SENSEX
NIFTY
GOLD
USD/INR

Weather

18    C

ନୂଆ ବସଷ୍ଟାଣ୍ଡ ପାଇଁ ପ୍ରକୃତି ଉପରେ ପ୍ରହାର, ବାରିପଦାରେ କଟା ଯାଉଛି ଶହଶହ ଗଛ

କନକ ବ୍ୟୁରୋ : କଟାଯାଉଛି ବହୁ ବର୍ଷର ପୁରୁଣା ଗଛ। ବାରିପଦା ରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିରାଟକାୟ ଏକାଧିକ ଗଛକୁ କାଟି ଦିଆଯାଇଛି । ଏଭଳି ପଦକ୍ଷେପ ପରିବେଶ ପାଇଁ ବିପଦ ବୋଲି ଚର୍ଚ୍ଚା ହେଉଛି । ଆଉ ଏପଟେ ନଗରଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର ଏହାର ଆବଶ୍ୟକତା ରହିଛି । ସେପଟେ ପରିବେଶବିତ କହିଛନ୍ତି, ଅନ୍ୟ ଖାଲି ସ୍ଥାନକୁ ବିକଳ୍ପ ଭାବେ ବଛା ଯାଇପାରିଥାନ୍ତା । ଅଧିକ ପଢ଼ନ୍ତୁ : ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର ମାଆ ପାଇଁ ଗଛଟିଏ, ବୃକ୍ଷ ହିଁ ଜୀବନ, ଏଭଳି ଅନେକ କଥା କୁହାଯାଉଛି । ବୃକ୍ଷରୋପଣ ଆଳରେ କୋଟି କୋଟି ଖର୍ଚ୍ଚ ବି ହେଉଛି । ହେଲେ ବାରିପଦାରୁ ଆସିଥିବା ଏହି ଦୃଶ୍ୟ ସେସବୁ କାର୍ଯ୍ୟକ୍ରମକୁ ପରିହାସ କରୁନି କି ! ନୂଆ ବସ୍‌ ଷ୍ଟାଣ୍ଡ ପାଇଁ ଗଛବଳି, ବାରିପଦା ପାଇଁ ବିପଦ ପାଲଟିବନି ତ ? ଖରାଦିନେ ଉତ୍ତପ୍ତ ପାଲଟୁଥିବା ସହରରେ ତାତି ସମ୍ଭାଳି ହେବ ତ ? ଏବେ ଏମିତି ପ୍ରଶ୍ନକୁ ନେଇ ଧନ୍ଦି ହେଉଛନ୍ତି ପରିବେଶବିତ୍‌ । ଅଧିକ ପଢ଼ନ୍ତୁ : ଶୋଇ ପଡ଼ିଛି ବାରିପଦା ସହରର ସିସିଟିଭି କ୍ୟାମେରା, ୬୪ ରୁ ୫୭ ଅଚଳ, ପ୍ରହସନ ପାଲଟିଛି ସିଟି ସର୍ଭିଲାନ୍ସ ସିଷ୍ଟମ ଘଞ୍ଚ ଜଙ୍ଗଲ ପରିବେଶ ଏବେ ଶ୍ରୀହୀନ ହେବାକୁ ଯାଉଛି। ବହୁ ସଂଖ୍ୟାରେ ଗଛ କାଟି ବାରିପଦା ପାଲବଣୀ ନିକଟରେ ବସଷ୍ଟାଣ୍ଡ ନିର୍ମାଣ ଚାଲିଛି । ଗମନାଗମନ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ପଦକ୍ଷେପ ଯଦିଓ ସ୍ୱାଗତଯୋଗ୍ୟ, ପରିବେଶ ପ୍ରତି ହେଉଥିବା ଅନ୍ୟାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବେଶବିତ । ଅଧିକ ପଢ଼ନ୍ତୁ : ଜରାଜୀର୍ଣ୍ଣ ବାରିପଦା ବସ୍‌ଷ୍ଟାଣ୍ଡ; ୪୮ ବର୍ଷ ହେଲାଣି ଖୋଜୁଛି ମରାମତି ଅନ୍ୟପଟେ ଏହାର ପ୍ରତିକ୍ରିୟାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏଠାରେ ବସଷ୍ଟାଣ୍ଡର ଆବଶ୍ୟକତା ରହିଛି । କଟା ଯାଉଥିବା ଗଛ ପାଇଁ ପରବର୍ତ୍ତୀ ସମୟର ବୃକ୍ଷରୋପଣ କରାଯିବ ।ଆଧୁନିକ ସୁଖସ୍ୱାଛନ୍ଦ୍ୟ ପାଇଁ ନିର୍ମାଣ ଯଦିଓ ଆବଶ୍ୟକ, ହେଲେ ବର୍ତ୍ତମାନ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ଆଉ ତାର ପ୍ରଭାବରେ ଯାହା ସବୁ ଭୋଗିବାକୁ ପଡ଼ୁଛି । ତାକୁ ନଜରରେ ରଖି ପ୍ରକୃତି ଓ ପରିବେଶକୁ ଗୁରୁତ୍ୱ ଦେଇ ସବୁ ନିର୍ମାଣ କରିବା ନିହାତି ଜରୁରୀ ।

ନିନ୍ଦା 19 Dec 2025 10:24 pm

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସରୁନି ଜମି ବନ୍ଦୋବସ୍ତ, ଜମି କିଣାବିକା କରିପାରୁନାହାଁନ୍ତି ୫ ଖଣ୍ଡ ଗାଁର ଲୋକ

କନକ ବ୍ୟୁରୋ : ପାଞ୍ଚ ଖଣ୍ଡ ଗାଁକୁ ବେବନ୍ଦୋବସ୍ତ କଣ୍ଟା । କିଣାବିକା ହୋଇପାରୁନି ଜମି । ଫଳରେ ନାହିଁ ନଥିବ ସମସ୍ୟା ଭୋଗୁଛନ୍ତି ଲୋକ । ସାନଖେମୁଣ୍ଡି ବ୍ଲକର ପାଟ୍ଟପୁର, କଙ୍କୋରଡ଼ା, ମାଟିଆବୋରେଇ, ତିତିଖାନି ଓ ଆମ୍ବଗାଁ ଲୋକଙ୍କ ସମସ୍ୟା ବଢ଼ିଯାଇଛି । ସ୍ବାଧୀନତା ପ‌ରେ ଏହି ୫ଖଣ୍ଡ ଗାଁରେ ବେବନ୍ଦୋବସ୍ତ ହୋଇନଥିଲା । ଗତ ଦୁଇ ବର୍ଷ ତଳୁ କାମ ଆରମ୍ଭ ହୋଇଛି, କେବେ ସରିବ ତାହା କାହାକୁ ଜଣାନାହିଁ । ଆଉ ଏହି ପ୍ରକ୍ରିୟା ଭିତରେ ଫଶିଯାଇଛନ୍ତି ଗାଁର ଲୋକମାନେ । ନା ଜମି କିଣି ହେଉଛି ନା ବିକି ହେଉଛି । ଦରକାର ବେଳେ ମୂଲ୍ୟବାନ ଜମି ଥାଇ ବି କାମରେ ଲାଗୁନି । କେବଳ ଲୋକ ନୁହେଁ, ରାଜସ୍ୱ ମଧ୍ୟ କମୁଛି । ଜମି ପଞ୍ଜୀକରଣ ହେଉନଥିବାରୁ ତହସିଲର ରାଜସ୍ବ ବି କମିଯାଇଛି! ଲୋକେ ବିଭିନ୍ନ ଯୋଜନାରୁ ଲାଭ ଉଠାଇ ପାରୁନଥିବା ବେଳେ ସରକାର ଏଥିପ୍ରତି ଯେମିତି ଆଖି ବୁଜି ଦେଇଛନ୍ତି । ପ୍ରାଶାସନିକ ଉଦାସୀନତା ଯୋଗୁଁ ବନ୍ଦୋବସ୍ତ କାମ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ଲୋକ । ଅଧିକ ପଢ଼ନ୍ତୁ : ଗଞ୍ଜାମ ସାନଖେମୁଣ୍ଡିରେ ଜମି ବିବାଦରୁ ମହାଭାରତ, ୧୫ ଗିରଫ ସହ୧୬୩ ଜାରି ବନ୍ଦୋବସ୍ତ କାମ ତୁରନ୍ତ ସାରିବାକୁ ଠିକା ସଂସ୍ଥାକୁ ଦାୟିତ୍ବ ଦେଲେ ସରକାର। ହେଲେ ଭୁଲ ମ୍ୟାପ୍‌ ପ୍ରସ୍ତୁତ ଯୋଗୁଁ କାମ ପୁଣି ଅଟକିଗଲା । ମାସ ମାସ ଧରି ଏପରି ଅଚଳାବସ୍ଥା ଯୋଗୁଁ ବଢ଼ୁଛି ଜନ ଅସନ୍ତୋଷ । ବଡ଼କଥା ହେଲା, ଜମି କିମ୍ବା ଘର କିଣିଥିବା ଲୋକ ବି ଏତାଲିକାରେ ପଡ଼ି ହନ୍ତସନ୍ତ ହେଉଛନ୍ତି । ନୂଆ କରି ଜମି କିଣିଥିବା ମାଲିକମାନଙ୍କ ନାଁରେ ପଂଜୀକରଣ କରିପାରୁନାହାନ୍ତି । ସେପଟେ ଆମ ହାତରେ କିଛି ନାହିଁ କହି ସ୍ଥାନୀୟ ତହସିଲଦାର ହାତ ଝାଡ଼ିଦେଇଛନ୍ତି । ଅଧିକ ପଢ଼ନ୍ତୁ : ଗଞ୍ଜାମ ସାନଖେମୁଣ୍ଡିରେ ବଣ୍ଟାଯାଉଛି ନିମ୍ନ ମାନର ପିଡିଏସ୍ : ଚାଉଳରୁ ବାହାରିଲା ଧାନ, ଗୋଡ଼ି, ଗହମ.. ଗଞ୍ଜାମ ଜିଲ୍ଲାର ଚାଷ ଓ ଚାଷୀବହୁଳ ସାନଖେମୁଣ୍ଡି ଅଞ୍ଚଳରେ ଏପରି ସମସ୍ୟାରେ ଜର୍ଜରିତ ଲୋକେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ନିନ୍ଦା 19 Dec 2025 10:14 pm

ବାଂଲାଦେଶରେ ବର୍ବରତା, ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା, ଗଛରେ ଝୁଲାଇ ମୃତଦେହରେ ଲଗାଇଦେଲେ ନିଆଁ

ନୂଆଦିଲ୍ଲୀ:ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ବାଂଲାଦେଶର ପରିସ୍ଥିତି ଖରାପ ହେବାରେ ଲାଗିଛି। ହିଂସା ଏବଂ ଅରାଜକତା ଚରମ ସୀମାରେ ପହଞ୍ଚିଛି। ଢାକା ସମେତ ଅନେକ ଜିଲ୍ଲାରେ ହତ୍ୟା ଏବଂ ପୋଡ଼ାଜଳା ଘଟଣା ସାମ୍ନାକୁ ଆସୁଛି। ସାରା ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ମଧ୍ୟ ବୃଦ୍ଧି ପାଇଛି। ମୈମନସିଂ ଜିଲ୍ଲାର ଭାଲୁକା ଉପ-ଜିଲ୍ଲାରେ ଏକ ହିନ୍ଦୁ ଯୁବକଙ୍କୁ ଭିଡ଼ ଭିତରେ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି। ହିନ୍ଦୁ ଯୁବକଙ୍କ ହତ୍ୟା ପରେ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି: ସ୍ଥାନୀୟ ଗଣମାଧ୍ୟମ […]

ଓଡ଼ିଶା ଭାସ୍କର 19 Dec 2025 9:50 pm

କେନ୍ଦ୍ରାପଡ଼ା ଜିଲ୍ଲାରୁ ଜବତ ହେଉଛି ମାଳମାଳ ବନ୍ଧୁକ, ବେଆଇନ ବନ୍ଧୁକ ରାକେଟ୍ ପଛରେ ମାଷ୍ଟରମାଇଣ୍ଡ କିଏ ?

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ରେ ନିଜକୁ ଅସୁରକ୍ଷିତ ମଣିଲେଣି ଲୋକ । ଅଳ୍ପଦିନ ବ୍ୟବଧାନରେ ଭିନ୍ନଭିନ୍ନ ମାମଲାରେ ବନ୍ଧୁକ ଜବତ କରିଛି ପୁଲିସ । ସ୍କୁଲ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତଙ୍କ ପାଖରୁ ମିଳୁଛି ବନ୍ଧୁକ । କେନ୍ଦ୍ରାପଡ଼ାକୁ କେଉଁଠୁ ଓ କେମିତି ଆସୁଛି ବେଆଇନ୍‌ ବନ୍ଧୁକ ? ଆପରାଧିକ କାରବାର ପାଇଁ ବେଶ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା। ଗ୍ୟାଙ୍ଗୱାର ଠାରୁ ଗୁଳିକାଣ୍ଡ। ଗୋଷ୍ଠୀ କନ୍ଦଳରୁ ବେଆଇନ୍‌ ବନ୍ଧୁକ କାରବାର, ସବୁ ଚାଲିଛି ଏଠାରେ। ଏଇ କିଛି ଦିନ ହେବ, ବନ୍ଧୁକଧାରୀ ଅପରାଧୀଙ୍କୁ ବାନ୍ଧିଛି କେନ୍ଦ୍ରାପଡ଼ା ପୁଲିସ। ଅଧିକ ପଢ଼ନ୍ତୁ : ଯୁବକଙ୍କ ଗଳା କାଟିଥିଲେ ଯୁବତୀ: ରହସ୍ୟର ଖୁଲାସା କଲେ କେନ୍ଦ୍ରାପଡ଼ା ଏସପି ଚଳିତ ମାସ ୧୫ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ବାରୋରେ ଦୁର୍ବୃତ୍ତକୁ ଗୋଡ଼େଇ ଗୋଡ଼େଇ ମାଡ଼ି ବସିଲା ପୁଲିସ । ଅଭିଯୁକ୍ତ ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ । ସେହିଭଳି ଚଳିତମାସ ୧୩ ତାରିଖରେ ସ୍କୁଲକୁ ବନ୍ଧୁକ ନେଇ ଯାଇଥିଲେ ଛାତ୍ର, ବନ୍ଧୁକ ଜବତ କରି ତଦନ୍ତ କରୁଛି ପୁଲିସ। ନଭେମ୍ବର ୨୬ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଜଣେ ଦୁର୍ବୃତ୍ତ ପାଖରୁ ମିଳିଥିଲା ବନ୍ଧୁକ ଓ ଅଫୁଟା ଗୁଳି। ସେହିପରି ସଦର ଥାନା ଅନ୍ତର୍ଗତ ଆୟେବା ଗାଁରେ, ଗୋରୁ ଚାଲାଣକୁ ନେଇ ଗୁଳିକାଣ୍ଡ। ଟାଉନ ଥାନା ଅଞ୍ଚଳର ୧୪ ନଂ ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରୁ ମିଳିଥିଲା ୩ଟି ବନ୍ଧୁକ, ୫୦ରୁ ଅଧିକ ଗୁଳି। ଏହିଭଳି ଘଟଣା ସ୍ପଷ୍ଟ କରୁଛି କେନ୍ଦ୍ରାପଡ଼ା ଏବେ ବନ୍ଧୁକ ମୟ । ଅଧିକ ପଢ଼ନ୍ତୁ : ୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା: ସମୟ ବିତିଛି, ସରିନି ସମସ୍ୟା ଜିଲ୍ଲାରେ ଏହି ଭଳି ବନ୍ଧୁକ ମିଳିବା ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକଙ୍କ ସୁରକ୍ଷାକୁ ନେଇ ସନ୍ଦେହ ବଢ଼ୁଛି। ଜିଲ୍ଲାରେ ସବୁକିଠି ଠିକ୍‌ଠାକ୍‌ ଅଛି ତ! କେନ୍ଦ୍ରାପଡ଼ାରେ ଯୁବଗୋଷ୍ଠୀ ଅପରାଧ ଆଡ଼କୁ ମୁହାଁଉଛନ୍ତି। ସେମାନଙ୍କ ପାଖକୁ ବନ୍ଧୁକ ଆସୁଛି କେଉଁଠୁ? ରାଜ୍ୟ ଭିତରୁ ନା ବାହାରୁ? ସହରବାସୀଙ୍କ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରାପଡ଼ା ଏସପି କହିଛନ୍ତି, ତଦନ୍ତ ଚାଲିଛି, କିଙ୍ଗପିନ୍‌ କିଏ? ତାପାଖରେ ପହଞ୍ଚିବା ପାଇଁ ପୁଲିସ ଚେଷ୍ଟା କରୁଛି ।

ନିନ୍ଦା 19 Dec 2025 9:36 pm

ସ୍ୱାଧୀନ ଭାରତର ଏମିତି ଗାଁ, ଯେଉଁଠି ନଈ ମଝିରେ ଜୀବନ

କନକ ବ୍ୟୁରୋ : ଯାତାୟାତ ପାଇଁ ରାସ୍ତା। ଗାଁରେ ପହଞ୍ଚିବା ପାଇଁ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡ଼େ। କେବଳ ସେତିକି ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନାହିଁ । ସବୁ ସୁବିଧାରୁ ବଞ୍ଚିତ ହୋଇ ଉପାନ୍ତରେ ଏକ ପ୍ରକାର ଅଭିଶପ୍ତ ଜୀବନ ଜିଉଁଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁର ଲୋକ । ଏମିତି ଗାଁରେ କେମିତି ବଞ୍ଚିଛୁ? ନଈ ମଝିରେ କଣ୍ଟକିତ ଜୀବନ । କେମିତି କହିବୁ ଆମେ ସ୍ୱାଧୀନ? ପାଣି ଘେରରେ ପାଣି ଚିନ୍ତା । ଆଉ କେତେ କଷ୍ଟ ସହିବୁ ? ଏସବୁ କଥା ଏଇମାନଙ୍କର। ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ପରିସ୍ଥିତ ସହ ଜୁଝୁଥିବା ଗରିବ ଖଟିଖିଆଙ୍କର। ଗାଁକୁ ଘେରିରହିଛି ପାହାଡ଼ି ନଈ। ପଥର ଫାଙ୍କରେ ବହି ଯାଉଛି ପାଣି । ଆଉ ଏଇ ପାଣିରେ ଭାସି ଯାଇଛି ଏଇ ଗାଁର ବିକାଶ । ନଈ ଆରପଟେ ଅଟକି ଯାଇଛି ଜୀବନ । ପାହାଡ଼ି ରାସ୍ତା, ପାହାଡ଼ି ନଈ ପାରି ହୋଇ, ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁରେ ପହଞ୍ଚିଥିଲେ ଆମ ପ୍ରତିନିଧି। ଆଉ ଗ୍ରାଉଣ୍ଡ ଜିରୋରୁ କଏଦ କରିଥିଲେ ଗ୍ରାମିଣ ମଣିଷଙ୍କ ସଂଘର୍ଷର କାହାଣୀ। ଅଧିକ ପଢ଼ନ୍ତୁ : ବୈପାରିଗୁଡା ମୂଷାପଦର ଗାଁରେ ଠିକାଦାର କାରନାମା ପଦାରେ ପକାଇଲା ଅଧାରକାର୍ଡ , ଥାନାରେ ଅଭିଯୋଗ ବୈପାରିଗୁଡା ବ୍ଲକ ଚିପାକୁର ପଞ୍ଚାୟତ ଅନ୍ତର୍ଗତ କାଉକୁଣ୍ଡ ଗାଁର ଦୁଃଖ ପାଲଟିଛି ଧର୍ମଗାଡ଼ ପାହାଡ଼ି ନଈ । ନଦୀରେ ପୋଲ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସବୁ ଅଟକିଛି ନଈ ସେପଟେ। ଗାଁରେ ନଳକୂଅ ଅଛି କିନ୍ତୁ ଶୋଷ ମେଣ୍ଟାଉଛି ନଦୀ। ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି, କିନ୍ତୁ ସରୁନି । ଅଙ୍ଗନବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି ପ୍ରାକ୍ ଶିକ୍ଷା। ସେହିପରି ଉପସ୍ଥାନ କମ୍‌ ଦର୍ଶାଇ ଗାଁରେ ଥିବା ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ନଦୀ ପାରି କରି ଅନ୍ୟତ୍ର ପିଲାଙ୍କୁ ପଠାଉନାହାନ୍ତି ଅଭିଭାବକ । ଫଳରେ ଅଙ୍ଗନବାଡି ପରେ ଶିକ୍ଷାରୁ ବଞ୍ଚିତ କୁନିକୁନି ଶିଶୁ। ଅଧିକ ପଢ଼ନ୍ତୁ : ବସୁଧା ଯୋଜନା ନାଁରେ ଜାଲିଆତି । ପାଣି ମୁନ୍ଦାଏ ପାଇଁ ଏବେ ବି ଅସୁବିଧା ଭୋଗୁଛନ୍ତି ବୈପାରିଗୁଡା ଲୋକେ ଧର୍ମଗାଡ଼ ନଦୀ ଉପରେ ପୋଲଟିଏ କରିବା ପାଇଁ ଗାଁ ଲୋକ ଅନେକ ଥର ଗୁହାରି କରିଛନ୍ତି। ଗାଁ ପାଇଁ ପ୍ରତିବର୍ଷ ବଜେଟ୍‌ରେ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। କିନ୍ତୁ ସରକାରଙ୍କ ସେହି ତାଲିକାରେ ସାମିଲ ହେବା ପାଇଁ ଏଇ ଗାଁର ପାଳି ପଡ଼ିନାହିଁ। ତେଣୁ ଆଜି ବି ସରକାରୀ ଯୋଜନା ପହଞ୍ଚି ପାରିନାହିଁ। ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।

ନିନ୍ଦା 19 Dec 2025 9:26 pm

୧୬ ବଲରୁ ଅର୍ଦ୍ଧଶତକ ମାରି ପଡ଼ିଆ ମଝିରୁ ପ୍ରେମିକା ମାହିକାଙ୍କୁ ଫ୍ଲାଇଙ୍ଗ କିସ୍ ଦେଲେ ପାଣ୍ଡ୍ୟା, ବର୍ଷା ହେଲା ଛକା ଚାରି

ଓଡିଶାଭାସ୍କର:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜ୍ ୨-୧ରେ ଆଗୁଆ ଅଛି, ଅର୍ଥାତ୍ ସେମାନେ ଏଠାରୁ ସିରିଜ୍ ହାରିବା ନାହିଁ। ଡ୍ର ସୁନିଶ୍ଚିତ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ବିଜୟ ନିଶ୍ଚିତ କରିବ ଟିମ୍ ଇଣ୍ଡିଆ ସିରିଜ୍ କବ୍ଜା କରିବ। […]

ଓଡ଼ିଶା ଭାସ୍କର 19 Dec 2025 9:03 pm

ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ କର୍ଣ୍ଣାଟକ କଂଗ୍ରେସର ବଢ଼ିଲା କଳି, ଡିନର ବୈଠକରେ କଳି ତୁଟାଇବାକୁ ଉଦ୍ୟମ

