହି ଚେଓଲ କିମ୍‌ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବିଶେଷତା ଓ ଉପଯୋଗିତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, କୁଳସଚିବ ସ୍ୱାତୀ ମିଶ୍ର, ଭିସୁଟ୍‌ କୁଳପତି ପ୍ରଫେସର ଦୀପକ କୁମାର ସାହୁ, କୁଳସଚିବ ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ୨୦ ତାରିଖ ଯାଏ ଚାଲିବାକୁ ଥିବା‌ ଏହି ସମ୍ମିଳନୀରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଶିକ୍ଷାବିତ୍‌, ଗବେଷକ, ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା, କର୍ପୋରେଟ୍‌ କମ୍ପାନିରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ , ଦେଶ ବାହାରର ଆଇଟି ଓ ଏଆଇ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, ଆଇଆଇଟି ଓ ଏମ୍‌ସର ପ୍ରଫେସରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ସ୍ତମ୍ଭ 19 Dec 2025 6:30 am

Bibhuti Patnaik: ‘ଅଖିଳ ଦିବସ’ରେ ବିଭୂତି ପଟ୍ଟନାୟକଙ୍କୁ ‘ଶିଖର ସମ୍ମାନ’

ପୁରୁଣା ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ଅନ୍ୟତମ ବିନ୍ଧାଣି ପ୍ରଖ୍ୟାତ ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ‘ଅଖିଳ ଦିବସ’ ଆଜି ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଖିଳ ମୋହନ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅସିତ୍ ମହାନ୍ତି ଏହି ସାରସ୍ବତ ସମ୍ମେଳନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ଆଦ୍ୟ ବଚନରେ ସମ୍ମେଳନ ଉଦ୍ଦେଶ୍ୟ ଓ ସାମ୍ପ୍ରତିକ ସ୍ଥିତିରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଫାଉଣ୍ଡେସନ୍‌ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଶିଖର ସମ୍ମାନ’ ପାଇଁ ଚଳିତ ବର୍ଷ ପ୍ରଖ୍ୟାତ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କ ନାମ ଚୟନ କରାଯାଇଥିଲା। ମାତ୍ର ଅସୁସ୍ଥତା ଯୋଗୁ ସେ ସମ୍ମେଳନକୁ ଆସିବା ସମ୍ଭବ ନହେବାରୁ ଫାଉଣ୍ଡେସନ୍‌ର କର୍ମକର୍ତ୍ତାମାନେ ଶ୍ରୀ ପଟ୍ଟନାୟକଙ୍କ ବାସଭବନକୁ ଯାଇ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଫଳକ ଓ ମାନପତ୍ର ଅର୍ପଣ କରିଥିଲେ। Oman: ଓମାନ ସହ ବାଣିଜ୍ୟ ରାଜିନାମା: ୯୮% ଭାରତୀୟ ସାମଗ୍ରୀ ଟିକସମୁକ୍ତ High Court's response: ଓଆର୍‌ଏସ୍‌ ଗ୍ରୁପ୍‌-ବି ଅଧିକାରୀଙ୍କ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରସଙ୍ଗ: ଅନ୍ତରୀଣ ଅଙ୍କୁଶ, ହାଇକୋର୍ଟଙ୍କ ଜବାବ ତଲବ ଫାଉଣ୍ଡେସନ୍‌ର ପୂର୍ବତନ ଅଧ୍ୟକ୍ଷ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ କଥାକାର ତରୁଣକାନ୍ତି ମିଶ୍ର ‘ଅଖିଳ ଦିବସ’ ଅଭିଭାଷଣ ପ୍ରଦାନ କରିଥିଲେ। କବି ଭାଗୀରଥି ମିଶ୍ର ଓ ଅଶ୍ବିନୀ କୁମାର ମିଶ୍ର ଦିବଂଗତ କବି ରାଜେନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ। ସୂର୍ଯ୍ୟ ମିଶ୍ର, ମନୁଆ ଦାସ, ଦେବଦତ୍ତ ପତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ସୁମନ ଦାଶ କବି ସ୍ବର୍ଗତ ପଣ୍ଡାଙ୍କ କବିତା ପାଠ କରିଥିଲେ। କବି କେଦାର ମିଶ୍ର ଏହି ସତ୍ର ସଂଯୋଜନା କରିଥିଲେ। ଏହି ଅବସର ରେ କଥାଶିଳ୍ପୀ ପୁଷ୍ପାଞ୍ଜଳି ନାୟକ ଓ ସରୋଜ ବଳଙ୍କୁ ‘ଅଖିଳ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି କବି ଅଶ୍ୱିନୀ କୁମାର ମିଶ୍ର ଓ କବି ପ୍ରତୀକ୍ଷା ଜେନାଙ୍କୁ ଜ୍ଞାନଦା ପଟ୍ଟନାୟକଙ୍କ ସ୍ମୃତିରେ ଦିଆଯାଉଥିବା ‘ଜ୍ଞାନଦା କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା। ମନ୍ମଥ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସ୍ତମ୍ଭ 19 Dec 2025 6:21 am

CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ

କଟକ: କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍‌ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ। ତେବେ ଏ ସମ୍ପର୍କରେ ସିଡବ୍ଲ୍ୟୁସି ଜାଣିବା ପରେ ପୁଲିସ ସହାୟତାରେ ହସ୍‌ପିଟାଲରେ ଚଢ଼ଉ କରି ଉଭୟ ମା’ ଓ ଛୁଆଙ୍କୁ ଉଦ୍ଧାର କରିଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଛାତ୍ରୀ(୧୪) ଗଲା କିଛି ମାସ ତଳେ ସ୍କୁଲରୁ ସାଇକଲ୍‌ରେ ଘରକୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ। ପୋଲ ତଳେ ତାଙ୍କ ସହିତ ଜଣେ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଭୟରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିନଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହୋଇଥିଲେ। ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ ହସ୍‌ପିଟାଲରେ ଚଢ଼ଉ, ଗୁରୁତର ଶିଶୁ ଶିଶୁଭବନରେ ଭର୍ତ୍ତି ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଗତ ନଭେମ୍ବର ୧୫ରେ ଚିକିତ୍ସା କରାଇଥିଲେ। ଅଲଟ୍ରାସାଉଣ୍ଡ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଡାକ୍ତର ନିଶ୍ଚିତ କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୧୪ ତାରିଖ ରାତି ପ୍ରାୟ ୨ଟା ୪୦ରେ ସେହି ଡାକ୍ତରଖାନାରେ ନାବାଳିକା ଭର୍ତ୍ତି ହୋଇଥିଲେ। ଭୋର ସମୟରେ ସେ ଏକ ପୁତ୍ରସନ୍ତାନ ଜନ୍ମ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ଓ ସଦର ଥାନା ପୁଲିସ ଉକ୍ତ ହସ୍‌ପିଟାଲରେ ଚଢ଼ଉ କରିଥିଲା। ଉଭୟ ନାବାଳିକା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ପୀଡ଼ିତାଙ୍କୁ ଥଇଥାନ କରାଯାଇଛି। ଶିଶୁଭବନରେ ଶିଶୁପୁତ୍ର ସୁରକ୍ଷା ଦାୟିତ୍ବରେ ବସୁନ୍ଧରା ପକ୍ଷରୁ ଜଣେ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରାଯାଇଛି।