କନକ ବ୍ୟୁରୋ : ଏଥରକ ନାଁ ସିଦ୍ଦରମୈୟା ଡାକିଥିଲେ ନା ଶିବକୁମାର । ଟେବୁଲ ଉପରେ ଚର୍ଚ୍ଚାର ମଙ୍ଗ ସମ୍ଭାଳିଥିଲେ କର୍ଣ୍ଣାଟକ କ୍ୟାବିନେଟ୍ ମନ୍ତ୍ରୀ ସତୀଶ ଜାରକିହାଲି । ଗୁରୁବାର ବେଲଗାବୀରେ ମନ୍ତ୍ରୀଙ୍କ ଘରେ ଡିନର ପାର୍ଟି ଆୟୋଜିତ ହୋଇଥିଲା । ସବୁଠୁ ବଡ଼ କଥା ହେଉଛି ଏହି କାର୍ଯ୍ୟକ୍ରମରେ କେବଳ ସିଦ୍ଦରମୈୟା ଓ ତାଙ୍କ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ମିଳିଥିଲା । ସମର୍ଥନ ଜଣାଉଥିବା ୩୦ ଜଣ ବିଧାୟକଙ୍କ ସହ ଡିନର ପାର୍ଟିରେ ପହଞ୍ଚିଥିଲେ ସିଦ୍ଦରମୈୟା । ବୈଠକର ମୁଖ୍ୟ ଏଜେଣ୍ଡା ଥିଲା କେମିତି ତୁଟିବ ବିବାଦ? ଦୀର୍ଘ ୩ମାସ ଧରି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଚାଲିଥିବା ଟଣାଓଟଣା ବନ୍ଦ ପାଇଁ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଦୁଇ ଦୁଇଥର ବ୍ରେକଫାଷ୍ଟ ବୈଠକ ବସିଥିଲେ ବି କୌଣସି ନିର୍ଯ୍ୟାସ ବାହାରିପାରିନି । ତେଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଗୋଷ୍ଠୀକୁ ନେଇ ଭିନ୍ନଭିନ୍ନ ବୈଠକ କରି ବାଟ ଖୋଜିବାକୁ ବାହାରିଛି ପ୍ରଦେଶ କଂଗ୍ରେସ । ଅଧିକ ପଢ଼ନ୍ତୁ : ପୁଣି କର୍ଣ୍ଣାଟକ କଳି ତେଜିଲା: ଜାନୁଆରି ୬ରେ ଶପଥ ନେବେ ଡିକେ ଶିବକୁମାର? ପଦ ଛାଡ଼ିବାକୁ ସିଦ୍ଦରମୈୟା ପ୍ରସ୍ତୁତ ନଥିବା ବିଧାନସଭାରେ ତାଙ୍କ ସଦ୍ୟତମ ବୟାନରୁ ସ୍ପଷ୍ଟ ହେଉଛି । ଶପଥପାଠ ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଅଢ଼େଇବର୍ଷିଆ ଚୁକ୍ତି ହୋଇନଥିଲା ଓ ଆଗକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସିଦ୍ଦରମୈୟାଙ୍କ ଦୃଢ଼ୋକ୍ତି ସାମ୍ନାକୁ ଆସିଛି । ସେପଟେ ଡିସେମ୍ବର ୨୭ରେ ଉଭୟଙ୍କୁ ହାଇକମାଣ୍ଡ ଦିଲ୍ଲୀ ଡାକିପାରନ୍ତି । ଅଧିକ ପଢ଼ନ୍ତୁ : କର୍ଣ୍ଣାଟକ କଂଗ୍ରେସର ତୁଟି ଗଲା କି କଳି ? ଗୋଟିଏ ଟେବୁଲକୁ ଆସିଲେ ଡି.କେ ଓ ସିଦ୍ଧରମୈୟା ୨୦୨୩ ବିଧାନସଭା ନିର୍ବାଚନ ପରେ ନେତୃତ୍ବ ନେଇ ସିଦ୍ଦରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ଅଢ଼େଇ-ଅଢେଇ ବର୍ଷ ପାଳି କରି ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ପାଇଥିଲେ । ପରେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ । ସିଦ୍ଦରମୈୟାଙ୍କ ଅଢ଼େଇ ବର୍ଷିଆ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରତିଶ୍ରୁତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ହେବାକୁ ଜିଦ୍ ଧରିଛନ୍ତି ଡି.କେ ଶିବକୁମାର ।

ନିନ୍ଦା 19 Dec 2025 8:48 pm

ରାଜଧାନୀରେ କମୁନି ପ୍ରଦୂଷଣ, ୧୦ ହଜାର ସ୍କୁଲରେ ଲାଗିବ ଏୟାର ପ୍ୟୁରିଫାୟର, ୨୦୦ ବିମାନ ଉଡ଼ାଣରେ ବାଧା

କନକ ବ୍ୟୁରୋ : ଅସହ୍ୟ ହେଲାଣି ଦିଲ୍ଲୀର ବାୟୁ ପ୍ରଦୂଷଣ । ଆଖି ଯୁଆଡ଼େ ପଡୁଛି, ସେଠି କେବଳ ଧୂଆଁଧୂଆଁ । ଦିନ ୧୨ଟା ବି ସଂଧ୍ୟା ୬ ପରି ଲାଗୁଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଏତେ ଖରାପ ସ୍ତରରେ ପହଞ୍ଚିଛି ଯେ ଯାତାୟାତଠୁ ଆରମ୍ଭ କରି ଶ୍ୱାସକ୍ରିୟା କଷ୍ଟକର ହେଲାଣି । ସ୍ଥିତିକୁ ଦୃଷ୍ଟିରେ ରଖି ୧୦ ହଜାର ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ : ଦିଲ୍ଳୀବାସୀଙ୍କୁ ଆକ୍ତାମାକ୍ତା କରୁଛି ପ୍ରଦୂଷଣ, ଏପଟେ ଭୁବନେଶ୍ବରରେ ବିଗିଡିଗଲାଣି ବାୟୁର ମାନ ଘନ କୁହୁଡ଼ି ପାଇଁ ଏକ୍ସପ୍ରେସ ୱେରେ ବଢ଼ୁଛି ଦୁର୍ଘଟଣା । କମ୍ ବେଗରେ ଗାଡ଼ି ଚଳାଇବାକୁ ଓ ରାସ୍ତା ଦେଖା ନଗଲେ କିଛି ସମୟ ଅଟକି ରହିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ବିଭିନ୍ନ ଏକ୍ସପ୍ରେସ ୱେରେ ସତର୍କ କରାଉଛି ଦିଲ୍ଲୀ ପୁଲିସ । ସେପଟେ ସଂସଦର ଶୀତ ଅଧିବେଶନର ଶେଷଦିନରେ ବିରୋଧୀ ସାଂସଦଙ୍କ ମଧ୍ୟରୁ କିଏ ସାଇକେଲରେ ପହଞ୍ଚଥିଲେ ତ ପୁଣି କାହା ମୁହଁରେ ମାସ୍କ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ : ଆଜିଠୁ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ: ସରକାରଙ୍କ କଡା ପଦକ୍ଷେପ ଆଜି ଦିଲ୍ଲୀ ବିମାନବନ୍ଦରରୁ ୨ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ କିଛି ବିମାନ ବିଳମ୍ବରେ ଉଡ଼ାଣ ଭରୁଛି । କୁହୁଡ଼ି ପାଇଁ ଅଧିକାଂଶ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ତେବେ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ପାଇଁ ଆଗେଇ ଆସିଛି ଚୀନ । ଦିଲ୍ଲୀରେ କେମିତି ପ୍ରଦୂଷଣ କମ୍ କରାଯିବ, ସେନେଇ ଏକ ଫର୍ମୁଲା କହିଛି ବେଜିଂ । ବର୍ତ୍ତମାନ ଚୀନରେ ୮୦ ପ୍ରତିଶତ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇଥିବା ଦାବି କରାଯାଉଛି ।

ନିନ୍ଦା 19 Dec 2025 8:38 pm

ଆସୁଛି ନୂଆବର୍ଷ, କନଫରେନ୍ସ ମାଇଣ୍ଡ ତରଫରୁ ଦ ଜିରୋନ' ଜିରୋଇ ନାଇଟ୍ ସେଲିବ୍ରେସନ

କନକ ବ୍ୟୁରୋ : ୨୦୨୫ ଇଂରାଜୀ ବର୍ଷକୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬କୁ ସ୍ୱାଗତ ଜଣାଇବା ସମସ୍ତଙ୍କ ମନରେ ଅନେକ ଆଗ୍ରହ କ୍ଷ ସେହି ପରିପ୍ରେକ୍ଷୀରେ ଗୋଟିଏ ସ୍ଥାନରେ ଏକାଠି ହୋଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ କନଫରେନ୍ସ ମାଇଣ୍ଡ ଆୟୋଜନ କରିଛନ୍ତି ଦ ଜିରୋନ(ଜିରୋ ନାଇଟ ସେଲିବ୍ରେସନ) ଅଧିକ ପଢ଼ନ୍ତୁ : ନୂଆବର୍ଷରେ ନୂଆରୂପ ପାଇପାରେ ଶାସନତନ୍ତ୍ର ; ଅଟକିଥିବା ଫାଇଲ୍‌ରେ ବାଜିବ ମୋହର ଏହି ଅବସରରେ ରେଲୱେ କଳିଙ୍ଗ ସଂଗ୍ରହାଳୟ, ମଞ୍ଚେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରୋମ୍ୟ ରଞ୍ଜନ ପଣ୍ଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ତିମିର୍ତ୍ରଣ ସାହୁ ନିର୍ଦ୍ଦେଶକ, ଅନୁଜ ସୁବୁଦ୍ଧି ପରିଚାଳକ, ଆଲୋକ ଦାଶ, ସଚିନ, ସନ୍ତୋଷ, ଅମର, ବାପି, ମୁକେଶ, ତନ୍ମୟ, ଲୋକନାଥ, ସୋନୁ ଭାଇ, ସୁଜିତ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀଙ୍କ ସମେତ ଓଲିଉଡର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଚୁଲବୁଲି ଶିବାନୀ ସଂଗୀତା ପ୍ରମୁଖ ଉପସ୍ଥିତ ଥିଲେ । ଅଧିକ ପଢ଼ନ୍ତୁ : ଘାଟିରେ ଆତଙ୍କୀ ଲଞ୍ଚପ୍ୟାଡ୍: ନୂଆବର୍ଷରେ ବଡ଼ ଆକ୍ରମଣ ଯୋଜନା! ମଞ୍ଚେଶ୍ୱର ସ୍ଥିତ କଳିଙ୍ଗ ରେଳ ସଂଗ୍ରହାଳୟ ଭଳି ଏକ ରଙ୍ଗାରଙ୍ଗ ମୁକ୍ତାକାଶ ପରିବେଶ ମଧ୍ୟରେ ପ୍ରାୟ ତିନି/ଚାରି ହଜାର ଲୋକ ଏକାସାଙ୍ଗରେ ସେଲିବ୍ରେସନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମାତ୍ର ୧୯୯୯ ଟଙ୍କାରେ ଫନ୍, ଫୁଡ୍ ଏବଂ ଡ୍ରିଂକ୍ସ ସହିତ ଭରପୁର ମନୋରଞ୍ଜନ ପାଇପାରିବେ ବୋଲି ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ରୋମ୍ୟ ରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି କ୍ଷ ଓଲିଉଡ଼ର ଚକୋଲେଟ ହିରୋ ଶୈଳେନ୍ଦ୍ର ସାମନ୍ତରାୟ, ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତା, ଭୂମିକା ଦାଶଙ୍କ ସମେତ ଆହୁରି ଅନେକ ଓଲିଉଡ଼ କଳାକାର ଏହି ଇଭେଣ୍ଟରେ ମନୋରଞ୍ଜନ ଯୋଗାଇବା ପାଇଁ ଉପସ୍ଥିତ ରହିବେ । ଓଲିଉଡ଼ ସଙ୍ଗୀତ ଦୁନିଆର ପ୍ରଚ୍ଛଦପଟ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକଙ୍କ ଲାଇଭ୍ ମ୍ୟୁଜିକ ବ୍ୟାଣ୍ଡ ସାଙ୍ଗକୁ ଅମିତ ନାୟକ ଙ୍କ କୋରିଓଗ୍ରାଫି ତା'ସହିତ ମୁମ୍ବାଇ ଡ୍ୟାନ୍ସର୍ସଙ୍କ ଧମାକାଧାର ପରଫରର୍ମାନ୍ସରେ ବିଭୋର ହେବେ ଦର୍ଶକ । ଖୁବ ନାମୀ ଦାମୀ ଡିଜେ ରାକେଶ ମହାନ୍ତିଙ୍କ ହାତର ଯାଦୁ ରେ ସମସ୍ତେ ମତୁଆଲା ହେବେ ନିଶ୍ଚୟ ବୋଲି ଆୟୋଜକ ମତ ରଖିଛନ୍ତି । ୱେବସାଇଟ www.thezeron.com , ବୁକ୍ ମାଇଁ ଶୋ ଏବଂ ହ୍ୱାଟ୍ସଅପ୍ ନମ୍ବର ୯୧୭୮୪୯୬୩୨୯ ରେ ଟିକେଟ ବୁକ୍ କରିପାରିବେ । ଏହି ରଙ୍ଗାରଙ୍ଗ ଜିରୋ ନାଇଟରେ ସାମିଲ ହୋଇ ଧୁମ୍ ମଜା କରିବା ପାଇଁ ଆୟୋଜକ ଜଣାଇଛନ୍ତି । ସମସ୍ତ ସୁରକ୍ଷା ସହିତ ବିନା ଦ୍ଵିଧାରେ ଏହି ଇଭେଣ୍ଟରେ ଯୋଗଦେଇପାରିବେ ।

ନିନ୍ଦା 19 Dec 2025 8:25 pm

ଦିଲ୍ଳୀବାସୀଙ୍କୁ ଆକ୍ତାମାକ୍ତା କରୁଛି ପ୍ରଦୂଷଣ,   ଏପଟେ ଭୁବନେଶ୍ବରରେ ବିଗିଡିଗଲାଣି ବାୟୁର ମାନ

କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସହ ତାଳ ଦେଇ ଏବେ ଆଗକୁ ବଢୁଛି ରାଜ୍ୟ ରାଜଧାନୀର ବାୟୁ ପ୍ରଦୂଷଣ । ସତେ ଯେମିତି ପ୍ରତିଯୋଗିତା ଲାଗିଛି, ପ୍ରଦୂଷଣରେ ଆଗରେ ରହିବ କିଏ? ଦିଲ୍ଲୀ ବାୟୁ ଲୋକଙ୍କୁ ଅଣନିଶ୍ବାସୀ କଲାଣି । ଭୁବନେଶ୍ବରରେ ମଧ୍ୟ ବିଗିଡିଯାଇଛି ବାୟୁର ମାନ । ପ୍ରତିଦିନ ବଢୁଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ଏବେ ସିଭିୟର ବା ଭୀଷଣ ଏକ୍ୟୁଆଇ ପ୍ରଦୂଷଣ ବର୍ଗ ତାଲିକାରେ ସାମିଲ ହୋଇଛି ଭୁବନେଶ୍ବର। ୩୦୦ ଟପିଛି ରାଜଧାନୀର ଏକ୍ୟୁଆଇ ଇଣ୍ଡେକ୍ସ। ଏହି ପରିମାଣର ବାୟୁ ପ୍ରଦୂଷଣ ଶରୀର ପ୍ରତି ଅତ୍ୟନ୍ତ ଅସ୍ବାସ୍ଥ୍ୟକର । ଦୀପାବଳି ପରଠାରୁ ଶୀତ ବଢିବା ସହ ଟ୍ବିନ୍‌ସିଟିରେ ବିଗିଡିଛି ବାୟୁର ମାନ । ଜଙ୍ଗଲ ବଢୁଥିବା ଭୁବନେଶ୍ବରରେ ଏବେ ବାୟୁ ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କଲାଣି । ଅଧିକ ପଢନ୍ତୁ : ଦିଲ୍ଲୀରେ ହେବ ବଡ଼ ପରିବର୍ତ୍ତନ; ୧୧ ବଦଳରେ ହେବ ୧୩ ଜିଲ୍ଲା, ନାଁ ମଧ୍ୟ ବଦଳିବ ମନଇଚ୍ଛା କୋଠା ନିର୍ମାଣ, ଜଙ୍ଗଲ ହ୍ରାସ, ଗାଡି ମୋଟର ବୃଦ୍ଧି ବାୟୁ ପ୍ରଦୂଷଣକୁ ଆହୁରି ବଳ ଦେଉଛି । ନିର୍ମାଣସ୍ଥଳରେ ପ୍ରତିକାର ବ୍ୟବସ୍ଥା ନଥିବାରୁ ପ୍ରଶ୍ବାସରେ ପ୍ରଦୂଷିତ ଧୂଳିକଣା ଯାଉଛି । ଯେଉଁଥିପାଇଁ ହୃଦ୍‌ଘାତ, ଶ୍ବାସକ୍ରିୟାଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ବାୟୁ ଅତି ଖରାପ ସ୍ତରରେ ପହଞ୍ଚିଛି। ତଥାପି ସରକାର ଓ ପ୍ରଶାସନ ନିରବଦ୍ରଷ୍ଟା ପାଲଟିଛନ୍ତି । ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ସ୍ଥିତି ଦେଖିଲେ ଭୟ ଲାଗୁଛି । ଏବେଠୁ ନ ଚେତିଲେ ଓଡ଼ିଶା ମଧ୍ୟ ସମଦଶା ଭୋଗିବ ।

ନିନ୍ଦା 19 Dec 2025 8:22 pm

ଖାଦ୍ୟ ପାଇଁ ଜଂଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ହାତୀ,  ଘର ଭାଂଗୁଛନ୍ତି, ନେଉଛନ୍ତି ଲୋକଙ୍କ ଜୀବନ

କନକ ବ୍ୟୁରୋ: ମଣିଷ - ହାତୀ ଲଢ଼େଇ ଧିରେ ଧିରେ ବଢ଼ିବାରେ ଲାଗିଛି । ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଜନବସତିରେ ପଶି ଆତଙ୍କ ସୃଷ୍ଟି କରୁଛି । ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳକୁ ହାତୀ ପଶିଆସି ଗଛ ଓ ଘର ଭାଙ୍ଗିଛି । ଗଣ୍ଡିବେଡ଼ ନୂଆସାହି ପୂର୍ବପଦ ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିଛି । ହାତୀ ଘଉଡ଼ାଇବା ସହ ବନ ବିଭାଗ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଇଛି । ହାତୀ ଭୟରେ ଖଇରା ଅଞ୍ଚଳରେ ସ୍କୁଲ ଓ ଦୋକାନ ବଜାର ବନ୍ଦ ଥିଲା । ନିଆଁ ଜାଳି ହାତୀ ଘଉଡ଼ାଇବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । ଅଧିକ ପଢନ୍ତୁ ; ବିଗୁଡୁଛି ମାଖନା ହାତୀର ସ୍ବାସ୍ଥ୍ୟ : ଉଠିପାରୁନି କି ଖାଉନି ସେପଟେ ନୀଳଗିରି ଅଞ୍ଚଳର ଜଙ୍ଗଲ ପାଦଦେଶରେ ଥିବା କ୍ଷେତରେ ଉପଦ୍ରବ କରୁଛନ୍ତି ହାତୀପଲ । ଫସଲ ନଷ୍ଟ ଯୋଗୁ ଚାଷୀ ହତାଶ ହୋଇପଡ଼ିଛନ୍ତି । ହାତୀ ଆକ୍ରମଣର ଆଶଙ୍କା ମଧ୍ୟ ରହିଛି । ସେହିପରି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପାଟବେଡା ଗାଁରେ ୩୦ ଟିକିଆ ହାତୀପଲ ଉପଦ୍ରଵ ଉପଦ୍ରବ ଚଳାଇଛନ୍ତି। ବ୍ୟାପକ ଫସଲ ନଷ୍ଟ ଯୋଗୁ ଚାଷୀଙ୍କୁ ଋଣ ଶୁଝିବା ଚିନ୍ତା ଘାରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ମଧ୍ୟ ହାତୀ ଆତଙ୍କ ଲାଗି ରହିଛି । ଫସଲ ନଷ୍ଟ ସହ ହାତୀ ଆକ୍ରମଣରେ ଲୋକ ଜୀବନ ହାନିର ଆଶଙ୍କା କରୁଛନ୍ତି । ଅତୀତରେ କିଛି ଘଟଣାରେ ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେଣୁ ମଣିଷ ସହ ହାତୀଙ୍କ ସୁରକ୍ଷା ପାଇଁ ଦାବି ହୋଇଛି ।

ନିନ୍ଦା 19 Dec 2025 8:11 pm

ବାଂଲାଦେଶରେ ବ୍ୟାପକ ହିଂସା, ଛାତ୍ରନେତା ଓସମାନ ହାଦିଙ୍କୁ ହତ୍ୟା ପରେ ଜଳୁଛି ପଡ଼ୋଶୀ ଦେଶ

କନକ ବ୍ୟୁରୋ : ହିଂସାରେ ଜଳୁଛି ପଡ଼ୋଶୀ ଦେଶ । ଉପଦ୍ରବୀଙ୍କ ଟାର୍ଗେଟରେ ଗଣମାଧ୍ୟମ କାର୍ଯ୍ୟାଳୟ ଓ ଭାରତୀୟ ଦୂତବାସ । ଛାତ୍ରନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ପୁଣି ଉଠୁଛି ପଡୁଛି ବାଂଲାଦେଶ । ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଓସମାନ ହାଦି । ବଞ୍ଚିଥିବା ସମୟରେ ଯେତିକି ଚର୍ଚ୍ଚାରେ ନଥିଲେ, ମୃତ୍ୟୁ ପରେ ସେତିକି ଖବରରେ ଅଛନ୍ତି । ବାଂଲାଦେଶ କୁ ହୁଲସ୍ତୁଲ କରୁଛନ୍ତି ତାଙ୍କର ହଜାର ହଜାର ସମର୍ଥକ । ମିଡିଆ ଅଫିସକୁ ଜାଳି ଦେଇଛନ୍ତି ତ ଭାରତୀୟ ଦୂତାବାସ ବାହାରେ ଭଙ୍ଗାରୁଜା । ହିଂସାରୁ ବାଦ୍ ପଡ଼ିନାହାନ୍ତି ଆୱାମୀ ଲିଗର ବହୁନେତା । ସେମାନଙ୍କୁ ଆକ୍ରମଣ ସହ ଘର ପୋଡ଼ାଜଳା କରିଛନ୍ତି ଉପଦ୍ରବୀ । ଓସମାନଙ୍କ ସମର୍ଥକଙ୍କ ହିଂସାକାଣ୍ଡରେ ଥରହର ଢାକା ସମେତ ବିଭିନ୍ନ ସହର । ଅଧିକ ସଂଖ୍ୟକ ହିନ୍ଦୁ ରହୁଥିବା ଚଟଗାଁରେ ଘଟିଛି ଅଧିକ ହିଂସା । ସ୍ଥିତିକୁ ଦେଖି ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା କରାଯିବା ସହ ହାଇକମିସନକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । ଅଧିକ ପଢ଼ନ୍ତୁ : ବାଂଲାଦେଶରେ ଅସୁରକ୍ଷିତ ଭାରତୀୟ ହାଇକମିସନର; ଦୂତାବାସ ବାହାରେ ପ୍ରଦର୍ଶନ, ଢାକାକୁ ଭାରତର ତଲବ ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ଛାତ୍ରନେତା ଓସମାନ ହାଦି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି ଫେସବୁକରେ 'ଗ୍ରେଟର ବାଂଲାଦେଶ' ନେଇ ବିବାଦୀୟ ମ୍ୟାପ୍ ପୋଷ୍ଟ କରିଥିଲେ । ତେବେ ଛାତ୍ରନେତାଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢ଼ନ୍ତୁ : ବାଂଲାଦେଶରେ ବଡ଼ ବିକ୍ଷୋଭ; ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ ଡିସେମ୍ବର ୧୨ ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ୩୨ ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଛି। ଏହାପରେ ସ୍ଥିତି ନେଇଛି ଉଗ୍ରରୂପ । ଦେଶରୁ ଶେଖ ହସିନାଙ୍କୁ ତଡ଼ିବାରେ ହାଦିଙ୍କର ବଡ଼ ଭୂମିକା ଥିଲା । ଜୁଲାଇ ମାସରେ ବାଂଲାଦେଶରେ ବଡ଼ଧରଣର ଛାତ୍ର ଆନ୍ଦୋଳନର ମାଷ୍ଟରମାଇଣ୍ଡ ଥିଲେ ଓସମାନ ।

ନିନ୍ଦା 19 Dec 2025 8:09 pm

ଗୁରୁ-ଶିଷ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ !  ସ୍କୁଲରେ ପାଳନ ହେବନି ଗୁରୁ ଓ ଶିଶୁ ଦିବସ

କନକ ବ୍ୟୁରୋ; ଆସନ୍ତା ବର୍ଷରୁ ବିଦ୍ୟାଳୟରେ ଗୁରୁ ଦିବସ ଅବା ଶିଶୁ ଦିବସ ପାଳନ ହେବନି । ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ନାହିଁ । ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୬ ବାର୍ଷିକ ଛୁଟି ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୨୦୨୬ ବର୍ଷରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ସେଥିରୁ ଗୁରୁ ଓ ଶିଶୁ ଦିବସକୁ ବାଦ୍‌ ଦିଆଯାଇଛି । ପାଳନୀୟ ଦିବସରେ ମଧ୍ୟ ଏହାକୁ ରଖାଯାଇନାହିଁ। ଯାହାକୁ ନେଇ ବିରୋଧର ସ୍ବର ଉଠିଛି। ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି । ଅଧିକ ପଢନ୍ତୁ : ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି ସେପ୍ଟେମ୍ବର ୫ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ଗୁରୁ ଦିବସ । ନଭେମ୍ବର ୧୪ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଦୀର୍ଘ ଦିନରୁ ରାଜ୍ୟରେ ଏହି ଦିନରେ ସ୍କୁଲରେ ଛୁଟି ଘୋଷଣା ହୋଇଆସୁଥିଲା । କିନ୍ତୁ ଏଥର ବାଦ ଦିଆଯାଇଛି । ଯାହାକୁ ଶିକ୍ଷକ ସଂଘ ବିରୋଧ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି ପାଠପଢ଼ା ସହ ଗୁରୁ ଦିବସ ଓ ଶିଶୁ ଦିବସ ପାଳନ କରାଯିବ। ଛୁଟି ହେଲେ ପାଠ ପଢ଼ାରେ କ୍ଷତି ହେବ । ଛୁଟି ତାଲିକାରେ ଆଉ ଏକ ଅସଙ୍ଗତି ଦେଖିବାକୁ ମିଳିଛି। ୬ ଟି ପାଳନୀୟ ଦିବସ ରହିଛି। ସେହି ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେ। ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୁରୁ ଓ ଶିଶୁ ଦିବସରେ ପୂର୍ଣ୍ଣଛେଦ

ନିନ୍ଦା 19 Dec 2025 8:03 pm

Asia Cup U19: ଚମକ ଦେଖାଇ ପାରିଲେନି ବୈଭବ, ଫାଇନାଲରେ ପହଞ୍ଚିଲା ଭାରତ, ଏଥର ମଇଦାନରେ ଭାରତ-ପାକ୍ ମୁହାଁମୁହିଁ ଲଢ଼େଇ

Asia Cup U19: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ୧୯ ବର୍ଷରୁ କମ୍ ଏସିଆ କପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୩୮ ରନ କରିଥିଲା। ଜବାବରେ, ଟିମ୍ ଇଣ୍ଡିଆ ୧୨ ବଲ ବାକି ଥାଇ ୮ ୱିକେଟରେ ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଆରନ୍ ଜର୍ଜ ଏବଂ ବିହାନ ମାଲହୋତ୍ରା […]

ଓଡ଼ିଶା ଭାସ୍କର 19 Dec 2025 8:02 pm

ବିଧାୟକଙ୍କ ଦରମାକୁ ନେଇ ଚାରିଆଡୁ ଚାପ ପଡିବା ପରେ ନରମିଲେ ଉଭୟ ଶାସକ ଓ ବିରୋଧୀ,  ପୁନଃବିଚାର ପାଇଁ ବିଜେପି ବିଧାୟକଙ୍କ ପ୍ରସ୍ତାବ ପରେ ଦାବି ରଖିଲେ ବିଜେଡି ଏମଏଲଏ

କନକ ବ୍ୟୁରୋ: ପୁଣି ଥରେ ପ୍ରମାଣିତ ହୋଇଛି ଜନତା ହିଁ ସବୁଠାରୁ ଶକ୍ତିଶାଳୀ । ଜନ ଅସନ୍ତୋଷ ବଢ଼ିବାରୁ ରାଜ୍ୟରେ ସରକାର ବଦଳିଥିଲା । ଭୁଷୁଡି ପଡ଼ିଥିଲା ବିଜେଡିର ଦୀର୍ଘ ୨୪ବର୍ଷର ଗଡ଼ । ଏକଥାକୁ ଜନତାଙ୍କୁ ଠାରୁ ବେଶ୍ ଭଲଭାବେ ଜାଣନ୍ତି ନେତା । ତେଣୁ ବିଧାୟକଙ୍କ ଦରମା ଓ ଭତ୍ତା ତିନି ଗୁଣା ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ, ପ୍ରଶମିତ କରିବା ପାଇଁ ଶାସକ ଦଳ ପରେ ନରମିଛନ୍ତି ବିରୋଧୀ ଦଳର ନେତା । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି, ୟୁଟର୍ଣ୍ଣ ନେଇ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ବିଜେଡି ବିଧାୟକମାନେ ଦାବି କରିଛନ୍ତି । କଂଗ୍ରେସ ବିଧାୟକମାନେ ବି ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ : ଜନ ଆକ୍ରୋଶ ପରେ ବଦଳିଲା ବିଜେଡିର ଆଭିମୁଖ୍ୟ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ତେବେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପି ଓ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ବିଧାୟକମାନେ ବି ବର୍ଦ୍ଧିତ ଦରମା ନେବା ପ୍ରସଙ୍ଗରେ ବିଚାର କରୁଛନ୍ତି। ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି, ଲୋକଙ୍କ ଚାପରେ ୟୁଟର୍ଣ୍ଣ ନେଇଛନ୍ତି ଉଭୟ ଶାସକ ଓ ବିରୋଧୀ । ଦରମା ବୃଦ୍ଧି ନିଷ୍ପତ୍ତିକୁ ପ୍ରଥମରୁ ବିରୋଧ କରିଥିଲେ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ତାପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରି ଦେଇଥିଲେ । ଗତକାଲି ବିଜେପି ବିଧାୟକମାନେ ବୈଠକ କରି ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏବେ ଅପେକ୍ଷା ବର୍ଦ୍ଧିତ ଦରମାରୁ କେତେ କମିବ?

ନିନ୍ଦା 19 Dec 2025 7:53 pm

କେବେଠୁ ଆସିବ ବଢ଼ା ଦରମା, ଆଉ କେତେ ବୃଦ୍ଧି ହେବ…ଜାଣନ୍ତୁ ଅଷ୍ଟମ ବେତନ କମିଶନର ବଡ଼ ଅପଡେଟ୍

ଓଡିଶାଭାସ୍କର:ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଅଷ୍ଟମ ବେତନ କମିଶନ ବିଷୟରେ ଜିଜ୍ଞାସୁ ଏବଂ ଦ୍ୱନ୍ଦ୍ୱରେ ଅଛନ୍ତି। ସାଧାରଣରେ ଚର୍ଚ୍ଚା ହେଉଛି କି ନୂତନ ବେତନ କମିଶନ ଜାନୁଆରୀ ୧, ୨୦୨୬ ରୁ କାର୍ଯ୍ୟକାରୀ ହେବ, କିନ୍ତୁ ସରକାର ଏପର୍ଯ୍ୟନ୍ତ ଦରମା ବୃଦ୍ଧି, ଫିଟମେଣ୍ଟ ଫ୍ୟାକ୍ଟର କିମ୍ବା ବକେୟା ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। […]

ଓଡ଼ିଶା ଭାସ୍କର 19 Dec 2025 7:50 pm

ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି

କନକ ବ୍ୟୁରୋ : ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ । ସବୁକିଛି ଥାଇ ବି ଆଜି ଏହା ଅବହେଳିତ । ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଜୋର୍ ଧରିଲାଣି ଦାବି । ଏପଟେ ବିଧାୟକ କହିଛନ୍ତି ଆଗାମୀ ବିଧାନସଭା ଅଧିବେଶନରେ ଉଠିବ ଏ ପ୍ରସଙ୍ଗ । ଅଧିକ ପଢ଼ନ୍ତୁ : ବ୍ରିଟେନ୍ ଓ ଭାରତ ମଧ୍ୟରେ ବଡ଼ ଡିଲ୍: ଭାରତରେ ଖୋଲିବ ବ୍ରିଟେନର ୯ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୧୯୧୩ରେ ଓଡ଼ିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ମହିଳା କଲେଜ ଭାବେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା ମହାବିଦ୍ୟାଳୟ। ୧୧୨ ବର୍ଷର ଏହି ପୁରାତନ କଲେଜ ରାଜ୍ୟରେ ନାରୀ ଶିକ୍ଷା କ୍ଷେତ୍ରରେ ତୁଲାଇଥିଲା ବିଶେଷ ଭୂମିକା। ଏଠାରୁ ଶିକ୍ଷା ଗ୍ରହଣ କରି ବହୁ ଓଡ଼ିଆ ଝିଅ ଦେଶ ବିଦେଶରେ ଅନେକ ନାଁ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମାତ୍ର ରାଜ୍ୟର ସର୍ବପୁରାତନ ମହିଳା କଲେଜକୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରିନି । ଆଉ ଏବେ ଏହି ମହାବିଦ୍ୟାଳୟ ଲାଗି ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ। ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଜୋର୍ ଧରିଲାଣି ଦାବି । ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେଲାଣି । କଟକ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଆଗାମୀ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗ ଉଠିବ । ସାଧାରଣ ଲୋକଙ୍କ ଦାବି ସରକାର କେବେ ଶୁଣିବେ ତାହା ଦେଖିବାର କଥା।

ନିନ୍ଦା 19 Dec 2025 7:45 pm

ଆସିବ ୬୭ ହଜାର କୋଟିର ନିବେଶ,   ଓଡ଼ିଶା ହେବ ଭାରତ ବିକାଶର ଇଞ୍ଜିନ୍‌

କନକ ବ୍ୟୁରୋ: ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପୁଞ୍ଜି ଯୋଗାଡ଼ରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ । ହାଇଦ୍ରାବାଦରେ ଓଡ଼ିଶାର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ମୋହନ । ସେଠାରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ନିବେଶକଙ୍କ ସହ ବଡ଼ ଡିଲ କରିଛନ୍ତି ଓଡ଼ିଶା ସରକାର। ନିବେଶ ସମ୍ମିଳନୀରେ ୧୩ ଟି କମ୍ପାନି ସହ ୨୭,୬୫୦ କୋଟି ଟଙ୍କାର ହୋଇଛି ବୁଝାମଣାପତ୍ର ସ୍ବାକ୍ଷର । ଏହାଦ୍ବାରା ରାଜ୍ୟରେ ଆନୁମାନିକ ୧୫,୯୦୫ ଚାକିରି ସୃଷ୍ଟି ହେବ । ଏହା ବ୍ୟତୀତ ୩୯,୧୩୧ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଛି, ଯାହା ୪୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ ; ବିଜେପିର ବଡ଼ ବୈଠକ; ନିଗମ ଓ ବୋର୍ଡ ବଣ୍ଟନ ଉପରେ ରହିଛି ନଜର ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ନିବେଶକମାନଙ୍କ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଓଡ଼ିଶାର ଅଧିକାରୀ । ବିଶେଷକରି ଔଷଧ ନିର୍ମାଣ, ଚିକିତ୍ସା ଉପକରଣ, ନବୀକରଣୀୟ ଶକ୍ତି ଉପକରଣ, ଟେକ୍ସଟାଇଲ୍‌, ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଡାଟା ସେଣ୍ଟର କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ । ନିବେଶକଙ୍କ ମଧ୍ୟରେ ଅଛନ୍ତି ଇନ୍ଦୋରାମା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିନ୍ଦଲ ପଲି ଫିଲ୍ମସ୍, ଏବିଆଇ ସୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମାରୁତି ଆଦି ପ୍ରମୁଖ କମ୍ପାନୀ । ମୋଟ ଉପରେ ୬୭ ହଜାର କୋଟିର ନିବେଶ ସହ ୫୬ ହଜାର ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ରଖିଛନ୍ତି ସରକାର ।୨୦୪୭ ବିକଶିତ ଭାରତ ନିର୍ମାଣ ନେଇ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି । ସେଥିରେ ଓଡ଼ିଶା ଇଞ୍ଜିନ ସାଜିବ ବୋଲି ସରକାର କହିଛନ୍ତି । କିନ୍ତୁ ବାସ୍ତବରେ କେତେଟି କମ୍ପାନୀ ଓଡ଼ିଶା ଆସୁଛନ୍ତି ତାହା ଉପରେ ରାଜ୍ୟର ବିକାଶ ନିର୍ଭର କରୁଛନ୍ତି ।

ନିନ୍ଦା 19 Dec 2025 7:42 pm

ପାକିସ୍ତାନରେ ମରୁଡି ପରିସ୍ଥିତି, ଡହଳ ବିକଳ ହୋଇ ପୁଣି କାକୁତି ମିନତି ହେଲେ ପାକ୍ ବିଦେଶ ମନ୍ତ୍ରୀ, କହିଲେ ପାକିସ୍ତାନର ଜୀବନ …

Indus Dispute: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ଶୁକ୍ରବାର (ଡିସେମ୍ବର ୧୯, ୨୦୨୫) କହିଛନ୍ତି ଯେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ନିରନ୍ତର ଭାବରେ ଦୁର୍ବଳ କରୁଛି ଏବଂ ଏପରି ଉଲ୍ଲଂଘନ ଚୁକ୍ତିନାମାର ମୌଳିକ ନୀତି ଉପରେ ଆକ୍ରମଣ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଚେନାବ ନଦୀର ଗତି ପରିବର୍ତ୍ତନ ସମ୍ପର୍କରେ ଭାରତଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବା ବେଳେ ଏହି ବୟାନ ଦେଇଛନ୍ତି । ସେ କହିଥିଲେ, […]

ଓଡ଼ିଶା ଭାସ୍କର 19 Dec 2025 7:23 pm

ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ଯୁବରାଜ ସିଂ, ରୋବିନ ଉଥାପ୍ପା ଓ ସୋନୁ ସୁଦଙ୍କ ସମ୍ପତ୍ତି ବାଜ୍ୟାପ୍ତି

କନକ ବ୍ୟୁରୋ; ବେଟିଂ ଆପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଭାରତରେ ବେଟିଂ ଏବଂ ଗେମିଂ ଆପ୍ ଜରିଆରେ ହେଉଥିବା ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶେଷ କରି ମହାଦେବ ବେଟିଂ ଆପ୍ ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ସହଯୋଗୀ ଆପ୍‌ଗୁଡ଼ିକର ଯାଞ୍ଚ ସମୟରେ ଅନେକ ବଡ଼ ବଡ଼ ନାମ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ : ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ଝାରପଡା ଜେଲରେ ଇଡ଼ି ଟିମ୍। ରିମାଣ୍ଡ ବେଳେ ପତ୍ନୀ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଇଡି ପ୍ରସ୍ତୁତ। ଏହି କ୍ରମରେ ଭାରତୀୟ କ୍ରିକେଟର ଯୁବରାଜ ସିଂ, ରୋବିନ ଉଥାପ୍ପା ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସମ୍ପତ୍ତି ଇଡି ଦ୍ୱାରା ବ୍ୟାଜ୍ୟାପ୍ତି କରାଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ଉର୍ବଶୀ ରାଉତେଲା, ମିମି ଚକ୍ରବର୍ତ୍ତୀ, ଅଙ୍କୁଶ ହଜାରା ଏବଂ ନେହା ଶର୍ମାଙ୍କ ଭଳି ପ୍ରମୁଖ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଆଜିର ଇଡି କାର୍ଯ୍ୟାନୁଷ୍ଠାନରେ, ୭.୯୩ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ପୂର୍ବରୁ, ସମାନ ମାମଲାରେ, ଇଡି ଶିଖର ଧାୱନଙ୍କର ୪.୫୫ କୋଟି ଏବଂ ସୁରେଶ ରାଇନାଙ୍କର ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା । ଏପର୍ଯ୍ୟନ୍ତ ୧୯.୦୭ କୋଟି ମୂଲ୍ୟର ସମ୍ପତ୍ତି କରିଛି ଇଡି । ଏହି ମାମଲାରେ ତଦନ୍ତ ଜାରି ରହିଛି ।

ନିନ୍ଦା 19 Dec 2025 7:00 pm

ଆତଙ୍କୀ କରୁଛନ୍ତି ବଡ଼ ଯୋଜନା, ନୂଆ ବର୍ଷରେ ଏଠାରେ କରିବେ ୨୬/୧୧ ପରି ଭୟଙ୍କର ଆକ୍ରମଣ, ଏଥର କିନ୍ତୁ ଜଳରେ, ଆଲର୍ଟରେ ସେନା …

Terror Attack Alert: ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ନୂତନ ବର୍ଷ ପୂର୍ବରୁ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂଚନା ଅନୁଯାୟୀ, ଏଥର ଆତଙ୍କବାଦୀମାନେ ନୂତନ ବର୍ଷ ଅବସରରେ ୨୬/୧୧ ଅର୍ଥାତ୍ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧ ଆକ୍ରମଣ) ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି। ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଏଥର ପାକିସ୍ତାନରୁ ଆସୁଥିବା ଆତଙ୍କବାଦୀମାନେ ରାବି ନଦୀ ଦେଇ ଡଙ୍ଗାରେ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ୧୭ ବର୍ଷ […]

ଓଡ଼ିଶା ଭାସ୍କର 19 Dec 2025 6:55 pm

ଶୁଭମନ ଗିଲ୍ OUT, ସଞ୍ଜୁ ସାମସନ୍ IN…ଅହମ୍ମଦାବାଦରେ ଟସ୍ ହାରି ବ୍ୟାଟିଂ କରିବ ଭାରତ, ଏମିତି ରହିଛି ପ୍ଲେଇଂ ୧୧

ଓଡିଶାଭାସ୍କର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ସିରିଜ୍ ୨-୧ରେ ଆଗୁଆ ଅଛି, ଅର୍ଥାତ୍ ସେମାନେ ଏଠାରୁ ସିରିଜ୍ ହାରିବେ ନାହିଁ। ଡ୍ର ସୁନିଶ୍ଚିତ କରିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ବିଜୟ ନିଶ୍ଚିତ କରିବ ଟିମ୍ ଇଣ୍ଡିଆ ସିରିଜ୍ କବ୍ଜା […]

ଓଡ଼ିଶା ଭାସ୍କର 19 Dec 2025 6:54 pm

ରାଜଧାନୀରେ ବଢ଼ିଚାଲିଛି ଅପରାଧ, ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଛନ୍ତି ଅପରାଧୀ

କନକ ବ୍ୟୁରୋ : ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ। ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇ ଶେଷରେ ପୋଷ୍ଟର ଭରସାରେ ବସୁଛି କମିସନେରେଟ ପୁଲିସ । ଖୋଜି ଆଣିଲେ ଲୋକଙ୍କୁ ଟଙ୍କା ପ୍ରଦାନ କରିବାକୁ ପୋଷ୍ଟର ଲାଗୁଥିବା ବେଳେ ଏବେ ଲୋକଙ୍କ ମନରୁ ପୁଲିସକୁ ନେଇ ବିଶ୍ୱାସ କମିବାରେ ଲାଗିଛି । ଅଧିକ ପଢ଼ନ୍ତୁ : ଆବର୍ଜନାରୁ ପ୍ରସ୍ତୁତ ହେବ ଶକ୍ତି ଓ ଚାର୍‌କୋଲ : ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ପଳାଶୁଣିରେ ପ୍ରତିଷ୍ଠା ହେବ ପ୍ଲାଣ୍ଟ କେଉଁଠି ନାବଳିକାଙ୍କ ସହ ଦୁଷ୍କର୍ମ ତ ଆଉ କେଉଁଠି ନିଖୋଜ ନାବାଳିକାଙ୍କୁ ଖୋଜିନପାରି ଶେଷରେ ପୋଷ୍ଟର ଭରସାରେ କମିସନେରେଟ ପୁଲିସ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନି । ଏପଟେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ ୬ ଅଞ୍ଚଳର ନାବାଳିକାଙ୍କୁ ଖୋଜିବାକୁ ପୋଷ୍ଟର ମାରିବାରେ ବ୍ୟସ୍ତ ପୁଲିସ । ଅମର ବେହେରା ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ନେଇ ପୋଷ୍ଟରରେ ଦର୍ଶାଯାଇଛି। ନିଖୋଜ ନାବାଳିକା ଏବଂ ଅପହରଣକାରୀଙ୍କ ବାବଦରେ ଖବର ଦେଲେ ମିଳିବ ୨୫ ହଜାର ଟଙ୍କା । ଅଧିକ ପଢ଼ନ୍ତୁ : କଟକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ୪ଦିନ ହେଲା ଉଠୁନି ଅଳିଆ , ଏପଟେ ଭୁବନେଶ୍ୱର ସଫେଇ କର୍ମଚାରୀଙ୍କ ଚେତାବନୀ ବିଗତ କିଛି ଦିନ ହେଲା ଅନେକ ମୃତଦେହ ମିଳୁଥିଲେ ବି ମୃତଦେହର ପରିଚୟ ମିଳିପାରୁନି ଓ ତଥ୍ୟ ଅନୁଯାୟୀ, ବିଗତ ୧୦ ବର୍ଷରେ ଟ୍ବିନ୍‌ସିଟିରେ ୨୭୫ରୁ ଅଧିକ ମୃତଦେହର ପରିଚୟ ମିଳିନି । କିଛିଦିନ ତଳେ ମଞ୍ଚେଶ୍ୱରରୁ ମିଳିଥିବା ମୃତଦେହର ପୋଷ୍ଟର ଲାଗିଥିଲେ ବି ଏଯାଏଁ ମିଳିନି କୌଣସି ସୁଫଳ । ଏପଟେ ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଯାହାକୁ ନେଇ କମିସନେରେଟ ପୁଲିସର କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ : ଖୋଲୁଛି ବାଂଲାଦେଶୀ ଯୁବତୀ ଚାଲାଣର ଚେର: ଆମିର ଅଲ୍ଲୀ ଶେଖକୁ ଘାଣ୍ଟୁଛି ଭୁବନେଶ୍ୱର ଏନଆଇଏ ଟିମ୍ ଅନେକ ସମୟରେ ନିଖୋଜ ଅପରାଧୀଙ୍କୁ ଖୋଜିବାରେ ଫେଲ୍‌ ମାରୁଛି ପୁଲିସ। ତେଣୁ ଆପରାଧିକ ମାମଲା ବି ବଢୁଛି । ତା ସହିତ ଅପରାଧୀଙ୍କ ମନରେ ଭୟ କମୁଛି । ତେଣୁ ପ୍ରଶ୍ନ ଉଠୁଛି, ମାଳମାଳ ସିସିଟିଭି ଥାଇ କେମିତି ଆଖିରେ ଆଙ୍ଗୁଠି ଗେଞ୍ଜି ଚମ୍ପଟ ମାରୁଛନ୍ତି ଅପରାଧୀ ?

ଶିଶୁ ଖବର 19 Dec 2025 6:36 pm

ନିଜ ରୋଗ ବିଷୟରେ ବଡ଼ ଅପଡେଟ୍ ଦେଲେ ଯଶସ୍ୱୀ ଜୟସୱାଲ, ମ୍ୟାଚ୍ ମଝିରୁ ହସ୍ପିଟାଲରେ ଭର୍ତ୍ତି

ଓଡିଶାଭାସ୍କର:ଟିମ୍ ଇଣ୍ଡିଆର ଓପନର ଯଶସ୍ୱୀ ଜୟସୱାଲ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ସୁସ୍ଥ ହେଉଛନ୍ତି ଏବଂ ଖୁବ୍ ଶୀଘ୍ର ପଡ଼ିଆକୁ ଫେରିବେ। ଯଶସ୍ୱୀ ଜୟସୱାଲ ତାଙ୍କ X ହ୍ୟାଣ୍ଡେଲ ମାଧ୍ୟମରେ ତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେଇଥିଲେ। ପୁଣେରେ ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍ ସମୟରେ ଜୟସୱାଲଙ୍କୁ ହଠାତ୍ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଗମ୍ଭୀର ଗ୍ୟାଷ୍ଟ୍ରୋଏଣ୍ଟେରାଟିସ୍ ରୋଗ ଚିହ୍ନଟ କରାଯାଇଥିଲା। ଡାକ୍ତରମାନେ […]

ଓଡ଼ିଶା ଭାସ୍କର 19 Dec 2025 6:34 pm

ରକ୍ତ ମୁହାଁ ବାଂଲାଦେଶ, ହାଦି ମୃତ୍ୟୁ ପରେ ଏବେ ଜଳୁଛି ବିଦ୍ରୋହର ନିଆଁ, ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କଲା ଭାରତ…

Bangladesh Violence: ୧୮ ଡିସେମ୍ବର ୨୦୨୫ ବିଳମ୍ବିତ ରାତିରେ ବାଂଲାଦେଶରେ ପୁଣି ଅଶାନ୍ତି ସୃଷ୍ଟି ହୋଇଥିଲା। ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଦୀର୍ଘ ଛଅ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ମୃତ୍ୟୁବରଣ କରିଥିଲେ। ଯେଉଁଥିପାଇଁ ଦେଶବ୍ୟାପୀ ହିଂସା ଦେଖିବାକୁ ମିଳିଛି । ଏହି ସମୟରେ ଆଜି ସକାଳୁ ସକାଳୁ ବାଂଲାଦେଶରେ ଥିବା […]

ଓଡ଼ିଶା ଭାସ୍କର 19 Dec 2025 6:28 pm

ଅଙ୍ଗନବାଡ଼ି ପୋଷାକ ବଣ୍ଟନରେ ଦୁର୍ନୀତିର ଗନ୍ଧ ! ପିଲାଙ୍କୁ ଦିଆଯାଉଛି ନିମ୍ନମାନର ପୋଷାକ !