ସ୍ତମ୍ଭ 19 Dec 2025 6:11 am

Khirachora Gopinath: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଅଭାବନୀୟ ଘଟଣା: ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର/ ରେମୁଣା: ବାଲେଶ୍ବର‌ ଜିଲ୍ଲା ରେମୁଣାସ୍ଥିତ ବିଶ୍ୱପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭୋଗ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଘଟଣାରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଠାକୁରଙ୍କ ଭୋଗ ଫିଙ୍ଗିବାକୁ ବି ପଛାଇ ନାହାନ୍ତି। ରାଜ୍ୟର ଏକ ପ୍ରସିଦ୍ଧ ଧର୍ମପୀଠରେ ଏହିଭଳି ପରିସ୍ଥିତି ସୃଷ୍ଟି ହେବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ସମୟରେ ଦୁଇ ଭୋଗ ବ୍ୟବସାୟୀ ନରୋତ୍ତମ ଦାସ ଓ ପିଣ୍ଟୁ ଦାସଙ୍କ ମଧ୍ୟରେ ବସିବା ସ୍ଥାନକୁ ନେଇ ପ୍ରଥମେ ବଚସା‌ ହୋଇଥିଲା। ଉଭୟ ହାତାହାତି ହେବା ସହିତ ପରସ୍ପରର ଦୋକାନକୁ ଭାଙ୍ଗି ମନ୍ଦିର ସାମନାରେ ଭୋଗ ଫିଙ୍ଗି ଦେଇଥିଲେ। ପରେ ଏହି ଘଟଣାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସକାଳ ୯ଟାରୁ ପ୍ରାୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ମନ୍ଦିର ପରିସରରେ ଉତ୍ତେଜନା ଯୋଗୁ ଭକ୍ତମାନଙ୍କ ମଧ୍ୟରେ ‌କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ପିଣ୍ଟୁଙ୍କ ବିରୋଧରେ ନରୋତ୍ତମ ସାଂଘାତିକ ଅଭିଯୋଗ ଆଣିଥିଲେ। ପିଣ୍ଟୁ ନକଲି, କେମିକାଲ ମିଶା ଭୋଗ ବିକ୍ରୟ କରୁଥିବା ଏବଂ ଭୋଗ ସାମଗ୍ରୀରେ ଆମିଷଜାତୀୟ ଜିନିଷ ମିଶୁଥିବା ଅଭିଯୋଗ କରିବା ସହିତ ଯାଞ୍ଚ ପାଇଁ ଦାବି କରିଥିଲେ। ଏଥିସହିତ, ନରୋତ୍ତମ ସଂପୃକ୍ତ ଭୋଗ ସାମଗ୍ରୀକୁ ମନ୍ଦିର ସାମନାରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ୩ ଘଣ୍ଟାଧରି ମୁହାଁମୁହିଁ, ୩ରୁ ଅଧିକ ଆହତ ପୋଖରୀ, ମନ୍ଦିର ସାମନାରେ ଭୋଗ ଫିଙ୍ଗିଲେ ଅପମିଶ୍ରିତ ଭୋଗ ଅଭିଯୋଗ ନେଇ ଚର୍ଚ୍ଚା ଏ ସମ୍ପର୍କରେ ଖବରପାଇ ରେମୁଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିବା ଜଣାପଡ଼ିଛି। ‌ ନରୋତ୍ତମଙ୍କ ପତ୍ନୀ ଦମୟନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା (କେସ୍‌ ନମ୍ବର ୨୨୯/୨୫ ) ରୁଜୁ କରିଥିବା ବେଳେ ପିଣ୍ଟୁ ଦାସଙ୍କ ଅଭିଯୋଗ ଅଧାରରେ ଅନ୍ୟ ଏକ ମାମଲା (କେସ୍‌ ନମ୍ବର ୨୩୦/୨୫) ରୁଜୁ କରିଛି। ଏହାକୁ ନେଇ ମନ୍ଦିରରେ ଚାପା ଉତ୍ତେଜନା ଲାଗିରହିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, ‘ପୂର୍ବରୁ ବହୁବାର ମନ୍ଦିର ସମ୍ମୁଖରେ ବସିବାକୁ ବାରଣ କରାଯିବା ସହିତ ଜିଲ୍ଲାପାଳ ଓ ପୁଲିସ ପ୍ରଶାସନ ସହିତ ଆଲୋଚନା କରିଥିଲି। ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଛି।’ Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ସ୍ତମ୍ଭ 19 Dec 2025 5:55 am