କନକ ବ୍ୟୁରୋ: ଗଞ୍ଜାମରୁ ଆସିଛି ଅଙ୍ଗନବାଡ଼ି ପୋଷାକ କେଳେଙ୍କାରୀର ଅଭିଯୋଗ । ଜିଲ୍ଲାର ପ୍ରତ୍ୟେକଟି ବ୍ଲକରେ ଥିବା ଅଙ୍ଗନବାଡ଼ିରେ ପିଲାଙ୍କୁ ନିକୃଷ୍ଟ ମାନର ପୋଷାକ ବଣ୍ଟନ କରାଯାଉଛି। ଯାହା ପିନ୍ଧିବା ଯୋଗ୍ୟ ନୁହେଁ। ବ୍ୟବହାରର ମାସେ କି ଦୁଇ ମାସରେ ଡ୍ରେସ୍ ନଷ୍ଟ ହୋଇଯାଉଥିବା ଅଭିଯୋଗ ଆସିଛି । ଚଳିତ ବର୍ଷ ଆସିକା ବ୍ଲକର ୨୫୧ ଅଙ୍ଗନବାଡ଼ି କେନ୍ଦ୍ରରେ ୫ ହଜାର ୫୧୫ ଜଣ ଓ ଧରାକୋଟର ୧୯୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୪ ହଜାର ୩୨୭ ପିଲାଙ୍କୁ ପୋଷାକ ଦିଆଯାଇଛି । ହେଲେ ପ୍ରତିଟି କେନ୍ଦ୍ରରେ ଦିଆଯାଇଥିବା ପୋଷାକ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ ; ଷାଣ୍ମାସିକ ପରୀକ୍ଷା ସରିଲା,ପୋଷାକ ମିଳିଲାନି : ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ଚିରାଫଟା ୟୁନିଫର୍ମ ପ୍ରତିବର୍ଷ ସରକାରଙ୍କ ତରଫରୁ ଅଙ୍ଗନବାଡ଼ିରେ ପଢ଼ୁଥିବା ପ୍ରତି ପିଲାଙ୍କ ପାଇଁ ୟୁନିଫର୍ମ, ଶୀତ ପୋଷାକ ଓ ଜୋତା ବାବଦକୁ ଟଙ୍କା ଆସୁଛି । ପୁଅଙ୍କ ପାଇଁ ୪୫୦ ଓ ଝିଅଙ୍କ ପାଇଁ ୫୫୦ ଟଙ୍କା ପ୍ରଦାନ କରାଯାଉଛି । ୟୁନିଫର୍ମ ଯୋଗାଇବା ଦାୟିତ୍ବ ରହୁଛି ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ । ହେଲେ ନିମ୍ନମାନର ପୋଷାକ ପିଲାଙ୍କୁ ଦିଆଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଳକ ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ କଥା ହୋଇ ଘଟଣାର ତଦନ୍ତ କରାଯିବା ନେଇ କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ । ତୁରନ୍ତ ଅଭିଯୋଗର ତଦନ୍ତ କରି ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ନିନ୍ଦା 19 Dec 2025 6:17 pm

କୋରାପୁଟରୁ ଆସିଲା ଦୁଃଖଦ ଚିତ୍ର,  ଗୋଟିଏ ପରିବାରର ତିନି ପୁଅ ଝିଅ ଦିବ୍ୟାଙ୍ଗ

କନକ ବ୍ୟୁରୋ: ଦୁରାରୋଗ ଏମିତି ଯେ ଗୋଟିଏ ପରିବାରରେ ତିନି ପୁଅ ଝିଅ ଦିବ୍ୟାଙ୍ଗ । ଅଭାବୀ ପରିବାର ପକ୍ଷରେ ଛୁଆଙ୍କ ଚିକିତ୍ସା କରିବା ସମ୍ଭବ ହୋଇନି । ଏସବୁ ଅଭାବ ଅନଟନ, ଶାରରିକ ଅକ୍ଷମତା ଭିତରେ ପାଠ ପଢି କିଛି କରି ଦେଖାଇବାର ସ୍ୱପ୍ନ ଦେଖିଛି ବିଦ୍ୟାଙ୍ଗ ପୁଅ । ଜନ୍ମରୁ ସବୁ କିଛି ଠିକ ଥିଲା । ବୟସ ବଢ଼ିଲା, କିନ୍ତୁ ଶରୀର ବଢ଼ିଲାନି। ଦିନ ମଜୁରିଆ ଭାବେ କାମ କରୁଥିବା ବାପା ପକ୍ଷରେ ଭଲ ଚିକତ୍ସା ଦେବା ସମ୍ଭବ ହେଲାନି । କୋରାପୁଟ ମେଡ଼ିକାଲ ନେବାରୁ ଡାକ୍ତର କହିଲେ ଭଲ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନିଅ । କିନ୍ତୁ ଟଙ୍କା ନଥିବାରୁ ଛୁଆଙ୍କୁ ଧରି ଘରକୁ ଫେରିଆସିଲେ ବାପା । ପ୍ରଥମେ ବଡ଼ ଝିଅ ଓ ପୁଅ, ଏବେ ସାନ ଝିଅ ଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି। ୩ ଛୁଆଙ୍କର ଏପରି ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି ବୋରିଗୁମ୍ମା ବ୍ଲକ ବେଣାସୁର କୁରକୁଟି ଗାଁର ଭଗବାନ ହରିଜନ । ପୁଅ କପିଳାସ ହରିଜନ, ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷର ଛାତ୍ର। ଶରୀର ଅକ୍ଷମ, ମନୋବଳ ଦୃଢ଼ । ଅଧିକ ପଢନ୍ତୁ ; ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ ପ୍ରତ୍ୟେକ ଦିନ ବାପା ନହେଲେ ବଡ଼ ଭାଇଙ୍କ ସହ ୧୦ କିଲୋମିଟର ଦୂର କଲେଜ ଯାଆନ୍ତି । ସମସ୍ତ ଘାତ ପ୍ରତିଘାତକୁ ଏଡ଼ାଇ ପାଠପଢ଼ି କିଛି କରିବାକୁ ସ୍ବପ୍ନ ଦେଖିଛନ୍ତି। ତେବେ ସରକାରଙ୍କୁ ଟ୍ରାଇ ସାଇକେଲ୍‌ ଓ ପାଠ ପଢ଼ିବା ପାଇଁ କିଛି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି କପିଳାସ । ସରକାର ପକ୍ଷରୁ ବଡ଼ ଝିଅ ଏବଂ ପୁଅକୁ ଭତ୍ତା ମିଳୁଛି। କିନ୍ତୁ ସାନ ଝିଅର ହାତ ଆଙ୍ଗୁଠି ଠିକ୍‌ ନଥିବାରୁ ଆଧାର କାର୍ଡ ହୋଇପାରୁନି। ଫଳରେ ସରକାରୀ ସହାୟତା ମିଳୁନି । ଏହା ପ୍ରତି ଦୃଷ୍ଟି ଦେବା ସହ କିଛି ସରକାରୀ ସହାୟତା ମିଳିଲେ ଏହି ଅସହାୟ ପରିବାର ଉପକୃତ ହୋଇପାରିବ ।

ନିନ୍ଦା 19 Dec 2025 6:16 pm

ଓମାନ ସୁଲତାନଙ୍କ ପ୍ରାସାଦରେ କେତେ ଲାଗିଛି ସୁନା, ସତରେ କ’ଣ ସୁନା ଇଟାରେ ତିଆରି ଏହି ଦୁର୍ଗ

ଓଡିଶାଭାସ୍କର:ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରୁଭୂମିରେ ଅବସ୍ଥିତ ଓମାନରେ ପାଦ ଦିଅନ୍ତି, ସେତେବେଳେ ବିଶ୍ୱର ଧ୍ୟାନ କେବଳ କୂଟନୀତି ଉପରେ ନୁହେଁ ବରଂ ଶତାବ୍ଦୀ ଧରି ଅଲ୍ ବୁ ସଇଦ ରାଜବଂଶର ପ୍ରମୁଖ ପରିଚୟ ଥିବା ସୁଲତାନୀ ମହିମା ଉପରେ ମଧ୍ୟ କେନ୍ଦ୍ରିତ ହୁଏ। ସୁଲତାନ ହାଇଥାମ୍ ବିନ୍ ତାରିକଙ୍କ ନାମ ଆଜିକାଲି ସମସ୍ତଙ୍କ ତୁଣ୍ଡରେ ଅଛି, କିନ୍ତୁ କେବଳ ତାଙ୍କ ପଦବୀ ପାଇଁ ନୁହେଁ, ବରଂ ତାଙ୍କର “ସୁବର୍ଣ୍ଣ ଜୀବନଶୈଳୀ” ପାଇଁ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ […]

ଓଡ଼ିଶା ଭାସ୍କର 19 Dec 2025 6:13 pm

କଳିଙ୍ଗ ହସ୍ପିଟାଲର ନୂଆ ପ୍ରୟାସ, ଉଦଘାଟିତ ହେଲା ଏସ୍ଥେଟିକ୍ ଓ କସମେଟିକ୍ କ୍ଲିନିକ୍

କନକ ବ୍ୟୁରୋ : କଳିଙ୍ଗ ହସ୍ପିଟାଲ୍‌ ଭୁବନେଶ୍ୱରରେ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଆଧୁନିକ ଏସ୍ଥେଟିକ୍‌ ଓ କସ୍ମେଟିକ୍‌ କ୍ଲିନିକ୍‌ର ଉଦଘାଟନ କରିଛି । ଏହି କ୍ଲିନିକ୍‌ ମାଧ୍ୟମରେ ଓଡ଼ିଶାର ଲୋକମାନଙ୍କୁ ସହଜ ମୂଲ୍ୟରେ ଉନ୍ନତ ଓ ଉଚ୍ଚମାନର ଏସ୍ଥେଟିକ୍‌ ଚିକିତ୍ସା ସେବା ପ୍ରଦାନ କରିବା ଉଦ୍ଦେଶ୍ୟ ରହିଛି । ଏହି କ୍ଲିନିକ୍‌ର ଉଦଘାଟନ ଖ୍ୟାତନାମା ଓଲିଉଡ୍‌ ଅଭିନେତ୍ରୀ ଶ୍ରୀମତୀ ସୂର୍ୟ୍ୟମୟୀ ମହାପାତ୍ର ଏବଂ ଲୋକପ୍ରିୟ ଅଭିନେତା ଶ୍ରୀ ହରିହର ମହାପାତ୍ରଙ୍କ ଦ୍ୱାରା ହୋଇଥିଲା । ଏହି ଅବସରରେ କଳିଙ୍ଗ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଏସ୍‌. ସନ୍ତୋଷ କୁମାର ଡୋରା, ମୁଖ୍ୟ ଆର୍ଥିକ ଅଧିକାରୀ ଶ୍ରୀ ଏନ୍‌. ସି. ସ୍ୱାଇଁ, ଅପରେସନ୍‌ ମୁଖ୍ୟ ନରେନ୍ଦ୍ର ଶତପଥୀ, କସ୍ମେଟିକ୍‌ ଓ ଏସ୍ଥେଟିକ୍‌ କନସଲ୍ଟାଣ୍ଟ ଡା. ମୋନାଲିଶା ମହାପାତ୍ର, ସହିତ ହସ୍ପିଟାଲ୍‌ର ବରିଷ୍ଠ ଡାକ୍ତର, ପ୍ରବନ୍ଧନ ସଦସ୍ୟ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ନୂତନଭାବେ ଉଦଘାଟିତ ଏହି କ୍ଲିନିକ୍‌ ଆଧୁନିକ ପ୍ରଯୁକ୍ତି ସହିତ ସଜ୍ଜିତ ଓ ଚର୍ମ, କେଶ ଏବଂ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ଏସ୍ଥେଟିକ୍‌ ଓ କସ୍ମେଟିକ୍‌ ଚିକିତ୍ସା ସେବା ପ୍ରଦାନ କରିବ । ଅଭିଜ୍ଞ ଚିକିତ୍ସକମାନଙ୍କ ମାଧ୍ୟମରେ ଏଠାରେ ଏକ ଛାଦ ତଳେ ସମ୍ପୂର୍ଣ୍ଣ ଏସ୍ଥେଟିକ୍‌ ସମାଧାନ, ସୁରକ୍ଷା, ଗୁଣମାନ ଏବଂ ନୀତିଗତ ଚିକିତ୍ସା ପ୍ରଥା ସହିତ ପ୍ରଦାନ କରାଯିବ । ଏହି ଅବସରରେ କଥା ରଖି ଡା. ଏସ୍‌. ସନ୍ତୋଷ କୁମାର ଡୋରା କହିଥିଲେ ଯେ, କଳିଙ୍ଗ ହସ୍ପିଟାଲ୍‌ ଆନ୍ତର୍ଜାତୀୟ ମାନଦଣ୍ଡର ସ୍ୱାସ୍ଥ୍ୟସେବାକୁ ଓଡ଼ିଶାର ଲୋକମାନଙ୍କ ପାଇଁ ସହଜ ଓ ସସ୍ତା କରିବା ପ୍ରତି ପ୍ରତିବଦ୍ଧ । ଏହି ଏସ୍ଥେଟିକ୍‌ ଓ କସ୍ମେଟିକ୍‌ କ୍ଲିନିକ୍‌ର ଉଦଘାଟନ କଳିଙ୍ଗ ହସ୍ପିଟାଲ୍‌ର ଆଧୁନିକ ଚିକିତ୍ସା ସେବାକୁ ସମୁଦାୟର ନିକଟକୁ ନେଇଆସିବା ଏବଂ ରୋଗୀକେନ୍ଦ୍ରିକ ଚିକିତ୍ସା ସହିତ କ୍ଲିନିକାଲ୍‌ ଉତ୍କୃଷ୍ଟତା ପ୍ରଦାନ କରିବା ଦୃଷ୍ଟିକୋଣକୁ ପୁନରୁଚ୍ଚାରଣ କରେ।

ନିନ୍ଦା 19 Dec 2025 6:11 pm

ନୀଳଗିରିରେ ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ,  ବିଲରେ ପଶି ନଷ୍ଟ କରୁଛନ୍ତି ଏକର ଏକର ଫସଲ

କନକ ବ୍ୟୁରୋ: ନୀଳଗିରିରେ ପ୍ରବେଶ କରିଛନ୍ତି ୩୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଯାହା ଚାଷୀଙ୍କ ନିଦ ହଜାଇ ସାରିଲାଣି । ପଲ ପଲ ହୋଇ ଆସୁଛନ୍ତି, କ୍ଷେତରେ ପଶୁଛନ୍ତି । ଯାହା ପାରୁଛନ୍ତି ନଷ୍ଟ କରୁଛନ୍ତି । ଚାଷୀ ପାଖରେ ନା ହାତୀ ସାମନାକୁ ଯାଇ ଲଢ଼େଇ କରିବାର ସାମର୍ଥ୍ୟ ଅଛି ନା ଫସଲକୁ ସୁରକ୍ଷା ଦେବାର କୌଣସି ଉପାୟ । ତଥାପି ନିଜ ଦାନାକୁ ବଞ୍ଚାଇବା ପାଇଁ ଜୀବନକୁ ପାଣି ଛଡ଼ାଇ ଶୀତ କାକରରେ ଫସଲକୁ ଦିନ ରାତି ଜଗି ବସୁଛି ଚାଷୀ । କେତବେଳେ କୁଳଡ଼ିହା ଚାଷୀ ଆଉ ଏବେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ । ଚଳିତବର୍ଷ ନୀଳଗିରିରେ ୧୦ ହଜାର ୨୪୦ ହେକ୍ଟର ଏବଂ ଔପଦା ବ୍ଲକରେ ୯ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ଅଧିକ ପଢନ୍ତୁ ; ବାଲେଶ୍ବର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ : ଅମଳ ଧାନକୁ କରୁଛନ୍ତି ନଷ୍ଟ ସେଥରୁ କୁଳଡିହା ରେଞ୍ଜରେ ହାତୀ ନଷ୍ଟ କରିଛନ୍ତି ୬୧.୯୧୪ ହେକ୍ଟର ଜମିର ଚାଷ । ୬ ଜଣଙ୍କ ଘର ଭାଙ୍ଗିଛି, ୭ ଜଣ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ନୀଳଗିରି ରେଞ୍ଜରେ ୧୦.୪୧୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ ବିଭାଗ ପକ୍ଷରୁ ମିଳୁଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ! ବୋଲି ଚାଷୀ ଅଭିଯୋଗ କରିଛନ୍ତି । ବର୍ଷ ତମାମ ପେଟକୁ ଗଣ୍ଡେ ଦାନ ପାଇଁ କ୍ଷେତରେ ସଂଘର୍ଷ କରୁଛି ଚାଷୀ । କେତବେଳେ ଚକଡ଼ା ପୋକ ତ’ ଆଉ କେତବେଳେ ଅଦିନିଆ ବର୍ଷା ପୁଣି କେତବେଳେ ହାତୀଙ୍କ ବିତ୍ପାତ ଚଷା ପୁଅ ପାଇଁ କାଳ ସାଜିଛି ।

ନିନ୍ଦା 19 Dec 2025 6:04 pm

ଇନଷ୍ଟାଗ୍ରାମ ଆଣିଲା ନୂଆ ଅପଡେଟ୍, ମନଇଚ୍ଛା ହ୍ୟାସଟ୍ୟାଗ ଲଗେଇପାରିବେନି ଆପଣ, ଏବେ ମାତ୍ର ଏତିକି…

Instagram New Feature: ଇନଷ୍ଟାଗ୍ରାମ ସମ୍ପ୍ରତ୍ତି ଏକ ନୂତନ ଅପଡେଟ୍ କରିଛି । କମ୍ପାନୀ ତାର ପ୍ଲାଟଫର୍ମରେ କଣ୍ଟେଣ୍ଟ ହ୍ୟାସଟ୍ୟାଗ ଲଗେଇବାର ସୀମା ଘୋଷଣା କରିଛି। ଏହା ଉଭୟ ରିଲ୍ ଏବଂ ପୋଷ୍ଟ ପାଇଁ ଲାଗୁ ହେବ । ଅର୍ଥାତ୍ ପୂର୍ବ ପରି ୟୁଜରମାନେ ନିଜ ଇଚ୍ଛା ମୁତାବକ ହ୍ୟାସଟାଗ୍‌ର ବ୍ୟବହାର କରିପାରିବେ ନାହିଁ । ଏବେ ଏହି ସୀମାକୁ ୫କୁ ଅଣାଯାଇଛି । ଏବେ କେବଳ ୫ଟି ହ୍ୟାସଟାଗ୍‌ କୌଣସି ପୋଷ୍ଟରେ ଲଗାଇପାରିବେ । ପୂର୍ବରୁ […]

ଓଡ଼ିଶା ଭାସ୍କର 19 Dec 2025 6:01 pm

ଉତ୍କଳ ହସ୍ପିଟାଲର ନୂତନ ପ୍ରୟାସ, ପେସ୍ ହାର୍ନିଆ ନେଇ ଆୟୋଜିତ ହେଲା କର୍ମଶାଳା

କନକ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ମଲ୍ଟି–ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସଂସ୍ଥା ଉତ୍କଳ ହସ୍ପିଟାଲ , ନୀଳାଦ୍ରି ବିହାର, ଭୁବନେଶ୍ୱର ଠାରେ ପେସ୍ ହାର୍ନିଆ କର୍ମଶାଳା ୨୦୨୫ ର ସଫଳ ଆୟୋଜନ ୧୭ ଡିସେମ୍ବର ୨୦୨୫ ତାରିଖରେ କରାଯାଇଥିଲା। ଏହା ଉନ୍ନତ ସର୍ଜିକାଲ୍ ଶିକ୍ଷା ଏବଂ ରୋଗୀ ସେବାର ଉତ୍କୃଷ୍ଟତା ପ୍ରତି ହସ୍ପିଟାଲର ଅତୁଟ ଅଙ୍ଗୀକାରକୁ ପୁନଃ ସ୍ଥାପିତ କରିଛି । ଏହି କର୍ମଶାଳା ଡା. ଗୌରବ ଦାସ, ସିନିୟର କନସଲଟାଣ୍ଟ, ଜେନେରାଲ୍ ଏବଂ ଲାପାରୋସ୍କୋପିକ୍ ସର୍ଜେରୀ, ଉତ୍କଳ ହସ୍ପିଟାଲଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ହସ୍ପିଟାଲରୁ ଆସିଥିବା ବହୁ ସଂଖ୍ୟକ ଡାକ୍ତରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଲାଇଭ୍ ସର୍ଜିକାଲ୍ ଡେମୋନଷ୍ଟ୍ରେସନ୍ ସହିତ ବିଶେଷଜ୍ଞ ମାନଙ୍କ ଦ୍ୱାରା ଗଭୀର ଆଲୋଚନା ଆୟୋଜିତ ହୋଇଥିଲା। ଏହା ମାଧ୍ୟମରେ ଉନ୍ନତ ହର୍ନିଆ ଚିକିତ୍ସା ପ୍ରଣାଳୀ ଏବଂ ସର୍ବୋତ୍ତମ କ୍ଲିନିକାଲ୍ ପ୍ରଥା ବିଷୟରେ ମୂଲ୍ୟବାନ ଜ୍ଞାନ ମିଳିଥିଲା। ଇଣ୍ଟରାକ୍ଟିଭ୍ ସେସନଗୁଡ଼ିକ ଅଂଶଗ୍ରାହୀମାନଙ୍କୁ ତାଙ୍କର ବ୍ୟବହାରିକ ଜ୍ଞାନ ଏବଂ ସର୍ଜିକାଲ୍ କୌଶଳ ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଅଧିକ ପଢ଼ନ୍ତୁ : ଉତ୍କଳ ହସ୍ପିଟାଲରେ ଫାୟାର ସେଫ୍ଟି ମକ୍ ଡ୍ରିଲ୍ ଆୟୋଜିତ କର୍ମଶାଳାର ଔପଚାରିକ ଉଦ୍ଘାଟନ କରିଥିଲେ— ଡା. ଗୌରବ ଦାସ, ସିନିୟର କନସଲଟାଣ୍ଟ, ଜେନେରାଲ୍ ଏବଂ ଲାପାରୋସ୍କୋପିକ୍ ସର୍ଜେରୀ ପ୍ରୋଫେସର୍ (ଡା.) ପ୍ରଫୁଲ୍ଲ କୁମାର ଦାସ, ଡିନ୍ (ଏକାଡେମିକ୍ସ) ଡ. ପ୍ରଜ୍ଞାନ ରଞ୍ଜନ ଘଡେଇ, ମ୍ୟାନେଜିଂ ଡିରେକ୍ଟର୍ ଡା. ରାଶ୍ମି ରଞ୍ଜନ ଗୁରୁ, ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ମୋନାଲିଶା ପଣ୍ଡା, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କର ଉପସ୍ଥିତି ହସ୍ପିଟାଲର ଅବିରତ ଚିକିତ୍ସା ଶିକ୍ଷା ଏବଂ ଏକାଡେମିକ୍ ନେତୃତ୍ୱ ପ୍ରତି ଦୃଢ଼ ଆଗ୍ରହକୁ ପ୍ରତିବିମ୍ବିତ କରିଥିଲା। କର୍ମଶାଳାର ଶେଷରେ ସମସ୍ତ ଅଂଶଗ୍ରାହୀ ଡାକ୍ତରମାନଙ୍କୁ ତାଙ୍କର ଅଂଶଗ୍ରହଣ ଏବଂ ବୃତ୍ତିଗତ ଉନ୍ନତି ପ୍ରତି ନିଷ୍ଠା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପେସ୍ ହାର୍ନିଆ କର୍ମଶାଳା –୨୦୨୫ କୁ ଅଂଶଗ୍ରାହୀମାନେ ବହୁତ ସ୍ୱାଗତ ଜଣାଇଥିଲେ ଏବଂ ଏହା ଉତ୍କଳ ହସ୍ପିଟାଲର ଚିକିତ୍ସା ଉତ୍କୃଷ୍ଟତା ଏବଂ ଚିକିତ୍ସକମାନଙ୍କ ମଧ୍ୟରେ ସହଯୋଗୀ ଶିକ୍ଷାକୁ ପ୍ରୋତ୍ସାହନ ଦେବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ସ୍ଟୋନ୍ ଭାବେ ପରିଚିତ ହୋଇଛି।

ନିନ୍ଦା 19 Dec 2025 6:01 pm

(video) ମାଂସ ଖାଇବା ଆଶାରେ ନିଜ ସାଥୀର ଗୋଡ଼କୁ କାମୁଡ଼ି ଖାଇଗଲା କୁମ୍ଭୀର, ଦେହ ଥରାଇ ଦେବ ଏହି ଭିଡ଼ିଓ