Oman: ଓମାନ ସହ ବାଣିଜ୍ୟ ରାଜିନାମା: ୯୮% ଭାରତୀୟ ସାମଗ୍ରୀ ଟିକସମୁକ୍ତ

ନୂଆଦିଲ୍ଲୀ: ଓମାନ ସହ ଭାରତ ସରକାର ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ) ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ସେବାରେ ସହଯୋଗିତା ବଢ଼ିବ। ଓମାନରେ ଭାରତର ୯୮ ପ୍ରତିଶତ ସାମଗ୍ରୀ ଟିକସମୁକ୍ତ ହୋଇଯିବ। ଭାରତୀୟଙ୍କ ପାଇଁ ଓମାନର ସେବା ଓ ପେସାଦାର କ୍ଷେତ୍ରର ଦ୍ବାର ଖୋଲିବ। ଏହି ଚୁକ୍ତି ପ୍ରଭାବରେ ଭାରତରୁ ଓମାନକୁ ପୋଷାକ, ଜୋତା, ଗହଣା, କୃଷିଜାତ ସାମଗ୍ରୀ, ପ୍ଲାଷ୍ଟିକ, ଆସବାବପତ୍ର, ଔଷଧ, ମେଡିକାଲ ଉପକରଣ, ଗାଡ଼ି, ଗହଣା ଆଦିର ରପ୍ତାନି ବଢ଼ିବ। ରପ୍ତାନି ବଢ଼ିଲେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ୍ୟ ପେସାର ଲୋକମାନଙ୍କୁ ଓମାନରେ କାମ କରିବା ଲାଗି ଭିସା ମିଳିବ ଓ ସେଠା‌ରେ ରହିବା ସହଜ ହେବ। ଅଧିକ ଭାରତୀୟ ସେଠାରେ କାମ କଲେ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆସିବ। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଭାରତ ଓମାନ ସହ ଚୁକ୍ତି କରି ଏହାର ବ୍ୟବସାୟ ପରିସରକୁ ବଢ଼ାଇଛି। ୨୦୨୪-୨୫ରେ ଭାରତ-ଓମାନ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୯୫,୭୦୦ କୋଟି ଡଲାର ଥିଲା। ସ୍ବାକ୍ଷରିତ ଚୁକ୍ତି ଅଧୀନରେ ଚିକିତ୍ସା ସୁବିଧା ପାଇଁ ଓମାନରୁ ଲୋକ ଭାରତ ଆସିବେ। ଫଳରେ ଦେଶରେ ମେଡିକାଲ୍ ପର୍ଯ୍ୟଟନ ବଢ଼ିବ। ଭାରତର ଛୋଟ ବ୍ୟବସାୟ ଓ ଉଦ୍ୟୋଗଗୁଡ଼ିକର ଜିନିଷ ଓମାନ ବଜାରରେ ପହଞ୍ଚିପାରିବ। ତେବେ ଏହି ଗୁରୁତ୍ବପୂର୍ଣ୍ଣ ଚୁକ୍ତିରେ ଦୁଗ୍ଧଜାତ ସାମଗ୍ରୀ, ସୁନା, ରୁପା ଓ ଚକୋଲେଟ୍‌କୁ ସାମିଲ କରାଯାଇନାହିଁ। ଦେଶର ଚାଷୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ସ୍ବାର୍ଥର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓମାନର ସେବା କ୍ଷେତ୍ର ଯଥା କମ୍ପ୍ୟୁଟର ସେବା, ବ୍ୟବସାୟ ଓ ପେସାଦାର ସେବା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତୀୟ କମ୍ପାନିଗୁଡ଼ିକ ୧୦୦ ପ୍ରତିଶତ ପୁଞ୍ଜିନିବେଶ କରିପାରିବେ। Editorial: ସରସ ରସ: ‘କ୍ୟୁଁ ନାଚେ ସପେରା?’ ଏହି ସହଯୋଗିତା ସମ୍ପର୍କରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ବର୍ଷ ବର୍ଷ ଧରି ଦୁଇ ଦେଶ ଭିତରେ ଥିବା ପୁରୁଣା ସମ୍ପର୍କରେ ଏହା ହେଉଛି ଏକ ଐତିହାସିକ ମୁହୂର୍ତ୍ତ। ଏହା ଭାରତୀୟ ରପ୍ତାନିକାରୀ ଓ ପେସାଦାରମାନଙ୍କ ପାଇଁ ଆଗକୁ ବଢ଼ିବାର ନୂଆ ବାଟ ଖୋଲିବ ବୋଲି ସେ କହିଛନ୍ତି। ଗ୍ଲୋବାଲ ଟ୍ରେଡ୍‌ ଆଣ୍ଡ୍‌ ରିସର୍ଚ୍ଚଇନିସିଏଟିଭ୍ (ଜିଟିଆର୍‌ଆଇ)ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଏହା ଦ୍ବାରା ମଧ୍ୟପ୍ରାଚ୍ୟରେ ଭାରତର ଉପସ୍ଥିତି ଦୃଢ଼ ହେବ।

ସ୍ତମ୍ଭ 19 Dec 2025 5:36 am

High Court's response: ଓଆର୍‌ଏସ୍‌ ଗ୍ରୁପ୍‌-ବି ଅଧିକାରୀଙ୍କ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରସଙ୍ଗ: ଅନ୍ତରୀଣ ଅଙ୍କୁଶ, ହାଇକୋର୍ଟଙ୍କ ଜବାବ ତଲବ

କଟକ: ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍‌) ଗ୍ରୁପ-ବି ଅଧିକାରୀଙ୍କ ୨୦୨୫ ଜୁନ ୨୫ର ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଓଆର୍‌ଏସ୍‌ ନିୟମାବଳୀ, ୨୦୧୧ ଅନୁସାରେ ପ୍ରସ୍ତୁତ ହୋଇ ନ ଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରକାଶ ପୂର୍ବରୁ ଚିଠା ତାଲିକାକୁ ନେଇ ଆବେଦନକାରୀ ଦାଖଲ କରିଥିବା ଆପତ୍ତି ଉପରେ କଣ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ଆଧାରରେ କୌଣସି ଅଗ୍ରଗତି ହେବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୬ ଜାନୁଆରି ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜ‌ଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରଣଜିତ କୁମାର ଦାଶ ଓ ଧନଞ୍ଜୟ ସାହୁଙ୍କ ତରଫରୁ ଦାୟର ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ ମାମଲାର ବିବରଣୀରୁ ପ୍ରକାଶ ଯେ ଓଆର୍‌ଏସ୍‌ ଗ୍ରୁପ-ବି ଅଧିକାରୀଙ୍କୁ ଓଏଏସ୍‌ ପଦକୁ ପଦୋନ୍ନତି ପ୍ରଦାନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଓଆର୍‌ଏସ୍‌ ଗ୍ରୁପ-ବି ଅଧିକାରୀଙ୍କ ପ୍ରୋଭିଜନାଲ୍‌ ଗ୍ରେଡେସନ୍‌ ତାଲିକା ୨୦୨୫, ଜାନୁଆରି ୧୭ରେ ପ୍ରକାଶ ପାଇଥିଲା। ଏହି ତାଲିକା ତ୍ରୁଟିପୂର୍ଣ୍ଣ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଓଆର୍‌ଏସ୍‌ ନିୟମାବଳୀର ନିୟମ-୮ର ଉଲ୍ଲଂଘନ କରାଯାଇ କମ୍‌ ସ୍କେଲ୍‌ ଅଫ୍ ପେ ଥିବା ଅଧିକାରୀଙ୍କୁ ଅଧିକ ସ୍କେଲ୍‌ ଅଫ୍ ପେ ଥିବା ଅଧିକାରୀଙ୍କ ଉପରେ ସ୍ଥାନ ଦିଆଯାଇଛି ବୋଲି ଦର୍ଶାଇ ଆବେଦନକାରୀ ଫେବ୍ରୁଆରି ୩ରେ ଲିଖିତ ଆପତ୍ତି ଦାଖଲ କରିଥିଲେ। କିନ୍ତୁ ଆବେଦନକାରୀଙ୍କ ଆପତ୍ତିକୁ ବିଚାରକୁ ନ ନେଇ ଜୁନ ୨୫ରେ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା ପ୍ରକାଶ କରାଯାଇଥିଲା। ପ୍ରୋଭିଜନାଲ୍‌ ତାଲିକା ସହିତ ପ୍ରାୟତଃ ଏହି ଚୂଡ଼ାନ୍ତ ତାଲିକା ସମାନ ଥିଲା ବୋଲି ଆବେଦନକାରୀ ଜାଣିବାକୁ ପାଇଥିଲେ। ଏଭଳି ଗ୍ରେଡେସନ୍‌ ତାଲିକା ବେଆଇନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି। Horoscope 2025 December 19: ଜାଣନ୍ତୁ ଆଜିର ରାଶିଫଳ