ଓଡିଶାଭାସ୍କର: କୁମ୍ଭୀର ଏପରି ଏକ ପ୍ରାଣୀ ଜାହାର ନାଁ ଶୁଣିଲେ ମୃତ୍ୟୁ ଆଖି ସାମ୍ନାକୁ ଚାଲିଆସେ। ତେଣୁ କୁମ୍ଭୀରକୁ “ଜଳ ରାକ୍ଷସ” ମଧ୍ୟ କୁହାଯାଏ। ଏହା କହିବାର ଅର୍ଥ ସେମାନେ ସ୍ଥଳ ଅପେକ୍ଷା ପାଣିରେ ଆହୁରି ବିପଦପୂର୍ଣ୍ଣ। କେତେକ ସମୟରେ, ସେମାନେ ଶିକାରୀଙ୍କ ରାଜା ସିଂହଙ୍କୁ ମଧ୍ୟ ଶିକାର କରନ୍ତି। ଏହି ହିଂସ୍ର ପ୍ରାଣୀ ବିଷୟରେ କୁହାଯାଏ ଯେ ଏହା ନିଜ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ କରେ। ଭୋକ ଲାଗିଲେ, ଏହା ନିଜ ପ୍ରାଣୀଙ୍କୁ ମଧ୍ୟ […]

ଓଡ଼ିଶା ଭାସ୍କର 19 Dec 2025 5:51 pm

ଢେଙ୍କାନାଳର ଅଭିଶପ୍ତ ମଝିକା ଗାଁ, ନା ପାନୀୟ ଜଳ, ନା ମୋବାଇଲ ନେଟୱର୍କ, ଏମାନଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଯୋଜନା

କନକ ବ୍ୟୁରୋ : ନା ଶୁଦ୍ଧ ପାନୀୟ ଜଳ ମିଳୁଛି ନା ମୋବାଇଲ ନେଟୱର୍କ। ନାହିଁ ନାହିଁରେ ବଞ୍ଚୁଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଝିକା ଗାଁର ଲୋକମାନେ। ଆକାଂକ୍ଷୀ ବ୍ଲକ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ରାଜପଥଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ଗାଁ, କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ। କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଂଚାୟତ ମଝିକା ଗାଁରେ ୭୦ ପରିବାରର ଲୋକ ବସବାସ କରୁଥିବା ବେଳେ ଆଜି ବି ଅବହେଳିତ ହୋଇ ରହିଛି ପୂରା ଗାଁ। ଗାଁରେ ୩ଟି ନଳକୂପ ଥିବା ବେଳେ ୨ଟି ଅଚଳ। ବାକି ଗୋଟିଏରୁ ନାଲିଆ ପାଣି ବାହାରୁଥିବା ବେଳେ ତାକୁ ପାନୀୟ ଜଳ ଭାବରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗାଁର ଲୋକେ। ଆଜି ଯାଏଁ ଗାଁକୁ ପାଇପ୍‌ ପାଣି ଆସିପାରିନି। ନଳକୂପ ପାଖରେ ସକାଳୁ ଭିଡ଼ ଲାଗୁଛି ଲୋକଙ୍କର। ଯାହାକୁ ଯେତେ ଅଭିଯୋଗ କରିବା ପରେ ମଧ୍ୟ ନିରାଶ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ସ୍ଥାନୀୟ ଲୋକ । ଅଧିକ ପଢ଼ନ୍ତୁ : ଟାଟାକୁ ଟା ଟା! ଢେଙ୍କାନାଳରେ ଦାନା ବାନ୍ଧୁଛି ଜନଆନ୍ଦୋଳନ ଖାଲି ପାଣି ଅସୁବିଧା ନୁହେଁ, ଏଠାରେ ମୋବାଇଲ ନେଟୱର୍କ ବି ଅପହଞ୍ଚ। ଜାତୀୟ ରାଜପଥ ୧୪୯ ଠାରୁ ମାତ୍ର ୩କିମି ଭିତରେ ଥିବା ଏହି ଗାଁକୁ କୌଣସି ମୋବାଇଲ ନେଟୱର୍କ ପହଞ୍ଚିପାରିନି। ଫଳରେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସରକାରଙ୍କର ରାସନ ଚାଉଳ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସିନ୍ଦା। ଖାଲି ମଝିକା ନୁହେଁ, ପାଖ ଗାଁ ସୁନ୍ଦରମୁଣ୍ଡି, ବାଲିଝରଣ, ଭେଜିଆ ଭଳି ଗାଁରେ ମଧ୍ୟ ଠିକରେ ମୋବାଇଲ ନେଟୱର୍କ ଆସୁନାହିଁ । ଅନେକ ସମୟରେ ଗାଁରେ ଥିବା ଏକ ଗଛ ଉପରେ ଚଢ଼ିଲେ ମଝିରେ ମଝିରେ ଅଳ୍ପ ନେଟୱର୍କ ଆସୁଥିବା ବେଳେ ବିପଦ ପୂର୍ଣ୍ଣ ଭାବରେ ସେହିଭଳି କରିବାକୁ ବାଧ୍ୟ ହେଉଛନ୍ତି ଗାଁ ଲୋକ। ଏନେଇ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ବିଡିଓଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନିନ୍ଦା 19 Dec 2025 5:47 pm

IND vs SA 5th T20 ପାଇଁ ଗାର୍ଲଫ୍ରେଣ୍ଡ ସହ ଅହମଦାବାଦରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଦୁଃଖୀ ଜଣା ପଡୁଛନ୍ତି ମାହିକା…

Hardik Pandya: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ନରେନ୍ଦ୍ର ମୋଦିକ୍ରିକେଟ ଷ୍ଟାଡିୟମରେ ୫ମ ଟି-୨୦ ଖେଳାଯିବ। ମ୍ୟାଚ୍ ପାଇଁ ଉଭୟ ଦଳ ଗୁରୁବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିରା ଶର୍ମାଙ୍କ ସହ ମଧ୍ୟ ଅହମଦାବାଦରେ ପହଞ୍ଚିଛନ୍ତି । ଲକ୍ଷ୍ନୌରୁ ତାଙ୍କ ସହିତ ଅହମ୍ମଦାବାଦରେ ପହଞ୍ଚିଥିବା ମାହିକା ବିମାନବନ୍ଦରରେ ହାର୍ଦ୍ଦିକଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେ ଦୁଃଖି ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀଙ୍କଠାରୁ […]

ଓଡ଼ିଶା ଭାସ୍କର 19 Dec 2025 5:44 pm

ଚାଷ ଓ ଚାଷୀଙ୍କୁ ହତାଧର, କିରାଣିଙ୍କ ଭରସାରେ ଚାଲିଛି କୃଷି କାର୍ଯ୍ୟାଳୟ

କନକ ବ୍ୟୁରୋ : ପୁରୀ ଜିଲ୍ଲାର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ସାକ୍ଷୀଗୋପାଳ । ନଡ଼ିଆ ଉତ୍ପାଦନ ପାଇଁ ସାକ୍ଷୀଗୋପାଳର ରହିଛି ସ୍ବତନ୍ତ୍ର ପରିଚୟ। ସାକ୍ଷୀଗୋପାଳର ନଡ଼ିଆ ବିଦେଶକୁ ବି ଯାଏ । ସେହିପରି ପ୍ରମୁଖ କୃଷି ଅଞ୍ଚଳ ଭାବେ ମଧ୍ୟ ସାକ୍ଷୀଗୋପାଳ ଜଣାଶୁଣା। ମୋଟାମୋଟି ଭାବେ କହିବାକୁ ଗଲେ ସାକ୍ଷୀଗୋପାଳକୁ କୃଷକ ବହୁଳ ଅଞ୍ଚଳ ବି କହିପାରିବା। ବର୍ଷ ସାରା ଏହି ଅଞ୍ଚଳରୁ ଧାନ, ନଡ଼ିଆ, ବିଭିନ୍ନ ପନିପରିବା ଆଦି ଉତ୍ପାଦନ ହୋଇ ବିଭିନ୍ନ ସ୍ଥାନକୁ ପଠାଯାଏ। କୃଷି ଉପରେ ନିର୍ଭର ଥିବା ଏହି ଅଞ୍ଚଳରେ କିନ୍ତୁ ଅବହେଳିତ ହୋଇପଡ଼ିଛି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ । ସାକ୍ଷୀଗୋପାଳ ସ୍ଥିତ ଏହି କାର୍ଯ୍ୟାଳୟ ଏବେ ଅତି ଖରାପ ସ୍ଥିତିରେ । ଚାଷୀଙ୍କ କାମରେ ଲାଗିପାରୁନି ଏହି କୃଷି ଅଧିକାରୀ କାର୍ଯ୍ୟାଳୟ । ଏନେଇ ବାରମ୍ବାର ଅଭିଯୋଗ ପରେ ଆମେ ପହଞ୍ଚିଥିଲୁ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ । ଦୃଶ୍ୟ ଥିଲା କିଛି ଏମିତି । ଦିନ ସାଢ଼େ ୧୨ଟାରେ ଅଫିସ ଭିତରେ ପଶିଲା ବେଳକୁ ଅଛନ୍ତି କେବଳ କ୍ଲର୍କ। ଅନେକ ସମୟରେ ଆସୁନାହାନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ଅଭିଯୋଗ ପରେ ବି ନିରବଦ୍ରଷ୍ଟା ସାଜିଛନ୍ତି ପ୍ରଶାସନ ଓ ସରକାର । ନାମକୁ ମାତ୍ର ଜିଲ୍ଲାର କୃଷି ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ, ହେଲେ ଅଧିକାଂଶ ସମୟରେ ଚାଷୀଙ୍କ କାମରେ ଆସୁନାହିଁ ଏହି ଅଫିସ ବୋଲି ଅଭିଯୋଗ କରୁଛନ୍ତି ଚାଷୀ । ନାହାନ୍ତି ଅଧିକ କର୍ମଚାରୀ। ଜଣେ ଅଧିକାରୀ ଓ ଜଣେ କ୍ଲର୍କଙ୍କୁ ନେଇ ଚାଲୁଛି ଏହି ଜିଲ୍ଲା କୃଷି କାର୍ଯ୍ୟାଳୟ । ପୁରୀ ଜିଲ୍ଲା ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଲକ୍ଷ ଲକ୍ଷ ଚାଷୀଙ୍କ ଉନ୍ନତି ନିମନ୍ତେ କରାଯାଇଥିଲା ଏହି କୃଷି କାର୍ଯ୍ୟାଳୟ । ହେଲେ ଚାଷୀଙ୍କ ଅଭିଯୋଗ ହେଉଛି ଅଫିସକୁ ଠିକ ଭାବରେ ଆସୁନାହାନ୍ତି ଅଧିକାରୀ। ଜିଲ୍ଲାର ଅତିରିକ୍ତ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ଭାଳୁଛନ୍ତି କିରାଣି । ଯିଏ ଅଫିସ ସଫାସୁତରା ସହ ରାତିରେ ୱାଚ୍‌ ମ୍ୟାନ କାମ ବି କରୁଛନ୍ତି । ଜଣେ ବ୍ୟକ୍ତି ଭରସାରେ ପୂରା କାର୍ଯ୍ୟାଳୟ । ଏପଟେ ଅନେକ ଚାଷୀ କାର୍ଯ୍ୟାଳୟକୁ ନିଜର ଚାଷ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆସୁଥିବା ବେଳେ କାମ ନ ହୋଇପାରିବାରୁ ଫେରିଯାଉଛନ୍ତି ବୋଲି ଅଭିଯୋଗ ଆଣୁଛନ୍ତି । ଏହି କୃଷି ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟରେ ଅଧିକ ଷ୍ଟାଫ୍‌ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇ ଜଣ ସମ୍ଭାଳୁଛନ୍ତି ପୂରା ଅଫିସ। ଖୋଲା ମେଲା ପଡ଼ି ରହୁଛି ଅଫିସ। ଷ୍ଟାଫଙ୍କ ପାଇଁ ଏହି ସରକାରୀ କ୍ବାର୍ଟର୍ସ ଥିବା ବେଳେ ବ୍ୟବହାର ନ ହେବା ଯୋଗୁ ଭୂତକୋଠି ପାଲଟି ଗଲାଣି ସରକାରୀ କ୍ବାର୍ଟର୍ସ। ମରାମତି ନ ହେଲେ ସେ ବି କେବେ ଭୁଶୁଡି ପଡ଼ିବ ତାହା କହିହେଉନି । ଅଧିକ ପଢ଼ନ୍ତୁ : ସାକ୍ଷୀଗୋପାଳ ନଡ଼ିଆର ସାଙ୍ଘାତିକ ସ୍ଥିତି, ନଡ଼ିଆ ଗଛରେ ଧଳା ପୋକଙ୍କ ଆତଙ୍କ କୃଷି ବହୁଳ ଅଞ୍ଚଳ ଭାବେ ପରିଚିତ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନଡ଼ିଆ ଉତ୍ପାଦନ ପାଇଁ ସାକ୍ଷୀଗୋପାଳର ରହିଛି ସ୍ବତନ୍ତ୍ର ପରିଚୟ ସାକ୍ଷୀଗୋପାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ଅବହେଳିତ! ଚାଷୀଙ୍କ କାମରେ ଲାଗିପାରୁନି, ଲୋକଙ୍କୁ ସେବା ଦେଇପାରୁନି ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଚାଷୀ ନିର୍ଭରଶୀଳ ଅନେକ ସମୟରେ ଆସୁନାହାନ୍ତି ଦାୟିତ୍ୱରେ ଥିବା ଅଧିକାରୀ! ଜଣେ ଅଧିକାରୀ ଓ ଜଣେ କ୍ଲର୍କଙ୍କୁ ନେଇ ଚାଲୁଛି କୃଷି କାର୍ଯ୍ୟାଳୟ ଷ୍ଟାଫଙ୍କ ପାଇଁ ନିର୍ମିତ ସରକାରୀ କ୍ବାର୍ଟର୍ସ ବି ଭୂତକୋଠି ଅଭିଯୋଗ ପରେ ବି ପ୍ରଶାସନ ଓ ସରକାର ନିରବଦ୍ରଷ୍ଟା

ନିନ୍ଦା 19 Dec 2025 5:37 pm

ପଲିଟିକ୍ସରେ ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା, ବିଜେପି-କଂଗ୍ରେସ ମୁହାଁମୁହିଁ

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ମୁଣ୍ଡ ଟେକିଛି ବିବାଦ। ବିଜେପି ଏହାକୁ ବିରୋଧ କରି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପର ପ୍ରତି ବିଷ ଓଗାଳିଛନ୍ତି, ଯାହା ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାରେ। ରାୟଗଡ଼ା କଂଗ୍ରେସ ପକ୍ଷରୁ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ଗଜପତି ଛକରେ ନିର୍ମାଣ ସହ ଚତୁପାର୍ଶ୍ବର ସୌନ୍ଦର୍ଜୀାକରଣ ଚାଲିଛି। ପ୍ରତିମୂର୍ତ୍ତି ଉନ୍ମୋଚନ ନେଇ ତାରିଖ ନିର୍ଦ୍ଧାରିତ ହୋଇସାରିଥିବା ବେଳେ ବିଜେପି କିନ୍ତୁ ଏହାକୁ କରୁଛି ତୀବ୍ର ବିରୋଧ। ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମେ ୮ ତାରିଖରେ ରାୟଗଡ଼ା ପୌରପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ୧୩ତମ ସାଧାରଣ ପରିଷଦ ବୈଠକରେ ଭଗବାନ ବିର୍ସା ମୁଣ୍ଡା ଓ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଏଥିପାଇଁ ପୌର କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକରେ ଜାଗା ଚିହ୍ନଟ ହୋଇଥିଲା। ସେଇଠାରେ ହିଁ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବିଜେପି କିନ୍ତୁ ଏବେ ଏହାକୁ ବିରୋଧ କରିଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି ଯେ ସେହି ସ୍ଥାନରେ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରହିଛି । ଏଣୁ ଜାଗାଟି ଗଜପତି ଛକ ନାମରେ ନାମିତ । ଯଦି ସେହି ସ୍ଥାନରେ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ, ତେବେ ଏହା ଗଜପତିଙ୍କ ପ୍ରତି ହେବ ଅପମାନ। ଯଦି ମୂର୍ତ୍ତି ସ୍ଥାପନ ହେବ ତାହା ହେଲେ ସେହିସ୍ଥାନରେ ପ୍ରସ୍ତାବିତ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ନହେଲେ ଅନ୍ୟ କୌଣସି ମୂର୍ତ୍ତି ସ୍ଥାପନ କରିବାକୁ ଦିଆଯିବ ନାହିଁ । ୧୦ ହଜାର ଆଦିବାସୀଙ୍କୁ ନେଇ ଏହାକୁ ବିରୋଧ କରାଯିବ ବୋଲି ବିଜେପି ଚେତାବନୀ ଦେଇଥିବା ବେଳେ କଂଗ୍ରେସ ବି ଚୁପ ବସିନି। କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିବା ସହ ଯେକୌଣସି ପରିସ୍ଥିତିରେ ବି ସେହି ଜାଗାରେ ହିଁ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହା ହେବ ଦେଖାଯିବ ବୋଲି କହିଛି କଂଗ୍ରେସ। ତେବେ ଏନେଇ କୌଣସି ପ୍ରାଶାସନିକ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡିବା ଘଟଣା ; ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି ସ୍ବର୍ଗତ ରାମଚନ୍ଦ୍ର ଉଲ୍ଲାକା ହେଉଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ବାପା ୧୯୬୨ ମସିହାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ସ୍ବର୍ଗତ ଉଲ୍ଲାକା ସେ ୨ ଥର ସାସଂଦ, ୭ ଥର ବିଧାୟକ ଓ ୪ ଥର ମନ୍ତ୍ରୀ ଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଉନ୍ନତି ପାଇଁ ସେ ବହୁତ କାମ କରିଛନ୍ତି ଚଳିତ ମାସ ୨୪ ତାରିଖ ଦିନ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ଶ୍ରାଦ୍ଧ ଦିବସ ସେହିଦିନ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ଦିନ ଧାର୍ଯ୍ୟ ପ୍ରତିମୂର୍ତ୍ତି ସ୍ଥାପନରେ ପ୍ରାୟ ୧୦ ହଜାର ଲୋକଙ୍କ ସମାଗମ ହେବ ଯୋଗ ଦେବେ ଛତିଶଗଡ଼ର ପୂର୍ବତନ ମୂଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପିସିସି ସଭାପତି ଭକ୍ତ ଚରଣ ଦାଶ, ପୂର୍ବତନ ପିସିସି ସଭାପତି ବି ଆସିବେ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କା

ନିନ୍ଦା 19 Dec 2025 5:18 pm

 EPFOକୁ ନେଇ ବଡ଼ ଖବର, ଚାକିରୀ ବଦଳଉଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ନୋମିନିକୁ ମିଳିବ ଜବରଦସ୍ତ ଫାଇଦା…

EPFO News: କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଗୁଡ୍ ନିଉଜ୍।କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି, ଯାହା ଚାକିରି ପରିବର୍ତ୍ତନ କରୁଥିବା କର୍ମଚାରୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳମାନଙ୍କୁ ବହୁତ ଲାଭ ଦେବ।ଏହି ନୂତନ ନିଷ୍ପତ୍ତିରେ ଆଉ ୱିକେଣ୍ଡ ଏବଂ ସରକାରୀ ଛୁଟି ଯୋଗୁଁ ସେବାରେ ବିରତି ବିଚାର କରାଯିବ ନାହିଁ, ଯାହା ମୃତ୍ୟୁ ଦାବି ସହିତ ଜଡିତ ବିବାଦକୁ ବହୁଳ ଭାବରେ ଦୂର କରିପାରିବ। ଛୁଟି ପାଇଁ ବନ୍ଦ […]

ଓଡ଼ିଶା ଭାସ୍କର 19 Dec 2025 5:10 pm

୫ମ T20I ମ୍ୟାଚ୍ ର ପୂର୍ବାନୁମାନ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରୁ ଜିତିବ ଏହି ଦଳ,ଜାଣନ୍ତୁ ପରିସଂଖ୍ୟାନ…

ଓଡିଶାଭାସ୍କର:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଚମ ଏବଂ ଶେଷ ମ୍ୟାଚ୍ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ସିରିଜ୍ ରେ ୨-୧ ରେ ଆଗୁଆ ଅଛି। ତେଣୁ, ସିରିଜ୍ ଜିତିବା ପାଇଁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ଚତୁର୍ଥ ଟି-୨୦ ପରି ଆଜିର ମ୍ୟାଚ୍ ବାତିଲ ହେଲେ ମଧ୍ୟ ସିରିଜ୍ ଭାରତ ସପକ୍ଷରେ […]

ଓଡ଼ିଶା ଭାସ୍କର 19 Dec 2025 5:10 pm

ବାଲେଶ୍ୱର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ, ୧୦ ଟି ସ୍କୁଲ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

କନକ ବ୍ୟୁରୋ : ବାଲେଶ୍ବର ଖଇରା ବ୍ଲକ୍ ବଟାପଡା ଓ ବଟେଶ୍ବର ଗାଁରେ ହାତୀ ଆତଙ୍କ । ଖଇରାରେ ହାତୀ ଆତଙ୍କରେ ସବୁ ଦୋକାନ ବଜାର ବନ୍ଦ ସହିତ ଗାଁରେ ଲୋକେ ଭୟଭୀତ ହେଶଇ ରହିଛନ୍ତି । ବନ ବିଭଗ ତରଫରୁ ଡାକ ବାଜି ଯନ୍ତ୍ର ଦ୍ଵାରା ଲୋକ ମାନଙ୍କୁ ସତର୍କ ରହିବାକୁ ସୂଚନା ଦେବା ସହ ଭୟଭିତ ନ ହେବାକୁ କହିଛନ୍ତି ଡିଏଫଓ । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ ଔପଦା ନୀଳଗିରି ଓ ସୋରର ରେଞ୍ଜର ସହ ସବୁଜ ବାହିନୀ ଓ ବାଲେଶ୍ୱର ଏସପିଙ୍କ ନିର୍ଦେଶ କ୍ରମେ ଖଇରା ଥାନା ଆଇଆଇସି ସମସ୍ତ ଅଧିକାରୀଙ୍କ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅଧିକ ପଢ଼ନ୍ତୁ : ବଜାରରେ ବୁଲୁଛି ଦନ୍ତା : କେନ୍ଦୁଝର ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଣ ବଜାରରେ ହାତୀ ଆତଙ୍କ ଡିଏଫଓଙ୍କ ନିର୍ଦେଶ କ୍ରମେ ସବୁ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସତର୍କ କରାଯାଉଛି । ହାତୀ ଭୟ ପାଇଁ ମହତିପୁର, ନୂଆସାହି, ଅଣ୍ଡେଲ, ଶୁଣ୍ଡିରା ଗଣ୍ଡିବେଡ଼ ଅଂଚଳ ରେ ଥିବା ୧୦ଟି ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ସ୍କୁଲକୁ ଆସୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେପଟେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରେନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଔପଦା ରେଞ୍ଜର ହରି ହର ମାଝୀ ଓ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା। ମୃତ୍ୟୁ ବରଣ କରିଥିବା ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଆଜି ସକାଳୁ ଗାଁ ପାଖରେ ହାତୀକୁ ଦେଖି ଭୟଭୀୟ ହୋଇ ପଡିଥିଲେ ସ୍ଥାନୀୟ ଲୋକ। ଏହାସହ ବନକର୍ମଚାରୀଙ୍କୁ ସୂଚନା ଦେଇଥିଲେ। କେନ୍ଦୁଝର ଅଞ୍ଚଳରୁ ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ଅନୁମାନ କରାଯାଉଛି। ଗୋଟିଏ ହାତୀ ଗତକାଲି ଜଙ୍ଗଲକୁ ପଳାଇଛି। ଆଉ ଗୋଟିଏ ହାତୀ ରହିଯାଇଥିବା ନେଇ ଔପଦା ରେଞ୍ଜର ହରିହର ମାଝୀ ସୂଚନା ଦେଇଛନ୍ତି ।

ନିନ୍ଦା 19 Dec 2025 5:05 pm

ଜମି ଜମା ବିବାଦକୁ ନେଇ ଗୃହବନ୍ଦି ମାମଲା, ଖବର ପ୍ରସାରଣ ପରେ ହଟିଲା ଅବରୋଧ

କନକ ବ୍ୟୁରୋ : ଜମି ବିବାଦରୁ ଗୋଟିଏ ପରିବାର ଗୃହବନ୍ଦୀ ଥିବା ଘଟଣା । ବାଲେଶ୍ୱର ସହଦେବଖୁଣ୍ଟାର ଏହି ଘଟଣା ସଂପର୍କରେ କନକ ନ୍ୟୁଜରେ ଖବର ବାଜିବା ପରେ, ତତ୍ପର ହେଲା ପ୍ରଶାସନ। ବ୍ରଜେଶ୍ୱର ମନ୍ଦିର ନିକଟ ପୁରୁଣା ଭଙ୍ଗା ମାଟିଘରେ ରହୁଥିବା କୁଶିଆ ବାରିକଙ୍କ ପରିବାରକୁ ଉଦ୍ଧାର କରାଯାଇଛି । ଏଥିସହ ତାଙ୍କ ଘରକୁ ଯାଆସ ପାଇଁ ରାସ୍ତା ଅବରୋଧ କରୁଥିବା ପାଚେରିକୁ ବି ଭାଙ୍ଗିଛି ପ୍ରଶାସନ । ଅଭିଯୋଗ ଅନୁସାରେ, ୮୫ ବର୍ଷୀୟ କୁସିଆ ବାରିକ ପତ୍ନୀଙ୍କ ମୃତ୍ୟୁ ପରେ ଝିଅକୁ ଧରି, ଦୀର୍ଘବର୍ଷ ହେବ ଏହି ଜାଗାରେ ରହି ଆସୁଛନ୍ତି । ଏବେ ସେ ନିଜେ ଶଯ୍ୟାଶାୟୀ ଥିବା ବେଳେ, ରେକର୍ଡ ଅନୁସାରେ ସେ ରହୁଥିବା ଜାଗାକୁ ରାସ୍ତା ନଥିଲା। ଫଳରେ ପଡ଼ୋଶୀ ବେଜ ପରିବାର ଜାଗା ଦେଇ ସେ ପାଦଚଲା ରାସ୍ତାରେ ଯାଆସ କରୁଥିଲେ। ଏହି ଜାଗା ବିବାଦକୁ ନେଇ କୋର୍ଟ ଫଇସଲା ବେଜ ପରିବାର ସପକ୍ଷରେ ଯିବାରୁ, ସେମାନେ କଂକ୍ରିଟ ପାଚେରି ତିଆରି କରି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଦେଇଥିଲେ। ଯାହାଫଳରେ କୁଶିଆ ବାରିକଙ୍କ ପରିବାର ୩ ଦିନ ହେଲା ଗୃହବନ୍ଦୀ ଥିବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା। ଏହାପରେ ଆଜି ଅଗ୍ନିଶମ ଦଳ ସହ ଜିଲ୍ଲା ପ୍ରଶାସନ ପହଞ୍ଚି ପାଚେରି ଭାଙ୍ଗିଛି । ଡାକ୍ତରୀ ଦଳ କୁସିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଏବେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଓ ପୌରପାଳିକା ସହଯୋଗରେ ଅବରୋଧ ହଟାଯାଇଛି । ଅଧିକ ପଢ଼ନ୍ତୁ : ବାଲେଶ୍ୱର ଭୋଗରାଇରେ ସରକାରୀ ଜାଗାରେ ବେଆଇନ ଗୃହ ନିର୍ମାଣ, ବିରୋଧ କରି ଗାଁରେ ଉତ୍ତେଜନା ଏଠାରେ କହିରଖୁ କି, ଗୋଟିଏ ପରିବାର ୩ ଦିନ ଧରି ଗୃହବନ୍ଦି ରହିବା ଘଟଣାକୁ ପ୍ରଶାସନ ଜାଣିଶୁଣି ଅଣଦେଖା କରିଥିଲା, ନା କାହା ଚାପରେ ଅଣଦେଖା କରିଥିଲା । ଏହାସହ ସ୍ଥାନୀୟ ଲୋକମାନେ କ'ଣ ଜାଣିନଥିଲେ । ଯଦି ସବୁ ଜାଣିଥିଲେ ତେବେ ଗୋଟିଏ ପରିବାର ୩ ଦିନ ଗୃହବନ୍ଦି ରହିବା ପଛରେ କାହାକୁ ଦୋଷ ଦିଆଯିବ ?

ନିନ୍ଦା 19 Dec 2025 4:54 pm

ଜନ ଆକ୍ରୋଶ ପରେ ବଦଳିଲା ବିଜେଡିର ଆଭିମୁଖ୍ୟ, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

କନକ ବ୍ୟୁରୋ : ରାଜ୍ୟରେ ବିଧାୟକ ଙ୍କ ଦରମା ଅହେତୁକ ଭାବେ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉଥିବା ବେଳେ କେବଳ ସିପିଆଇ(ଏମ) ର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରିଥିଲେ । ବାକି ୧୪୬ ବିଧାୟକ ମନଖୁସିରେ ଏକାଠି ବିଲକୁ ସମର୍ଥନ କରିଥିଲେ । ଏବେ ଜନସାଧାରଣ ଏହାକୁ ନେଇ ବିରୋଧ କରିବା ପରେ ନିଜର ଆଭିମୁଖ୍ୟ ବଦଳାଇଛି ବିଜେଡି । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ୍‌ ପାରିତ ପରେ ପ୍ରବଳ ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଭିମୁଖ୍ୟ ବଦଳାଇଛି ବିଜେଡି। ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ବିଜେଡି । ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହାର ପୁନଃବିଚାର କରିବାକୁ ଦାବି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଗତ ୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଦରମା ଓ ପେନସନକୁ ନେଇ ବିଲ୍‌ ପାରିତ ହୋଇଥିଲା । କିନ୍ତୁ ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ଖୁବ୍ ବିରୋଧ କରିଥିଲେ ଜନସାଧାରଣ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ସବୁ ଦରମାକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଆସିଛନ୍ତି। ସେଥିପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଲର ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ ସୂଚନା ଥାଉ କି, ଯେତେବେଳେ ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ, ଅଙ୍ଗନବାଡ଼ୀ କର୍ମୀ, ମେଡିକାଲର ଆଶା କର୍ମୀ, ସ୍କୁଲର ରୋଷେୟା ଓ ସହାୟିକାମାନେ ଦରମା ବୃଦ୍ଧି କରିବାକୁ ଶୀତ କାକରରେ ପଡ଼ି ଆନ୍ଦୋଳନ ଚଳାଇଥିଲେ, ଠିକ୍ ସେତେବେଳେ ବିଧାନସଭାରେ ୧୪୬ ବିଧାୟକ ନିଜର ଦରମା ବୃଦ୍ଧି ପ୍ରସଙ୍ଗରେ ଏକାଠି ହୋଇ ତିନିଗୁଣା ଦରମା ବୃଦ୍ଧି କରିନେଇଥିଲେ । ଏହାପରେ ଏହାକୁ ନେଇ ଜନସାଧାରଣ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏସବୁ ଭିତରେ ଆଜି ବିଜେଡି ଏହି ପ୍ରସଙ୍ଗରେ ୟୁ ଟର୍ନ ମାରିଛି । ବାକି ରହିଲା କଂଗ୍ରେସ ଓ ବିଜେପି ବିଧାୟକମାନେ କେବେ ୟୁଟର୍ନ ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ନିନ୍ଦା 19 Dec 2025 4:46 pm

ମୃତ୍ୟୁ ପରେ କେଉଁ ଅଙ୍ଗ ଅଧିକ ସମୟ ବଞ୍ଚେ ଏବଂ ଶେଷ ସମୟ ପର୍ଯ୍ୟନ୍ତ କାମ କରେ, ଜାଣିଲେ ବିଶ୍ୱାସ ହେବନି

ଓଡିଶାଭାସ୍କର:ଯେତେବେଳେ ନିଶ୍ୱାସ ବନ୍ଦ ହୋଇଯାଏ ଏବଂ ହୃଦସ୍ପନ୍ଦନ ଶେଷ ବିଦାୟ ନେଇଯାଏ, ସେତେବେଳେ ଦୁନିଆ ଧରିନିଏ ଯେ ଜଣେ ବ୍ୟକ୍ତିଙ୍କ ଜୀବନ ଶେଷ ହୋଇଗଲା। ଧଳା ଆବରଣରେ ଘୋଡ଼ାଯାଇଥିବା ଶରୀରକୁ ଦେଖି ଆମେ ମୃତ୍ୟୁ ବୋଲି ଧରିନିଅନ୍ତି, କିନ୍ତୁ ପ୍ରକୃତିର ପ୍ରୟୋଗଶାଳାରେ କାହାଣୀ ଏତେ ଶୀଘ୍ର ଶେଷ ହୁଏ ନାହିଁ। ବିଜ୍ଞାନର ଝରକା ଦେଇ ଦେଖିଲେ, ମୃତ୍ୟୁ ଏକ କ୍ଷଣିକ ଦୁର୍ଘଟଣା ନୁହେଁ ବରଂ ଏକ ଧୀର ପ୍ରକ୍ରିୟା। ଶରୀରର ଗୋଟିଏ ଅଂଶ ଅଛି ଯାହା ହାର […]

ଓଡ଼ିଶା ଭାସ୍କର 19 Dec 2025 4:43 pm

ଚିନ୍ତା ବଢ଼ାଉଛି ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଉପରେ ରାଜ୍ୟ ସରକାରଙ୍କ ଫୋକସ୍‌

କନକ ବ୍ୟୁରୋ: ଅଙ୍ଗାରକାମ୍ଳ ନିର୍ଗମନକୁ କମାଇ ଅକ୍ଷୟ ଶକ୍ତିର ଅଧିକ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ପ୍ରାୟ ୧ ଲକ୍ଷ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର କ୍ଷମତା ଥିବା ଆକଳନ କରାଯାଇଛି । ସୌର ଶକ୍ତି, ପବନ ଶକ୍ତି, ଜଳବିଦ୍ୟୁତ ଶକ୍ତି ଏବଂ ଜୈବ ଶକ୍ତି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ରାଜ୍ୟରେ ୨୦୩୦ ସୁଦ୍ଧା ୧୦,୯୬୦ ମେଗାୱାଟ୍ ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ; ଚାଳକବିହୀନ ବସ୍ ତିଆରି ତିଆରି କଲେ କିଛି ଭାରତୀୟ ଛାତ୍ର ! ସୌର ଶକ୍ତିରେ ଚାଲିବ ଏବଂ ମୂଲ୍ୟ ମାତ୍ର ୧୫ ଲକ୍ଷ ଏଥିରୁ ୭,୫୦୦ ମେଗାୱାଟ୍‌ର ସୌର ଶକ୍ତି, ୨୦୦୦ ମେଗାୱାଟ୍‌ର ପବନ ଶକ୍ତି, ୧୨୦୦ ମେଗାୱାଟ୍‌ର ପମ୍ପ୍ ଷ୍ଟୋରେଜ୍ ଏବଂ ୨୬୦ ମେଗାୱାଟ୍‌ର କ୍ଷୁଦ୍ର ଜଳ ବିଦ୍ୟୁତ ଶକ୍ତି । ୨୦୪୭ ବେଳକୁ ରାଜ୍ୟରେ ୮୫ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଲକ୍ଷ୍ୟ ଥିବା ବେଳେ ରୁଫ ଟପ୍ ସୋଲାର, ଫ୍ଲୋଟିଂ ସୋଲାର, ଓ୍ବିଣ୍ଡ ସୋଲାର ଓ ଆଗ୍ରୋ ପିଭି ଜରିଆରେ କାର୍ଯ୍ୟ ଆରମ୍ଭ ହୋଇଛି । ଓୟୁଏଟି ଆଗ୍ରୋ ପିଭିକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଥିବାବେଳେ ଅନେକ ଶିକ୍ଷାନୁଷ୍ଠାନ ସୋଲାର ପ୍ୟାନେଲ ଲଗାଇବାକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସୌର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ କୌଣସି ଜମି ନୀତି ନାହିଁ, ଫଳରେ ଅନେକ ସ୍ଥାନରେ ପ୍ରକଳ୍ପ ଆଗେଇ ପାରୁନି। ଖୁବ ଶୀଘ୍ର ଜମି ନୀତି ଆସିବାର ଅଛି ବୋଲି ସୂଚନା ଦେଇଛନ୍ତି ଗ୍ରୀଡକୋ କର୍ତ୍ତୃପକ୍ଷ । ଓଡ଼ିଶାର ସୌର ଶକ୍ତିର ସ୍ଥିତି ନେଇ ଆଇ ଫରେଷ୍ଟ ଓ ଗ୍ରୀଡକୋ ପକ୍ଷରୁ ଭୁବନେଶ୍ୱରରେ ଆଲୋଚନା କରାଯାଇଛି । ପ୍ରଦୂଷଣ କମାଇବା ସହ ପରିବେଶର ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ବଡ ବିକଳ୍ପ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ନିନ୍ଦା 19 Dec 2025 4:42 pm

କୂଳ ଲଂଘୁଛି ଖରସ୍ରୋତା, ଜୀବିକା ହରାଇବା ପରେ ଜୀବନକୁ ନେଇ ଚିନ୍ତାରେ ଗ୍ରାମବାସୀ

କନକ ବ୍ୟୁରୋ: ଖରସ୍ରୋତା ନଦୀ କୂଳ ଲଂଘି ମାଡି ଆସୁଛି ଗାଁ ଆଡକୁ l ନଦୀ ଆଁରେ କଟଣା ବଣିଆ ପଞ୍ଚାୟତ ର ବାଜପୁରୁ ଗାଁ l ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି ଗାଁ ଲୋକେ l ନଦୀରେ ଲୀନ ହୋଇଯାଇଛି ପାଞ୍ଚ ଶହ ଏକର ରୁ ଉର୍ଦ୍ଧ ଜମି l ଜୀବିକା ହରାଉଛନ୍ତି ଗାଁ ଲୋକେ l କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କାଟଣା ବଣିଆ ପଞ୍ଚାୟତର ବାଜପୁରୁ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଖରସ୍ରୋତା ନଦୀ । ନଈର ଏଭଳି ରୂପ ଦେଖି ପ୍ରତିମୂହୁର୍ତ୍ତରେ ବିପଦ ଆଶଙ୍କାର ରହୁଛନ୍ତି ଗାଁରେ ବସବାସ କରୁଥିବା ୧୨୦ ପରିବାର l ବର୍ଷା ଦିନେ ତ ସ୍ଥିତି ଅଣାୟତ ହୋଇପଡ଼େ। ଗାଁ ଭିତରେ ନଦୀର ପାଣି ଲହଡ଼ି ମାରେ। ବନ୍ୟା ସମୟରେ ଗାଁ ଭିତରକୁ ପଶିଆସନ୍ତି କୁମ୍ଭୀର ଓ ବିଷଧର ସାପ l ଅଧିକ ପଢନ୍ତୁ: ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ ବାତ୍ୟା ଓ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ଘର ଛାଡ଼ି ଅନ୍ୟତ୍ର ରୁହନ୍ତି । କାରଣ, ଗାଁ ସୁରକ୍ଷା ପାଇଁ ୮ ବର୍ଷ ତଳେ ହୋଇଥିବା ପଥର ପ୍ୟାକିଂ ଧୋଇ ଯାଇଛି । ପଥର ସବୁ ନଦୀରେ ହଜିଗଲାଣି l ବନ୍ୟା ଓ ବାତ୍ୟା ଆସିଲେ ଜଳସମ୍ପଦ ବିଭାଗର ବନ୍ଧ କଥା ମାନେ ପଡ଼େ । କେବଳ ବାଲି ବସ୍ତା ପକାଇ ଠିକାଦାର ଓ ଯନ୍ତ୍ରୀମାନେ ମାଲାମାଲ ହୋଇଥାନ୍ତି । ସଂପୂର୍ଣ୍ଣ ବନ୍ଧ ପଥର ପ୍ୟାକିଂ କରିବାକୁ ଅନେକ ଥର ଦାବି ହୋଇଥିଲେ ବି କେହି ଶୁଣୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶସାନ ଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ନଦେଲେ, ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।

ନିନ୍ଦା 19 Dec 2025 4:32 pm

ଡଙ୍କି ରୁଟ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଧରାପଡ଼ିଲା କୁବେର ଏଜେଣ୍ଟ, ଜବତ ହେଲା ସୁନା ବିସ୍କୁଟ, ରୂପା ଏବଂ ୪.୬୨ କୋଟି ନଗଦ ଟଙ୍କା

Donkey Route: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଡଙ୍କି ରୁଟ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଦିନ, ଜଳନ୍ଧର ସ୍ଥିତ ED ଡଙ୍କି ରୁଟ୍ ମାମଲା ସହିତ ଜଡିତ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ୧୩ ଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପ୍ରମାଣ ମିଳିଛି। ସମ୍ପୂର୍ଣ୍ଣ ନେଟୱାର୍କକୁ ଟ୍ରାକ୍: ଚଢାଉ ସମୟରେ ଇଡି ମାମଲା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ପ୍ରମାଣ ଜବତ କରିଛି, […]

ଓଡ଼ିଶା ଭାସ୍କର 19 Dec 2025 4:26 pm

ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ବଢ଼ିଲା ଚର୍ଚ୍ଚା, ମୋକିମ୍ ଓ ବିଜୟଙ୍କ ଭେଟଘାଟ ପରେ ସରଗରମ ରାଜନୀତି

କନକ ବ୍ୟୁରୋ : ରାଜ୍ୟରେ ଗଠନ ହେବ କି ନୂଆ ଆଞ୍ଚଳିକ ଦଳ ? ଗତକାଲି ବିଜୟ ମହାପାତ୍ରଙ୍କୁ, ମହମ୍ମଦ ମୋକିମ୍ ଭେଟିବା ପରେ ଏହି ଚର୍ଚ୍ଚା ଜୋର ରହିଛି । ଏହାରି ଭିତରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କହିଛନ୍ତି, ନୂଆ ଦଳ ଗଠନ ହେବ, ଗଣମାଧ୍ୟମକୁ ଦିଆଯିବ ସୂଚନା । ହେଲେ ଏବେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଜୟ ପଟ୍ଟନାୟକ । ଗୁରୁବାର ମୋକିମ୍‌ ଓ ବିଜୟ ମହାପାତ୍ରଙ୍କ ଭେଟଘାଟକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜୟ ମହାପାତ୍ରଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟିଛନ୍ତି ମହମ୍ମଦ ମୋକିମ୍ । ପୂର୍ବରୁ ଏକ ସଭାରେ ନୂଆ ଦଳ ନେଇ ସଂକେତ ଦେଇଥିଲେ ବିଜୟ। ତେବେ କୌଣସି ରାଜନୈତିକ ଆଲୋଚନା ହୋଇନି, ବ୍ୟକ୍ତିଗତ ବାର୍ତ୍ତାଳାପ ହେଲା ବୋଲି ଉଭୟ ନେତା କହିଛନ୍ତି । ଅଧିକ ପଢ଼ନ୍ତୁ : ୨୦୨୬ ରେ ଓଡ଼ିଶା ରାଜନୀତିରେ ହେବ କି ବଡ଼ ପରିବର୍ତ୍ତନ, ପୁରୁଖା ଓ ଯୁବ ନେତାଙ୍କୁ ନେଇ ଗଠନ ହୋଇପାରେ ଆଞ୍ଚଳିକ ଦଳ ଏପଟେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ଭିତରେ ଜବାବ ରଖିଛି ବିଜେଡି । ଦଳ କହିଛି, ଯେଉଁମାନେ ସମୀକରଣ କରୁଛନ୍ତି ସେମାନେ ଜାଣିଥିବେ କେତେ ସଫଳ କେତେ ବିଫଳ ହେବେ। ଓଡ଼ିଶାରେ ଯେତେ ପ୍ରକାର ଦଳ ତିଆରି ହେଲେ ବି ବିଜେଡିର କ୍ଷତି ହେବ ନାହିଁ । ସାରା ଓଡ଼ିଶା ଲୋକ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଭଲ ପାଉଛନ୍ତି । ଲୋକେ ଭଲ ପାଉଥିଲେ ସମୀକରଣ ତିଆରି କରିବେ । ଆମ ଦଳରୁ ବହୁତ ନେତା ଯାଇଛନ୍ତି ବହୁତ ନେତା ଆସିଛନ୍ତି। ବିଜେଡିର କିଛି ଅସୁବିଧା ହୋଇନି କି ହେବନାହିଁ ବୋଲି କହିଛି ଦଳ । ରାଜ୍ୟର ଅନେକ ଯୁବ ଓ ପୁରୁଖା ନେତା ବିଭିନ୍ନ କାରଣରୁ ଏବେ କୋଣଠେସା ହୋଇ ରହିଛନ୍ତି । ସେମାନେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର କରିପାରୁନାହାଁନ୍ତି । କାରଣ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏବେ ବିଭିନ୍ନ ଦଳରୁ ଅନେକ ନେତା ବିଜେପିରେ ଯୋଗ ଦେଉଛନ୍ତି । ତେଣୁ ବିଜେପି ଡଙ୍ଗା ଭାରି ହୋଇଥିବା ବେଳେ ବିଜେପିକୁ ଯିବାକୁ ଚାହୁଁଥିବା ନେତାମାନେ ପଦ ପଦବୀ ମିଳିବ କି ନାହିଁ ସେ ଆଶଙ୍କାରେ ରହିଛନ୍ତି । ବିଜେଡି କ୍ଷମତାରେ ନାହିଁ, ତେଣୁ କ୍ଷମତାରେ ନଥିବା ଦଳକୁ ଯାଇ କ'ଣ ଲାଭ ମିଳିବ ବୋଲି କିଛି ନେତା ଭାବୁଛନ୍ତି । ସେହିଭଳି କଂଗ୍ରେସ ୨୫ ବର୍ଷ ହେବ କ୍ଷମତାକୁ ଫେରିପାରୁନଥିବାରୁ ନେତାମାନେ କଂଗ୍ରେସକୁ ଭରସା କରିପାରୁନାହାଁନ୍ତି । ଏହା ଭିତରେ ଯଦି ନୂଆ ଆଞ୍ଚଳିକ ଦଳ ଗଠନ ହୁଏ ତେବେ କୋଣଠେସା ନେତାମାନଙ୍କୁ ଏକାଠି କରି ବିଜେପି, ବିଜେଡି ଓ କଂଗ୍ରେସ ବିରୋଧରେ ଏକ ବିକଳ୍ପ ତିଆରି କରାଯାଇପାରିବ ବୋଲି କିଛି ନେତୃତ୍ୱ ଆଶା କରୁଥାଇପାରନ୍ତି ।

ନିନ୍ଦା 19 Dec 2025 4:25 pm

ଗଛ ବଞ୍ଚାଇବାକୁ ନୂଆ ଉପାୟ, ଜଙ୍ଗଲ ସୃଷ୍ଟି କରିବ ସିଡ୍‌ସ ବଲ୍‌

କନକ ବ୍ୟୁରୋ: ନୂଆପଡ଼ା ବ୍ଲକ କାଦୋମେରୀ ପଞ୍ଚାୟତ ଗୁଡ଼ାପତ୍ରା ଗାଁର ପରିବେଶବିତ କୌଶଲ ଚନ୍ଦ୍ରକାର । ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ଡଙ୍ଗର ସୃଷ୍ଟି ଲକ୍ଷ୍ୟରେ ଆରମ୍ଭ କରିଛନ୍ତି ସିଡ୍‌ସ ବଲ ପ୍ରସ୍ତୁତି । ସିଡ୍‌ସ ବଲ ହେଉଛି ମାଟି, ଗୋବର ଓ ଫଳମଞ୍ଜିର ମିଶ୍ରଣ ପିଣ୍ଡୁଳାଟିଏ । ଜଙ୍ଗଲରୁ ଶାଗୁଆନ, ତେନ୍ତୁଳି, ନିମ ମଞ୍ଜି ସଂଗ୍ରହ କରୁଛନ୍ତି କୈଶଲ ଓ ତାଙ୍କ ସାଥୀ । ଏହି ମଞ୍ଜିକୁ ମାଟି ଓ ଗୋବର ସହ ମିଶାଇ ଗୋଲାକାର ଦିଆଯାଏ । ବର୍ଷା ପୂର୍ବରୁ ସିଡ୍‌ସ ବଲକୁ ବଣକୁ ଫିଙ୍ଗାଯାଏ ଓ ବର୍ଷା ପରେ ସେଥିରୁ ସହଜରେ ଚାରା ବାହାରେ । ଗଛ ଅଙ୍କୁରିତ ହୋଇ ଜଙ୍ଗଲ ସୃଷ୍ଟି ହୁ ଏ । ସିଡ୍‌ସ ବଲ ଦ୍ୱାରା ବୃକ୍ଷରୋପଣ ଖୁବ୍‌ ସହଜ ଆଉ ସରଳ । ଅଧିକ ପଢନ୍ତୁ ; ବିକାଶ ଆଳରେ ବିନାଶ ; ରାସ୍ତା ପାଇଁ ୯ ହଜାରରୁ ଅଧିକ ଗଛ କାଟିବାକୁ ଯୋଜନା ଏହି ଉପାୟରେ ଗଛ ଲଗାଇଲେ ଯତ୍ନ ନେବାର ବି ଚିନ୍ତା ନଥାଏ । ପ୍ରାକୃତିକ ଉପାୟରେ ଆପେଆପେ ଜଙ୍ଗଲରେ ଗଛ ଉଠେ। ଆଉ ଅଳ୍ପ ଦିନରେ ଜଙ୍ଗଲ ସବୁଜମୟ ହୋଇଯାଏ । ପରିବେଶବିତ କୌଶଲ ଏହି ଉପାୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ବି ଉତ୍ସାହିତ କରିଥାନ୍ତି। ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସିଡ୍‌ସ ବଲ୍‌ ପ୍ରସ୍ତୁତ କରିବାକୁ ଉତ୍ସାହିତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଆଡ଼କୁ ଢଳିବା ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପ୍ରତି ସଜାଗ କରାଉଛନ୍ତି । ବର୍ତ୍ତମାନ ସୁଦ୍ଧା କୌଶଲ ପ୍ରାୟ ୫ ହଜାର ସିଡ୍‌ସ ବଲ ତିଆରି କରିସାରିଛନ୍ତି। ଆଗାମୀ ଦିନରେ ୧୦ ହଜାର ମଞ୍ଜି ବଲ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନିନ୍ଦା 19 Dec 2025 4:18 pm