ସ୍ତମ୍ଭ 19 Dec 2025 5:26 am

Jharkhand: ଝାଡ଼ଖଣ୍ଡ ଜିତିଲା ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି

ପୁଣେ: ସୟଦ୍‌ ମୁସ୍ତାକ୍‌ ଅଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ହୋଇଛି ଝାଡ଼ଖଣ୍ଡ। ଗୁରୁବାର ଫାଇନାଲ୍‌ରେ ୬୯ ରନ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଏହି ପ୍ରତିଯୋଗିତାକୁ ଜିତିବାର ଗୌରବ ଅର୍ଜନ କରିଛି। ଅଧିନାୟକ ଈଶାନ କିଶନ (୧୦୧ ରନ୍, ୪୯ ବଲ୍, ୬ ଚୌକା, ୧୦ ଛକା) ରେକର୍ଡଭରା ଶତକ ଅର୍ଜନ କରି ଝାଡ଼ଖଣ୍ଡକୁ ଏହି ପ୍ରତୀକ୍ଷିତ ଟ୍ରଫି ଉପହାର ଦେଇଛନ୍ତି। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କିଶନ ନିଜ ଧମାକାଦର ବ୍ୟାଟିଂ ବେଳେ ଟ୍ବେଣ୍ଟି-୨୦ରେ ଝାଡ଼ଖଣ୍ଡ ପକ୍ଷରୁ ସର୍ବାଧିକ ଛକା (୯୪) ଏବଂ ଗୋଟିଏ ପାଳିରେ ସର୍ବାଧିକ ଛକା (୧୦) ମାରିବାର ରେକର୍ଡ କରିଛନ୍ତି। ଦ୍ବିତୀୟ ୱିକେଟ୍‌ରେ ସେ ଓ କୁମାର କୁଶାଗ୍ର (୮୧ ରନ୍, ୩୮ ବଲ୍, ୮ ଚୌକା, ୫ ଛକା) କରିଥିବା‌ ୧୭୭ ରନ୍‌ର ଭାଗୀଦାର ଝାଡ଼ଖଣ୍ଡ ପାଇଁ କୌଣସି ୱିକେଟ୍‌ରେ ବି ସର୍ବୋଚ୍ଚ ଭାଗୀଦାର ହୋଇଛି। ଏହି ଦୁଇ ଜଣଙ୍କ ଲଢ଼ୁଆ ଓ ଦ୍ରୁତ ବ୍ୟାଟିଂ ପାଇଁ ଝାଡ଼ଖଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୬୨ ରନ୍‌ର ବିଶାଳ ସ୍କୋର୍ କରିଥିଲା। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ଅନ୍ୟମାନଙ୍କ ମଧ୍ୟରେ ଅନୁକୁଲ ରାୟ ୪୦* ଓ ରବିନ ମିଞ୍ଜ୍ ୩୧ ରନ୍‌ର ଅବଦାନ ରଖିଥିଲେ। ଜବାବରେ ବିଶାଳ ବିଜୟ ଲକ୍ଷ୍ୟର ଭାର ତଳେ ଚାପି ହୋଇ ହରିୟାଣା ମାତ୍ର ୧ ରନ୍‌ରେ ୨ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୮.୩ ଓଭର ପୂର୍ବରୁ ୧୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ୱିକେଟ୍‌ରକ୍ଷକ ଯଶବର୍ଦ୍ଧନ ଦଲାଲ ସର୍ବାଧିକ ୫୩ ରନ୍ କରିଥିଲେ। ଝାଡ଼ଖଣ୍ଡ ପାଇଁ ସୁଶାନ୍ତ ମିଶ୍ର ଓ ବାଲ୍ କୃଷ୍ଣ ତିନିଟି ଲେଖାଏଁ ୱିକେଟ୍ ନେଇ ହରିୟାଣାକୁ ମ୍ୟାଚ୍‌କୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ନିଜ ବଳିଷ୍ଠ ନେତୃତ୍ବ ଓ ବିସ୍ଫୋରକ ବ୍ୟାଟିଂ ବଳରେ କିଶନ ମଧ୍ୟ ଭାରତୀୟ ଦଳକୁ ଫେରିବା ଲାଗି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅନୁକୁଲ (୩୦୩ ରନ୍, ୧୮ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ସ୍ତମ୍ଭ 19 Dec 2025 4:45 am