ସତ୍ତା ହରାଉଛି ସୀତା ସାଗର, ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ପୁରାତନ ଜଳାଶୟ

କନକ ବ୍ୟୁରୋ: ଶହଶହ ବର୍ଷ ପୂର୍ବେ ପାରଳାଖେମୁଣ୍ଡିରରେ ୭ଟି ସାଗର ଖୋଳିଥିଲେ ତତ୍କାଳୀନ ପାରଳା ଶାସକ । ଅଞ୍ଚଳର ବିକାଶ ପାଇଁ ସାଗର ଖୋଳି ମହେନ୍ଦ୍ରତନୟା ନଦୀ ସହ ସଂଯୋଗ କରିଥିଲେ । ଚାଷ ଜମିକୁ ଜଳସେଚନର ସୁବିଧା ସହ ବନ୍ୟା ନିୟନ୍ତ୍ରଣ ହୋଇପାରୁଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ୬୫ ହେକ୍ଟର ପରିସୀମା ବିଶିଷ୍ଟ ସୀତା ସାଗର ପୋତି ହୋଇଗଲାଣି । କେନାଲଗୁଡ଼ିକ ବି ପୋତିହେବା ସ୍ଥିତିରେ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମନରେ ଖେଳପଡ଼ିଆ ଭ୍ରମ ସୃଷ୍ଟି ହେଉଛି । ସୀତା ସାଗରର ପୁନଃରୁଦ୍ଧାର ଦିଗରେ ଜଳସେଚନ ବିଭାଗ କି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ଆସିଛି । ଅଧିକ ପଢନ୍ତୁ; ଗଛ ପ୍ରେମରେ ଗାଁ ଗହଳିର ଗରିବଙ୍କ ଡାକ୍ତର । ନିଜ ଘର ସହ ରାସ୍ତାଘାଟରେ ଲଗାଉଛନ୍ତି ଶହଶହ ଗଛ । ପୁନଶ୍ଚ ପୃଥିବୀ ପାଇଁ ବିମ୍ବାଧରଙ୍କ ପ୍ରୟାସ ଅତୁଳନୀୟ... ସୀତା ସାଗର ଦ୍ଵାରା ପ୍ରାୟ ୧୩୨.୩୭ ହେକ୍ଟର ଚାଷ ଜମିକୁ ପାଣି ମାଡ଼ୁଥିଲା । ବର୍ଷକ ବାର ମାସ ପାଣି ଭର୍ତ୍ତି ହୋଇ ରହୁଥିଲା । ସାଗର ତଳେ ଥିବା ଚାଷ ଜମି ଜଳସେଚିତ ହେବା ସହ ବଳକା ପାଣି ନଦୀରେ ମିଶିବାର ବ୍ୟବସ୍ଥା ଥିଲା । ଫଳରେ ଚାଷୀଙ୍କ ସହ ଶତାଧିକ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରୁଥିଲେ । ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନଃରୁଦ୍ଧାର ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ହେଲେ ସୀତା ସାଗରକୁ ଭୁଲିଯାଇଥିବା ବୁଦ୍ଧିଜୀବୀ କହିଛନ୍ତି । ସେପଟେ ଗତ ଜୁନ ୧୭ରେ ଜଳସେଚନ ବିଭାଗ ପକ୍ଷରୁ ଦଳଭର୍ତ୍ତି ସୀତା ସାଗରର ସ୍ଥିତି ଅନୁଧ୍ୟାନ କରାଯାଇଛି । ୨ କୋଟି ବ୍ୟୟରେ ପରିସୀମା ପୁନଃନିର୍ଦ୍ଧାରଣ । ହିଡ଼ ମରାମତି ସହ ସାଗର ପୁନରୁଦ୍ଧାର କରାଯିବ ବୋଲି ସୂଚନା ଦେଇଛନ୍ତି କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ । ଗୋଟିଏ ପଟେ ପ୍ରାଶାସନିକ ଅବହେଳା ଅନ୍ୟପଟେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସୀତା ସାଗରକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି । ଏଭଳି ସ୍ଥିତିରେ ସତରେ ସୀତା ସାଗର ତା’ ପୂର୍ବ ପରିଚୟ ଫେରିପାଇବ? ସ୍ଥାନୀୟ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ।

ନିନ୍ଦା 19 Dec 2025 4:00 pm

ଆଉ ବ୍ୟବହାର କରିବାନି ପ୍ଲାଷ୍ଟିକ୍‌ ପଲିଥିନ୍‌,  ଝୋଟରେ ତିଆରି ହେବ ପାତ୍ର ଆଉ ପ୍ଲେଟ୍‌

କନକ ବ୍ୟୁରୋ: ପ୍ଲାଷ୍ଟିକ, ପଲିଥିନ ପରିବେଶକୁ ନଷ୍ଟ କରୁଛି । ତଥାପି ଆମେ ଏ ଦୁଇଟି ଯାକ ଜିନିଷକୁ ଦୂରେଇ ପାରୁନେ । ଦୈନଦିନ ଜୀବନରେ ଅନେକ ସାମଗ୍ରୀ ବ୍ୟବହାର କରୁଛେ, ଯାହା ପ୍ଲାଷ୍ଟିକ ଓ ପଲିଥିନ ବିନା ବି ତିଆରି ହୋଇପାରିବ । ସେହିଭଳି କିଛି ଉପାୟ ବାହାର କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଚକ ଚକ କରୁଥିବା ପ୍ଲେଟ, ଚାମଚ, ଗଛ ପୋତା ପାତ୍ର ଠାରୁ ନେଇ ପ୍ଲାଏ ଯାଏଁ, ସବୁ ତିଆରି ହୋଇଛି ଝୋଟରୁ । ଆଖିକୁ ଖୁବ୍‌ ସୁନ୍ଦର ଦେଖାଯଉଥିବା ସାମଗ୍ରୀ ପରିବେଶକୁ ବି ସୁସ୍ଥ ରଖିବ । ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଗବେଷଣା କରିଛନ୍ତି । ଅଯଥା ପ୍ଲାଷ୍ଟିକ୍‌ ଓ ପଲିଥିନରୁ ଏସବୁ ତିଆରି ନକରି କମ ଦାମରେ ଝୋଟରୁ ପ୍ରସ୍ତୁତ କରି ସଫଳ ହୋଇଛନ୍ତି ବୋଲି କହିଛନ୍ତି ଗବେଷଣାରତ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ: ପ୍ରକଳ୍ପ ପାଇଁ ବଳି ପଡୁଛି ପ୍ରକୃତି : ପ୍ରାକୃତିକ ପରିବେଶକୁ ନଷ୍ଟ କରି ତିଆରି ହେଉଛି ସୋଲାର ପାୱାର ପ୍ଲାଣ୍ଟ ଝୋଟ ଆମ ଓଡ଼ିଶାରେ ବହୁଳ ଉତ୍ପାଦନ ହୁଏ । ଝୋଟରୁ ବାହାରୁଥିବା ସୂତାରେ ଅଖା, ବ୍ୟାଗ ତିଆରି ହୁଏ । ଏବେ ଝୋଟରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଲେ ଚାଷୀ ଦୁଇ ପଇସା ଲାଭ ପାଇବା ସହ ପରିବେଶ ସବୁଜ ସୁନ୍ଦର ରହିପାରିବ। ଖାଲି ସେତିକି ନୁହେଁ, ଏସବୁ ସାମଗ୍ରୀରେ ଖାଦ୍ୟ ଖାଇଲେ କୌଣସି ରୋଗ ହେବାର ସମ୍ଭାବନା ନଥିବା ଗବେଷଣାରୁ ଜଣାଯାଇଛି । ଯେଉଁ ଝୋଟକୁ ଅଦରକାରୀ ବୋଲି କହି ଆମେ ଆଡ଼ ଆଖିରେ ଚାହୁନା, ସେଥିରୁ ଉତ୍ପାଦିତ ସାମଗ୍ରୀ ପରିବେଶକୁ ସୁସ୍ଥ କରିବାରେ ସାହାଯ୍ୟ କରିପାରିବ । ପୁନଶ୍ଚ ପୃଥିବୀ ପାଇଁ ଆମେ ଦେଖୁଥିବା ସ୍ୱପ୍ନ ସାକାର ଦିଗରେ ଏହା ଏକ ପଦକ୍ଷେପ ହୋଇପାରିବ ।

ନିନ୍ଦା 19 Dec 2025 3:41 pm

ଅସୁରକ୍ଷିତ ଦେବୀ ନଦୀର ସୁରକ୍ଷା ପ୍ରାଚୀର: ଜୁଆର ମାଡ଼ରେ ଧ୍ୱଂସ ହେନ୍ତାଳ ବଣ, ଏବେ ବି ଶହଶହ ଗଛ ମୃତ୍ୟୁ ମୁହଁରେ

କନକ ବ୍ୟୁରୋ: ପ୍ରକୃତି ବରଦାନ ପୃଥିବୀ । ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ସୃଷ୍ଟି ହୋଇଛି ନଦୀ, ସମୁଦ୍ର, ପାହାଡ଼, ଝରଣା, ଗଛଲତା ସହିତ ଜୀବଜଗତ । ଏହି କ୍ରମରେ ସାମୁଦ୍ରିକ ଉପକୂଳରେ ଦେଖାଯାଉଥିବା ଲୁଣା ଜଙ୍ଗଲ ବା ହେନ୍ତାଳ ବଣ ପ୍ରକୃତିର ଅନନ୍ୟ ବରଦାନ । ଜୁଆରିଆ ନଦୀ, ମୁହାଣର ସନ୍ତସନ୍ତିଆ ସ୍ଥାନରେ ଦେଖିବାକୁ ମିଳେ ପ୍ରାୟ ୧୫ ପ୍ରଜାତିର ଗଛ। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ୍‌ ସାମୁଦ୍ରକ ଝଡ଼ ସମୟରେ ଉପକୂଳିଆଙ୍କ ପାଇଁ ସୁରକ୍ଷା କବଚ ସାଜେ ବନୀ, କେରୁଆଁ, କରଞ୍ଜ, ଗୁଆକଣ୍ଟା, ଭଳି ଗଛ । ଏହି ଗଛଗୁଡ଼ିକ ଚେର ଗଭୀରକୁ ଯାଇ ମାଟିକୁ ଜାବୁଡ଼ି ଧରେ । ମୃତ୍ତିକା ସଂରକ୍ଷଣ ଦିଗରେ ବି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରେ ଲୁଣା ଜଙ୍ଗଲ । ଅସୁରକ୍ଷିତ ଦେବୀନଦୀର ସୁରକ୍ଷା ପ୍ରାଚୀର ଜୁଆର ମାଡ଼ରେ ଧ୍ୱଂସ ହେନ୍ତାଳ ବଣ ନଦୀଗର୍ଭକୁ ଚାଲିଯାଉଛି ଶହଶହ ଗଛ ଅଧିକ ପଢନ୍ତୁ; ଚିନ୍ତା ବଢ଼ାଉଛି ପରିବେଶ ଅସନ୍ତୁଳନ : ମୁକାବିଲା ପାଇଁ କାଲିଠୁ ସମ୍ବାଦର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୁନଶ୍ଚ ପୃଥିବୀ ୨୦୨୫ ବିଗତ କିଛି ବର୍ଷ ହେବ ଅସ୍ତରଙ୍ଗ ଦେବୀନଦୀ ମୁହାଣରେ ଥିବା ହେନ୍ତାଳ ବଣ କ୍ଷୟ ହେଉଥିବା ଦେଖିବାକୁ ମିଳିଛି । ଦେବୀ ନଦୀର ଜୁଆର ଏବଂ ଭଟା ପ୍ରଭାବରେ ଜଙ୍ଗଲ ଦିନକୁ ଦିନ କ୍ଷେୟ ହେବାର ଲାଗିଛି । ଦେବୀ ଅବବାହିକାରେ ଥିବା ହେନ୍ତାଳ ଗଛ ଗୁଡିକ ନଦୀ ମଧ୍ୟକୁ ଚାଲିଗଲାଣି । ଏବେ ବି ଶହଶହ ଗଛ ମୃତ୍ୟୁ ମୁହଁରେ ପଡ଼ିଛନ୍ତି । ଉପକୂଳର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ଯାଉଥିବା ବେଳେ ଏହି ଉଜୁଡ଼ା ଲୁଣା ଜଙ୍ଗଲ ଭବିଷ୍ୟତରେ ଉପକୂଳବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟର କାରଣ ହୋଇପାରେ। ଲୁଣି ପାଣିର ସଂସ୍ପର୍ଶରେ ଯେଉଁଠି ଅନ୍ୟ ଗଛ ନଷ୍ଟ ହୋଇଯାଏ, ସେଇଠି କାୟା ବିସ୍ତାର କରେ ହେନ୍ତାଳ ବଣ କାୟା ବିସ୍ତାର କରେ । ଅନ୍ୟ ଜଙ୍ଗଲ ଠାରୁ ବେଶ ସବୁଜ ଏବଂ ଘଞ୍ଚ ହୋଇଥାଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ଅନ୍ୟ ଗଛଠାରୁ ୫ରୁ ୭% ଅଧିକ ଅମ୍ଳଜାନ ଯୋଗାଇଥାଏ ହେନ୍ତାଳ ବଣର ଗଛ। ତାପମାତ୍ରାକୁ ନିୟନ୍ତ୍ରଣ କରିବାର କ୍ଷମତା ରଖେ । ଶିଳ୍ପାୟନ, କଳକାରଖାନା, ଗାଡ଼ି ମୋଟରରୁ ନିର୍ଗତ ୫୦ରୁ ୭୦% ଅଙ୍ଗାରକାମ୍ଳକୁ ଗ୍ରହଣ କରେ । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ଅନୁଧ୍ୟାନରୁ ଜଣାପଡ଼ିଛି, ରାଜ୍ୟର କେନ୍ଦ୍ରାପଡ଼ାରେ ସର୍ବାଧିକ ୨୦୯ ବର୍ଗ କିମି ହେନ୍ତାଳ ବଣ ରହିଛି । ସେହିଭଳି ବାଲେଶ୍ବରରେ ୫.୪ ବର୍ଗ କିମି, ଭଦ୍ରକରେ ୩୪.୮୭ ବର୍ଗ କିମି, ଜଗତସିଂହପୁରରେ ୮.୩୩ ବର୍ଗ କିମି ଏବଂ ପୁରୀରେ ସର୍ବନିମ୍ନ ୧.୧୩ ବର୍ଗ କିମି ହେନ୍ତାଳ ବଣ ରହିଛି । ମଣିଷ ସମାଜ ଏବଂ ପରିବେଶ ପାଇଁ ଅମୃତ ପ୍ରଦାନ କରୁଥିବା ହେନ୍ତାଳ ବଣ ଆଜି ଧ୍ୱଂସ ହେବାକୁ ଯାଉଛି । ରାଜ୍ୟ ସରକାର ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍‌ ପ୍ରଣୟନ କରିବା ସହ ସୁରକ୍ଷା ପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟୟବରାଦର କରିବାର ଆବଶ୍ୟକତା ରହିଛି ।

ନିନ୍ଦା 19 Dec 2025 3:00 pm

ଯଦି ଅଚାନକ୍ ହୃଦଘାତ ଆସେ ତେବେ ବିଳମ୍ବ ନ କରି କରନ୍ତୁ ଏହି କାର୍ଯ୍ୟ, ବଞ୍ଚିଯିବ ଜୀବନ, ହସ୍ପିଟାଲ୍ ଯିବା ପୂର୍ବରୁ ରଖନ୍ତୁ ମନେ

Heart Attack First-Aid: ଆଜି-କାଲି ସମୟରେ ହୃଦଘାତ ଅନେକ ଲୋକଙ୍କୁ ହେଉଥିବା ଦେଖିବାକୁ ମିଳୁଛି। ଯଦି ସମୟ ଥାଉ ଥାଉ ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ମୃତ୍ୟୁ ସୁନିଶ୍ଚିନ୍ତ। ତେଣୁ, ହୃଦଘାତ ହେଲେ କ’ଣ କରିବା ଉଚିତ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ।ହୃଦଘାତ ହେଲେ ଅନେକ ଲୋକ ଭୟଭୀତ ହୋଇଯାଆନ୍ତି, କିନ୍ତୁ ଏହା ଏପରି ଏକ ସମୟ ଯେତେବେଳେ ପ୍ରତ୍ୟେକ ସେକେଣ୍ଡ ମୂଲ୍ୟବାନ। ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ଇଣ୍ଟରଭେନସନାଲ୍ […]

ଓଡ଼ିଶା ଭାସ୍କର 19 Dec 2025 2:35 pm

ବାଂଲାଦେଶରେ ବ୍ୟାପକ ହିଂସା,  ଛାତ୍ରନେତାଙ୍କୁ ହତ୍ୟା ପରେ ସାରାଦେଶରେ  ଲଙ୍କାକାଣ୍ଡ

କନକ ବ୍ୟୁରୋ: ଛାତ୍ରନେତାଙ୍କୁ ହତ୍ୟା ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ । ଛାତ୍ରନେତା ସରିଫ୍ ଓସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓସମାନ ହାଦିଙ୍କ ନେତୃତ୍ବରେ ଗତବର୍ଷ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶେଖ୍ ହସିନା ସରକାରଙ୍କ ପତନ ହୋଇଥିଲା । ଆସନ୍ତାବର୍ଷ ବାଂଲାଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଓସମାନ ଢାକାରେ ପ୍ରଚାର ଆରମ୍ଭ କରିଥିଲେ । ଡିସେମ୍ବର ୧୨ ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ୩୨ ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି । ଏହାପରେ ସ୍ଥିତି ନେଇଛି ଉଗ୍ରରୂପ । ଅଧିକ ପଢନ୍ତୁ : ବାଂଲାଦେଶରେ ବଡ଼ ବିକ୍ଷୋଭ; ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ ଢାକା ସହ ବାଂଲାଦେଶର ବହୁ ସହରରେ ଓସମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ୩ଟି ଖବରକାଗଜର ଅଫିସକୁ ପୋଡ଼ି ଦିଆଯାଇଛି । ଭାରତୀୟ ଉଚ୍ଚାୟୁକ୍ତଙ୍କ ଅଫିସରେ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି । ଗୁଳିକାଣ୍ଡର କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି 'ଗ୍ରେଟର ବାଂଲାଦେଶ'ର ବିବାଦୀୟ ଫେସବୁକ୍ ମ୍ୟାପ୍ ପୋଷ୍ଟ କରିଥିଲେ। ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ହାଦିଙ୍କ ମୃତଦେହ ବାଂଲଦେଶ ଅଣାଯିବ ।

ନିନ୍ଦା 19 Dec 2025 2:26 pm

Yuzvendra Health Condition: ଚହଲଙ୍କୁ ଏକା ସାଙ୍ଗରେ ଦୁଇଟି ବଡ଼ ରୋଗ! IPL 2026ରୁ ପଡ଼ିପାରନ୍ତି ବାଦ, କଣ କହିଲେ ଡାକ୍ତର, ଜାଣନ୍ତୁ?

ନୂଆଦିଲ୍ଲୀ: କ୍ରିକେଟ୍ ମହୋତ୍ସବ, IPL 2026 ଆରମ୍ଭ ହେବାକୁ ଯାଉଛି। କିନ୍ତୁ IPL ଆରମ୍ଭ ହେବା ପୂର୍ବରୁ ହିଁ ପଞ୍ଜାବ କିଙ୍ଗ୍ସ ପାଇଁ ଖରାପ ଖବର ଆସୁଛି। ପଞ୍ଜାବର ଷ୍ଟାର ବୋଲର ୟୁଜଭେନ୍ଦ୍ର ଚହଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବହୁତ ଖାରପ ଏବଂ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ସୂଚନା ନିଜେ ୟୁଜଭେନ୍ଦ୍ର ଚହଲ ଦେଇଛନ୍ତି। ଫଳସ୍ୱରୂପ, ଏହା ବିଶ୍ୱାସ କରାଯାଉଛି ଯେ ଚହଲଙ୍କୁ ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ […]

ଓଡ଼ିଶା ଭାସ୍କର 19 Dec 2025 2:24 pm

ବିଦେଶରେ ଭାରତର ଦବଦବା; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ୨୯ ଦେଶର ସର୍ବୋଚ୍ଚ ସମ୍ମାନ, ଓମାନ ବି ସସମ୍ମାନ ସହ କରିଲା ସ୍ବାଗତ…

PM MODI AWARD IN OMAN: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କରୁଛି ସାରା ଦେଶ। ମିଳି ସାରିଲାଣି ୨୯ ଦେଶର ସର୍ବୋଚ୍ଚ ସମ୍ମାନ। ଏପରିକି ନିକଟରେ ପ୍ରଧାନମନ୍ତ୍ରୀ ଓମାନ ଗସ୍ତ କରିବା ବେଳେ ମଧ୍ୟ ତାଙ୍କୁ ସେଠାରେ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ଯାହାକୁ ନେଇ ସେ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଓମାନ ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “ORDER OF OMAN” ପ୍ରଦାନ କରାଯାଇଛି। ଏହି ପୁରସ୍କାର ତାଙ୍କୁ ଓମାନ […]

ଓଡ଼ିଶା ଭାସ୍କର 19 Dec 2025 2:11 pm

ବ୍ୟାଟରେ ଇଶାନଙ୍କ ବଡ଼ ସନ୍ଦେଶ, ଶତକ ଲଗାଇ ବିସିସିଆଇକୁ ଦେଲେ ଜବାବ

କନକ ବ୍ୟୁରୋ: କୁହାଯାଏ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦ୍ୱିତୀୟ ସୁଯୋଗ ମିଳିବା ଉଚିତ୍, କିନ୍ତୁ ଦ୍ୱିତୀୟ ସୁଯୋଗ ମିଳିବା ଏହି କଥା ଉପରେ ନିର୍ଭର କରେ ଯେ ଆପଣ ସେଥିପାଇଁ କେତେ ଯତ୍ନବାନ। କ୍ରିକେଟରେ ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କରୁଣ ନାୟର, ଯିଏକି ଟେଷ୍ଟରେ ତ୍ରିଶତକ ହାସଲ କରିବା ପରେ ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ, କିନ୍ତୁ କ୍ରିକେଟ୍ ତାଙ୍କୁ ପୁଣି ଏକ ସୁଯୋଗ ଦେଇଥିଲା ଏବଂ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ । ବର୍ତ୍ତମାନ କ୍ରିକେଟରେ ଦ୍ୱିତୀୟ ଉଦାହରଣ ଭାବେ ଇଶାନ କିଷାନ ସାମ୍ନାକୁ ଆସିଛନ୍ତି । ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଥିବା ଇଶାନ କିଷାନ ନିଜ ବ୍ୟାଟ୍ ଜରିଆରେ ଏକ ବଡ଼ ସନ୍ଦେଶ ଦେଇଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ସେ ହରିୟାଣା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ପ୍ରଥମ ଥର ପାଇଁ ଚାମ୍ପିଅନ୍ କରାଇଛନ୍ତି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ର ଫାଇନାଲରେ ଇଶାନ କିଷାନ ଚମତ୍କାର ଶୈଳୀରେ ବ୍ୟାଟିଂ କରି ୧୦୧ ରନର ଏକ ପାଳି ଖେଳି ନିଜ ଦଳକୁ ବିଜୟୀ କରାଇଛନ୍ତି । ଇଶାନ ମାତ୍ର ୪୯ଟି ବଲରେ ୧୦୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଏବଂ ୧୦ଟି ଛକା ସାମିଲ ଥିଲା । ଇଶାନ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ଶତକ ହାସଲ କରିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି । ଏହା ପୂର୍ବରୁ କୌଣସି ଅଧିନାୟକ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଶତକ ମାରିନଥିଲେ । ଆହୁରି ପଢ଼ନ୍ତୁ... ସନ୍ନ୍ୟାସର ବର୍ଷ ୨୦୨୫: ବାଏ ବାଏ କହିଛନ୍ତି ବଡ଼ ବଡ଼ କ୍ରିକେଟର ଫାଇନାଲରେ ଏହି ଶାନଦାର ଶତକ ହାସଲ କରିବା ପରେ ଇଶାନ କିଷାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ଶତକ ମାରିବା ମାମଲାରେ ଅଭିଷେକ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି । ଅଭିଷେକ ୫୪ଟି ପାଳିରେ ୫ଟି ଶତକ ମାରିଥିବା ବେଳେ ଇଶାନ ଏହି ସଫଳତା ୬୨ଟି ପାଳିରେ ପୂରଣ କରିଛନ୍ତି । ଝାଡ଼ଖଣ୍ଡକୁ ଟାଇଟଲ୍ ଜିତାଇବା ପରେ, ଇଶାନ ଦୁଇ ବର୍ଷରୁ ଅଧିକ ସମୟ ଧରି ସିନିୟର ଭାରତୀୟ ଦଳରୁ ବାହାରେ ରହିବା ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗିଛନ୍ତି। ତତ୍କାଳୀନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଦ୍ୱାରା ଶୃଙ୍ଖଳାଗତ କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ଏହି ସମ୍ପର୍କରେ ଇଶାନ କହିଛନ୍ତି ଯେ, ସେହି ସମୟ ତାଙ୍କ ପାଇଁ ପ୍ରକୃତରେ ବହୁତ କଷ୍ଟକର ଥିଲା । ଇଶାନ କିଷାନ୍ ୨୦୨୩ ଜୁଲାଇ ମାସରେ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୩ ଅକ୍ଟୋବରରେ ଶେଷ ଦିନିକିଆ ଆଉ ୨୦୨୩ ନଭେମ୍ୱରରେ ଶେଷ ଟି-୨୦ ଖେଳିଥିଲେ ଇଶାନ କିଷାନ । ଏହାପରଠୁ ସେ ଆଉ ଟିମ୍ ଇଣ୍ଡିଆକୁ ଫେରିନାହାନ୍ତି । କହିବାକୁ ଗଲେ ପ୍ରାୟ ୨ ବର୍ଷ ହେବ ସେ ଦଳଠାରୁ ଦୂରେଇ ରହିଛନ୍ତି । ଆଉ ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ଝାଡ଼ଖଣ୍ଡକୁ ବଡ଼ ସଫଳତା ଦେଇଛନ୍ତି । ପ୍ରଥମଥର ପାଇଁ ସେ ଦଳକୁ ବିଜୟୀ କରାଯାଇଛନ୍ତି । ଏହାସହ ସେ ଏହି ଟ୍ରଫିରେ ୫୧୭ ରନ କରିଛନ୍ତି । ଇଶାନ କିଷାନ ଏହି ଦମଦାର ଇନିଂସ ଆଉ ସଫଳତା ସହ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ବଡ଼ ଜବାବ ଦେଇଛନ୍ତି । ଆଉ ସେ ଦେଖାଇ ଦେଇଛନ୍ତି ଯେ ସେ ବି କାହାଠାରୁ କମ୍ ନୁହନ୍ତି । ଆଉ ତାଙ୍କର ବି ମ୍ୟାଚ ବିଜୟୀ କରାଇବାର ଦକ୍ଷତା ରହିଛି । ତେବେ ଦେଖିବା ବାକି ରହିଲା ଆଗାମୀ ଦିନରେ ଇଶାନ କିଷାନଙ୍କ ପ୍ରତି ବିସିସିଆଇର ପଦକ୍ଷେପ କଣ ରହୁଛି ।

ନିନ୍ଦା 19 Dec 2025 1:55 pm

LPG Price Cut: ନୂଆବର୍ଷରୁ କମିବ ଗ୍ୟାସ ଦର! ସରକାରଙ୍କ ବଡ଼ ଉପହାର, ଜାଣନ୍ତୁ କେତେ ଟଙ୍କା କମିବ

ନୂଆଦିଲ୍ଲୀ: ଆଗାମୀ ବର୍ଷ ଆପଣଙ୍କ ପାଇଁ କିଛି ଭଲ ଖବର ନେଇକି ଆସୁଛି । ଆପଣ ଜାନୁଆରୀ ୧ ରେ ନୂତନ ବର୍ଷ ପାଳନ କରୁଥିବା ସମୟରେ, ସରକାର ଆପଣଙ୍କୁ ଏକ ଉପହାର ମଧ୍ୟ ଦେଇପାରନ୍ତି। ପ୍ରତି ମାସର ୧ ତାରିଖରେ ଅନେକ ଆର୍ଥିକ ନିୟମ ଏବଂ ମୂଲ୍ୟ ପରିବର୍ତ୍ତନ କରାଯାଏ, ଯେଉଁଥିରେ ତେଲ ଏବଂ ଗ୍ୟାସ ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଡିସେମ୍ବର ୧ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦ ହ୍ରାସ କରାଯାଇଥିଲା, କିନ୍ତୁ […]

ଓଡ଼ିଶା ଭାସ୍କର 19 Dec 2025 1:51 pm

ଜନ ଆକ୍ରୋଶ ପରେ ବଦଳିଲା ଆଭିମୁଖ୍ୟ : ବର୍ଦ୍ଧିତ ଦରମା ନନେବାକୁ ବିରୋଧୀ ଦଳ ନେତାଙ୍କ ନିବେଦନ

କନକ ବ୍ୟୁରୋ : ବିଧାନସଭାରେ ପ୍ରଥମେ ବିଲ୍‌କୁ ସମର୍ଥନ। ପରେ ଜନ ଅସନ୍ତୋଷ ପରେ ବଦଳିଗଲା ଆଭିମୁଖ୍ୟ । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ୍‌ ପାରିତ ପରେ ପ୍ରବଳ ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଭିମୁଖ୍ୟ ବଦଳାଇଛି ବିଜେଡି । ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲ୍‌ର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ବିଜେଡି । ବିଧାନସଭାରେ ବିଲ୍‌କୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହାର ପୁର୍ନ ବିଚାର କରିବାକୁ ଦାବି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଗତ ୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଦରମା ଓ ପେନସନ୍‌କୁ ନେଇ ବିଲ୍‌ ପାରିତ ହୋଇଥିଲା । ଅଧିକ ପଢନ୍ତୁ... ବର୍ଦ୍ଧିତ ଭତ୍ତା ନେବେନି ପ୍ରସାଦ ହରିଚନ୍ଦନ: ଜାଣନ୍ତୁ, ବିଧାୟକଙ୍କ ନୂଆ ଦରମାକୁ ନେଇ କହିଲେ କଣ? କିନ୍ତୁ ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ଖୁବ୍ ବିରୋଧ କରିଥିଲେ ଜନସାଧାରଣ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ସବୁ ଦରମାକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଆସିଛନ୍ତି । ସେଥିପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଲ୍‌ର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ରେ ଦରମା ଓ ଭତ୍ତା ବୃଦ୍ଧି ବାବଦକୁ ମିଳିବାକୁ ଥିବା ଅର୍ଥ ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ।

ନିନ୍ଦା 19 Dec 2025 1:16 pm

Air Pollution: ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବ ଚୀନ! ବଢାଇଲା ସାହାଯ୍ୟର ହାତ, ସେୟାର କଲା ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍

ନୂଆଦିଲ୍ଲୀ: ବର୍ତ୍ତମାନ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଛି ଦିଲ୍ଲୀ। ବାୟୁ ଗୁଣବତ୍ତା ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଡିସେମ୍ବର 15 ତାରିଖରେ, ଦିଲ୍ଲୀର AQI 447 ରେକର୍ଡ କରାଯାଇଥିଲା, ଯାହା ଗମ୍ଭୀର ଶ୍ରେଣୀରେ ଆସେ। ଏହି ସମୟରେ, ଚୀନର ରାଜଧାନୀ ବେଜିଂ, ଯାହା ଏକଦା ବିଶ୍ୱର କୁହୁଡ଼ି ରାଜଧାନୀ ଭାବରେ ଜଣାଶୁଣା, ଏବେ ତାହା ବହୁତ ସଫା ବାୟୁରେ ନିଶ୍ୱାସ ନେଉଛି । ଦିଲ୍ଲୀର AQI 447 ରେକର୍ଡ କରାଯାଇଥିବା ବେଳେ ସେହି ଦିନ, ବେଜିଂର AQI ମାତ୍ର […]

ଓଡ଼ିଶା ଭାସ୍କର 19 Dec 2025 1:06 pm

ବାଲେଶ୍ବର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ : ଯାଇଛି ଜଣଙ୍କ ଜୀବନ

କନକବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଗତକାଲି ସନ୍ଧ୍ୟାରୁ ଏକ ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବ ମଚାଇ ଆଜି ସକାଳେ ଜଣେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି । ହାତିଟି ଏବେ ଜନବସତି ଅଭିମୁଖା ହେଉଥିବାବେଳେ ଦନ୍ତାକୁ ନେଇ ଅଂଚଳରେ ଭୟର ବାତାବରଣ ଛାଇ ଯାଇଛି । ସୂଚନା ମୁତାବକ, ଗତକାଲି ସନ୍ଧ୍ୟରେ କୁଳଢିଆ ଅଭୟାରଣ୍ୟ ହଦଗଡ଼ ରେଞ୍ଜ ଜଙ୍ଗଳରୁ ୨ ଟି ହାତୀ ଜନବସତି ଅଭିମୁଖା ହୋଇ କୁପାରୀ ଶାରୀଶୁଆ ପାହାଡ଼ ପାଦଦେଶରେ ଥିବା ବାଗେଇପୁର ଗ୍ରାମକୁ ପଶିଥିଲେ । ଖବର ପାଇ କୁପାରୀ ବନ କର୍ମଚାରୀମାନେ ତାଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲେ । ମାତ୍ର ଗୋଟେ ହାତୀ ପୁନର୍ବାର ଜଙ୍ଗଲ ପେରିଯାଇଥିବା ବେଳେ ଆଉ ଗୋଟେ ଦନ୍ତା ହାତୀ ଫସଲ ବାଡ଼ ଆଦି ନଷ୍ଟ କରି ପାହାଡ଼ରୁ ୨୦ କିଲୋମିଟର ଦୂରରେ ଥିବା ଶୁଣ୍ଢୀରା ଗଣ୍ଡିବେଡ଼ ପଞ୍ଚାୟତ ଅଧୀନସ୍ଥ ନୂଆସାହି ପୂର୍ବପଡା ଗ୍ରାମର ସୁରେନ୍ଦ୍ର ପ୍ରସାଦ ଦାସଙ୍କ (୬୩) ଜୀବନ ନେଇଛି । ଅଧିକ ପଢନ୍ତୁ... ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁରରୁ ଆସିଛି ଏଭଳି ଦୃଶ୍ୟ ଶ୍ରୀ ଦାସ ସକାଳେ ଘର ପାଖରେ ଛିଡ଼ା ହୋଇଥିବାବେଳେ କିଛି ଲୋକମାନେ ହାତୀକୁ ଦେଖି ପାଟି କରିବାରୁ ସେ ବୁଲି ଯାଇ ତାଙ୍କୁ ତଳେ ପକାଇ ଦଳି ଦେଇଥିଲା । ଗ୍ରାମବାସୀ ମାନେ ଘଉଡ଼ାଇବାରୁ ହାତୀଟି ପଳାଇଥିଲା । ତୁରନ୍ତ ଉପରେ ଘରଲୋକମାନେ ସୁରେନ୍ଦ୍ରଙ୍କୁ ଉଠାଇ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୁପାରୀ ଓ ଔପଦା ବନ କର୍ମଚାରୀ ହାତୀକୁ କାବୁ କରିବାକୁ ପ୍ରୟାସ ଚଳାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ଖାମଖିଆଲିଆ ନୀତି ଯୋଗୁଁ ଜୀବନ ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ନିନ୍ଦା 19 Dec 2025 1:03 pm

ବୁଲି ପାରିବେ ପୁରା ଥାଇଲ୍ଯାଣ୍ଡ; ଲକ୍ଷେ ଟଙ୍କାରେ ଉଠି ପାରିବ ସବୁ ଖର୍ଚ୍ଚ, ଜାଣନ୍ତୁ ଥାଇଲ୍ଯାଣ୍ଡରେ ରହିବା ଠାରୁ ଆରମ୍ଭ କରି ଖାଇବା ଯାଏଁ ଦାମ୍ କେତେ ?

ଓଡିଶା ଭାସ୍କର: ପ୍ରତିବର୍ଷ ଥାଇଲାଣ୍ଡକୁ ଅନେକ ଭାରତୀୟ ବୁଲିବାକୁ ଯାଆନ୍ତି। କାରଣ ସେଠାରେ କମ ବଜେଟରେ ଭଲ ଖାଇବା ଠାରୁ ଆରମ୍ଭ କରି ରହିବା ବ୍ଯାବସ୍ଥା କରାଯାଇପାରେ। ଫରେନ ଟୁର କଥା କହିଲେ ଭାରତୀୟଙ୍କ ପାଇଁ ସବୁଠାୁ ବେଷ୍ଟ ଥାଇଲାଣ୍ଡ ବୋଲି ଅନେକ କହନ୍ତି। କାରଣ ସେଠାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ସବୁ ରହିଛି। ଏକ ରିପୋର୍ଟରୁ ଜଣାପଡିଛି କି କେବଳ 2024 ମସିହାରେ 20 ଲକ୍ଷ ଭାରତୀୟ ଥାଇଲାଣ୍ଡ ଟୁରରେ ଯାଇଥିଲେ। ବର୍ତ୍ତମାନ ମନରେ […]

ଓଡ଼ିଶା ଭାସ୍କର 19 Dec 2025 12:50 pm

ମାରାତ୍ମକ ହେଉଛି ମୋବାଇଲ୍ ଲାଇଟ୍ ! ବଦଳାନ୍ତୁ ଅଭ୍ୟାସ ନଚେତ୍ ହୋଇପାରେ ଏହି ସମସ୍ୟା

କନକ ବ୍ୟୁରୋ : ଘରେ ଫୋନ୍, ଅଫିସରେ ଫୋନ୍, ରାସ୍ତାରେ ଫୋନ୍, ଆଉ ଗାଡ଼ି ଚଳାଇଲା ବେଳେ ବି ଫୋନ୍ । ଫୋନ୍ ସହ ଖାଇବା, ଫୋନ୍ ଧରି ଶୋଇବା ନିଶା ଏବେ ଯୁବପିଢ଼ିଙ୍କୁ ଘାରିବାରେ ଲାଗିଛି । ଏପରିକି ଦିନ ସାରା ଫୋନର ଲାଗି ରହିବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ଢଙ୍ଗରେ କ୍ଷତି ପହଞ୍ଚାଉଛି ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ । ଏମ୍ସର ନ୍ୟୁରୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ସେରାୱତ୍ କହିଛନ୍ତି ଯେ ଆଜିର ଆଧୁନିକ ଦୁନିଆରେ ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଫୋନ୍ ଦେଖିବା ଆରମ୍ଭ କରିଦେଉଛନ୍ତି । ଆଉ ରାତିରେ ଶୋଇବା ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଫୋନ୍ ଦେଖି ଶୋଉଛନ୍ତି । ଏଭଳି ବ୍ୟାଡ୍ ହାବିଟ୍ ବା ବଦ ଅଭ୍ୟାସ ଅନେକଙ୍କୁ ମନୋରଞ୍ଜନ ଧର୍ମୀ ଲାଗୁଥାଇପାରେ କିନ୍ତୁ ଏହା ସାଇଲେଣ୍ଟ୍ କିଲର ଭାବେ ଲୋକଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ , ଖାସ୍ କରି ନିଦ୍ରାର ସାଇକେଲିଂକୁ ନଷ୍ଟ କରି କରି ଚାଲେ । ଯେତେ ଦିନର କାଶ ହେଉ ଶୀଘ୍ର ଭଲ ହେବ : ଉପଶମ କରିବ ଘରୋଇ ଉପଚାର ଆପଣ ଯଦି ସକାଳୁ ଉଠୁ ଉଠୁ ମୋବାଇଲ୍ ଦେଖିବା ଆରମ୍ଭ କରୁଛନ୍ତି ତେବେ ଅନେକ କ୍ଷେତ୍ରରେ ଆପଣ ପ୍ରଭାବିତ ହେବେ । ଫଳରେ ଆପଣଙ୍କ ସାରାଦିନର କାର୍ଯ୍ୟ ଦକ୍ଷତା ଓ ଦୈନନ୍ଦିନ ଜୀବନର ପ୍ରଭାବିତ ହୋଇଥାଏ । ତେବେ ଏଭଳି ବଦ ଅଭ୍ୟାସରୁ କେମିତି ମୁକୁଳିବେ? କେମିତି ଭାଙ୍ଗିବେ ଏହି ବଦ ଅଭ୍ୟାସ? ବରିଷ୍ଠ ଚିକିତ୍ସିକଙ୍କ କହିବା ଅନୁସାରେ...ଏଭଳି ବ୍ୟାଡ୍ ହାବିଟ୍ ପୂରା ବଡିକୁ ପ୍ରଭାବିତ କରିଥାଏ । କାରଣ ଏହା ଚିନ୍ତା ବଢିବା ସହ ମୁଣ୍ଡବିନ୍ଧା ମଧ୍ୟ ବଢ଼ାଇ ଥାଏ । ଡାକ୍ତରଙ୍କ ମତରେ ଏଭଳି ଅଭ୍ୟାସ ଭାଙ୍ଗିବା ପାଇଁ ଏକ ଡେଲି ରୁଟିନ୍ ଫଲୋ କରିବା ଆବଶ୍ୟକ । ଏହି ରୁଟିନରେ ସକାଳୁ ସକାଳୁ ମୋବାଇଲ୍ ସ୍କ୍ରିନ୍ ଲାଇଟ୍ ବଦଳରେ ସନ୍ ଲାଇଟକୁ ଯାଆନ୍ତୁ । ବଡ଼କଥା ହେଉଛି ସୂର୍ଯ୍ୟ କିରଣ ସହ ଘରର ବିଭିନ୍ନ କୋଣ ଅନୁକୋଣକୁ ଦେଖିବା ଏବଂ ପରିବାର ସହ ସମୟବିତାନ୍ତୁ । ଠିକ୍ ସେହିଭଳି ରାତିରେ ସ୍କ୍ରିନ୍ ଏକ୍ସପୋଜକୁ ସୀମିତ କରନ୍ତୁ । ବିଶେଷକରି ଶୋଇବା ପୂର୍ବରୁ ମୋବାଇଲଠାରୁ ଦୂରେଇ ରହି ବହି ପଢ଼ିବା ଅଭ୍ୟାସ କରନ୍ତୁ । ଯାହାକି ନିଦ ଲାଗିବା ସହ ଆପଣଙ୍କ ମାନସିକ ସନ୍ତୁଳନ ସଠିକ୍ ରଖିବାରେ ସହାୟକ ହେବ ।

ନିନ୍ଦା 19 Dec 2025 12:24 pm

8th Pay Commission: ଦରମା-ପେନସନଠୁ ନେଇ DA-DR, ଏରିୟର ପର୍ଯ୍ୟନ୍ତ; କର୍ମଚାରୀ ଏବଂ ପେନସନର୍ସଙ୍କ ପାଇଁ ଆସିଲା 10 ବଡ଼ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ 8ମ ବେତନ କମିଶନ ବହୁତ ଦିନ ଧରି ଖବରରେ ରହିଛି। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ 8ମ ବେତନ କମିଶନ କେବେ ଲାଗୁ ହେବ। କଣ ପ୍ରକୃତରେ ଦରମା ଏବଂ ପେନସନରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହେବ? ଦରମା କେବେ ବୃଦ୍ଧି ପାଇବ, କେତେ ପେନସନ ଲାଭ ମିଳିବ, ଏବଂ ଏବେ ମହଙ୍ଗା ଭତ୍ତା ମୂଳ ଦରମାରେ ଯୋଡାଯିବ କି? ସରକାର ସମ୍ପ୍ରତି ସଂସଦରେ 8ମ ବେତନ […]

ଓଡ଼ିଶା ଭାସ୍କର 19 Dec 2025 12:18 pm

ଏଣିକି ଆହୁରି ସହଜ ହେବ ଭୁବନେଶ୍ବରରୁ-ପୁରୀକୁ ଯାତ୍ରା : ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍

କନକବ୍ୟୁରୋ : ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ତାହାକୁ ନଜରରେ ରଖି ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍‌-ପୁରୀ ରେଳ ସେକ୍ସନରେ ଡବଲ୍ ଡିଷ୍ଟାଣ୍ଟ ସିଗ୍ନାଲିଙ୍ଗ(ଡିଡିଏସ୍‌) କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଇତି ମଧ୍ୟରେ ଅଟୋ ସିଗନାଲିଂ ହୋଇସାରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍‌ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ ଜାନୁଆରି ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍‌ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ । ଏହା ଦ୍ବାରା ଟ୍ରେନ୍‌ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍‌ ଆଣ୍ଡ୍‌ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍‌ ହଟ୍‌ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି । ସିଷ୍ଟମ୍ ଇଣ୍ଟିଗ୍ରେସନ୍‌ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି । ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍‌) ପରିବର୍ତ୍ତନ, ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍‌ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି ଷ୍ଟେସନରେ ପ୍ୟାନେଲ୍‌ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି । ଅଧିକ ପଢନ୍ତୁ... ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁର ରୁ ଆସିଛି ଏଭଳି ଦୃଶ୍ୟ ଉନ୍ନତ ସିଗ୍‌ନାଲିଂ ଆର୍କିଟେକଚରକୁ ନିରାପଦ ଓ ନିର୍ବିଘ୍ନ ଭାବେ ଅନ୍ତର୍ଭୁକ୍ତ କରିବାକୁ ସମସ୍ତ ସିଷ୍ଟମ୍‌ ଇଣ୍ଟିଗ୍ରେସନ୍‌ ଯୋଜନା(ଏସ୍‌ଆଇପି) ଅନୁମୋଦନ କରାଯାଇଛି। ୨୦୨୪ ନଭେମ୍ବରରେ ଟେଣ୍ଡର୍‌ ପରଠାରୁ ପ୍ରକଳ୍ପରେ ଯଥେଷ୍ଟ ଅଗ୍ରଗତି ରେକର୍ଡ କରାଯାଇଛି। ସେକ୍ସନରେ କେପି-୫, କେପି-୯ ଓ କେପି-୧୧ରେ ତିନୋଟି ଲେଭଲ୍ କ୍ରସିଂ ଗେଟ୍‌ ସହିତ ଖୋର୍ଦ୍ଧା ରୋଡ୍, ହରିପୁର ଗ୍ରାମ, ମୋଟାରି ଓ ଡେଲାଙ୍ଗ ଷ୍ଟେସନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଡିଡିଏସ୍‌ ପ୍ରଣାଳୀ ଦ୍ବାରା ଲୋକୋମୋଟିଭ୍‌ ପାଇଲଟ୍‌ମାନଙ୍କୁ ଆଗୁଆ ସିଗନାଲ ସୂଚନା ପାଇବେ । ସିଗନାଲ ଦିଗଗୁଡ଼ିକର ଉନ୍ନତ ପୂର୍ବାନୁମାନ, ସୁଗମ ଗତି ନିୟନ୍ତ୍ରଣ ଓ ସୁରକ୍ଷିତ ହାଇ-ସ୍ପିଡ୍‌ ଟ୍ରେନ୍‌ ପରିଚାଳନା ଦିଗରେ ସହାୟକ ହେବ । ଅଧିକ ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲା ଓ ଦୂରଗାମୀ ଯାତ୍ରୀମାନେ ଉପକୃତ ହେବେ । ଲେଭଲ୍‌ କ୍ରସିଂଗୁଡ଼ିକରେ ଆଧୁନିକ ସିଗ୍‌ନାଲିଂ ସୁରକ୍ଷିତ ସଡ଼କ କ୍ରସିଂ ସୁନିଶ୍ଚିତ କରିବ ଏବଂ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅପେକ୍ଷା ସମୟ ହ୍ରାସ କରିବ। ଭୁବନେଶ୍ବର-ଖୋର୍ଦ୍ଧାରୋଡ୍‌-ପୁରୀ ସେକ୍ସନ୍‌ ଏକ ପ୍ରମୁଖ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ୍‌ କରିଡର ହୋଇଥିବାରୁ ଡିଡିଏସ୍‌ ପ୍ରଣାଳୀ ସୁରକ୍ଷିତ, ଦ୍ରୁତ ଓ ନିର୍ଭରଯୋଗ୍ୟ ରେଳ ସେବା ସୁନିଶ୍ଚିତ କରିବ। ବିଶେଷକରି ରଥଯାତ୍ରା ଓ ପ୍ରମୁଖ ପର୍ବପର୍ବାଣୀ ଭଳି ଯାତ୍ରୀ ଭିଡ଼ ସମୟରେ ଅନେକ ସହାୟକ ହେବ।

ନିନ୍ଦା 19 Dec 2025 11:53 am