IND VS SA: ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟ୍ବେଣ୍ଟି-୨୦ ଆଜି: ସାମ୍‌ସନ୍‌ଙ୍କୁ ସୁଯୋଗ, ଶୃଙ୍ଖଳା ବିଜୟ ଲକ୍ଷ୍ୟ

ଅହମଦାବାଦ: ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ଅପ୍ରତ୍ୟାଶିତ ଭାବେ ବାତିଲ ହେବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲଢ଼େଇ ଗୁଜରାଟ ମୁହାଁ ‌ହୋଇଛି। ଏଠାକାର ଚର୍ଚ୍ଚିତ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ। ଏହା ମଧ୍ୟ ଉଭୟ ଦଳ ମଧ୍ୟରେ ବିଗତ ଏକମାସରୁ ଅଧିକ ସମୟ ଧରି ଚାଲିଥିବା ପୂର୍ଣ୍ଣକାଳୀନ ଶୃଙ୍ଖଳା (‌ଟେଷ୍ଟ୍, ଦିନିକିଆ, ଟ୍ବେଣ୍ଟି-୨୦)ର ଶେଷ ମ୍ୟାଚ୍ ହେବ। ଏଣୁ ଦୁଇଟି ଯାକ ଦଳ ବିଜୟରେ ଏହାର ସୁଖଦ ପରିସମାପ୍ତି କରିବା ଲକ୍ଷ୍ୟରେ ରହିବେ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ଥିବାରୁ ଅହମଦାବାଦରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଉ ଏକ ସୀମିତ ଓଭର ଶୃଙ୍ଖଳାରେ ବିଜୟ ମୁଣ୍ଡି ମାରିବାର ସୁଯୋଗ ରହିବ। ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ମୁକାବିଲାକୁ ଜିତି ଶୃଙ୍ଖଳା ଅମୀମାଂସିତ ରଖିବା ଏବଂ ସମ୍ମାନର ସହ ଗସ୍ତ ଶେଷ କରିବାର ଯୁଗଳ ଆଶା ନେଇ ପଡ଼ିଆକୁ ଓହ୍ଲାଇବ। Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ ଉପଅଧିନାୟକ ଶୁବମନ୍ ଗିଲ୍ ଆହତ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସୁଯୋଗ ଦେଇପାରେ। ଚୂଡ଼ାନ୍ତ ଦଳରେ ରହିଲେ ସେ ପାଳି ଆରମ୍ଭ କରିବେ। ତାଙ୍କ ସହ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ସୂର୍ଯ୍ୟ ଗତ ୨୧ ପାଳିରୁ ୧୧୯.୫ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୨୩୯ ରନ୍ କରିଥିବାରୁ ଚାପ ତାଙ୍କ ଉପରେ ରହିଛି। ବ୍ୟକ୍ତିଗତ କାରଣ ପାଇଁ ତୃତୀୟ ମ୍ୟାଚ୍‌ରୁ ଓହରିବା ପରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଦଳକୁ ଫେରିଥିବାରୁ ଭାରତୀୟ ବୋଲିଂ ବାହିନୀରେ କିଛିଟା ଅଦଳ ବଦଳ ହୋଇପାରେ। ଅହମଦାବାଦରେ ଲକ୍ଷ୍ନୌ ଭଳି କୁହୁଡ଼ି ଓ କାକରର ବିଶେଷ ସମସ୍ୟା ଦେଖା ଯିବାର ଆଶଙ୍କା ନଥିବାରୁ ଶୁକ୍ରବାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍‌ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍/ ସଞ୍ଜୁ ସାମ୍‌ସନ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ହର୍ଷିତ ରାଣା/ୱାସିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ। ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’କକ୍ (ୱିକେଟ୍‌ରକ୍ଷକ, ଓପନର୍), ରେଜା ହେଣ୍ଡ୍ରିକ୍ସ, ଐଦେନ ମାର୍କରାମ (ଅଧିନାୟକ), ଡିୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭନ୍ ଫେରେରା, ମାର୍କୋ ୟାନସେନ୍, କର୍ବିନ ବସ୍, ଜର୍ଜ ଲିଣ୍ଡେ/କେଶବ ମହାରାଜ/ ଅନରିକ ନର୍ଖିୟା, ଲୁଙ୍ଗି ଏନ୍‌ଗିଡି, ଓଟ୍‌ନିଲ ବାର୍ଟମ୍ୟାନ୍।

ସ୍ତମ୍ଭ 19 Dec 2025 4:31 am

BWF: ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସ: ସାତ୍ତ୍ବିକ-ଚିରାଗଙ୍କ ବିଜୟ ଜାରି

ହାଙ୍ଗ୍‌ଝୌ: ଚଳିତ ବିଡବ୍‌ଲ୍ୟୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସରେ ଭାରତର ଏକ ନମ୍ବର ପୁରୁଷ ଯୁଗଳ‌ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖିଛନ୍ତି। ଗ୍ରପ୍‌-ବି’ର ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ଅଲିମ୍ପିକ୍ସ ରୌପ୍ୟ ବିଜେତା ଚୀନ୍‌ର ଲିଆଙ୍ଗ ୱେଇ କେଙ୍ଗ୍ ଓ ୱାଙ୍ଗ ଚାଙ୍ଗ୍‌ଙ୍କୁ ୧୨-୨୧, ୨୨-୨୦, ୨୧-୪ରେ ହରାଇଥିଲେ। Elephant: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ, ୩ ଆହତ ଗୁରୁବାର ସାତ୍ତ୍ବିକ-ଚିରାଗ ୨୧-୧୧, ୧୬-୨୧, ୨୧-୧୧ରେ ଇଣ୍ଡୋନେସିଆର ଫଜର ଅଲ୍‌ଫିଆନ୍‌ ଓ ମୁହାମ୍ମଦ ସୋହିବୁଲ୍‌ ଫିକ୍ରିଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସାତ୍ତ୍ବିକ-ଚିରାଗ ସଂପ୍ରତି ଗ୍ରୁପ୍‌-ବି ଟେବୁଲ୍‌ର ଶୀର୍ଷରେ ରହିଛନ୍ତି। Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ସ୍ତମ୍ଭ 19 Dec 2025 4:21 am